Category: ମୁଖ୍ୟ ଖବର

  • ପୁଣି ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ, ଆସିଲା ଗାଇଡ ଲାଇନ

    ପୁଣି ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ, ଆସିଲା ଗାଇଡ ଲାଇନ

    ରାଜ୍ୟକୁ ପୁଣି ଫେରିଲା ମାସ୍କ। ରାଜ୍ୟରେ ଆଜି ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ଫେରାଇ ଆଣିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ଏକ ଗାଇଡ ଲାଇନ ମଧ୍ୟ ଜାରି କରିଛି ବିଭାଗ। ସୋସିଆଲ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି। ଗାଇଡ ଲାଇନରେ ବୟସ୍କ ତଥା ବହୁବିଧ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନକୁ ଏମାନଙ୍କୁ ନ ଯିବାକୁ କୁହାଯାଇଛି। ଏଥିସହ ବାହାରକୁ ବାହାରିବା ବେଳେ ସବୁବର୍ଗର ଲୋକ ପ୍ରତିଷେଧକ ପାଇଁ ମାସ୍କ ପିନ୍ଧିବାକୁ କୁହାଯାଇଛି। ଆଜି ରାଜ୍ୟରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିରାପତା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି ବିଭାଗ ପକ୍ଷରୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଏହାକୁ ସ୍ବାଗତ କରିଛନ୍ତି। କାରଣ ନୂଆ ଭାରିଆଣ୍ଟ ସଂକ୍ରମଣ ଭୟଙ୍କର ରୂପ ନେଉଛି। ସିଙ୍ଗାପୁରରେ ସଂକ୍ରମଣ ପିକ୍ ଛୁଇଁ ସାରିଲାଣି। ତେଣୁ ଏହି ସଂକ୍ରମଣ ପ୍ରତି ଅବହେଳା ପ୍ରଦର୍ଶନ ଘାତକ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ତେଣୁ ଯେଉଁମାନଙ୍କୁ ଥଣ୍ଡା ହେଉଛି, ଧଇଁସଇଁ ହେଉଛନ୍ତି, ନାକରୁ ପାଣି ବୋହୁଛି ସେମାନେ ନିଜର ଟେଷ୍ଟ କରାଇନେବାକୁ କହୁଛନ୍ତି ବିଶେଷଜ୍ଞ। ତେବେ ଏହି ସଂକ୍ରମଣକୁ ନେଇ ସେତେ ଭୟଭୀତ ନ ହେବାକୁ କହିଛନ୍ତି ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ। ସେ ଆହୁରି କହିଛନ୍ତି, ଖ୍ରୀଷ୍ଟମାସ, ନୂଆବର୍ଷ ଆସୁଥିବାରୁ ବହୁବିଧ ରୋଗରେ ପୀଡିତ ତଥା ବୟସ୍କ ଲୋକ ଭିଡଠାରୁ ଦୂରେଇ ରୁହନ୍ତି। ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି, ସେମାନେ ଘରେ ରୁହନ୍ତୁ।

    ତେବେ ଦେଶରେ କରୋନା ସଂକ୍ରମଣ ଗତ କିଛି ଦିନରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭୫୨ ମାମଲା ସାମ୍ନାକୁ ଆସିଛି, ଯାହା ଗତ ସାତ ମାସରେ ସବୁଠୁ ଅଧିକ ରହିଛି। ଏଥିସହ ଏହି ସମୟ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ସେହିପରି ଗତକାଲି ଦେଶରେ ଜଣଙ୍କର ମୃତ୍ୟୁ ସହ ୩୨୮ ଜଣ ସଂକ୍ରମିତ ହୋଇଥିଲା। ଏହା ପୂର୍ବରୁ ୬ଟି ମୃତ୍ୟୁ ରେକର୍ଡ କରାଯାଇଛି। ବର୍ତ୍ତମାନ ନୂଆ ଭାରିଆଣ୍ଟ ଜେଏନ-ଏକର ସଂକ୍ରମଣତା ଦ୍ରୁତ ଗତିରେ ବଢିଚାଲିଛି। ସେପଟେ ସଂକ୍ରମଣ ପାଇଁ କେରଳ ଓ କର୍ଣ୍ଣାଟକରେ ମାସ୍କକୁ ବାଧ୍ୟତାମୂଳକ କରାଗଲାଣି ।

