Category: ମୁଖ୍ୟ ଖବର

  • ଆଜି ଧନତେରାସ ପର୍ବ

    ଆଜି ଧନତେରାସ ପର୍ବ

    ଦୀପାବଳିର ୨ ଦିନ ପୂର୍ବରୁ ଧନତେରାସ ପର୍ବ ପାଳନ କରାଯାଏ | ଲୋକମାନେ ଏହି ଦିନ ସୁନା,ରୁପା ଆଦି କିଣିଥାନ୍ତି | ଦେବୀ ଲକ୍ଷ୍ମୀ ଏବଂ କୁବେରଙ୍କ ଘରକୁ ଆଗମନ ପାଇଁ ପ୍ରସ୍ତୁତି କରାଯାଇଥାଏ । ଦୀପାବଳିର ପର୍ବ ଧନତେରାସ ଦିନଠାରୁ ଆରମ୍ଭ ହୋଇଥାଏ |

    ଆଜି ଧନତେରାସ ପର୍ବ | ଏହି ଦିନଠାରୁ ପାଞ୍ଚ ଦିନ ଧରି ଦୀପାବଳି ପର୍ବ ଆରମ୍ଭ ହୋଇଥାଏ | ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଇଥାଏ | ଶାସ୍ତ୍ର ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ଏହି ଦିନ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନଭନ୍ତରୀ ଅମୃତ କଳସ ସହିତ ପ୍ରଘଟ ହୋଇଥିଲେ । ଏହି ବର୍ଷ ଧନତେରାସ ପର୍ବ ଆଜି ଅର୍ଥାତ୍ ୧୦ ନଭେମ୍ବରରେ ପାଳନ କରାଯାଉଛି | ଧନତେରାସରେ ଦେବୀ ଲକ୍ଷ୍ମୀ, ଭଗବାନ ଧନଭନ୍ତରୀ ଏବଂ କୁବେରଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏହା ବ୍ୟତୀତ ଏହି ଦିନ ସୁନା, ରୂପା, ଇତ୍ୟାଦି କିଣିଲେ ଅନେକ ଶୁଭ ଫଳାଫଳ ମିଳିଥାଏ |

  • ଦିଲ୍ଲୀରୁ ମା’ବୈଷ୍ଣଦେବୀଙ୍କୁ ଦେଖା କରିବାକୁ ଆସିଥିବା ଭକ୍ତଙ୍କ କାର ଖାଇରେ ଖସିପଡିବାରୁ, ଜଣେ ମୃତ୍ୟ, ୭ ଆହତ

    ଦିଲ୍ଲୀରୁ ମା’ବୈଷ୍ଣଦେବୀଙ୍କୁ ଦେଖା କରିବାକୁ ଆସିଥିବା ଭକ୍ତଙ୍କ କାର ଖାଇରେ ଖସିପଡିବାରୁ, ଜଣେ ମୃତ୍ୟ, ୭ ଆହତ

    ଶୁକ୍ରବାର ସକାଳେ ଜାମ୍ମୁ କାଶ୍ମୀରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମା’ବୈଷ୍ଣଦେବୀଙ୍କ ଭକ୍ତମାନଙ୍କୁ ନେଇ ଘରକୁ ଫେରୁଥିବା ଏକ ଟ୍ରାଭେଲସ ଟେମ୍ପୋ କାର ଭାରସାମ୍ୟ ହରାଇ କାଟ୍ରା ନିକଟ ନୋମାଇ ଅଞ୍ଚଳରେ ଏକ ଖାଲରେ ଖସିପଡିଥିଲା ​​| ଏହି ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

    ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗାଡି କାଟ୍ରା ଜାମ୍ମୁ ଆଡ଼କୁ ଯାଉଥିଲା। ସମସ୍ତ ଭକ୍ତ ମା’ବୈଷ୍ଣଦେବୀଙ୍କ ଦର୍ଶନ ପାଇବା ପରେ ଘରକୁ ଫେରୁଥିବାବେଳେ ହଠାତ୍ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ୭ ବର୍ଷର ବାଳିକା ସମେତ ମୋଟ ୮ ଜଣ ଗାଡିରେ ଯାତ୍ରା କରୁଥିଲେ।

    ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ଏବଂ ଜେସିବି ସହାୟତାରେ ତଳେ ପୋତି ହୋଇଥିବା ଆହତ ଭକ୍ତମାନଙ୍କୁ ଉଦ୍ଧାର କରିଥିଲା। ସମସ୍ତ ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି।

  • ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

    ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

    ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ବାରମ୍ବାର ଦାବିକୁ ଅଣଦେଖା କରୁଛନ୍ତି ସରକାର। ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ସଂକୀର୍ତ୍ତନ ସତ୍ୟାଗ୍ରହ। ଏହି କ୍ରମରେ ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ସତ୍ୟାଗ୍ରହରେ ବସିଛନ୍ତି କଂଗ୍ରେସ କର୍ମକର୍ତ୍ତା। ସରକାର ତୁରନ୍ତ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବାକୁ ଦାବି କରିଛନ୍ତି କର୍ମକର୍ତ୍ତା। ଶ୍ରୀମନ୍ଦିର କରିଡର ପାଇଁ ଅନ୍ୟ ୩ ଦ୍ବାର ବନ୍ଦ କରାଯାଇଥିଲା। ଯାହା ଏପର୍ଯ୍ୟନ୍ତ ଖୋଲୁନାହିଁ। ଫଳରେ ଭକ୍ତ ଭାରିକେଟର ଲମ୍ବା ଲାଇନରେ ଠିଆହୋଇ ଅକଥନୀୟ ସମସ୍ୟା ଭୋଗୁଛନ୍ତି। ତେଣୁ ସବୁ ଦ୍ବାରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି କରିଛି କଂଗ୍ରେସ। ଅନ୍ୟପଟେ, ଭକ୍ତ ହରକତ ହେଉଥିବା ବେଳେ ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ବିନା ଲାଇନରେ ଯିବା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତ୍ରୀ।

    ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ କଂଗ୍ରେସ କରିଥିବା ଦାବି ପରେ ସରକାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରିବାକୁ ଯାଉଥିବାରୁ ସାମାନ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା। ତଥାପି ଲେଜର ସ୍କାନିଂ ପରି ହାଇଟେକ୍ନୋଲୋଜିର ପ୍ରୟୋଗ ଉପରେ ସନ୍ଦେହ ପ୍ରକଟ କରାଯାଇଛି

    ପୂର୍ବରୁ କଂଗ୍ରେସ ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ବାର ଖୋଲିବା ସହ ୬ ଦଫା ଦାବି ନେଇ ଗତ ମାସ ପ୍ରଥମାର୍ଦ୍ଧରେ ପୁରୀରେ ଆନ୍ଦୋଳନ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇ ନ ଥିବାରୁ ଏବେ ସଂକୀର୍ତ୍ତନ କରି ଶୋଇରହିଥିବା ସରକାରକୁ ଉଠାଇବାକୁ ଚେଷ୍ଟା କରାଯାଉଥିବା କଂଗ୍ରେସ କହିବା ସହ ତୁରନ୍ତ ଦାବି ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି।

