Category: ମୁଖ୍ୟ ଖବର

  • ଗୋ-ଚାଲାଣକାରୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ, ଜଣେ ଗୁରୁତର, ୫ ଗିରଫ

    ଗୋ-ଚାଲାଣକାରୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ, ଜଣେ ଗୁରୁତର, ୫ ଗିରଫ

    କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢାଙ୍କୁଣି ଅଞ୍ଚଳରେ ପୋଲିସ ଉପରକୁ ଗୁଳିଚାଳନା କରିଥିବା ଅଭିଯୁକ୍ତ ଗୋ-ଚାଲାଣକାରୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆହତ ଗୋ-ଚାଲାଣକାରୀ ଜଣକ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡିଛି ।

    କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢାଙ୍କୁଣି ଅଞ୍ଚଳରେ ଚୋରା ଗୋ-ଚାଲାଣ ହେଉଥିବା ଖବର ପାଇ ପୋଲିସ ଏକ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଗୋ-ଚାଲାଣକାରୀ ପୋଲିସକୁ ଦେଖିବା ମାତ୍ରେ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ । ପୋଲିସର ପାଲଟା ଗୁଳି ଚାଳନାରେ ଜଣେ ଗୋ-ଚାଲାଣକାରୀର ଗୋଡରେ ଦୁଇଟି ଗୁଳି ବାଜିବରୁ ସେ ଆହତ ହୋଇ ତଳେ ପଡ଼ିଯାଇଥିଲା । ପୋଲିସ ଅଭିଯୁକ୍ତ ଗୋ-ଚାଲାଣକାରୀକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ମିଳିଥିବା ସୂଚନା ଅନୁସାରେ, ଆହତ ଗୋ-ଚାଲାଣକାରୀ ଜଣକ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ଆଜି କେନ୍ଦୁଝର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ଦେଇଛନ୍ତି କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର୍ ନାଏକ ।

    ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଚାରୋଟି ପିକପ ଜବତ କରାଯିବା ସହ ପାଞ୍ଚ ଜଣଙ୍କୁ ଅଟକ ରଖାଯାଇଥିବା କଥା ଏଏସପି କହିଛନ୍ତି । ଏହାସହ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ପୋଲିସ ଜବତ କରିଥିବା ପ୍ରକାଶ କରିଛନ୍ତି । ଏହି ଘଟଣାରେ ହରିଚନ୍ଦନପୁର ଓ ପଣ୍ଡାପଡ଼ା ଥାନାରେ ପୁଥକ୍ ପୃଥକ୍ କେସ ରୁଜୁ ହୋଇଥିବା ପ୍ରକାଶ କରିଛନ୍ତି ଏଏସପି ଦିଲ୍ଲୀପ ନାଏକ । ଏହି ଘଟଣାରେ ଗୁରୁତର ଥିବା ଜଣକୁ କଟକ ପଠାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

  • ବ୍ରାଜିଲରେଭୟଙ୍କର ବିମାନ ଦୁର୍ଘଟଣା

    ବ୍ରାଜିଲରେଭୟଙ୍କର ବିମାନ ଦୁର୍ଘଟଣା

    ବ୍ରାଜିଲର ଭିନ୍ହେଡୋରେ ଭୟଙ୍କର ବିମାନ ଦୁର୍ଘଟଣା ।ଦୁର୍ଘଟଣା ଘଟିବା ସମୟର ଛାତିଥରା ଭିଡିଓ କ୍ଯାମେରାରେ କଏଦ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣା ହୋଇଥିବା ବିମାନରେ ମୋଟ ୬୮ ଜଣଙ୍କୁ ପରିବହନ କରିବାର କ୍ଷମତା ରହିଛି ମାତ୍ର ବିମାନରେ ୫୮ ଜଣ ଯାତ୍ରୀ ରହିଥିବା ବେଳେ ୪ ଜଣ କ୍ରୁ ମେମ୍ବର ଙ୍କୁ ମିଶାଇ ମୋଟ ୬୨ ଜଣ ରହିଥିଲେ ।

