Category: ମୁଖ୍ୟ ଖବର

  • ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ୬ ଘଣ୍ଟା ମଧ୍ୟରେ ଦୁଇଟି ଭୟଙ୍କର ଦୁର୍ଘଟଣା, ୧୦  ମୃତ

    ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ୬ ଘଣ୍ଟା ମଧ୍ୟରେ ଦୁଇଟି ଭୟଙ୍କର ଦୁର୍ଘଟଣା, ୧୦ ମୃତ

    ମୁମ୍ବାଇରୁ ବିଡକୁ ଆସୁଥିବା ସାଗର ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ୍‌ରେ ପ୍ରଥମ ଦୁର୍ଘଟଣା ଘଟିଥିଲା। ଯାତ୍ରୀ ଭରା ଏହି ବସ୍ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା | ଏହି ବସ୍ ଦୁର୍ଘଟଣା ବିଡ୍ ଜିଲ୍ଲାର ଅଷ୍ଟା ଫାଟାରେ ଘଟିଛି। ୬ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ସାଗର ଟ୍ରାଭେଲ୍ସ ନାମକ ଏହି ଘରୋଇ ବସ୍‌ରେ ପ୍ରାୟ ୪୫ ରୁ ୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। କିନ୍ତୁ ରାତିର ଅନ୍ଧକାରରେ, ଅଜଣା କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ସୂଚନା ମିଳିଛି ଯେ ସକାଳେ ମୁମ୍ବାଇରୁ ବିଡ ଅଭିମୁଖେ ଆସୁଥିବା ବେଳେ ବସ୍ ଅଷ୍ଟା ହରିନାରାୟଣରେ ବୁଲାଣି ସମୟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବସର ଗୋଟିଏ ପାର୍ଶ୍ୱ ଖଣ୍ଡ ଖଣ୍ଡ ହୋଇଯାଇଥିଲା।

    ସେହି ୬ ଘଣ୍ଟା ଭିତରେ ଅନ୍ୟ ଏକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଥିଲା | ସୂଚନା ଅନୁଯାୟୀ ବିଡ୍ ଡିଲେର ଆଶ୍ଟି ତାଲୁକାର ରୁ ଜଣେ ରୋଗୀଙ୍କୁ ଅହମ୍ମଦନଗରକୁ ନେବାବେଳେ ରାତିରେ ଧୁଲାଭଡ ଗାଁରେ ଆମ୍ବୁଲାନ୍ସ ଏବଂ ଟ୍ରକ୍ ମଧ୍ୟରେ ସାଂଘାତିକ ଧକ୍କା ହୋଇଥିଲା।ଏହି ଦୁର୍ଘଟଣାରେ ସାଙ୍ଗଭି ପାଟନର ଡ. ରାଜେଶ ଜିଞ୍ଜୁରକେ (ବୟସ ୩୮ ) ଏବଂ ଧାମନ ଗାଁର ଆମ୍ବୁଲାନ୍ସ ଡ୍ରାଇଭର ଭରତ ଲୋଖଣ୍ଡେ ଏବଂ ଅନ୍ୟ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜଣେ ଆହତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଆମ୍ବୁଲାନ୍ସରେ ସମୁଦାୟ .୫ ଜଣ ଥିଲେ।

  • ସ୍ତ୍ରୀର ପରକୀୟା ପ୍ରିତି ଏବଂ ରସିକିଆ ପୋଲିସ ବାବୁଙ୍କ ପାଇଁ ଛାରଖାର ହୋଇଗଲା ପରିବାର – ସ୍ବାମୀ

    ସ୍ତ୍ରୀର ପରକୀୟା ପ୍ରିତି ଏବଂ ରସିକିଆ ପୋଲିସ ବାବୁଙ୍କ ପାଇଁ ଛାରଖାର ହୋଇଗଲା ପରିବାର – ସ୍ବାମୀ

