Category: ମୁଖ୍ୟ ଖବର

  • ଗାଡି ସବୁ ଅଟକା ଗଲା, ଜାତି ଚିହ୍ନଟ ହେଲା ଏବଂ ଚଳାଇଦେଲେ ଗୁଳି, ପାକିସ୍ତାନରେ ୨୩ ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

    ଗାଡି ସବୁ ଅଟକା ଗଲା, ଜାତି ଚିହ୍ନଟ ହେଲା ଏବଂ ଚଳାଇଦେଲେ ଗୁଳି, ପାକିସ୍ତାନରେ ୨୩ ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

    ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କବାଦୀମାନେ ୨୩ ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସୋମବାର ଦକ୍ଷିଣ-ପଶ୍ଚିମ ପାକିସ୍ଥାନରେ ବନ୍ଧୁକଧାରୀମାନେ ୨୩ ଜଣ ଲୋକଙ୍କୁ ସେମାନଙ୍କ ଗାଡିରୁ ଓଲ୍ହାଇ ଗୁଳି କରି ହତ୍ୟା କରିଛନ୍ତି । ଏଏଏଫପି ରିପୋର୍ଟ ଅନୁଯାୟୀ, ବଲୁଚିସ୍ତାନ ପ୍ରଦେଶର ମୁସାଖେଲ ଜିଲ୍ଲାରେ ଆତଙ୍କବାଦୀମାନେ ଅନେକ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇଥିଲେ। ଆତଙ୍କବାଦୀମାନେ ସେମାନଙ୍କର ଜାତି ଚିହ୍ନଟ କରିବା ପରେ ଲୋକଙ୍କୁ ଗୁଳି କରିଥିଲେ।

    ଏହି ଘଟଣାରେ ପାଞ୍ଚ ଜଣ ମଧ୍ୟ ଆହତ ହୋଇଛନ୍ତି। ମୁସାଖେଲର ଜଣେ ବରିଷ୍ଠ ଅଧିକାରୀ ନଜିବୁଲ୍ଲା କାକର କହିଛନ୍ତି ଯେ ଆତଙ୍କବାଦୀମାନେ ପଞ୍ଜାବକୁ ବଲୁଚିସ୍ତାନ ସହ ସଂଯୋଗ କରୁଥିବା ରାଜପଥରେ ଅନେକ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇଥିଲେ। ଏହି ସମୟ ମଧ୍ୟରେ ଅତି କମରେ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଥିଲେ। ସେ କହିଛନ୍ତି ଯେ ପଞ୍ଜାବରୁ ଆସୁଥିବା ଯାନଗୁଡିକ ଯାଞ୍ଚ କରାଯାଇ ପଞ୍ଜାବରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଗୁଳି ଚଳାଯାଇଥିଲା।

    ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ଅନୁଯାୟୀ ଆସିଷ୍ଟାଣ୍ଟ କମିଶନର ନଜୀବ କାକର କହିଛନ୍ତି ଯେ ସଶସ୍ତ୍ର ବ୍ୟକ୍ତିମାନେ ମୁସାଖେଲରେ ରାଜପଥ ଅବରୋଧ କରି ଯାତ୍ରୀମାନଙ୍କୁ ଛାଡିଥିଲେ। ସେମାନେ ୧୦ ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।

  • ଖୁଲମଖୁଲା ଗୁଣ୍ଡାଗର୍ଦ୍ଦିଦୋକାନରେ ପଶିଲା ଗ୍ରାହକଙ୍କୁ ହାଣିଲା

    ଖୁଲମଖୁଲା ଗୁଣ୍ଡାଗର୍ଦ୍ଦିଦୋକାନରେ ପଶିଲା ଗ୍ରାହକଙ୍କୁ ହାଣିଲା

    ଚିକେନ ସେଣ୍ଟର ଭିତରେ ଦିପକ ସେନାପତିଙ୍କ ଦାଦାରିଗି । ଦୋକାନ ଭିତରେ ଜଣେ ଗ୍ରାହକଙ୍କୁ ଖୁଲମଖୁଲା ଚିକେନ୍ କଟା ଚାପଡରେ ହାଣିଲେ । ପ୍ରଥମେ ଧକ୍କା ଦେଲେ ତାପରେ ମାରଣାସ୍ତ୍ରରେ କଲେ ଆକ୍ରମଣ । ତେବେ ଏଭଳି ଏକ ଭୟାନକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ହାଟରେ ଥିବା ଚିକେନ ଦୋକାନରେ । ତେବେ ଆକ୍ରମଣ କରିଥିବା ଲୁଲୁର ଘର ହେଉଛି ତାଳପଡା ପଞ୍ଚାୟତର ଭାଲିଆପାଟଣାରେ । ଆଉ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଖୁଣ୍ଟଳ ଗ୍ରାମର ରବିନ୍ଦ୍ର ପ୍ରଧାନ । ତେବେ ଏହା ତାଙ୍କର ପ୍ରଥମ ଦାଦାଗିରି ନୁହଁ ସେ ଏମିତି ଆଗରୁ ମଧ୍ୟ ବହୁତ ଥର କରିଥିବା ବେଳେ ତା ନାଁରେ ଥାନାରେ କେଶ ମଧ୍ୟ ରହିଥିବା କହିଛନ୍ତି ସ୍ଥାନୀୟ ଲୋକେ ।

