Category: ମୁଖ୍ୟ ଖବର

  • ମଣ୍ଡି ଖୋଲିଲେ ନାହିଁ ପ୍ରଶାସନ, ଚାଷୀ ପୁରାଇଲେ ଧାନ

    ମଣ୍ଡି ଖୋଲିଲେ ନାହିଁ ପ୍ରଶାସନ, ଚାଷୀ ପୁରାଇଲେ ଧାନ

    ପ୍ରଶାସନ ନିଷ୍ପତ୍ତି ବଦଳାଉ। ୨୧ ନୁହେଁ ୧୬ ତାରିଖରେ ଆମ ଧାନ କିଣୁ। ଏମିତି ନାରାବାଜି ଦେଇ ଗୁରୁବାର ଦିନ ବରଗଡ ଅତାବିରା ମାର୍କେଟ ୟାର୍ଡର ଚାଷୀ ଦାବି କରିଛନ୍ତି। ବହୁ ସଂଖ୍ୟାରେ ଚାଷୀ ମାର୍କେଟ ୟାର୍ଡରେ ପହଞ୍ଚି ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଛି। ସରକାର ଚାଷୀଙ୍କ ସମସ୍ୟା ବୁଝୁନଥିବା ଅଭିଯୋଗରେ ଗୁରୁବାର ଗୋଡଭଗା ୟାର୍ଡରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଚାଷୀ ନଭେମ୍ବର ପହିଲାରୁ ଧାନ ବିକିବାକୁ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁ ଏହି ମଣ୍ଡି ଖୋଲିବା ତାରିଖ ୨୧ରେ କରିବାକୁ କହିଥିଲେ। ହେଲେ ଏବେ ବର୍ଷା ଆଶଙ୍କା ଦେଖା ଦେବାରୁ ଚାଷୀ ଛାନିଆ। ବର୍ଷା ହେଲେ ସେମାନଙ୍କ ଧାନ ନଷ୍ଟ ହୋଇଯିବ। ଯିଏ ଚାଷ କରୁଛି ତାକୁ ଚାଷକୁ ନେଇ ଜଣା। ମନ୍ତ୍ରୀ ରିତାସାହୁ କଣ ଜାଣିଛନ୍ତି ବୋଲି ପ୍ରଶ୍ନକରିଛନ୍ତି ଆନ୍ଦୋଳନକାରୀ ଚାଷୀ। ତେଣୁ ତୁରନ୍ତ ଧାନ କିଣିବାକୁ ମଣ୍ଡି ଖୋଲିବାକୁ ଦାବି ଜଣାଇଛନ୍ତି।

    ଏଥିସହ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଚାଷୀ ପହଞ୍ଚି ଗେଟ ଖୋଲିବାକୁ ଅଡି ବସିଥିଲେ ଓ ଜୋରଜବରଦସ୍ତି ଗାଡିରେ ଧାନ ଆଣି ମଣ୍ଡିରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ମଣ୍ଡି ଦାୟିତ୍ବରେ ଥିବା ଅଧିକାରୀ କହୁଛନ୍ତି କି ନିୟମ ରହିଛି ୨୧ ତାରିଖରେ ଧାନ କିଣାଯିବ। ତେଣୁ ଏବେ ଧାନ କିଣିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ

    ଯଦି ଦାବି ମୁତାବକ ମଣ୍ଡି ତୁରନ୍ତ ଖୋଲା ନ ଯାଏ ତେବେ ଚାଷୀ ରାଜରାସ୍ତାରେ ଧାନ ଗଦା କରି ରାସ୍ତାରୋକ କରିବ ବୋଲି ଚେତାଇ ଦେଇଛନ୍ତି ସ୍ଥାନୀୟ ଚାଷୀ।

  • ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଆରମ୍ଭ ହୋଇଛି ତିନି ଦିନିଆ ଜିଲ୍ଲା ଏକୀକୃତ ଶିକ୍ଷା ସୂଚନା ବ୍ୟବସ୍ଥା ବା ୟୁ-ଡାଇସ ପ୍ରଶିକ୍ଷଣ ଶିବିର । ସାଏନ୍ତାର ସାରଳା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଉକ୍ତ ଶିବିରକୁ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିକ୍ଷା ବର୍ଷ ୨୦୨୩/୨୪ ପାଇଁ ଅନଲାଇନ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସ୍ଥିତି ଆଦି ବିଷୟରେ କେମିତି ତଥ୍ୟ ପ୍ରଦାନ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ତିନି ଦିନ ଧରି ଚାଲୁଥିବା ଉକ୍ତ ପ୍ରଶିକ୍ଷଣ ଶିବିରରେ ଚାନ୍ଦବାଲି ବ୍ଲକର ୩୩୮ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେବେ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।

    ଶିବିରରେ ୟୁ ଡାଇସର ବ୍ୟବହାର ଓ ଆବଶ୍ୟକତା ତଥା କାର୍ଯ୍ୟକାରିତାକୁ ନେଇ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ହେଉଛି କି, ଏହି ପ୍ଲାଟଫର୍ମ ଜରିଆରେ ସମସ୍ତ ସରକାର ଓ ବେସରକାରୀ ବିଦ୍ୟାଳୟର ପ୍ରି ପ୍ରାଇମେରୀରୁ ଦ୍ବାଦଶ ପର୍ଯ୍ୟନ୍ତ ଶ୍ରେଣୀର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମ୍ବନ୍ଧରେ ସଠିକ ତଥ୍ୟ ହାସଲ କରିବା।

  • ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ନାସନାଲ ପ୍ରେସ ଡେ ପାଳିତ

    ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ନାସନାଲ ପ୍ରେସ ଡେ ପାଳିତ

    ଆଜି ଜାତୀୟ ସାମ୍ବାଦିକ ଦିବସ। ସମାଜ ଗଠନରେ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଦେଶ ସ୍ବାଧୀନତା ପୂର୍ବରୁ ସମ୍ବାଦପତ୍ର ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା। ଗଣମାଧ୍ୟମ ହେଉଛି ଜନତା ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ମାଧ୍ୟମ। ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପରି ଲୋକଙ୍କ ଅସୁବିଧା ସରକାରଙ୍କ ନିକଟରେ ଉପସ୍ଥାପନ କରିବା ହେଉଛି ଗଣମାଧ୍ୟମର କର୍ତ୍ତବ୍ୟ। କିନ୍ତୁ ଆଜିର ସମ୍ବାଦପତ୍ର ଓ ସାମ୍ବାଦିକ ବହୁ ସମସ୍ୟା ଭୋଗୁଛନ୍ତି। ସାମ୍ବାଦିକଙ୍କ ସୁରକ୍ଷା ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି। ପ୍ରେସ ବର୍ତ୍ତମାନ ଏକ ଘଡିସନ୍ଧି ସମୟ ଦେଇ ଗତିକରୁଛି। କିଛି ବର୍ଷ ହେବ ପ୍ରେସ ତାର ଗରିମା ହରାଇଛି। କେଉଁଠି ଚାପରେ ତ କେଉଁଠି ନିଜ ଅସ୍ତିତ୍ବକୁ ଜଳାଞ୍ଜଳି ଦେଉଥିବାରୁ ଏପରି ଘଟୁଛି। ଫଳରେ ଲୋକଙ୍କ ମଧ୍ୟରେ ଆଉ ପ୍ରେସ ଉପରେ ପୂର୍ବ ଆସ୍ତା ନାହିଁ। ଦଳୀୟ ଭିତ୍ତିରେ ହେଉ ବା ଚାପରେ ଭିନ୍ନ ଖବରକୁ ନେଇ ଦ୍ବନ୍ଦ୍ବରେ ଜନତା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ।

    ତେବେ ସାମ୍ବାଦିକଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ହୋଇଛି । ବିଭିନ୍ନ ସମୟରେ ସାମ୍ବାଦିକଙ୍କ ଉପରେ ମାଡ ହେଉଛି, ସେମାନଙ୍କ ବିରୋଧରେ ମିଛ ମକଦମା କରି ଫସା ଯାଉଛି। ଯାହା ଏକ ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ । ତଥାପି ଏସବୁ ଚାପରେ ଭୟଭୀତ ନ ହୋଇ ସତ୍ୟ ଉପସ୍ଥାପନ କରିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବ ସାମ୍ବାଦିକମାନେ ମତ ପ୍ରକାଶ କରିଛନ୍ତି।

