Category: ମୁଖ୍ୟ ଖବର

  • ହାତୀ ଉପଦ୍ରବ, ଭାଙ୍ଗିଲେ ଘର

    ହାତୀ ଉପଦ୍ରବ, ଭାଙ୍ଗିଲେ ଘର

    କେନ୍ଦୁଝର ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଉପଦ୍ରବ। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ୧୮ ଟିକିଆ ହାତୀ ପଲଙ୍କ ଉତ୍ପାତ ଦୀର୍ଘ ଦିନ ଧରି ଜାରି ରହିଛି। ବନ ବିଭାଗର ଅପାରଗତା ପାଇଁ ହାତୀ ଅଞ୍ଚଳ ଛାଡିବାର ନାଁ ନେଉ ନାହାନ୍ତି। ନିୟନ୍ତ୍ରଣ ବାହାରକୁ ଗଲାଣି ହାତୀଙ୍କ ଉତ୍ପାତ। ପୂର୍ବରୁ ଫସଲ ନଷ୍ଟ କରୁଥିବା ହାତୀ ଏବେ ଗାଁ ଭିତରେ ପସି ଭାଙ୍ଗିଲେଣି ଘର। ମୟୁରଭଞ୍ଜ ପଟୁ ଚମ୍ପୁଆ ରେଞ୍ଜ ଅଞ୍ଚଳକୁ ପଶିଆସିଥିବା ଏହି ହାତୀ ପଲ ଉଖୁଣ୍ଡା ସେକ୍ସନର ଜାଲି ଜଙ୍ଗଲରେ ରହିଛନ୍ତି। ରାତି ହେଲେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛନ୍ତି। ଏମାନଙ୍କୁ ନିୟନ୍ତ୍ରଣ କରିବାରେ ବନବିଭାଗ ଵିଫଳ ହେବା ସହ ହାତୀ ପଲ ଗାଁରେ ପଶି ଗତରାତିରେ ଘର ଅନନ୍ତ ନାଏକ ଓ ମୀନା ମାଝୀଙ୍କ ଭାଙ୍ଗିବା ସହ ଧାନ ଖାଇଯାଇଛନ୍ତି। ଯାହାକୁ ନେଇ ଅସନ୍ତୋଷ ପୁଞ୍ଜିଭୂତ ହେଉଛି।

    ତେବେ ସୌଭାଗ୍ୟବଶତଃ ଘର ଲୋକେ ଅନ୍ୟ ଘରେ ଶୋଇଥିବାରୁ ହାତୀ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି। ହାତୀ ଗାଁରେ ପଶି ଘର ଭାଙ୍ଗୁଥିଲେ ମଧ୍ୟ ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ କୌଣସି ସୂଚନା ଦେବା ତ ଦୂର କଥା କାହାରି ଦେଖା ଦର୍ଶନ ମଧ୍ୟ ମିଳି ନ ଥିଲା। ବିଭାଗର ଏପରି ଅପାରଗତା ଧୀରେ ଧୀରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରୁଛି ।

  • ‘ଓପିଟିସିଏଲର ମନମାନୀରେ ବୁଡିବ ୫ଖଣ୍ଡ ପଞ୍ଚାୟତର ଚାଷ ‘

    ‘ଓପିଟିସିଏଲର ମନମାନୀରେ ବୁଡିବ ୫ଖଣ୍ଡ ପଞ୍ଚାୟତର ଚାଷ ‘

    ଓପିଟିସିଏଲ ପ୍ରକଳ୍ପକୁ ନେଇ ଉତ୍ତେଜନା। ସରକାର ତଥା କମ୍ପାନୀ ସ୍ଥାନୀୟ ଲୋକଙ୍କୁ ସର୍ବସ୍ବାନ୍ତ କରିବାକୁ ମସୁଧା କରୁଥିବା ହେଉଛି ଅଭିଯୋଗ। ଜନଶୁଣାଣିରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ କରି ପ୍ରକଳ୍ପ କାମ ଆରମ୍ଭକୁ ବିରୋଧ କରୁଛନ୍ତି ଲୋକେ। ଯାହାକୁ ନେଇ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଇବ୍ରିସିଂ ପଞ୍ଚାୟତବାସୀ ଆନ୍ଦୋଳନ ପାଇଁ ହେଉଛନ୍ତି ସଜ।


    ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତ ଯାଆଁବେଡୁଆଁ ଗ୍ରାମ ପିପଳ ଦଣ୍ଡାରେ ଓ.ପି.ଟି.ସି.ଏଲ ପକ୍ଷରୁ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯିବାକୁ ଲୋକେ ବିରୋଧ କରୁଛନ୍ତି। ସେମାନଙ୍କ ମୁତାବକ, ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ତିର୍ତ୍ତୋଲ ତହସିଲଦାରଙ୍କ ପକ୍ଷରୁ ୨୦୨୧ ମସିହାରେ ପ୍ରକଳ୍ପ ପାଇଁ ଯାଆଁବେଡୁଆଁ ଗ୍ରାମରେ ଜନଶୁଣାଣୀ କରାଯାଇଥିଲା। ଏଥିରେ ସ୍ଥାନୀୟ ଲୋକେ ଦାବି କରିଥିଲେ କି, ଚାଷଜମିକୁ ରାସ୍ତା,ଅଞ୍ଚଳର ଜଳନିଷ୍କାସନ ପାଇଁ ଜମି ଓ ଚାଷୀଙ୍କ ଶସ୍ୟ ଅମଳ ପାଇଁ ଖଳା ଜମି ସହ ପ୍ରକଳ୍ପ ନିର୍ମାଣରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ। ସବୁ ଦାବି ପୂରଣ ହେବ ଓ ଦାବି ପୂରଣ ପରେ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଦାବି ପୂରଣ ନ କରି ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯିବାରୁ ସ୍ଥାନୀୟ ୪-୫ଟି ପଞ୍ଚାୟତର ଚାଷ ଜମି ବର୍ଷା ଋତୁରେ ପାଣିରେ ବୁଡିଯିବ ବୋଲି ଅଭିଯୋଗ ହେଉଛି। ଏପରି ହେବା ଦ୍ବାରା ଲୋକେ ଚାଷ ହରାଇବେ। ଏନେଇ ବାରମ୍ବାର ତହସିଲଦାରଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି।

    ଏହି ଗୋଚର ଜମି ଆଖପାଖ ବହୁ ଗାଁର ଗୋରୁ ଗାଈଙ୍କ ଚାରଣରେ ଲାଗୁଥିଲା। କିଛି ସ୍ଥାନୀୟ ଗରିବ ଲୋକେ ଏହାକୁ ବ୍ୟବହାର କରି କିଛି ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ। ପ୍ରକଳ୍ପ ନିର୍ମାଣ ଦ୍ବାରା ସେମାନଙ୍କ ପେଟ ଅପୋଷା ରହିବ। ଅନ୍ୟପଟେ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆ ନ ଯିବାକୁ ମଧ୍ୟ ଲୋକେ ବିରୋଧ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦାବି ପୁରଣ ନହେଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦିଆଯାଇଛି ଚେତାବନୀ।

    ସୂଚନା ଯୋଗ୍ୟ, ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତ ଯାଆଁବେଡୁଆଁ ଗ୍ରାମ ପିପଳ ଦଣ୍ଡାରେ ଓ.ପି.ଟି.ସି.ଏଲ ପକ୍ଷରୁ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ୫୫ନମ୍ବର ଜାତୀୟ ରାଜପଥ ଓ ୧୨ନମ୍ବର କେନାଲକୁ ଲାଗି ଥିବା ପିପଳା ଦଣ୍ଡାର ୫୪ ଏକର ଜମିରେ ଆଠଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଏହାର ନିର୍ମାଣ ହେବ। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ୍ ଦ୍ବାରା ଜିଲ୍ଲା ସମେତ ପାରାଦ୍ୱୀପ ଶିଳ୍ପାଞ୍ଚଳକୁ ବିଦ୍ୟୁତ ସରବରାହକୁ ସୁବ୍ୟବସ୍ଥିତ କରାଯିବାକୁ ଯୋଜନା ରହିଛି।

