Category: ମୁଖ୍ୟ ଖବର

  • ବାଘମାରିର ରାଧାମାଳୀପୁର ଗାଁ ବିଜେଡି ମୁଠାରେ, ଚଲାଇଛି ହିଟଲର ଶାସନ

    ବାଘମାରିର ରାଧାମାଳୀପୁର ଗାଁ ବିଜେଡି ମୁଠାରେ, ଚଲାଇଛି ହିଟଲର ଶାସନ

    ବିଜେଡି ସରପଞ୍ଚଙ୍କ ଗୁଣ୍ଡାରାଜ, ପୋଷା ଗୁଣ୍ଡା ପାଳି ଗାଁ ଲୋକଙ୍କୁ କରୁଛନ୍ତି ଆକ୍ରମଣ । ଚଳେଇଛନ୍ତି ହିଟଲର ଶାସନ। ସରକାର ଚାଲିଗଲା କିନ୍ତୁ, ଗଲାନି ଦାଦାଗିରୀ ରୋବାବ । ଗାଁ ମନ୍ଦିର ଖୋଲିବାରୁ ମହିଳାଙ୍କୁ ଗୋଡେଇ ଗୋଡେଇ କଲେ ଆକ୍ରମଣ । ଯିଏ ବିରୁଦ୍ଧରେ ଗଲା ତାକୁ କଙ୍ଗାରୁ କୋର୍ଟରୁ ମିଳିଲା ଦଣ୍ଡ । ଘଟଣାଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଘମାରି ପଞ୍ଚାୟତ ରାଧାମାଳିପୁର ଗାଁର । ଅଭିଯୋଗ ମୁତାବକ ଏହି ଗାଁର ଲୋକେ ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାରା ହରାଇ ବସିଛନ୍ତି । ଗାଁରେ କିଛି ଗୋଟେ ହେଲେ ନିର୍ଦ୍ଦିଷ୍ଟ ଦଳର ଗୁଣ୍ଡାଙ୍କ ଦ୍ୱାରା ବସୁଛି କଙ୍ଗାରୁ କୋର୍ଟ । ଗାଁ ମନ୍ଦିରକୁ ଗାଁ ଲୋକଙ୍କୁ କରୁଛନ୍ତି ମନା । ଯିଏ ଯାଉଛି ତାକୁ ମିଳୁଛି ମାଡ ମରାଯାଉଛି । ଯିଏ ପ୍ରତିବାଦ କଲା ତାକୁ ଜୀବନରୁ ମାରିଦେବାର ମିଳୁଛି ଧମକ।

    ଗାଁର ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହେଲେ କୌଣସି ଆକ୍ସନ ନେଉନି ସ୍ଥାନୀୟ ପୋଲିସ ପ୍ରଶାସନ । କାରଣ ଏମାନଙ୍କ ପଛରେ କୁଆଡେ ବଡ ନେତାଙ୍କ ହାତ ରହିଛି । ଯାହାର ଅଭିଯୋଗ ଆଣିଛନ୍ତି ଭୟଭୀତ ଗ୍ରାମବାସୀ, ନ୍ୟାୟ ପାଇଁ ନୂତନ ମୋହନ ସରକାରଙ୍କୁ କଲେ ନିବେଦନ ।

  • ଛୁରାମାଡ କରି ପ୍ରଥମେ ଲୁଟିନେଲେ ସୁନା ଗହଣା, ପରେ ଫାଙ୍କାରେ ଗୁଳି ଫୁଟାଇ ଲୁଟେରା ଛୁ!

    ଛୁରାମାଡ କରି ପ୍ରଥମେ ଲୁଟିନେଲେ ସୁନା ଗହଣା, ପରେ ଫାଙ୍କାରେ ଗୁଳି ଫୁଟାଇ ଲୁଟେରା ଛୁ!