    ତେଣୁ ଗଣମାଧ୍ୟମକୁ ସ୍ବାଧୀନ କରିବାକୁ ମତପ୍ରକାଶ ପାଇଛି। ତେବେ ସ୍ବାଧୀନତାର ଅର୍ଥ ନୁହେଁ ସ୍ବେଚ୍ଛାଚାରିତା। ଯେତେ ଚାପ ଆସୁ, ଯେତେ ପ୍ରତିବନ୍ଧକ ଗଣମାଧ୍ୟମ ସମ୍ମୁଖରେ ଠିଆ ହେଉ ପଛେ ନିର୍ଭିକତାର ସହ ନିଜ ଦାୟିତ୍ବ ସମ୍ପାଦନ କରିବା ଆବଶ୍ୟକ ବୋଲି ନାସନାଲ ପ୍ରେସ ଡେ ଅବସରରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ହାଇକୋର୍ଟର ପୂର୍ବତନ ଜଷ୍ଟିସ ଡା ଡି ପି ଚୌଧୁରୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରେସର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

  • ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ

    ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ

    ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦୁଝରରେ ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ । କେନ୍ଦୁଝର ଅଡିଟୋରିୟମ୍ ରେ ଏହି ଅବସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବିରସା ମୁଣ୍ଡାଙ୍କର ଜନ୍ମଜୟନ୍ତୀ ରେ ଝାଡଖଣ୍ଡରୁ ବିକଶତି ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଦିମ ଜନଜାତି ଓ ଆଦିବାସୀମାନଙ୍କର ସମ୍ପୁର୍ଣ୍ଣ ବିକାଶ କରିବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି । ଗ୍ରାମାଞ୍ଚଳରେ ଥିବା ଗରିବ, ଆଦିବାସୀ, ନିଷ୍ପେସିତ ଲୋକମାନେ ଏହସବୁ ଯୋଜନାର ସୁଫଳ ପାଇପାରିବେ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ ।

    ଓଡିଶାରେ ୧୩ଗୋଟି ଆଦିମ ଜନଜାତି ଥିବା ବେଳେ, ଏହି ଯୋଜନା ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକରେ ୨ଟି ରଥ ପରିଭ୍ରମଣ କରି ଗରିବ ଓ ଆଦିବାସୀମାନଙ୍କୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିବ ।

  • ଗଭୀର ଅବପାତର ରୂପ ନେଲା ଲଘୁଚାପ

    ଗଭୀର ଅବପାତର ରୂପ ନେଲା ଲଘୁଚାପ

    ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ରୂପ ନେଇଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣଇପାଗ କେନ୍ଦ୍ରର ସୂଚନା ଅନୁଯାୟୀ କାଲି ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ । ବାତ୍ୟା ଦିଗ ପରିବର୍ତ୍ତନ କରିଥିବାରୁ ବିଶେଷ ଭାବେ ଏହାର କୌଣସି ପ୍ରଭାବ ପଡିବନି । ଉତ୍ତର-ଉତ୍ତର ପୂର୍ବ ଦିଗ ମୁହାଁଇଥିବାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର। ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ। ସେହିପରି ୧୭ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ (୭ରୁ ୧୧ସେଣ୍ଟିମିଟର) ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି୧୮ ତାରିଖ ସକାଳେ ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଝିରେ ଅତିକ୍ରମ କରିବ। ୧୮ ତାରିଖ ସକାଳେ ପବନର ବେଗ ସର୍ବାଧିକ ୭୫ କିମି ରହିବ।ଫଳରେ ସମୁଦ୍ର ଅଶାନ୍ତରୁ ତୀବ୍ର ଅଶାନ୍ତ ହେବ । ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

