Category: ମୁଖ୍ୟ ଖବର

  • ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଚାଷୀ ଓ ଅଞ୍ଚଳବାସୀ

    ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଚାଷୀ ଓ ଅଞ୍ଚଳବାସୀ

    ବରଗଡ ଜିଲ୍ଲା ବରପାଲି ଠାରେ ରାଜରାସ୍ତାକୁ ଓହ୍ଲାଇ ହଜାର ହଜାର ଚାଷୀ ଓ ଗର୍ଜିଛନ୍ତି ବିଦ୍ୟୁତ୍ ଉପଭୋକ୍ତା ଟାଟା ପାୱାର ବିରୁଦ୍ଧରେ । ତେବେ ସଂଯୁକ୍ତ କୃଷକ ସଂଗଠନ ଓ ବରପାଲିର ହଜାର ହଜାର ଉପଭୋକ୍ତା ମାନେ ମିଳିତ ଭାବେ ୫ ଦଫା ଦାବିରେ ବରପାଲି ତହସିଲଦାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ୩୦୦ ୟୁନିଟ ମାଗଣା ବିଜୁଳି ମୁଖ୍ୟ ଦାବି ରହିଥିବା ବେଳେ ସ୍ମାର୍ଟ୍ ମିଟର କୁ ବରଗଡ଼ ଜିଲ୍ଲାରେ କାହିଁକି ଲଗାଯାଉନାହିଁ ବୋଲି ପ୍ରଶ୍ନ କରାଯାଇଛି । ସେହିପରି ବିଦ୍ୟୁତ୍ ବକେୟା ବିଲ୍ ଛାଡ଼ ସହ କମ୍ପାନୀ ହାତରେ ବିଦ୍ୟୁତ୍ ଦାୟିତ୍ଵ ନ ଦେଇ ସରକାର ନିଜ ହାତକୁ ନେବା ପାଇଁ ଦାବୀ କରାଯାଇଛି ।

    ଉକ୍ତ ଦାବୀ ଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବଡ଼ ରୂପ ନେବ ବୋଲି ଚେତାବନି ଦେଇଛନ୍ତି ଚାଷୀମାନେ । ଆହୁରି ଏହି ଆନ୍ଦୋଳନ ରେ ବରପାଲିର ବିଭିନ୍ନ ସଙ୍ଗଠନ ସ୍ଵତଃ ପ୍ରବୃତ ଭାବେ ସାମିଲ ହୋଇ ଟାଟା ପାୱାର ବିରୁଦ୍ଧରେ ନାରାବାଜି କରି ଗର୍ଜିଛନ୍ତି।

  • ରାଜ୍ୟ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ତରଫରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ କର୍ମଚାରୀଙ୍କୁ ସହାୟତା

    ରାଜ୍ୟ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ତରଫରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ କର୍ମଚାରୀଙ୍କୁ ସହାୟତା

    ରାଜ୍ୟ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ସୂଚନା ମୁତାବକ ସେପ୍ଟେମ୍ବର ମାସ ୮ ତାରିଖ ଶନିବାର ରାତି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟରୁ କଟକ ଶିଶୁଭବନ ଛାଡି ଫେରୁଥିବା ବେଳେ ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଆମ୍ବୁଲାନ୍ସ ଗାଡିଟି ଟ୍ରକ ପଛରେ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସର ସହାୟକ ହେମନ୍ତ ଆଚାର୍ଯ୍ୟ ଘଟଣା ସ୍ଥଳରେ ମୃତ୍ୟ ବରଣ କରିଥିବା ବେଳେ ଚିକତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ମୁର୍ତ୍ୟୁ ଘଟିଥିଲା।

    ଆଜି ରାଜ୍ୟ ଆମ୍ବୁଲାନ୍ସ ମହାସଂଘ ଓ ଜିଲ୍ଲା ମହାସଂଘ ପକ୍ଷରୁ ପ୍ରାଣ ହରାଇଥିବା ଦୁଇ କର୍ମଚାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବିଶାଳ ଶୋଭାଯାତ୍ରା କରି ଉକ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ମହାସଂଘ ପକ୍ଷରୁ ଆନନ୍ଦପୁର ବ୍ଲକ ବାଇଲୋ ପଞ୍ଚାୟତ ଗୁହାଳିଆ ଗ୍ରାମର ଡ୍ରାଇଭର ଗୋବର୍ଦ୍ଧନ ଜେନାଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ସେହିପରି ଆମ୍ବୁଲାନ୍ସ ସହାୟକ ଘସିପୁରା ବ୍ଲକ ବଳରାମପୁର ଗ୍ରାମର ହେମନ୍ତ ଆଚାର୍ଯ୍ୟଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ।