    ମା ହେଉଛି ମମତାର ସାଗର, ସହିଷ୍ଣିତାର ଦେବୀ । ଏଭଳି ଅନେକ ଆଖ୍ୟା ମାକୁ ଦିଆଯାଏ । କିନ୍ତୁ ସମାଜରେ ଏଭଳି କିଛି ନାରୀ ଅଛନ୍ତି ଯେଉଁମାନେ ମାତୃତ୍ୟ ଲାଭ କରନ୍ତି ସତ କିନ୍ତୁ ନିଜର ସ୍ବାର୍ଥ ଆଗରେ ମମତାକୁ ପର କରି ଆଉ କାହା ହାତ ଧରି ଚାଲାଯାଆନ୍ତି । ସେମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ସମୀପ ରେ ଥିବା ପାଟକୁରା ଗ୍ରାମରେ ।ସତର ବର୍ଷର ବୈବାହିକ ଜୀବନ ଏବଂ ଦୁଇ ଛୁଆକୁ ପରକରି ଚାଲିଗଲେ ପ୍ରବିଣା ମଳିକ। ସେ ପୁଣି ଜଣେ ପୋଲିସ କର୍ମଚାରୀଙ୍କ ସହ । ଦେଢ ବର୍ଷ ହେବ ପରକିୟା ପ୍ରିତିରେ ଅନ୍ଧ ହୋଇ ନିଜର ମମତାକୁ ଗୋଡରେ ଆଡେଇ ଚାଲି ଯାଇଛି ଜଣେ ମା । ସୁଚନା ଅନୁଯାୟୀ ପାଟକୁରା ଗ୍ରାମ ର ରଂଜନ ମଲିକ ଙ୍କ ସ୍ତ୍ରୀ ପ୍ରବୀଣା ମଳିକ। ଉଭଯଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି । କିନ୍ତୁ ରସିକିଆ ପୋଲିସ ବାବୁ ଲେମ୍ବୁ ମାଝି ଓରଫ ଏଲ ଟୁଡୁଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ମା । ପରେ ପୋଲିସ ବାବୁ ଙ୍କର ପଟାମୁଣ୍ଡାଇ ର ଏକ ଥାନା କୁ ବଦଳି ହେବା ପରେ ଦେଢ଼ ବର୍ଷ ତଳେ ଏଲ ଟୁଡୁ ପ୍ରବୀଣା ଙ୍କୁ ନେଇଫେରାର ହୋଇଯାଇଥିଲେ । କିନ୍ତୁ କିଛି ଦିନ ତଳେ ପ୍ରବୀଣା ପୁଣି ସ୍ୱାମୀଙ୍କ ଘରକୁ ଫେରିଆସି ରହିବାକୁ ଜିଦ୍ ଧରିଲେ। ହେଲେ ପରପୁରୁଷ ସହ ଦୀର୍ଘ ଦିନ ବିତାଇ ଥିବା ସ୍ତ୍ରୀ ଙ୍କୁ ସ୍ୱାମୀ ରଞ୍ଜନ ମଳିକ ଓ ଶଶୁର ରଖିବାକୁ ରାଜି ହୋଇନଥିଲେ । ଫଳରେ ପ୍ରବୀଣା ରାଗିଯାଇ ଗତ ୧୫ ତାରିଖରେ ନିଜ ଝିଅ ଋତୁପର୍ଣ୍ଣା କୁ ସ୍କୁଲ ଯିବା ବାଟରୁ ଅପହରଣ କରି ନେଇଥିବା ପାଟକୁରା ଥାନା ରେ ସ୍ୱାମୀ ରଞ୍ଜନ ଅଭିଯୋଗ କରିଛନ୍ତି ।

    ତେବେ ଅଭିଯୋଗ କରିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା କହିଛନ୍ତି ରଂଜନ ମଳିକ.। ଏନେଇ ପାଟକୁରା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ

  • ଓଡ଼ିଶାରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

    ଓଡ଼ିଶାରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

    ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର। ରାଜ୍ୟରେ ଚେସ୍ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଆନ୍ତର୍ଜାତିକ ଚେସ୍ ଫେଡେରେସନ୍ (ଫାଇଡ୍) ପରିଚାଳନା ବୋର୍ଡ଼ ଉପାଧ୍ୟକ୍ଷ ତଥା ଲାଟଭିଆର ପୂର୍ବତନ ଅର୍ଥମନ୍ତ୍ରୀ ମହିଳା ଗ୍ରାଣ୍ଡମାଷ୍ଟର ଦାନା ରେଜନିସ୍ ଓଜାଲାଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଶ୍ରୀମତୀ ରେଜନିସ୍ ଓଜାଲା ଏବେ ଓଡ଼ିଶା ଗସ୍ତରେ ଥିବାବେଳେ ଚେସ୍‌କୁ ରାଜ୍ୟରେ ଲୋକପ୍ରିୟ କରାଇବା ଏବଂ ଯୁବ ଚେସ୍ ପ୍ରତିଭାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ, ଆମେ ଆମ ଯୁବପିଢ଼ିଙ୍କୁ ସମସ୍ତ ପ୍ରକାର ଶ୍ରେଷ୍ଠ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଯୁବପିଢ଼ିଙ୍କ ବିକାଶରେ ଚେସ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆମେ ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ ପ୍ରତିଷ୍ଠା କରିଛୁ। ଏହାସହିତ ବିଦ୍ୟାଳୟରେ ଚେସ୍ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଦିନରେ ସାରା ରାଜ୍ୟରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ରଖିଛୁ। ଆମେ ଫାଇଡ ସହଯୋଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବୁ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ରାଜ୍ୟରେ କ୍ରୀଡ଼ା ବିକାଶ ପାଇଁ ସରକାରଙ୍କ ପଦକ୍ଷେପକୁ ଶ୍ରୀମତୀ ରେଜନିସ୍ ଓଜାଲା ପ୍ରଶଂସା କରିଥିଲେ।

  • ଗୋଟିଏ ତୀରରେ ଦୁଇ ନିଶାନା ସାଧିଲେ ନବୀନ

    ଗୋଟିଏ ତୀରରେ ଦୁଇ ନିଶାନା ସାଧିଲେ ନବୀନ

    ଭି କେ ପାଣ୍ଡିଆନ! ୨୦୦୦ ବ୍ୟାଚର ଏହି ତାମିଲ ପୂର୍ବତନ ଆଇଏଏସଙ୍କ ସ୍ବେଚ୍ଛାକୃତ ଅବସର ରାଜ୍ୟ ରାଜନୀତିକୁ କରିଛି ସରଗରମ। ଆଗାମୀ ଦିନରେ ସେ ସକ୍ରୀୟ ରାଜନୀତିରେ ପାଦ ଥାପିବା ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ଅନେକ କହୁଛନ୍ତି କି, ସେ ହିଁ ପରବର୍ତ୍ତି ସମୟରେ ଧରିବେ ରାଜ୍ୟର ଶାସନ ଡୋରି । ଏଥିପାଇଁ ବେଶ ଚତୁରତାର ସହ ଗତ ୨୦୧୯ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ପ୍ରସ୍ତୁତ କରିଥିଲେ ପ୍ଲଟ ।

    ଆହୁରି କୁହାଯାଉଛି, ମୁଖ୍ୟମନ୍ତ୍ରୀ ସେମିତି ନିଜ ଦଳର ନେତା ତଥା ମନ୍ତ୍ରୀଙ୍କୁ ବିଶ୍ବାସ କରି ପାରନ୍ତି ନାହିଁ। କିନ୍ତୁ ନିଜ ଭଦ୍ର, ମାର୍ଜିତ ବ୍ୟବହାର ଓ କର୍ମ ଦକ୍ଷତା ପାଇଁ ଅତି ସହଜରେ ଭି କେ ପାଣ୍ଡିଆନ ହୋଇପାରିଥିଲେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ ଭାଜନ । ନିଜର ସମସ୍ତ ରଣନୀତି ବିଷୟରେ ପାଣ୍ଡିଆନଙ୍କୁ ହିଁ କେବଳ ଜଣାଉଥିଲା ମୁଖ୍ୟମନ୍ତ୍ରୀ। ଏମିତି କି ଏକଦା ଦଳର କ୍ଷମତା କେନ୍ଦ୍ର କୁହାଯାଉଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ମଧ୍ୟ ବିଶ୍ବାସ କରି ପାରିଲେ ନାହିଁ ନବୀନ। ବବିଙ୍କ ମାତ୍ରାଧିକ ଦଳୀୟ କାମରେ ହସ୍ତକ୍ଷେପ, ଅନ୍ୟ ନେତୃତ୍ବଙ୍କୁ ଅସମ୍ମାନ ଦଳ ପାଇଁ ଘାତକ ହେବ ବୋଲି ହୁଏତ ଠଉରାଇ ନେଇଥିଲେ ମୁଖ୍ୟମନ୍ତ୍ରୀ। ତେଣୁ ତାଙ୍କ ପକ୍ଷ ଛେଦନ କଲେ ସବୁ କ୍ଷମତା ଛଡାଇ ନେଇ।