  • ଓଡିଶାର କାଶ୍ମୀରରେ ଇକୋ ରିଟ୍ରିଟ୍

    ଓଡିଶାର କାଶ୍ମୀରରେ ଇକୋ ରିଟ୍ରିଟ୍

    ଶୀତ ଆସିଲେ କନ୍ଧମାଳର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାରୁ ଏଠାର ପର୍ଯ୍ୟଟନ ଶିଳ୍ପକୁ ଆହୁରି ଅଧିକ ସୁଦୃଢ କରିବାକୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍। ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ଅନୁଦାନରେ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ଚଳିତ ବର୍ଷର ଇକୋ ରିଟ୍ରିଟର ଶୁଭ ଉଦ୍ଘାଟନ କରିଥିବା ବେଳେ ଦାରିଙ୍ଗବାଡ଼ିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏହାର ଉଦଘାଟନ କରିଛନ୍ତି । ଏଥିରେ ରହିବା ପାଇଁ ଲଗ୍ଜୁରୀ ଟେଣ୍ଟ ସହ ବାହାର ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନ୍ ଲାଇନ୍ ବୁକିଂ ବ୍ୟବସ୍ଥା କରାଯାଉଛି। ବିଜେଡି ମୁଖପାତ୍ର ଲେନୀନ ମହାନ୍ତି ଇକୋ ରିଟ୍ରିଟକୁ ନେଇ କହିଛନ୍ତି କି, ରାଜ୍ୟର ବିଭିନ୍ନ ସ୍ଥାନରେ ଇକୋ ରିଟ୍ରିଟ ହେଉଅଛି।ଏଥିରେ ଦାରିଙ୍ଗବାଡ଼ି ଅଞ୍ଚଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ। ଜିଲ୍ଲାପାଳ କହିଛନ୍ତି କି କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସୌନ୍ଦର୍ଯ୍ୟରେ ଭରପୁର। ସେଥି ମଧ୍ୟରୁ ଦାରିଙ୍ଗବାଡ଼ି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଗୁଆ ଭାବରେ ନଭେମ୍ବର୧ରୁ ଏହାକୁ ଆରମ୍ଭ କରାଯାଇଛି

    ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଏସ ପି ଶୁଭେନ୍ଦୁ କୁମାର ପାତ୍ର, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।

  • ସହଦେବଖୁଣ୍ଟା ରୟାଲ କ୍ଲବ ସିଲ

    ସହଦେବଖୁଣ୍ଟା ରୟାଲ କ୍ଲବ ସିଲ

    ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ରୟାଲ କ୍ଲବକୁ ସିଲ କଲା ପୌରପାଳିକା। ସରକାରୀ ଜମିରେ କ୍ଲବ ଘର ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ତହସିଲଦାରଙ୍କ ଉପସ୍ଥିତିରେ ପୌରପାଳିକା ପକ୍ଷରୁ ଏହି କ୍ଲବ ସିଲ କରାଯାଇଛି। ଏକେ ତ କ୍ଲବ ସରକାରୀ ଜମିରେ ନିର୍ମାଣ ହୋଇଛି ଦୁଇରେ କ୍ଲବ ପରିସରରେ ଏକ ଟାୱାର ମଧ୍ୟ ନିର୍ମାଣ କରାଯାଇଛି। ସରକାରୀ ଜମିରେ ବେଆଇନ କୋଠା ଓ ଟାୱାର ନିର୍ମାଣ ଅଭିଯୋଗରେ କ୍ଲବ ସିଲ କରାଯାଇଛି। ଏନେଇ ପୂର୍ବରୁ କ୍ଲବ ସଭାପତିଙ୍କୁ ନୋଟିସ କରାଯାଇଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଉନ୍ନତି ନିମନ୍ତେ ଏହି କ୍ଲବ ବିଭିନ୍ନ କାର୍ଯ୍ୟ କରୁଛି। ଅନେକ ଲୋକଙ୍କୁ ସାହାଯ୍ୟ କରୁଛି ବୋଲି ସଭାପତି କହିବା ସହ ନୋଟିସକୁ ନେଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ପକ୍ଷରୁ ମଧ୍ୟ ଷ୍ଟେ ଅର୍ଡର ଦିଆଯାଇଛି। ଏପରି ସ୍ଥଳେ କାହିଁକି କ୍ଲବ ସିଲ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସଭାପତି।

