Category: #PARADEEPNEWS

  • ଅପୁତ୍ରିକ ସନ୍ତାନ ପ୍ରାପ୍ତି ପାଇଁ ଦ୍ୱିତୀୟା ଓଷା

    ଅପୁତ୍ରିକ ସନ୍ତାନ ପ୍ରାପ୍ତି ପାଇଁ ଦ୍ୱିତୀୟା ଓଷା

    ପିଲାମାନଙ୍କର ଶୁଭ ମନାସୀ ଏବଂ ଅପୁତ୍ରିକ ସନ୍ତାନ ପ୍ରାପ୍ତି ପାଇଁ ପାଳନ କରାଯାଇଥାଏ ଦ୍ୱିତୀୟା ଓଷା । ବିଶ୍ଵାସ ଅଛି ଏହି ଓଷା ପାଳନ କଲେ ପରିବାରର ମଙ୍ଗଳ ହୋଇଥାଏ । ତେବେ ଏହି ଓଷାରେ ବ୍ୟବହାର ହେଉଥିବା ପନିପରିବାକୁ ଘାଂଟ ଆକାରରେ ପ୍ରସ୍ତୁତ କରି ପରିବାର ସମେତ ସାହି ପଡାସାଙ୍କୁ ବଣ୍ଟା ଯାଇଥାଏ ।

    ସମସ୍ତଙ୍କ ମଧ୍ୟରେ ଭାଇଚାରା ରଖିବା ସହିତ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ପରମ୍ପରା ହେଉଛି ଦ୍ଵିତୀୟା ଓଷା ।

    ମହିଳା ମାନେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ପନିପରିବାକୁ ରଖି ପୂଜା କରିବା ପରେ ନିଜ ନିଜ ଘରେ ଘାଂଟ ପ୍ରସ୍ତୁତ କରିଥାନ୍ତି । ଏହି ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି ପାରାଦୀପ ପୋର୍ଟ ଲେଡିଜ କ୍ଲବର ସଦସ୍ୟାମାନେ । ନିଜ ଘରେ ପ୍ରସ୍ତୁତ କରି ଆଣିଥିବା ଘାଂଟ କୁ ପୋର୍ଟ କ୍ଲବର ସମ୍ମିଳନୀ କକ୍ଷରେ ସଜ୍ଜିତ କରି ରଖିବା ପରେ ବିଚାରକ ମାନେ ଏହାର ମାନ ପରଖିବା ସହିତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରିବା ସହିତ ପୁରଷ୍କୃତ କରିଥିଲେ ।

    ତେବେ ସମସ୍ତେ ଏକ ସ୍ଥାନରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ପାରାଦୀପ ଲେଡିଜ କ୍ଲବର ସଦସ୍ୟାମାନେ ଖୁସି ଜାହିର କରିଥିବା ବେଳେ ମୁଖ୍ୟ ଅତିଥି ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

  • ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ସବୁବେଳେ ଅନ୍ୟ ପାଇଁ ବଞ୍ଚୁଥିବା ସାମ୍ବାଦିକ ନିଜ ବିପଦ ସମୟରେ ଏକା ପଡ଼ିଯାଏ । ଯେଉଁ ଲୋକଙ୍କ ପାଇଁ ସିଏ ନିଜକୁ ଓ ନିଜ ପରିବାର କୁ ସମୟ ଦେଇ ପାରି ନଥାଏ , ସେଇ ସାମ୍ବାଦିକ ଟିର ଅସୁବିଧା ସମୟରେ ତାକୁ କେହି ଆହା ପଦେ କୁହନ୍ତି ନାହିଁ । ଦୂର୍ଘଟଣା କିମ୍ବା କୌଣସି ଗୁରୁତର ଅସୁସ୍ଥତା ସମୟରେ ସାମ୍ବାଦିକ ଟିଏ ଯେଉଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହାକୁ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

    ଟ୍ରଷ୍ଟ ର ଅଧ୍ୟକ୍ଷ ଅରୁଣ କୁମାର ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ଦିପ ମିଶ୍ର , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଯୋଗ ଦେଇ ଟ୍ରଷ୍ଟ ର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ର ମୁଖ୍ୟ ପରାମର୍ଶଦାତା ଗଗନ ବିହାରୀ ସାହୁ, ଆଇନ୍ ପରାମର୍ଶଦାତା କୈଳାସ ଚନ୍ଦ୍ର ସାହୁ ଟ୍ରଷ୍ଟ ର ନିରପେକ୍ଷ ଓ ସାମ୍ବାଦିକ ଙ୍କ ଇନ୍ସୁରାନ୍ସ ଉପରେ ଆଲୋଚନା କରିଥିଲେ । ସମ୍ପାଦକ ପ୍ରଶାନ୍ତ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ର ମୁଖପତ୍ର “ପରାଶର” ଉନ୍ମୋଚନ କରାଯାଇଥିଲା ।

