Category: ମୁଖ୍ୟ ଖବର

  • ତିଆରି ହେବ ବାର୍ଷିକ ୭ ନିୟୁତ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ

    ତିଆରି ହେବ ବାର୍ଷିକ ୭ ନିୟୁତ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ

    ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନା ପାଇଁ ଜନ ଶୁଣାଣୀ ଆରମ୍ଭ। ତିଆରି ହେବ ବାର୍ଷିକ ୭ ନିୟୁତ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ। ପାରାଦ୍ଵୀପ ର ନୂଆଗଡ ପଞ୍ଚାୟତ ରେ ପ୍ରତିଷ୍ଠା ହେବ ଏହି ପ୍ଲାଣ୍ଟ। ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଜନ ଶୁଣାଣୀ। ବିଗତ ଦିନରେ କମ୍ପାନୀ ର ବର୍ଦ୍ଧିତ କାର୍ଯ୍ୟକୁ ବିରୋଧ କରି ହାଣ୍ଡିଆ ଗ୍ରାମବାସୀ ଧାରଣା ରେ ବସିବା ସହିତ ଅନେକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା l ବର୍ତ୍ତମାନର ଏହି ଜନଶୁଣାଣୀ ଶିବିର ରେ ସ୍ଥାନୀୟ ଅଞ୍ଚଳ ରୁ ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ଯୋଗଦେଇଥିଲେ l ସମସ୍ତେ ନିଜର ନାମ ପଞ୍ଜିକରଣ କରି ଜନଶୁଣାଣୀ ଶିବିର ରେ ନିଜ ନିଜର ଦାବି ଉପସ୍ଥାପନ କରିବାକୁ ପ୍ରଶାସନ ତରଫରୁ ସୁବ ନ୍ଦୋବସ୍ତ କରାଯାଇଥିଲା ।

    ବିଗତ ଦିନର ଘଟଣା ଦୁର୍ଘଟଣା କୁ ଭୁଲି ମୁଖ୍ୟମନ୍ତ୍ରୀ ଙ୍କ ଶିଳ୍ପସଂସ୍ଥା କୁ ଅଗ୍ରାଧିକାର ଭିତ୍ତି ରେ ଏହି ଜନଶୁଣାଣୀ ସଫଳ ହେବା ସହିତ ସ୍ଥାନୀୟ ଲୋକମାନଙ୍କ ସମସ୍ୟା ସମାଧାନ ଦିଗରେ କମ୍ପାନୀ ଓ ପ୍ରଶାସନ ତରଫରୁ ଦୃଷ୍ଟି ଦିଆଯିବା ନେଇ ସ୍ଥାନୀୟ ଲୋକ ଆଶା ରଖିଥିବା ବେଳେ ଆଗାମୀ ସମୟରେ କେତେ ମାତ୍ରାରେ ସଫଳ ହେବ ତାହା ଉପସ୍ଥିତ ଜନସାଧାରଣ ଅପେକ୍ଷା କରିଛନ୍ତି l