    ଏହି ବିମାନ ଦୁର୍ଘଟଣାରେ ସମସ୍ତ ୬୨ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାଗ୍ରସ୍ତ ବିମାନଟିର ନାମ ବୋଏପାସ ATR-72 ହୋଇଥିବା ବେଳେ , ବୋଏପାସ୍‌ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, ବିମାନଟି କାସ୍କାବେଲରୁ ସାଓ ପାଓଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ସାଓ ପାଓଲୋଠୁ ପ୍ରାୟ ୮୦ କିମି ପୂର୍ବରୁ ବିମାନଟି ବିନହେଡୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

    ଏହାର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ବିମାନଟି କଣ୍ଟ୍ରୋଲ ରୁମ୍‌ ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲା।ଖବର ପାଇ ସ୍ଥାନୀୟ ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପ୍ରଚେଷ୍ଟା ପରେ ବିମାନର ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହାପରେ ବିମାନର ଭଗ୍ନାବଶେଷ ଭିତରୁ ୬୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

  • ଦିଲ୍ଲୀ ମଦ ନୀତି ମାମଲା: ୧୭ ମାସ ପରେ ଜେଲରୁ ମୁକୁଳିବେ ଆପ ନେତା ମନୀଷ ସିସୋଦିଆ

    ଦିଲ୍ଲୀ ମଦ ନୀତି ମାମଲା: ୧୭ ମାସ ପରେ ଜେଲରୁ ମୁକୁଳିବେ ଆପ ନେତା ମନୀଷ ସିସୋଦିଆ

    ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହିତ ଜଡିତ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର (୯ ଅଗଷ୍ଟ ୨୦୨୪) ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ବି.ଆର. ଗଭଇ ଏବଂ ଜଷ୍ଟିସ୍ କେ.ଭି.ବିଶ୍ୱନାଥନଙ୍କ ପୀଠ ଏହି ମାମଲାର ରାୟ ଦେଇଛନ୍ତି।

    ଏହାପୂର୍ବରୁ ଅଗଷ୍ଟ ୬ ରେ ସିସୋଡିଆଙ୍କ ଆବେଦନ ଉପରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ବାତିଲ ହୋଇଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସି ୨୦୨୧-୨୨ ର ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗରେ ମନୀଷ ସିସୋଡିଆଙ୍କୁ ଫେବୃଆରୀ ୨୬,୨୦୨୩ ରେ ଗିରଫ କରାଯାଇଥିଲା।

  • ବ୍ରାଉନ ସୁଗାର ଜବତ,ଦୁଇ ଗିରଫ

    ବ୍ରାଉନ ସୁଗାର ଜବତ,ଦୁଇ ଗିରଫ

    ବଅଁରପାଳ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତ ଭାଲୁଧରି ସାହି ରେଲୱେ ପାର୍ଶ୍ଵ ଆମ୍ବ ବଗିଚାରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ଖବର ପାଇ ନାଲକୋ ପୁଲିସ ସଦଳବଳେ ଗତ କାଲି ସକାଳ ୧୦.୨୫ ରେ ଚଢାଉ କରିଥିଲା।ବ୍ରାଉନ ସୁଗାର ବିକ୍ରୀ କରୁଥିବା ଜଣେ ଯୁବକ ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ସତ୍ୟବାନ୍ ସାହୁ ୨୫ ଓ ଅନଗୁଳ ବନ୍ତଳା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ଜଣେ ଯୁବକ ପ୍ରଦ୍ୟୁମ୍ନ ସାହୁ@ ପଦି ୨୬ କୁ କାବୁ କରିବା ସହ ତାଙ୍କ ନିକଟରୁ ୫.୦୧ ଗ୍ରାମ ବ୍ରାଉନ ସୁଗାର୍ , ଏକ ମୋଟର ସାଇକେଲ ନଂ – ଓଡି ୧୯ ଏଚ ୦୩୬୨ ଓ ନଗଦ ୧୬୧୦ ଟଙ୍କା ପୁଲିସ ଜବତ କରି ଥାନାକୁ ଆଣିଥିଲା।ଏହି କାରବାରର ମୂଖ୍ୟ କିଙ୍ଗ ପିନ କୁହାଯାଉଥିବା ଗିରାଙ୍ଗ ଗ୍ରାମର ଝିଲି ସାହୁ ପୁଲିସ କୁ ଚକମା ଦେଇ ଫେରାର ହୋଇଯାଇଛି। ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଯୁବକ ଦୁଇଜଣଙ୍କ ନାମରେ ପୁଲିସ ଏକ ମାମଲା ନଂ -୧୩୧/୨୪ ରୁଜୁ କରି କୋର୍ଟ ଚାଲାଣ କରିଛି। ଥାନାର ତଦନ୍ତକାରୀ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ଘଟଣାର ତଦନ୍ତ କରୁଛନ୍ତି।