    ପରେ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ କରାଯାଇଥିବି ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ପାରାଦ୍ଵୀପ ର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମାଜସେବୀ ଓ ସଂଗଠନ କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

  • ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଙ୍କ ବ୍ୟାଗରୁ ଗୁଳି ଜବତ

    ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଙ୍କ ବ୍ୟାଗରୁ ଗୁଳି ଜବତ

    ଆଇଓସିଏଲରେ ଯୁବକଙ୍କ ବ୍ୟାଗ ରୁ ମିଳିଲା ଗୁଳି । ତଲାସି ବେଳେ ବ୍ୟାଗ୍ ରୁ ଗୁଳି ଜବତ କରିଛି ସିଆଇଏସ‌ଏଫ । ଯୁବକ ଜଣଙ୍କ ଆଇଓସିଏଲରେ ଠିକା କାମରେ ନିଯୁକ୍ତ ଥିବା ଟେକନୋମାଉଣ୍ଟ କମ୍ପାନୀ ର ସୁପରଭାଇଜର ଦେବାଶିଷ ଦାସ ବୋଲି ଜଣାପଡିଛି ।

    ପାରାଦ୍ୱୀପ ରିଫାଇନାରୀ ୨ନଂ ଗେଟ୍ ଦେଇ ରିଫାଇନାରୀ ଭିତରକୁ ଯିବା ସମୟରେ ସିଆଇଏସଏଫ ଯବାନ ତଲାସି କରିଥିଲେ | ଏହି ସମୟରେ ବ୍ୟାଗ୍ ରୁ ଗୁଳି ବାହାରିଥିଲା । ଦେବାଶିଷକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅଭୟଚାନ୍ଦପୁର ପୋଲିସ ।

    ଆଇଓସିଏଲ ଏକ ସମ୍ବେଦନଶୀଳ କମ୍ପାନୀ ହୋଇଥିବାରୁ, ଏହା ଭିତରକୁ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ସମେତ କୌଣସି ସାମଗ୍ରୀ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ହେଲେ ସୁପରଭାଇଜର ଜଣଙ୍କ ନିଜ ବ୍ୟାଗ୍ ରେ କଣ ପାଇଁ ଗୋଟିଏ ଗୁଳି ନେଇଥିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

  • ଗଣେଷ ପୂଜା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ

    ଗଣେଷ ପୂଜା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ

    ଆରମ୍ଭ ହୋଇଛି ପାର୍ବଣ ଋତୁ । ସର୍ବାଗ୍ରେ ପୂଜା ପାଉଛନ୍ତି ବିଘ୍ନରାଜ ଗଣେଷ । ଗଣେଷ ପୂଜାକୁ ନେଇ ଚଳ ଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ପାରାଦୀପରେ ପାଖାପାଖି ୪୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନରାଜ ଗଣେଷ। ସେହିପରି ବିଭିନ୍ନ ସ୍କୁଲ ମାନଙ୍କରେ ପୂଜା ପାଉଛନ୍ତି ବାବା ଗଣେଷ। ସକାଳୁ ସକାଳୁ ଛାତ୍ର,ଛାତ୍ରୀମାନେ ନୂତନ ପୋଷାକ ପରିଧ୍ୟାନ କରି ହାତରେ ଭୋଗସାମଗ୍ରୀ ଧରି ସ୍କୁଲରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବାବା ଗଜାନନଙ୍କ ପୂଜା।

    ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ଆବାହନ କରାଯାଇଥିଲା ବାବା ଗଜାନନଙ୍କୁ। ହୋମ ଯଜ୍ଞରେ ପ୍ରକମ୍ପତ ହୋଇଥିଲା ପୂଜା ସ୍ଥାନ। ଛାତ୍ର,ଛାତ୍ରୀମାନେ ପୁଷ୍ପାଜଂଳି ଦେବା ସହିତ ନଡିଆ ଭାଙ୍ଗି ଗଜାନନଙ୍କ ସାନିଧ୍ୟ ଲାଭ କରିଥିଲେ। ଶେଷରେ ନିଜର ମନଷ୍କାମନା, ପରିବାରର ମଙ୍ଗଳ ଓ ସମାଜର ମଙ୍ଗଳ ପାଇଁ ବିଘ୍ନରାଜ ଗଣେଷଙ୍କ ନିକଟରେ ଆଳତି କରିବା ସହିତ ପ୍ରଣାମ କରିଥିଲେ ।

  • ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସେଫ୍ଟି ସରଞ୍ଜାମ ଯୋଗାଇ ଦିଆଯାଇଛି

    ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସେଫ୍ଟି ସରଞ୍ଜାମ ଯୋଗାଇ ଦିଆଯାଇଛି

    ମତ୍ସ୍ୟଜୀବୀ ଙ୍କ ଘର ହେଉଛି ସମୁଦ୍ର, ସ୍ଥଳଭାଗ ଅପେକ୍ଷା ସମୁଦ୍ର ରେ ସେମାନେ ଅଧିକ ସମୟ ବିତାଇ ଥାଆନ୍ତି। ତେଣୁ ସେମାନଙ୍କୁ ସଚେତନ କରାଇବା ସହିତ ବାତ୍ୟା କିମ୍ବା କୌଣସି ପ୍ରାକୃତିକ ଦୁର୍ବିପାକ ସମୟରେ ସମୁଦ୍ର ରେ କିଭଳି ନିଜର ଜୀବନ ରକ୍ଷା କରିପାରିବେ ସେଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସେଫ୍ଟି ସରଞ୍ଜାମ ଯୋଗାଇ ଦିଆଯାଇଛି। ପାରାଦ୍ଵୀପ ଜୟଦେବ ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଯୋଗଦେଇ ମତ୍ସ୍ୟଜୀବୀ ଏହି ସେଟ୍ଟି ସରଞ୍ଜାମ ପ୍ରଦାନ କରିଥିଲେ।

    ମତ୍ସ୍ୟଜୀବୀ ମାନେ ସମୁଦ୍ର ରେ ୧୦ ରୁ ୧୨ ଦିନ ରହି ମାଛ ଧରିଥାନ୍ତି। କିନ୍ତୁ କୈଣସି କାରଣ ବସତ ଯଦି ବୋଟ୍ ଖରାପ ହେଲା କିମ୍ବା ପ୍ରାକୃତିକ ଦୁର୍ବିପାକ ସମୟରେ ସମୁଦ୍ର ମଝିରେ ସେମାନେ ଜୀବନ ସହିତ ସଂଗ୍ରାମ କରିଥାନ୍ତି। ବୋଟ୍ ରେ ମାଲିକ ମାନଙ୍କ ଦ୍ବାରା ଦିଆଯାଉଥିବା ସେଫ୍ଟି ସରଞ୍ଜାମ ଉଚ୍ଚକୋଟୀର ହେଉନଥିବା ବେଳେ, ରାଜ୍ୟ ସରକାର ଏଥିପାଇଁ ତତ୍ପର ହୋଇଛନ୍ତି। ରାଜ୍ୟର ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ମତ୍ସ୍ୟଜୀବୀ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

    ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ , କୁଜଙ୍ଗ ମତ୍ସ୍ୟ ଅଧିକାରୀ, ପାରାଦ୍ଵୀପ ମାଛଧରା ବନ୍ଦର ର ଅଧିକାରୀ ଙ୍କ ସହିତ ବହୁ ମତ୍ସ୍ୟଜୀବୀ ସଂଗଠନ ଯୋଗଦେଇଥିଲେ।

  • ଶିଳ୍ପ ନଗରୀ ପାରାଦ୍ଵୀପରେ ସ୍ବାଧିନତା ଦିବସ ପାଳିତ

    ଶିଳ୍ପ ନଗରୀ ପାରାଦ୍ଵୀପରେ ସ୍ବାଧିନତା ଦିବସ ପାଳିତ

    ବନ୍ଦର ଭିତ୍ତିକ ଶିଳ୍ପ ନଗରୀ ପାରାଦ୍ଵୀପ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ବିଭିନ୍ନ କମ୍ପାନୀ ଓ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଖୁବ୍ ଉତ୍ସାହର ସହ ଦେଶର ଏହି ମହାନ୍ ପର୍ବ ପାଳିତ ହୋଇଛି। ପାରାଦ୍ଵୀପ ବନ୍ଦର ପକ୍ଷରୁ ଗୋପବନ୍ଧୁ ଷ୍ଟାଡିୟମ ରେ ଆୟୋଜିତ ମିଳିତ ପ୍ୟାରେଡରେ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଦେଶର ଏକ ନମ୍ବର ମେଜର ପୋର୍ଟ ର ମାନ୍ୟତା ହାସଲ କରିଥିବା ପାରାଦ୍ଵୀପ ବନ୍ଦର ର କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଥିଲେ।