  • ମାଗଣା ଚାଉଳକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

    ମାଗଣା ଚାଉଳକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

    ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳକୁ ନେଇ ଚାଲିଛି ପୋଷ୍ଟର ୱାର । ଶାସକ ଓ ବିରୋଧୀ ଖାଦ୍ୟ ସୁରକ୍ଷାକୁ ନେଇ ମୁହାଁମୁହିଁ। ବିଜେପି କହୁଛି, ୨୦୨୯ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳ ଦେବେ ମୋଦି । ଏଥିରେ ରାଜ୍ୟର ଟଙ୍କାଟିଏ ବି ଅନୁଦାନ ନାହିଁ । ହେଲେ ଚାଉଳ ବଣ୍ଟନ ବେଳେ ଡିଲର ମାଧ୍ୟମରେ ନବୀନଙ୍କ ଫଟୋ ଥିବା ବ୍ୟାଗରୁ ଦେଇ ହାଇଜାକ୍ କରାଯାଉଛି କେନ୍ଦ୍ର ଯୋଜନାକୁ। ଏବେ ଏହାକୁ ଜଗିବ ବିଜେପି। ଏଣିକି ହିତାଧିକାରୀଙ୍କୁ ବଣ୍ଟନ ପାଇଁ କେନ୍ଦ୍ରରୁ ଆସିବ ଦୁଇ ପ୍ରକାରର ଚାଉଳ ବସ୍ତା। ଗୋଟିଏ ୨୦ କେଜିଆ ହୋଇଥିବା ବେଳେ ଅନ୍ୟଟି ୧୦ କେଜିଆ ରହିବ। ଏଥିରେ ମୋଦିଙ୍କ ଫଟୋ ରହିବ। ଜାନୁଆରୀ ୨୦ ବା ଫେବୃଆରୀରୁ ଏହି ଚାଉଳ ଯୋଗାଣ ହେବ। ଏଥିସହ କିପରି ଭୋଟ ପାଇଁ ସରକାର ୫ ଲକ୍ଷ ଲୋକଙ୍କୁ ଗରିବ କରିଛ ରାଜନୀତି କରୁଛି ତାହା ଦର୍ଶାଇଥିଲେ ବିଜେପି ନେତା ଗୋଲକ ମହାପାତ୍ର।

    ହେଲେ ବିଜେପି ନେତାଙ୍କ ଏହି ବୟାନକୁ ବିଜେଡି ନେତା ଖାରଜ କରି ଦେଇଛନ୍ତି। ରାଜ୍ୟରେ 3 କୋଟି 26 ଲକ୍ଷ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳ ପାଉଥିବା ବେଳେ ରାଜ୍ୟ ସରକାର 9 ଲକ୍ଷ ହିତାଧିକାରୀଙ୍କୁ ଚାଉଳ ଦେଉଛନ୍ତି। ଆଗକୁ ସମସ୍ତଙ୍କୁ ଚାଉଳ ନେବା ବେଳେ ନବୀନ ବ୍ରାଣ୍ଡ ବ୍ୟାଗ ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ୮୧.୩୫ କୋଟି ଲୋକଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି ସରକାର। ତେବେ ସମସ୍ତଙ୍କୁ ନବୀନଙ୍କ ଚିତ୍ର ଥିବା ବ୍ୟାଗ ଦେଇ ନିର୍ବାଚନ ପୂର୍ବରୁ ଶ୍ରେୟ ନେବାର ବଡ ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର। ହେଲେ ଶାସକ ଦଳ କହୁଛି ଭାରତ ସମ୍ବିଧାନ ରେ ରାଜ୍ୟ ନ ଥିଲେ ଦେଶ କେମିତି ହେବ ।ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଓଡ଼ିଶାକୁ ଯେତିକି ଦରକାର ତାହା ତ କେନ୍ଦ୍ର ସରକାର ଦେଲେନି । ସେଥି ପାଇଁ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଯୋଡିଛନ୍ତି। କିଏ ମିଛ କହୁଛି ଲୋକେ ଜବାବ ଦେବେ

    ପୂର୍ବରୁ ମିଶନ ଶକ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଷ୍ଟିକରିଂ ବିବାଦ,ଜଳଜୀବନ ମିଶନର ନାଁ ବସୁଧା ଯୋଜନାକୁ ବ୍ରାଣ୍ଡିଂ କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ହଡ଼ପ କରୁଥିବା ଅଭିଯୋଗ ଆସିଥିଲା । ଏବେ ଯୋଡି ହୋଇଛି ମୋଦି ଚାଉଳ ନବୀନ ବ୍ୟାଗ ବିବାଦ। ଏଠି ବଡ଼ ପ୍ରଶ୍ନ, ଯୋଜନା କିଏ କାହାର ହାଇଯାକ କରୁଛି।

