Category: ମୁଖ୍ୟ ଖବର

  • ସାଇବର କ୍ରାଇମର ବଡ ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ

    ସାଇବର କ୍ରାଇମର ବଡ ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ

    କେନ୍ଦୁଝର ପୋଲିସକୁ ବଡ ସଫଳତା। ସାଇବର କ୍ରାଇମରେ ବଡ ପର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ। ସାଇବର ଅପରାଧରେ ସମ୍ପୃକ୍ତ ୪ ଅପରାଧୀ ପୋଲିସ କବଜାରେ। ପୋଲିସ ସେମାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ ଟି ବାୟୋମେଟ୍ରିକ ସ୍କାନର, ୨୫ ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ , ଗୋଟିଏ ଲାପଟପ , ୭ ଟି ପାସବୁକ , ୧୮୫ ଟି ଫଟୋ , ୫୦୭୧ ଟଙ୍କା ଜବତ କରିଛି । ଗିରଫ ଅପରାଧୀ ରାଜକିଶୋର ଜେନା, ତପନ କୁମାର ଜେନା, ସୁବ୍ରତ କୁମାର ଜେନାଙ୍କ ଘର ଘସିପୁରା ଥାନା ଅଞ୍ଚଳରେ ହୋଇଥିବା ବେଳେ ପ୍ରଦୀପ କୁମାର ମିଶ୍ରଙ୍କ ଘର ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ। ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଉର୍ଧ୍ବ ମାମଲା ରହିଛି। ଏମାନେ ବିଭିନ୍ନ ସିମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବାବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣତରେ ସିମ୍ ବାହାର କରି ସାଇବର ଠକମାନଙ୍କୁ ବିକ୍ରି କରୁଥିବା ସୂଚନା ଦେଇଛନ୍ତି ଏସପି ନିତିନ୍ କୁଶଲକର।

    ଏହି ଠକମାନେ ପ୍ରତି ସିମ୍ କାର୍ଡ଼କୁ ୪ ରୁ ୫ ହଜାର ଟଙ୍କାରେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ଏମାନଙ୍କ ନାଁରେ ସାଇବର ଥାନା କେସ୍ ନମ୍ବର ୫/୨୦୨୪ରେ ମାମଲା ରୁଜୁ ହୋଇଛି। ଧାରା ୪୧୯, ୪୨୦ , ୩୪ IPC , RW ଆଇନ୍ ୬୬ (C), ୬୬ (D), IT Act 2000ରେ ଗିରଫ କରାଯାଇଛି ।ଏମାନଙ୍କ ଠାରୁ ପୋଲିସ ଅଧିକ ଖୋଳତାଡ କରିବାକୁ ଯୋଜନା ରଖିଛି।

  • ନାବାଳିକା ବଖାଣିଲା ଅପହରଣର ଲୋମ ଟାଙ୍କୁରା କାହାଣୀ

    ନାବାଳିକା ବଖାଣିଲା ଅପହରଣର ଲୋମ ଟାଙ୍କୁରା କାହାଣୀ

    ଚଉଦ ବର୍ଷର ନାବାଳିକା ବଖାଣିଲା ନିଜ ଅପହରଣର ଲୋମ ଟାଙ୍କୁରା କାହାଣୀ। ତା ଉପରେ ଲୋଲୁପ ଦୃଷ୍ଟି ରଖିଥିବା ମଣିଷ ରୂପି ରାକ୍ଷସ ତା ସମ୍ପର୍କୀୟ ଭାଇ କିପରି ତାକୁ ଅପହରଣ କରିଥିଲା ଓ କିପରି ତା କବଳରୁ ରକ୍ଷା ପାଇ ନୂଆ ଜୀବନ ପାଇଲା ସେ ସବୁ ବଖାଣିଛି ନାବାଳିକା। କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବସପୁର ନାରହରିପୁର ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକା ଉପରେ ପଡୋଶୀ ଘରର ଚାଳିଶ ବର୍ଷୀୟ ସମ୍ପର୍କୀୟ ଭାଇ ଚନ୍ଦନ ଜେନା ଖରାପ ନଜର ରଖିଥିଲା।