  • କଳା କୌଶଳ ଓ ନୃତ୍ୟ ଗୀତ କ୍ଷେତ୍ରରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

    ଡେରାବିଶ ଛତା ସ୍ଥିତ ପଲ୍ଲୀ ଟେକ୍ନିକ ମହାବିଦ୍ୟାଳୟ ପରିସର ରେ “ନୂଆ-ଓ” ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ମହାବିଦ୍ୟାଳୟ ର ବିଭିନ୍ନ ଛାତ୍ର ଛାତ୍ରୀ ମାନେ କ୍ରୀଡା, କଳା କୌଶଳ ଓ ନୃତ୍ୟ ଗୀତ କ୍ଷେତ୍ର ରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ. ଉଦଜାପନି ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଯୋଗ ଦେଇଥିଲେ.ଉତ୍ସବ ରେ ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ର ପ୍ରତିଯୋଗୀ ମାନେ ମଞ୍ଚରେ ପୁରସ୍କୃତ ହୋଇଥିଲେ.ପଲ୍ଲୀ ଟେକ୍ନିକ କଲେଜ ପରିସର ରେ ଏକ ରକ୍ତ ଦାନ ଶିବିର ମଧ୍ୟ ଆୟୋଜିତ ହୋଇଯାଇଥିଲା ଯେଉଁଥିରେ ସତୁରି ଇୟୁନିଟ ରୁ ଉର୍ଧ୍ଵ ରକ୍ତ ସଂଗ୍ରହ ହୋଇଥିଲା

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶରେ ରାଜ୍ୟ ର ସମସ୍ତ ମହାବିଦ୍ୟାଳୟ ଭଳି ପାଟକୁରା ଓ ଡେରାବିଶ ର ବିଭିନ୍ନ ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ।ଏଭଳି ଯୁଗାନ୍ତ କାରି କାର୍ଯ୍ୟକ୍ରମ ପାଇଂ କଲେଜ କତୃପକ୍ଷ ଓ ଛାତ୍ରଛାତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

  • ଭାରତର ଅଦ୍ଭୁତ ପର୍ବ, କୂଅକୁ ଡେଇଁ ଫୁଲ, ଫଳ ଏବଂ ପତ୍ରର ମୁକୁଟ ପିନ୍ଧନ୍ତି ଲୋକେ

    ଭାରତର ଅଦ୍ଭୁତ ପର୍ବ, କୂଅକୁ ଡେଇଁ ଫୁଲ, ଫଳ ଏବଂ ପତ୍ରର ମୁକୁଟ ପିନ୍ଧନ୍ତି ଲୋକେ

    ଭାରତ ବିବିଧ ସଂସ୍କୃତର ଦେଶ । ଏହି ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ରହିଛି ଭିନ୍ନ ଭିନ୍ନ ପର୍ବ । ପ୍ରତ୍ୟକ ରାଜ୍ୟରେ ରହିଛି ସ୍ବତନ୍ତ୍ର ପର୍ବ । ସେହିପରି ଗୋଆ ଏପରି ଏକ ରାଜ୍ୟ ଯେଉଁଠାରେ ଏକ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ, ଯାହାକୁ ଦୂର ଦୂରାନ୍ତରୁ ଲୋକମାନେ ଦେଖିବାକୁ ଆସନ୍ତି । ଗୋଆର ପ୍ରସିଦ୍ଧ ପର୍ବ ହେଉଛି ‘କ୍ୟାଥୋଲିକ୍ ପର୍ବ’ ଯେଉଁଥିରେ ଅନେକ ବିଷ୍ମୟ କଲାଭଳି ଘଟଣା ଘଟିଥାଏ । ଏହି ପର୍ବକୁ ‘ସାଓ ଜୋଆଓ’ ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ସାଓ ଜୋଆ ପର୍ବ କ’ଣ …

    ଏହି ପର୍ବ ପ୍ରତିବର୍ଷ ଜୁନ୍ 24 ତାରିଖରେ ଗୋଆରେ ପାଳନ କରାଯାଏ । ଏହି ଦିନ ଲୋକମାନେ ଫୁଲ, ପତ୍ର ଏବଂ ଫଳରୁ ନିର୍ମିତ ମୁକୁଟ ପିନ୍ଧନ୍ତି । ସେଣ୍ଟ ଜନ୍ ବେପଟିଷ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଦେବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ । ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପର୍ବ, କୂଅ, ପୋଖରୀ ଏବଂ ନଦୀକୁ ଡେଇଁ ପାଳନ କରାଯାଏ । ଏହି ପର୍ବ ଏତେ ପ୍ରସିଦ୍ଧ ଯେ, ଗୋଆ ପର୍ଯ୍ୟଟନ ବିକାଶ ନିଗମ ପର୍ଯ୍ୟଟକ ମାନଙ୍କ ପାଇଁ ପୁଲ୍ ପାର୍ଟୀ ବ୍ୟବସ୍ଥା କରିଥାଏ ।

    ଏହି ପର୍ବକୁ ଇଂରାଜୀରେ ‘ଲିପ୍ ଅଫ୍ ଜୟ’ କୁହାଯାଏ । ପ୍ରତିବର୍ଷ ମୌସୁମୀ ଆରମ୍ଭ ପୂର୍ବରୁ ଏହି ପର୍ବ ପାଳନ କରାଯାଏ । କୂଅକୁ ଡେଇଁବାର ପରମ୍ପରା ଖ୍ରୀଷ୍ଟିଆନ ଇତିହାସ ସହିତ ସମ୍ପୃକ୍ତ । କୁହାଯାଏ ବେପଟିଷ୍ଟ, ପ୍ରଭୁ ଜିଶୁ ଖ୍ରୀଷ୍ଠଙ୍କ ଜନ୍ମ ଶୁଣି ମା ପେଟ ଭିତରେ ଅତ୍ୟନ୍ତ ଖୁସୀ ହୋଇଯାଇଥିଲେ । ଆଉ ଆନନ୍ଦରେ ନିଜ ମାତୃ ଗର୍ଭରୁ ଡେଇଁ ପଡ଼ିଲେ । ତେଣୁ ସେହି ଦିନଟିକୁ ସ୍ମରଣ କରି ବିଶେଷ କରି ପୁରୁଷ ମାନେ ନିଜ ମା ଗର୍ଭରୁ ଡେଇଁବାର ଅନୁଭବ କରି କୂଅ କିମ୍ବା ପୋଖରୀକୁ ଡେଇଁପଡନ୍ତି ।