  • ଗୋଷ୍ଠୀ ସଂଘର୍ଷ,ଜଣେ ମୃତ ତିନି ଗୁରୁତର

    ଗୋଷ୍ଠୀ ସଂଘର୍ଷ,ଜଣେ ମୃତ ତିନି ଗୁରୁତର

    ଯାଜପୁର ବରି ରାମଚନ୍ଦ୍ରପୁର ଥାନା ଅଟିରା ପଂଚାୟତ ଅରୁଆଳ ଗ୍ରାମରେ ଗଛକଟା କୁ କେନ୍ଦ୍ର କରି ତୁମୁଳକାଣ୍ଡ। ଦୁଇ ଗୋଷ୍ଠୀ ସଂଘର୍ଷ ରେ ଜଣେ ମୃତ ଓ ତିନିଜଣ ଗୁରୁତର ହୋଇଛନ୍ତି ।

    ମୃତକ ହେଲେ ସୁବାସ ଜେନା। ଉଭୟ ଗୋଷ୍ଠୀ ର ୩ଜଣ ଗୁରୁତର ହେଉଛନ୍ତି ବିକାଶ ପରିଡ଼ା ,ଅମରେଶ ପରିଡ଼ା ଓ ଶ୍ରୀନିବାସ ଜେନା। ଗୁରୁତର ମାନେ ଯାଜପୁର ମୁଖ୍ୟ ଚିକତ୍ସାଳୟ ରେ ଚିକିଶ୍ଚିତ ହେଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।।

    ସୂଚନା ମୁତାବକ ସୁବାସ ଙ୍କ ଜମି ନିକଟରେ ଥିବା ଗୋଚର ଜମି ରେ ଏକ ଗଛ କଟା କୁ ନେଇ ବିବାଦ ଆରମ୍ଭ ହୋଇଥିଲା। ତହସିଲ ପ୍ରଶାସନ ନିକଟ ରେ ଅଭିଯୋଗ ପରେ ଗଛ କାଠ ଗୁଡ଼ିକୁ ସିଜ୍ କରାଯାଇଥିଲା।

    ଏହି କାଠ କୁ ବିକାଶ ଓ ସହଯୋଗୀ ନେବା ସମୟ ରେ ଘଟଣାସ୍ଥଳ ରେ ବିବାଦ ଆରମ୍ଭ ହୋଇ ହାତାହାତି ପର୍ଯ୍ୟନ୍ତ କଥାଯାଇଥିଲା । ପରେ ଏହା ଉଗ୍ର ରୂପ ନେଇ ଏଭଳି ଅଘଟଣ ଘଟିଥିଲା। ଶେଷରେ ଏହି ଗଣ୍ଡୋଗଳ ରେ ଜଣଙ୍କର ଜୀବନ ଚାଲିଯାଇଛି ।

    ମୃତ ଶରୀର କୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥବା ବେଳେ ଆକ୍ରମଣକାରୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି।

  • ନବକଳେବର ହେବ ପାରାଦ୍ୱୀପ ବନ୍ଦର

    ନବକଳେବର ହେବ ପାରାଦ୍ୱୀପ ବନ୍ଦର

    ନବକଳେବର ହେବ ପାରାଦ୍ୱୀପ ମାଛଧରା ବନ୍ଦର । ନୂତନ ପ୍ରକଳ୍ପ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ଓ ମତ୍ସ୍ୟ ସମ୍ପଦ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପଲା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ମତ୍ସ୍ୟ ଶିଳ୍ପର ଉନ୍ନତି ଦିଗରେ ମୋଦି ସରକାର ଆରମ୍ଭ କରିଥିବା ନୂତନ ପ୍ରକଳ୍ପ ଅନ୍ତର୍ଗତ ପାରାଦୀପ ମାଛଧରାବନ୍ଦର ପାଇଁ କେନ୍ଦ୍ରସରକାରଙ୍କ ତରଫରୁ ୧୦୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ଯାହା ଆଗାମୀ ଦିନରେ ଭାରତବର୍ଷରେ ମାଛଧରା ବନ୍ଦର ଭାବେ ପାରାଦ୍ୱୀପକୁ ସ୍ବତନ୍ତ୍ର ସ୍ଥାନ ଦେବ ।

    କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଯାଇଥିବା ଅର୍ଥରେ ମାଛଧରା ବନ୍ଦରର ଉନ୍ନତିକରଣ ସହିତ ମତ୍ସ୍ୟଜୀବୀମାନେ କିପରି ସୁରୁଖୁରୁରେ ମାଛ ଧରିପାରିବେ ଓ ବୁଡିବାକୁ ବସିଥିବା ପାରାଦ୍ୱୀପର ମତ୍ସ୍ୟଶିଳ୍ପର ପୁନଃରୁଦ୍ଧାର ହେବ ତାଉପରେ ଗୁରୁତ୍ବ ଦିଆଯାଇଛି। ଏହି ନୂଆ ପ୍ରକଳ୍ପ ମତ୍ସ୍ୟଜୀବୀଙ୍କ ଜୀବନ ଧାରଣରେ ଉନ୍ନତି ଆଣିବ ବୋଲି କେନ୍ଦ୍ର ମନ୍ତ୍ରୀ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କହିଛନ୍ତି। ସେହିପରି କେନ୍ଦ୍ରସରକାରଙ୍କ ତରଫରୁ ପାରାଦ୍ୱୀପ ମାଛଧରା ବନ୍ଦର ଆଧୁନିକିକରଣରେ ନିଲାମ ଗୃହ,ମାର୍କେଟ କମ୍ପ୍ଲେକ୍ସ ସହିତ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ସରିବା ପରେ ପାରାଦ୍ୱୀପର ମାଛଧରା ବନ୍ଦର ବିଶ୍ଵସ୍ତରୀୟ ମାଛଧରା ବନ୍ଦର ହେବ ବୋଲି କହିଛନ୍ତି ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପିଏଲ ହରାନାଦ।

    ପାରାଦୀପ ମତ୍ସ୍ୟଜୀବୀ ସଂଘ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଥିବା ବେଳେ ପାରାଦୀପ ମତ୍ସ୍ୟଶିଳ୍ପ ପାଇଁ ଆବଶ୍ୟକ ହେଇଥିବା ଆଇସ ପ୍ଲାଣ୍ଟ,ମୁହାଣ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ଜଣାଇଛନ୍ତି। ଏଥିସହ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବାକୁ ଦାବି ରଖିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର କର୍ମକର୍ତ୍ତା ।

    କେନ୍ଦ୍ର ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ମାଛଧରା ବନ୍ଦରରେ ଏକ ବିରାଟ ଜନସମାବେଶ ହୋଇଥିଲା। ଏଥିରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମତ୍ସ୍ୟଶିଳ୍ପ ସହ ଜଡିତ ବିଭିନ୍ନ ବ୍ୟକ୍ତିବିଶେଷ ଓ ବନ୍ଦର କର୍ତ୍ତୃପକ୍ଷ ଯୋଗଦେଇଥିଲେ। ଏହି ପ୍ରକଳ୍ପ ମତ୍ସ୍ୟଜୀବୀଙ୍କ ଜୀବନ ଧାରଣରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଶା ରଖିଛନ୍ତି ମତ୍ସ୍ୟଜୀବୀ।

  • ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟକୁ ଘରୋଇକରଣ ବିରୁଦ୍ଧରେ ବିକ୍ଷୋଭ

    ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟକୁ ଘରୋଇକରଣ ବିରୁଦ୍ଧରେ ବିକ୍ଷୋଭ

    କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଘରୋଇକରଣ ପ୍ରସ୍ତାବ ତଥା ଟେଣ୍ଡର ପାଇଁ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହାକୁ ବିରୋଧ କରୁଛନ୍ତି କେନ୍ଦୁଝରବାସୀ। ଏହାକୁ ନେଇ କେନ୍ଦୁଝରର ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ଯୁବସମାଜ ତଥା ସାମାଜିକ ସଂଗଠନ ତାତିଛନ୍ତି। ଏହାକୁ ବିରୋଧ କରି ସୋମବାର ଦିନ ଏକ ବିରାଟ ପଟୁଆର କେନ୍ଦୁଝର ସହରର କାଳୀ ପଡିଆଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସରକାରଙ୍କ ଘରୋଇକରଣ ନିଷ୍ପତିକୁ ବିରୋଧ କରିଥିଲେ ଓ ସରକାର ବିରୋଧରେ ନାରାବାଜି ଦେଇଥିଲେ ।