  • ହାଇକୋର୍ଟଙ୍କ ରାୟକୁ ମାନିବାକୁ ନାରାଜ ବାସିନ୍ଦା, ପ୍ରଶାସନକୁ ଜଣାଇଲେ ଗୁହାରୀ

    ହାଇକୋର୍ଟଙ୍କ ରାୟକୁ ମାନିବାକୁ ନାରାଜ ବାସିନ୍ଦା, ପ୍ରଶାସନକୁ ଜଣାଇଲେ ଗୁହାରୀ

    ବିବାଦୀୟ ଜମିରେ ଆଜକୁ ୫୯ ବର୍ଷ ହେବ ଜବରଦଖଲ କରି ଘରଦ୍ୱାର କରି ବସବାସ କରୁଥିବା ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ମାଲିକାପୋଡି ପଞ୍ଚାୟତର ଅଜୟ ପଡ଼ାରେ କିଛି ଲୋକ ବହୁ ବର୍ଷ ଧରି ରହିଆସୁଛନ୍ତି । ହେଲେ ସେହି ସ୍ଥାନଟି ବିବାଦୀୟ ହୋଇ ରହିଥିବା ବେଳେ ହାଇକୋର୍ଟରେ କେଶ ହେବା ପରେ ଏହା ଉପରେ ରାୟ ମଧ୍ୟ ମାନ୍ୟବର କୋର୍ଟ ଶୁଣାଇଥିଲେ । କେଶଟି ପ୍ରଥମ ପକ୍ଷ ଚନ୍ଦ୍ରମତି ପ୍ରଧାନଙ୍କ ଝିଅ ସଂଯୁକ୍ତା ପ୍ରଧାନ ବନାମ ସତେରା ପ୍ରଧାନ, ଫିଲିପ ପ୍ରଧାନ, ସାଇମନ ପ୍ରଧାନ, ମିସକାନ୍ତା ପ୍ରଧାନ, ମମତା ପ୍ରଧାନ ଓ ମାଗାଦଲିନି ପ୍ରଧାନଙ୍କ ମଧ୍ୟରେ ଚାଲିଥିଲା । ତେବେ କୋର୍ଟ ଉକ୍ତ ଜମିର ମାଲିକାନା ସଂଯୁକ୍ତା ପ୍ରଧାନଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଏହାକୁ ବିରୋଧ କରି ମଙ୍ଗଳବାର ପ୍ରତିପକ୍ଷ ଉକ୍ତ ଜମିରେ ରହିଆସୁଥିବା ଘର ସମୁଖରେ ଧାରଣା ଦେଇ ପ୍ରଶାସନକୁ ଉକ୍ତ ବିବାଦୀୟ ଜମି ଫେରାଇ ଦେବା ପାଇଁ ନିବେଦନ କରିଛନ୍ତି ।

    ଉକ୍ତ ବିବାଦୀୟ ଜମିରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ, SDPO ବିଜୟ କୁମାର ବିଶି, ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ, ଏସ,ଆଇ ଅନନ୍ତ କୁମାର ପ୍ରଧାନ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ପ୍ରତିପକ୍ଷ ତରଫରୁ କୌଣସି କଥା ନଶୁଣିବାରୁ ପୋଲିସ ପ୍ରଶାସନ ତାଙ୍କୁ ପୋଲିସ ଗାଡ଼ିରେ ଉଠାଇ ନେଇଛି ।