    କେନ୍ଦୁଝର ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ବାରିଗାଁ ବାସୁଳି ଛକରେ ଅଘଟଣ । ସ୍ବାମା, ସ୍ତ୍ରୀ , ଝିଅ ବାଇକ ଯୋଗେ କେନ୍ଦୁଝର ମଲ୍ଲିପଶିରୁ ଫେରି କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମକୁ ଫେରୁଥିବା ବେଳେ ହଟାତ ୩ଜଣ ଦୁର୍ବୁତ୍ତ ବାଇକରେ ଆସି ଦମ୍ପତ୍ତିଙ୍କ ଗାଡିକୁ ଅଟକାଇ ଚାବି ଛଡାଇ ନେଇଥିଲେ । ଇଭୟଙ୍କୁ ଛୁରା ଦେଖାଇ ଟଙ୍କା ଓ ପାଖରେ ଥିବା ସୁନା ଦେବାପାଇଁ କହିଥିଲେ ଏହାକୁ ବାରଣ କରିବାରୁ ଲୁଟେରା ମାନେ ଉତ୍କ୍ଷିପ୍ତ ହୋଇ ବ୍ଯକ୍ତି ଜଣଙ୍କୁ ଛୁରାମାଡ କରିଥିଲେ ଏବଂ ସେଠାରେ ଫାଙ୍କା ୩ ରାଉଣ୍ଡ ଗୁଳି ଫୁଟାଇ ମହିଳାଙ୍କ ଠାରୁ ସୁନାଗହଣା ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହିଞ୍ଚି ତଦନ୍ତ ଆରମ୍ଭ କରିଛି

  • ୭ ଘଣ୍ଟା ବନ୍ଦ ରହିଲା କଟକ-ପାରାଦ୍ଵୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା, କିଏ ରାଜେନ୍ଦ୍ର?

    ୭ ଘଣ୍ଟା ବନ୍ଦ ରହିଲା କଟକ-ପାରାଦ୍ଵୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା, କିଏ ରାଜେନ୍ଦ୍ର?

    ଦିର୍ଘ ୭ ଘଣ୍ଟା ପରେ କଟକ-ପାରାଦ୍ଵୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତାରୁ ହଟିଛି ଅନ୍ଦୋଳନ । ଏହି ୭ ଘଣ୍ଟା ପର୍ଯ୍ୟନ୍ତ ପାରାଦ୍ଵୀପ ବନ୍ଦରର ପରିବହନ ମଧ୍ଯ ପ୍ରଭାବିତ ହୋଇଛି । ଘଟଣା ସ୍ଥଳରେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ପହଞ୍ଚି ଆଲୋଚନା କରିବା ପରେ ଆନ୍ଦୋଳନରୁ ହଟିଥିଲେ ଗ୍ରାମବାସୀ ଓ ମୃତ ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନଙ୍କ ପରିବାର । ପ୍ରଶାସନ ପକ୍ଷରୁ ମୃତକ ରାଜେନ୍ଦ୍ରଙ୍କ ପରିବାରକୁ ୩୦ ହଜାର ଟଙ୍କା ଦିଆଯିବ, ରେଡକ୍ରସରୁ ୧୦ ହଜାର ଟଙ୍କା ସହିତ, ଡିୟୁଟିରେ ତାଙ୍କର ମୃତ୍ୟୁ ହୋଇଥିବାରୁ ସରକାରଙ୍କ ସମସ୍ତ ସହାୟତା ତାଙ୍କୁ ପ୍ରଦାନ କରାଯିବ । ଦୁର୍ଘଟଣା ଘଟାଇଥିବା ଗାଡିର ଇନସ୍ୟୁରାନ୍ସ ବାବଦ ଟଙ୍କା ସହିତ ହୋମଗାର୍ଡ ଡିଜିଙ୍କୁ ରାଜେନ୍ଦ୍ରଙ୍କ ପରିବାରକୁ ସ୍ବତନ୍ତ୍ର ସହାୟତା ପାଇଁ ଆବେଦନ କରିବ ପୋଲିସ । ଏଥିସହିତ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ହେବ ବୋଲି ଶିଳ୍ପ ମନ୍ତ୍ରୀ ମଧ୍ଯ ପ୍ରତିଶୃତି ଦେଇଛନ୍ତି ଏବଂ ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ପାଇଁ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି ।