    ଏଥିରେ ରାଜ୍ୟ କମିଟିର ସଭାପତି ସୁବୋଧ ନାଥ ଶର୍ମା, ଶ୍ରୀରାମ ଚନ୍ଦ୍ର ଆଚାର୍ଯ୍ୟ, କ୍ରୀଷ୍ଣା ଚନ୍ଦ୍ର ନାୟକ, ଶୋଭେନ୍ଦ୍ର ସାମଲ, ପ୍ରଦୀପ କୁମାର ଦାଶ, ଗୋପାଳ ଚନ୍ଦ୍ର ସାହୁ, ନୀଳାମ୍ବର ଦାସ ଏବଂ କେନ୍ଦୁଝର ଜିଲ୍ଲା କମିଟିର ସଭାପତି ବିପିନି ବିହାରୀ ମହାନ୍ତ, ଜ୍ୟୋତି ପ୍ରକାଶ ପାତ୍ର, ଧିରେନ କୁମାର ମହାନ୍ତ ଓ ଗିରିଜା ପ୍ରସାଦ ଖୁଣ୍ଟିଆଙ୍କ ସମେତ ଶତାଧିକ ଆମ୍ବୁଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ।

  • ରାୟଗଡ଼ା ଜିଲ୍ଲାରେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଅଣଦେଖା କରୁଛନ୍ତି ପଞ୍ଚାୟତ ଅଧିକାରୀ

    ରାୟଗଡ଼ା ଜିଲ୍ଲାରେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଅଣଦେଖା କରୁଛନ୍ତି ପଞ୍ଚାୟତ ଅଧିକାରୀ

    ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଶରଧାପୁର ପଞ୍ଚାୟତ ର ନଙ୍ଗଲବେଡା ଗ୍ରାମରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ। ଦୁଇ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଓ ପଞ୍ଚାୟତ ଅଧିକାରୀ ମାନଙ୍କ ଗରିବ ଲୋକଙ୍କୁ ଅଣଦେଖା କରୁଥିବା ଅଭିଯୋଗ। ଶରଧାପୁର ପଞ୍ଚାୟତର ସାଧାରଣ ଗରିବ ନିରୀହ ବୃଦ୍ଧା ଜଣକ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ପଞ୍ଚାୟତ ରୁ ବ୍ୟାଙ୍କ ଓ ବ୍ୟାଙ୍କ ରୁ ପଞ୍ଚାୟତ କୁ ବୁଲି ବୁଲି ଥକି ଯାଉଛୁ ବୋଲି ଅଭିଯୋଗ ହେଉଛି। ଅତି ଦୁଃଖର ବିଷୟ ଦୀର୍ଘ ଦୁଇ ବର୍ଷ ହେବ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ନଙ୍ଗଲବେଡା ଗ୍ରାମର ଗରିବ ଆଦିବାସୀ ନନ୍ଦ ହାଜାଡି ଭତ୍ତା ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଥିବା ଦେଖିବାକୁ ମିଳୁଛି।

    ଗ୍ରାମ ବାସୀ ଙ୍କ ଠାରୁ ଖବର ନେବାରୁ ଜଣା ପଡ଼ିଛି ଯେ ଗରିବ ଆଦିବାସୀ ବୃଦ୍ଧ ଜଣକ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତି ମାସରେ ନଗଦ ଟଙ୍କା ପାଉଥିଲେ କିନ୍ତୁ ଯେଉଁ ଦିନ ଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ପଠାଇବା ବ୍ୟବସ୍ଥା ଆରମ୍ଭ କଲେ ସେହି ଦିନ ଠାରୁ ନନ୍ଦ ହାଜାଡି ଆଉ ଟଙ୍କା ପାଇ ପାରୁ ନାହାଁନ୍ତି।