  • ‘ସୁଦୀକ୍ଷା’ ସଂସ୍ଥା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

    ‘ସୁଦୀକ୍ଷା’ ସଂସ୍ଥା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

    ପିଲାଙ୍କୁ ପାଠ ପଢ଼ାଇବା ସହିତ ମହିଳାଙ୍କୁ ରୋଜଗାର ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟି ନେଲେ ‘ସୁଦୀକ୍ଷା’ ନାମକ ସଂସ୍ଥା । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳରୁ ୭୦୦ରୁ ଉର୍ଦ୍ଧ ମହିଳାଙ୍କ ଠାରୁ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ଓ ମହିଳାଙ୍କୁ ମାସିକ ରୋଜଗାର ଯୋଗାଇବାର ପ୍ରଲୋଭନ ଦେଖାଇ ସୁଧୀକ୍ଷା ନାମକ ସଂସ୍ଥା ବେଆଇନ ଅର୍ଥ ଆଦାୟ କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଏହି ସଂସ୍ଥାର ଚେର ରାଜଧାନୀରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲମ୍ବିଥିବା କହିଛନ୍ତି ଲୁଟର ଶିକାର ହୋଇଥିବା ମହିଳା ମାନେ । ଅଭିଯୋଗ ମୁତାବକ, ମହିଳାଙ୍କୁ ଏହି ସଂସ୍ଥାରେ ମାସ ମାସ ଧରି ନିଜ କାର୍ଯ୍ୟରେ ଲଗାଇ ଦରମା ନଦେଇ ଓଲଟା ସଂସ୍ଥାର କର୍ମଚାରୀ ମହିଳା ମାନଙ୍କୁ ଧକମ ଚମକ ଦେଇ ଭୟଭୀତ କରିଥିବା ନେଇ ମହିଳା ମାନେ ଗଣମାଧ୍ୟମକୁ କହିଛନ୍ତି । ଗରଦପୁର ଅଞ୍ଚଳର ସ୍ଵାଗତିକା ଗ୍ରହଚାର୍ଯ୍ୟ ନାମକ ଜଣେ ମହିଳା ଏବଂ ସୁଦୀକ୍ଷା ନାମକ ସଂସ୍ଥାର ମୁଖ୍ୟ ପ୍ରତାପ ଚନ୍ଦ୍ର ସାହୁ ପ୍ରଥମେ ଗରଦପୁର ଅଞ୍ଚଳର ପ୍ରଚାର ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ସୁଦିକ୍ଷା ଆପକୁ ବ୍ୟାନର ଓ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପ୍ରସାର କରି ମହିଳା ମାନଙ୍କୁ ମିଟିଂ ଜରିଆରେ ରୋଜଗାରର ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ କରି ସଂସ୍ଥାକୁ ଦେବା ପାଇଁ କହିଥିଲେ ।