  • ବ୍ୟବସ୍ଥା ଠାରୁ ଦୁରରେ ଯୋଡ଼ାସାହି ପ୍ରାଥମିକ ବିଦ୍ୟାଳୟ

    ବ୍ୟବସ୍ଥା ଠାରୁ ଦୁରରେ ଯୋଡ଼ାସାହି ପ୍ରାଥମିକ ବିଦ୍ୟାଳୟ

    ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଦେଖିଲେ ଆପଣ ଜାଣିପାରିବେ ଶିକ୍ଷାର ବିକାଶ କେତେଦୁର ଆଗେଇଛି। ଯାହାର ବିଗତ ଦିନରେ ଅନେକ ନଜିର ରହିଛି । କେତେବେଳେ ପିଲାଙ୍କ ପାଇଁ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନରୁ ବିଭିନ୍ନ ସରିଶୃପ ବାହାରୁଛିତ ଆଉ କେତେ ବେଳେ ମଧ୍ୟାହ୍ନ ଭୋଜନ ଖାଇ ପିଲା ଅସୁସ୍ଥ ହେଲେଣି । ତେଣୁ ପିଲାଙ୍କ ସ୍ବସ୍ଥ୍ୟକୁ ନଜରରେ ରଖି ସମସ୍ତ ସ୍କୁଲରେ ତିଆରି ହୋଇଛି ମଧ୍ୟାହ୍ନ ଭୋଜନ ଗୃହ । କିନ୍ତୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଂଚାୟତର ଯୋଡ଼ା ସାହି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ତାର ଓଲଟା ଚିତ୍ର । କେବଳ ମଧ୍ୟାହ୍ନ ଭୋଜନ ଗୃହ ନୁହେଁ ଏଠାରେ ଶିକ୍ଷକଙ୍କ ଅଭାବ ସହ ଶ୍ରେଣୀ ଗୃହର ମଧ୍ୟ ଅଭାବ ରହିଛି । ଥରେ ଦେଖନ୍ତୁ ଯୋଡ଼ା ସାହି ପ୍ରାଥମିକ ବିଦ୍ୟାଳୟର ଅବସ୍ଥା । ଆଉ ଏହାକୁ ନେଇ ପାଚିକା ଏବଂ ଗ୍ରାମବାସୀ କଣ କହୁଛନ୍ତି, ଶୁଣନ୍ତୁ ।

    ଏନେଇ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରସାନ୍ତ କୁମାର ସାହୁଙ୍କ ମତାମତ ନେଇଥୀଲୁ । ସେ କହିଛନ୍ତି ଆମର ସେମିତି କିଛି ଟଙ୍କା ନାହିଁ ଆମେ ବ୍ଲକ ଉପରେ ନିର୍ଭରଶୀଳ। କିନ୍ତୁ ଆଗକୁ କ’ଣ କରିହେବ ସେ ନେଇ ଚେଷ୍ଟା କରିବି । ତେବେ ଦେଖିବାକୁ ବାକି ରହିଲା କେବେ ବଦଳୁଛି ଯୋଡ଼ା ସାହି ପ୍ରାଥମିକ ବିଦ୍ୟାଳୟର ଭାଗ୍ୟ ।

  • ଦୀପାବଳିରେ ରଙ୍ଗବେରଙ୍ଗର ବିଦ୍ୟୁତ୍ ଲାଇଟ୍କୁ ଫିକା କରିବ ମାଟିଦୀପର ସ୍ତିମିତ ଆଲୋକ

    ଦୀପାବଳିରେ ରଙ୍ଗବେରଙ୍ଗର ବିଦ୍ୟୁତ୍ ଲାଇଟ୍କୁ ଫିକା କରିବ ମାଟିଦୀପର ସ୍ତିମିତ ଆଲୋକ

    ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପାବଳି ପାଇଁ ଗାଁ ରୁ ସହର ଉତ୍ସବମୁଖର। ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ ହେଉଥିବା ବେଳେ ବ୍ୟବସାୟୀ ମାନେ ମଧ୍ୟ ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ସଜାଡ଼ିବାରେ ବ୍ୟସ୍ତ। ଏହି ଆଲୋକର ପର୍ବ ବହୁ ଜଣଙ୍କୁ ଖୁସି ବାଣ୍ଟିବା ସହ ନିଜ ତେଲ ଲୁଣର ଆବଶ୍ୟକତା ମେଣ୍ଟାଇବା ପାଇଁ ଲାଗି ପଡିଛନ୍ତି କୁମ୍ଭକାର ପରିବାର। କୁମ୍ଭାକାର ପରିବାରରେ ଘରେ ଘରେ ମାଟି ଦୀପ ପ୍ରସ୍ତୁତ ଚାଲିଲାଣି। ଆଧୁନିକତାର ଚାକଚକ୍ୟ ମଧ୍ୟରେ ସବୁଠି ବିଦ୍ୟୁତ୍ ରଙ୍ଗାରଙ୍ଗ ଲାଇଟ୍ ।ଏହି ଆଧୁନିକତାର ସ୍ପର୍ଶ ମଧ୍ୟରେ କମିନି ମାଟି ଦୀପର ମହକ, ସେଥିପାଇଁ ସହର ଉପକଣ୍ଠ ନେଲୁଙ୍ଗ୍ ଗ୍ରାମର କୁମ୍ଭକାର ପରିବାର ମାଟି ଦୀପ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି।