    ଏହି ଘରୋଇକରଣ ନିଷ୍ପତିକୁ କାର୍ଯ୍ୟକାରୀ ନକରିବା ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କୁ ଦେଇଥିଲେ ପ୍ରତିନିଧି ଦଳ। ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଜିଇସି ବଞ୍ଚାଅ ଆବାହକ ସୁନେଶ ଧିର,ବିଜେପି ନେତା ଦିଲ୍ଲୀପ ପଣ୍ଡା ପ୍ରମୁଖ ଏହି ଆନ୍ଦୋଳନର ପୁରୋଧା ସାଜିଥିଲେ।

  • ପ୍ରବଳ କହୁଡି ପାଇଁ ଜନଜୀବନ ଅସ୍ତବ୍ଯସ୍ତ

    ପ୍ରବଳ କହୁଡି ପାଇଁ ଜନଜୀବନ ଅସ୍ତବ୍ଯସ୍ତ

    କନ୍ଧମାଳ ଜିଲ୍ଲାରେ ଅନୁଭୂତ ହେଉଅଛି ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ।ସକାଳ 9ଟା ପର୍ଯ୍ଯନ୍ତ ଲାଗିରହୁଛି କୁହୁଡି ଫଳରେ ପ୍ରବଳ କୁହୁଡି ଯୋଗୁଁ ରାସ୍ତା,ପରିବେଶ ସ୍ପଷ୍ଟ ଦୃଶ୍ୟ ମାନ ହେଉନାହିଁ।ଜିଲ୍ଲାର ଜି ଉଦୟଗିରି ରେ ଶୀତ ଅଧିକ ଥିବାବେଳେ ଦାରିଙ୍ଗିବାଡି,ଫୁଲବାଣୀ, ବେଲଘର୍ ଆଦି ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୁତ ହେଉଅଛି। ଶୀତ ଦିନିଆ ପରିବା ବିନିସ୍,ଟିକାବାଲି ଆଳୁ,ବିଭିନ୍ନ ଶାଗ, ପିଠଳ ଆଦି ପରିବା ଗ୍ରାମର ମହିଳା ପୁରୁଷ ସହର ରେ ବିକ୍ରି କରୁଥିବାର ମଧ୍ଯ ଦେଖିବାକୁ ମିଳିଛି।

    ତେବେ ସକାଳୁ ସକାଳୁ ରାସ୍ତା କଡ଼ରେ ପ୍ରବଳ ଭିଡ଼ ଦେଖିବାକୁ ମିଲୁଛି। ଶୀତ ର ମଜା ନେବା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରୁ ପ୍ରବଳ ପର୍ଯ୍ୟଟକ ସମାଗମ ହୋଇଅଛି କନ୍ଧମାଳ ଜିଲ୍ଲାକୁ।