    ଏହି କ୍ଷେତ୍ରରେ ଦୁଇ ବର୍ଷ ମଧ୍ୟରେ ବାରମ୍ବାର ପଞ୍ଚାୟତକୁ ଯାଇ ଶରଧାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଧବ ମହାନନ୍ଦିଆ ଙ୍କୁ ପଚାରିଲେ ସେ ତୁମ ଆକାଉଣ୍ଟ ରେ ଟଙ୍କା ଯାଇଛି କହି ଫେରାଇ ଦେଇଛନ୍ତି। ଅନ୍ୟ ପକ୍ଷେ ବ୍ୟାଙ୍କକୁ ଯାଇ ଅଧିକାରୀଙ୍କୁ ପଚାରିଲେ ଟଙ୍କା ଆସିନି କହୁଛନ୍ତି । ଏଭଳି ହରଡ଼ ଘରଣା ପଡ଼ି ଛଟ ପଟ ହେଉଛନ୍ତି ବିଚରା ଗରିବ ନିରୀହ ଆଦିବାସି ବୃଦ୍ଧ ଜଣକ । ବାରମ୍ବାର ଧାଁ ଦୌଡ଼ କରି ନୟ ନୟାନ୍ତ ହେଲେଣି। ଆର୍ଥିକ କ୍ଷତି ହେବା ସହ ମାନସିକ ଓ ଶାରୀରିକ ଦୁଃଖରେ ଭାଙ୍ଗି ପଡିଛନ୍ତି। ବୟସର ଅପରାହ୍ନରେ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ମାସିକ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା କୁ ଅନାଇ ରହି ବଞ୍ଚିବାର ସାହାରା ଭାବୁ ଥିବା ବେଳେ ସେହି ମାସିକ ଭତ୍ତା ଟଙ୍କା ମିଳି ପାରୁନି।

    ଏଭଳି ଦୁଃଖରେ ଭାଙ୍ଗି ପଡିଛନ୍ତି ଏହି ଗରିବ ଆଦିବାସୀ ବୃଦ୍ଧ ବାପା ଜଣକ। ସ୍ଥାନୀୟ ସରପଞ୍ଚ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କାକୁତି ମିନତି କରି ଗୁହାରୀ ଜଣାଇଛନ୍ତି କିନ୍ତୁ ବୃଦ୍ଧ ବାପା ଙ୍କ ଦୁଃଖ କିଏ ଗୁହାରୀ କରିବ । କେବଳ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଏଣୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅନୁରୋଧ କୁ ସରକାର ଓ ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନିଆଯିବା ପାଇଁ ଦାବି କରୁଛନ୍ତି।

  • ଦେବଶିଳ୍ପୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଓଡିଶା,ବିରାଜିଛନ୍ତି ବିଶ୍ୱ ବିନ୍ଧାଣୀ

    ଦେବଶିଳ୍ପୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଓଡିଶା,ବିରାଜିଛନ୍ତି ବିଶ୍ୱ ବିନ୍ଧାଣୀ

    ଆଜି ହେଉଛି ବିଶ୍ୱ ବିନ୍ଧାଣୀ ବିଶ୍ୱକର୍ମା ପୂଜା । ବିଶ୍ୱକର୍ମା ହେଉଛନ୍ତି ବିଶ୍ୱର ସୃଷ୍ଟିକର୍ତ୍ତା । ବିଶ୍ବ ବିନ୍ଧାଣିଙ୍କ ଆବାହନ ପାଇଁ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ପୂଜା ପାଇଁ ସବୁଠି ବ୍ୟାପକ ପ୍ରସ୍ତୁତି କରାଯାଇଛି ।ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି ।ଭିନ୍ନ ଶିଳ୍ପାନୁଷ୍ଠାନରେ ମଧ୍ୟ ଧୁମଧାମରେ ପାଳନ ହେଉଛି ବିଶ୍ବକର୍ମା ପୂଜା । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି…