  • ସରଯୁ ଘାଟରେ ଭକ୍ତିମୟ ପରିବେଶ

    ସରଯୁ ଘାଟରେ ଭକ୍ତିମୟ ପରିବେଶ

    ପୌରାଣିକ ଅଯୋଧ୍ୟା ନଗରୀ ନିକଟରେ କାହିଁ କେଉଁ କାଳରୁ ପ୍ରବାହିତ ହେଉଛି ପବିତ୍ର ସରଜୁ ନଦୀ… ଅଯୋଧ୍ୟାର ଗରିମା ଯେମିତି ମହାନ, ସେମିତି ମହାନ ସରଜୁର ଗାଥା… ହିମାଳୟର ମାନସରୋବରରୁ ବାହାରି ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ମଧ୍ୟ ଦେଇ ପ୍ରବାହିତ ସରଜୁ ବିହାରର ସାରଂ ଜିଲ୍ଲାରେ ଗଙ୍ଗା ନଦୀ ସହିତ ମିଳିତ ହୋଇଛି…ପୌରାଣିକ ମତ ଅନୁସାରେ, ଭଗବାନ ଶ୍ରୀ ରାମଙ୍କର ବନ ଗମନ ଠାରୁ ଅଯୋଧ୍ୟା ପ୍ରତ୍ୟାବର୍ତନ ପର୍ଯ୍ୟନ୍ତ ସମସ୍ତ ଘଟଣାର ମୁକ ସାକ୍ଷୀ ଏହି ସରଜୁ… କଳ କଳ ନାଦରେ ପ୍ରବାହିତ ହେଉଛି ପାପନାଶିନୀ ସରଜୁ… କେହି ଅଟକାଇ ପାରିନି ତାକୁ ତୃଷାର୍ତ୍ତକୁ ଜଳ ଦାନ କରିବାରେ..ସଭ୍ୟତା ଗଢିବାରେ… ଏବଂ ସନାତନ ଧର୍ମକୁ ମହିମାମୟ କରିବାରେ… ଯେମିତି କି ମହାପ୍ରଭୁ ଶ୍ରୀ ରାମଙ୍କ ସେବା କରିବାକୁ ପ୍ରାଣ ପାଇଛି ସରଜୁ… ଭୌଗୋଳିକ ଦୃଷ୍ଟିରୁ ଏହା ସାରଦା ନଦୀର ମୁଖ୍ୟ ସହାୟକ ନଦୀ । ସଂସ୍କୃତ ଭାଷାରୁ ସରଜୁ ଶବ୍ଦର ଉତ୍ପତି ହୋଇଥିବା ବେଳେ ଋଗ୍ ବେଡ଼ରେ ମଧ୍ୟ ଏହାର ନାମୋଲ୍ଲେଖ ରହିଛି …

    ସନ୍ଧ୍ୟା ସମୟରେ ମନମୋହକ ରୂପ ଧାରଣ କରିଥାଏ ସରଜୁ… ଶହ ଶହ ଭକ୍ତଙ୍କ ଉପସ୍ଥିତି, ନଦୀର ଘଟକୁ ଏକ ଭକ୍ତିମୟ ପରିବେଶ ପ୍ରଦାନ କରିଥାଏ … ପ୍ରବାହ ମାନ ସରଜୁ, ଘଣ୍ଟ ଧ୍ୱନି ଓ ଓଁକାର ନାଦରେ ପ୍ରକମ୍ପିତ ହୋଇଉଠେ ସରଜୁ ଘାଟ… ସନ୍ଧ୍ୟା ହେଲେ ପର୍ଯ୍ୟଟକ, ସାଧୁ, ଓ ଭକ୍ତ ମାନଙ୍କ ମଧ୍ୟରେ ଅପୂର୍ବ ସଙ୍ଗମ ସୃଷ୍ଟି କରେ ଏହି ଆଧ୍ୟାତ୍ମିକ ପରିବେଶ । ଖାଲି ସେତିକ ନୁହେଁ, ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରି ସେମାଙ୍କର ମୋକ୍ଷପ୍ରାପ୍ତି ପାଇଁ ପ୍ରାର୍ଥନା କରିଥାନ୍ତି ଶ୍ରଧାଳୁ । ସେଥିପାଇଁ ସେ ସରଜୁ ପାନାଶିନୀ ଭାବେ ପରିଚିତ .. . ଏଠି ମୋକ୍ଷ ପାଇଁ ସାଧାରଣ ଜନତା ଠାରୁ ମୁନି ରୁଷି ପର୍ଯ୍ୟନ୍ତ ସମସ୍ତେ ପ୍ରାଥନାରତ ।

  • ଯୋଗାଣ ଅଧିକାରୀଙ୍କୁ ଘରୁ ମିଳିଛି ପୁଳା ପୁଳା ସୁନା

    ଯୋଗାଣ ଅଧିକାରୀଙ୍କୁ ଘରୁ ମିଳିଛି ପୁଳା ପୁଳା ସୁନା

    ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ମାଡି ବସିଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ। ବୁଧବାର ଭୁବନେଶ୍ୱର ଓ ଗଂଜାମରେ ଥିବା ତାଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ଏଥିରେ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସହ ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘର ଉପରେ ଛାନଭିନ ଚଳାଇଛି ବିଭାଗ।