  • ପୋଲିସକୁ ଚେତାବନୀ, ଗଞ୍ଜେଇ ଚାଷ ନାଁରେ ଗୁଇନ୍ଦାଗିରି ବନ୍ଦ ନକଲେ ଭୋଗିବ ପରିଣାମ

    ପୋଲିସକୁ ଚେତାବନୀ, ଗଞ୍ଜେଇ ଚାଷ ନାଁରେ ଗୁଇନ୍ଦାଗିରି ବନ୍ଦ ନକଲେ ଭୋଗିବ ପରିଣାମ

    କିଛି ଦିନର ନିରବତା ପରେ ବୌଦ୍ଧରେ ପୁଣି ଲାଗିଲା ମାଓ ପୋଷ୍ଟର । ମନମୁଣ୍ଡା ଥାନା ଅନ୍ତର୍ଗତ ନୂର୍ପା ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । ପୋଷ୍ଟରଟି କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ମରାଯାଇଥିବା ଜଣାପଡିଛି ।ଗଞ୍ଜେଇ ଚାଷ ପାଇଁ ପ୍ରୋତ୍ସାହନ ଦେଉଥିବା ପୋଲିସଙ୍କୁ ପୋଷ୍ଟର ମାରି ଚେତାବନୀ ଦେଇଛନ୍ତି ମାଓବାଦୀ । ପୋଲିସ ପ୍ରଶାସନର ସହାୟତାରେ ବାହାରୁ ଗଂଜେଇ ମାଫିଆ ଆସି ଜଙ୍ଗଲ ନଷ୍ଟ କରିବା ସହ ଆଦିବାସୀଙ୍କ ଜମିକୁ କବଜା କରୁଛନ୍ତି । ଗଂଜେଇ ଚାଷ ନାଁରେ ପୋଲିସର ଗୁଇନ୍ଦାଗିରି ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି ମାଓବାଦୀ ସଂଗଠନ । ଏଥିରୁ ନିବୃତ ନରହିଲେ ପରିମାଣ ଭୋଗିବାକୁ ମାଓ ସଂଗଠନ ଚେତାବନୀ ଦେଇଛି ।

  • କିଏ ଏହି ମହିଳା ?

    କିଏ ଏହି ମହିଳା ?

    ବ୍ରିଜ ଛାତ ତଳୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଦେଉଳପଦର ବ୍ରିଜ ଠାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେଉଳପଦର ରୁ ପୁଆକୁ ସଂଯୋଗ କରୁଥିବା ବ୍ରିିଜ ଗାଡର ଭିତରେ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଲିଥିଲା ।

    ବ୍ରିଜ ତଳେ ରହିଥିବା ଶୁଡଙ୍ଗ ଭିତରକୁ ପଶି କିଛି ପିଲା ଚଢେଇ ଧରିବାକୁ ଯାଇଥିବାବେଳେ ସେମାନେ ମହିଳାଙ୍କ ମୃତଦେହକୁ ଠାବ କରିଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛି ।

    ତେବେ ସାଇଂଟିଫିକ ଟିମ ସାହାର୍ଯ୍ୟରେ ପୋଲିସ ତଦନ୍ତ କରିବାନେଇ ଜଣାପଡିଥିବାବେଳେ ମୃତକଙ୍କ ସମ୍ପର୍କରେ ଏଯାଏଁ କିଛି ଜଣାପଡିନାହିଁ । ମହିଳାଙ୍କୁ ହତ୍ୟାପରେ ତଥ୍ୟ ଲୁଚାଇବାକୁ ଦୁର୍ବୁର୍ତମାନେ ଏଭଳି କରିଥିବା ସନ୍ଦେହ କରାଯାଉଛି

  • ଜାତୀୟ ରାଜପଥ ଲୋକଙ୍କ ପାଇଁ ପାଲଟିଛି ମରଣ ଯନ୍ତା

    ଜାତୀୟ ରାଜପଥ ଲୋକଙ୍କ ପାଇଁ ପାଲଟିଛି ମରଣ ଯନ୍ତା

    ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ ।ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଏଭଳି ଏକ ଦୁକଦ ଘଟଣା ଦେଖିବାକୁ ମିଲିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କଲରାଗଡ଼ିଆ ନିକଟରେ । ଏକ ଟ୍ରାକ୍ଟର ଚିପ୍ସ ଲୋର୍ଡ କରି ଯାଉଥିବା ବେଳେ କେନ୍ଦୁଝର ଆଡୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା ଟ୍ରାକ୍ଟରଟିକୁ ।

    ଫଳରେ ଟ୍ରାକ୍ଟରଟି ଦ୍ରୁଘଟଣା ଗସ୍ତ ହୋଇ ଚୁରମାର ହୋଇ ଯାଇଥବା ବେଳେ ଡ୍ରାଇଭର ଜଣଙ୍କ ଅବସ୍ଥା ଗୁରୁତ୍ୱର ହୋଇଥିଲା ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଧାର କରି ଆନନ୍ଦପୁର ମେଡ଼ିକାଲ କୁ ଆଣିଥିଲେ ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

