Category: ମୁଖ୍ୟ ଖବର

  • କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିବାର ପ୍ରତି ନ୍ୟାୟ ଓ ସୁରକ୍ଷା ଦାବିରେ ସବୁଠି ତେଜୁଛି ପ୍ରତିବାଦ ଓ ଆନ୍ଦୋଳନ

    କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିବାର ପ୍ରତି ନ୍ୟାୟ ଓ ସୁରକ୍ଷା ଦାବିରେ ସବୁଠି ତେଜୁଛି ପ୍ରତିବାଦ ଓ ଆନ୍ଦୋଳନ

    କୋଲକାତା ରେ ଘଟିଥିବା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା କୁ ବିରୋଧ କରି ସାରାଦେଶରେ ବିକ୍ଷୋପ ଓ ପ୍ରତିବାଦ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ ସମସ୍ତ ଡାକ୍ତର,ନର୍ସ ଓ ଷ୍ଟାଫ ଏକତ୍ରିତ ହୋଇ ମହିଳା ଡାକ୍ତର ଙ୍କୁ ନ୍ୟାୟ ଦାବିକରି ଓ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ଦାବିରେ ଏକ ବିଶାଳ ଶାନ୍ତିପୂର୍ଣ ପ୍ରତିବାଦ ଯାତ୍ରା ସହ ସହର ପରିକ୍ରମା କରିଥିଲା । ଏହାପରେ ହସ୍ପିଟାଲ ସାମ୍ମୁଖରେ ସମସ୍ତ ଡାକ୍ତର ଓ ଷ୍ଟାଫ ବସି ଶାନ୍ତି ପୁର୍ଣ ଧାରଣା ପ୍ରଦର୍ଶନ କରିଛନ୍ତି । ଡାକ୍ତର ,ନର୍ଶ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ରୋଗୀଙ୍କ ସେବାରେ ନିୟୋଜିତ ରହୁଛନ୍ତି । ସମସ୍ତଙ୍କୁ ଉଚିତ ସମ୍ମାନ ଦେବା ଓ ସୁରକ୍ଷା ଦେବା ପାଇଁ କୋଲକାତାରେ ଘଟିଥିବା ଘଟଣାକୁ ଦୃଢ଼ ବିରୋଧ କରିବା ସହ ପୀଡିତା ମହିଳା ଡାକ୍ତରଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ନେଇ ଦିନକୁ ଦିନ ଦାବି ଯୋର ଧରିବାରେ ଲାଗିଛି ।

  • ପୁଣି ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା

    ପୁଣି ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା

    କୋଲକାତା ନିଆଁ ଲିଭିନଥିବା ବେଳେ ଆଉ ଏକ ବର୍ବର ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ତରେ । କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମଳିଛି । ଯାହା ସମଗ୍ର ମଣିଷ ସମାଜକୁ ଆଜି ଭାବିବାକୁ ବାଧ୍ୟ କରିଛି, କଣ ସତରେ ଏ ସମାଜରୁ ମଣିଷ ପଣିଆ ହଜିଯାଇଛି । କାରଣ ଏମିତି ଆଉ କେତେ ଦିନ ଚାଲିବ । କୋଲକାତା ଭଳି ଉତ୍ତରାଖଣ୍ଡରେ ମଧ୍ୟ ଜଣେ ନର୍ସଙ୍କୁ ଅପରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି । ଯାହା ଶୁଣିଲେ ଆପଣ କେବେ ବିଶ୍ବାସ କରିପାରିବେ ନାହିଁ ।