    ୨ଟି ବହୁତଳ କୋଠା, ୨ଟି ଫ୍ଲାଟ ସହ ୫ଟି ପ୍ଲଟ ଠାବ କଲାଣି ତଦନ୍ତକାରୀ ସଂସ୍ଥା। ସେହିପରି ରେଡ ବେଳେ ୫ ଶହ ଗ୍ରାମ ସୁନା ଅଳଙ୍କାର ସହ ଏକ କୋଟି ବ୍ୟାଙ୍କ ଜମା, ଓ ୧.୨୧ ଲକ୍ଷ ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ। ଏଥିସହ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିବା ସହ ଟିମ ଚଳାଇଛି ତଦନ୍ତ। ଯାଞ୍ଚ ପରେ ପୂର୍ଣ୍ଣ ସୂଚନା ମିଳିବ।

  • ନୂତନ ସଂସଦର ସୁରକ୍ଷା କ୍ଷେତ୍ରରେ ବଡ ଭୁଲ, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଲୋକ ଆଉ ହଳଦିଆ ଧୂଆ…

    ନୂତନ ସଂସଦର ସୁରକ୍ଷା କ୍ଷେତ୍ରରେ ବଡ ଭୁଲ, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଲୋକ ଆଉ ହଳଦିଆ ଧୂଆ…

    ସଂସଦର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅସାବଧାନତା ମାମଲା ସାମ୍ନାକୁ ଆସିଛି। ଏଠାରେ ଲୋକସଭାର ଅଧିବେଶନ ସମୟରେ ଜଣେ ଯୁବକ ଗୃହରେ ପ୍ରବେଶ କରିଥିଲେ।

    ସଂସଦର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ମାମଲା ସାମ୍ନାକୁ ଆସିଛି। ଏଠାରେ ଲୋକସଭାର ଅଧିବେଶନ ସମୟରେ ଦୁଇଜଣ ଯୁବକ ଦର୍ଶକଙ୍କ ଗ୍ୟାଲେରୀରୁ ଗୃହର ଏକ ଚେୟାର ଉପରକୁ ଡେଇଁପଡିଥିଲେ, ଯାହା ବିଶୃଙ୍ଖଳା ସୃଷ୍ଟି କରିଥିଲା।

    ଏହି ଅଧିବେଶନରେ ଉପସ୍ଥିତ ସାଂସଦଙ୍କ ଅନୁଯାୟୀ ଉଭୟ ଯୁବକଙ୍କ ହାତରେ ଲୁହବୁହା ଗ୍ୟାସ କ୍ୟାଣ୍ଟର ଥିଲା। ତେବେ ସାଂସଦମାନେ ସେମାନଙ୍କୁ ଧରି ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ।

    ସେପଟେ ଲୋକସଭାର ଅଧିବେଶନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

    ବିକ୍ଷୋଭକାରୀଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଥିଲେ। ପୋଲିସ ଉଭୟଙ୍କୁ ଗିରଫ କରି ପଚରାଉଚରା କରୁଛି ବିଶେଷ କଥା ହେଉଛି କାଲି ସଂସଦରେ ଆତଙ୍କବାଦୀ ଆକ୍ରମଣର ୨୨ ତମ ବାର୍ଷିକୀ ଥିଲା । ୨୧ ବର୍ଷ ପୂର୍ବେ କାଲି ଆତଙ୍କବାଦୀମାନେ ପୁରୁଣା ସଂସଦ ଗୃହ ଉପରେ ଆକ୍ରମଣ କରିଥିଲେ।

    ସୂଚନାନୁସାରେ, ଅଧିବେଶନ ସମୟରେ ପ୍ରବେଶ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାମ ସାଗର। ଉଭୟ ସାଂସଦଙ୍କ ନାମରେ ଲୋକସଭା ପରିଦର୍ଶନରେ ଆସିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ଲୋକ ମୋୖଶୁର ବିଜେପି ସାଂସଦ ପ୍ରତାପ ସିଂହାଙ୍କ ନାମରେ ଲୋକସଭା ପରିଦର୍ଶକ ପାସ୍ ରେ ଆସିଥିଲେ।

  • ଆନ୍ଧ୍ରପ୍ରଦେଶର ଏକ ଫ୍ୟାକ୍ଟ୍ରୀକୁ କାମ କରିବାକୁ ଯାଇ ୨ ନାବାଳକ ମୃତ

    ଆନ୍ଧ୍ରପ୍ରଦେଶର ଏକ ଫ୍ୟାକ୍ଟ୍ରୀକୁ କାମ କରିବାକୁ ଯାଇ ୨ ନାବାଳକ ମୃତ

    ଦାଦନ ଖଟିବାକୁ ୨ ମାସ ତଳେ ଘରୁ ପାଦ କାଢ଼ିଥିଲେ ୨ ନାବାଳକ। କଅଁଳ କାନ୍ଧରେ ବଡ଼ ଦାୟିତ୍ୱ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତକ ବି ସହିଲାନି ଦଇବ। ଯେଉଁଠି ଦୁଇ ଭାଇ ଦାଦନ ଖଟୁଥିଲେ, ସେଠି ମିଳିଲା ନିର୍ଯାତନା। କୌଶଳ କ୍ରମେ ଖସି ଆସିଥିଲେ ବି ଘରେ ପହଞ୍ଚି ପାରିନଥିଲେ। ଅଧାବାଟରେ ଚାଲିଯାଇଥିଲା ଦୁଇ ଭାଇଙ୍କ ଜୀବନ। ୨ପୁଅଙ୍କ ମୃତ୍ୟୁ ଖବର ପାଇ ଆଖିରୁ ଲୁହ ଗଡ଼ାଉଛନ୍ତି ବାପାମା’। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ମକାପଦର ଗାଁରେ। ସୁଚନା ଅନୁଯାୟୀ ମକାପଦର ଗାଁର ଦୁଇ ଭାଇ ଗଙ୍ଗାଧର ମାଝି ଓ ମହେଶ୍ୱର ମାଝି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଏକ ଚିଙ୍ଗୁଡି ଫେକ୍ଟ୍ରି କମ୍ପାନୀକୁ ଯାଇଥିଲେ। କିଛି ଦିନ ସେହି କମ୍ପାନୀରେ କାମ କରିବା ପରେ ସେମାନଙ୍କ ଦେହ ଅସୁସ୍ଥ ହୋଇଥିଲା। ହେଲେ କଂପାନୀ କର୍ତ୍ତୃପକ୍ଷ ସେମାନଙ୍କର ଚିକିତ୍ସା ପାଇଁ କୌଣସି ସହାୟତା କରିନଥିଲା। ବରଂ ସେମାନଙ୍କୁ ନର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ଦିନକୁ ଦିନକୁ ଦୁଇ ଭାଇଙ୍କ ଦେହ ଅଧିକ ଖରାପ ହୋଇଥିଲା। ସେମାନେ ଘରକୁ ଫେରିଆସିବା ପାଇଁ ମନ ସ୍ଥିର କରିଥିଲେ। ସୁପର ଭାଇଜରଙ୍କଠାରୁ କିଛି ଟଙ୍କା ଧାର ମାଗି ଟ୍ରେନ୍ ଯୋଗେ ରାୟଗଡ଼ା ପଳାଇ ଆସିଥିଲେ ଦୁଇ ଭାଇ। ରବିବାର ରାୟଗଡ଼ା ଷ୍ଟେସନରେ ପହଞ୍ଚିବା ପରେ ଦୁଇ ଭାଇ ଚାଲି ପାରୁ ନଥିଲେ। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଉଭୟ ଷ୍ଟେସନରେ ଗୋଟିଏ ସ୍ଥାନରେ ବସିଥିଲେ।ଜିଆରପି ଉଭୟଙ୍କ ଦେଖି ପଚରାଉଚରା କରିବା ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅବସ୍ଥାରେ ଗଙ୍ଗାଧରର ମୃତ୍ୟୁ ଘଟିଥିଲା। ମହେଶ୍ୱରର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ମହେଶ୍ୱରଙ୍କ ମୃତ୍ୟୁ ଘଟିଛି। ଦୁଇ ଭାଇଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

