ପାରାଦୀପ ଇଫକୋ ଛକ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ସୂଚନାମିଳିଛି । ସକାଳ ସମୟରେ ଜଣେ ସ୍କୁଟି ଆରୋହୀ ଅଠରବାଙ୍କି ମେଡିକାଲକୁ ଯାଉଥିବା ବେଳେ ପଛପଟୁ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟି ଆରୋହୀ ତଳେ ପଡିଯାଇଥିବା ସମୟରେ ଟ୍ରକଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ତେବେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରି ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରିଛନ୍ତି । ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ନୟାଗଡ ଗଣିଆ ଥାନା ଅଞ୍ଚଳର କିଶୋର ଶିରୋମଣୀ ହୋଇଥିବା ବେଳେ ସେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଟ୍ରକ୍ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
Category: #PARADEEPNEWS
-

ନଡିଆ ଗଛ ପଡି ଜଣେ ମହିଳା ମୃତ
ନଡିଆଗଛ ଭାଙ୍ଗିପଡିବାରୁ ଜଣେ ମହିଳା ମୃତ । ୪ ଜଣ ଗୁରୁତର । ଘଟଣା ଘଟିଛି କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ । ଗତକାଲି ରାତିରେ ରାମଲୀଳା ଚାଲୁଥିବା ବେଳେ ଘଟିଛି ଅଘଟଣ । ନଡିଆଗଛରେ ରଶି ବାନ୍ଧି ଟ୍ରାକ୍ଟର ରେ ଭିଡୁଥିବା ବେଳେ ଭାଙ୍ଗିପଡିଥିଲା ନଡ଼ିଆ ଗଛ। ସୂଚନା ମୁତାବକ ରାମଲିଳାରେ ହନୁମାନ ଚରିତ୍ରକୁ ନେଇ ନଡ଼ିଆ ଗଛ ରେ ରଶି ବାନ୍ଧୁ ଥିବା ବେଳେ ହଠାତ୍ ନଡ଼ିଆ ଗଛଟି ଭାଙ୍ଗି ପଡିଥିଲା । ଘଟଣା ସ୍ଥଳରେ ଜଣେ ମହିଳା ଦର୍ଶକ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଗୁରୁତର ହୋଇଥିଲେ । ତେବେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବାପରେ ବିଳମ୍ବିତ ରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ର କାମକୁ ବାଡେଇ ଭାଙ୍ଗିଦେଇଥିଲେ । ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୃତ ମହିଳା ଜଣଙ୍କ ସମାଗୋଳ ଅଞ୍ଚଳର ହୋଇଥିବା ସୂଚନା । ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ର ତଦନ୍ତ ଆରମ୍ଭ ।
-

ପାରାଦ୍ଵୀପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ
ପାରାଦ୍ଵୀପ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ପୌରପରିଷଦ ଅଧ୍ୟକ୍ଷ ତଥା ପାରାଦ୍ଵୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ଵାଳଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଠରବାଙ୍କି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ପୌରପରିଷଦ ଅଧ୍ୟକ୍ଷ ତଥା ପାରାଦ୍ଵୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ଵାଳଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଠରବାଙ୍କି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏକ ସଭାର ଆୟୋଜନ କରାଯାଇଥିଲା । ପୂର୍ବତନ ପରିଷଦ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା ଓ ପରିଷଦ ଯୋଗ ଦେଇଥିଲେ ।

ଓଡ଼ିଶାକୁ ସମୃଦ୍ଧି ପଥକୁ ଆଗେଇ ନେବାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ସେ ଦଳମତ ନିର୍ବିଶେଷରେ ରାଜନୀତି ଠାରୁ ବହୁ ଉର୍ଦ୍ଧ୍ୱରେ । କିନ୍ତୁ ଓଡ଼ିଶାର ଲୋକଙ୍କ ମନରୁ ବିଜୁ ପଟ୍ଟନାୟକଙ୍କୁ ହଟାଇବା ପାଇଁ ବର୍ତ୍ତମାନ ର ବିଜେପି ସରକାର ହୀନ ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ଓଡ଼ିଶାର ସାଧାରଣ ଲୋକେ କେବେ ଗ୍ରହଣ କରିବେ ନାହିଁ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ମହିଳାମାନେ ଆଜି ଅସୁରକ୍ଷିତ ହୋଇପଡିଛନ୍ତି । ଯାହାର ବିରୋଧ କରିବ ବିଜେଡି , ରାଜ୍ୟ ସରକାରଙ୍କ ଅସଲ ଚେହେରା କୁ ଖୁବଶିଘ୍ର ସାଧାରଣ ଲୋକଙ୍କ ନିକଟରେ ବିଜେଡି ପହଞ୍ଚାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ନେତା ।
-

ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ପାରାଦ୍ଵୀପରେ ମାଗଣା ସ୍ୱାସ୍ଥ୍ୟସେବା କେନ୍ଦ୍ର

ପାରାଦ୍ଵୀପ ବନ୍ଦର ଲେଡିଜ କ୍ଲବ ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ଶ୍ରୀ ସାଇ ହସ୍ପିଟାଲ ସହଯୋଗରେ ମାଗଣା ସ୍ବାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି। ପାରାଦ୍ଵୀପ ପୋର୍ଟ କ୍ଲବ ପରିସରରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ୟ ଶିବିରରେ ୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଚିକିତ୍ସା ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ଶିବିରରେ ମେଡିସିନ ବିଶେଷଜ୍ଞ, ଦନ୍ତ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଯୋଗ ଦେଇ ପାରାଦ୍ଵୀପ ର ବିଭିନ୍ନ ବସ୍ତି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏଥିସହିତ ବ୍ଲଡ଼ ପ୍ରେସର ଓ ସୁଗାର ରୋଗର ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ଲେଡିଜ କ୍ଲବର ସମ୍ପାଦିକା ଦୀପିକା ବସନ୍ତିଆ ପରିଚାଳନା କରିଥିଲେ।
-

ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ (ଓମ୍ଫା)ର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ତିନିବର୍ଷକୁ ଥରେ ନିର୍ବାଚନ ହେଉଥିବା ଏହି ସଙ୍ଘର ୯ ଟି ପଦବି ପାଇଁ ଚଳିତବର୍ଷ ଦୁଇଟି ପ୍ୟାନେଲରୁ ୧୮ ଜଣ ପ୍ରତିଦ୍ବନ୍ଦ୍ବୀ ପାରାଦ୍ଵୀପ ସ୍ଥିତ ଓମ୍ଫା କାର୍ଯ୍ୟାଳୟରେ ପ୍ରାଥିପତ୍ର ଦାଖଲ କରିଛନ୍ତି। ଗୋଟିଏ ପ୍ୟାନେଲର ସଭାପତି ପ୍ରାଥି ଅମରଜିତ୍ ଜେନାଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ପ୍ରାଥି ରଶ୍ମି ରଂଜନ ପରିଡ଼ା, ଉପସଭାପତି ପ୍ରାଥି ବିଜୟ ମହାନ୍ତି, କୋଷାଧ୍ୟକ୍ଷ ପ୍ରାଥି ସରୋଜ ପ୍ରଧାନ ଙ୍କ ସମେତ ସମସ୍ତ ପ୍ରାର୍ଥୀ ଓ ସଂଖ୍ୟାଧିକ ସଭ୍ୟ ଜଗନ୍ନାଥ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ଏକ ଶୋଭାଯାତ୍ରାରେ ପ୍ରାଥିପତ୍ର ଦାଖଲ କରିଥିଲେ।

ସେହିପରି ଅନ୍ୟ ପ୍ୟାନେଲ ର ସଭାପତି ପ୍ରାର୍ଥୀ ଶ୍ରୀକାନ୍ତ ପରିଡା ଙ୍କ ନେତୃତ୍ବରେ ସଂଖ୍ୟାଧିକ ସଭ୍ୟ ଓ ସମସ୍ତ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୩୦ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବା ସହିତ ଆସନ୍ତା ଏପ୍ରିଲ ୯ ତାରିଖରେ ଭୋଟ ଗ୍ରହଣ ଏବଂ ସନ୍ଧ୍ୟାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।
-

ପାରାଦ୍ବୀପରେ ଏନସିସି ନାଭାଲ ୱିଙ୍ଗ ପକ୍ଷରୁ ୯୪ତମ ଶହୀଦ ଦିବସ ପାଳିତ

ପାରାଦ୍ବୀପ ମହାବିଦ୍ୟାଳୟ ପରିସରରେ ଏନସିସି ନାଭଲ ଉଇଙ୍ଗ ପକ୍ଷରୁ ୯୪ ତମ ସହିଦ ଦିବସ ପାଳିତ ହୋଇଯାଇଛି। ଦେଶ ମାତୃକାର ସେବା ପାଇଁ ସହିଦ ହୋଇଥିବା ଭଗତ ସିଂ, ରାଜଗୁରୁ ଓ ସୁଖଦେବ ଇଂରେଜଙ୍କ ବଳୀରେ ଶହୀଦ ହୋଇଥିଲେ | ଏହି ଅମର ଦେଶପ୍ରେମୀଙ୍କୁ ମନେ ପକାଇବା ପାଇଁ ଦୀର୍ଘ ୯୪ ବର୍ଷ ଧରି ଶ୍ରଦ୍ଧାଞ୍ଜଳୀ ଦେଇଆସୁଛନ୍ତି ଭାରତବାସୀ। ଭାରତକୁ ସ୍ଵାଧୀନତା ଦେବାରେ ଏହି ୩ ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ଭୂମିକା ଥିଲା ଅତି ଗୁରୁତ୍ୱପୁର୍ଣ୍ଣ । ସେଥିପାଇଁ ସେମାନଙ୍କୁ ଅତି ନିର୍ମମ ଭାବରେ ଇଂରେଜ ସରକାର ଲାହୋରଠାରେ ଫାଶି ଖୁଣ୍ଟରେ ଝୁଲାଇ ଥିଲେ । ସହିଦ ଦିବସ ଅବସରରେ ଅତିଥି ମାନେ ସେହି ମହାନ ଆତ୍ମାଙ୍କର ସ୍ମୃତି ଚାରଣ କରିଥିଲେ।

ସେହିପରି ଦେଶର ଗର୍ବ ପାଇଁ ଶତ୍ରୁ ପାଖରେ ମୁଣ୍ଡ ନ ନୁଆଁଇ ଦେଶର ଧ୍ଵଜାକୁ କିପରି ଉପରକୁ ନିଆଯିବ ସେଥିପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବା ପାଇଁ ଅତିଥି ମାନେ ନିଜ ନିଜ ଅଭିଭାଷଣରେ କହିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପାରାଦୀପ ମୁଖ୍ୟ ଅର୍ଥ ପରାମର୍ଶଦାତା ଡି.ଏନ.ସୋନ୍ଧି, କ୍ୟାପେଟେନ ଏସ.ପି ପାଣୀଗ୍ରାହି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁସ୍ମିତା ଶତପଥି ଯୋଗଦେଇ ସହିଦଙ୍କ ଫଟୋରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।