    ମହିଳା ଜଣକ ଉତ୍ତରାଖଣ୍ଡର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ହେଲେ ସେ ଜୁଲାଇ ୩୦ରେ ହସ୍ପିଟାଲକୁ ଯାଇଥିଲେ ସତ କିନ୍ତୁ ଘରକୁ ଫେରିନଥିଲେ । ଆଉ ଏନେଇ ତାଙ୍କ ଝିଅ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ ଏହାର ତଦନ୍ତ କରିବା ଆରମ୍ଭ କରିଥିଲା । ଅଭିଯୋଗର ୯ ଦିନ ପରେ ପୋଲିସ ସେହି ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା । ରିପୋର୍ଟରେ ଜଣାପଡିଥିଲା କି ସେହି ମହିଳାଙ୍କୁ ଦିଷ୍କର୍ମ କରି ହତ୍ୟା କରାଯାଇଛି । ତେବେ ଏ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ତେଣୁ ସେହି ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତ ଜଣକ ମହିଳାଙ୍କ ଫୋନ୍ ସହ ୩,୦୦୦ ଟଙ୍କା ଚୋରି କରି ନେଇଥିଲା । ତେଣୁ, ସେହି ଫୋନ୍ ମାଧ୍ୟମରେ ଅଭିଯୁକ୍ତକୁ ଧରିବା ପୋଲିସ ପାଇଁ ସହଜ ହୋଇଥିଲା । ତେବେ ସେହି ଅଭିଯୁକ୍ତଙ୍କ ନାମ ହେଉଛି ଧର୍ମେନ୍ଦ୍ର, ସେ ଉତ୍ତର ପ୍ରଦେଶରେ ଶ୍ରମିକ ଭାବେ କାମ କରିଥିବା ବେଲେ ଘଟଣା ପରେ ରାଜସ୍ଥାନ ଫେରାର ହୋଇଯାଇଥିଲା । ଯାହା ପୋଲିସ ପକ୍ଷରୁ ସୂଚନା ମିଳିଛି ।

  • ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

    ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

    ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ବେଳେ ୧୪ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ ।ସେହି ସବୁ ୧୪ ଜିଲ୍ଲାଗୁଡିକ ହେଉଛି ଅନୁଗଳ, ବରଗଡ଼, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଦେଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ । ସେହିଭଳି ସେହିପରି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

  • ଧର୍ମଘଟରେ ‘ଭଗବାନ’, ବିପଦରେ ଜୀବନ

    ଧର୍ମଘଟରେ ‘ଭଗବାନ’, ବିପଦରେ ଜୀବନ

    ୮-୯ ଅଗଷ୍ଟ ରାତିରେ କୋଲକାତାରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ସମଗ୍ର ଦେଶ କ୍ରୋଧିତ ହୋଇଉଠିଛି। ଡାକ୍ତରମାନେ ନିରନ୍ତର ବିରୋଧ କରିଚାଲିଛନ୍ତି। ଆଜି ବି ଡାକ୍ତରମାନେ ଧର୍ମଘଟରେ ବସିଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି ଯେ ଏହି ଧର୍ମଘଟ ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱାସ କରାଯାଏ। ତେବେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି ଯେ କେବଳ ଓପିଡି ବନ୍ଦ ରହିବ, ଜରୁରୀକାଳୀନ ସେବା ଜାରି ରହିବ।

    ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ୨୪ ଘଣ୍ଟା ପାଇଁ ଡାକ୍ତରଖାନା ବନ୍ଦ ରଖିବାକୁ ଆହ୍ୱାନ ଦେଇଛି । ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆକ୍ସନ୍ କମିଟି ଅଧ୍ୟକ୍ଷ ଡାକ୍ତର ବିନୟ ଅଗ୍ରୱାଲ ସରକାରଙ୍କୁ ଦାବି କରିଛନ୍ତି। ଦେଶର ସମସ୍ତ ଛୋଟ ଏବଂ ବଡ ଡାକ୍ତରଖାନାରେ ଆଜି ସକାଳ ୬ ଟାରୁ ଏହି ଧର୍ମଘଟ ଆରମ୍ଭ ହୋଇଛି, ଯାହା ପରଦିନ ରବିବାର ସକାଳ ୬ ଟା ପର୍ଯ୍ୟନ୍ତ ଜାରି ରହିବ। ଆକ୍ସନ୍ କମିଟିର ଅଧ୍ୟକ୍ଷ ଡାକ୍ତର ବିନୟ ଅଗ୍ରୱାଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

    ସେ କହିଛନ୍ତି ଯେ ଅଗଷ୍ଟ ୧୭ ରେ ରୁଟିନ୍ ଓପିଡି, ରୁଟିନ୍ ସର୍ଜରୀ, ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାର ଅନୁସନ୍ଧାନ ଡାଇଗ୍ନୋଷ୍ଟିକ୍ ରୁଟିନ୍ ସେବା ବନ୍ଦ ରହିବ। ଜନସାଧାରଣ କୌଣସି ସମସ୍ୟାର ସମ୍ମୁଖୀନ ନହେବାକୁ ନିଶ୍ଚିତ କରିବାକୁ, ସେମାନେ ଜରୁରୀକାଳୀନ ସେବା ପାଇବାକୁ ଜାରି ରଖିବେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଡାକ୍ତରମାନେ ସେମାନଙ୍କୁ ଜରୁରୀକାଳୀନ ୱାର୍ଡରେ ସେବା ଯୋଗାଇବା ଜାରି ରଖିବେ। ଏହା ବ୍ୟତୀତ ଡାକ୍ତରଖାନାରେ ଥିବା ରୋଗୀମାନେ ମଧ୍ୟ ସେମାନଙ୍କର ଚିକିତ୍ସା ଜାରି ରଖିବେ।

  • ବଜ୍ରାଘାତରେ ଅସୁସ୍ଥ ହୋଇଥିବା ଛାତ୍ରୀଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି

    ବଜ୍ରାଘାତରେ ଅସୁସ୍ଥ ହୋଇଥିବା ଛାତ୍ରୀଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି

    ସ୍କୁଲ ପରିସରରେ ବଜ୍ରାଘାତ ଘଟି ୧୦ ଛାତ୍ରୀ ଆହତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାଲେରୀ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସବୁ ଦିନ ପରି ବିଦ୍ୟାଳୟରେ ଥିବା ବେଳେ ହଠାତ୍ ମେଘ ଘଡଗଡି ସହ ବଜ୍ରାଘାତ ହୋଇଥିଲା ଫଳରେ ବିଦ୍ୟାଳୟର ୧୦ରୁ ଉର୍ଦ୍ଧ ଛାତ୍ରୀ ଆହତ ହେବା ସହ ଅସୁସ୍ଥ ଅନୁଭବ କରିଥିଲେ । ଘଟଣା ପାଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ତଥା ଗ୍ରାମବାସୀ ଅସୁସ୍ଥ ଛାତ୍ରୀ ମାନଙ୍କୁ ପ୍ରଥମେ ଗ୍ୟାଲେରୀ ସରକାରୀ ମେଡିକାଲକୁ ନେଇ ଥିଲେ । ସେଠାରେ ଡାକ୍ତର ଭଗବାନ ସାହୁ ସେମାନଙ୍କୁ ଚିକିତ୍ସା କରିଥିଲେ, ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଠିକ ଅଛି ବୋଲି ପ୍ରକାଶ କରିଛନ୍ତି । ଉକ୍ତ ଘଟଣା ଶୁଣିବା ମାତ୍ରକେ ଅଭିଭାବକ ମାନଙ୍କ ମଧ୍ୟରେ ଛନକା ପଶି ଯାଇଥିଲା ।

  • ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା, ପାଠପଢା ବନ୍ଦ

    ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା, ପାଠପଢା ବନ୍ଦ

    ଆଉ କିଛି ଦିନ ପରେ ସୁଜିତ ସାର ବିଦ୍ୟାଳୟ ଛାଡି ଅନ୍ୟତ୍ର ଚାଲିଯିବେ । ଆଉ ଛାତ୍ରଛାତ୍ରୀ ମାନେ ଦେଖିପାରିବେନି ସୁଜିତ ସାରଙ୍କ ପାଠ ପଢାଇବାର ଶୈଳୀ । ଯାହାକୁ ନେଇ ବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଛି । ତେଣୁ ସେମନା ସାରଙ୍କୁ ବଦଳି ନକରି ସେହିଠାରେ ରହି ପାଠ ପଢାଇବାକୁ ନିବେଦନ କରିଛନ୍ତି । ଅଭଳି ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ମୁଥାପଦା ସରକାରୀ ଉଚ୍ଚ ବିଦ୍ୟାଳୟରେ । ସାରଙ୍କୁ ବଦଳି ନକରିବାକୁ ନିବେଦନ କରି ଛାତ୍ରଛାତ୍ରୀ ମାନେ କ୍ଲାସରୁମ୍ ଛାଡି ବିଦ୍ୟାଳୟ ବାହାରେ ବସି ନାରାବାଜି କରୁଛନ୍ତି ।

    ତେବେ ସୂଚନା ଅନୁଯାୟୀ, ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଜିତ ବିଶିଙ୍କ ବଦଳିକୁ ନେଇ ପିଲାମାନେ ଦୁଖରେ ଭାଙ୍ଗି ପଡ଼ିଥିଲେ । ପ୍ରିୟ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର କରିବାକୁ ପାଠ ପଢା ଛାଡି ସମସ୍ତ ଛାତ୍ର ଛାତ୍ରୀ ଧାରଣାରେ ବସି ରହିଥିଲେ । ଘଟଣାକୁ ନେଇ ଆମ ପ୍ରତିନିଧି ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିବା ବେଳେ ସେ ଆଜିର ଘଟଣା ବିଷୟରେ ଅବଗତ ନଥିବା ବେଳେ ଯେଉଁ ଶିକ୍ଷକଙ୍କ ବଦଳି କଥା କୁହାଯାଉଛି ତାହା ମ୍ୟୁଚୁଆଲ ଟ୍ରାନ୍ସଫର ବେସିସରେ ଅର୍ଡର ହୋଇଛି । ଆମେ କିଛି କରିପାରିବୁନି । ତେବେ ବିଦ୍ୟାଳୟର ଅନ୍ୟ ଷ୍ଟାଫ୍ ମାନେ ମଧ୍ୟ ସୁଜିତି ବିଶିଙ୍କ ବଦଳିକୁ ନେଇ ପିଲାମାନେ ଭାଙ୍ଗିପଡିଥିବା କହିଛନ୍ତି । ତେବେ ଶିକ୍ଷକ ସୁଜିତ ବିଶି ପିଲାଙ୍କ ଏପରି ଅବସ୍ଥା ଦେଖି କଣ କରିବେ ସ୍ଥିର କରିପାରୁ ନାହାନ୍ତି ।

    ଛାତ୍ରଛାତ୍ରୀ ମାନେ ପ୍ରିୟ ଶିକ୍ଷକଙ୍କୁ ଛାଡିବାକୁ ନାରାଜ । ଏଭଳି ସ୍ଥିତିରେ ପିଲାଙ୍କ ପାଠ ପଢ ରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ କେତେ ଦିନ ଛାତ୍ରଛାତ୍ରୀ ଧାରଣାରେ ବସୁଛନ୍ତି ଏବଂ ଏହାର ଆସୁ ସମାଧାନ କଣ ହେଉଛି ତାହା ଦେଖିବାକୁ ବାକି ।

  • ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟରେ ଉତ୍ସବର ମାହୋଲ, ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

    ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟରେ ଉତ୍ସବର ମାହୋଲ, ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

    ଦେଶବ୍ୟାପି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହା ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଅନୁଗୋଳ ଆଠମଲ୍ଲିକ ବିଜେପି ପକ୍ଷରୁ ଏହା ପାଳନ କରାଯାଇଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ । ଆଠମଲ୍ଲିକ ଅଞ୍ଚଳର ଆରାଧ୍ୟା ଦେବୀ ମା ମାହେଶ୍ୱରୀ ମନ୍ଦିର ସମ୍ମୁଖରୁ ହାତରେ ତ୍ରିରଙ୍ଗା ଧରି ଏକ ବିରାଟ ପଦଯାତ୍ରାରେ ବାହାରିଥିଲା । ସେହିପରି ଅନୁଗୁଳରେ ବିଜେପି ପକ୍ଷରୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ୪୦୦ ମିଟରରୁ ଅଧିକା ଲମ୍ବର ଜାତୀୟ ପତାକା ଧରି ଏକ ଶୋଭାଯାତ୍ରା ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇ ଅନୁଗୁଳ ବଜାର ପୁରୁଣା ବସଷ୍ଟାଣ୍ଡ ବାଟେ ହୋଇ ପୁନଃ ଜଗନ୍ନାଥ ମନ୍ଦିରରେ ସମାପ୍ତ ହୋଇଥିଲା ।

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଳକ ପ୍ରଶାସନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଓ ତହସିଲର ସମସ୍ତ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ନିକଟସ୍ଥ ବିଦ୍ୟାଳୟର ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଚାନ୍ଦବାଲି ବ୍ଲକ ପରିସରରୁ ଏକ ବିଶାଳ ରାଲି ବାହାରି ଚାନ୍ଦବାଲି ସହର ପରିକ୍ରମା କରିବା ସହ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

    ବଲାଙ୍ଗୀରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ତ୍ରିରଙ୍ଗା ଶୋଭାଯାତ୍ରା । ଅଭିଯାନରେ ସାମିଲ ହେଲେ ଲୋକ ପ୍ରତିନିଧି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟାଳୟ ସ୍ଥିତ କୋଶଳ କଳା ମଣ୍ଡଳ ପଡିଆ ଠାରୁ ପାଟଣା ଛକ ଦେଇ ପିପି ଏକାଡେମୀ ହାଇସ୍କୁଲ ଛକଠୁ କୋଶଳ କଳା ମଣ୍ଡଳ ପଡିଆ ଯାଏଁ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା । ଏଥିରେ କେତେକ ଅଧିକାରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

    ଯାଜପୁର ରୋଡ ଆଦର୍ଶ ଯୋଗ କେନ୍ଦ୍ର ଓ ସିଭିଲ ସୋସାଇଟି ତରଫରୁ ୭୮ ତମ ସ୍ୱାଧୀନତା ଦିବସ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ର ସମସ୍ତ କର୍ମ କର୍ତା ଆଦର୍ଶ ଯୋଗ କେନ୍ଦ୍ର ରୁ ଜାତୀୟ ପତାକା ଧରି ସ୍ଲୋଗାନ ଦେବା ସହିତ ଚୋର୍ଦା ଛକ କାଳୀ ମେଳଣ ପଡିଆ ଦେଇ ହରେକୃଷ୍ଣ ଭବନରେ ପହଞ୍ଚିଥିଲେ ।

    ସେହିପରି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଅଞ୍ଚଳରେ ବହୁ ଆଡମ୍ବରରେ ଆୟଜିତ ହୋଇଯାଇଛି ହର ଘର ତ୍ରିରଙ୍ଗା ପଦଯାତ୍ରା । ଏଥିରେ ଦେଶର ଏକତା ଓ ଶକ୍ତି ପ୍ରଦର୍ଶନ କରିଥିଲେ ଯୋଡା ପୌରାଞ୍ଚଳର କର୍ମକର୍ତ୍ତା, ଛାତ୍ରଛାତୀ ଓ ବୁଦ୍ଧିଜୀବୀ । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କର୍ମକର୍ତ୍ତା, ଛାତ୍ରଛାତୀ ଓ ବୁଦ୍ଧିଜୀବୀ ହାତରେ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିବା ସହ କଲ୍ୟାଣି ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ସମ୍ମାନ ଜଣାଇଥିଲେ ।

  • ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ

    ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ

    ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ। କୋଉଠି କାନ୍ଥରେ ବନ୍ଧୁକ ଟଙ୍ଗା ହୋଇଛିତ ଆଉ କେଉଁଠୁ ମିଳିଛି ବ୍ରାଣ୍ଡେଡ଼ ଘଣ୍ଟା ଓ ବ୍ରାଣ୍ଡେଡ଼ ଚଷମା ଏବଂ ବିଦେଶୀ ମୁଦ୍ରା । ଘର ନୁହେଁତ ପୁରା ମିନି ଯୁଏଲାରୀ ସପ୍ । ଘରେ ରହିଛି ଅଳଙ୍କାର ଦୋକାନ ଭଳି ପୁଳା ପୁଳା ସୁନା ଓ ଦାମୀ ଗହଣା ।

    ସରକାରୀ ଟଙ୍କାରେ ବାବୁ ଜଣକ ଚାକଚକ୍ୟ ଜୀବନ ବିତାଉଥିଲେ । ସୁନା ଗହଣା ସହ, ସୁନା ବିସ୍କୁଟ, ସୁନା ଓ ରୂପା କଏନ, ଭିନ୍ନ ଭିନ୍ନ ଡିଜାଇନର ଦାମୀ ଘଣ୍ଟା ଏବଂ ବିଦେଶୀ ମୁଦ୍ରା ଠାବ ହୋଇଛି। । ନିଜର ଚାକିରି ସମସୟରେ ଏତେ ପରିମାଣର ସୁନା ଗହଣା, ଏକାଧିକ ଫ୍ଲାଟ୍‌‌ କିଭଳି କିଣିଲେ ସେ ନେଇ ଖୋଳତାଡ କରୁଛି ଭିଜିଲାନ୍ସ ।ସୂଚନା ଅନୁଯାୟୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

  • ବାଂଲାଦେଶ ହିଂସାରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରଣକୁ ରାହୁଲଙ୍କୁ ଟାର୍ଗେଟ

    ବାଂଲାଦେଶ ହିଂସାରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରଣକୁ ରାହୁଲଙ୍କୁ ଟାର୍ଗେଟ

    ବାଂଲାଦେଶରେ ସରକାର ପରିବର୍ତ୍ତନ ହୋଇଛି ସତ ହେଲେ, ହେଲେ ଭାରତରେ ଏହାର ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଓଡିଶାରେ ଏହାର ପ୍ରଭାବ ଶରଣାର୍ଥୀଙ୍କୁ ନେଇ ବେଶି ଦେଖିବାକୁ ମିଳିଛି । ତେବେ ବାଂଲାଦେଶରେ ସଂଖ୍ୟାଲଘୁ ବା ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ଭାରତରେ ଲୋକେ ତାତିଛନ୍ତି । ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ବୟାନବାଜି କରିଛନ୍ତି । ହେଲେ ଏହାରି ଭିତରେ ସଂସଦରେ ବିଜେପି ସାଂସଦ ଅନୁରାଗ ଠାକୁର ଏକ ବୟାନ ଦେଲେ । ଯେଉଁଥିରେ ସେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସା ବିରୋଧରେ କାହିଁକି ରାହୁଲ ମୁହଁ ଖୋଲୁନାହାନ୍ତି ବୋଲି କହିଥିଲେ ଅନୁରାଗ ଠାକୁର । ଯାହାକୁ ନେଇ ଶାଣିତ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ ଏବଂ ରମେଶ ଚନ୍ଦ୍ର ମହାନ୍ତ ।

    ବିଜେପି ବାରବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁ ନଖୋଲିବା ନେଇ ମଧ୍ୟ ଉଠିଛି ଅନେକ ପ୍ରଶ୍ନ । ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଏତେ ଟାର୍ଗେଟ୍ କଣପାଇଁ । ପ୍ରଧାନମନ୍ତ୍ରୀ କାହିଁକି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ ମୁହଁ ଖୋଲୁ ନାହାନ୍ତି । ବାଂଲାଦେଶରେ କଣ ଘଟିବ ସେଥିରେ ଆଣର ମୁଣ୍ଡ ବିନ୍ଧିବାର କାରଣ କଣ । ସେମିତି ଦେଖିଲେ ଭାରତରେ ମଧ୍ୟ ସଂଖ୍ୟାଲଘୁଙ୍କ ଉପରେ ଅନେକ ଆକ୍ରମଣ ହେଉଛି ।

    ବାଂଲାଦେଶ ଘଟଣା ଉପରେ ନେତା, ସାଧାରଣ ଜନତା ଯାହା କୁହନ୍ତୁ ନା କାହିଁକି ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ବିରୋଧୀ ଦଳ ନେତା ମୁହଁ ନଖୋଲିବା ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ।

  • ଶେଷ ସୋମବାରରେ ମୁର୍ଗା ମହାଦେବରେ କାଉଡିଆଙ୍କ ଜଳାଭିଷେକ

    ଶେଷ ସୋମବାରରେ ମୁର୍ଗା ମହାଦେବରେ କାଉଡିଆଙ୍କ ଜଳାଭିଷେକ

    ଯୋଡା ବ୍ଲକ ସର୍ବ ପୁରାତନ ମୁର୍ଗା ମହାଦେବ ମନ୍ଦିର ରେ ଆଜି ଶେଷ ସୋମବାର ରେ ଭକ୍ତ ଙ୍କ ପ୍ରହଳ ଭିଡ଼ । ଏଠାରେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ ମାନେ ନିଜର ମାନସିକ ରକ୍ଷୀ ପ୍ରସିଦ୍ଧ ମୂର୍ଗା ମହାଦେବ ଶୈବପୀଠରେ ଶ୍ରାବଣ ମାସର ଶେଷ ସୋମବାରରେ ଦଶ ହଜାରରୁ ଉର୍ଦ୍ଧ୍ବ ଶୈବ କାଉଡିଆ ଜଳାଭିଷେକ କରିବା ସହ ଦର୍ଶନ କରିଥିବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।

    ଓଡିଶା ସହିତ ବାହାର ରାଜ୍ୟ ଝାଡଖଣ୍ଡ ପ୍ରମୁଖ ଅଞ୍ଚଳର ଅଧିକାଂଶ କାଉଡିଆ ବୈତରଣୀ ଓ ଅନ୍ୟ ନଦୀ ରୁ ଜଳ ଉତ୍ତୋଳନ କରିଥିବା ସମୟରେ ଜିଲ୍ଲା ର ଅଧିକାଂଶ ଶୈବ ଉପାସକ ପୂଣ୍ୟତୟା ବୈତରଣୀ ନଦୀର ଘାଟରୁ ଜଳ ଉତ୍ତୋଳନ କରି ମୂର୍ଗା ମହାଦେବ ପୀଠରେ ଜଳାଭିଷେକ କରିଥିବାର ଦେଖିବାକୁ ମିଳିଛି।ପ୍ରଶାସନିକ ଅବହେଳା କାରଣରୁ ବିଲେଇପଦାରୁ ଦେଓଝର ରାସ୍ତା ଖଣିଜ ସମ୍ପଦ ବୋଝେଇ ଭାରୀଯାନଙ୍କ କବଜାରେ ଥିବାରୁ ସମ୍ପୃକ୍ତ ରାସ୍ତାରେ ସ୍ୱଚ୍ଛନ୍ଦ ଯାତାୟତ ପ୍ରତିହତ ହୋଇଥିବା ସମ୍ବନ୍ଧେ ଅନେକ ଶୈବା ଭକ୍ତ ସେମାନଙ୍କ ବିରକ୍ତି ଜାହିର କରିଥିବାର ଜଣାପଡିଛି ।

    ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୂର୍ଗା ଧବଳେଶ୍ୱର ଶୈବପୀଠରେ ଶେଷ ସୋମବାରରେ ବୋଲବୋମ ଭକ୍ତଙ୍କ ନିମନ୍ତେ ଜଳାଭିଷେକ ଭଳି ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଥିବା ବେଳେ କାଉଡିଆ ଓ ସାଧାରଣ ଭକ୍ତଙ୍କ ନିମନ୍ତେ ଧାଡିରେ ଜଳାଭିଷେକ ଓ ଦର୍ଶନ ସୁବିଧା କରାଯାଇଥିବାର ଦେଖି ବାକୁ ମିଳିଛି ।