    ଗତକାଲି ବିଳମ୍ବିତ ରାତ୍ରିରେ ଦୋଛକି ନିକଟରେ ଡ୍ୟୁଟିରେ ଥିବା ରାଜେନ୍ଦ୍ର ପ୍ରଧାନ ଓ ତାଙ୍କ ସହିତ ଆଉ ୩ ଜଣ ହୋମଗାର୍ଡ ରହିଥିଲେ । ତେବେ ବିଳମ୍ବିତ ରାତ୍ରିରେ ଗୋଟିଏ ଆଇରନ ଟ୍ରକକୁ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀ ଅଟକାଉଥିବା ବେଳେ, ଆଇରନ ଟ୍ରକଟି ରାଜେନ୍ଦ୍ରଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ରାଜେନ୍ଦ୍ର ଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ରାଜେନ୍ଦ୍ରଙ୍କ ପରିବାର ଓ ବାଲିଡିଆ ଗ୍ରାମବାସୀ ଦୋଛକି ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ରାଜେନ୍ଦ୍ରଙ୍କ ସହିତ ଥିବା ଅନ୍ୟ ୩ ଜଣ ହୋମଗାର୍ଡ, ଟ୍ରକ ଡ୍ରାଇଭର ଓ ଟ୍ରକ ମାଲିକକୁ ଡାକିବା ଦାବିରେ ଅଡି ବସିଥିଲେ ଗ୍ରାମବାସୀ । ତେବେ ପୋଲିସ ଦୂର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିବା ସହିତ ଏକ କେସ କରି ତଦନ୍ତ ଆରମ୍ଭ କରିଛି ।

  • ଜବତ ୩କେଜି ବାରାହା ମାଂସ ସହିତ ପାଞ୍ଚ ଜଣ ଶିକାରୀ ଅଟକ

    ଜବତ ୩କେଜି ବାରାହା ମାଂସ ସହିତ ପାଞ୍ଚ ଜଣ ଶିକାରୀ ଅଟକ

    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ କୁଞ୍ଜାପାଲି ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବାରାହା ମାଂସ ଜବତ ସହ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ l ସୂଚନା ଅନୁସାରେ କୁଞ୍ଜାପାଲି ଅଞ୍ଚଳରେ ବନବିଭାଗ ଟିମ ଗତକାଲି ରାତ୍ରି କାଳୀନ ପେଟ୍ରୋଲିଂ କରୁଥିଲେ l ସେହି ସମୟରେ କୁଞ୍ଜାପାଲି ଗାଁ ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ଜନ୍ତୁ ଶିକାର ଚାଲିଥିବା ବନବିଭାଗ ଖବର ପାଇଥିଲା l ରେଞ୍ଜର ସଞ୍ଜୀବ ରାଉତଙ୍କ ନେତୃତ୍ୱରେ ଯାଲୋଏ ବନପାଲ ପ୍ରଦୀପ ଜେନା ଏବଂ ସ୍କ୍ୱାର୍ଡ ଟିମ୍ ଚଢାଉ କରିଥିଲେ l ଚଢାଉ ସମୟରେ ସେଠାରୁ ୩ କେଜି ବାରାହା ମାଂସ, ଗୋଟିଏ ଟାଙ୍ଗିଆ, ଦେଢ଼ କେଜି ବିଦ୍ୟୁତ୍ ତାର ଏବଂ ଦୁଇଟା ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି l