    କ୍ଲବ ସିଲ କାର୍ଯ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଭୟରେ ସ୍ଥାନୀୟ ପୋଲିସ ମଧ୍ୟ ମୁତୟନ ଥିଲା। ତେବେ କୋର୍ଟଙ୍କ ରାୟକୁ ଅବମାନନା କରାଯାଇ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଇନଗତ ଲଢେଇ ଜାରି ରହିବ ବୋଲି କ୍ଲବ ସଦସ୍ୟ କହିଛନ୍ତି।

  • ଦୁର୍ଘଟଣାରେ ପତ୍ନୀ ମୃତ, ପତି ସଙ୍କଟାପନ୍ନ: କ୍ଷତିପୂରଣ ଦାବିରେ ରାସ୍ତାରୋକ

    ଦୁର୍ଘଟଣାରେ ପତ୍ନୀ ମୃତ, ପତି ସଙ୍କଟାପନ୍ନ: କ୍ଷତିପୂରଣ ଦାବିରେ ରାସ୍ତାରୋକ

    ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ମୁନି ନିକଟରେ ଏକ ପିକଅପ୍ ଭ୍ୟାନ ବାଇକକୁ ଧକ୍କା ଦେବାରୁ ବାଇକରେ ଥିବା ଦମ୍ପତିଙ୍କ ମଧ୍ୟରୁ ପତ୍ନୀଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀଙ୍କ ଅବସ୍ଥା ସଂକଟାପନ୍ନ। ଦୁର୍ଘଟଣାର ଶିକାର ଦମ୍ପତି ହେଉଛନ୍ତି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓରାସାହି ପଂଚାୟତ ବାଘଟନା ଗାଁର ଦେବେନ୍ଦ୍ର ରାଉଳ ଓ ତାଙ୍କ ସ୍ତ୍ରୀ ଅନିତା ନାୟକ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା, ଲୋକେ ରାସ୍ତାରୋକକୁ ଓହ୍ଲାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ସ୍ଥାନୀୟବାସିନ୍ଦା ଦମ୍ପତିଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେମାନଙ୍କ ଅବସ୍ଥା ସଂଗୀନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ କଟକରେ ପତ୍ନୀଙ୍କ ମୃତ୍ୟୁ ହୋଇଛି। ସେପଟେ ଭ୍ୟାନ ବାଇକକୁ ଧକ୍କା ଦେଇ ଉଲଟି ପଡିଥିଲା। ଚାଳକ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଧନବିଲରୁ ତାଙ୍କୁ ଧରିଥିଲେ। ଖବର ପାଇ ଚାନ୍ଦବାଲି ପୋଲିସ ପହଞ୍ଚିବା ପରେ ଚାଳକକୁ ଚାନ୍ଦବାଲି ପୋଲିସ ଜିମା ଦେଇଥିଲେ । ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଚାନ୍ଦବାଲି ଆଇଆଇସି ପଞ୍ଚାନନ ମୋହାନ୍ତି ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା ଓ ଗାଡ଼ିଚଳାଚଳ ସ୍ବାଭାବିକ୍ ହୋଇଥିଲା ।