    ଏହି ସଂସ୍ଥା ପ୍ରତ୍ୟକ ପଞ୍ଚାୟତରେ ସ୍କୁଲ ଖୋଲି ପିଲାଙ୍କୁ ପାଠ୍ୟ ପୁସ୍ତକ ସହ ଅନଲାଇନ କ୍ଲାସ ଜରିଆରେ ସହଜ ପାଠ ପଢା ଯୋଗାଇ ଦେବ ବୋଲି କହିଥିଲା । ଏହି ପାଠ ପଢା ବାବଦକୁ ପ୍ରଥମେ ଫର୍ମ ପୂରଣ କରିଥିବା ବ୍ୟକ୍ତିଙ୍କ ଠୁ ୪ରୁ ୫ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲା । ଏହା ସହ ସଂସ୍ଥାକୁ ଆହୁରି ଅଗ୍ରସର କରିବା ପାଁଇ ମହିଳା ମାନଙ୍କୁ ବିଭିନ୍ନ ପଦ ପଦବୀ ପ୍ରଦାନ କରି ସମାନଙ୍କୁ ଆଇ କାର୍ଡ ଦେଇଥିଲା । ବିଭିନ୍ନ ପଦବୀ ଅନୁସାରେ ୭୫୦୦ରୁ ୨୫୦୦୦ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ ବୋଲି କହିଥିଲା ସଂସ୍ଥା । ସଂସ୍ଥା ପକ୍ଷରୁ ମହିଳା ମାନଙ୍କୁ ନିଯୁକ୍ତି ପତ୍ର, ଆଇ କାର୍ଡ ଓ ମାସିକ ଖାତା ପ୍ରଦାନ କରାଯାଇଥିଲା । ହେଲେ ଗରଦପୁର ବ୍ଲକର ସାତ ଶହରୁ ଉର୍ଦ୍ଧ ମହିଳାଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ମାସ ମାସ ଧରି କାର୍ଯ୍ୟରେ ଲଗାଇ ମଧ୍ୟ ସଂସ୍ଥାର କର୍ମଚାରୀ ଆଉ ଧରା ଛୁଆଁ ଦେଉନାହାନ୍ତି । ମାସିକ ଦରମା ତ ଦୂରର କଥା ପିଲାଙ୍କ ପାଠ ପଢା ବାବଦ ନେଇଥିବା ଅର୍ଥ ରାଶିକୁ ବି ଫେରସ୍ତ କରିନାହିଁ । ଟଙ୍କା ଫେରସ୍ତ ପାଁଇ ସଂସ୍ଥାର ମୁଖ୍ୟ କହୁଥିବା ପ୍ରତାପ ଚନ୍ଦ୍ର ସାହୁ ଏବଂ ତାର ସହଯୋଗୀ ସ୍ଵାଗତିକା ଗ୍ରହଚାର୍ଯ୍ୟଙ୍କୁ କହିଲେ ସେମାନେ ଓଲଟା ମହିଳାଙ୍କୁ ଧମକ ଦେଇଥିଲେ । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ମହିଳା ମାନେ ଶେଷରେ ନିରାଶ ହୋଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

  • ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି, ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

    ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି, ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

    ଆସୁଛି ଆଉ ଏକ ଲଘୁଚାପ।ଆସନ୍ତା ୧୨ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ।ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁର । ଆଜି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲାକୁ ଆଲର୍ଟ ଜାରିହୋଇଥିବା ସୂଚନା ମିଳିଛି ।ଲଘୁଚାପ ପ୍ରଭାବ ରେ ଆସନ୍ତା ୧୧ ତାରିଖ ଯାଏଁ ବର୍ଷାର ପରିମାଣ ବଢିବ।ସେହିଭଳି ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

  • ପ୍ୟାରିସ୍ ଅଲିମ୍ପିକ୍ସ୨୦୨୪: ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,        କହିଲେ- ଭିନେଶ ଫୋଗାଟ୍ ପାଇବେ ରୌପ୍ୟ ପଦକ ବିଜେତା ସମ୍ମାନ

    ପ୍ୟାରିସ୍ ଅଲିମ୍ପିକ୍ସ୨୦୨୪: ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କହିଲେ- ଭିନେଶ ଫୋଗାଟ୍ ପାଇବେ ରୌପ୍ୟ ପଦକ ବିଜେତା ସମ୍ମାନ

    ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ରେସଲର ଭିନେଶ ଫୋଗାଟ୍ ଙ୍କୁ ଲାଗିଛି ବଡ଼ ଝଟକା । ଭିନେଶ ଫୋଗାଟ୍ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକ ଜିତିବାରେ ବିଫଳ ହୋଇଥିଲେ। ବାସ୍ତବରେ, ସେ ୫୦ କିଲୋଗ୍ରାମ ବର୍ଗରେ ଅଂଶଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ଥିଲା, ଯାହା ପରେ ତାଙ୍କୁ ଡ଼ିସକ୍ୱାଲିଫାଇ କରାଯାଇଥିଲା। ଏହି ନିଷ୍ପତ୍ତିରେ ଅସନ୍ତୋଷ ବିନେଶ ଫୋଗାଟ କୁସ୍ତିରୁ ଅବସର ଘୋଷଣା କରିଛନ୍ତି । ବିନେଶ ଫୋଗାଟଙ୍କ ଅବସର ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ତେବେ ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସାଇନି ଏକ ବଡ଼ ଘୋଷଣା କରିଛନ୍ତି।