  • ହଜିଗଲା ଅଙ୍ଗନୱାଡି ଗୃହର ଫାଇଲ୍, ସରକାରୀ ବାବୁ ଚୁପ, ହତାଶ ଗ୍ରାମବାସୀ

    ହଜିଗଲା ଅଙ୍ଗନୱାଡି ଗୃହର ଫାଇଲ୍, ସରକାରୀ ବାବୁ ଚୁପ, ହତାଶ ଗ୍ରାମବାସୀ

    ଅଧାରେ ପଡିରହିଛି ସରକାରୀ କର୍ଯ୍ୟ । ଅନ୍ୟପଟେ କାମର ଫାଇଲ୍ କୁଆଡେ ଗାଏବ୍ । ଏମିତି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଲାବାହାଲ ଗ୍ରାମରୁ । ଗ୍ରାମରେ ସରକାରୀ ଯୋଜନା ମୁତାବକ କଲ୍ୟାଣ ମଣ୍ଡପ ଓ କ୍ଳବ ଘର ଏବଂ ଅଙ୍ଗନୱାଡି କେନ୍ଦ୍ର ଆସିଥିଲା । ଯେନତେନ ପ୍ରକାରେ କ୍ଳବ ଘର ଓ ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ ସରିଯାଇଥିବା ବେଳେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଜାରି ରହିଛି । ହେଲେ ଏହାରି ଭିତରେ ଅଙ୍ଗନୱାଡି ଗୃହର ଅଧା ବିଲ୍ ପାଇଁ ପଇସା ଥିବା ଫାଇଲଟି ହଜିଯାଇଛି । ଯାହାକୁ ନେଇ ସରକାରୀ ଅଧିକାରୀଙ୍କ ଉପରେ ମହାଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସରକାରୀ ବାବୁ ମାନେ କାହାର ଛତ୍ରଛାୟା ତଳେ ରହି ଏପରି କାର୍ଯ୍ୟ କରିବାକୁ ସାହସ କଲେ ବୋଲି ଅଭିଯୋଗ ହୋଇଛି ।

    ଗ୍ରାମବାସି କଲ୍ୟାଣ ମଣ୍ଡପ, ଅଙ୍ଗନୱାଡି ଗୃହ ଓ କ୍ଳବ ଗୃହର ଅଧା ବିଲ୍ ପଇସା ପାଇଁ ବକେୟା ପଇସା ଗଲା କୁଆଡେ ବୋଲି ପଚାରିବାରୁ ସରକାରୀ ବାବୁ ମାନେ କହୁଛନ୍ତି, ଫାଇଲ ନାହିଁ ହଜିଯାଇଛି । ଏ ବିଷୟରେ ଖଲାବାହାଲ ଗ୍ରାମବାସୀ ମାନେ ବ୍ଲକ ଅଫିସକୁ ଯାଇ ପଚାରି ବୁଝିଛନ୍ତି । ଏପରି ଭାବେ ଦୁର୍ନୀତିର ଗନ୍ତାଘର ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ତାହାର ଦତନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

  • କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ଇଡି ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍

    କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ଇଡି ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍

    ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ଆଶ୍ବସ୍ତି । ସୁପ୍ରିମକୋର୍ଟ ଦେଲେ ଅନ୍ତରୀଣ ଜାମିନ । ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡି ଗରିଫ କରିଥିଲା । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆପ୍ ନେତା । ଏହି ଜାମିନ ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆପ୍ ସୁପ୍ରିମୋଙ୍କୁ ୯୦ ଦିନ ଜେଲ୍ ଦଣ୍ଡ ହୋଇସାରିଛି । ତେବେ ବର୍ତ୍ତମାନ ସିବିଆଇରେ ମାମଲା ଥିବାରୁ କେଜ୍ରିୱାଲ ଜେଲରେ ରହିବେ । କୋର୍ଟ କହିଛନ୍ତି, କେଜ୍ରିଓ୍ବାଲ ଜଣେ ନିର୍ବାଚିତ ନେତା । ତାଙ୍କୁ ପଦ ଛାଡିବାକୁ କେବେ ନିର୍ଦ୍ଦେଶ ଦେଇହେବ ନାହିଁ । ସେ ଜଣେ ନିର୍ବାଚିତ ନେତା ହିସାବରେ ଏପରି ସ୍ଥିତିରେ ନିଜେ କେଉଁ ଭୂମିକାରେ ରହିବାକୁ ଚାହିଁବେ ତାହା ତାଙ୍କ ଉପରେ ନିର୍ଭର କରେ । ଏଥିସହିକ ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, କେବଳ ପଚରାଉଚରା କରିବା ପାଇଁ ଗିରଫ କରିବା ଗୋଟିଏ ଆଧାର ହୋଇପାରିବ ନାହିଁ ।

    କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ମାମଲାକୁ ସୁପ୍ରିମକୋର୍ଟ ବୃହତ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି । ଏବେ ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ । ଏହି ମାମଲାରେ ପ୍ରଧାନ ବିଚାରପତି ୩ ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବେ । ବୃହତ ଖଣ୍ଡପୀଠରେ ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।

  • ଘରୋଇ ହସ୍ପିଟାଲରେ ଲିଙ୍ଗ ନିରୁପଣ, ଜବତ ହେଲା ଅଲଟ୍ରା ସାଉଣ୍ଡ ମେସିନ

    ଘରୋଇ ହସ୍ପିଟାଲରେ ଲିଙ୍ଗ ନିରୁପଣ, ଜବତ ହେଲା ଅଲଟ୍ରା ସାଉଣ୍ଡ ମେସିନ

    କୋରାପୁଟ ଜିଲ୍ଲା ସେମିଳିଗୁଡା ସହରାଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ, ବିନା ଲାଇସେନ୍ସରେ ଚଲାଯାଉଥିବା ଏକ ପୋର୍ଟେବଲ ଅଲଟ୍ରା ସାଉଣ୍ଡ ମେସିନ କୁ ଜବତ କରାଯାଇଛି। ଆନ୍ଧ୍ରରୁ ଆସୁଥିବା ଡ଼ାକ୍ତର ଏବଂ ଟେକ୍ନିସିଆନ ସହାୟତାରେ ଏହାର ଅପବ୍ୟବହାର କରା ଯାଉଥିଲା। କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କୋରାପୁଟର ଏଡିପିଏଚଓ ନିଳମାଧବ ଶତପଥି, ଆଡିସନାଲ ତହସିଲଦାର ଦେବୀପ୍ରସାଦ ନାୟକଙ୍କ ଉପସ୍ଥିତିରେ ଏହି ମେସିନ ଜବତ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ମେସିନ ବ୍ୟବହାର କରି ଲିଙ୍ଗ ନିରୁପଣ କରାଯାଉଥିବା ନେଇ ଖବର ମିଳିଥିବା ଏଡିପିଏଚଓ ପ୍ରକାଶ କରିଛନ୍ତି । ଚଢାଉରେ ଅନ୍ୟ ମାନଙ୍କ ମଧ୍ୟରେ ସେମିଳିଗୁଡା ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ସୁର୍ୟ୍ୟନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

  • ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ, ଛାନଭିନରେ ପୋଲିସ

    ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ, ଛାନଭିନରେ ପୋଲିସ

    ଘରୁ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର । ଉଭୟ ଜୀବନ ହାରିଥିବା ପୋଲିସର ସୂଚନା । ସୂଚନା ଅନୁଯୟୀ ଡେରାବିଶ ଥାନା ଅନ୍ତର୍ଗତ ଫକୀରାବାଦ ଗାଁ ର ଧରଣୀ ଧର ଜେନାଙ୍କ ପୁଅ ମକର ଜେନା ଓରଫ କାର୍ତିକ ଦୁଇ ବର୍ଷ ତଳେ ଡାଳିଚି ଗାଁ ର ପିଙ୍କି ଓରଫ ସସ୍ମିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିବାବେଳେ ପ୍ରତିଦିନ ଭଲି ଗତକାଲି ଖାଇ ପି ସୋଇବାକୁ ଚାଲିଯାଇଥିଲେ ଉଭୟ ମାତ୍ର ଆଜି ସଖାଳୁ ବିଳମ୍ବ ଯାଏଁ ସୋଇବା ଘରର କବାଟ ଖୋଲିନଥିଲା ବାଧ୍ଯ ହୋଇ ଘରଲୋକ କବାଟ ଭାଙ୍ଗିଦେଇଥିଲେ ପରିବାର ଲୋକେ , କବାଟ ଖୋଲି ଦେଖନ୍ତିତ ଉଭୟ ଜୀବନ ହାରିଦେଇଛନ୍ତି ।

    ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ଡେରାବିଶ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଈଁ ପଠାଇଛନ୍ତି

  • ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୋଗଦେବେ ମମତା ବାନାର୍ଜୀ, ଶରଦ-ଉଦ୍ଧବଙ୍କୁ ମଧ୍ୟ ଭେଟି ପାରନ୍ତି, ଜାଣନ୍ତୁ କେଉଁ ବିଷୟ ଉପରେ ହେବ ଆଲୋଚନା

    ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୋଗଦେବେ ମମତା ବାନାର୍ଜୀ, ଶରଦ-ଉଦ୍ଧବଙ୍କୁ ମଧ୍ୟ ଭେଟି ପାରନ୍ତି, ଜାଣନ୍ତୁ କେଉଁ ବିଷୟ ଉପରେ ହେବ ଆଲୋଚନା

    ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି (ଜୁଲାଇ ୧୨) ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ମୁମ୍ବାଇ ଆସିବେ। ତାଙ୍କ ମୁମ୍ବାଇ ଗସ୍ତ ସମୟରେ ସେ ଭିନ୍ନ ଭିନ୍ନ ସ୍ଥାନରେ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ଭେଟି ପାରନ୍ତି । ଲୋକସଭା ନିର୍ବାଚନ ସମାପ୍ତ ହେବା ପରେ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ସହ ମମତା ବାନାର୍ଜୀଙ୍କ ଏହା ପ୍ରଥମ ସାକ୍ଷାତ ହେବ।

    ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପରାହ୍ନ ୪ ଟା ସୁଦ୍ଧା ମୁମ୍ବାଇରେ ପହଞ୍ଚିବେ। ସେ ହୋଟେଲ ଟ୍ରାଇଡେଣ୍ଟରେ ରହିବେ | ଏହା ପରେ ସେ ଆସନ୍ତାକାଲି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ସମାରୋହରେ ଯୋଗଦେବେ। ଏଠାରେ ପହଞ୍ଚିବା ପରେ ସେ ଅନେକ ସଭା ମଧ୍ୟ ସାମିଲ ହେବେ |

    ସୂଚନାନୁସାରେ, ମୁମ୍ବାଇ ଗସ୍ତ ସମୟରେ ସେ ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ସହ ପୃଥକ ପୃଥକ ବୈଠକ କରିପାରନ୍ତି । ଆସନ୍ତାକାଲି ସନ୍ଧ୍ୟାରେ ମମତା ବାନାର୍ଜୀ ଶରଦ ପାୱାରଙ୍କୁ ଭେଟିବେ। ଆସନ୍ତାକାଲି ସନ୍ଧ୍ୟାରେ ସିଲଭର ଓକ ନିବାସରେ ଏହି ସଭା ଅନୁଷ୍ଠିତ ହେବ | ଏହି ବୈଠକରେ ଜାତୀୟ ରାଜନୀତି ଉପରେ ଆଲୋଚନା କରାଯାଇପାରେ। ଖବର ଅନୁଯାୟୀ ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି କାରଣରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଏଥି ସହିତ କିଛି ସପ୍ତାହ ମଧ୍ୟରେ ସଂସଦ ଗୃହରେ ବଜେଟ୍ ଅଧିବେଶନ ମଧ୍ୟ ଆରମ୍ଭ ହେଉଛି। ଏଭଳି ପରିସ୍ଥିତିରେ ସେ ସଂସଦ ଅଧିବେଶନରେ ବିରୋଧୀ ଦଳର ରଣନୀତି ବିଷୟରେ ମଧ୍ୟ ଏହି ନେତାଙ୍କ ସହ କଥା ହୋଇପାରନ୍ତି ।