  • ସମୁଦ୍ରରେ ମାଛ ଧରା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବି

    ସମୁଦ୍ରରେ ମାଛ ଧରା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବି

    ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା ଲାଗୁ କଲେ ସରକାର। ଯାହାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବି। କଇଁଛ ସୁରକ୍ଷା ପାଇଁ ସରକାର ସାତ ମାସର କଟକଣା ଟ୍ରଲର ମାଲିକ ଓ ମତ୍ସ୍ୟଜୀବିଙ୍କୁ ପକାଇଛି ଚିନ୍ତାରେ। ନଭେମ୍ବର ୧ ରୁ ମଇ ୩୧ ଯାଏ ଉପକୁଳ ରୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ କଟକଣା ଜାରି କଲେ ସରକାର। ତେବେ କଇଁଛ ଙ୍କ ସୁରକ୍ଷା ପାଇଁ ସରକାର ଯେମିତି ତର୍ତରତା ଦେଖାୁଛନ୍ତି ସେମିତି ମତ୍ସ୍ୟଜୀବିଙ୍କ କଥା ମଧ୍ୟ ଚିନ୍ତା କରିବାକୁ କହିଛନ୍ତି ପାରାଦ୍ବିପ ମେରାଇନ କୋପରେଟିଭ୍ ସୋସାଇଟର ସଭାପତି ପୁରନ୍ଦର ବିଶ୍ବାଳ

    ସରକାରଙ୍କ ନିୟମ ଅନୁଯାୟୀ ସମୁଦ୍ର କୂଳ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାଇ ମାଛ ଧରି ପାରିବେ ନାହିଁ। କାରଣ ଏହି ସମୟରେ ଦୂର ସମୁଦ୍ର କୂଳ କୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି ଲକ୍ଷ୍ୟ ଲକ୍ଷ୍ୟ କଇଁଛ। ଓଡିଶା ର ଦେବୀ , ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁ ରେ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର।ଆଉ ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

  • ବରିଷ୍ଟ ନାଗରିକ ମଞ୍ଚର ଆବାସ ଦୁର୍ନୀତି ଅଭିଯୋଗରେ ବ୍ଲକ ଆଗରେ ଆମରଣ ଅନଶନ

    ବରିଷ୍ଟ ନାଗରିକ ମଞ୍ଚର ଆବାସ ଦୁର୍ନୀତି ଅଭିଯୋଗରେ ବ୍ଲକ ଆଗରେ ଆମରଣ ଅନଶନ

    ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ଆବାସ ଗୃହ ଯୋଗାଇ ଦେଉଥିବା ବେଳେ କିଛି କୁଜିନେତା ଏବଂ ବିଭାଗୀୟ ଅଧିକାରୀ ଟଙ୍କା ନେଇ ଅଯୋଗ୍ୟ ହିତା ଧିକରୀ ମାନଙ୍କୁ ଆବାସ ଗୃହ ଯୋଗାଇ ଦେଉଥିବା ଅଭିଯୋଗ ଆସିଛି ଘଂଟେଶ୍ୱର ବାଜରପୂର ପଞ୍ଚାୟତରୁ ।ଏନେଇ ଚାନ୍ଦବାଲି ବ୍ଲକ ଆଗରେ ବଜରାପୁର ପଞ୍ଚାୟତରେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆମରଣ ଅନଶନ ଦେଖିବାକୁ ମିଳିଛି । ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ସରକାର ଆବାସ ଗୃହ ଆସୁଥିବା ବେଳେ କିଛି ଅଯୋଗ୍ୟ ହିତାଧିକାରୀ ଏହାର ଫାଇଦା ନେବା ପାଇଁ ଚେଷ୍ଟା କରିଛନ୍ତି।ଏହି ଘଟଣାର ବଜରାପୁର ଗ୍ରାମଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଏହାର ପ୍ରତିବାଦ କରିବାରୁ କିଛି କୁଚକ୍ରି ଆମରଣ ଅନଶନ କରୁଥିବା କଥା କହିଛନ୍ତି।ଚାନ୍ଦବାଲି ବିଡ଼ିଓ ଅନଶନ କାରି ମାନଙ୍କ ପାଖରେ ପହଞ୍ଚି ୧୫ଦିନ ଭିତରେ ଏହାର ସଠିକ୍ ତଦନ୍ତ କରି ସମାଧାନ କରିବା ପାଇଁ ପ୍ରତିସୃତି ଦେବାପରେ ଅନଶନକାରି ଘଟଣା ସ୍ଥଳରୁ ଓହୋରି ଥଲେ । କିନ୍ତୁ ଏ ଅଭିଯୋଗର ସଠିକ୍ ତଦନ୍ତ ପାଇଁ ଚାନ୍ଦବାଲି ବିଡ଼ିଓଙ୍କୁ ସୁପାରିଶ କରିଛନ୍ତି ।