  • ଇତିହାସ ରଚିଲେ ବିରାଟ, କୋହଲିଙ୍କ ବ୍ୟାଟରୁ ସବୁଠୁ ଅଧିକ ଦିନିକିଆ ଶତକ

    ଇତିହାସ ରଚିଲେ ବିରାଟ, କୋହଲିଙ୍କ ବ୍ୟାଟରୁ ସବୁଠୁ ଅଧିକ ଦିନିକିଆ ଶତକ

    ବିରାଟ…ବିରାଟ…ବିରାଟ… ଆଜି ସାରା ଦୁନିଆ ବେମିସାଲ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମଖ । କାରଣ ବିରାଟ କରିଛନ୍ତି ବରିରାଟ ରେକର୍ଡ । ନିଜ ବ୍ୟାଟରେ ଲେଖିଛନ୍ତି ଅଲିଭା ଅଲିଭା ଇତିହାସ । କାରଣ ଆଜି ସେ ଏମିତି ଏକ ରେକର୍ଡ କରିଛନ୍ତି ଯାହାକୁ ଛୂଇବା ଏକ ସ୍ବପ୍ନ ପରି ମନେହୁଏ । ଆଜି ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ବିଶ୍ବକପର ସେମିଫାଇନାଲ ମ୍ୟାଚରେ ବିରାଟଙ୍କ ବ୍ୟାଟରୁ ବାହରିଥିଲା ଦିନିକିଆର ସବୁଠୁ ଅଧିକ ଶତକ । ଅର୍ଥାତ ବିରାଟ ଆଜି କ୍ରିକେଟ ଗଡ ସଚିନଙ୍କ ୪୯ ତମ ଦିନିକିଆ ଶତକକୁ ପଛରେ ପକାଇ ଦେଇଛନ୍ତି । ଆଜି ସାରା ବିଶ୍ବ ଦେଖିଥିଲା ବିରାଟଙ୍କ ବ୍ୟାଟର ସେହି ଯାଦୁଗରୀ ୫୦ ତମ ଶତକ ।

    ବିରାଟ କୋହଲିଙ୍କ ପାଇଁ ଚଳିତ ବିଶ୍ବକପ ଅତି ଅନୁକୁଳ ସାବ୍ୟସ୍ତ ହୋଇଛି । ଗୋଟିଏ ପରେ ଗୋଟିଏ ସ୍ମରଣୀୟ ଇନିଂସ ତାଙ୍କ ବ୍ୟାଟରୁ ବାହାରିଥିବା ବେଳେ ସବୁଠୁ ଅଧିକ ଦିନିକିଆ ଶତକ ହାସଲ କରିବାର ରେକର୍ଡ ମଧ୍ୟ ବିରାଟ ନାଁରେ ଯୋଡି ହୋଇଛି । ବିରାଟ ଏହାପୂର୍ବରୁ ସଚିନଙ୍କ ୪୯ ତମ ଦିନିକିଆ ଶତକର ସମକକ୍ଷ ହୋଇଥିବା ବେଳେ ଆଜି ୫୦ ତମ ଶତକ କରି ଦୁନିଆକୁ ନିଜର ଦମ୍ ଦେଖାଇଛନ୍ତି । ଖାଲି ସେତିକି ନୁହେଁ କୌଣସି ବିଶ୍ବକପରେ ସବୁଠୁ ଅଧିକ ରନର ରେକର୍ଡ ମଧ୍ଯ ସେ ହାସଲ କରିଛନ୍ତି । ସଚିନ ୨୦୦୩ ବିଶ୍ବକପରେ ମୋଟ ୬୭୩ ରନ କରିଥିବା ବେଳେ ଆଜି ତାହା ଭାଙ୍ଗିଦେଲେ ବିରାଟ । ପୂର୍ବରୁ କୌଣସି ବିଶ୍ବକପରେ ସଚିନ ହାଏଷ୍ଟ ସ୍କୋରର ଥିବା ବେଳେ ତାଙ୍କ ପଛକୁ ଥିଲେ ମେଥୁ ହେଡେନ, ରୋହିତ ଶର୍ମା ଏବଂ ଡେଭିଡ ଓ୍ବାର୍ଣ୍ଣର । ହେଡେନ ୨୦୦୭ ମସିହା ବିଶ୍ବକପରେ ୬୫୯ ରନ କରିଥିବା ବେଳେ ରୋହିତ ୨୦୧୯ ବିଶ୍ବକପରେ ୬୪୮ ଏବଂ ଓ୍ବାର୍ଣ୍ଣର ୨୦୧୯ ବିଶ୍ବକପରେ ୬୪୭ ରନ ସ୍କୋର କରିଥଲେ । ତେଣୁ, ରନ୍ ମାମଲାରେ ମଧ୍ୟ ବିଶ୍ବକପରେ ବିରାଟ ସବୁଠୁ ଅଧିକ ରନ କରିବାର ରେକର୍ଡ ହାସଲ କରିଛନ୍ତି ।

