Category: ମୁଖ୍ୟ ଖବର

  • ଆଜିଠୁ କାର୍ତ୍ତିକ ବ୍ରତ, ମାସେ ଧରି ହବିଷ୍ୟାନ୍ନ ପାଳିବେ ହବିଷ୍ୟାଳୀ

    ଆଜିଠୁ କାର୍ତ୍ତିକ ବ୍ରତ, ମାସେ ଧରି ହବିଷ୍ୟାନ୍ନ ପାଳିବେ ହବିଷ୍ୟାଳୀ

    ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ।ହିନ୍ଦୁଧର୍ମରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଆଜିଠୁ ମାସେ ଧରି ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବ୍ରତଧାରୀ ।ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯାଆସ ଓ ମହାପ୍ରଭୁଙ୍କ ରାଇଦାମୋଦର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ଶ୍ରୀକ୍ଷେତ୍ରରେ ଭିଡ଼ ଜମୁଥିବା ବେଳେ ହଇରାଣ ହେଉଛନ୍ତି ହବିଷ୍ୟାଳୀ। ଶିବିରରୁ ଶିବିର ବୁଲି ନାକେଦମ ହେଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ହବଷ୍ୟାଳୀ। ପ୍ରଶାସନ ପକ୍ଷରୁ ମାତ୍ର ୩ ହଜାର ହବିଷ୍ୟାଳୀଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ଏହାଠାରୁ ଅଧିକ ହବିଷ୍ୟାଳୀ ଆସିଥିବାରୁ ଓ ସେମାନଙ୍କ ନାଁ ପଂଜିକରଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

  • ଗ୍ରୁପରୁ ଋଣ ନେଇ ଉଧାର ଦେଲେ, ପଇସା ମାଗିବାରୁ ଦେହରେ, ମୁଣ୍ଡରେ ନେଲେ

    ଗ୍ରୁପରୁ ଋଣ ନେଇ ଉଧାର ଦେଲେ, ପଇସା ମାଗିବାରୁ ଦେହରେ, ମୁଣ୍ଡରେ ନେଲେ

    ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ଋଣ ଆଣି ଟଙ୍କା ସୁଝିବାକୁ ନେଇ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ ,ଜଣେ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବଡଏକତାଳି ଗ୍ରାମରେ। ସୂଚନା ମୁତାବକ ବଡଏକତାଳି ଗ୍ରାମର କିଛି ମହିଳା ଘରୋଇ ଅର୍ଥ ଲଗାଣ ସଂସ୍ଥା ବନ୍ଧନରୁ ଏକତ୍ରିତ ହୋଇ ଗୃପ ଋଣ କରିଥିଲେ।ଋଣ ଟଙ୍କା ପରିଶୋଧ କରିବାକୁ ନେଇ ଗୃପର ସଦସ୍ଯା କମଳା ବୋଇତେଇ ଏବଂ ନନ୍ଦିନୀ ବାରିକଙ୍କ ମଧ୍ଯରେ ଦୁଇ ଦିନ ତଳେ ବଚସା ହୋଇଥିଲା। ପୁନର୍ବାର ବନ୍ଧନ କର୍ମଚାରୀ ଋଣ ଟଙ୍କା ପରିଶୋଧ ପାଇଁ କମଳା ବୋଇତେଇଙ୍କ ଘର ନିକଟକୁ ଆସିଥିଲେ ।ଋଣ କିସ୍ତି ସଠିକ ସମୟରେ ଦେଉ ନଥିବାରୁ ନନ୍ଦିନୀଙ୍କୁ ଗାଳି ଗୁଲଜ କରିଥିଲେ କମଳା ।ସେହି ସମୟରେ ନନ୍ଦିନୀଙ୍କ ସ୍ବାମୀ ପ୍ରଫୁଲ୍ଲ ବାରିକ ଘଟଣା ସ୍ଥଳରେ ପହଞ୍ଚି କମଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। କମଳାଙ୍କ ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚିଯିବାରୁ ପ୍ରଫୁଲ୍ଲ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିଲା। ପରେ କମଳାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ନନ୍ଦିନୀ ଗୃପ ଋଣ ନେଇ ଋଣ ଟଙ୍କା ପରିଶୋଧ କରିବାକୁ ସବୁବେଳେ ଅନିଛା ପ୍ରକାଶ କରୁଛନ୍ତି।ଋଣ କିସ୍ତି ଟଙ୍କା ମାଗିଲେ ଝଗଡା କରିବା ସହ ଋଣ ପରିଶୋଧ କରିବେ ନାହିଁ ବୋଲି ମନା କରି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କମଳା।

    ସେପଟେ ଉକ୍ତ ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ଘଷିପୁରା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏବଂ ପୋଲିସ ଘଟଣା ସମ୍ପର୍କରେ ସରଜମିନ୍ ତଦନ୍ତ ଜାରି ରଖିଥିବା ଜଣାପଡିଛି।

  • ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

    ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

    ଏକ ବୁଦା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ୍ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ସନ୍ଦେହ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରେ। ଏକ ପୋଲ ନିକଟ ବୁଦା ମୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ବାଦାମ ପାହାଡ଼ ପୋଲିସ । ସମ୍ପୃକ୍ତ ବ୍ୟକ୍ତିଙ୍କୁ କେହି ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ତଣ୍ଟି କାଟି ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି।ମୃତ ବ୍ୟକ୍ତି ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ବଲତପୁର ଗ୍ରାମ ର ଉଦୟନାଥ କିସ୍କୁ । ତେବେ କିସ୍କୁଙ୍କୁ କିଏ ଏବଂ କାହିଁକି ଏଭଳି ହତ୍ୟା କରିଛି ସେନେଇ ରାଇରଙ୍ଗପୁର ଏସଡିପିଓ , ବାଦାମ ପାହାଡ଼ର ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି । ବାଦାମ ପାହାଡ଼ ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଯାଇଛି।

  • ଛାତ୍ରର ଆକ୍ରମଣରେ ଇଂରାଜୀ ଅଧ୍ୟାପକଙ୍କ ମୃତ୍ୟୁ

    ଛାତ୍ରର ଆକ୍ରମଣରେ ଇଂରାଜୀ ଅଧ୍ୟାପକଙ୍କ ମୃତ୍ୟୁ

    ଜଣେ ଛାତ୍ରର ଆକ୍ରମଣରେ ଝାରସୁଗୁଡ଼ା ଜିଲା ପିକେଏସ୍‌ଏସ୍ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅମିତ କୁମାର ବାରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଅଧ୍ୟାପକ ଓ ଶିକ୍ଷାବିତ୍ ମହଲ‌େ‌ର ଉଦ୍‌ବେଗ ପ୍ରକାଶ ପାଇଛି। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ (+୨ ଓ +୩) ମହାବିଦ୍ୟାଳୟ ତଥା ସଂସ୍କୃତ ଶିକ୍ଷାନୁଷ୍ଠାନ କର୍ମଚାରୀ ସଂଘ ପକ୍ଷରୁ ଅମିିତଙ୍କ ଆତ୍ମାର ସଦ୍‌ଗତି କାମନା କରି ଶୋକସଭା ପାଳନ କରାଯାଇଛି।

    ସଂଘର ସଭାପତି ଡ. ଦେବବିଜୟ ମିଶ୍ର କହିଛନ୍ତି ଯେ, ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଅମିତ ନିଯୁକ୍ତି ପାଇ ଦୀର୍ଘ ୧୫ ବର୍ଷ ଧରି ସ୍ବଳ୍ପ ଦରମାରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଥିଲେ। ଏତେଦିନ କାମ କଲା ପରେ ମଧ୍ୟ ସେ ସରକାରୀ ଅନୁଦାନରୁ ବଞ୍ଚିତ ଥିଲେ। ତାଙ୍କ ଘରେ ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସରକାରଙ୍କ ନିୟମ ଅନୁସାରେ ଆମେ ୨୦୧୯ରୁ ଅନୁଦାନ ପାଇବାକୁ ଯୋଗ୍ୟ ହୋଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଅନୁଦାନ ନୀତିରୁ ବଞ୍ଚିତ। ଅନୁଦାନ ଦାବିରେ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା ଜାରି ରହିଛି। ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ନିଷ୍କର୍ଷ ବାହାରିପାରୁନି। ଆସନ୍ତା ନଭେମ୍ବର ମାସ ଭିତରେ କୌଣସି ପଦକ୍ଷେପ ନନେଲେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସରକାର ସେଥିପାଇଁ ଦାୟୀ ରହିବେ।

  • ଘରର ଏକ ମାତ୍ର ରୋଜଗାରିଆ ଏବେ ଶଯ୍ୟାଶାୟୀ, ସେପଟେ ଅର୍ଥ ସାଜିଛି ବାଧକ

    ଘରର ଏକ ମାତ୍ର ରୋଜଗାରିଆ ଏବେ ଶଯ୍ୟାଶାୟୀ, ସେପଟେ ଅର୍ଥ ସାଜିଛି ବାଧକ

    ସହାୟତା ଖୋଜୁଛନ୍ତି ଅସହାୟ ପ୍ରସନ ଦାସ। ପାଟକୁରା ମାର୍ଶାଘାଇ ବ୍ଲକ ବଚରେଇ ପଞ୍ଚାୟତ ମୂଷାଡ଼ିଆ ଗ୍ରାମର ପ୍ରସନ ଜଣେ ଦିନ ମଜୁରିଆ । ପାଞ୍ଚ ବର୍ଷ ତଳେ ଶ୍ରାବଣ ମାସରେ ପାଣି ଭାର ନେବା ସମୟରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ ଫଳରେ ତାଙ୍କ ଗୋଡ଼ ଓ ମେରୁହାଡ଼ରେ ଆଘାତ ଲାଗିଥିଲା। ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ବ୍ରେନ ଷ୍ଟ୍ରୋକ ହେବାରୁ ସ୍ନାୟୁ ଦୁର୍ବଳ ହୋଇଯାଇଥିଲା। ଆଉ ଏବେ ପକ୍ଷାଘାତ ରୋଗରେ ପୀଡିତପ୍ରସନ୍ନ। ସତେ ଜେମିତି କାଙ୍କ ଉପରେ ଦୁଖ ପାହାଡ ଲଦି ହୋଇଯାଇଛି ।

    ଘରର ପର୍ସନ୍ନ ଥିଲେ ଏକ ମାତ୍ର ରୋଜଗାରିଆ । ଆଉ ଏବେ ସେ ଶଯ୍ୟାଶାୟୀ ।ଯେଉଁଥି ପାଇଁ ତାଙ୍କୁ ସହିବାକୁ ପଡୁଛି ଅନେକ ଦୁଖ ଆଉ କଷ୍ଟ । ଗୋଟିଏ ପଟେ ଅଭାବୀ ଜୀବନ ଆଉ ରୋଗ ଯନ୍ତ୍ରଣାର ବୋଝ ।ଡାକ୍ତରଙ୍କ କହିବା ଅନୁଯାୟୀ ପର୍ସନ୍ନଙ୍କୁ ଫିଜିଓ ଥେରାପିର ଆବଶ୍ୟକତା ରହିଛି । କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଅସହାୟ ପରିବାରକୁ କେବଳ ଘର ଖଣ୍ଡିଏ ଛଡା ଆଉ କୌଣସି ସରକାରି ସହାୟତା ମିଳିନାହିଁ.। ତେଣୁ ପ୍ରସନ ଓ ତାଙ୍କ ସମ୍ପର୍କୀୟ ସହାୟତା ପାଇଂ ସରକାର ଓ ପ୍ରଶାସନ କୁ ନିବେଦନ କରିଛନ୍ତି।

  • ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ, ଭିଡିଓ ବେଳେ ଚିହିଁକି ଉଠିଲା ମାଲିକ

    ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ, ଭିଡିଓ ବେଳେ ଚିହିଁକି ଉଠିଲା ମାଲିକ

    ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ ହେଲା ବୋଲି ଚିହିଁକି ଉଠିଲା ଫ୍ୟାକ୍ଟ୍ରି ମାଲିକ । କହିଲା ଭିଡିଓ ବନ୍ଦ କର । ଏମିତି ଏକ ଘଟଣା ଦେଖିବାକୁ ମିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ତାଡଦା ପଞ୍ଚାୟତ ଶାସନ ଗ୍ରାମରେ ।

    ସୂଚନା ମୁତାବକ ଦୀର୍ଘ ଦିନ ଧରି ବେଆଇନ ଭାବେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବିନା ପ୍ୟାକିଂ ଓ ଏକ୍ସପାଏରୀ ତାରିଖ କିମ୍ବା କୌଣସି ସରକାରୀ ସିକୃତି ନଥାଇ ପ୍ଲାଷ୍ଟିକ ଡ୍ରମ ଓ ବୋତଲରେ ବିଶୁଦ୍ଧ ପାନୀୟ ଜଳ ଦର୍ଶାଇ ବେଧଡକ ବ୍ୟବସାୟ କରୁଥିଲେ ସୁଶିଲ କୁମାର ପ୍ରଧାନ । ଏହି ପାଣିକୁ ବସ୍ତା, ବାଲିଆପାଳ, ଜଳେଶ୍ଵର ଆଦି ଅଞ୍ଚଳରେ ବିକ୍ରି କରୁଥିଲେ । ଏନେଇ ପୂର୍ବରୁ ଖାଦ୍ୟ ନିରାପତ୍ତା ଟିମ୍ ପକ୍ଷରୁ କମ୍ପାନୀ ମାଲିକ ସୁଶିଲ କୁମାର ପ୍ରଧାନଙ୍କୁ ବାରମ୍ବାର ନୋଟିସ କରାଯାଇଛି । ମାତ୍ର କୌଣସି ନୋଟିସର ଜବାବ ନଦେଇ ପାଣି ପ୍ୟାକିଂ ଓ ସପ୍ଲାଏ ଜାରି ରଖିଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବସ୍ତା ତହସିଲଦାର ରଧାରଞ୍ଜନ ଦାସ ଓ ବସ୍ତା ପୋଲିସଙ୍କ ଉପସ୍ଥିତିରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରିଣୀ ଅନୁଶ୍ରୀ ଖଟୁଆ, ଜଳେଶ୍ଵର ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ବେହେରାଙ୍କ ସମେତ ହେଲଥ ସୁପରଭାଇଜର ଗଦାଧର ବେହେରା ପ୍ରମୁଖ ସେହି ବେଆଇନ ପାଣି ଫ୍ୟାକ୍ଟ୍ରିକୁ ସହିତ ଶିଲ କରିଥିଲେ । ଖାଦ୍ୟ ନିରାପତ୍ତା ଲାଇସେନ୍ସ , ପିଓରିଟୀ ରିପୋର୍ଟ, କେମିକାଲ ରିପୋର୍ଟ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନହେବା ଯାଏଁ ପ୍ଲାଣ୍ଟ କୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପି କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସଂପୃକ୍ତ ପ୍ଲାଣ୍ଟ ପରିଚାଳକ ପ୍ରଧାନଙ୍କୁ ଚେତାବନୀ ଦିଆଯାଇଛି।

  • ଅକ୍ଷୟଙ୍କ ଠାରୁ ଛାଡାଇ ଆଣିଲେ କମେଡି ଷ୍ଟାର କପିଲ ଶର୍ମା

    ଅକ୍ଷୟଙ୍କ ଠାରୁ ଛାଡାଇ ଆଣିଲେ କମେଡି ଷ୍ଟାର କପିଲ ଶର୍ମା

    ଅକ୍ଷୟ କୁମାରଙ୍କ ବଦଲା ନେଲେ କମେଡିଆନ କପିଲ ଶର୍ମା । କଣ ଆଶ୍ଚର୍ଯ୍ୟ ଲାଗୁଛି ନା । ଆପଣ ଭାବୁଥିବେ ଅକ୍ଷୟ କୁମାର ଏବଂ କପିଲ ଶର୍ମଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ । କାହିଁକି ନା ଅକ୍ଷୟ ତାଙ୍କ ସବୁ ଫିଲ୍ମର ପ୍ରୋମୋସନ ପାଇଁ ଦ କପିଲ ଶର୍ମା ଶୋକୁ ବାଛିଥାନ୍ତି । ସେମାନଙ୍କ ଭିତରେ ବେଶ ମଜା ମଜଲିସ ମଧ୍ୟ ଚାଲେ । ହେଲେ ହଠାତ୍ ଏମିତି କଣ ହୋଇଗଲା ।

    ବାସ୍ତବରେ କପିଲ ଶର୍ମା ପୂର୍ବରୁ ଏକ ବିଜ୍ଞାପନ କରିଥିଲେ, ଯାହାକୁ ଗତ ବର୍ଷ ଅକ୍ଷୟ କୁମାର ହାତେଇ ନେଇଥିଲେ । ଆଉ ଏ କଥା କପିଲ ଶର୍ମା ଶୋରେ ହସି ହସି କହିଥିଲେ କପିଲ । ଯାହାର ମୂଳ କଥାକୁ ବୁଝିପାରିନଥିଲେ ଦର୍ଶକ । ହେଲେ ଏବେ ପୁଣି ସେହି ବିଜ୍ଞାପନକୁ ପୁନଶ୍ଚ ହାତେଇ ନେଇଛନ୍ତି କପିଲ ।
    ପଲିସିର ଗୋଟିଏ ନୂଆ ଆଡ ଆସୁଛି ଯେଉଁଥିରେ କପିଲ ଶର୍ମା ନଜର ଆସୁଛନ୍ତି । ଏହି ଆଡରେ କପିଲଙ୍କ ସହିତ ଇନଫ୍ଲୁଏନସର ଅଗୁ ଷ୍ଟାନଲି ମଧ୍ୟ ନଜର ଆସୁଛନ୍ତି ।

    ଅକ୍ଷୟ କୁମାର ଥରେ ତାଙ୍କ ଚଳଚ୍ଚିତ୍ର ସୂର୍ଯ୍ୟବନ୍ସିର ପ୍ରମୋସନ ପାଇଁ ଦି କପିଲ ଶର୍ମା ସୋ’କୁ ଆସିଥିଲେ । ଯେଉଁଠାରେ କପିଲ ଅକ୍ଷୟଙ୍କୁ ତାଙ୍କ କାମକୁ ମଜା ଉଡାଇଥଲେ । ମଜାରେ କପିଲ କହିଥିଲେ ଏକାବେଳକେ ୮ଟି ଫିଲ୍ମ, ଆଉ ମୋ ଭଳି କେହି ଯିଦି ଛୋଟ ମୋଟ ବିଜ୍ଞାପନ ଫିଲ୍ମ କରୁଛନ୍ତି, ତାହା ବି ଛଡେଇ ନେଉଛନ୍ତି । ସେହି ଶୋରେ କପିଲ ଆହୁରି କହିଥିଲେ ଯେ,ଗୋଟିଏ ବିଜ୍ଞାପନ କରିଥିଲି, ବହୁତ ଭଲ ବି ଚାଲିଥିଲା ​। ମୁଁ ଭାବିଲି ଠିକ ଅଛି, ଆସନ୍ତା ବର୍ଷ ମତେ ପୁଣି ଡାକିବେ । ଆସନ୍ତା ବର୍ଷ ମୁଁ ୟାଙ୍କୁ ଯମରାଜ ବେଶରେ ଦେଖିଲି ଆଉ ସିଏ କହୁଛନ୍ତି ନିଜ ପଲିସି କରାନ୍ତୁ । ଆଉ କପିଲଙ୍କ ହାତରେ ସେହି ଆଡ ପଡିବା ପରେ ଫ୍ୟାନ୍ ମନେ ବେଶ ଖୁସି ।

  • ବଦଳିଲେ କଟକର ଜିଲ୍ଲାପାଳ

    ବଦଳିଲେ କଟକର ଜିଲ୍ଲାପାଳ

    ବଦଳିଲେ କଟକର ଜିଲ୍ଲାପାଳ ଭବାନୀ ସଙ୍କର ଚୟନୀ । ମିଳିଲା ନୂଆ ଦାୟିତ୍ୱ ଜିଲ୍ଲାପାଳ ପଦରୁ ବଦଳି କରାଯାଇ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି କଟକର ନୂଆ ଜିଲ୍ଲାପାଳ ଭାବେ ନରହରି ସେଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ବାନୀ ଶଙ୍କରଙ୍କ ବଦଳରେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ ନରହରୀ ସେଠୀ ।ଅନ୍ୟପଟେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ତେବେ ଭବାନୀ ଶଙ୍କରଙ୍କୁ ତାଙ୍କ ସ୍ଥାନକୁ ବଦଳି କରାଯାଇ ନରହରିଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

  • ନିଜ ଜନ୍ମ ଦିନରେ ଦିନିକିଆ ଶତକର ବାଦଶାହା ହେବେ କୋହଲି, ଭାଙ୍ଗିବେ ସଚିନଙ୍କ ରେକର୍ଡ!

    ନିଜ ଜନ୍ମ ଦିନରେ ଦିନିକିଆ ଶତକର ବାଦଶାହା ହେବେ କୋହଲି, ଭାଙ୍ଗିବେ ସଚିନଙ୍କ ରେକର୍ଡ!

    କ୍ରିକେଟରେ ପ୍ରତ୍ୟକ ଦିନ ରେକର୍ଡ ତିଆରି ହେଉଛି ଆଉ ଭିଙ୍ଗୁଛି ମଧ୍ୟ । ଏମିତି ଏକ ବିରଳ ରେକର୍ଡର ନିକଟତ ହୋଇଛନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । କୋହଲି ଏହି ରେକର୍ଡ ପାଇଁ ଆଉ ମାତ୍ର ଦୁଇ ପାଦ ପଛରେ ଅଛନ୍ତି । ଏମିତି ହେଲେ କୋହଲି ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ଶତକ ହାସଲ କରିଥିବା ଖେଳାଳୀ ପାଲଟିଯିବେ ।

    ସମସ୍ତେ ଜାଣନ୍ତି ଭାରତର କିମ୍ବଦନ୍ତୀ ଖେଳାଳୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ । କାରଣ ତାଙ୍କ ନାଁରେ ଟେଷ୍ଟ ଏବଂ ଦିନିକିଆରେ ସବୁଠୁ ଅଧିକ ଶତକ ସହ ଉଭୟ ଫର୍ମାଟରେ ସବୁଠୁ ଅଧିକ ରନର ମଧ୍ୟ ରେକର୍ଡ ରହିଛି । ସଚନ ଟେଷ୍ଟରେ ୫୧ଟି ଏବଂ ଦିନିକଆରେ ୪୯ଟି ଶତକ ହାସଲ କରିଛନ୍ତି । ଯାହାକୁ କେହି କେବେ ଛୂଇଁବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ଚାଲିଥିଲା । ହେଲେ ଏବେ ତାହା ଭାଙ୍ଗିବାକୁ ଯାଉଛନ୍ତି ଷ୍ଟାର କ୍ରିକେଟର ବିରାଟ କୋହଲି । ଆଉ ଏହାକୁ ନେଇ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଆସନ୍ତା ନଭେମ୍ବର ୫ ତାରିଖରେ ବିରାଟ କୋହଲିଙ୍କ ଜନ୍ମଦିନ। ଆଉ ଏହା ହିଁ ସବୁ ରେକର୍ଡ ଭାଙ୍ଗିବାର ପ୍ରକୃତ ସମୟ । ସେ ଆହୁରି କହିଛନ୍ତି, ବିରାଟ କୋହଲି ନିଜର ୫୦ତମ ଦିନିକିଆ ଶତକ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ହାସଲ କରିବେ । କିଛି ଏଭଳି ହେବ ବୋଲି ମୋତେ ଲାଗୁଛି ।

    ଜନ୍ମଦିନରେ ୫୦ତମ ଦିନିକିଆ ଶତକ ହାସଲ କଲେ କୋହଲି ସଚିନଙ୍କ ଶତକ ରେକର୍ଡ ଭାଙ୍ଗିବେ । ଏବେ କୋହଲିଙ୍କର ଦିନିକିଆରେ ୪୮ଟି ଶତକ ଥିବା ବେଳେ ସଚିନଙ୍କର ରହିଛି ୫୦ ଶତକ । ତେଣୁ ବିରାଟଙ୍କ ପାଖେ ଦିନିକିଆରେ ସଚିନଙ୍କ ଶତକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ହେଲେ ଅନ୍ତର୍ଜାତୀୟ କ୍ରିକେଟର ଉଭୟ ଫର୍ମାଟରେ ସଚିନ ୧୦୦ଟି ଶତକ ହାସଲ କରିଛନ୍ତି । ଯାହାର ଅନେକ ପଛରେ ଅଛନ୍ତି କୋହଲି । ତେଣୁ, ସୁନିଲ ଗାଭାସ୍କରଙ୍କ ଭବିଷ୍ୟବାଣୀ ସତ ହେବ ବୋଲି କ୍ରିକେଟ ପ୍ରେମୀ ଆଶା ବାନ୍ଧି ବସିଛନ୍ତି ।

    ଚଳିତ ଦିନିକିଆ ବିଶ୍ୱକପରେ କୋହଲି ଦମଦାର ଫର୍ମରେ ରହିଛନ୍ତି । ୫ଟି ମ୍ୟାଚରୁ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ କୋହଲି ୩୫୪ ରନ୍ କରିଛନ୍ତି । କୋହଲି ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଆସନ୍ତା ୨୯ରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ କୋହଲି ଆଉ ଏକ ଶତକ ମାରିବେ ବୋଲି ଆଶା କରିଛନ୍ତି କ୍ରିକେଟପ୍ରେମୀ । ଆସନ୍ତା ନଭେମ୍ବର ୨ରେ ଶ୍ରୀଲଙ୍କା ଓ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।

  • ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ “କରୱାଚୌଥ୍ – ୨୦୨୩” ରେ ମହିଳାଙ୍କ ଜଲୱା

    ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ “କରୱାଚୌଥ୍ – ୨୦୨୩” ରେ ମହିଳାଙ୍କ ଜଲୱା

    ସ୍ବାମାଙ୍କ ଦୀର୍ଘ ଆୟୁଷ କାମନା କରି ପାଳନ କରାଯାଏ କରୱାଚୌଥ୍ ।ତେବେ ଏହି ବ୍ରତ କାର୍ତ୍ତିକ ମାସ କୃଷ୍ଣ ଚତୁର୍ଥି ତିଥିରେ ପାଳନ କରାଯାଏ । ଏହି ଦିନ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ସୂର୍ଯ୍ୟ ଉଦୟ ପୂର୍ବରୁ ନିର୍ଜଳା ଉପବାସ କରି ବ୍ରତ ଆରମ୍ଭ କରିଥାନ୍ତି ଏବଂ ରାତିରେ ଉଦିତ ଚନ୍ଦ୍ରକୁ ଦର୍ଶନ କରିବା ପରେ ବ୍ରତ ବା ଉପବାସ ଶେଷ କରିଥାନ୍ତି । ଏଥିରେ ବିବାହିତ ମହିଳା ମାନେ ଗୋଟିଏ ଜାଗାରେ ଏକତ୍ରିତ ହୋଇ ଏହି ପୂଜା କରିଥାନ୍ତି ।

    ତେବେ ଏହି କରୱାଚୌଥକୁ ନେଇ ରାଉରକେଲାରେ ଅନୁଷ୍ଠିତ ହୋଇଛି ଏକ ଭବ୍ୟ ପ୍ରତିଯୋଗିତା । ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ ପକ୍ଷରୁ “କରୱାଚୌଥ୍ – ୨୦୨୩” କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ ହୋଇଛି । ରାଉରକେଲା ହୋଟେଲ ରିଜେନ୍ସି ଇନ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେବା ସହିତ ନୃତ୍ୟ,ଗୀତ, ରାମ୍ପ ୱାକ ଆଦି ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଏବଂ ସେଥିରେ ବିଜୟ ଲାଭ କରିଥିବା ପ୍ରତିଯୋଗିତାଙ୍କୁ ପୁରଷ୍କାର ମଧ୍ୟ ଦିଆଯାଇଥିଲା ।

    ପ୍ରଦୀପ ପ୍ରଜ୍ଜ୍ୱଳନ କରି କରୱାଚୌଥ୍ – ୨୦୨୩ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହିତ ସିଦ୍ଧି ବିନାୟକ ଗ୍ରୁପ ଦ୍ୱାରା ଗଣେଶ ବନ୍ଦନା କରାଯାଇଥିଲା । ଏହାପରେ ସଭାପତି ରୋଟାରୀଆନ କିରଣ ଅରୋରା ଉପସ୍ଥିତ ପ୍ରତିଯୋଗୀ, ସଂଗଠକ ଏବଂ ଗଣମାଧ୍ୟମ ଉଦ୍ଧେଶ୍ୟରେ ଉଦ୍ବୋଧନ ଦେଇଥିଲେ ।

    “କରୱାଚୌଥ୍ – ୨୦୨୩” ର ମୁଖ୍ୟ ବିଚାରକ ଭାବରେ ରୋଟାରୀଆନ ହରପାଳ ରୂପରା, ରୋଟାରୀଆନ ଆଭା ମୋହୁନ୍ତ, ରୋଟାରୀଆନ ରଶ୍ମି ଅଗ୍ରୱାଲ, ରୋଟାରୀଆନ ଶ୍ଵେତା ମଣ୍ଡଳ ପ୍ରମୁଖ ଯୋଗଦାନ କରିଥିଲେ । ଏହାପରେ, ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମନୀଷା ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

    “କରୱାଚୌଥ୍ – ୨୦୨୩” ରେ ଅନୁଷ୍ଠିତ ହୋଇଥିବା Ramp Walk ର ପ୍ରଥମ ରାଉଣ୍ଡ Sparkling Diva ୨୦୧୯ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ପ୍ରଥମ ରାଉଣ୍ଡର ପରିସମାପ୍ତି ପରେ ଝଟକା ରାଉଣ୍ଡ -୧ ରେ ରୋଟାରୀଆନ କାଞ୍ଚନ ଅଗ୍ରୱାଲ ଏବଂ ରୋଟାରୀଆନ ଋତୁ ଜୈନ ପୁରସ୍କାର ପ୍ରଦାନ କରିଥିଲେ ।

    ସେହିପରି, Ramp Walk ର ଦ୍ଵିତୀୟ ରାଉଣ୍ଡ Ravishing Diva ୨୦୧୨ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିବାବେଳେ, ଝଟକା ରାଉଣ୍ଡ -୨ ରେ ରୋଟାରୀଆନ ସଂଗୀତ ଏବଂ ରୋଟାରୀଆନ ରଶ୍ମି ମହାଜନ ପୁରସ୍କାର ପ୍ରଦାନ କରିଥିଲେ

    ସୂଚନା ଅନୁସାରେ, Ramp Walk ର ତୃତୀୟ ରାଉଣ୍ଡ Forever Young ୨୦୧୮ ର ବିଜେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଯେତେବେଳେକି, ଝଟକା ରାଉଣ୍ଡ -୩ ରେ ରୋଟାରୀଆନ ମନୀଷା ଏବଂ ରୋଟାରୀଆନ ରଶ୍ମି ଖେମାନି ପୁରସ୍କାର ବିତରଣ କରିଥିଲେ ।

    ସେହିପରି, ଝଟକା ରାଉଣ୍ଡ – ୪ ରେ ରୋଟାରୀଆନ ପ୍ରତିମା ଗର୍ଗ ଏବଂ ରୋଟାରୀଆନ ଶ୍ଵେତା ଜୈନ ପୁରସ୍କାର ବିତରଣ କରିଥିଲେ । ଝଟକା ରାଉଣ୍ଡ – ୪ ଶେଷ ହେବା ପରେ , Bollywood Divas ଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

    ଉପସ୍ଥିତ ଦର୍ଶକ ମଣ୍ଡଳୀ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହ କରତାଳି ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।