    ମାଟି ଦୀପ ପ୍ରସ୍ତୁତ ହେଲେ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିବାର ଲକ୍ଷ୍ୟ ରଖିଛନ୍ତି। ଆଧୁନିକ ଲାଇଟ୍ ବ୍ୟବହାର ବଢିଥିଲେ ମଧ୍ୟ ମାଟି ଦୀପର ମହତ୍ତ୍ଵ ଅଲଗା ଥିବା କହିଛନ୍ତି ଗ୍ରାହକ। ଆଲୋକର ପର୍ବ ଦୀପାବଳିପାଇଁ ରଙ୍ଗବେରଙ୍ଗର ଲାଇଟ ସାଙ୍ଗକୁ ଦ୍ବୀପର ଚାହିଦା ମଧ୍ୟ ଢେର ରହିଛି

  • ବସ୍ତିବାସୀନ୍ଦାଙ୍କ ପାଇଁ ଏକ ମାତ୍ର ଭରସା ଚୂଆ ପାଣି

    ବସ୍ତିବାସୀନ୍ଦାଙ୍କ ପାଇଁ ଏକ ମାତ୍ର ଭରସା ଚୂଆ ପାଣି

    ସମସ୍ୟାରେ ଯୁଝି ହେଉଛନ୍ତି ବିକାଶଠାରୁ ବହୁ ଦୂରରେ ଥିବା ପାଣ୍ଡିଆ ବସ୍ତିବାସୀନ୍ଦା । ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ବିକାଶ ଏଠି ବାଟବଣା, ଲୋକଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା । ରାଜ୍ୟ ସରକାର ବିକାଶର କଥା କହୁଛନ୍ତି, ହେଲେ ଏଠି ବିକାଶ କାଗଜ କଲମରେ ସିମୀତହୋଇ ଟେବୁଲ ତଳେ ଚାପି ହୋଇଯାଇଛି । ଫେଲମାରିଛି ସରକାରୀ ଯୋଜନା । ଆଜିବି ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇ ପାରୁନାହାନ୍ତି ଅଞ୍ଚଳବାସୀ । ଆସନ୍ତୁ ଦେଖିବା କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଜଜାଙ୍ଗ ପଞ୍ଚାୟତର ପାଣ୍ଡିଆ ଗାଁର ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ । ବିକାଶର ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ।

    ଦୀର୍ଘ ବର୍ଷର ସ୍ଵାଧୀନତା ପରେ ଆଜି ବି ନିଜ ମୌଳିକ ସମସ୍ୟାରେ ଜୁଝୀ ହେଉଛନ୍ତି ପାଣ୍ଡିଆ ଗ୍ରାମବାସୀ । ଆମ ରାଜ୍ୟରେ ଦୀର୍ଘ ୨୩ ବର୍ଷର ସ୍ଥିର ସରକାର, ତଥାପି ବିକାଶ ଏଠି ବାଟବଣା । ଥରେ ଆଖି ପୁରାଇ ଦେଖି ନିଅନ୍ତୁ ରାଜ୍ୟ ସରକାରଙ୍କ ବିକାଶର ବାସ୍ତବ ଚିତ୍ରକୁ । ଗାଁ ରେ ରାସ୍ତା, ପାନୀୟ ଜଳ ଭଳି ମୌଳିକ ସମସ୍ୟା ଲୋକଙ୍କୁ କଲବଲ କରୁଛି ।ଅଭିଯୋଗ ପରେବି ସମସ୍ୟାର ସମାଧାନ ହେଉନାହିଁ । ଆମେ କହୁଛୁ ରାଜ୍ୟ ରାଜ କୋଷକୁ ସମୃଦ୍ଧ କରୁଥିବା କେନ୍ଦୁଝର ଜିଲ୍ଲାର କଥା ।