    ସେହିପରି ପାରାଦ୍ଵୀପ ଇଫକୋ କାରଖାନା ପକ୍ଷରୁ ଆୟୋଜିତ ସ୍ବାଧିନତା ଦିବସ ଅବସରରେ ଇଫକୋ ୟୁନିଟ୍ ମୁଖ୍ୟ ପି କେ ମହାପାତ୍ର ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ପତାକା ଉତ୍ତୋଳନ କରିଥିଲେ। ଏଥିସହିତ ଭାରତୀୟ କୃଷି କ୍ଷେତ୍ରକୁ ଇଫକୋ ର ଅବଦାନ ଓ କର୍ମଚାରୀ ମାନଙ୍କ ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ନାନୋ ଫର୍ଟିଲାଇଜର କୁ ନେଇ ଭାରତୀୟ କୃଷକ ମାନେ ସାରା ବିଶ୍ବରେ ନିଶ୍ଚିତ ଆଗୁଆ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ଇଫକୋ ର ବିଭିନ୍ନ ବିଭାଗରେ ଭଲ କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଥିଲେ।

  • ଅନଲାଇନ ପ୍ରେମ ପଡିଲା ମହଙ୍ଗା

    ଅନଲାଇନ ପ୍ରେମ ପଡିଲା ମହଙ୍ଗା

    ଅନଲାଇନ ପ୍ରେମର ଏକ ଅଭାବନୀୟ ଦୃଶ୍ୟ କୁ ନେଇ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ନିକଟ ତାନ୍ତେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳାଙ୍କ ବେକ କଟିଦେଲେ ଯୁବକ । ମୋବାଇଲ ରୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଆଜି ଯୁବକ ଜଣଙ୍କ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଉଭୟ କଥା ହେଉଥିବା ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଯୁବକ ଜଣଙ୍କ କୌଣସି ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟି ଦେଇଥିଲେ ।

    ମହିଳା ଜଣଙ୍କ ରାସ୍ତା କଡ଼ରେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବରପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକ ଜଣଙ୍କୁ କୁଜଙ୍ଗ ଥାନାରେ ଅଟକ ରଖାଯାଇଛି । ଯୁବକଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି ।

  • ପ୍ରଜାପିତା ବ୍ରହ୍ମକୁମାରୀରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ

    ପ୍ରଜାପିତା ବ୍ରହ୍ମକୁମାରୀରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ

    ପାରାଦୀପରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରିଚାଳିକା ଭଉଣୀ ସୁମନ ରକ୍ଷାବନ୍ଧନର ମହତ କଣ କାହିଁକି ରାକ୍ଷୀ ବନ୍ଧାଯାଏ ଏବଂ ପ୍ରକୃତ ରାକ୍ଷୀ କଣ ସେ ବିଷୟରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ରକ୍ଷା ବନ୍ଧନର ଉଦ୍ଦେଶ୍ୟ ହେଲା ଖରାପ ଜିନିଷ ଛାଡିବା ଓ ଭଲ ଜିନିଷ ଗ୍ରହଣ କରିବା ଏବଂ ଭଗବାନଙ୍କୁ ସ୍ମରଣ କରିବା ।

    ବର୍ତମାନ ସମାଜରେ ନାରୀ ମାନଙ୍କୁ ସମ୍ମାନ ଦେବା ସେମାନଙ୍କୁ ସ୍ନେହ ଶ୍ରଦ୍ଧା କରିବା ସହିତ ଜଣେ ରିକ୍ସାଚାଳକ ହେଉ କିମ୍ବା ଅନାଥ ପିଲା ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏବଂ ସେମାନଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କ ସହିତ ମିଠା ମିଠା କଥା କହିବା ଭଳି କାର୍ଯ୍ୟକ୍ରମ ୫ ଦିନ ହେବ ପାରାଦୀପରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଳନ କରାଯାଉଛି ବୋଲି ମୁଖ୍ୟ ପରିଚାଳିକା ପ୍ରକାଶ କରିଥିଲେ । ତେବେ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଭଉଣୀ ସୁମନ ଏବଂ ଅନ୍ୟ ଭଉଣୀମାନେ ରାକ୍ଷୀ ବାନ୍ଧିଥିଲେ |

  • ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଭି-ଗାର୍ଡ ଇଲୋକ୍ଟ୍ରୋନିକ୍ କମ୍ପାନୀ ପକ୍ଷରୁ କୁଜଙ୍ଗ ଓ ରାହାମା ଅଞ୍ଚଳର ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ପଙ୍କପାଳ ଠାରେ ଅନୁଷ୍ଠିତ ଏହି କର୍ମଶାଳାରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଭି-ଗାର୍ଡ ର ଗୁଣବତ୍ତା ଏବଂ ସୁରକ୍ଷା ଉପରେ ଆଲୋଚନା କରିଥିଲେ।