    ଗୋଟିଏ ପଟେ ଯୋଗ୍ୟ ହୀତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ମମ୍ପୁର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ସରପଞ୍ଚ । ତେବେ କିଏ ସତ କହୁଛି ଏବଂ କିଏ ମିଛ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

  • ଏବେ ବି ବଞ୍ଚିଛି ଦଣ୍ଡନାଚ, ଲକ୍ଷ୍ମୀ ପୂଜା ଅବସରରେ ମଜା ନେଉଛନ୍ତି ଲୋକେ

    ଏବେ ବି ବଞ୍ଚିଛି ଦଣ୍ଡନାଚ, ଲକ୍ଷ୍ମୀ ପୂଜା ଅବସରରେ ମଜା ନେଉଛନ୍ତି ଲୋକେ

    କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଜିଆଣୀ ସାହିରେ ମହାଲକ୍ଷ୍ମୀ ପୂଜା ମହା ଆଡ଼ମ୍ବର ସହକାରେ ପାଳନ ହେଉଛି। ୩୦ ବର୍ଷ ହେବ ଏହି ଗ୍ରାମାଞ୍ଚଳରେ ନୀତି ନିୟମରେ ମାଆ ଲକ୍ଷ୍ମୀଙ୍କ ପୂଜା ହୋଇ ଆସୁଛି। ହଜାର ହଜାର ଲୋକ ପାଖଆଖରୁ ଆସି ମାଆଙ୍କ ଦର୍ଶନ କରି କୃପା ଲାଭ କରୁଛନ୍ତି। ଏହି ପୂଜା ପାଳନ ଅବସରରେ ଆୟୋଜକ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି। ସୁନ୍ଦର ମଞ୍ଚରେ ସ୍ଥାନୀୟ ଛୋଟ ଛୋଟ କୁନି ପିଲାମାନେ ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ସେହିପରି ଏବେ ଦଣ୍ଡ ନାଚ ସେଠାରେ ଅନୁଷ୍ଠିତ ହୋଇଛି । ବହୁ ଲୋକ ଏହା ଦେଖିବାକୁ ଆସି ବିମୋହିତ ହେଉଛନ୍ତି। ଦକ୍ଷିଣ ଓଡ଼ିଶାରେ ଦଣ୍ଡ ନାଚ ପରମ୍ପରା ଥିଲବା ବେଳେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦଣ୍ଡ ନାଚ ଗ୍ରପ ଅଛି ରହିଛି। ଏମାନେ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଏହି କଳାକୁ ବଞ୍ଚାଇ ରଖିଛନ୍ତି। ପାରମ୍ପରିକ ବିଷୟ ସହ ଆଧୁନିକ ଘଟଣାବଳୀ ଉପରେ ମଧ୍ୟ ନୃତ୍ୟ ପରିବେଷଣ କରିବା ଏହି ଦଣ୍ଡ ନୃତ୍ୟର ମୁଖ୍ୟ ଆକର୍ଷଣ ହୋଇଛି। ଏକ ପ୍ରାଚୀନ କଳାକୁ ଉତ୍ସାହିତ କରି ସୁଯୋଗ ଦେଇଥିବାରୁ ଏଠିକାର ଲକ୍ଷ୍ମୀ ପୂଜା କମିଟିକୁ ସମସ୍ତେ ପ୍ରଶଂସା କରିଛନ୍ତି

  • ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

    ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

    ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରେମୁଣା ବହୁମୁଖୀ କମ୍ୟୁନିଟି ହଲ୍‌, କଣ୍ଟିଆଚୋରା ନଦୀର ପୁନରୁଦ୍ଧାର, କ୍ଷୀରଚୋରା ଗୋପିନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଆଉ କେତେକ ସ୍କୁଲ ଓ କଲେଜର ରୂପାନ୍ତର। ସେହିପରି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ, ରଣସିଂହପୁର ଆଶ୍ରମ ସ୍କୁଲର ଉନ୍ନତୀକରଣ, ବାସୁଳୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ, Rural Institute of Higher Studies କଲେଜର ରୂପାନ୍ତର। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳେଶ୍ୱର ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏକ ସ୍କେଟିଙ୍ଗ ରିଙ୍ଗ୍‌ । ଏହା ଦ୍ୱାର ଜିଲ୍ଲାରେ କ୍ରୀଡାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ। ଏହା ସହିତ ସିଦ୍ଧେଶ୍ୱର କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଦିନକୃଷ୍ଣ କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ ଜଳେଶ୍ୱର ମହିଳା କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ । ସେହିପରି ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହନାଗା ହାଇସ୍କୁଲର ନିର୍ମାଣ ଓ ଅଧୁନିକୀକରଣ ଏବଂ ବାହନଗା ଗ୍ରାମପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ ଭାବେ ନିର୍ମାଣ, ବାହନାଗା ପ୍ରାଥମିକ ଚିକିତ୍ସାଳୟକୁ ‘ଆମ ହସ୍ପିଟାଲ’ ଭାବେ ଉନ୍ନତୀକରଣ, ଏହା ସହିତ ଦୁଇଟି ବୃହତ ସେତୁ ଏବଂ ୩ଟି ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ। ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହରଦା ମାଛ ମାର୍କେଟର ଉନ୍ନତୀକରଣ, ଜଳକା ଡ୍ରେନେଜ୍ ସିଷ୍ଟମର ଉନ୍ନତୀକରଣ, ଡଗର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସେତୁ, ସ୍କୁଲ ଓ କଲେଜ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଝାଡେଶ୍ୱର ମନ୍ଦିର, ଫକିରମୋହନ କଲେଜ, ବଳାଙ୍ଗି କଲେଜ ଓ ନୀଳମଣି କଲେଜ । ସେହିପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତୀକରଣ, ନୀଳଗିରି ରିସିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଖୁମୁକୁଟ ଜଳପ୍ରକଳ୍ପ, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଏବଂ କେତେକ ସ୍କୁଲ ଓ କଲେଜ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସିନ୍ଧୁଆ ଡ୍ୟାମଠାରେ ଏକ ପର୍ଯ୍ୟଟନ କେନ୍ଦ୍ର, କୁପାରୀ MSME Park, କୁପାରୀ ST Hostel, ଅନେକ ସେତୁ ଓ ସିମୁଳିଆଠାରେ ନଦୀବନ୍ଧର ଉନ୍ନତୀକରଣ। ଏହି ପରି ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

    ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ତୁସୁରାଠାରେ Air Strip, ୨ଟି Mega Lift ପ୍ରକଳ୍ପ, ତୁସୁରା ସମଲାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ଓ କଲେଜ। ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା :- ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟପୋଷ୍ଟ ଇତ୍ୟାଦି, ଖପ୍ରାଖୋଲରେ ଏକ ନୂଆ ସଡକ ଏବଂ କେତେକ କଲେଜ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ସମଲେଇଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର CNI Churchର ଉନ୍ନତୀକରଣ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ। ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ। ଏହି ପରି ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

    ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବିଧାୟକ ଶ୍ରୀ ଅନନ୍ତ ଦାସ, ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ବିଧାୟକ ଶ୍ରୀ ସ୍ୱରୂପ ଦାସ, ବିଧାୟକ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଶ୍ରୀ ସରୋଜ ମେହେରଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।

  • ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ ର ପ୍ରସ୍ତୁତି

    ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ ର ପ୍ରସ୍ତୁତି

    ଆଜିଠୁ ଆରମ୍ଭ ମିଶନ ଅଲିଭ ରିଡ଼ଲେ । କେନ୍ଦ୍ରାପଡ଼ା ଜିଲ୍ଲା ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା କୁ ସୁରକ୍ଷିତ ମନେକରି ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ଅତିକ୍ରମକରି ନୀଳ ଜଳରାଶି କୁ ବିରଳ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି । ଏହି କଇଁଛ ମାନଙ୍କର ଆଗମନକୁ ଅଖିଆଗରେ ରଖି ଗହୀରମଥା କୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଛନ୍ତି । ନଭେମ୍ବର ୧ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା ଏବଂ ମାଛ ମାରିବା ଉପରେ କଟକଣା କଡାକଡି ଭାବେ ଲଗାଯାଇଛି । ଏନେଇ ବନବିଭାଗ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ। କଇଁଛମାନଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ ୧୬ ଏବଂ ଭଦ୍ରକ ଡିଭିଜନ ର ୬ ଗୋଟି ଅସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଓ ଅଗରନାଶି ରେ ୨ ଟି ସ୍ଥାୟୀ କ୍ୟାମ୍ପ କରାଯାଇଛି ।

    ଅପରପକ୍ଷରେ ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ମତ୍ସ୍ୟଜୀବୀ ମାନେ କଡ଼ା କଟକଣା ସତ୍ୱେ ସୁରକ୍ଷା ବଳୟକୁ ଭେଦ କରି ସବୁ ନିୟମ କୁ ଫୁ କରି ନିଷିଦ୍ଧାଞ୍ଚଳ ମଧ୍ୟ ରେ ପ୍ରବେଶ କରି ମାଛମାରିଥାନ୍ତି। ଫଳରେ ଟ୍ରଲର ମାଡ଼ ଏବଂ ଜାଲରେ ଛନ୍ଦି ହୋଇ ହଜାର ହଜାର କଇଁଛ ମୃତ୍ୟୁବରଣ କରିବା ସହ ବିରଳ ସାମୁଦ୍ରିକ ମାଛ ଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥାନ୍ତି। ବିଗତ ବର୍ଷ ମାନଙ୍କରେ ବନବିଭାଗ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବାବେଳେ ଚଳିତବର୍ଷ କିପରି କଇଁଛ ମାନଙ୍କୁ ସୁରକ୍ଷା ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବଂ ନଭେମ୍ବର ୧ ତାରିଖରୁ କଇଁଛମାନଙ୍କ ପ୍ରଜନନ ଆରମ୍ଭ ହେବାକୁ ଯାଉଥିବାବେଳେ ସୁରକ୍ଷା ରେ ନିୟୋଜିତ ଥିବା ୨ଟି ସ୍ପିଡି ବୋଟ୍ଟ ମଧ୍ୟରୁ ୧ଟି ଏବେ ସୁଦ୍ଧା ଅଚଳହୋଇ ପଡ଼ିରହିଛି । ତେବେ କିପରି କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଙ୍ଗ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ତେବେ ରାଜନଗର ବନବିଭାଗ ବିରଳ ଅଲିଭ ରିଡଲେ କଇଁଛମାନଙ୍କୁ ସୁରକ୍ଷା ଦେବା ରେ କେତେ ସଫଳ ହେଉଛି ତାହା ଦେଖିବାର କଥା ।