  • କେନ୍ଦୁଝରର ଗୋପପୁରରେ ମିଳିଛି ସୁନା ଖଣିର ସନ୍ଧାନ

    କେନ୍ଦୁଝରର ଗୋପପୁରରେ ମିଳିଛି ସୁନା ଖଣିର ସନ୍ଧାନ

    କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ଗୋପପୁର ଗାଁ ନିକଟରେ ମିଳିଛି ସୁନା ଖଣିର ସନ୍ଧାନ । ପ୍ରଥମେ ୨୦୨୧-୨୨ ମସିହାରେ ଏହି ଅଞ୍ଚଳରେ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଦିର୍ଘ ଦିନ ଧରି କ୍ୟାମ୍ପ ପକାଇ ସର୍ଭେ କରାଯିବା ସହ ୧୧୦ ମିଟର ପର୍ଯ୍ୟନ୍ତ ମାଟିରେ ଡ୍ରିଲ କରି କୋର ସାମ୍ପୁଲ ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯିବା ପରେ କାମ ବନ୍ଦ ରହିଥିଲା । ପୁନଶ୍ଚ ଏବେ ପୁଣି ୩ ମାସ ହେବ ଏଠାରେ କ୍ୟାମ୍ପ ପଡି ସର୍ଭେ କାମ ଚାଲିଛି । ଏଥର ମଧ୍ୟ ୧୩୦ରୁ ୧୫୦ ମିଟର ପର୍ଯ୍ୟନ୍ତ ମାଟିକୁ ଡ୍ରିଲ୍ କରି ସାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇ ପଠାଯାଉଛି ।

    ତେବେ ୧୯୮୧-୮୩ ଓ ୧୯୮୯-୯୬ରେ ଏହି ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା । ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଆଧାରରେ ସୁନା ଖଣିର ପୁନଃ ଅନୁସନ୍ଧାନ କାର୍ଯ୍ୟକ୍ରମ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆନ ଓ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଜି-୨ ସ୍ତରରେ ୨୦୨୧-୨୨ରୁ ଚାଲୁ ରହିଛି । ଏହି ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇନଥିବାରୁ ଏହାର ଉତ୍ତୋଳନ ନିମନ୍ତେ ସରକାରୀ ସ୍ତରରେ ଏବେ କୌଣସି ଯୋଜନା ନାହିଁ । ଅବଶ୍ୟ ଏହି ଖଣି ଅଂଚଳରେ ୩୧୧.୦୭ କେଜି ସୁନା ଗଚ୍ଛିତ ଥିବା ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି ।