    ସେହିପରି ଦିନିକିଆ ରନ୍ ମାମଲାରେ ଅଷ୍ଟେଲିଆର ରିକି ପଣ୍ଟିଂକୁ ପଛରେ ପକାଇ ଦେଇଛନ୍ତି । ରିକି ମୋଟ ୧୩୭୦୪ ରନ କରିଥିବା ବେଳେ ବିରାଟ ତାଙ୍କୁ ପାର କରିଛନ୍ତି । ବିରାଟଙ୍କ ଉପରେ ରହିଛନ୍ତି କୁମାର ସାଙ୍ଗାକାରା ଏବଂ ସଚିନ ତେନ୍ଦୁଲକର । ସଚିନ ମୋଟ ୧୮୪୨୬ ରନ ସହିତ ଟପରେ ଥିବା ବେଳେ ତାଙ୍କ ପଛକୁ ୧୪୨୩୪ ରନ ସହିତ ସାଙ୍ଗାକାରା ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

  • ପ୍ରଭୁ ରାମଚନ୍ଦ୍ରଙ୍କୁ ଆଦର୍ଶ ବିଦ୍ୟାଳୟ ପାଠ୍ୟକ୍ରମରେ ବିରୋଧାଭାଷ: ବିଶ୍ବହିନ୍ଦୁ ପରିଷଦ

    ପ୍ରଭୁ ରାମଚନ୍ଦ୍ରଙ୍କୁ ଆଦର୍ଶ ବିଦ୍ୟାଳୟ ପାଠ୍ୟକ୍ରମରେ ବିରୋଧାଭାଷ: ବିଶ୍ବହିନ୍ଦୁ ପରିଷଦ

    ରାଜ୍ୟ ସରକାରଙ୍କ ହିନ୍ଦୁ ଧର୍ମ ଉପରେ କୁଠାରାଘାତ। ସରକାରଙ୍କ ଦ୍ଵାରା ପରିଚାଳିତ ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଛି ଭୁଲ ଶିକ୍ଷା। ଭଗବାନ ରାମଚନ୍ଦ୍ରଙ୍କୁ ସରକାର କାଳ୍ପନିକ ଚରିତ୍ର ଭାବେ କରୁଛନ୍ତି ଉପସ୍ଥାପନ। ଯାହାକୁ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ। ନିକଟରେ ୨୦୨୩-୨୪ ପାଠ୍ୟବର୍ଷର ଅର୍ଦ୍ଧବାର୍ଷିକ ଷଷ୍ଠ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କୁ କଳ୍ପନା ପ୍ରସୂତ ଚରିତ୍ରଭାବେ ଉପସ୍ଥାପନ କରାଯାଇଥିଲା। ଏହାକୁ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ। ପ୍ରଭୁ ରାମଚନ୍ଦ୍ର ହିନ୍ଦୁ ଧର୍ମର ଆରାଧ୍ୟ ଦେବତା। ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏପରି ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବାକୁ ହୀନ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ କରିଛି ବିଶ୍ଵ ହିନ୍ଦୁ ପରିଷଦ। ପରିଷଦର କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।

    ଜିଲ୍ଲା କମିଟିର ବହୁ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହିନ୍ଦୁ ଭାବନାକୁ କୁଠାରାଘାତ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଶ୍ଵ ହିନ୍ଦୁ ପରିଷଦ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