    ବିନେଶ ଫୋଗାଟ ଫାଇନାଲ ଖେଳିପାରିନଥିଲେ କିନ୍ତୁ ସେ …

    ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସାଇନି କହିଛନ୍ତି ଯେ ବିନେଶ ଫୋଗାଟ ଫାଇନାଲ ଖେଳିପାରିନଥିଲେ ମଧ୍ୟ ତାଙ୍କୁ ପୁରସ୍କାର ସମେତ ସମସ୍ତ ସୁବିଧା ପ୍ରଦାନ କରାଯିବ, ଯାହାକି ରୌପ୍ୟ ପଦକ ବିଜେତାଙ୍କୁ ଦିଆଯାଇଥାଏ । ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ କେତେକ କାରଣରୁ ସେ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ସକ୍ଷମ ହୋଇନାହାଁନ୍ତି କିନ୍ତୁ ସେ ଆମ ସମସ୍ତଙ୍କ ପାଇଁ ଚାମ୍ପିୟନ|

    ‘ଆମେ ବିନେଶଙ୍କ ପାଇଁ ଗର୍ବିତ …’

    ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସାଇନି ଆହୁରି ଲେଖିଛନ୍ତି ଯେ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭିନେଶ ଫୋଗାଟଙ୍କୁ ପଦକ ବିଜେତା ଭଳି ସ୍ୱାଗତ କରାଯିବ ଏବଂ ସମ୍ମାନିତ କରାଯିବ। ଅଲିମ୍ପିକ୍ ରୌପ୍ୟ ପଦକ ବିଜେତାଙ୍କୁ ହରିୟାଣା ସରକାର ଦେଇଥିବା ସମସ୍ତ ସମ୍ମାନ, ପୁରସ୍କାର ଏବଂ ସୁବିଧା ମଧ୍ୟ ଭିନେଶ ଫୋଗେଟ୍ ଙ୍କୁ କୃତଜ୍ଞତା ସହିତ ପ୍ରଦାନ କରାଯିବ, ଆମେ ବିନେଶଙ୍କ ପାଇଁ ଗର୍ବିତ |

  • ବାଂଲାଦେଶର ସେନା ମୁଖ୍ୟଙ୍କ ବିବୃତ୍ତି ଭାଇରାଲ: ‘ଶେଖ ହସିନାଙ୍କ ପାଇଁ ବିକ୍ଷୋଭକାରୀଙ୍କ ଉପରେ ଗୁଳି…

    ବାଂଲାଦେଶର ସେନା ମୁଖ୍ୟଙ୍କ ବିବୃତ୍ତି ଭାଇରାଲ: ‘ଶେଖ ହସିନାଙ୍କ ପାଇଁ ବିକ୍ଷୋଭକାରୀଙ୍କ ଉପରେ ଗୁଳି…

    ବାଂଲାଦେଶରେ ହିଂସାତ୍ମକ ବିରୋଧକୁ ରୋକିବାରେ ବିଫଳ ହୋଇଥିବା ସେନା ମୁଖ୍ୟଙ୍କ ବଡ ବିବୃତ୍ତି ଏବେ ଭାଇରାଲ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଶେଖ ହସିନା ବାଂଲାଦେଶ ପଳାଇବା ପୂର୍ବରୁ ରାତିରେ ସେନା ମୁଖ୍ୟ ତାଙ୍କ ଜେନେରାଲଙ୍କ ସହ ଆଲୋଚନା କରିଥିଲେ। ଏଥିରେ ନିର୍ଣ୍ଣୟ ହୋଇଥିଲା ଯେ ସେନା କର୍ଫ୍ୟୁ ଲାଗୁ କରିବାକୁ ଯାଇ ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇବେ ନାହିଁ ।

