Category: ମୁଖ୍ୟ ଖବର

  • ‘କାଶ୍ମୀର ମୁସଲମାନ ଭୟଭୀତ’,କଠୁଆରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଏହି କଥା କହିଲେ ଫାରୁକ୍ ଅବଦୁଲ୍ଲା

    ‘କାଶ୍ମୀର ମୁସଲମାନ ଭୟଭୀତ’,କଠୁଆରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଏହି କଥା କହିଲେ ଫାରୁକ୍ ଅବଦୁଲ୍ଲା

    ‘କାଶ୍ମୀର ମୁସଲମାନମାନେ ଭୟଭୀତ’,ଜାମ୍ମୁ କାଶ୍ମୀରର କାଥୁଆ ଜିଲ୍ଲାରେ ପୁଣି ଥରେ ଆତଙ୍କବାଦୀମାନେ ଏକ ଭୟଭୀତ ଆତଙ୍କକୁ ଦୋହରାଇଛନ୍ତି । ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ସହିଦ ହୋଇଥିବାବେଳେ ଏହି ଆକ୍ରମଣରେ ଅନ୍ୟ ୫ ସୈନିକ ଆହତ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ଏହି ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ସମାଲୋଚନା କରାଯାଉଛି। ଏହି ଘଟଣାରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଏହା ଏକ ବଡ ପ୍ରସଙ୍ଗ। କଣ ଏହା ପାକିସ୍ତାନ ହେବ କି? ଏହା ଆମପାଇଁବିନାଶ |

    କଠୁଆରେ ହୋଇଥିବା ଭୟଭୀତ ଆକ୍ରମଣ ଉପରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ​​ଘୃଣା ରାଜନୀତି କରିଛନ୍ତି, ବୋଧହୁଏ ସେ ବର୍ତ୍ତମାନ ପରିବର୍ତ୍ତନ କରିବେ। ସେ କହିଛନ୍ତି ଯେ ଘୃଣାର ମୂଳଦୁଆ ଉପରେ ଏକ ଦେଶ ନିର୍ମାଣ ହୋଇପାରିବ ନାହିଁ। ଆଜି କାଶ୍ମୀର ମୁସଲମାନମାନେ ଭୟଭୀତ ଅଛନ୍ତି। ମୁଁ ମୋ ଜୀବନରେ ଏହିପରି କେବେ ଦେଖି ନାହିଁ | ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଏଥିପାଇଁ ଆକ୍ରମଣ ଘଟୁଛି କାରଣ ପାକିସ୍ତାନ କହିଛି ଯେ କାଶ୍ମୀର ଉପରେ ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଏହାର ନିଷ୍ପତ୍ତି ଆମର ବିନାଶ ସହିତ ହେବ

    ରାଷ୍ଟ୍ରୀୟ ସମ୍ମିଳନୀ ମୁଖ୍ୟ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଯେତେବେଳେ ମୁଁ ଆଲୋଚନାର ଓକିଲାତି କଲି, ଆଜି ମୋତେ ଖଲିସ୍ତାନୀ, ପାକିସ୍ତାନୀ ଏବଂ ଆମେରିକୀୟ ଏଜେଣ୍ଟ କୁହାଯାଉଛି। ମୁଁ ସର୍ବଦା ବନ୍ଧୁତ୍ବ ବିଷୟରେ କଥାବାର୍ତ୍ତା କରିଛି ଏବଂ ଆଜି ମଧ୍ୟ ମୁଁ ସମାନ କଥା କହୁଛି ଯେ କାଶ୍ମୀର ପ୍ରସଙ୍ଗ ଯୁଦ୍ଧ ମାଧ୍ୟମରେ ସମାଧାନ ହେବ ନାହିଁ।