    ଯୋଡା ବ୍ଳକ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । ରାଜ୍ୟ ସରକାରଙ୍କ ରେକର୍ଡ ଅନୁସାରେ ୫୦ ଟି ପରିବାରର ୨୦୦ ରୁ ଅଧିକ ଲୋକ ବସବାସ କରନ୍ତି ଏହି ଗାଁରେ । ଦୀର୍ଘ ଦିନ ହେଲା ମୁନ୍ଦାଏ ପାଣି ପାଇଁ ସଂଘର୍ଷ କରି ଆସୁଛନ୍ତି ସ୍ଥାନୀୟ ଜନ ସାଧାରଣ । ବସ୍ତିର ମୁଣ୍ଡରେ ଥିବା ଏକମାତ୍ର ନଳକୂଅ ଲୋକଙ୍କର ସାହାରା କିନ୍ତୁ ସେଥିରୁ ଗୋଳିଆ ପାଣି ବାହାରୁଥିବାରୁ ବାଧ୍ୟ ହୋଇ ଚୂଆ ପାଣି ଉପରେ ଭରସା କରୁଛନ୍ତି ବସ୍ତି ବାସିନ୍ଦା ।

    କ୍ରମାଗତ ଭାବରେ ବସ୍ତି ବାସିନ୍ଦାଙ୍କ ପାନୀୟ ଜଳ ଅଭାବ ବିଷୟରେ ଅଭିଯୋଗ କରାଯିବାପରେ ପଞ୍ଚାୟତ ପକ୍ଷରୁ ଦିଆଯାଇଛି ଗୋଟିଏ ସୋଲାର ଟାଙ୍କି । କିନ୍ତୁ, ବର୍ଷାଦିନ କିମ୍ବା ମେଘୁଆ ପାଗରେ ସୋଲାର ଟାଙ୍କି ଅଚଳ ହୋଇ ପଡୁଥିବାରୁ ଚୁଆ ପାଣି ଉପରେ ନିର୍ଭରଶୀଳ ହୁଅନ୍ତି ବସ୍ତି ବାସିନ୍ଦା । ଚୁଆ ପାଣି ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଉଛନ୍ତି ଲୋକେ । ଉତ୍ତମ ପାନୀୟ ଜଳର ଅଭାବ ସହିତ ଗମନା ଗମନ କ୍ଷେତ୍ରରେ ମଧ୍ୟ ଅସୁବିଧା ଭୋଗ କରୁଛନ୍ତି ଲୋକେ ।

    ଖରାପ ରାସ୍ତା ଯୋଗୁଁ ସାହି ମଧ୍ୟକୁ ଆମ୍ବୁଲାନ୍ସଟିଏ ମଧ୍ୟ ଆସି ପାରୁ ନାହିଁ । ଅନ୍ୟପଟେ, ପୂର୍ବରୁ ଖଣିରେ କାର୍ଯ୍ୟକରି ପରିବାର ପ୍ରତି ପୋଷଣ କରି ଆସୁଥିବା ସ୍ଥାନୀୟ ଅଧିବାସୀ, ନିକଟରେ ଥିବା ଖଣି ବନ୍ଦ ହେବା ପରେ ରୋଜଗାର ହରାଇ ବସି ରହିଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ଆଉ ଏହି ବସ୍ତି ବାସିନ୍ଦାଙ୍କ ସମସ୍ୟା କେବେ ଲାଘବ ହେବ ତାହା ଦେଖିବାକୁ ବାକି ରହିଲା।

  • ଟାଟା ପାୱାର କାର୍ଯ୍ୟାଳୟ ସମୁଖରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର କୁଶପୁତ୍ତଳିକା ଦାହ

    ଟାଟା ପାୱାର କାର୍ଯ୍ୟାଳୟ ସମୁଖରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର କୁଶପୁତ୍ତଳିକା ଦାହ

    ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଗଣଧାରଣା ୩ ମାସ ପୂର୍ତ୍ତି ଅବସରରେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଟାଟା ମ୍ୟାନେଜମେଣ୍ଟ କୁଶପୁତ୍ତଳିକା ଦାହ କରିଛି । ବ୍ରହ୍ମପୁର, ସ୍ଥାନୀୟ କମାପଲ୍ଲୀ ଛକ ନିକଟସ୍ଥ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଗଣଧାରଣା ଆଜକୁ ତିନି ମାସରେ ପହଞ୍ଚିଲାଣି। ଟାଟା ପାୱାର ମ୍ୟାନେଜମେଣ୍ଟ ଜିଲ୍ଲାପାଳ ଙ୍କ ପାଖରେ ଚୁକ୍ତିନାମା ଅନୁସାରେ କାର୍ଯ୍ୟକାରୀ ହୋଇପାରୁନାହିଁ। ପୂର୍ବରୁ ଚେୟାରମେନ୍ ସହିତ ହୋଇଥିବା ଆଲୋଚନା ପ୍ରକାରେ ପ୍ରତିବର୍ଷ ୨୦୦ ପଦବୀ ନିଯୁକ୍ତି ଦେବା ନିମନ୍ତେ ସାଉଥକୋ କର୍ତ୍ତୃପକ୍ଷ ଙ୍କ ସହିତ ଚୁକ୍ତିନାମା ହୋଇଥିଲା। ଟାଟା ପାୱାର ଆସିଲା ପରେ କୌଣସି କାର୍ଯ୍ୟକାରୀ ନ ହେବାରୁ ଜିଲ୍ଲାପାଳ ଟାଟା ପାୱାର ମ୍ୟାନେଜମେଣ୍ଟ ଓ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ଯାହା ଆଲୋଚନା କରାଯାଇଥିଲା ତାହା କାର୍ଯ୍ୟକାରୀ ହୋଇନାହିଁ । ତେବେ ଦାବି ପୁରଣ ନହେବାରୁ ଆଜି ଟାଟା ମ୍ୟାନେଜମେଣ୍ଟ ର କୁଶପୁତ୍ତଳିକା ଦାହ କରାଯାଇଛି। ଚୁକ୍ତିନାମା ଅନୁସାରେ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘର କାର୍ଯ୍ୟକାରୀ ସଭାପତି,ସମ୍ପାଦକ ଶ୍ରୀ ପଞ୍ଚାନନ ଜେନା,ଶ୍ରୀ ସୁଶାନ୍ତ ଗୌଡ ମତ ପ୍ରକାଶ କରିଛନ୍ତି। ଟାଟା ମ୍ୟାନେଜମେଣ୍ଟ ଓ ଓଡ଼ିଶା ସରକାର ଙ୍କ ଯୌଥ ଉଦ୍ୟୋଗ ହେତୁ ଓଡ଼ିଶା ସରକାର ହସ୍ତକ୍ଷେପ କରିବା ନିହାତି ଆବଶ୍ୟକ ଅଛି ବୋଲି ସଂଘର କାର୍ଯ୍ୟକାରୀ ସଭାପତି କହିଛନ୍ତି।

  • ଆର ପାରିରେ ମହେଶ୍ୱର ମହାନ୍ତି, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ଆର ପାରିରେ ମହେଶ୍ୱର ମହାନ୍ତି, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। । ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ମହେଶ୍ୱର ମହାନ୍ତି।
    ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ବହୁ ବିସିଷ୍ଟ ବ୍ୟକ୍ତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।ସ୍ବର୍ଗତ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଏହାସହ ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

    ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହେଶ୍ବରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

    ପୁରୀର ପୂର୍ବତନ ବିଧାୟକ ତଥା ହେଭିୱେଟ ନେତା ମହେଶ୍ୱର ମହାନ୍ତି ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ରାଜନୀତିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ମହେଶ୍ୱର ୧୯୭୫ ମସିହାରେ ପ୍ରଥମେ ପୁରୀ ମୁନିସିପାଲିଟି କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ପୁରୀ ମୁନିସିପାଲିଟିର ଅଧ୍ୟକ୍ଷ ହୋଇଥିଲେ । ୧୯୯୫ରେ ସେ ରାଜ୍ୟ ରାଜନୀତିକୁ ଆସିଥିଲେ । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ପ୍ରଥମେ ନିର୍ବାଚିତ ହୋଇଥିଲେ ।

    ପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଦାୟିତ୍ୱ ସମ୍ଭାଳିଥିଲେ । ଏହାବ୍ୟତୀତ ୨୦୧୧ରେ ପଞ୍ଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ, ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବାଳିଥିଲେ ମହେଶ୍ୱର । ତେବେ ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ । ତେବେ ପୁରୀ ସହରର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ଯଥେଷ୍ଟ ଥିଲା ।

    ତେବେ ତାଙ୍କର ବିୟୋଗରେ ସାରା ପୁରୀ ସହରରେ ଶୋକର ଛାୟା ଖେଳି ଯାଇଛି ।

  • ଜନ୍ମ ଦିନରେ କିଙ୍ଗ୍ କୋହଲିଙ୍କ ବିଶ୍ବ ରକର୍ଡ, ହାସଲ କଲେ ୪୯ ଦିନିକିଆ ଶତକ

    ଜନ୍ମ ଦିନରେ କିଙ୍ଗ୍ କୋହଲିଙ୍କ ବିଶ୍ବ ରକର୍ଡ, ହାସଲ କଲେ ୪୯ ଦିନିକିଆ ଶତକ

    କ୍ରିକେଟ ଆଉ ବିରାଟ, ପଡିଆରେ ଏ ଦୁଇଟି ଶବ୍ଦ ଅତି ପରିଚିତ । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିଚାଲିଥିବା ବିରାଟ ଏବେ ଆଉ ଏକ ବିରଳ ରେକର୍ଡର ସମକକ୍ଷ ହୋଇଛନ୍ତି । ବ୍ଲାଷ୍ଟରମାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ବରେକର୍ଡର ସମକକ୍ଷ ହୋଇପାରିଛନ୍ତି ବିରାଟ । ଆଜି କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ତିଆରି କରିଛନ୍ତି ଏକ ବଡ ମାଇଲଷ୍ଟୋନ । ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ୪୯ ତମ ଶତକ ହାସଲ କରିଛନ୍ତି । ଯାହା ଆନ୍ତର୍ଜାତିକ କ୍ରିକେଟରେ ଅଭେଦ୍ୟ ପରି ମନେହୁଏ ।

    ରନ ମେସିନ…ରେକର୍ଡ ବ୍ରେକର…ଚେଜିଂ ମାଷ୍ଟର…ଟିମ୍ ଓ୍ବିନର…କ୍ରିକେଟ୍ ଗୋଟ ଏବଂ କିଙ୍ଗ କୋହଲ୍, ଏମିତି ଅନେକ ନାଁର ଅଧିକାରୀ ବିରାଟ କୋହଲି । ନାଁ ଯେମିତି କାମ ବି ସେମିତି । ଫିଟନେସକୁ ନିଜର କ୍ଷମତା ବନାଇ ଚଢିଚାଲିଛନ୍ତି କ୍ରିକେଟର ଗୋଟିଏ ପରେ ଗୋଟିଏ ଶିଢି । କ୍ରିଜରେ ଥିବା ପର୍ଯ୍ୟନ୍ତ ବିପକ୍ଷ ଦଳର ବୋଲରଙ୍କ ନିଦ ହଜିଯାଏ । ସେଥିପାଇଁ ସେ କିଙ୍ଗ କୋହଲି ।