  • ସୁଭଦ୍ରା ଯୋଜନାରେ ଆଧାର ସଂଯୋଗ, ଲୋକେ ହନ୍ତସନ୍ତ, ଛୋଟ ପିଲାଙ୍କ ଲମ୍ବିଛି ଧାଡି

    ସୁଭଦ୍ରା ଯୋଜନାରେ ଆଧାର ସଂଯୋଗ, ଲୋକେ ହନ୍ତସନ୍ତ, ଛୋଟ ପିଲାଙ୍କ ଲମ୍ବିଛି ଧାଡି

    ସୁଭଦ୍ରା ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ସଂଯୋଗ ତଥା ଇକେଓ୍ବାଇସି କରିବାକୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଆଧାର କାର୍ଡ ସଂଯୋଗ ପାଇଁ ଘଣ୍ଟା ଘଣ୍ଟା ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସଦର ମହକୁମା ଉପ ଡାକ ଘରେ ଆଜି ଅଧରାତିରୁ ଛୋଟ ଛୋଟ ପିଲାଙ୍କୁ ଧରି ଧାଡ଼ିରେ ମହିଳା ମାନେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

    ଆଧାର ନାମ ସହିତ ମୋବାଇଲ ନମ୍ବରକୁ ସଂଯୋଗ କରିବାକୁ ଲୋକେ ଚମ୍ପୁଆ ଉପ ଡାକଘର ସମ୍ମୁଖରେ ଧାଡି ବାନ୍ଧି ଛିଡ଼ା ହୋଇଥିବା ବେଳେ ଏହି ଧାଡ଼ିରେ ଛୋଟ ଛୋଟ ପିଲା ଓ ବୃଦ୍ଧ ବୃଦ୍ଧା ମଧ୍ୟ ଥିବା ଦେଖିବାକୁ ମିଳିଛି । ଲୋକେ କାମଧନ୍ଦା ଛାଡି ଆଧାର ସଂଯୋଗ କରିବାକୁ ଧାଡ଼ି ଲଗାଇଥିବା ବେଳେ ଛୋଟ ଛୋଟ ପିଲାମାନେ ସ୍କୁଲ ବନ୍ଦ୍ କରି ଧାଡ଼ି ଲଗାଇବା ଦୃଶ୍ୟ ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି ଧାଡ଼ିରେ ରହିବା ପାଇଁ ଲୋକେ ଅଧ ରାତିରୁ ପିଲା ଛୁଆଙ୍କୁ ଧରି ଡ଼ାକ ଘର ସମ୍ମୁଖରେ ଭିଡ ଜମାଇଛନ୍ତି ।

    ଅନ୍ୟପଟେ ଠିକ୍ ସମୟରେ ସୁଭଦ୍ରା ଓ ଖାଦ୍ୟ ସୁରକ୍ଷା ଯୋଜନାର ପୋର୍ଟାଲ ଖୋଲୁ ନଥିବା ଯୋଗୁଁ ବିଭିନ୍ନ ଜନସେବା କେନ୍ଦ୍ର ଓ ପିଡିଏସ ସେଣ୍ଟରରେ ମଧ୍ୟ ଲୋକେ ଧାଡ଼ି ବାନ୍ଧି ଛିଡ଼ା ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ଭିଡ ମଧ୍ୟପରେ ଆଧାର ସଂଯୋଗ ପାଇଁ ବହୁ ଅବ୍ୟବସ୍ଥା ମଧ୍ୟ ଦେଖାଦେଇଛି । ଗୋଟିଏ ଦିନରେ ସ୍ବଳ୍ପ ସଂଖ୍ୟରେ ଲୋକଙ୍କ ଆଧାର ସଂଯୋଗ ହୋଇପାରୁଥିବା ବେଳେ ଦିନକୁ ଦିନ ଏହି ସମସ୍ୟା ବଢିବାରେ ଲାଗିଛି । ଏଣୁ, ଅସନ୍ତୋଷ ଯେତିକି ବଢୁଛି ଡ଼ାକ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ସେତିକି ବୃଦ୍ଧି ପାଉଛି ।