    ମମତା ବାନାର୍ଜୀ କ୍ରମାଗତ ଭାବରେ ଆଞ୍ଚଳିକ ନେତାମାନଙ୍କୁ ଭେଟୁଛନ୍ତି। ତେବେ ସେ ଏପର୍ଯ୍ୟନ୍ତ କୌଣସି କଂଗ୍ରେସ ନେତାଙ୍କୁ ଭେଟିନାହାଁନ୍ତି। ବଜେଟ୍ ଅଧିବେଶନରେ ମମତା ବାନାର୍ଜୀ ଦିଲ୍ଲୀ ଆସିବେ ବୋଲି ଯାହା ଖବର ମିଳିଛି । ଏହି ସମୟ ମଧ୍ୟରେ ସେ ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି |

  • ପାହାଡରୁ ଖସିଲା ବିରାଟକାୟ ଖଣ୍ଡ, ଯାତାୟାତ ଠପ

    ପାହାଡରୁ ଖସିଲା ବିରାଟକାୟ ଖଣ୍ଡ, ଯାତାୟାତ ଠପ

    ହଠାତ୍ ପାତାଳ ଗଙ୍ଗା ଅଞ୍ଚଳର ଆକାଶ ଧୂଳି ଧୁଆଁରେ ଭରିଗଲା। ଯାତାୟାତ ଠପ ହୋଇଗଲା। ଲୋକଙ୍କ ମଧ୍ୟରେ ଦେଖାଦେଲା ଭୟ। ପ୍ରକୃତିର କୋପ ଦେଖିଲା ଉତ୍ତରାଖଣ୍ଡ। ପାହାଡ ଉପରୁ ବିରାଟକାୟ ଅଂଶ ଖସିପଡିଲା ତଳକୁ, ଯାହାର ଦୃଶ୍ୟ ଲୋମଟାଙ୍କୁରା ଥିଲା। ପର୍ବତମାଳିନୀ ଉତ୍ତରଖଣ୍ଡ ରାଜ୍ୟରୁ ଆସିଛି ଏମିତି ଏକ ଦୃଶ୍ୟ। ଚମୋଲି ଜିଲ୍ଲା ପାତାଳ ଗଙ୍ଗା ବଦ୍ରୀନାଥ ନାସନାଲ ହାଇୱେରେ ଥିବା ସୁଡଙ୍ଗ ଉପରେ ଏହି ଭୟଙ୍କର ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଫଳରେ ଏହି ଅଞ୍ଚଳର ଏକ ବଡ ଅଂଶରେ ଧୂଳି, ଧୂଆଁର ଲହଡି ଭାଙ୍ଗିଥିଲା।

    ଏହି ଭୂସ୍ଖଳନ ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ଗାଡି ଅଟକି ରହିଛି। ତେବେ, ଏତିକି ସୌଭାଗ୍ୟ କି, ଏଥିରେ କେହି ମୃତାହତ ହୋଇ ନାହାନ୍ତି। ହେଲେ ଭୂସ୍ଖଳନ ପାଇଁ ଜୋଶୀମଠ- ବଦ୍ରୀନାଥ ହାଇୱେକୁ ବନ୍ଦ କରିଛି ପ୍ରଶାସନ। ମୌସୁମୀ ଆସିବା ପରେ ଉତ୍ତରାଖଣ୍ଡରେ ଭାରି ବର୍ଷା ହେଉଛି। ଏହାର ପ୍ରଭାବରେ ଅନେକ ପାହାଡ ଉପରେ ପଥରଖଣ୍ଡ ସବୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। କେତେବେଳେ କେଉଁ ପାହାଡରୁ ଭୂସ୍ଖଳନ ହେବ ତାହା କହିହେଉନାହିଁ। ସେପଟେ ବର୍ଷା ପାଇଁ ନଦୀରେ ସବୁ ବର୍ଷା ଜଳର ସୁଅ ଛୁଟୁଛି। ତେଣୁ ସରକାର ଆଲର୍ଟ ମୋଡରେ ରହିଛି। ତେବେ ମୌସୁମୀ କାଳରେ ଉତ୍ତରାଖଣ୍ଡରେ ପାହାଡରୁ ସ୍ଖଳନ, ନଦୀରେ ବନ୍ୟାଜଳ ପ୍ରବାହ ଏକ ସାଧାରଣ ଘଟଣା।