    ତେବେ ପ୍ରତିଦିନ ୨୦ ନମ୍ବର ଜାତୀୟ ରାଜପଥ ରେ ଲୋକଙ୍କ ଜୀବନ ଯାଉଛି ଏନ ଏଚ ଆଇ ଏଥିପ୍ରତି ଦୃଷ୍ଟି ଦେବା ସହ ଦ୍ରୁଘଟଣା ରେ ମୃତ୍ୟୁ ବରଣ କରିଥିବା ଡ୍ରାଇଭର ଜଗବନ୍ଧୁ ଙ୍କ ପରିବାର କୁ ସରକାର ଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

  • ଠିକ୍ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ , ଆଧରାସ୍ତାରେ ସନ୍ତାନ ଜନ୍ମଦେଲେ ମହିଳା

    ଠିକ୍ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ , ଆଧରାସ୍ତାରେ ସନ୍ତାନ ଜନ୍ମଦେଲେ ମହିଳା

    ବନ୍ଦରନଗରୀ ପାରାଦ୍ୱୀପ ରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବା ର ବିକଳ ଚିତ୍ର l ମହିଳାଙ୍କ ପ୍ରସବ ବେଦନା ହେବାରୁ ବାରମ୍ବାର ଆମ୍ବୁଲାନ୍ସ କୁ ଫୋନ କରି ବିଫଳ ହେବାପରେ ପ୍ରସୂତି ଙ୍କୁ ଟ୍ରଲି ରେ ଆଣି ଆସୁଥିବା ସମୟରେ ନୂଆବଜ଼ାର ରାଜରାସ୍ତାରେ ମହିଳାଙ୍କୁ ମେଡିକାଲ ପର୍ଯ୍ଯନ୍ତ ନେବା ସମ୍ଭବ ହୋଇନଥିଲା ।

    ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି l ଶିଳ୍ପସମୃଦ୍ଧ ପାରାଦ୍ୱୀପ ଅଞ୍ଚଳ ରେ ମହିଳା ଜଣକ ଶିଶୁ ଜନ୍ମ ଦେବା ର ଏକଘଣ୍ଟା ପରେ ପାରାଦ୍ୱୀପ ବନ୍ଦର ହସ୍ପିଟାଲ ର ଆମ୍ବୁଲାନ୍ସ ପହଞ୍ଚି ମା ଓ ପିଲାକୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିବା ବେଳେ ମା ଓ ପିଲା ଉଭୟ ସୁସ୍ଥ ରହିଥିବା ନେଇ ଡାକ୍ତର କହିଛନ୍ତି l

    ସୂଚନା ଅନୁଯାୟୀ ଭୋର ସମୟରେ ପାରାଦ୍ୱୀପ ମୁନିସିପାଲିଟି ଷଣ୍ଢକୁଦ ରେ ରହୁଥିବା ସରଫାତ ଖାଁ ଙ୍କ ପତ୍ନୀ ସଲାମୁନ ଖାତୁନ ଙ୍କ ପ୍ରସବ ବେଦନା ହେବାରୁ 108 କୁ ଫୋନ କରିଥିଲେ l ଆମ୍ବଲାନ୍ସ ଠିକ ସମୟରେ ନପହଞ୍ଚିବାରୁ ଏଭଳି ଏକ ଆଶ୍ଚର୍ଯ୍ଯ କର ଘଟଣା ଘଟିଥିଲା ।

    ରାସ୍ତାରେ ଲୁଗା ଭିଡି ମହିଳା ଜଣଙ୍କ ଏକ ଶିଷୁକୁ ଜନ୍ମ ଦେଦେଇଥିଲା । ତେବେ ପାରାଦ୍ୱୀପ ଭଳି ଏକ ଅଞ୍ଚଳ ରେ ଏହିଭଳି ଦୃଶ୍ୟ ସାଧାରଣ ରେ ଅଲୋଡ଼ନ ସୃଷ୍ଟି କରିଛି।