    ଏହା ବ୍ୟତୀତ ନିଜ ଦଳୀୟ ନେତୃତ୍ବଙ୍କ ହାବଭାବରୁ ସେ ବେଶ ଅବଗତ ଥିଲେ କି ତାଙ୍କ ଦ୍ବାରା ପ୍ରତିଷ୍ଠିତ ବିଜେଡି ନିଜ ଅସ୍ତିତ୍ବ ହରାଇବ ତାଙ୍କ ଅନ୍ତେ। ତେଣୁ ନିଜ ଉତ୍ତରାଧିକାରୀ ଭାବେ ସେ ଭି କେ ପାଣ୍ଡିଆନଙ୍କୁ ବାଛିଛନ୍ତି ବୋଲି ଅନେକ କହୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇପ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସାଧାରଣ ଓଡିଶାବାସୀ ବା କିଏ ଜାଣିଛି? ପାଣ୍ଡିଆନଙ୍କୁ ନିକଟତର କରେଇବାକୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଫାଇପ ଟିର ଭିଜନ ନେଇ ସେଥିରେ କଲେ ସଚିବ। ଏହା ପରେ ମୋ ସରକାର ମାଧ୍ୟମରେ ପାଣ୍ଡିଆନଙ୍କୁ କଲେ ପ୍ରମୋଟ । କିନ୍ତୁ ଏହା ଶିକ୍ଷିତ ଓଡିଆ ତଥା ରାଜନେତାଙ୍କ ମଧ୍ୟରେ ସୀମିତ ରହିଯାଇଥିଲା। ସାଧାରଣ ଗାଁ ଗହଳି ଲୋକଙ୍କ ନିକଟରେ ପହଞ୍ଚି ପାରିନଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପସନ୍ଦ। ତେଣୁ ଗତ ଜାନୁଆରୀରୁ ଆରମ୍ଭ କଲେ ରାଜ୍ୟବ୍ୟାପୀ ଅଭିଯୋଗ ଶୁଣାଣି ଅଭିଯାନ। ରାଜ୍ୟବ୍ୟାପୀ ବିଭିନ୍ନ ବ୍ଲକକୁ ପଠାଇଲେ। ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ନିକଟତର କଲେ।

    ସେମାନଙ୍କଠାରୁ ଅଭିଯୋଗ ସଂଗ୍ରହ କରି କଲେ ସେମାନଙ୍କ ନିକଟତର। ଗାଁ ଗହଳିରେ ଭି କେ ପାଣ୍ଡିଆନଙ୍କୁ ନେଇ ହେଲା ଚର୍ଚ୍ଚା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚାଲ ବୁଝି ନ ପାରି ବିରୋଧୀ ପାଣ୍ଡିଆନଙ୍କୁ ଘନ ଘନ ଟାର୍ଗେଟ କଲେ। ତାଙ୍କୁ ନେଇ ବିଭିନ୍ନ ଭାବେ କରାଗଲା ସମାଲୋଚନା । ତାଙ୍କ ନାଁକୁ ନେଇ ଟିକଟକ ତିଆରି ହେଲା। ବିରୋଧୀ ଯେତିକି ବିରୋଧ କଲେ ପାଣ୍ଡିଆନଙ୍କୁ ସେତିକି ମାଗଣା ପବ୍ଲିସିଟି ମିଳିଲା। ଯେତେବେଳେ ନବୀନ ଦେଖିଲେ ଛୁଆଠୁ ବଡ ସବୁରି ମୁହଁରେ ପାଣ୍ଡିଆନଙ୍କ ନାଁ, ସେତେବେଳେ ଭିଆରଏସ ପାଇଁ କହିଲେ। ଏବେ ଆଉ କେହି ପାଣ୍ଡିଆନଙ୍କ କାମକୁ ନେଇ କିଛି କହି ପରିବେନି। ସେ ଦଳଠୁ ଆରମ୍ଭ କରି ପ୍ରଶାସନ ସବୁକୁ ପରିଚାଳନା କରିବେ। ନବୀନ ଗୋଟିଏ ତୀରରେ ଦୁଇଟି ନିସାନା ସାଧି ବିରୋଧୀଙ୍କ ଅକଲ କରିଦେଲେ ଗୁଡୁମ।