    କ୍ରିକେଟ ଦୁନିଆରେ ବିରାଟ ହେଉଛନ୍ତି ଏପରି ନାଁ ଯିଏ ଖୁବ ଶିଘ୍ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦିନିକିଆରେ ସଚିନ ଏବଂ ବିରାଟ ଦୁହେଁ ୪୯..୪୯ ଶତକ ହାସଲ କରିଥିବା ବେଳେ ଦ୍ରୁତ ତମ ଶତକ ହାସଲ କରିବାରେ ବିରାଟ ବିଶ୍ବର ପ୍ରଥମ । ତେବେ ଉଭୟ ଫର୍ମାଟରେ ତେନ୍ଦୁଲକରଙ୍କ ବହୁତ ପଛରେ ରହିଛନ୍ତି ବିରାଟ କୋହଲି । ସଚିନ ଦିନିକିଆ ଓ ଟେଷ୍ଟରେ ମୋଟ ୧୦୦ ଶତକ ହାସଲ କରିଥିବା ବେଳେ ବିରାଟ ୭୮ଟି ଶତକ ହାସଲ କରିଛନ୍ତି । ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ । ରିକି ମୋଟ ୭୧ଟି ଶତକ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି । ତେନ୍ଦୁଲକର ୪୬୩ଟି ଦିନିକିଆ ଖେଳି ୪୯ ଶତକ ହାସଲ କରିଥିବା ବେଳେ ୨୮୯ଟି ଦିନିକିଆ ମ୍ୟାଚରୁ କୋହଲି ଏହି ରେକର୍ଡ କରିଛନ୍ତି ।

  • ହାତୀ ଉପଦ୍ରବ, ଭାଙ୍ଗିଲେ ଘର

    ହାତୀ ଉପଦ୍ରବ, ଭାଙ୍ଗିଲେ ଘର

    କେନ୍ଦୁଝର ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଉପଦ୍ରବ। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ୧୮ ଟିକିଆ ହାତୀ ପଲଙ୍କ ଉତ୍ପାତ ଦୀର୍ଘ ଦିନ ଧରି ଜାରି ରହିଛି। ବନ ବିଭାଗର ଅପାରଗତା ପାଇଁ ହାତୀ ଅଞ୍ଚଳ ଛାଡିବାର ନାଁ ନେଉ ନାହାନ୍ତି। ନିୟନ୍ତ୍ରଣ ବାହାରକୁ ଗଲାଣି ହାତୀଙ୍କ ଉତ୍ପାତ। ପୂର୍ବରୁ ଫସଲ ନଷ୍ଟ କରୁଥିବା ହାତୀ ଏବେ ଗାଁ ଭିତରେ ପସି ଭାଙ୍ଗିଲେଣି ଘର। ମୟୁରଭଞ୍ଜ ପଟୁ ଚମ୍ପୁଆ ରେଞ୍ଜ ଅଞ୍ଚଳକୁ ପଶିଆସିଥିବା ଏହି ହାତୀ ପଲ ଉଖୁଣ୍ଡା ସେକ୍ସନର ଜାଲି ଜଙ୍ଗଲରେ ରହିଛନ୍ତି। ରାତି ହେଲେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛନ୍ତି। ଏମାନଙ୍କୁ ନିୟନ୍ତ୍ରଣ କରିବାରେ ବନବିଭାଗ ଵିଫଳ ହେବା ସହ ହାତୀ ପଲ ଗାଁରେ ପଶି ଗତରାତିରେ ଘର ଅନନ୍ତ ନାଏକ ଓ ମୀନା ମାଝୀଙ୍କ ଭାଙ୍ଗିବା ସହ ଧାନ ଖାଇଯାଇଛନ୍ତି। ଯାହାକୁ ନେଇ ଅସନ୍ତୋଷ ପୁଞ୍ଜିଭୂତ ହେଉଛି।

    ତେବେ ସୌଭାଗ୍ୟବଶତଃ ଘର ଲୋକେ ଅନ୍ୟ ଘରେ ଶୋଇଥିବାରୁ ହାତୀ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି। ହାତୀ ଗାଁରେ ପଶି ଘର ଭାଙ୍ଗୁଥିଲେ ମଧ୍ୟ ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ କୌଣସି ସୂଚନା ଦେବା ତ ଦୂର କଥା କାହାରି ଦେଖା ଦର୍ଶନ ମଧ୍ୟ ମିଳି ନ ଥିଲା। ବିଭାଗର ଏପରି ଅପାରଗତା ଧୀରେ ଧୀରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରୁଛି ।