Category: ମୁଖ୍ୟ ଖବର

  • ପ୍ରେମିକାର ସଉକ ପୂରଣ କରିବା ପାଇଁ କରୁଥିଲା ଚୋରି, ଲକ୍ଷ୍ନୌରୁ ଆଇନ ଛାତ୍ର ଗିରଫ

    ପ୍ରେମିକାର ସଉକ ପୂରଣ କରିବା ପାଇଁ କରୁଥିଲା ଚୋରି, ଲକ୍ଷ୍ନୌରୁ ଆଇନ ଛାତ୍ର ଗିରଫ

    ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ରୁ ଆସିଛି ଏକ ଚକିତ ଖବର । ଯେଉଁଠାରେ ଜଣେ ଯୁବକ କେବଳ ଏଥିପାଇଁ ଚୋରି କରିବାକୁ ଲାଗିଲା,କାରଣ ତାକୁ ନିଜ ପ୍ରେମିକାଙ୍କ ମହଙ୍ଗା ସଉକ ପୂରଣ କରିବାର ଥିଲା I ତେବେ ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଜେଲକୁ ପଠାଇଦେଇଛି । ପୁରା ମାମଲା ଗୋମତି ନଗରର ବୋଲି କୁହାଯାଉଛି |

    ପୋଲିସ କହିଛି ଯେ ଗୋମତି ନଗରର ଏମଆର ଗୋମତି ଗ୍ରୀନ୍ସରେ ଅନେକ ଚୋରି ଘଟଣା ମାମଲାର ପର୍ଦାଫାଶ ହୋଇଛି । ସିସିଟିଭି ସାହାଯ୍ୟରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି | ଯୁବକ ଜଣକ ଜୈନପୁରର ବାସିନ୍ଦା, ଯାହାର ନାମ ଅବଦୁଲ ହଲିମ। ସେ ଗୋମତି ଗ୍ରୀନ୍ସରେ ରହି ଆଇନ ଅଧ୍ୟୟନ କରୁଛି । ଧରାପଡ଼ିବା ପରେ ଅବଦୁଲ କହିଥିଲେ ଯେ ସେ ତାଙ୍କ ଗର୍ଲଫ୍ରେଣ୍ଡର ସଉକ ପୂରଣ କରିବା ପାଇଁ ଚୋରି କରୁଥିଲେ ।

    ପ୍ରେମିକାର ଏହି ସବୁ ସଉକ ଗୁଡ଼ିକୁ ପୂରଣ କରିବା ପାଇଁ କରୁଥିଲା ଚୋରି

    ଗୋଟିଏ ସପ୍ତାହରେ ସେ ତିନୋଟି ଘରକୁ ଟାର୍ଗେଟ କରୁଥିଲା । ଅଭିଯୁକ୍ତ କହିଛନ୍ତି ଯେ ତାଙ୍କ ପ୍ରେମିକାର ସଉକ ମଲ୍ ଯିବା , ସପିଂ କରିବା , ଆଇ-ଫୋନ୍ କିଣିବା ଏବଂ କ୍ଲବ ଯିବା । ଏହା ବ୍ୟତୀତ ଚଳଚ୍ଚିତ୍ର ଦେଖିବା ମଧ୍ୟ ସଉକ ରଖେ | ପ୍ରେମିକାର ଏହି ସବୁ ସଉକ ପୂରଣ କରିବା ପାଇଁ ସାଜିଥିଲି ଚୋର |

  • ଦୁଇ ଭଉଣୀଙ୍କ କ୍ୟାଟ ଫାଇଟ,ସାନ କଲା ବଡ଼କୁ ବଦନାମ

    ଦୁଇ ଭଉଣୀଙ୍କ କ୍ୟାଟ ଫାଇଟ,ସାନ କଲା ବଡ଼କୁ ବଦନାମ

    ଘରୋଇ ତିକ୍ତତା କୁ ନେଇ ଦୁଇ ଭଉଣୀ ଙ୍କ ଭିତରେ କ୍ୟାଟ ଫାଇଟ. ଭଉଣୀ ସାଜିଲା ଭଉଣୀ ର ବଇରୀ..ବଡ଼ ଭଉଣୀ କୁ ବଦନାମ କରିବା ପାଇଁ ସାନ ଭଉଣୀ ପ୍ଲାନ କରି ନିଜ ପ୍ରେମିକ ସହ ମିଶି ବଡ଼ ଭଉଣୀ କୁ ବଦନାମ କରିବାକୁ ଚକ୍ରାନ୍ତ. ସମ୍ବେଦନ ଶିଳ ଫଟୋ ଭାଇରଲ ର ଧମକ ଦେଇ ଏକ ଲକ୍ଷ୍ୟ ଟଙ୍କା ମାଗିବା ଘଟଣା,ଏନେଇ କେନ୍ଦ୍ରାପଡ଼ା ସଦର ଥାନା ସମେତ ଚାନ୍ଦୋଳ ଫାଣ୍ଡିରେ ଅଭିଯୋଗ I

    କେନ୍ଦ୍ରାପଡ଼ା ସଦର ଥାନା ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତ ଅଢଙ୍ଗା ଗ୍ରାମ ର ପ୍ରଫୁଲ ଗୋଛାୟତ ଙ୍କ ଝିଅ ବାସନ୍ତି ଗୋଛାୟତ ଓ ତାଙ୍କ ଦାଦା ଝିଅ ସାନ ଭଉଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗୋଛାୟତ ଙ୍କ ଭିତରେ ମୋବାଇଲ ରେ ହ୍ୱାଟ୍ସସାପ୍ପ ଷ୍ଟାଟର୍ସ ଲେଖା କୁ ନେଇ ତିକ୍ତତା ଆରମ୍ଭ ହୋଇଥିଲା. ତେବେ ଦୁଇ ଭଉଣୀଙ୍କ ତିକ୍ତତା ଜିମିଟି ଖେଳରୁ ମହାଭାରତ ଭଳି ବ୍ୟାପି ଯାଇଥିଲା I

    ତେବେ ସାନ ଭଉଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗୋଛାୟତ ନିଜ ପୁରୁଷ ବନ୍ଧୁ ତଥା ପ୍ରେମିକ ତନୁ ମହାନ୍ତି ଙ୍କୁ ବଡ଼ ଭଉଣୀ ସହ ତିକ୍ତତା ବିଷୟରେ ଅବଗତ କରାଇଥିଲେ. ପ୍ରିୟଙ୍କା ଓ ତାଙ୍କ ପ୍ରେମିକ ମିଶି କୁତ୍ସାରଚନା କରି ଚକ୍ରାନ୍ତ କରିଥିଲେ ,ତେବେ ବଡ଼ ଭଉଣୀ ବାସନ୍ତି ଗୋଚ୍ଛାୟତ ଓ ତାଙ୍କ ମା ବାପା ଙ୍କୁ,ଦାଦା ଝିଅ ସାନ ଭଉଣୀ ର ରସିକିଆ ପ୍ରେମିକ ତନୁ ମହାନ୍ତି ଫୋନ କରି ବିଭିନ୍ନ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ସହ ବାସନ୍ତି ଙ୍କ ଫଟୋ କୁ ଆପତ୍ତିଜନକ ଭାବେ ଏଡିଟିଙ୍ଗ କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା I

    ଏଥିସହ ବାସନ୍ତି ଙ୍କ କିଛି ସମ୍ବେଦନଶିଳ ଫଟୋ କୁ ସାନ ଭଉଣୀ ର ପ୍ରେମିକ ରଖିଥିବା ଫୋନ ଯୋଗେ କହିଥିଲା. ଆଉ ଫଟୋ ଭାଇରାଲ କରିବାର ଧମକ ଦେଇ ତନୁ ମହାନ୍ତି ବାସନ୍ତୀ ଙ୍କୁ ଏକ ଲକ୍ଷ୍ୟ ଟଙ୍କା ମାଗିଥିଲା.. ଟଙ୍କା ନ ଦେଲେ ଫଟୋ ଭାଇରାଲ କରିବ ବୋଲି କହି ବ୍ଲାକମେଲିଙ୍ଗ କଲା.. ତେବେ ଯୁବତୀ ବାସନ୍ତି ଗୋଛାୟତ ଙ୍କ ପାଇଁ ନିଜ ଭଉଣୀ ଓ ତା ପ୍ରେମିକ ବଇରୀ ସାଜିବାରୁ ବାଧ୍ୟ ହୋଇ ବାସନ୍ତି ଗୋଚ୍ଛାୟତ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ରେ ଅଭିଯୋଗ କରିଛନ୍ତି. ଘଟଣା ପରେ ପୋଲିସ ଅଢଙ୍ଗା ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି I

  • ବର୍ଷା ଯୋଗୁଁ ଧସେଇ ଗଲା ଖାନନଗର ମାଇନର ପୋଲ , କେନ୍ଦ୍ରାପଡ଼ାରୁ କଟକ ଯାତାୟାତ ଠପ୍

    ବର୍ଷା ଯୋଗୁଁ ଧସେଇ ଗଲା ଖାନନଗର ମାଇନର ପୋଲ , କେନ୍ଦ୍ରାପଡ଼ାରୁ କଟକ ଯାତାୟାତ ଠପ୍

    କେନ୍ଦ୍ରାପଡ଼ା ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ଆଜି ସକାଳୁ ଡେରାବିଶ ଖାନ ନଗର କାରଣ୍ଡିଆ ନଦୀ ବ୍ରାଞ୍ଚ କେନାଲର ଖାନନଗର ପୋଲ ଓ ଆରଡ଼ି ରୋର୍ଡ ଦବି ଯାଇଛି । ରାସ୍ତା ଧସେଇ ଯିବାରୁ ରାସ୍ତାରେ ପ୍ରାୟ ପାଞ୍ଚ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ପୋଲ ଟି ସତୁରି ବର୍ଷରୁ ଉର୍ଦ୍ଧ ସମୟ ହେବ ମରାମତି ହୋଇ ନଥିବା ବେଳେ ପୋଲର ଉନ୍ନତି କରଣ ପାଈଁ ଏକ ବର୍ଷ ପୂର୍ବେ ଟେଣ୍ଡର ହୋଇଥିଲା । କିନ୍ତୁ କଣ୍ଟ୍ରାକ୍ଟରଙ୍କ ଅବହେଳା ଓ ଆରଡ଼ି ଡିପାର୍ଟମେଣ୍ଟର ଦାଇତ୍ୱହୀନତା ଯୋଗୁ ପୋଲ ଓ ରାସ୍ତା ମରାମତି କାର୍ଯ୍ୟ ଆଜି ପର୍ଯ୍ଯନ୍ତ ଆରମ୍ଭ ହୋଇ ପାରିନାହିଁ ।

    ରାସ୍ତା ଟି କେନ୍ଦ୍ରାପଡା ରୁ କଟକ କୁ ସଂଯୋଗ କରୁଥିବା ବେଳେ ଦିନକୁ ହଜାର ହଜାର ଗାଡି ଏହି ରାସ୍ତା ଦେଇ ଜା ଆସ କରିଥାନ୍ତି । କିନ୍ତୁ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

  • କେଉଁଠୁ ଆସୁଛି ଏହି ଗାଁକୁ ରହସ୍ୟମୟ ଚିଠି ? ଆତଙ୍କିତ ହୋଇ ଏରିଆ ଛାଡି ପଳାଉଛନ୍ତି ଲୋକେ

    କେଉଁଠୁ ଆସୁଛି ଏହି ଗାଁକୁ ରହସ୍ୟମୟ ଚିଠି ? ଆତଙ୍କିତ ହୋଇ ଏରିଆ ଛାଡି ପଳାଉଛନ୍ତି ଲୋକେ

    ଅନେକ ଥର ଏପରି ଖବର ଆସେ ଯେଉଁଥିରେ କାହାକୁ ଧମକପୂର୍ଣ୍ଣ ଚିଠି ଆସିଥାଏ କିମ୍ବା ବାରମ୍ବାର ଏହା ଆସିଥାଏ | ଅନେକ ଥର କାହାର ଖାସ ଶତ୍ରୁ ତାଙ୍କୁ ଏପରି କାର୍ଯ୍ୟରେ ଭୟଭୀତ କରିବାକୁ ଚେଷ୍ଟା କରିଥାଏ | କିନ୍ତୁ ସମ୍ପ୍ରତି ଇଂଲଣ୍ଡର ପୂର୍ବ ୟର୍କସାୟାରରୁ କିଛି ଅଦ୍ଭୁତ ଏବଂ ଭୟାନକ ଖବର ସାମ୍ନାକୁ ଆସିଛି |

    ଏଠାରେ ଥିବା ସିପଟନଥର୍ପେ ଗାଁର ପ୍ରାୟ ସମସ୍ତ ଲୋକଙ୍କ ପାଖକୁ ପ୍ରାୟ ୨ ବର୍ଷ ଧରି ଏପରି ରହସ୍ୟମୟ ଚିଠି ଆସୁଅଛି । ଅଜ୍ଞାତ ଲେଖକଙ୍କ ଏହି ଚିଠି ଗୁଡ଼ିକୁ ଅଶ୍ଳୀଳ, ବ୍ୟକ୍ତିଗତ ଏବଂ ଟାର୍ଗେଟେଡ୍ ଭାବରେ ବର୍ଣ୍ଣନା କରାଯାଉଛି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହମ୍ବର୍ସାଇଡ୍ ପୋଲିସ୍ ଧମକପୂର୍ଣ୍ଣ ତଥା ଗାଳିଗୁଲଜ ଚିଠିର ଆଶ୍ଚର୍ଯ୍ୟ ଭରା ମାମଲାର ତଦନ୍ତ ଜାରି ରଖିଛି |

    ନାମ ଗୋପନ ରଖିବା ସର୍ତ୍ତରେ ଜଣେ ସ୍ଥାନୀୟ ମହିଳା ‘ସୋଫି’ କହିଛନ୍ତି ଯେ ଡିସେମ୍ବର ୨୦୨୨ ରେ ସେ ଏପରି ଏକ ଚିଠି ପାଇ ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଲି । ସେତେବେଳେ ସେ ୱାର୍ଡ କାଉନସିଲର ଭାବରେ କାର୍ଯ୍ୟ କରୁଥିଲେ ଏବଂ ଚିଠିର ବିଷୟବସ୍ତୁ ଉଦ୍ବେଗଜନକ ଥିଲା। ସେ ଏ ବିଷୟରେ ବିବିସି ସହିତ କଥା ହୋଇଥିଲେ। ତାଙ୍କ କହିବାନୁସାରେ, ଚିଠି ଲେଖୁଥିବା ବ୍ୟକ୍ତି ମୋତେ ଚରିତ୍ରହୀନ ବୋଲି କହୁଥିଲେ। ଏଥିରେ କୁହାଯାଇଛି ଯେ ରାଜନୀତିରେ ଆଗକୁ ବଢିବା ପାଇଁ ଏକମାତ୍ର ଉପାୟ ହେଉଛି ଭୁଲ ପଥରେ ଯିବା।

    ହମ୍ବରସାଇଡ୍ ପୋଲିସ୍ ବିସିସିଆଇକୁ ବିବୃତି ଦେଇଛି ଯେ ସେମାନେ ଏହି ଚିଠିଗୁଡ଼ିକ ବିଷୟରେ ସୂଚନା ପାଇଛନ୍ତି। ଫୋର୍ସର ଜଣେ ମୁଖପାତ୍ର କହିଛନ୍ତି ଯେ ସେହି ସମୟରେ ସିସିଟିଭି କ୍ୟାମେରା ମଧ୍ୟ ଯାଞ୍ଚ କରାଯାଇ ଏହି ଘଟଣାର ତଦନ୍ତ କରାଯାଇଥିଲା। ତଥାପି, କିଛି ହାତରେ ଲାଗି ନଥିଲା ଏବଂ ଅନୁସନ୍ଧାନ ଜାରି ରହିଛି ।

  • ଭୋକ-ଓପାସରେ ଜିପିଏଲଏଫ କର୍ମୀ, ୬ ମାସ ହେଲା ଦରମା ଠପ

    ଭୋକ-ଓପାସରେ ଜିପିଏଲଏଫ କର୍ମୀ, ୬ ମାସ ହେଲା ଦରମା ଠପ

    କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ବ୍ଲକର ଜିପିଏଲଏଫ (GPLF) ସଙ୍ଘ ନିଜର ବକେୟା ଦରମା ଓ ଚାକିରୀର କାର୍ଯ୍ୟ ସ୍ଥାୟିତ୍ବକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିଡ଼ିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ଦୀର୍ଘ ୬ମାସ ଧରି ମିଶନ ଶକ୍ତି ଅଧୀନରେ ନିୟୋଜିତ ମହିଳା କର୍ମଚାରୀଙ୍କୁ ଦରମା ନ ମିଳିବା କାରଣରୁ ସେମାନେ ବ୍ୟାଙ୍କଠାରୁ ଋଣ ନେଇ କିଣିଥିବା ସ୍କୁଟିର କିସ୍ତି ଦେଇପାରୁନାହାନ୍ତି କି ମୋବାଇଲ ରିଚାର୍ଜ କରିବାପାଇଁ ଭାଉଚରଟିଏ ମଧ୍ୟ ପକାଇପାରୁନାହାନ୍ତି ବୋଲି କହିଛନ୍ତି । ସରକାର କାର୍ଯ୍ୟ ଉପରେ କାର୍ଯ୍ୟ ଲଦି ଦେଉଛନ୍ତି କିନ୍ତୁ ସେମାନଙ୍କର ଦୁଃଖ ପ୍ରତି ନଜର ଦେଉନାହାଁନ୍ତି ବୋଲି ଜିପିଏଲଏଫ କର୍ମୀମାନେ ଦୁଃଖର ସହ ପ୍ରକାଶ କରିଛନ୍ତି।

    ପୂର୍ବ ସରକାରଙ୍କ ସମୟରେ ଦରମା ଠିକ ସମୟରେ ମିଳୁଥିଲା କିନ୍ତୁ ଏବେ ୬ ମାସ ଧରି ଦରମା ନ ମିଳିବାରୁ ଗାଡ଼ି ମୋବାଇଲ ଅଚଳ ହେବାକୁ ବସିଲାଣି । ଗାଡ଼ିରେ ତେଲ ପକାଇବାକୁ ଟଙ୍କାଟିଏ ମିଳୁ ନଥିବାବେଳେ କାର୍ଯ୍ୟସାରି ଘରକୁ ଗଲେ କୁନି କୁନି ପିଲାମାନେ ମାଆ ହାତରେ ବିସ୍କୁଟ କିମ୍ବା ଚକୋଲେଟ ନପାଇ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ସେମାନେ ଏତେ ଦୁଃଖରେ ଥାଇ ଅନେକ ସମୟରେ ସ୍ୱାମୀମାନଙ୍କ ଠାରୁ ଗଞ୍ଜଣା ଶୁଣୁଥିବା କଥା ମଧ୍ୟ କହିଛନ୍ତି। ଦରମା ନମିଳିବାରୁ ବାଟଗଲା ଲୋକେ ବି ଟାହିଟାପରା କରିବାକୁ ପଛାଉ ନାହାଁନ୍ତି ବୋଲି ସେମାନେ କାନ୍ଦି କାନ୍ଦି କହିଛନ୍ତି। ଆଗାମୀ ୫ଦିନ ମଧ୍ୟରେ ସରକାର ସେମାନଙ୍କ ବକେୟା ଦରମା ପ୍ରଦାନ କରିବା ସହ କାର୍ଯ୍ୟସ୍ଥାୟିତ୍ୱ ଉପରେ ଦୃଷ୍ଟି ନଦେଲେ ସେମାନେ ଆସନ୍ତା ଅକ୍ଟୋବର ୧ତାରିଖ ଠାରୁ କଲମ ଛାଡ଼ ଆନ୍ଦୋଳନ କରି ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।

    ସେହିଭଳି ସୁବର୍ଣ୍ଣପୁର ଜ଼ିଲ୍ଲାର ଜି.ପି.ଏଲ.ଏଫ ମିଶନ ଶକ୍ତି କର୍ମୀ ସଂଘ ତରଫରୁ ଜ଼ିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ । ଜ଼ିଲ୍ଲାର ଛଟି ବ୍ଲକରୁ ସି.ଆର.ପି., ଜି.ପି.ଏଲ.ଏଫ,ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଙ୍କୁ ଦୀର୍ଘ ଛ ମାସ ହେଲା ଦରମା ମିଳିନି । ଓଡିଶା ସରକାରଙ୍କ ସମସ୍ତ ଯୋଜନାର ପ୍ରତେକ କାର୍ଯ୍ୟ ତୃଣମୂଳ ସ୍ତରରେ ରୁପାୟିତ କରି ଆସୁଛନ୍ତି।ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ସତ୍ୱେ ମଧ୍ୟ ଏନେଇ କିଛି ସୁଫଳ ମିଳିପାରିନାହିଁ । ଯଦି ସରକାର ଏହାର ସମାଧାନ ନ କରନ୍ତି ତେବେ ରାଜ ରାସ୍ତା କୁ ଉଲ୍ଲଇବାପାଇଁ ପାଇଁ ଚେତାବନୀ ଦେଇଛନ୍ତି ମହିଳାମାନେ ।

  • ପୂର୍ବତନ କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ୩ ଜଣ ବ୍ୟକ୍ତି ଗିରଫ

    ପୂର୍ବତନ କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ୩ ଜଣ ବ୍ୟକ୍ତି ଗିରଫ

    ଗତ ସୋମବାର ଦିନ ଯୋଡାର ପୂର୍ବତନ କାଉନସିଲର କିଶୋର ମହାନ୍ତିଙ୍କ ଉପରେ ସଙ୍ଘବଦ୍ଧ ଭାବରେ ହୋଇଥିବା ମରଣାନ୍ତକ ଆକ୍ରମଣ ମାମଲାରେ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ ।


    ଅଭିଯୋଗ ଅନୁସାରେ, ଯୋଡାର ପୂର୍ବତନ କାଉନସିଲର କିଶୋର ମହାନ୍ତି ଓ ତାଙ୍କ ଭଣଜା ପ୍ରକାଶ ମହାନ୍ତି କୋର୍ଟ କାମ ସାରି ଘରକୁ ଫେରୁଥିବା ସମୟରେ ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଜଙ୍ଗଲ ପାଖରେ ପୂର୍ବରୁ ଲୁଚି ରହିଥିବା ବଡ଼ବିଲର ଟିଟୁ ପାତ୍ର ଏବଂ ଯୋଡାର ଘାଷି ପାତ୍ରଙ୍କ ସହିତ ଅନ୍ୟ ୧୧ ଜଣ ଦୁର୍ବୃତ୍ତ ହାତରେ ଖଣ୍ଡା ଓ ଅନ୍ୟାନ୍ୟ ମରଣାସ୍ତ୍ର ଧରି କିଶୋର ମହାନ୍ତିଙ୍କୁ ଜୀବନରେ ମାରିଦବାକୁ ଉଦ୍ୟମ କରିଥିଲେ । ଏହି ସମୟରେ, ତାଙ୍କ ଭଣଜା ପ୍ରକାଶ ସେଠାରୁ ଜୀବନ ବଞ୍ଚାଇ ଦଉଡି ପଳାଇଥିଲେ ।

    କିଶୋର ମହାନ୍ତିଙ୍କୁ ଟିଟୁ ପାତ୍ର, ଘାଷି ପାତ୍ରଙ୍କ ସହିତ ତାଙ୍କ ଅନ୍ୟ ସହଯୋଗୀ ଖଣ୍ଡା ସହିତ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ବାରମ୍ବାର ହାଣି ଲହୁଲୁହାଣ କରିବାପରେ କିଶୋର ମିରିଯାଇଥିବା ଭାବି ସେଠାରୁ ପଳାଇଥିଲେ । ଘଟଣାସ୍ଥଳରୁ ଯିବା ସମୟରେ, ଅଭିଯୁକ୍ତମାନେ କିଶୋର ମହାନ୍ତିଙ୍କର ଦୁଇଟି ମୋବାଇଲ ଫୋନ ଓ ତାଙ୍କ ପକେଟ ରୁ ୫,୦୦୦/- ଛଡାଇ ନେଇଥିଲେ । ଏହି ମାମଲାରେ ଚମ୍ପୁଆ ପୋଲିସ ବଡ଼ବିଲ ଥାନା ଠାକୁରାଣୀର ରାଜେଶ ପାତ୍ର, ଗାଡା ହଟ୍ଟିଙ୍ଗର ଭିକି ରାଜାକ, ବଡ଼ବିଲ ନ୍ୟୁ ମାର୍କେଟର ପେଟୁ ଓରଫ ମୋହନ ଲୋହାରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନିକଟରୁ ଆକ୍ରମଣ ବେଳେ ବ୍ୟବହୃତ ଗୋଟିଏ ବୋଲେରୋ ସହିତ ୩, ୦୦୦/ ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।

  • ଅବୈଧ ବିବୃତ୍ତି … ଦଳର ସାଂସଦ କଙ୍ଗନା ରଣାବତଙ୍କ ବିବୃତ୍ତି ଉପରେ ବିଜେପି ନେତାମାନେ କାହିଁକି ଉଠାଇଲେ ପ୍ରଶ୍ନ ?

    ଅବୈଧ ବିବୃତ୍ତି … ଦଳର ସାଂସଦ କଙ୍ଗନା ରଣାବତଙ୍କ ବିବୃତ୍ତି ଉପରେ ବିଜେପି ନେତାମାନେ କାହିଁକି ଉଠାଇଲେ ପ୍ରଶ୍ନ ?

    ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ନିଜ ଦଳର ସାଂସଦ କଙ୍ଗନା ରାନାୱତଙ୍କ ବିବୃତ୍ତିକୁ ଅଵୈଧ ବୋଲି କହିଛନ୍ତି। ଦଳର ବରିଷ୍ଠ ନେତାମାନେ କହିଛନ୍ତି ଯେ ତାଙ୍କ ବିବୃତ୍ତି ଯୁକ୍ତି ବାହାରେ। କୃଷକ ଆଇନ ସମ୍ପର୍କରେ କଙ୍ଗନା ରାନାୱତ ନିକଟରେ କହିଥିଲେ ଯେ ସରକାର ଏହି ତିନୋଟି ଆଇନକୁ ପୁନଃ କାର୍ଯ୍ୟକାରୀ କରିବା ଉଚିତ। ତେବେ ଏହି ବିବୃତ୍ତି ପରେ ତୁରନ୍ତ ସେ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି। ଦଳ (ବିଜେପି) ମଧ୍ୟ ଆନୁଷ୍ଠାନିକ ଭାବେ କଙ୍ଗନା ରାନାୱତଙ୍କ ଏହି ବିବୃତ୍ତିରୁ ନିଜକୁ ଦୂରେଇ ରଖିଥିଲା। ଦଳ ଏହି ବିବୃତ୍ତିରେ ଆପତ୍ତି ଉଠାଇବା ପରେ କଙ୍ଗନା ରାନାୱତ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ବିବୃତ୍ତି।

    କଙ୍ଗନାଙ୍କ ବିବୃତ୍ତି ସମର୍ଥିତ ନୁହେଁ – ବିଜେପି

    ବିଜେପି ନେତା ଗୌରବ ଭାଟିଆ କଙ୍ଗନାଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ କୃଷି ଆଇନ ଉପରେ କଙ୍ଗନା ଦେଇଥିବା ବିବୃତ୍ତି ତାଙ୍କର ବ୍ୟକ୍ତିଗତ ମତ। ତାଙ୍କୁ ବିଜେପି ପକ୍ଷରୁ ଏଭଳି ବିବୃତ୍ତି ଦେବାକୁ ଅନୁମତି ନାହିଁ। କଙ୍ଗନା ଏହା ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି। ଗୌରବ ଭାଟିଆ X ପୋଷ୍ଟରେ କହିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କୃଷି ବିଲ ଉପରେ କଙ୍ଗନା ଙ୍କ ବିବୃତ୍ତିକୁ ବିଜେପି ସମର୍ଥନ କରୁନାହିଁ। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହା ହେଉଛି ତାଙ୍କର ବ୍ୟକ୍ତିଗତ ବିବୃତ୍ତି | କଙ୍ଗନା ରାନାୱତଙ୍କୁ ବିଜେପି ପକ୍ଷରୁ ଏଭଳି ବିବୃତ୍ତି ଦେବାକୁ ଅନୁମତି ଦିଆଯାଇ ନାହିଁ ଏବଂ ଏହା କୃଷି ବିଲ ଉପରେ ବିଜେପିର ଦୃଷ୍ଟିକୁ ପ୍ରତିଫଳିତ କରେ ନାହିଁ | ଆମେ ଏହି ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରୁଛୁ |

    ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ତାଙ୍କ ବିବୃତ୍ତିକୁ ସହଜରେ ଗ୍ରହଣ କରିପାରିନାହିଁ ପାର୍ଟି

    ସାଂସଦ କଙ୍ଗନା ରାଣାଓତଙ୍କ ବିବୃତ୍ତିରେ ଦଳ ଅସନ୍ତୋଷ ଅନୁଭବ କରିବା ଏହା ପ୍ରଥମ ଘଟଣା ନୁହେଁ। ଗତ ଏକ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଘଟିଛି | ଗତଥର କଙ୍ଗନା ରାନାୱତ କୃଷି ଆଇନ ବିରୋଧରେ ଏହି ଆନ୍ଦୋଳନକୁ ବାଂଲାଦେଶ ଆଡକୁ ଭାରତରେ ଶକ୍ତି ପରିବର୍ତ୍ତନ ପାଇଁ ଏକ ଷଡଯନ୍ତ୍ର ବୋଲି କହିଥିଲେ। ଏହି ଆନ୍ଦୋଳନ ସମୟରେ ବଳାତ୍କାର ଓ ହତ୍ୟା ଅଭିଯୋଗ ମଧ୍ୟ କରାଯାଇଥିଲା। ଏହି ବିବୃତ୍ତି ସହିତ ବିଜେପି କେବଳ କଙ୍ଗନାଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖିନାହିଁ ବରଂ ତାଙ୍କ ବିବୃତ୍ତି ଦେବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବାକୁ ମଧ୍ୟ ପରାମର୍ଶ ଦେଇଛି।

  • ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି

    ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି

    ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ବି ପ୍ରବଳ ବର୍ଷିବ । ବିଶେଷ କରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ସୁନ୍ଦରଗଡ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ସତର୍କତା ଜାରି ହୋଇଛି । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି । ବର୍ଷାର ପରିମାଣ କମିଲେ ମଧ୍ୟ ବଜ୍ରପାତଜନିତ ବର୍ଷା ଜରି ରହିବ। ବିଶେଷ କରି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଶନିବାରଠାରୁ ବର୍ଷା ପ୍ରକୋପ କମିବ ।