    ,

  • ‘୩୦ ବର୍ଷ ମୁଁ ଜେଲରେ ଅଛି, ରାଜୀବ ଗାନ୍ଧୀଙ୍କ ଦୋଷୀଙ୍କୁ କରାଗଲା ମୁକ୍ତ ତେବେ ମୋତେ କାହିଁକି ନୁହଁ ? ‘, କଏଦୀଙ୍କ କଥା ଶୁଣିବା ପରେ ସୁପ୍ରିମକୋର୍ଟ ଦେଇଥିଲେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    ‘୩୦ ବର୍ଷ ମୁଁ ଜେଲରେ ଅଛି, ରାଜୀବ ଗାନ୍ଧୀଙ୍କ ଦୋଷୀଙ୍କୁ କରାଗଲା ମୁକ୍ତ ତେବେ ମୋତେ କାହିଁକି ନୁହଁ ? ‘, କଏଦୀଙ୍କ କଥା ଶୁଣିବା ପରେ ସୁପ୍ରିମକୋର୍ଟ ଦେଇଥିଲେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ୩୦ ବର୍ଷ କାଳ ଜେଲରେ ସଜ୍ଜା କାଟୁଥିବା ଜଣେ ୮୪ ବର୍ଷ ବୟସ୍କ ବ୍ୟକ୍ତି ଆଜୀବନ କାରାଦଣ୍ଡକୁ ମୃତ୍ୟୁଦଣ୍ଡଠାରୁ ଖରାପ ବୋଲି ବର୍ଣ୍ଣନା କରିଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ ବୁଧବାର (୧୧ ସେପ୍ଟେମ୍ବର ୨୦୨୪) କହିଛନ୍ତି ଯେ ତୁମେ ତୁମର ଦଣ୍ଡକୁ ମୃତ୍ୟୁରେ ପରିଣତ କରିବାକୁ ଚାହୁଁଛ। ସ୍ୱାମୀ ଜଣକ ଶ୍ରଦ୍ଧାନନ୍ଦ ଓରଫ ମୁରଲୀ ମନୋହର ମିଶ୍ର ମୁକ୍ତ ହେବା ପାଇଁ ଅନୁରୋଧ କରି କହିଛନ୍ତି ଯେ ସେ ବିନା ପାରୋଲରେ ସେ କ୍ରମାଗତ ୩୦ ବର୍ଷ ଜେଲରେ ସଜା କାଟୁଛନ୍ତି ଏବଂ ଏହି ସମୟ ମଧ୍ୟରେ ତାଙ୍କ ବିରୋଧରେ କୌଣସି ପ୍ରତିକୂଳ ମାମଲା ରୁଜୁ କରାଯାଇ ନାହିଁ।

    ଜଷ୍ଟିସ ରାମକୃଷ୍ଣନ ଗଭଇ, ଜଷ୍ଟିସ ପି.କେ ମିଶ୍ର ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ଜେଲରୁ ମୁକୁଳିବା ପାଇଁ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ତେବେ ସୁପ୍ରିମକୋର୍ଟଙ୍କ ଜୁଲାଇ ୨୦୦୮ ର ପୁନଃ ସମୀକ୍ଷା ପାଇଁ ତାଙ୍କ ପୃଥକ ଆବେଦନ ଶୁଣିବାକୁ ବେଞ୍ଚ ରାଜି ହୋଇଛି, ଯାହା ତାଙ୍କୁ ସାରା ଜୀବନ ଜେଲରୁ ମୁକ୍ତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେଞ୍ଚ କହିଛି , ଆପଣ ଏହାକୁ ଫାଶୀରେ ପରିଣତ କରିବାକୁ ଚାହୁଁଛନ୍ତି କି? ଦୋଷୀଙ୍କର ଓକିଲ କହିଛନ୍ତି ଯେ ଯଦି ସମ୍ଭବ, ଆଜିର ତାରିଖକୁ ଟାଙ୍ଗିବା ଏକ ଭଲ ପରିସ୍ଥିତି ହେବ |