  • ଖରାପ ରାସ୍ତା ପାଇଁ ପହଞ୍ଚିପାରିଲାନି ଦମକଳ, ଜଳିଗଲା ଘର

    ଖରାପ ରାସ୍ତା ପାଇଁ ପହଞ୍ଚିପାରିଲାନି ଦମକଳ, ଜଳିଗଲା ଘର

    ଦର୍ଶକ ସାଜିଲା ଦମକଳଗାଡି କହିବାର ତାପର୍ଯ୍ଯ ଏହା ଯେ ଘରେ ନିଆଁ ଲାଗିଲା ଦମକଳଗାଡି ବି ଆସିଲା ହେଲେ ରାସ୍ତା ଖରାପ ପାଇଁ ସଠିକ ଯାଗାରେ ପହଞ୍ଚି ପାରିଲାନି ଅର୍ଥାତ ଆସିଲା ଦେଖିଲା ଆଉ ଚାଲିଗଲା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବାଉତିବେଡା ପଞ୍ଚାୟତର ମହୁଭଣ୍ଡାର ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଟିପୁ ଦେହୁରୀଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ଗ୍ରାମବାସୀ ଦମକଳବିଭାଗକୁ ଖବର ଦେଇଥିଲେ ହେଲେ ନିଆଁ ଲାଗିଥିବା ଘର ପାଖକୁ ଦମକଳ ଗାଡି ରାସ୍ତା ଖରାପ୍ ଯୋଗୁ ପହଞି ପାରିନଥିଲା । ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିଯାଇଥିଲା। ପରେ ଦମକଳବାହିନୀ ଖୟଖତିର ଆକଳନ କରି ଫେରିଆସିଥିବା ଜଣାପଡିଛି ।

    ଅପରପକ୍ଷରେ ଏହି ଶୀତ କାକର ସମୟରେ ବାସହରା ସର୍ବଶାନ୍ତ ହୋଇଥିବା ପରିବାରକୁ କୈାଣସି ସରକାରୀ ସହାୟତା ଯୋଗାଇ ଦେଇ ନଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଏବେ ବିଶୋଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନୂତନ କରି ଯୋଗ ଦେଇଥିବା ତହସିଲଦାରଙ୍କୁ ନେଇ ଅଞ୍ଚଳ ବାସି ଚିନ୍ତା ପ୍ରକଟ କରୁଥିବା ଦେଖିବାକୁ ମିଳୁଛି

  • ପରଲୋକରେ ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟ

    ପରଲୋକରେ ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟ

    ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ହୃଦଘାତ ଯୋଗୁଁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ। ତେବେ ଗତରାତିରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ଏନେଇ ସାହାର ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।ଆଜି ମୁମ୍ବାଇରେ ତାଙ୍କ ଅନ୍ତିମ ଦର୍ଶନ ପରେ ଲକ୍ଷ୍ନୌ ନିଆଯିବ । ସେଠି ସାହାରା ସିଟିରେ ତାଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସୂଚନା ମିଳିଛି। ସୁବ୍ରତ ରାୟଙ୍କ ପତ୍ନୀ, ପୁଅ ଓ ଭାଇ ଅଛନ୍ତି।


    ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସୁବ୍ରତ ରାୟ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ଥିଲେ । ୨୦୦୨ରେ ବିଜିନେସମ୍ୟାନ୍ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ୨୦୦୨ ମସିହାରେ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାର, ୨୦୧୦ରେ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ, ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଧନ୍ଦାମୂଳକ ଉତ୍କର୍ଷ ପୁରସ୍କାର, କର୍ମବୀର ସମ୍ମାନ, ଉଦ୍ୟମ ଶ୍ରୀ, ବାବା-ଇ-ରୋଜଗାର ପୁରସ୍କାର ଏବଂ ୨୦୦୧ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ ସୁବ୍ରତ ରାୟ ।

  • ୩ ଦିନରେ ସଲମାନଙ୍କ ଫିଲ୍ମ ୧୫୦ କୋଟି ଟଙ୍କା କରିଥିଲା ବ୍ୟବସାୟ!

    ୩ ଦିନରେ ସଲମାନଙ୍କ ଫିଲ୍ମ ୧୫୦ କୋଟି ଟଙ୍କା କରିଥିଲା ବ୍ୟବସାୟ!

    ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମି ଅଭିନୀତ ଫିଲ୍ମ ‘ଟାଇଗର ୩’ ଭାରତୀୟ ବକ୍ସ ଅଫିସରେ ଧମାକା ସୃଷ୍ଟି କରିଛି। ମାତ୍ର ୩ ଦିନ ମଧ୍ୟରେ ଏହି ଚଳଚ୍ଚିତ୍ରର ବ୍ୟବସାୟ ପ୍ରାୟ .୧୫୦ କୋଟିରେ ପହଞ୍ଚିଛି। ସମାଲୋଚକମାନେ ହୁଏତ ଫିଲ୍ମ ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଇଥିବେ, କିନ୍ତୁ ସଲମାନ ଖାନଙ୍କ ପ୍ରଶଂସକଙ୍କ ସିନେମାଘରଗୁଡିକରେ ସୁଅ ଛୁଟିଛି । ଏହି ଚଳଚ୍ଚିତ୍ରଟି ଶାହାରୁଖ ଖାନଙ୍କ ପଠାନ ଏବଂ ଯବାନଙ୍କ ତୁଳନାରେ କମ୍ ଓପନିଂ ଥିଲା, କିନ୍ତୁ ଟାଇଗର ୩ ଦୈନିକ ରୋଜଗାରରେ ଭଲ ପ୍ରଦର୍ଶନ କରୁଛି |

    ଇଣ୍ଡଷ୍ଟ୍ରି ଟ୍ରାକର ସାକନିଲ୍କର ତଥ୍ୟ ଦର୍ଶାଉଛି ଯେ ଟାଇଗର ୩ ଏପର୍ଯ୍ୟନ୍ତ ଭାରତୀୟ ବକ୍ସ ଅଫିସରେ ୧୪୮.୮୫ କୋଟି ଟଙ୍କା ବ୍ୟବସାୟ କରିଛି। ଚଳଚ୍ଚିତ୍ରଟି ରିଲିଜ୍ ଦିନ ଅର୍ଥାତ୍ ଦୀପାବଳିରେ ୪୪.୫ କୋଟି ଟଙ୍କା ଓପନିଂ କରିଥିଲା ​​| ସୋମବାର ଏହି ଫିଲ୍ମ ୫୯ କୋଟି ଟଙ୍କା ସଂଗ୍ରହ କରିଥିଲା । ମଙ୍ଗଳବାର ଏହା ୪୨.୫ କୋଟି ଟଙ୍କା ରୋଜଗାର କରିଛି।

    ଆଜି ଅର୍ଥାତ୍ ବୁଧବାର ଭୈୟା ଦୁଜର ଛୁଟିଦିନ | ଏଭଳି ପରିସ୍ଥିତିରେ ଏହି ଚଳଚ୍ଚିତ୍ର ଅଧିକ ରୋଜଗାର କରିପାରିବ | ୟଶ ରାଜ ଫିଲ୍ମସ ର ଏକ ଟୁଇଟରେ ପ୍ରକାଶ ପାଇଛି ଯେ ଦୀପାବଳି ଦିନ ଅର୍ଥାତ୍ ଓପନିଂ ଦିନରେ ଟାଇଗର ୩ ବିଶ୍ୱବ୍ୟାପୀ ୯୪ କୋଟି ଟଙ୍କା ବ୍ୟବସାୟ କରିଛି।

    ଟାଇଗର -୩ ର ନିର୍ଦ୍ଦେଶନା ଦେଇଛନ୍ତି ‘ବ୍ୟାଣ୍ଡ ବାଜା ବାରାତ୍’ ଫେମ ମନୀଷ ଶର୍ମା। ୟଶରାଜ ଫିଲ୍ମର ଏହି ସିନେମାରେ ସଲମାନ ଖାନ ମୁଖ୍ୟ ଭୂମିକାରେ ଅଛନ୍ତି। ତାଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ଇମ୍ରାନ ହାଶମି ଭିଲେନ ଭୂମିକାରେ ଅଛନ୍ତି। ଟାଇଗର -୩ ପୂର୍ବରୁ ଏହି ଚଳଚ୍ଚିତ୍ରର ‘ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହ’ ସଂସ୍କରଣ ମୁକ୍ତିଲାଭ କରିସାରିଛି।