  • ଖତ ଖାଉଛି ସରକାର ସମ୍ପତ୍ତି, ଅଚଳ ଅବସ୍ଥାରେ ଶିଶୁ ଉଦ୍ୟାନ ଓ ବିଳାସପୂର୍ଣ୍ଣ ବାଉଁଶ ଘର

    ଖତ ଖାଉଛି ସରକାର ସମ୍ପତ୍ତି, ଅଚଳ ଅବସ୍ଥାରେ ଶିଶୁ ଉଦ୍ୟାନ ଓ ବିଳାସପୂର୍ଣ୍ଣ ବାଉଁଶ ଘର

    କୋଟି କୋଟି ଟଙ୍କାରେ ନିର୍ମିତ ଉଦ୍ଯାନ ସବୁ ମାଟିରେ ମିଶିବାକୁ ବସିଲାଣି । ଯୁଆଡେ ଦେଖିବ ସିଆଡେ ଭଙ୍ଗାରୁଜା ହୋଇ ଦୟନୀୟ ଅବସ୍ଥାରେ ସବୁକିଛି ପଡିରହିଛି ପାର୍କରେ ଥିବା ଖେଳ ସାମଗ୍ରୀ, ବାଉଁଶ ନିର୍ମିତ ରେସ୍ତୁରାଣ୍ଟ , ଜେଟସ୍କି , ସହିତ ଆଲୋକ ମାଳା ସବୁ ଭାଙ୍ଗିଯାଇଛି l ଖେଳ ସାମଗ୍ରୀ କୋଉଠି ଅଧା ଭାଙ୍ଗି ଝୁଲୁଥିବା ବେଳେ କୋଉଠି ପୁରା ଭାଙ୍ଗି ପଡ଼ିଛି । ବାଉଁଶର ବିଳାସପୂର୍ଣ୍ଣ ରେସ୍ତୁରାଣ୍ଟ ପୁରା ଭାଙ୍ଗିରୁଜି ଚୁରମାର ହୋଇଯାଇଛି l ଏଭଳି କିଛି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବଡକୁଳ ପାନ୍ଥ ନିବାସରେ l ଏସିଆ ମହାଦେଶର ସର୍ବ ବୃହତ ଲୁଣା ହ୍ରଦ ହେଉଛି ଚିଲିକା l

    ଏହା ଏକ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ । ଏଠାକୁ ପ୍ରତିଦିନ ବହୁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥାଏ l କିନ୍ତୁ ପାନ୍ଥନିବାସର ପରିସରରେ ଥିବା ଚିଲିକାକୁ ଲାଗିରହିଥିବା ୱାଟର ପାର୍କ ସହିତ ସୁନ୍ଦର ଶିଶୁ ଉଦ୍ୟାନ ଓ ବାଉଁଶରେ ତିଆରି ବହୁ ବିଳାସପୁର୍ଣ ଘର ରହିଛି ଯାହା ସରକାରୀ ଅର୍ଥରେ କୋଟି କୋଟି ଟଙ୍କା ବିନିଯୋଗରେ ଏହି ସବୁ ନିର୍ମାଣ କରା ଯାଇଥିଲା ।

    ହେଲେ ଏ ସବୁ ଅବସ୍ତା ନକହିବା ଭଲ ପୂର୍ବରୁ ଶିଶୁ ଉଦ୍ୟାନରେଟି ବିଭିନ୍ନ ପ୍ରକାରର ଖେଳ ସାମଗ୍ରୀ ସହିତ ଆଲୋକ ମାଳାରେ ଝଲସୁ ଥିଲା l ମାତ୍ର କିଛି ବର୍ଷ ନପୁରୁଣୁ ରେସ୍ତୁରାଣ୍ଟ ବନ୍ଦ ହୋଇ ଭାଙ୍ଗି ପଡ଼ିରହିଛି, ତା ସହିତ ପାର୍କରେ ନିର୍ମାଣ ବିଳାସପୂର୍ଣ୍ଣ ଘର ରେସ୍ତୁରାଣ୍ଟ ପାର୍କରେ ତାଲା ଝୁଲିବା ଫଳରେ ଏଠାକୁ ଆସୁଥିବା କୁନି କୁନି ପିଲାମାନେ ଅନ୍ୟ ରାସ୍ତା ଦେଇ ଏହି ଭଙ୍ଗା ସାମଗ୍ରୀରେ ଖେଳି ଆହତ ହୋଉଥିବା ନଜିର ଅଛି l ନଳବାଉଁଶରେ ନିର୍ମାଣ ହୋଇଥିବା ରେସ୍ତୁରାଣ୍ଟ ସମ୍ପୂର୍ଣ ଭାବରେ ଭାଙ୍ଗିରୁଜି ମାଟିରେ ମିଶିବାକୁ ବସିରହିଛି l ଆଉ କୋଉ କୋଉ ଘରର ଟିଣ ଉଡିଯାଇଥିବା ବେଳେ, ଅନାବନା ଗଛ ସହିତ କଣ୍ଟା ବଣରେ ଘେରି ରହିଛି ଏହି ବିଳାସପୁର୍ଣ ବାଉଁଶ ଘର l

    ଆଉ ଏହି ବାଉଁଶ ଘରେ କିଛି ଲୋକେ ରହୁଥିବା ଦେଖିବାକୁ ମିଳିଛି l ଏହି ବାଉଁଶ ଘରେ କିଏ ରହୁଛନ୍ତି ? ଆଉ କାହା ନିର୍ଦ୍ଦେଶରେ ରହୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ଯେଉଁ ପରିତ୍ୟକ୍ତ ରେସ୍ତୁରାଣ୍ଟ ମଧ୍ୟରେ ଦିନ ଓ ରାତି  ଅସାମାଜିକ ବ୍ୟକ୍ତିଙ୍କ ଆଡସ୍ଥଳୀ ସହିତ ବହୁ ବେଆଇନି କାର୍ଯ୍ୟ ଚାଲୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି lୱାଟର ପାର୍କ ପାଇଁ ଆସିଥିବା ବହୁ ଜେଟସ୍କି ସହିତ ପେଡାଲ ବୋଟ ନଷ୍ଟ ହୋଇ ପଡ଼ିରହିଛି  l ବର୍ତମାନ ଏହାର ରକ୍ଷଣାବେକ୍ଷଣ କାହା ହାତରେ  ?  କଣ ପାଇଁ ଏହାର ଦାୟିତ୍ୱ ନିଆଯାଉନାହିଁ  ? ବଡକୁଳ ପାନ୍ଥନିବାସ ଦାୟିତ୍ୱରେ ଥିବା ଅଧିକାରୀ କରୁଛନ୍ତି କଣ  ?? ଯାହା ବର୍ତମାନ ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ଜୋର ଧରିଛି   l

    ଚିଲିକା ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗରୁ କୋଟି କୋଟି ଟଙ୍କା ଆସି ଖର୍ଚ୍ଚ ହୋଇଥିବା ସ୍ଥଳେ  । ଏ ସଂକ୍ରାନ୍ତ ରେ ବଡକୁଳ OTDC ର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରେ ସେ କ୍ୟାମରେ ସାମ୍ନାରେ କିଛି କହିବା ପାଇଁ ସିଧାସିଧା ମନା କରିଥିଲେ  lଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ କେବେ ଦୃଷ୍ଟି ପଡିବ ତାହା କେବଳ ଦେଖିବାକୁ ବାକି ରହିଲା ।

  • ବିଜେଡି ନେତାଙ୍କୁ ଆକ୍ରମଣ: ପୋଲିସର ନିଷ୍କ୍ରିୟତା ବିରୋଧରେ ଆଦର୍ଶ ଥାନା ଘେରାଉ

    ବିଜେଡି ନେତାଙ୍କୁ ଆକ୍ରମଣ: ପୋଲିସର ନିଷ୍କ୍ରିୟତା ବିରୋଧରେ ଆଦର୍ଶ ଥାନା ଘେରାଉ

    ପାରାଦ୍ଵୀପ ପୌରପରିଷଦର ଉପାଧ୍ୟକ୍ଷା ଛବିଲତା ରାଉତ ଓ ତାଙ୍କ ସ୍ୱାମୀ ନଗେନ୍ଦ୍ର ରାଉତଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଓ ପୋଲିସ ନିଷ୍କ୍ରିୟତାର ଘୋର ବିରୋଧ କରିଛି ପାରାଦ୍ୱୀପ ବିଜେଡି। ଅଗଷ୍ଟ ୧୪ ତାରିଖରେ ଛବିଲତା ଓ ନଗେନ୍ଦ୍ରଙ୍କ ଉପରେ କିଛି ଅସାମାଜିକ ଯୁବକଙ୍କ ଆକ୍ରମଣ କରିବା ସହିତ ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହି ଘଟଣାରେ ଗୁରୁତର ହୋଇଥିବା ଉପାଧ୍ୟକ୍ଷାଙ୍କ ସ୍ୱାମୀ ଏବେବି କଟକରେ ଚିକିତ୍ସିତ ହେଉଛନ୍ତି; କିନ୍ତୁ ଆକ୍ରମଣକାରୀ ଯୁବକମାନେ ଖୁଲମଖୁଲା ବୁଲୁଥିବାବେଳେ, ପୋଲିସ ସେମାନଙ୍କୁ ଗିରଫ କରୁନାହିଁ।

    ଘଟଣାର ବିରୋଧ କରି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ନେତୃତ୍ବରେ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାନେତ୍ରୀ ମୋନିଦିପା ସାର୍ଖେଲ, ବିଜେଡି ନେତା କୈଳାସ ସାହୁ , ବିଜେଡି ଜିଲ୍ଲା ଉପସଭାପତି ଜ୍ୟୋତିକାନ୍ତ ପରିଡା, ଅରିନ୍ଦମ ସାର୍ଖେଲ ପ୍ରମୁଖ ବହୁ ବିଜେଡି କର୍ମୀ ଏକ ବିଶାଳ ରାଲିରେ ପାରାଦ୍ୱୀପ ମାର୍କେଟ ପରିକ୍ରମା କରିବା ସହିତ ଆଦର୍ଶ ଥାନା ଘେରାଉ କରିଥିଲେ। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବୀ କରିଛି।

    ତେବେ, ବିଜେଡି ପକ୍ଷରୁ କରାଯାଇଥିବା ଏହି ଥାନା ଘେରାଉରେ ପୌରାଧ୍ୟକ୍ଷ ତଥା ପାରାଦ୍ଵୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କୁ ଦେଖିବାକୁ ମିଳି ନଥିଲା। ଯାହାକୁ ନେଇ ପ୍ରଶ୍ନ କରିବାରୁ , ସମ୍ବିତ ରାଉତରାୟ କହିଛନ୍ତି ଯେ ବର୍ତ୍ତମାନ ବିଜେଡିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି ଏବଂ ଦୁଇଦିନ ମାଧ୍ୟରେ ଦଳର ୧୫ ଜଣିଆ କମିଟି ଏକ ବୈଠକ କରିବା ପରେ ନୂତନ କମିଟି ତିଆରି ହେବ ।

    ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପ୍ରକାଶ କରିଛନ୍ତି ଯେ ୨୪ ବର୍ଷ ହେଲା ଯେଉଁ ପୋଲିସ ଯେକୌଣସି ଘଟଣାରେ ସଙ୍ଗେ ସଙ୍ଗେ ଆକ୍ସନ ନେଉଥିଲା, ଆଜି ସେହି ପୋଲିସ ନିଷ୍କ୍ରିୟ ହୋଇଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷୁଡି ପଡ଼ିଥିବାରୁ ବାଧ୍ୟ ହୋଇ ଥାନା ଘେରାଉ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

  • ନ୍ୟାୟ ପାଇଁ ଥାନା ଘେରାଉ

    ନ୍ୟାୟ ପାଇଁ ଥାନା ଘେରାଉ

    ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ରଶ୍ମିତା ଦାସଙ୍କ ମୃତ୍ୟୁ । ନ୍ୟାୟ ସହ ଆଇଆଇସିଙ୍କ ଗିରଫ ଦାବିରେ ମୃତଦେହ ରଖି ଥାନା ଘେରିଲେ ଗାଁ ଲୋକେ। ୧୬ ତାରିଖ ଦିନ କଟକ ଜିଲ୍ଲା ମାହାଙ୍ଗା ଥାନା ଖର୍ତ୍ତାଙ୍ଗ ଗାଁର ରସ୍ମିତା ଦାସ ଏକ ଚୋରି କେସରେ ପୂର୍ବ ଦିନ ତାଙ୍କ ସ୍ୱାମୀକୁ ଉଠାଇ ଆଣିଥିବାକୁ ବିରୋଧ କରି ନିଜ ସ୍ୱାମୀ ଶଙ୍କର ଦାସଙ୍କୁ ନିର୍ଦୋଷ କହି ତାଙ୍କୁ ଛାଡ଼ିଦେବା ପାଇଁ ପୋଲିସକୁ ଗୁହାରି କରିଥିଲେ। ତେବେ ପୋଲିସର ବ୍ୟବହାରରେ ଅତିଷ୍ଠ ହେବାରୁ ଥାନା ଆଗରେ ହିଁ ସେ ପେଟ୍ରୋଲ ଢାଳି ଜଳିଯିବା କହିବା ସହ ମୃତ୍ୟୁ ପୂର୍ବରୁ ଏଥିପାଇଁ ପୋଲିସକୁ ସେ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଥିଲେ।

    ତେବେ ଗତକାଲି କଟକ ବଡ ମେଡିକାଲରେ ତାଙ୍କର ଚିକିତ୍ସାଧୀନ ଭାବରେ ମୃତ୍ୟୁ ହେବା ପରେ ଆଜି ତାଙ୍କ ପରିବାର ଲୋକ ସମେତ ଗ୍ରାମବାସି ପୋଲିସ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବିରେ ଥାନା ସମ୍ମୁଖରେ ଶବ ରଖି ଧାରଣାରେ ବସିଥିଲେ। ଘଟଣା ସ୍ଥଳରେ ଅତିରିକ୍ତ ଏସପିଙ୍କ ସମେତ ମାହାଙ୍ଗା ତହସିଲଦାର ରହି ଧାରଣାକାରୀଙ୍କ ସହ ଆଲୋଚନା କଲାପରେ ଆଲୋଚନା ସଫଳ ହୋଇଛି।

    ଆସନ୍ତା କାଲି ସନ୍ଧ୍ୟାରେ ଉଭୟ ପୋଲିସ, ପ୍ରଶାସନ ଓ ମୃତକର ପରିବାରର ସମସ୍ତ ଦାବି ବିଷୟରେ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବାରୁ ଧରଣାକାରୀ ଶବ ଉଠାଇଥିଲେ। ତେବେ ଥାନା ଅଧିକାରୀଙ୍କ ସମେତ ଦୁଇ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ମୃତ ମହିଳାଙ୍କ ଦୁଇ ନାବାଳକ ପିଲାଙ୍କ ରକ୍ଷଣ ବେକ୍ଷଣ ଓ ସହାୟତା ରାଶି ଆଦି ଦାବି ଯଦି ଅଲୋଚନାରେ ସଫଳ ନହୁଏ ତେବେ ପୁଣି ଥାନା ଆଗରେ ଧାରଣା ଦିଆଯିବ ବୋଲି ମୃତା ମହିଳାଙ୍କ ପରିବାର ଲୋକ କହିଥିଲେ।

  • ମାସେ ନୁହେଁ କି ଦୁଇ ମାସ, ନିଖୋଜ ଯୁବକ ୮ମାସ ହେବ ଫେରିନାହାନ୍ତି ଘରକୁ, ଚିନ୍ତା ବଢୁଛି ପରିବାର ଲୋକଙ୍କ

    ମାସେ ନୁହେଁ କି ଦୁଇ ମାସ, ନିଖୋଜ ଯୁବକ ୮ମାସ ହେବ ଫେରିନାହାନ୍ତି ଘରକୁ, ଚିନ୍ତା ବଢୁଛି ପରିବାର ଲୋକଙ୍କ

    କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ନମ୍ବର ୱାର୍ଡ ଅନ୍ତର୍ଗତ କନବାଗିରି ର ବିପୁଳ କୁମାର ନାୟକ (୪୧, )।
    ୮ ମାସ ହେଲା ନିଖୋଜ ଥିବା ବେଳେ ତାକଂ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ। ନିଖୋଜ ଯୁବକ ବିପୁଳ କୁମାର ନାୟକ ଯାଜପୁରଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ଖ୍ରୀଷ୍ଟମାସ୍ ପାଳିବା ନିମନ୍ତେ ଛୁଟିରେ ନିଜ ଗାଁକୁ ଫେରୁଥିଲେ।

    ଡିସେମ୍ବର ୨୪ ତାରିଖ ଅପରାହ୍ନ ୪ ଘଣ୍ଟିକା ସମୟରେ ସୁକିନ୍ଦା, ଜଖାପୁର ଷ୍ଟେସନରେ ବଡ଼ବିଲ-ପୁରୀ ଟ୍ରେନ ସଂଖ୍ୟା ୧୮୪୧୫, ଡି ଟୁ କୋଚ ବଗିରେ ଭୁବନେଶ୍ବର ଆସିବା ପାଇଁ ଚଢ଼ିଥିଲେ ବୋଲି ସ୍ତ୍ରୀ କୁ ଫୋନକରି କହିଥିଲେ। ରାତି ୮ ଘଣ୍ଟିକା ସମୟରେ ବିପୁଳଙ୍କ ସ୍ତ୍ରୀ ପୁଣିଥରେ କଲ କରିଥିଲେ କିନ୍ତୁ ବିପୁଳ କଲ୍ ରିସିଭ୍ କରିବା ବଦଳରେ ଖୋର୍ଦ୍ଧା ଜଟଣି ଷ୍ଟେସନ କର୍ମଚାରୀ କଲ ରିସିଭ୍ କରି ତାଙ୍କ ଜିନିଷ ପତ୍ର ଅଛି କିନ୍ତୁ ବିପୁଳ ଅନୁପସ୍ଥିତ ଥିବା କହିଥିଲେ।ଖବର ପାଇ ପରିବାର ଲୋକେ ଉକ୍ତ ଷ୍ଟେସନକୁ ଯାଇ ବୁଝା ବୁଝି କରିଥିଲେ।

    ସେହି ଦିନ ଠାରୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜା ଖୋଜି କଲା ପରେ ନିରାଶ ହୋଇ କଟକ ଜିଆରପି ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏବେ ସେ ନିଖୋଜ ହୋଇ ୮ ମାସ ବିତିଲାଣି। ତଥାପି ବିପୁଳ ଖୋଜ ଖବର ନାହିଁ। ସ୍ୱାମୀକୁ ଖୋଜି ଆଣିବାକୁ ଜିଲ୍ଲାପାଳ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଥାନା ଅଧିକାରୀ ଏତେ ତେଣେ ସବୁ ଆଡେ ଗୁହାରି କରିଥିଲେ ମଧ୍ଯ କିଛି ସୁଫଳ ମିଳିନି। ପରିବାରକୁ ସେ ଜଣେକଂ ରୋଜଗାରରେ ପରିବାର ପେଟ ପୋସୁଥିଲେ। ପରିବାର କେମିତି ଚଳିତ ଭବିଷ୍ଯତ କଣ ହେବ ତାହାକୁ ନେଇ ଚିନ୍ତିତ ସ୍ତ୍ରୀ ରଶ୍ମୀରେଖା ନାୟକ। କୋଳରେ ୬ ମାସର ଶିଶୁ। ତାର ଭବିଷ୍ଯତ କଣ ହେବ। କେମିତି ପରିବାର ପ୍ରତିପୋଷଣ କରିବେ, କଣ ଉପାୟ କରିବେ , ଏହି ଭଳି ପରିସ୍ଥିତି ରେ କିଏ ସାହାୟ୍ଯ କରିବ ଏମିତି କିଛି ଭାବି ଭାବି ଆଖିରୁ ଲୁହ ସୁଖୁନି। ତେଣୁ ସେ ସରକାରକୁଂ ଗୁହାରି କରିଛନ୍ତି ତାକ୍ଂ ସ୍ୱାମୀକୁ ଖୋଜି ଆଣିବାକୁ।

    ଏହି ଆର୍ଥିକ ଅନାଟନ ଗତି କରୁଥିବା ପରିବାର ପାଇଁ ସରକାରୀ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି। ଯାହା ଏକ ଅସହାୟ ପରିବାର ପାଇଁ ଲାଭବାନ ହୋଇ ପାରିବ।

  • ଭାରତର ଟେନସନ ବଢାଉଛି ବାଂଲାଦେଶ, ଶେଖ ହସିନାଙ୍କୁ ଶରଣ ପଡିପାରେ ମହଙ୍ଗା

    ଭାରତର ଟେନସନ ବଢାଉଛି ବାଂଲାଦେଶ, ଶେଖ ହସିନାଙ୍କୁ ଶରଣ ପଡିପାରେ ମହଙ୍ଗା

    ବାଂଲାଦେଶର ମୁଖ୍ୟ ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ବା ବିଏନପି ଭାରତରେ ଶରଣ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛି । ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ଏହା ଭାରତ ପାଇଁ ସବୁଠୁ ବଡ ଆହ୍ବାନ । ହତ୍ୟା ସମେତ ଅନ୍ୟ କେତେକ ଅପରାଧିକ ମାମଲା ଶେଖ ହସିନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ବିଏନପି କହିଛି । ବିଏନପି କହିଛି, ‘ଆମେ ଅନୁରୋଧ କରୁଛୁ ଯେ ଆପଣ ଶେଖ ହସିନାଙ୍କୁ ଆଇନଗତ ଦୃଷ୍ଟିରୁ ବାଂଲାଦେଶ ସରକାରଙ୍କୁ ହସ୍ତାନ୍ତର କରିବାକୁ ପଡିବ । ତେବେ ହସିନା ଛାତ୍ର ଆନ୍ଦୋଳନ ସମୟରେ ସୃଷ୍ଟି ହୋଇଥିବା ଅରାଜକ ପରିସ୍ଥିତିରେ ଅଗଷ୍ଟ ୫ ତାରିଖରେ ଦେଶ ଛାଡିଦେଇଥିଲେ । ଏବେ ସେ ଭାରତରେ ରହୁଛନ୍ତି ।

    ବର୍ତ୍ତମାନ ଶେଖ ହସିନାଙ୍କ ପାର୍ଟି ଆୱାମୀ ଲିଗର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଏନପି ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ବିଏନପି ମହାସଚିବ କହିଛନ୍ତି ଯେ, ବାଂଲାଦେଶର ବାସିନ୍ଦା ଶେଖ ହସିନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ତାଙ୍କୁ କେଶର ସାମ୍ନା କରିବାକୁ ଦିଅନ୍ତୁ । ଶେଖ ହାସିନାଙ୍କୁ ଆଶ୍ରୟ ନେବାକୁ ଅନୁମତି ଦେବା ଗଣତାନ୍ତ୍ରିକ ନୀତିର ସୁରକ୍ଷା ଦୃଷ୍ଟିରୁ ଭାରତର ସଂକଳ୍ପର ଅନୁରୂପ ନୁହେଁ । ବାଂଲାଦେଶ ଏବଂ ଭାରତ ମଧ୍ୟରେ ଏକ ପ୍ରତ୍ୟର୍ପଣ ଚୁକ୍ତି ଅଛି, ତେଣୁ ଯେଉଁମାନଙ୍କ ବିରୋଧରେ କୋର୍ଟ ମାମଲା ଅଛି ସେମାନଙ୍କୁ ହସ୍ତାନ୍ତର କରାଯିବା ଆବଶ୍ୟକ ବୋଲି ମହାସଚିବ ମିର୍ଜା ଫଖରୁଲ ଇସ୍ଲାମ ଅଲମଗିରା କହିଛନ୍ତି ।

  • ସାଙ୍ଗ ହୋଇ ବାହାରିଲେ, ଶବ ହୋଇ ଫେରିଲେ

    ସାଙ୍ଗ ହୋଇ ବାହାରିଲେ, ଶବ ହୋଇ ଫେରିଲେ

    ରାତିରେ ଘରୁ ସାଙ୍ଗ ହୋଇ ବାହାରିଲେ । ସକାଳୁ ଶବ ହୋଇ ଫେରିଲେ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧିନ ପଞ୍ଚଭୂତି ଗ୍ରାମରେ । ଗ୍ରାମର ସନ୍ତୋଷ ଗୌଡଙ୍କ ପୁଅ ବସନ୍ତ ଗୌଡ଼ ଗତ କାଲି ସନ୍ଧ୍ୟା ସମୟରେ ସାଙ୍ଗ ସହ ବଜାରକୁ ଯାଇଥିଲେ । ହେଲେ ରାତ୍ର ହେବା ପରେ ମଧ୍ୟ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ସୁଧା ବସନ୍ତର କୌଣସି ସନ୍ଧାନ ମିଳିନଥିଲା । କିନ୍ତୁ ଆଜି ସକାଳେ ସେହି ଗ୍ରାମର ଖଳା ସାହିର ଦେଶୀ ମଦ ଦୋକାନ ଆଗରୁ ବସନ୍ତ ଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।

    ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତାଙ୍କର ମୃତ୍ୟୁ କିଭଳି ହେଲା ପୋଲିସ ତଦନ୍ତ ଚଳାଇଛି । ବସନ୍ତଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୌଡ଼ ସ୍ୱାମୀର ଏଭଳି ମୃତ୍ୟୁ ପଛରେ ଦୁଇଜଣ ସାଙ୍ଗ ରହିଥିବା ଅଭିଯୋଗ କରିଛି l ମୃତ ଦେହ କୁ ପୋଲିସ୍ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ କହିଛନ୍ତି ।

  • ଭରତ ବନ୍ଦ ଉପରେ ଜୟନ୍ତ ଚୌଧରୀଙ୍କର ପ୍ରଥମ ପ୍ରତିକ୍ରିୟା, କହିଲେ- ବର୍ତ୍ତମାନ ଆଉ କିଛି ବାକି ନାହିଁ …

    ଭରତ ବନ୍ଦ ଉପରେ ଜୟନ୍ତ ଚୌଧରୀଙ୍କର ପ୍ରଥମ ପ୍ରତିକ୍ରିୟା, କହିଲେ- ବର୍ତ୍ତମାନ ଆଉ କିଛି ବାକି ନାହିଁ …

    ଏସସି-ଏସଟି ସଂରକ୍ଷଣରେ କ୍ରିମି ଅଭାବ ସୃଷ୍ଟି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବୁଧବାର ଭାରତ ବନ୍ଦ ପାଳନ କରାଯାଇଛି । ବିଜେପିର ବିରୋଧୀ ଦଳ ଏହି ବନ୍ଦକୁ ସମର୍ଥନ କରୁଛନ୍ତି। ଯେଉଁଠି ଏନଡିଏର ଚିରାଗ ପାସୱାନ୍ ସମର୍ଥନ କରୁଛନ୍ତି |

    ଅନୁସୂଚିତ ଜାତି ଏବଂ ଜନଜାତି ମୋର୍ଚ୍ଚା ଏବଂ ଭୀମ ସେନା ଦ୍ୱାରା ଆହ୍ୱାନ କରାଯାଇଥିବା ଭାରତ ବନ୍ଦ ସମଗ୍ର ଦେଶରେ ଏସସି ଏବଂ ଏସଟି ସଂରକ୍ଷଣରେ କ୍ରିମି ସ୍ତର ଏବଂ ଉପ-ବର୍ଗୀକରଣ ସୃଷ୍ଟି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛି। ଭାରତ ବନ୍ଦରେ ଆରଏଲଡି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧରୀଙ୍କ ପ୍ରତିକ୍ରିୟା ଆସିଛି।

    ଏସସି / ଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ସାରା ଦେଶରେ ଭାରତ ବନ୍ଦ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିଂ ଚୌଧରୀ କହିଛନ୍ତି ଯେ ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଥିଲେ, ଏହା ପରେ ଆଇନମନ୍ତ୍ରୀ ମଧ୍ୟ ସଂସଦରେ ସ୍ପଷ୍ଟୀକରଣ ଦେଇଛନ୍ତି। କ୍ୟାବିନେଟ୍ ମଧ୍ୟ ଏହାର ମତ ସ୍ପଷ୍ଟ କରିଛି, ତେଣୁ ବର୍ତ୍ତମାନ ଆଉ କିଛି ବାକି ନାହିଁ … “