    ବେଞ୍ଚ ପଚାରିଲା, ‘ତୁମେ ତୁମର ଓକିଲଙ୍କ ସହ କଥା ହୋଇଛ କି?’ ଓକିଲ ଉତ୍ତର ଦେଲେ, ମୁଁ ତାଙ୍କ ସହ କଥା ହୋଇ ନାହିଁ। ସେ ଯୁକ୍ତି ଦର୍ଶାଇଥିଲେ ଯେ ଶ୍ରଦ୍ଧାନଦଙ୍କୁ ଦିଆଯାଇଥିବା ଏପରି ଦଣ୍ଡ ସେତେବେଳେ ତତ୍କାଳୀନ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ପ୍ରଦାନ କରାଯାଇ ନାହିଁ। ଅଭିଯୁକ୍ତଙ୍କ ନିକଟରେ ହାଜର ହୋଇଥିବା ଆଡଭୋକେଟ୍ ବରୁଣ ଠାକୁର କହିଛନ୍ତି ଯେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ନ୍ୟାୟିକ ସ୍ୱୀକାରୋକ୍ତି ଉପରେ ଆଧାରିତ। ବେଞ୍ଚ ପ୍ରଶ୍ନ କରିଛି, ‘ବର୍ତ୍ତମାନ ଆମେ ମାମଲା ପୁନଃ ଖୋଲିବା ଉଚିତ କି?’ ବେଞ୍ଚ କହିଛି ଯେ କର୍ଣ୍ଣାଟକ ହାଇକୋର୍ଟଙ୍କ ସହ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଦୋଷକୁ ସମର୍ଥନ କରିଛନ୍ତି।

  • ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ‘ନିର୍ବାଚନ ପୂର୍ବରୁ ଜାଣିବ ଆମ ପାୱାର’

    ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ‘ନିର୍ବାଚନ ପୂର୍ବରୁ ଜାଣିବ ଆମ ପାୱାର’

    କଂଗ୍ରେସ ଛାଡ଼, ନହେଲେ ତୁମକୁ ହତ୍ୟା କରାଯିବ।’

    କଂଗ୍ରେସ ଛାଡ଼, ନହେଲେ ତୁମକୁ ହତ୍ୟା କରାଯିବ।’ ଏମିତି ଧମକ ଆସିଛି କଂଗ୍ରେସରେ ଯୋଗ ଦେଇଥିବା ବଜରଙ୍ଗ ପୁନିଆଙ୍କୁ । ଏନେଇ ଥାନାରେ ଏଫଆଇଆର କରିଛନ୍ତି ବଜ୍ରଙ୍ଗ ପୁନିଆ । ତାଙ୍କୁ ହ୍ୱାଟ୍‌ସଆପ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତି ଏହି ମ୍ୟାସେଜ୍ ପଠାଇଥିବା କହିଛନ୍ତି ବଜରଙ୍ଗ । ମ୍ୟାସେଜ୍ ଆସିଥିବା ନମ୍ବରଟି ବିଦେଶର ବୋଲି କହିଛି ପୋଲିସ ।

    ତେବେ ସେହି ହ୍ୱାଟ୍‌ସଆପ୍ ମ୍ୟାସେଜରେ ଥିଲା କଣ । ବଜରଙ୍ଗ ପୁନିଆଙ୍କ କହିବା ମୁତାବକ, ତାଙ୍କୁ ଧମକ ଦିଆଯାଇଛି । କଂଗ୍ରେସ ନଛାଡିଲେ ସେ ଓ ତାଙ୍କ ପରିବାର ବିପଦରେ ପଡିବେ । ସେଥିରେ ଆହୁରି ମଧ୍ୟ ଲେଖା ଅଛି ଯେ, ଏହା ଆମର ଅନ୍ତିମ ମ୍ୟାସେଜ୍ । ନିର୍ବାଚନ ପୂର୍ବରୁ ଆମେ ଦେଖାଇ ଦେବୁ ଯେ ଆମେ କେତେ ଶକ୍ତିଶାଳୀ । ତୁମେ ଯେଉଁଠି ଚାହୁଁଛ ଅଭିଯୋଗ କରିପାର । କିନ୍ତୁ, ଏହା ହେଉଛି ଆମର ପ୍ରଥମ ଓ ଅନ୍ତିମ ଚେତାବନୀ ।