  • କରଞ୍ଜିଆ ଗ୍ରାମରେ ଜବରଦଖଲ ଉଚ୍ଛେଦ, ଦୋକାନ ଘର ସହ ଭାଙ୍ଗିଲା ପାଚେରୀ

    କରଞ୍ଜିଆ ଗ୍ରାମରେ ଜବରଦଖଲ ଉଚ୍ଛେଦ, ଦୋକାନ ଘର ସହ ଭାଙ୍ଗିଲା ପାଚେରୀ

    ଚମ୍ପୁଆ ଥାନା ଅଧୀନ କରଞ୍ଜିଆ ଗ୍ରାମରେ ହୋଇଥିବା ସରକାରୀ ଜମି ଜବରଦଖଲକୁ ଉଚ୍ଛେଦ କରିଛି ପ୍ରଶାସନ। ଗ୍ରାମର ଦୁର୍ଗା ପୂଜା ପଡିଆରୁ ଜବରଦଖଲ ଉଚ୍ଛେଦ କରିଛି ଚମ୍ପୁଆ ତହସିଲ ପ୍ରଶାସନ। ଦୁଇଟି ଦୋକାନ ଘର ଓ ପାଚେରୀ ଉପରେ ଚାଲିଲା ବୁଲଡଜର। ସୂଚନା ଅନୁସାରେ ଏହି ଗ୍ରାମର ଦୂର୍ଗାପୂଜା ପଡ଼ିଆ ଜବରଦଖଲ ନେଇ ଉଚ୍ଚନ୍ୟାୟାଳୟରଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଶାସନର ଏହି ଉଚ୍ଛେଦରେ ଜମିରେ ଥିବା ଗ୍ରାମର ରଞ୍ଜନ ଚୈଧୁରୀଙ୍କ ଔଷଧ ଦୋକାନ, ଶଙ୍କର୍ଷଣ ଦାସଙ୍କ ବାଇକ୍ ଗ୍ୟାରେଜ ଓ ସୁଷମା ଗିରି ନିର୍ମାଣ କରୁଥିବା ପାଚେରୀ ଭାଙ୍ଗି ଦିଆଯାଇଛି। ଏହି ଉଚ୍ଛେଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜବରଦଖଲ ହଟାଯିବା ସମୟରେ ଚମ୍ପୁଆ ତହସିଲଦାର, ଅତିରିକ୍ତ ତହସିଲଦାର ଉପସ୍ଥିତ ରହିଥିଲେ।

  • ପରିବା ବଜାରରେ ମହଙ୍ଗା ମାଡ଼, କଲବଲ ଖାଉଟି

    ପରିବା ବଜାରରେ ମହଙ୍ଗା ମାଡ଼, କଲବଲ ଖାଉଟି

    ସବୁଠି ପରିବା ଦରରେ ନିଆଁ । ଅନେକ ପରିବା ଦର ଶହେ ପାଖାପାଖି । ପାଞ୍ଚସହ ଟଙ୍କାରେବି ପୁରୁନି ପରିବା ବ୍ଯାଗ। ବଜାରକୁ ଗଲେ ଗ୍ରାହାକଙ୍କୁ କନ୍ଦାଉଛି ପରିବା ଦର । ସେହିଭଳି ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଦର ମଧ୍ୟ ବେଶ ଉଚ୍ଚା ରହିଛି । ୟୁନିଟ ୧ ହାଟରେ ପୋଟଳ ୬୦, ବାଇଗଣ ୫୦, ଭେଣ୍ଡି ୭୦, ବିନ୍ସ ୧୮୦, ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି । ଦର ଆହୁରି ମାସେରୁ ଅଧିକ ସମୟ ଏଭଳି ରହିବ ବୋଲି ବ୍ୟବସାୟୀ ଆକଳନ କରୁଛନ୍ତି । ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଦର ବୃଦ୍ଧି ନେଇ ବିଭିନ୍ନ ବଜାର ଓ ମଣ୍ଡିରେ ଯାଂଚ କରାଯାଉଛି । ମୁନାଫାଖୋର୍ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

  • ମସ୍କୋରେ ନିଜ ଅଭିଭାଷଣରେ ମୋଦି ଓଡିଶାକୁ ଦେଲେ ସ୍ଥାନ

    ମସ୍କୋରେ ନିଜ ଅଭିଭାଷଣରେ ମୋଦି ଓଡିଶାକୁ ଦେଲେ ସ୍ଥାନ

    ଋଷର ରାଜଧାନୀରେ ଶୁଭିଲା ଜୟ ଜଗନ୍ନାଥ ଧ୍ବନି। ଓଡିଶାର ଅସ୍ମିତାର ଅନ୍ୟତମ ପ୍ରତୀକ ସମ୍ବଲପୁରୀ ଉତ୍ତରୀୟ ଦେଖିଲା ମସ୍କୋ ।… ପ୍ରାଧାନମନ୍ତ୍ରୀ ମୋଦି ଏବେ ଋଷ ଗସ୍ତରେ ଅଛନ୍ତି। ଏହି ଗସ୍ତ କାଳରେ ଆଜି ମସ୍କୋରେ ଅବସ୍ଥାପିତ ଭାରତୀୟଙ୍କୁ ଦେଇଛନ୍ତି ସମ୍ବୋଧନ। ଏହି ସମ୍ବୋଧନ କାଳରେ ସେ ଜୟ ଜଗନ୍ନାଥ କହିବା ସହ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଛନ୍ତି ।ମସ୍କୋ ସମବେଶରେ ମୋଦି ପ୍ରାୟ ୫୦ ମିନିଟ ରହିଥିଲେ। ଏହି ସମୟରେ ତାଙ୍କ ଚରାଚରିତ ପୋଷାକ ସହ କାନ୍ଧରେ ଦେଖିବାକୁ ମିଳିଛି ସମ୍ବଲପୁରୀ ଉତ୍ତରୀୟ। ନିଜ ଭାଷଣରେ ଭାରତରେ ବିଗତ ୧୦ ବର୍ଷରେ ହୋଇଥିବା ବିକାଶ,ନିର୍ବାଚନରେ ଏନଡିଏର ବିଜୟ, ଆଗାମୀ ଦିନ ପାଇଁ ମୋଦିଙ୍କ ଭିଜନ କଥା କହିଥିଲେ ମୋଦି।

    ଭାଷଣ ଶେଷରେ ଓଡିଶାରେ ଚଳିତ ନିର୍ବାଚନ ଏକ ବିପ୍ଲବ ଆଣିବା କଥା କହିବା ସହ ଏଥିପାଇଁ ସେ ଓଡିଶାର ଉତ୍ତରୀୟ ପକାଇଥିବା କହିଥିଲେ। ସମସ୍ତଙ୍କ ଉପରେ ଜଗନ୍ନାଥଙ୍କ କୃପା ବର୍ଷା ହେଉ ବୋଲି କାମନା କରିଥିଲେ।

    ମୋଦିଙ୍କ ଏହି ଅବତାର ଓ ଭାଷଣରେ ଓଡିଶା, ରଥଯାତ୍ରା ଓ ଓଡିଶା ଉତ୍ତରୀୟର ଉଲ୍ଲେଖକୁ ଦେଖି ମନେ ହେଉଛି, ଓଡିଶାରେ ବିଜେପିର ବିଜୟ ମୋଦିଙ୍କ ଏକ ବହୁ ପ୍ରତୀକ୍ଷିତ ସ୍ବପ୍ନ ସାକାର କରିଛି। ତେଣୁ ଉତ୍କଳୀୟ ଭାବାବେଗରେ କବଳିତ ହୋଇଯାଇଛନ୍ତି ମୋଦି।

  • ବିଜେପୁର ଅଭିଯୋଗ ଶୁଣାଣିରେ ୭୮ ମାମଲା ପଞ୍ଜିକୃତ

    ବିଜେପୁର ଅଭିଯୋଗ ଶୁଣାଣିରେ ୭୮ ମାମଲା ପଞ୍ଜିକୃତ

    ବଦଳିଛି ସରକାର। ହେଲେ ବଦଳିନି ବ୍ୟବସ୍ଥା। ପୁରୁଣା ସରକାର ଅମଳର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ନୂଆ ସରକାର ଜାରି ରଖିଛନ୍ତି। ଏହିକ୍ରମରେ ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ଧାନ ବିକ୍ରୀ, ଭତ୍ତା , ରାସ୍ତା ନିର୍ମାଣ ଆଦି ସମାସ୍ୟା ଅଧାରିତ ସମୁଦାୟ ୭୮ ଗୋଟି ଅଭିଯୋଗର ଶୁଣାଣି ହୋଇଛି। ସେଥିରୁ ୬୬ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ସମସ୍ୟାର ଅଭିଯୋଗ ଶୁଣାଣି କରାଯାଇଛି। ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ହେଲେ ଏହି ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ଲୋକଙ୍କ ମଧ୍ୟରେ ଶିବିରର ବ୍ୟବସ୍ଥାକୁ ନେଇ କେତେକାଂଶରେ ଅସନ୍ତୋଷ ଦେଖିବାକୁ ମିଳିଛି

    ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ , ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପଦ୍ମପୁର ଉପଜିଲ୍ଲାପାଳ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

  • ଏକାଥରେ ୧୨ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଏକାଥରେ ୧୨ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଚାଲିଥିଲା ସ୍କୁଲ୍ , ଏକାଥରେ ଅସୁସ୍ଥ ହେଲେ ୯ମ ଶ୍ରେଣୀ ଓ ଦଶମ ଶ୍ରେଣୀରୁ ମିଶାଇ ୧୨ ଛାତ୍ରୀ । ସମସ୍ତ ଛାତ୍ରୀଙ୍କୁ ଭର୍ତି କରାଯାଇଛି ଡାକ୍ତରଖାନା ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଘଷିପୁରା ବ୍ଲକ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲ ଠାରେ । ପାଖାପାଖି ଦିନ ୧୧ଟା ସୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ମ ଶ୍ରେଣୀ ରୁ ଜଣକ ପରେ ଜଣେ ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବା ସହ ଏକା ସାଙ୍ଗରେ କାନ୍ଦି ଉଠିଲେ ଛାତ୍ରୀ ମାନେ । ତେବେ ବିଦ୍ୟାଳୟ ଶିକ୍ଷକ ମାନେ ତୁରନ୍ତ ଛାତ୍ରୀ ମାନଙ୍କୁ ନିକଟସ୍ଥ କେଶଦୁରପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।ସେଠାରୁ ପୁଣିଥରେ ସମସ୍ତ ଛାତ୍ରୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି l ଗତ ଶନିବାର ଦିନ ଠିକ୍ ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲ ରେ ଭର୍ତି ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିବାବା ବେଳେ ଆଜି ପୂନର୍ବାର ଏଭଳି ଘଟଣା ଘଟିବା ପରେ ଚିନ୍ତା ବ୍ଯକ୍ତ କରିଛନ୍ତି ଅଭିଭାବକ । ତେବେ ଛାତ୍ରୀ ଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥଗତ ସମସ୍ଯା ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ l

  • ଝାଡାବାନ୍ତିରେ ୧ ମୃତ୍ୟୁ ୫ ଗୁରୁତର

    ଝାଡାବାନ୍ତିରେ ୧ ମୃତ୍ୟୁ ୫ ଗୁରୁତର

    ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ମେଡିକାଲେରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡ଼ିମିରିଗୁଡା ପଞ୍ଚାୟତର ଭଟାଙ୍ଗପଦର ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିତ୍ର ସୁନାଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ କ୍ଷିତ ସୁନା ଓ ନୁନୁଗୁଡା ସୂର୍ଯ୍ୟ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଅନ୍ୟ ତିନିଜଣ ମହିଳା ଗ୍ରାମରେ ଚିକିତ୍ସିତ ହେଉଛନ୍ତି। ମୃତକ ଚିତ୍ର ସୁନା ଗୋଟିଏ ଦିନ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ନିଜ ଘରେ ହିଁ ମୃତ୍ୟୁ ବରଣ କରିଥିବାଳେ ଅନ୍ୟ ଦୁଇ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ପ୍ରଥମେ ଅମ୍ବାଦଳା ଓ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମରେ ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଔଷଧ ପ୍ରଦାନ କରିବା ସହ ସଚେତନତା କରା ଯାଇଥିବା ଜଣାପଡ଼ିଛି। ଗ୍ରାମରେ ପ୍ୟାପିଥିବା ଝାଡାଵନ୍ତିର କାରଣ ଦୂଷିତ ପାଣି ବୋଲି ଜଣାପଡ଼ିଥିବା ବେଳେ ପ୍ରଶାସନ ତରଫରୁ ଟ୍ୟାଙ୍କରର ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