  • ବିଜେପି କଂଗ୍ରେସର ଚୋରା ପୀରତି; ବିଜେଡି

    ବିଜେପି କଂଗ୍ରେସର ଚୋରା ପୀରତି; ବିଜେଡି

    ସମ୍ପ୍ରତି ରାଜ୍ୟରେ ଚାଲିଥିବା ଆଇଟି ରେଡରେ ଗଦା ଗଦା ଟଙ୍କା ଓ ପୁଳା ପୁଳା ସୁନା ବାହାରିବା ପରେ ଏହାକୁ କୁ ନେଇ ଆହୁରି ଗୋଳିଆ ହୋଇଛି ରାଜ୍ୟ ରାଜନୀତି । ରାଜନୀତିର ତେରେଛା ବାଣରେ ପ୍ରତ୍ୟେକ ଦଳ ଅନ୍ୟ ଦଳ ପ୍ରତି ନିସାନା ସାଧୁଥିବା ବେଳେ ସେଥିରୁ ବାଦ ପଡିନାହିଁ ବିଜେଡି । ତେବେ ଏହାକୁ ନେଇ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଏକ ପ୍ରେସ ମିଟ୍ କରି କଣ କହିଛନ୍ତି ଶୁଣନ୍ତୁ ।

    ଶୁଣିଲେ ତ ଲେଲିନଙ୍କ କହିବା କଥା ଓଡିଶା ବିଜେପି ଓ ଓଡିଶା କଂଗ୍ରେସର ଚାଲିଛି ଚୋରା ପୀରତି । ଆୟାକର ବିଭାଗ ଚଢ଼ାଉ ରୁ 300 କୋଟି ମିଳିବା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କଂଗ୍ରେସର ସାଂସଦ ଧୀରଜ ସାହୁଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ଦୁର୍ନୀତି କରିଥିବା କଥା ବରିଷ୍ଠ ନେତା ମାନେ କହିଥିବା ବେଳେ ବିଜେପି ସାଂସଦ ମାନେ ସାଂସଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଓଡିଶାରେ କିନ୍ତୁ ବିଜେପି କଂଗ୍ରେସ କୁ ସୁରକ୍ଷା ଦେବା ପାଇଁ ଠିକା ନେଇଛି। ନିଜ ନିହିତ ସ୍ୱାର୍ଥ ପାଇଁ ରାଜ୍ୟ ବିଜେପି ଓଡିଶା କୁ ନିନ୍ଦା କରିବାକୁ ବହୁତ ବ୍ୟଗ୍ର। ମିଛ ଓ ମନ ଗଡା଼ କାହାଣୀ କହି ଓଡିଶା କୁ ବଦନାମ୍ କରିବାକୁ ଚାଁହୁଛି ବିଜେପି । ତେବେ ଆଶ୍ଚର୍ଯ୍ୟର କଥା ଆଇ.ଟି ରେଡ ପରେ ଓଡିଶା ବିଜେପି ଓ କଂଗ୍ରେସ ନିଜ ନିଜ ସୁରକ୍ଷା ପାଇଁ ଲାଗି ପଡିଛନ୍ତି । ଓଡିଶା କଂଗ୍ରେସ କୁ ରାଜ୍ୟ ବିଜେପି କାହିଁକି ବଞ୍ଚେଇବାକୁ ଚାଁହୁଛି ଉତ୍ତର ଦିଅନ୍ତୁ ବୋଲି ବିଜେଡି ଏକ ପ୍ରେସମିଟରେ କହିଛି ।

  • ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦେଇପାରନ୍ତି ଚେକ୍

    ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦେଇପାରନ୍ତି ଚେକ୍

    ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ ।ଏଥର ଲୋକସଭା ଆସନରେ ମହିଳାଙ୍କ ଲଢେଇ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।ଏବେଠୁ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ସଜବାଜ ।କିଏ କେଉଁ ଦଳର ପାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ।ଏହାରି ଭିତରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି ।ଆଜି ଶ୍ରୀମୟୀ ମିଶ୍ର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ଗାଁରେ ଜନସର୍ମ୍ପକ ଅଭିଯାନ ଆରମ୍ଭ କରିଛନ୍ତି ଶ୍ରୀମୟୀ ମିଶ୍ର ।ଏହି ପଦଯାତ୍ରାରେ ଶ୍ରୀମୟୀ ମିଶ୍ରଙ୍କ ସମର୍ଥକ ମାନେ ‘ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ ସ୍ୱାଗତମ ସ୍ୱାଗତଂ ର ନାରାଦେଇଥିଲେ ।କୁହାଯାଉଛି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଚେକ୍ ଦେବାକୁ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିପାରେ ବିଜୁ ଜନତା ଦଳ ।ମହିଳା ଚେହେରା ସାମ୍ନାକୁ ଆସିବା ନେଇ ଅଧିକ ସମ୍ବାବନା ଥିବା ବେଳେ ଚର୍ଚ୍ଚା ମଧ୍ଯ ଜୋରଦାର ହେଉଛି ।ବିଜେଡି ଏଥର ଅଧିକ ମହିଳାଙ୍କୁ ଟିକେଟ ଦେବାର ସମ୍ଭାବନା ଥିବାରୁ ଅପରାଜିତାଙ୍କ ବିରୋଧରେ ଶ୍ରୀମୟୀ ନିର୍ବାଚନକୁ ଓହ୍ଲାଇବା ସମ୍ଭାବନା ସୃଷ୍ଟି ହୋଇଛି ।ତେବେ ଦେଖିବାକୁ ବାକି ମୁଖିଆ କାହା ଉପରେ ଭରଷା କରୁଛନ୍ତି ।ଶ୍ରୀମୟୀ ମିଶ୍ର ଲୋକସଭା ଆସନ ପାଇଁ ପାର୍ଥୀନି ହଉଛନ୍ତି ନା ଆଉ କାହା ନା ଚର୍ଚ୍ଚାର ପରିଷରକୁ ଆସୁଛି ତାହା ସମୟ କହିବ….

  • ୧୪ ମାସ ପରେ ଜେଲରୁ ବାହାରିଲେ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍

    ୧୪ ମାସ ପରେ ଜେଲରୁ ବାହାରିଲେ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍

    ଜେଲରୁ ମୁକୁଳିଲେ ଲେଡି ବ୍ଲାକମେଲର ତଥା ହନିଟ୍ରାପ୍ କ୍ୱିନ୍ ଭାବେ ଜଣା ଅର୍ଚ୍ଚନା ନାଗ୍ ।୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା । ଅର୍ଚ୍ଚନାଙ୍କୁ ନେବାକୁ ଜେଲ୍‌କୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଅନ୍ୟପଟେ ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ ଅର୍ଚ୍ଚନା ନାଗ କହିଛନ୍ତି କୋର୍ଟଙ୍କ ଦ୍ୱାରସ୍ଥ ହେବେ ।ଏବଂ ତାଙ୍କ ପାଖରେ ଯେଉଁ ସବୁ ପ୍ରମାଣ ଅଛି ତାହା ସେ କୋଟଙ୍କୁ ଦାଖଲ କରିବେ । ଗତ ୪ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେଣୁ ସେ ଆଜି ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ୨ଟି ମାମଲାରେ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।ତବେ ଏଠାରେ କହିରଖୁଛୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ଘଟଣାରେ ଜଣକ ପରେ ଜଣେ ନେତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ଘଟଣାକୁ ନେଇ ଯାଞ୍ଚ କରିବା ପରେ ଜଣକ ପରେ ଜଣକୁ ଅଫିସକୁ ଡକାଇ ଜେରା କରିଥିଲା ଇଡି ।