    ଏପରି ଧମକ ଆସିବାର ପ୍ରମୁଖ କାରଣ ହେଉଛି ବଜରଙ୍ଗ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ରେସଲର ଭିନେସ ଫୋଗାଟ୍ ମଧ୍ୟ ଦଳରେ ଯୋଗ ଦେଇଛନ୍ତି । ଆଉ ସେମାନଙ୍କର ସଂଘର୍ଷ ଏକଦା ବିଜେପି ସାଂସଦ ଥିବା ବ୍ରଭୂଷଣ ଶରଣ ସିଂଙ୍କ ବିରୁଦ୍ଧରେ ରହିଛି । ଅନ୍ୟପଟେ ଆଗକୁ ହରିୟାଣା ବିଧାନସଭା ନିର୍ବାଚନ ରହିଛି । ଯେଉଁଥିରେ ଉଭୟ ଭିନେଶ ଏବଂ ବଜରଙ୍ଗ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ତାହା ପୂର୍ବରୁ ବଜ୍ରଙ୍ଗ ପୁନିଆଙ୍କ ମନୋବଳ ଭାଙ୍ଗିବାକୁ ଏପରି ପ୍ରୟାସ କରାଯାଉଥିବା କୁହାଯାଉଛି ।

  • ‘ପିସି’ଖିଆ ଏଏନଏମ ଦିଦିଙ୍କ ମନମୁଖି କାର୍ଯ୍ୟ!

    ‘ପିସି’ଖିଆ ଏଏନଏମ ଦିଦିଙ୍କ ମନମୁଖି କାର୍ଯ୍ୟ!

    ଦୀର୍ଘ ୧୯ ବର୍ଷ ଧରି ମନମୁଖି କାର୍ଯ୍ୟକଳାପ ଚଳାଇଥିବା ଏଏନଏମଙ୍କ ବିରୋଧରେ ତେଜୁଛି ପଞ୍ଚାୟତ ବାସୀଙ୍କ ଅସନ୍ତୋଷ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡା ଅଂଚଳରେ । ଏଏନଏମ ପ୍ରିୟମ୍ବଦା ଭୋଇଙ୍କ ମନମୁଖି କାମକୁ ବିରୋଧ କରି ଆଜି ସାହାଡା ପଞ୍ଚାୟତବାସୀ ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ।

    କାର୍ଯ୍ୟରତଏଏନଏମ ପ୍ରିୟମ୍ବଦା ଭୋଇ ଅଞ୍ଚଳର ନିରିହ ଆଦିବାସୀଙ୍କ ସେବା କରିବା ପାଇଁ ଟଙ୍କା ମାଗୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । କୁହାଯାଉଛି, ପ୍ରିୟମ୍ବଦା ଆୟୁର୍ବେଦ ଔଷଧ ଆଣି ଗରିବ ଆଦିବାସୀମାନଙ୍କୁ ପାଞ୍ଚରୁ ଦଶଗୁଣା ମୂଲ୍ୟରେ ବିକ୍ରି କରିବା ଏବଂ ଗର୍ଭବତୀ ମାନଙ୍କୁ ପ୍ରସବ କରାଇବା ପାଇଁ ଟଙ୍କା ମାଗିବା ସହ ଆଶାକର୍ମୀ ମାନଙ୍କୁ ପ୍ରତେକ ମାସରେ ମିଳୁଥିବା ସେମାନଙ୍କ ଦରମାରୁ କିଛି ପ୍ରତିଶତ ଟଙ୍କା ମାଗୁଛନ୍ତି । ତୁରନ୍ତ ଏଏନଏମ ଙ୍କ ବିରଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ସାହାଡାରୁ ବଦଳି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି ଜନତା ।

  • ବଢୁଛି “ବାର୍ଡ଼ ଫ୍ଲୁ” ବିପଦ, ପିପିଲି ପରେ କେନ୍ଦ୍ରାପଡାରେ କୁକୁଡ଼ା ମଡ଼କ

    ବଢୁଛି “ବାର୍ଡ଼ ଫ୍ଲୁ” ବିପଦ, ପିପିଲି ପରେ କେନ୍ଦ୍ରାପଡାରେ କୁକୁଡ଼ା ମଡ଼କ

    ଡେରାବିଶରେ ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ । ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ କୁକୁଡ଼ା ମଡ଼କ ଘଟଣା ନଜରକୁ ଆସିବା ପରେ ବିଭିନ୍ନ ଫାର୍ମରୁ କୁକୁଡ଼ାଙ୍କ ସାମ୍ପଲ ନେଇ ପରୀକ୍ଷା କରାଯାଇଥିଲା । ସାମ୍ପଲ ପରୀକ୍ଷା ପରେ ଅଂଚଳରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ସ୍ପଷ୍ଟ ହୋଇଥିଲା ।