    ବିଭିନ୍ନ ସମୟରେ ତାକୁ ବିବାହ କରିବାକୁ କହୁଥିଲା। ସେ ଘରେ ଏ ବିଷୟରେ କହିଥିଲେ ବି ଘର ଲୋକ କହୁଥିଲେ ମଜାରେ ଚନ୍ଦନ ଏମିତି କହୁଥିବା। ତେଣୁ ଏହି କଥାକୁ ଗୁରୁତ୍ବ ଦେଉନଥିଲେ ନାବାଳିକାର ପରିବାର ଲୋକେ। ହେଲେ ଜାନୁଆରୀ ୧୬ ତାରିଖରେ ନାବାଳିକା ସ୍କୁଲରୁ ଫେରୁଥିବା ସମୟରେ ତାକୁ ଚନ୍ଦନ ଓ ତା ସହଯୋଗୀମାନେ ଏକ କାର ଯୋଗେ ଅପହରଣ କରି ନେଇଥିଲେ। ଏନେଇ ନାବାଳିକାର ପରିବାର ପକ୍ଷରୁ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଥିଲା।

    ଚନ୍ଦନ ସେଠାରେ ନାବାଳିକା ସହ ଖରାପ ଆଚରଣ କରିଥିବା ନାବାଳିକା କହିଥିବା ବେଳେ ଚନ୍ଦର କୌଣସି କାମରେ ଘରୁ ବାହାରକୁ ଯାଇଥିବା ବେଳେ ସେ ନିଜ ମାଙ୍କୁ ଫୋନ କରି ସବୁ କଥା କହିଥିଲେ। ପରିବାର ଲୋକ ଝିଅ ଫୋନ କରି ଉଦ୍ଧାର କରିବାକୁ ଗୁହାରି କରିଥିବା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଚନ୍ଦନର ଫୋନ ଟ୍ରାକ୍ କରି କଳିଙ୍ଗ ନଗର ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣ କାରି ଚନ୍ଦନ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉଦ୍ଧାର ପରେ ନାବାଳିକା ଏହି ସବୁ କଥା ନିଜ ମୁହଁରେ ବଖାଣିଛି।

  • ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

    ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

    ସୁବର୍ଣ୍ଣପୁର ଜ଼ିଲ୍ଲା ଶୁଖା ଗ୍ରାମ ଠାରେ ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ମେଘନାଦ ପ୍ରଧାନ ଲୁଲୁ ଙ୍କ ତତ୍ୱାବଧାନ ରେ ଶୁଖା ଗ୍ରାମବାସୀ ଙ୍କ ସହଯୋଗ ରେ ମହାସମାରୋହ ରେ ନାମ କୀର୍ତନ ଅନୁଷ୍ଠିତ ହୋଇଥିଲା ଓ ସନ୍ଧ୍ୟା ସମୟ ରେ ସମୂହ ହନୁମାନ ଚାଳିଶା ପଠନ ହୋଇଥିଲା ଦୀପଦାନ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ମେଘନାଦ ପ୍ରଧାନ ସପତ୍ନୀକ କର୍ତା ଭାବରେ ଥିଲେ ମହା ଆଡମ୍ବର କାର୍ଯ୍ୟକ୍ରମ ଗୁଡିକ ହୋଇଥିଲା ରାତିରେ ବୈଠକି କୀର୍ତନ ହୋଇଥିଲା ଏଥିରେ ନରେନ୍ଦ୍ର ବାହକ ଓ ତାରା ବାହକ ମଧ୍ୟରେ ଅନୁଷ୍ଠିତ ହେଇଥିଲା ଓ ବହୁ ଜନସମାଗମ ହୋଇଥିଲା ସମସ୍ତଙ୍କୁ ଅର୍ଣପ୍ରସାଦ ଦିଆହେଇଥିଲା

  • ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀର ଗିରଫଦାରି ଦାବିରେ ଗ୍ରାମରେ ଉତ୍ତେଜନା

    ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀର ଗିରଫଦାରି ଦାବିରେ ଗ୍ରାମରେ ଉତ୍ତେଜନା

    ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଥିବା ବେଳେ ସ୍ତ୍ରୀର ବାପଘର ଲୋକ ଥାନାର ଦ୍ବାରସ୍ଥ। ସ୍ବାମୀଙ୍କ ପରିବାରର ୫ ଜଣଙ୍କ ସହ ଜଣେ ପୋଲିସ କର୍ମୀଙ୍କ ନାମରେ ଥାନାରେ ଅଭିଯୋଗ। ଏହି ହତ୍ୟାକୁ ନେଇ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ସୂଚନା ମୁତାବକ, ପୁରୁଣାବଜାର ଥାନାଧୀନ ମିର୍ଜାପୁର ଗ୍ରାମର ସେକ ତାହିରଙ୍କ ଝିଅ ରୁନୁ ବିବି ଗୁଜିଦରଡ଼ାସ୍ଥିତ ସେକ ମୋଜଲ ହୋସେନଙ୍କ ସହ ୧୪ ବର୍ଷ ପୂର୍ବେ ନିକାହ ହୋଇଥିଲା। ନିକାହ ପରଠାରୁ ମୋଜେଲ ରୁନୁଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ।

    ପରେ ରୁନୁ ଦୁଇଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ଏହି ନିର୍ଯାତନା ବଢିଯାଇଥିଲା। ଥିବା ହେତୁ ମୋଜେଲ ରୁନୁଙ୍କୁ ମାରପିଟ ମଧ୍ୟ କରୁଥିଲେ | ସବୁ ସମୟରେ ମୋଜେଲ ନିଶାସକ୍ତ ଅବସ୍ଥାରେ ରହୁଥିଲେ। ମୋଜେଲଙ୍କ ସାଙ୍ଗରେ ତାଙ୍କର ଦୁଇ ଭଉଣୀ ଓ ଭିଣୋଇ ମଧ୍ୟ ରୁନୁଙ୍କୁ ନିର୍ଯାତନା ଦେଉଥିଲେ |ଏହାକୁ ନେଇ ଗତବର୍ଷ ଏପ୍ରିଲ ମାସରେ ମୋଜେଲର ମରଣାତ୍ମକ ଆକ୍ରମଣରେ ରୁନୁ ଗୁରୁତର ଆହତ ହୋଇଥିଲା। ଏଥିପାଇଁ ପୁରୁଣାବଜାର ଥାନାରେ ଏକ ମାମଲା ମଧ୍ୟ ଦାୟର ହୋଇଥିଲା, ଯାହା ଏବେ କୋର୍ଟରେ ବିଚରାଧୀନ ରହିଛି |

    ତେବେ ଗତକାଲି ମଧ୍ୟାହ୍ନରେ ରୁନୁଙ୍କୁ ମୋଜେଲ ଆକ୍ରମଣ କରି ଗୁରୁତର କରି ଫେରାର ହୋଇଯାଇଥିବା ରୁନୁଙ୍କ ଭାଇ ସେକ ସରାଫତ ଖବର ପାଇ ଗୁଜିଦରଡ଼ାରେ ପହଂଚିଥିଲେ। ପୋଲିସ ଉପସ୍ଥିତିରେ ରୁନୁଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ରୁନୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗ୍ରାମାଞ୍ଚଳ ଥାନାରେ ସେକ ସରାଫତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଥାନାର ଜଣେ କର୍ମଚାରୀଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ବେଳେ ତାଙ୍କ ନାମକୁ ପୋଲିସ ହଟାଇ ଦେବାରୁ ଏହାକୁ ନେଇ ଦେଖାଦେଇଛି ଉତ୍ତେଜନା। ପୋଲିସ ତୁରନ୍ତ ହତ୍ୟାକାରୀ ମୋଜେଲକୁ ଗିରଫ କରିବାକୁ ତଥା ଏତଲାରୁ ବାଦ ଦିଆଯାଇଥିବା ପୋଲିସ କର୍ମଚାରୀଙ୍କ ସହ ସମସ୍ତ ୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

    ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା। ଉତ୍ତେଜିତ ଲୋକଙ୍କୁ ପୋଲିସ ବୁଝାସୁଝା କରିଛି। ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିଟି ସିଏସପି ଅଂଶୁମାନ ଦିବେଦୀ

    ପୋଲିସର ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିବା ବେଳେ କିନ୍ତୁ ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଡି ବସିଛନ୍ତି ଲୋକେ। ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦେଇଛନ୍ତି ଚେତାବନୀ

  • ବାଙ୍ଗିରିପୋଷି: ଦ୍ୱାରଶୁଣୀ ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟ ଟ୍ରକ, ୬  ମୃତ, ୧୨ ଆହତ

    ବାଙ୍ଗିରିପୋଷି: ଦ୍ୱାରଶୁଣୀ ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟ ଟ୍ରକ, ୬ ମୃତ, ୧୨ ଆହତ

    ବାରିପଦା: ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ଧଉଳି ଗଣନାଟ୍ୟର ଟ୍ରକ ଓଲଟିବାରୁ ଅତିକମରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହିତ ୧୨ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଜନସାଧାରଣ, ପୁଲିସ, ଓ ଦେଖାଣହାରିଙ୍କ ସହାୟତାରେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ଟ୍ରକରେ ଥିବା ସମସ୍ତ ସାମଗ୍ରୀ ୨୦ ଫୁଟ ତଳକୁ ଖସି ପଡିଥିବା ବେଳେ ଉଦ୍ଧାର କାର୍ଯ୍ୟ ଯାରି ରହିଛି । ଲାଇଟ ସରଞ୍ଜାମ ନେଇ ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ୱର ଯାଉଥିବା ବେଳେ ଝିପି ଝିପି ବର୍ଷ ଯୋଗୁ ଡ୍ରାଇଭର ଭାରସାମ୍ୟ ହରାଇଥିବା କୁହାଯାଉଛି।

    ବର୍ତ୍ତମାନ ସୁଦ୍ଧା କିଛି ଯାତ୍ରୀ ଟ୍ରକ ତଳେ ଚାପି ହୋଇ ରହିଛନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପୋଲିସଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ।

  • ଧନୁଯାତ୍ରାର ୮ମ ସନ୍ଧ୍ୟା: କଂସ ରାଜାଙ୍କ ସ୍ବର୍ଗ ବିଜୟ, ଗୋପପୁରରେ ଅକ୍ରୁର

    ଧନୁଯାତ୍ରାର ୮ମ ସନ୍ଧ୍ୟା: କଂସ ରାଜାଙ୍କ ସ୍ବର୍ଗ ବିଜୟ, ଗୋପପୁରରେ ଅକ୍ରୁର

    ବରଗଡ ମୁକ୍ତାକାଶ ରଙ୍ଗ ମଞ୍ଚରେ ଧନୁଯାତ୍ରାର ୮ମ ରଜନୀରେ ମହାରାଜା କଂସ ଓ ରାକ୍ଷସ ରାକ୍ଷସୀଙ୍କ ଅଟ୍ଟହାସ୍ୟରେ କମ୍ପିଥିଲା ସମଗ୍ର ମଥୁରାନଗରୀ । କପଟ ଧନୁଯାତ୍ରା ଆଳରେ ବାଳ କୃଷ୍ଣ, ବଳରାମଙ୍କୁ ମଥୁରା ଆଣି ହତ୍ୟା କରିବାକୁ ମହାରାଜା କଂସଙ୍କ ଆଦେଶରେ ଗୋପପୁର ଯାଇଛନ୍ତି ମନ୍ତ୍ରୀ ଅକ୍ରୁର। ନନ୍ଦରାଜାଙ୍କୁ କଂସଙ୍କ ଚିଟାଉ ଦେଇ ଦୁଇ ଭାଇଙ୍କୁ ଘେନିଆସିବେ ମଥୁରା । ତେବେ ଗୋପପୁର ଯିବା ବେଳେ ଯମୁନା ନଦୀରେ ଶ୍ରକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଅକ୍ରୁ ନିଜକୁ ଧନ୍ୟ ମନେ କରିଛନ୍ତି । ଯମୁନା ନଦୀରେ ଶ୍ରୀକୃଷ୍ଣ ଓ ବଳରାମ ସଖା ସହୋଦରଙ୍କ ସହ ନାଚଗୀତ କରୁଥିବା ବେଳେ ଶଙ୍ଖଚୁଡ଼ ନାଗକୁ ଦଳନ କରିବା ସହ ଅନ୍ଧ ବ୍ରାହ୍ମଣଙ୍କୁ ଚକ୍ଷୁଦାନ କରିଛନ୍ତି, ଯେଉଁଥିପାଇଁ ବ୍ରାହ୍ମଣୀମାନେ ଦେଇଛନ୍ତି ଭୁରି ଭୋଜନ । ସେପଟେ ମଥୁରାନଗରୀରେ ମହାରାଜା କଂସ ସ୍ବର୍ଗପୁର ଆକ୍ରମଣ କରି ଇନ୍ଦ୍ରଙ୍କୁ ଓ ଯମପୁରରେ ଯମରାଜଙ୍କୁ ପରାସ୍ତ କରି ମଦମତ୍ତ ମହାରାଜା କଂସ ନାଚଗୀତରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ରାଜ୍ୟର ବିଭିନ୍ନ ସମସ୍ୟା ବୁଝି ବ୍ୟାଙ୍କ, ଡାକଘର ଅଧିକାରୀଙ୍କୁ ନାନା ନିର୍ଦ୍ଦେଶ ଦେଇଛନ୍ତି ମହାରାଜ କଂସ।

    ସେପଟେ, ମହାରାଜଙ୍କ ଦରବାରରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନକାର୍ଯ୍ୟକୁ ରାଜା କଂସଙ୍କ ସମ୍ମୁଖରେ ଉପସ୍ଥାନ କରିଛନ୍ତି। କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାମ ଉଚ୍ଚାରଣ କରିବାରୁ ମହାରାଜା କଂସ 50 ଲକ୍ଷ ସ୍ବର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରିଛନ୍ତି। ସେପଟେ ଧନୁଯାତ୍ରାର ୮ ରଜନୀକୁ ଉପଭୋଗ କରିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।

    ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ଦେଖିବାକୁ ଲୋକଙ୍କ ମଧ୍ୟରେ ରହିଛି ପ୍ରବଳ ଗହଳି। ଆଖପାଖ ଅଞ୍ଚଳରୁ ଲୋକେ ବରଗଡ ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଘରେ ବନ୍ଧୁବାନ୍ଧବ ପକାଇଛନ୍ତି ଡେରା। ସାରା ବରଗଡ ଏବେ ଲାଗୁଛି ଦ୍ବାପର ଯୁଗ ପରି ।

  • ରାହୁଲ ଗାନ୍ଧୀଙ୍କୁ ଆସାମର ମନ୍ଦିର ପ୍ରବେଶ  ବାରଣ, ପଚାରିଲେ – “ମୋର ଅପରାଧ କ’ଣ?”

    ରାହୁଲ ଗାନ୍ଧୀଙ୍କୁ ଆସାମର ମନ୍ଦିର ପ୍ରବେଶ ବାରଣ, ପଚାରିଲେ – “ମୋର ଅପରାଧ କ’ଣ?”

    କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିକାଲି ଭାରତ-ଯୋଡୋ ଗସ୍ତରେ ଅଛନ୍ତି, ଆସାମ ଗସ୍ତ ସମୟରେ ଆଜି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଆସାମର ଅଧିକାରୀମାନେ ତାଙ୍କୁ ମନ୍ଦିର ପରିଦର୍ଶନ କରିବାରେ ଅଟକାଉଛନ୍ତି। ସେ ଆସାମରେ ମନ୍ଦିରକୁ ଯିବାକୁ ଚାହୁଁଥିଲେ, କିନ୍ତୁ ଅଧିକାରୀମାନେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଉନାହାଁନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ମୁଁ କୌଣସି ଅପରାଧ କରି ନାହିଁ, ତେବେ କାହିଁକି ମନ୍ଦିରକୁ ଯିବା ବନ୍ଦ କରାଯାଉଛି? ସେ କହିଛନ୍ତି ଯେ ଆମେ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁନାହୁଁ, ଆମେ କେବଳ ମନ୍ଦିରରେ ପ୍ରାର୍ଥନା କରିବାକୁ ଚାହୁଁଛୁ।

  • ବାଣୀବିହାର ଓଭରବ୍ରିଜଉପରେ ଦୁର୍ଘଟଣା

    ବାଣୀବିହାର ଓଭରବ୍ରିଜଉପରେ ଦୁର୍ଘଟଣା

    ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା । ଓଏସଆରଟିସି ବସ୍କୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣାରେ ଦୁଇ ବସର ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ଖୋଳତାଡ଼ ଆରମ୍ଭ କରିଛି । ବସ୍ ବ୍ରେକ ଫେଲ ହେବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ କହିଛି । ତେବେ ଓଭରବ୍ରିଜ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଛି ।

  • କେମିତି ଟ୍ରକ୍ ପଛରେ ପିଟିହେଲା ସୁଧାକର ବସନ୍ତଙ୍କ କାର?

    କେମିତି ଟ୍ରକ୍ ପଛରେ ପିଟିହେଲା ସୁଧାକର ବସନ୍ତଙ୍କ କାର?

    ଆଜି ସକାଳୁ ଆସିଥିଲା ଏମତି ଏକ ଖବର ଯାହା ପୂରା ଓଲିଉଡକୁ ଦୋହଲାଇ ଦେଇଥିଲା । ସିନେପ୍ରେମୀଙ୍କୁ ଆହତ କରିଥିଲା । ବାସ୍ତବରେ ଘଟଣାଟି ହେଉଛି କଟକ ମଙ୍ଗୁଳି ଛକ ନିକଟର । ଅଚାନକ ଖବର ଆସିଲା ଯେ, ଓଲିଉଡ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି । ଏହାପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସୁଧାକର ବାରିପଦାରୁ ଫେରୁଥିବା ବେଳେ ମଙ୍ଗୁଳି ଛକ ଠାରେ ଏକ ଟ୍ରକ୍‌ ପଛରେ ପିଟି ହୋଇଥିଲା ତାଙ୍କ କାର୍‌ । ତୁରନ୍ତ ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ କାର୍‌କୁ କାଟି ସେଥିରେ ଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । କାରରେ ଡ୍ରାଭରଙ୍କ ସମେତ ତିନି ଜଣ ଥିବା ବେଳେ ସୁଧାକର ଆଗ ସିଟରେ ବସିଥିଲେ ଏବଂ ତାଙ୍କ ସହକାରୀ ନିର୍ଦ୍ଦେଶକ ରଘୁ ପଛ ସିଟ୍‌ରେ ବସିଥିଲେ । ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି । ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ହାତରେ ଅଧିକ ଆଘାତ ଲାଗିଥିବା ବେଳେ ତାଙ୍କୁ ମଧ୍ୟ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ପଛ ସିଟରେ ବସିଥିବା ରଘୁଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ଶୋଇପଡିଥିବାରୁ ସେ ଏ ବାବଦରେ ବିଶେଷ କିଛି ଜାଣିନଥିବା କହିଥିଲେ ।

    ତେବେ କେମିତି ଏହି ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ତେବେ କିଛି ଫ୍ଲମ କଳାକାରଙ୍କ ମତରେ,
    ଡ୍ରାଇଭରଙ୍କ କହିବା ମୁତାବକ, କାରର ବେଗ ଘଣ୍ଟା ପ୍ରତି ୬୦/୭୦ କି.ମି ଥିଲା। ମଙ୍ଗୁଳି ନିକଟରେ ସାମ୍ନାରୁ ହଠାତ୍ ଏକ ଗାଡ଼ି ମାଡ଼ି ଆସିବାରୁ ଡ୍ରାଇଭର କାରକୁ ଗୋଟିଏ ପାଖକୁ ମୋଡି ଦେଇଥିଲେ । ଫଳରେ ପାଖରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା ।

  • ଚୌଦ୍ୱାର: ସଡକ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି

    ଚୌଦ୍ୱାର: ସଡକ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି

    ଚୌଦ୍ୱାର: ସଡକ ଦୁର୍ଘଟଣାରେ ଗୁରୁତର ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କୁ କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ (SCBMCH) ରେ ଭର୍ତ୍ତି କରାଯାଇଛି ।

    ପ୍ରାଥମିକ ସୂଚନା ଅନୁସାରେ, ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ ଆସୁଥିବା ସୁଧାକର ବସନ୍ତଙ୍କ କାର୍‌ (OD17 D4891) କୁ ମଙ୍ଗୁଳି ଛକରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି କାର୍‌କୁ କାଟି ସୁଧାକର ବସନ୍ତଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ କାର୍‌ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।