  • ଆଜି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା, ଟ୍ରାଫିକ ନେଇ ଗାଇଡଲାଇନ୍‌ ଜାରି କଲା କମିସନରେଟ୍‌ ପୁଲିସ

    ଆଜି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା, ଟ୍ରାଫିକ ନେଇ ଗାଇଡଲାଇନ୍‌ ଜାରି କଲା କମିସନରେଟ୍‌ ପୁଲିସ

    ଗାଇଡଲାଇନ୍‌ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ। ଏଥି ପାଇଁ ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ। ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ମନା ହୋଇଛି। ଏହି ସମୟରେ ଯାନବାହନଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ। ସେହିପରି ଜନପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି। ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ିଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯିବେ।

    ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ। ଚନ୍ଦ୍ରଶେଖରପୁର ଭସାଣ ‌ବେଳେ କିଟ୍‌ ପାର୍ଶ୍ବରୁ ନାଲକୋ ଛକ ଯିବା ମନା କରାଯାଇଛି। ସେହିସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଅଗ୍ରସର ହେବେ। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭରବ୍ରିଜ୍‌କୁ ବ୍ୟବହାର କରିବେ। ନିୟମ ଉଲ୍ଲଂଘନ କଲେ ୫ ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

  • କନ୍ଧମାଳ ଜିଲ୍ଲାକୁ ଛୁଇଁଲାଣି ଶୀତ

    କନ୍ଧମାଳ ଜିଲ୍ଲାକୁ ଛୁଇଁଲାଣି ଶୀତ

    କନ୍ଧମାଳ ଜିଲ୍ଲାକୁ ଛୁଇଁଲାଣି ଶୀତ । ସନ୍ଧ୍ୟା ହେଲେ କାକର ପଡିବା ସହ ଥଣ୍ଡା ପବନ ଅନୁଭୂତ ହେଲାଣି ଜିଲ୍ଲାରେ।ଆଉ ଅଧିକ ରାତି ବଢିଲେ ଶୀତର ମାତ୍ରା ମଧ୍ୟ ବଢିଚାଲୁଛି। ସକାଳ ହେଲେ କୁହୁଡିର ଚାଦର ମେଲାଇ ହୋଇ ଯାଉଛି ଜିଲ୍ଲାର ବହୁସ୍ଥାନରେ।ଘାସ ପତ୍ର ଉପରେ ପଡିଥିବା କାକର ବୁନ୍ଦା ଉପରେ ସୂର୍ଯ୍ୟ କିରଣ ପଡ଼ି ହୀରକର ଭ୍ରମ ସୃଷ୍ଟି କରିବା ସହ ପରିବେଶକୁ ଆହୁରି ସୁନ୍ଦର କରିଦେଉଛି । ଗତ ବର୍ଷ ଜି ଉଦୟଗିରିରେ ଶୀତ ଅଧିକ ଅନୁଭୂତ ହୋଇଥିଲା, ବିଶେଷ କରି ଦାରିଙ୍ଗିବାଡି,ବେଲଘର୍,ବାଲିଗୁଡା, ଫୁଲବାଣୀରେ ଅଧିକ ଶୀତ ଅନୁଭୂତ ହୋଇଥାଏ। ଶୀତୁଆ ସକାଳରେ ଜିଲ୍ଲାରେ ପ୍ରାତ ଭ୍ରମଣର ମଜା ଟିକେ ନିଆରା । ସେଥିପାଇଁ ଶୀତର ଆଗମନ ହେଉ ହେଉ ଜିଲ୍ଲା ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହେବାରେ ଲାଗିଲାଣି।ଏବେଠୁ ଶୀତକୁ ଦେଖି ଆଗକୁ ଆହୁରି ଅଧିକ ଶୀତ ହେବାର ଆକଳନ କରାଯାଉଛି।