  • ବିଜେଡିର କର୍ମୀ ସମାବେଶରେ ଉଡିଲା ଚେୟାର

    ବିଜେଡିର କର୍ମୀ ସମାବେଶରେ ଉଡିଲା ଚେୟାର

    ବିଜେଡିର ପରାଜୟ ପରେ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାମାନ୍ୟ ଘଟଣାରେ ବିସ୍ଫୋରଣର ରୂପ ନେଉଛି। ଯେମିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ। ଦୋମୁହାଣୀ ପଂଚାୟତରେ ବିଜେଡିର କର୍ମୀ ସମାବେଶ ବେଳେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ବିଜେଡିର ପରାଜୟ ପରେ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ। ପରାଜୟ ପରେ ନେତୃମଣ୍ଡଳୀଙ୍କର ମଧ୍ୟ ଦେଖାମିଳୁନାହିଁ। କର୍ମୀଙ୍କ ଏତେ ସବୁ ପରିଶ୍ରମ ପରେ ସେମାନଙ୍କୁ ନା ସାନ୍ତ୍ବନା ଦିଆଯାଇଛି, ନାହିଁ ପରାଜୟର ସମୀକ୍ଷା କରୁଛି ଦଳ। ଫଳ ପ୍ରକାଶର ଏକ ମାସ ପରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଦୋମୁହାଣୀରେ ଏକ ଧନ୍ୟବାଦ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ୟାନରରେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଫଟୋ ଥିଲା। ସମାବେଶ ପାଇଁ ଦଳର ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ବ କର୍ମୀ ଏକାଠି ହୋଇଥିଲେ। ସଭା ଆରମ୍ଭ ହୋଇଥିଲେ ମଧ୍ୟ ଆରୁଖଙ୍କ ଦର୍ଶନ ନ ଥିଲା। ଯାହାକୁ ନେଇ ତାତିଥିଲେ କର୍ମୀ। ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି। ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣା କରିଥିଲା । କର୍ମୀଙ୍କ ମଧ୍ୟରେ ପରସ୍ପରକୁ ଠେଲା ପେଲା, ଗାଳିଗୁଲଜ ସହ ଚେୟାର ଫିଙ୍ଗା ଫୋପାଡା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁ ଭିଜୁଆଲ୍ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଖଣ୍ଡଯୁଦ୍ଧ ଖବର ପାଇଁ ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଏ ସମ୍ପର୍କରେ ବିଜୁଜନତା ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

  • ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ମାମଲା, ୩ ପକ୍ଷଙ୍କୁ ସୁପ୍ରିମ କୋର୍ଟଙ୍କ ରିପୋର୍ଟ ତଲବ

    ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ମାମଲା, ୩ ପକ୍ଷଙ୍କୁ ସୁପ୍ରିମ କୋର୍ଟଙ୍କ ରିପୋର୍ଟ ତଲବ

    ନିଟ୍‌ ୟୁଜି ପରୀକ୍ଷା ପେପର ଲିକ୍‌ ଘଟଣାରେ ସୁପ୍ରିମକୋର୍ଟଙ୍କ ତିନି ସଂସ୍ଥାକୁ ରିପୋର୍ଟ ତଲବ। ନିଟ ଅନିୟମିତତା ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିବା ବେଳେ ସର୍ବୋଚ୍ଚ କୋର୍ଟ ସିବିଆଇ, ପରୀକ୍ଷା ଆୟୋଜକ ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ଘଟଣାର ପୂର୍ଣ୍ଣ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ମାମଲାରେ ୧୦ ଜୁଲାଇ ସଂଧ୍ୟା ୫ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ରିପୋର୍ଟ ଦାଖଲର ଦିନକ ପରେ ଅର୍ଥାତ ଜୁଲାଇ ୧୧ରେ ମାମଲା ପରବର୍ତ୍ତୀ ଶୁଣାଣି ହେବ।

    ଗତ ନିଟ-ୟୁଜି ପରୀକ୍ଷାରେ ପେପର ଲିକ ସାରା ଦେଶରେ କେନ୍ଦ୍ର ବିରୋଧରେ ଏକ ଜନ ଆନ୍ଦୋଳନର ରୂପ ନେଇଛି। ପରୀକ୍ଷା ପୁଣି କରିବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ତେବେ କେନ୍ଦ୍ର ସରକାର ପୁନଃ ପରୀକ୍ଷାକୁ ବିରୋଧ କରି ଏହି ଅନିୟମିତତା କିଛି ସ୍ଥାନ ଓ କିଛି ପିଲାଙ୍କ ଦ୍ବାରା ହୋଇଛି। ପୁଣି ପରୀକ୍ଷା ହେଲେ ୨୩ ଲକ୍ଷ ପିଲା ଅସୁବିଧା ଭୋଗିବେ ବୋଲି ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଛି କେନ୍ଦ୍ର। କୋର୍ଟ ମଧ୍ୟ ଆଜି ଶୁଣାଣି ପରେ କେତେକାଂଶରେ ଏହି ମତ ସହ ଏକମତ ହୋଇଛନ୍ତି।

    ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ପୁନଃ ପରୀକ୍ଷା ପାଇଁ ଆବେଦନକାରୀ କରୁଥିବା ଯୁକ୍ତି ଶୁଣିବା ପରେ କହିଛନ୍ତି, ପେପର ଲିକ ହୋଇଛି ବୋଲି ଆମକୁ ମାନିବାକୁ ପଡ଼ିବ। ତେବେ ପୁନଃ ପରୀକ୍ଷା ଶେଷ ବିକଳ୍ପ। ୨୩ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ। ଏହା ପୂର୍ବରୁ ଲିକ୍‌ର ସୀମା ନିର୍ଦ୍ଧାରଣ କରିବାକୁ ପଡ଼ିବ। ଯଦି ସଚ୍ଚୋଟ ଉପାୟରେ ପାସ୍‌ କରିଥିବା ଶିକ୍ଷାର୍ଥୀଙ୍କୁ ଦାଗୀ ପିଲାଙ୍କ ଠାରୁ ଅଲଗା କରାଯାଇ ପାରିବ, ତା’ହେଲେ ରି-ଟେଷ୍ଟର କୌଣସି ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

  • ବୈଠକ ଚାଲିଥିବାବେଳେ ମାଡିବସିଲା ଭିଜିଲାନ୍ସ ଟିମ, ବିଚରା ତହସିଲଦାରବାବୁ

    ବୈଠକ ଚାଲିଥିବାବେଳେ ମାଡିବସିଲା ଭିଜିଲାନ୍ସ ଟିମ, ବିଚରା ତହସିଲଦାରବାବୁ

    ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ତହସିଲଦାର ବିଚିତ୍ରା ନନ୍ଦ ନାୟକ। ଜିଲ୍ଲା ସଦ୍ଭାବନା ଗୃହରେ ରାଜସ୍ୱ ବୈଠକ ଚାଲିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି ।ଏକଲକ୍ଷ ପନ୍ଦର ହଜାର ଟଙ୍କା ତହସିଲଦାର ଜଣଙ୍କ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲାରେ ରାଜସ୍ୱ ବିଭାଗର ବୈଠକ ଥିବା ସମୟରେ ବାବୁ ଜଣଙ୍କ ଚନ୍ଦ୍ରପୁରୁରେ ଚାଲିଥିବା ବୈଠକରେ ଯୋଗ ଦେବା ନିମନ୍ତେ ଆସୁଥିଲେ, ଏବଂ ଏହି ସମୟରେ ବିଶ୍ୱସ୍ତ୍ ସୁତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରୁଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଉପରକୁ ଗାଡି ଚଢାଇବା ନିମନ୍ତେ ଉଦ୍ୟମ କରିଥିଲେ ତହସିଲଦାର ।ସେଠାରୁ ଖସିଯାଇ ଡାଙ୍ଗସୋରଡା ଗାଁ ନିକଟରେ ଟଙ୍କା ଫିଙ୍ଗି ଦେଇଥିଲେ, ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ପିଛା କରି ଜିଲ୍ଲାପାଳଙ୍କ ବୈଠକରୁ ଗିରଫ କରିବାରେ ସକ୍ଷମ ହୋଇଛି । ତାଙ୍କ ଠାରୁ ପ୍ରାୟ ଏକ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ ଟଂକା ଜବତ୍ କରାଯାଇଛି। ୩୦୦ ଗରିବ ଲୋକଙ୍କୁ ଘର ବାରି ପଟ୍ଟା କରିଦେବା ନେଇ ୧୮ ଲକ୍ଷ ଟଙ୍କା ଲାଞ୍ଚର ଡିଲ୍ ହୋଇଥିଲା ଆଡଭାନ୍ସ ବାବଦକୁ ୧ଲକ୍ଷ ୧୫ ହଜାର ଟଙ୍କା ନେଇଥିବା ବେଳେ ପୂର୍ବପ୍ରସ୍ତୁତି ହିସାବରେ ତହସିଲଦାରଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ । ଏହାପୂର୍ବରୁ ୨୦୨୨ ମସିହା ରେ ସେ ବାରଙ୍ଗ ରେ ମଧ୍ୟ ଭିଜିଲାନସ୍ ଦ୍ଵାରା ଧରା ପଡ଼ିଥିଲେ