    ରବିବାରଠାରୁ କାଁ ଭାଁ ବର୍ଷା ହୋଇପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବୁଧବାର ଘୂର୍ଣ୍ଣିବଳୟ ଛତିଶଗଡ଼ ଓ ଆଖାପାଖ ଅଞ୍ଚଳ ଉପରେ ଥିଲା । ଏହା ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ବହୁ ସ୍ଥାନରେ ଲଗାଣ ବର୍ଷା ହୋଇଛି । ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ୨ ଦିନ ପାଗ ଆଂଶିକ ମେଘୁଆ ରହିବ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ମାତ୍ର ଶୁକ୍ରବାରଠାରୁ ବର୍ଷା ପରିମାଣ କ୍ରମଶଃ କମିବ । ପରେ ବେଳେବେଳେ ପାଗ ଖରାଟିଆ ସହ କିଛି ବର୍ଷା ହୋଇପାରେ ।

  • ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଓ କାର୍ଯ୍ୟ ବନ୍ଦ ଡାକରା

    ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଓ କାର୍ଯ୍ୟ ବନ୍ଦ ଡାକରା

    ସରକାରଙ୍କ ବିଭିନ୍ନ ସମୟରେ ମହିଳାଙ୍କୁ ସମ୍ମାନ ଓ ଅଗ୍ରାଧିକାର ଦେଇ ଆସୁଥିବାବେଳେ ଚଳିତ ସରକାର ଓଡିଶା ଜୀବିକା ମିଶନଶକ୍ତି ମହିଳାଙ୍କ ପ୍ରତି ବୈମାତୃଭାବ ପୋଷଣ କରିଛି ଯାହା ସେମାନଙ୍କ ଦୀର୍ଘ ଦିନ ଧରି ମହିଳାଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସାମିଲ କରି ମହିଳାଙ୍କୁ ସ୍ୱାଵିଲୋମ୍ବି କରିଆସୁଥିବା ବେଳେ ଚଳିତ ସରକାର ସେମାନଙ୍କୁ ଉପେକ୍ଷା କରି ତାଙ୍କ ୬ ମାସର ପାରିଶ୍ରମିକ ବକେୟା ପ୍ରଦାନ କରିନଥିବା ହେତୁ ସଂଘ ପକ୍ଷରୁ ସରକାରୀ ବିରୁଦ୍ଧ ବିକ୍ଷୋଭ ପ୍ରଦର୍ଶନ ସମଗ୍ର ରାଜ୍ୟ ବ୍ୟାପି କରାଯାଉଛି ବୋଲି ପ୍ରକଶ କରାଯାଇଛି।

    ୨୦୧୪ ମାର୍ଚ୍ଚ ମାସ ଠାରୁ ୨୦୨୪
    ମାର୍ଚ୍ଚ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇଥିବାବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସାରା ରାଜ୍ୟରେ କାର୍ଯ୍ୟରତ ଉକ୍ତ କର୍ମଚାରୀ ଙ୍କୁ ପାରିଶ୍ରମିକ ସହାୟତା କି ଅନ୍ୟ କୌଣସି ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ଉକ୍ତ ପାରିଶ୍ରମିକ ପ୍ରଦାନ ନିମନ୍ତେ ସଙ୍ଘ ପକ୍ଷରୁ ଏକାଧିକ ଥର ପ୍ରଶାସନ ର ଦ୍ୱାରାସ୍ତ ହେଇଥିବା ବେଳେ ଏଯାବତ କୌଣସି ସୁଫଳ ମିଳିପାରୁ ନାହିଁ । ଏସଂକ୍ରାନ୍ତ ରେ କାଶୀପୁର ବ୍ଲକ ସଦର ମହକୁମା ରେ ସଙ୍ଘ ସମୂହ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ ସ୍ଥାନୀୟ ବିଡ଼ିଓ ଡ଼ଃ ଅମୃତ ରାଉଳ ଙ୍କୁ ଉକ୍ତ ସମସ୍ୟା ର ତୁରନ୍ତ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି। । ହେଲେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ସମସ୍ୟା ର ସମାଧାନ ହେତୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଭବିଷ୍ୟତ ରେ ସ୍ଥିତି ଭୟାବହ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରିଥିବା ସଙ୍ଘ ପକ୍ଷରୁ ପ୍ରକାଶ ପାଇଛି । ଏହିପରି ଓଏଲଏମ, ବିପିଏମ , ସିଡିପିଓ ଏବଂ ମିଶନଶକ୍ତି ବିପିସିଙ୍କୁ ମଧ୍ୟ ଦାବି ସମୂହ ପ୍ରଦାନ କରାଯାଇଥିଲା। କାଶୀପୁର ବ୍ଲକ ଓଡିଶା ଜୀବିକା ମିଶନ ଶକ୍ତି ସଙ୍ଘର ସପକ୍ଷରେ ଅନ୍ତର୍ଜାତୀକ ମାନବଧିକାର ରକ୍ଷକ ରାୟଗଡା ଜିଲ୍ଲା ଯଇଣ୍ଟ ସେକ୍ରେଟାରୀ ଶ୍ରୀ ସଦନ ମାଝୀ ସ୍ୱରୂଉତଳନ କରିଥିଲେ।