  • ବିଶ୍ବର ସବୁଠାରୁ ବୟସ୍କ କୁକୁର ବବିର ୩୧ ବର୍ଷ ବୟସରେ ମୃତ୍ୟୁ

    ବିଶ୍ବର ସବୁଠାରୁ ବୟସ୍କ କୁକୁର ବବିର ୩୧ ବର୍ଷ ବୟସରେ ମୃତ୍ୟୁ

    ବିଶ୍ବର ସର୍ବକାଳୀନ ସର୍ବବରିଷ୍ଠ ତଥା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡଧାରୀ କୁକୁରର ମୃତ୍ୟୁ । ୩୧ ବର୍ଷ ୧୬୫ ଦିନରେ ବବି ଶନିବାର ଦିନ ପର୍ତ୍ତୁଗାଲସ୍ଥିତ ତାର ଘରେ ମୃତ୍ୟୁବରଣ କରିଛି। ଏହି ସୂଚନା ଦେଇଛନ୍ତି ବବିର ପଶୁ ଚିକିତ୍ସକ କାରେନ ବେକର। ବବିର ବରିଷ୍ଠତାକୁ ପର୍ତ୍ତୁଗିଜ ସରକାରଙ୍କ ପାଳିତ ପଶୁ ଡାଟାବେଶରେ ସ୍ଥାନ ଦିଆଯାଇଥିଲା, ଯାହା ଦେଶର ପଶୁ ଡାକ୍ତରୀ ସଂଗଠନ ଦ୍ବାରା ପରିଚାଳିତ ହୋଇଥାଏ। ବବି ତାର ପୂରା ଜୀବନ ପର୍ତ୍ତୁଗାଲ ଉପକୂଳ କନକ୍ୟୁରସର ଏକ ଗାଁରେ କାଟିଥିଲା। ୧୯୯୨ରେ ଜନ୍ମିତ ବବି ଏକ ରାଫେରୋ ଡୋ ଆଲେଣ୍ଟେଜୋ ପ୍ରଜାତିର କୁକୁର ଥିଲା। ବବିର ଲାଳନ ପାଳନ କରିଥିବା କୋଷ୍ଟା ପରିବାରରେ ଅନେକ ପାଳିତ ପଶୁ ଥିଲେ। ବବିର ମା ଓ ଭାଇ ଭଉଣୀ ମଧ୍ୟ ତାଙ୍କ ଘରେ ଥିବା କୁକୁର ଘରେ ରହୁଥିଲେ। ବବି ତାର ଦୀର୍ଘ ଜୀବନକାଳରେ ମାତ୍ର ଥରଟିଏ ୨୦୧୮ରେ ଅସୁସ୍ଥ ହୋଇଥିଲା। ଶ୍ବାସଜନିତ ସମସ୍ୟା ଦେଖାଦେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ସେ ସୁସ୍ଥ ହୋଇ ଫେରିଥିଲା। ତାକୁ ଚଳିତ ବର୍ଷ ଫେବୃଆରୀରେ ବିଶ୍ବର ସର୍ବ ବରିଷ୍ଠ ଓ ସର୍ବକାଳୀନ ବରିଷ୍ଠ କୁକୁର ଭାବେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ମିଳିଥିଲା। ମୃତ୍ୟୁ ପୂର୍ବରୁ ବବିର ଚାଲିବା ଓ ଦୃଷ୍ଟିଶକ୍ତିରେ ସମସ୍ୟା ଦେଖାଦେଇଥିଲା ବୋଲି କୋଷ୍ଟା ପରିବାର କହିଛି। ବବିର ଦୀର୍ଘ ଜୀବନ ସମ୍ପର୍କରେ ତାର ମୁନିବ ଲିଓନେଲ କୋଷ୍ଟା କହିଥିଲେ କି, ଶାନ୍ତିପୂର୍ଣ୍ଣ ପରିବେଶ ଓ ଶାନ୍ତି ପାଇଁ ବବି ଦୀର୍ଘଜୀବୀ ହୋଇପାରିଛି। ତେବେ ଖାଲି ବବି ନୁହେଁ, ତାର ମା ମଧ୍ୟ ୧୮ ବର୍ଷ ବଞ୍ଚିଥିଲା ତଥା ତା ପରିବାରର ଆଉ ଜଣେ ସଦସ୍ୟ ମଧ୍ୟ ୨୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲା। ବିଶ୍ବର ସବୁଠାରୁ ବୟସ୍କ ଓ ସର୍ବକାଳୀନ ବରିଷ୍ଠ କୁକୁର ଭାବେ ବବି ପୂର୍ବରୁ ଅଷ୍ଟ୍ରେଲିର ବ୍ଲୁଇ ରେକର୍ଡ କରିଥିଲା, ଯିଏ ୧୯୩୯ ମସିହାରେ ୨୯ ବର୍ଷ ୫ ମାସରେ ମୃତ୍ୟୁବରଣ କରିଥିଲା।