    ଆଜି ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ଡେରାବିଶ ବ୍ଲକ ପ୍ରଶାସନ ନିର୍ଦେଶରେ ଡେରାବିଶ ବ୍ଲକ ଭେଟନାରୀ ଅଫିସର ଓ ସ୍ୱାସ୍ଥ୍ୟ ବିଭାଗର ରିସର୍ଚ୍ଚ ଅଫିସର ଜ୍ୟୋତି ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ପହଂଚି ବାଲିଆ, ଏଣ୍ଡର ଆଦି ଅଞ୍ଚକର ବିଭିନ୍ନ କୁକୁଡ଼ା ଫାର୍ମକୁ ଯାଇ ବାର୍ଡ଼ଫ୍ଲୁ ପଜିଟିଭ ଥିବା କୁକୁଡ଼ାଙ୍କୁ ମାରି ପୋତିଦେଇଛନ୍ତି । ପାଖାପାଖି ୪୪ ବସ୍ତା କୁକୁଡ଼ାଙ୍କୁ ଗାତ ଖୋଳି ସେଥିରେ ପୋତି ଦିଆଯାଇଛି । ଏଥି ସହ, ବାର୍ଡ଼ଫ୍ଲୁ ଆକ୍ରାନ୍ତ ଥିବା କୁକୁଡ଼ା ଫାର୍ମର ଏକ କିଲୋମିଟର ପର୍ଯ୍ୟନ୍ତ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି ।

    ମେଡିକାଲ ଟିମ ସହାୟତାରେ ସଂକ୍ରମିତ ଅଞ୍ଚଳକୁ ସାନିଟାଇଜ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଅଧିକ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ବାର୍ଡ଼ ଫ୍ଲୁ ହେତୁ ଏବେ କୁକୁଡା ଚାଷୀମାନେ ବିପୁଳ କ୍ଷତି ସହିଥିବା କହିଛନ୍ତି ।

  • ଲଗାଣ ବର୍ଷାରେ ଵେହାଲ କୋଟପାଡ଼ର ତିନି ପଞ୍ଚାୟତ

    ଲଗାଣ ବର୍ଷାରେ ଵେହାଲ କୋଟପାଡ଼ର ତିନି ପଞ୍ଚାୟତ

    କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତ l ଦିଗାପୂର୍, ଘୁମର ଓ ମଶୀଙ୍ଗା ପଞ୍ଚାୟତରେ ବର୍ଶାର ତାଣ୍ଡବ। ୧୦ ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ ହୋଇଥିବା ସୂଚନା । ପ୍ରାୟ ୫୦୦ ରୁ ଅଧିକା ଏକର ଜମି ଜଳମଗ୍ନ । କୁନ୍ଦୁରା ଓ ଜୟପୁରକୁ ସମ୍ପୁର୍ଣ ଯୋଗାଯୋଗ ବିଛିନ୍ନ। ଦିଗାପୁର ଠାରୁ ଘୁମର ରାସ୍ତା ଉପରେ ୩ ଫୁଟ ରୁ ଅଧିକା ପାଣି ପ୍ରବାହିତ ହେଉଛି ଏବଂ ବିରୀନଦୀ ପୋଲ ଉପରେ ପାଞ୍ଚ ଫୁଟର ପାଣି ପ୍ରବାହିତ ହେଉଛି l

    ଅନେକ ସ୍ଥାନରେ ଘର କାନ୍ଥ ଭାଙ୍ଗି ଯାଇଛି l କୁନ୍ଦ୍ରା ସଦର ମୋହକୁମା ଠାରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟାଙ୍କ ଘର ଭିତରେ ପାଣି ପସିଚି l ଏକ ପ୍ରକାର ବନ୍ୟା ପରିସ୍ଥିତି ମଧ୍ଯ ସୃଷ୍ଟି ହୋଇଛି l

    ଗତ ୪୦ ବର୍ଷ ରେ ସବୁଠାରୁ ଅଧିକା ବର୍ଷା ବିପ୍ତାତ ଅନୁମାନ କରୁଛନ୍ତି କୁନ୍ଦୁରା ଅଂଚଳର ଲୋକେ ।