    କାଶୀପୁର ବ୍ଲକ ର ଓଡିଶା ଜୀବିକା ମିଶନଶକ୍ତି ସଂଘ ର କମ୍ୟୁନିଟି ସପୋର୍ଟ ଷ୍ଟାପ ର ପ୍ରାୟ ୪ ସହ ୮୦ ଜଣ ମହିଳା କର୍ମଚାରୀ ବିକ୍ଷୋଭ ରେ ସାମିଲ ହେଇଥିଲେ।

  • ୱାକଫ ବିଲରେ ଦେଶକୁ ବିଭ୍ରାନ୍ତ କରିବାକୁ ଷଡଯନ୍ତ୍ର! ଚୀନ୍, ପାକିସ୍ତାନରୁ ଜାକିର ନାୟକ ପର୍ଯ୍ୟନ୍ତ ଏହା ପଛରେ

    ୱାକଫ ବିଲରେ ଦେଶକୁ ବିଭ୍ରାନ୍ତ କରିବାକୁ ଷଡଯନ୍ତ୍ର! ଚୀନ୍, ପାକିସ୍ତାନରୁ ଜାକିର ନାୟକ ପର୍ଯ୍ୟନ୍ତ ଏହା ପଛରେ

    ୱାକଫ ସଂଶୋଧନ ବିଲ୍ ଉପରେ ପରାମର୍ଶ ଦେବାର ଶେଷ ତାରିଖ ଶେଷ ହୋଇଛି। ଏହି ସମୟରେ, ବୁଧବାର (ସେପ୍ଟେମ୍ବର ୨୫) ରେ ମିଳିତ ସଂସଦ କମିଟି (ଜେପିସି) ସଦସ୍ୟ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ପରାମର୍ଶ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେପିସିର ବରିଷ୍ଠ ସଦସ୍ୟ ନିଶିକାନ୍ତ ଦୁବେ ୱାକଫ ସଂଶୋଧନ ବିଲ୍ ଉପରେ ଜେପିସି ସଭାପତି ଜଗଦମ୍ବିକା ପାଲଙ୍କୁ ଚିଠି ଲେଖିଛନ୍ତି।

    ନିଶିକାନ୍ତ ଦୁବେ ଜଗଦମ୍ବିକା ପାଲଙ୍କୁ ଏକ ଚିଠି ଲେଖି ଗୁରୁତର ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ ଜେପିସି ଗ୍ରହଣ କରିଥିବା ୧ କୋଟି ୨୫ ଲକ୍ଷ ଚିଠିର ଭାଷା ସମାନ, ଯେଉଁଥିରେ ୱାକଫ ସଂଶୋଧନ ବିଲ୍ ତୁରନ୍ତ ପ୍ରଭାବରୁ ବାତିଲ କରାଯିବା ଉଚିତ ବୋଲି କୁହାଯାଇଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ଏହି ପରାମର୍ଶ ପଠାଯିବାର ସମ୍ଭାବନା ଥାଇପାରେ | ଦୁବେଙ୍କ କହିବାନୁସାରେ, ଏହାକୁ ଅନ୍ତର୍ଜାତୀୟ ସ୍ତରରେ ନିୟନ୍ତ୍ରଣ କରାଯାଉଛି ଏବଂ ଦେଶ ଭିତରେ ଥିବା ବାୟୁମଣ୍ଡଳକୁ ଖରାପ କରିବା ପାଇଁ ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର କରାଯାଉଛି | ଏହି ଚିଠିରେ ସେ ଏହାକୁ ଜାତୀୟ ସାର୍ବଭମତ୍ୱ ପ୍ରତି ବିପଦ ବୋଲି କହିଛନ୍ତି।

    ଷଡଯନ୍ତ୍ର ପଛରେ ଆନ୍ତର୍ଜାତୀୟ ଇସଲାମ ସଂଗଠନ

    ଯୁଗ୍ମ ସଂସଦୀୟ କମିଟିର ସଭାପତି ଜଗଦମ୍ବିକା ପାଲଙ୍କୁ ଲେଖାଯାଇଥିବା ଚିଠିରେ ନିଶିକାନ୍ତ ଦୁବେ କହିଛନ୍ତି ଯେ ଦେଶର ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଥିବା ଆନ୍ତର୍ଜାତୀୟ ଇସଲାମ ସଂଗଠନ ଏହା ପଛରେ ଅଛି । ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ ପଳାତକ ଇସଲାମିକ ମୌଳିକବାଦୀ ଜାକିର ନାୟକ ଏବଂ ଅନ୍ୟମାନେ ଆମ ଦେଶର ଯୁବକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବିସ୍ତାର କରିବାକୁ ଏବଂ ୱାକଫ ସଂଶୋଧନ ବିଲ୍ ମାଧ୍ୟମରେ ସେମାନଙ୍କୁ ସରକାରଙ୍କ ବିରୋଧରେ ଆଣିବାକୁ ଯୋଜନା କରୁଛନ୍ତି।