    ଏହି ସୂଚନା ଦୁଇ ଅଧିକାରୀ ରଏଟର୍ସକୁ ଦେଇଛନ୍ତି। ଜଣେ ଭାରତୀୟ ଅଧିକାରୀଙ୍କ କହିବାନୁଯାୟୀ, ଜେନେରାଲ ୱାକର-ଉଜ-ଜମାନ ହାସିନାଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କ ସୈନ୍ୟମାନେ କର୍ଫ୍ୟୁ ଲାଗୁ କରିବାରେ ଅସମର୍ଥ ହେବେ | ଅଧିକାରୀଙ୍କ ବାର୍ତ୍ତା ସ୍ପଷ୍ଟ ହୋଇଛି ଯେ ହସିନାଙ୍କୁ ଆଉ ସେନାର ସମର୍ଥନ ନାହିଁ।

    ‘ଲୋକଙ୍କ ଜୀବନ ରକ୍ଷା କରିବା ନିହାତି ଜରୁରୀ’

    ଶେଖ ହାସିନାଙ୍କ ଶାସନର ଅନ୍ତିମ ୪୮ ଘଣ୍ଟା ଷ୍ଟେଟମେଣ୍ଟ୍ ର ଦଲିଲ ପାଇଁ ରଏଟର୍ସ ବାଂଲାଦେଶର ୪ ଜଣ ସେବାରତ ସେନା ଅଧିକାରୀ ଏବଂ ଅନ୍ୟ ଦୁଇଜଣ ବିଶେଷଜ୍ଞଙ୍କ ସହିତ ୧୦ ଜଣ ଲୋକଙ୍କ ସହ କଥା ହୋଇଥିଲେ। ଅବସରପ୍ରାପ୍ତ ବ୍ରିଗେଡିୟର୍ ଜେନେରାଲ୍ ଏମ୍ ସଖୱାତ ହୁସେନ୍ କହିଛନ୍ତି ଯେ ହିଂସା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସୈନିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବୋଧହୁଏ ଏହି କାରଣରୁ ସେନା ମୁଖ୍ୟଙ୍କ ଉପରେ ଚାପ ରହିଥିଲା, କାରଣ ସୈନିକମାନେ ବାହାରେ ଥିଲେ ଏବଂ ସେମାନେ ଦେଖୁଥିଲେ କ’ଣ ସବୁ ଘଟୁଥିଲା ।

  • ରାଜଧାନୀରେ ବର୍ଷା ବିତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ

    ରାଜଧାନୀରେ ବର୍ଷା ବିତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ

    ଆସନ୍ତା ୬ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡିଶାରେ ଘୂର୍ଣ୍ଣିବଳୟ ହେବ । ଯାହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖଇବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି । ୭ ତାରିଖରେ ଏହା ଲଘୁଚାପର ରୂପ ନେବା ନେଇ ପୂର୍ବାନୁମାନ କରାଯାଇଛି । ଏଥିସହିତ ୮ ଏବଂ ୯ ତାରିଖରେ ଉତ୍ତର ଉପକୂଳରେ ବି ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି ।

    ଭୁବନେଶ୍ବରରେ ଆଜି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲଗାଣ ବର୍ଷା ସାଙ୍ଗକୁ ମଧ୍ୟମ ଧରଣର ପବନ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାର ପଥଚାରୀ, ରାସ୍ତାକଡ ଦୋକାନ ଏବଂ ରେଷ୍ଟୁରାଣ୍ଟ ଆଦିରେ ଦେଖିବାକୁ ମିଳିଥିଲା । ଜଳବନ୍ଦି ଅଞ୍ଚଳରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଣଡି ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା ।

    ତେବେ ପାଣିପାଗ ବିଭାଗର ଆକଳନ କହୁଛି, ୬ ତାରିଖରେ କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, ନୟାଗଡ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲା ମାନଙ୍କରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡିଶାର ଅଧିକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।