  • ଅତି ଭିଷଣ ବାତ୍ୟାର ରୂପ ନେଲା ‘ହାମୁନ’

    ଅତି ଭିଷଣ ବାତ୍ୟାର ରୂପ ନେଲା ‘ହାମୁନ’

    ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ହାମୁନ୍ । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି । ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ କରୁଛି ଗତି । ପାରାଦ୍ବିପଠାରୁ ପୂର୍ବ ଦିଗରେ ୨୯୦ କିମି ଦୂରରେ କେନ୍ଦ୍ରୀଭୂତ ।ଏନେି ସୁଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ , ବାତ୍ୟା ‘ହାମୁନ’ର ପ୍ରଭାବ ଓଡ଼ିଶାରେ ଉପରେ ପଡ଼ିବ ନାହିଁ। ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ। ଏହି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅବଶିଷ୍ଟ ଉପକୂଳ ଓଡ଼ିଶା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟ ଧରଣରବର୍ଷା ହେବାର ସମ୍ଭାବନା ରହିଛି।

  • ଆଜି ରାବଣ ପୋଡି, ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି

    ଆଜି ରାବଣ ପୋଡି, ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି

    ରାବଣ ପୋଡି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ। ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ଅନୁମତି ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ଏନେଇ ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ସୂଚନା ଦେଇଛନ୍ତି।

    ଅନ୍ୟପଟେ ରାବଣ ପୋଡି ହେଉଥିବା ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ। ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ରାବଣ ପୋଡି ମଣ୍ଡପ ନିକଟରେ ନିୟୋଜିତ ହେବ। ସେପଟେ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ । ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।

  • ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା

    ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା

    ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଳିଛି ନୂଆ ନିଯୁକ୍ତି। 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ୍ । ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବା ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଗତକାଲି ତାଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏହି ନୁଆ ଦାୟିତ୍ବ ଦେଇଛନ୍ତି। ଏହାଫଳରେ ତାଙ୍କର କ୍ଷମତା ବୃଦ୍ଧି ପାଇଛି।ଏଠାରେ କହି ରଖୁଛୁ କି ଭି.କେ ପାଣ୍ଡିଆନ୍‌ ଓଡିଶାର ୨୦୦୦ ବ୍ୟାଚରୁ ଜଣେ ଭାରତୀୟ ପ୍ରଶାସନିକ ସେବା (IAS) ସଦସ୍ୟ ଅଟନ୍ତି ।। ସେ ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବିରେ ନିଯୁକ୍ତ ହୋଇଥିଲେ। ସେ କଳାହାଣ୍ଡିରେ ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୪ ମାର୍ଚ୍ଚ ୧ରୁ ଜୁନ୍‌ ୩୦ ଯାଏ ଓଡ଼ିଶା ନିର୍ବାଚନ ବିଭାଗରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ।ସେହିପରି ଶ୍ରୀ ପାଣ୍ଡିଆନଙ୍କୁ ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ମୟୂରଭଂଜ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ସେ ଗଂଜାମ ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ୨୦୧୧ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ପଦବିରେ ଥିବା ସମୟରେ ତାଙ୍କର କ୍ଷମତା କ୍ରମଶଃ ବୃଦ୍ଧି ହୋଇଥିଲା ଓ କାର୍ଯ୍ୟ ପରିସର ବ୍ୟାପକ ହୋଇଥିଲା। ଏହାପରେ ୨୦୧୯ ମସିହାରେ ‌ତାଙ୍କୁ 5T ସଚିବ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲେ। ଏହାପରେ ସେ ଆହୁରି ଅଧିକ କ୍ଷମତାଶାଳୀ ହୋଇଉଠିଲେ। ଏଥିସହ ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣିତ ହେଲେ।୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିଲେ ଏବଂ ଗତକାଲି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ୨କ୍ୟାରିୟରରେ ପୂଣ୍ଣଚ୍ଛେଦ ପଡ଼ିଯାଇଛି।