    ଚଳିତ ବର୍ଷ କମ୍ପାନୀ ଓଡ଼ିଶାର ତଳସ୍ତରର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ‌ ପ୍ରଥମେ ଇଲେକ୍ଟ୍ରିସିଆନ‌ ମାନଙ୍କୁ କମ୍ପାନୀର ଗୁଣାତ୍ମକମାନ ସମ୍ପର୍କରେ ଅବଗତ କରାଯାଇଛି।

    ଏଥିରେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ଇଲେକ୍ଟ୍ରିସିଆନ ଯୋଗ ଦେଇଥିଲେ। କମ୍ପାନୀ ପକ୍ଷରୁ ସେମାନଙ୍କୁ କମ୍ପାନୀ ର ବିଭିନ୍ନ ସାମଗ୍ରୀ ଦେଖାଇବା ସହିତ ତାହାର କାର୍ଯ୍ୟକାରିତା , ସୁରକ୍ଷା ଓ ବ୍ୟବହାର ର ଅବଧି ସମ୍ପର୍କରେ ଅବଗତ କରାଯାଇଥିଲା । ଏହି କର୍ମଶାଳାକୁ କୁଜଙ୍ଗ ର ଓମ୍ ଇଲେକ୍ଟ୍ରିକାଲ ବିତରକ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିଲା।

  • ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ

    ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ

    ଭାରତୀୟ ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦ୍ବୀପ ବନ୍ଦର ରେ ଥିବା ସଂଘ ପରିବାର ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସଂଘର ନୂତନ କର୍ମକର୍ତ୍ତା ଚୟନ କରିଥିଲେ । ସଭାପତି ଭାବେ ପୁନର୍ବାର ରାକେଶ କୁମାର ପଟ୍ଟନାୟକ ଙ୍କୁ ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ପାରାଦ୍ବୀପ ବନ୍ଦରର କର୍ମଚାରୀ ତଥା ବନ୍ଦର ଟ୍ରଷ୍ଟି ଶ୍ରୀକାନ୍ତ ରାଏ ଙ୍କୁ ପୁନର୍ବାର ଭାରତୀୟ ବନ୍ଦର ମଜଦୁର ସଂଘର ସଂପାଦକ ଭାବେ ଚୟନ କରାଯାଇଛି । ଭାରତୀୟ ବନ୍ଦର ମଜଦୁର ସଂଘ ର ବାର୍ଷିକ ସମ୍ମିଳନୀରେ ସଂଘ ର ନୂତନ କର୍ମକର୍ତ୍ତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ବନ୍ଦର କର୍ମଚାରୀ ଓ ଶ୍ରମିକ ମାନଙ୍କ ସ୍ବାର୍ଥ ଲାଗି କାର୍ଯ୍ୟ କରିବା ପାଇଁ ସମସ୍ତ ଚେଷ୍ଟା ଜାରୀ ରହିବ ବୋଲି ସାଧାରଣ ସଂପାଦକ ଶ୍ରୀକାନ୍ତ ରାଏ କହିଥିଲେ । ଏହି ପରିପ୍ରେକ୍ଷୀରେ ସଂଘ ବାର୍ଷିକ ହିସାବ ବିବରଣୀ ଦେବା ସହିତ ସଂଘ ପ୍ରଥମେ ରାଷ୍ଟ୍ର ହିତ ପରେ ଉଦ୍ୟୋଗ ଚିନ୍ତା ଓ ପରେ ଶ୍ରମିକଙ୍କ ହିତ ଲାଗି କାର୍ଯ୍ୟ କରିଥାଏ । ଭାରତୀୟ ବନ୍ଦର ମଜଦୁର ସଂଘ ଏହି ନିୟମାନୁଯାୟୀ କାର୍ଯ୍ୟ କରି ଆସୁଛି । ପାରାଦ୍ବୀପ ବନ୍ଦର ର କର୍ମଚାରୀ ଓ ଶ୍ରମିକଙ୍କ ସ୍ବାର୍ଥ ହାସଲ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ ରହିବା ପାଇଁ ସାଧାରଣ ସଂପାଦକ ଶ୍ରୀକାନ୍ତ ରାଏ ସମସ୍ତ ଶ୍ରମିକ ଓ ବନ୍ଦର କର୍ମଚାରୀ ମାନଙ୍କୁ ଆହ୍ବାନ ଦେଇଥିଲେ । ସଂଘ ର ବାର୍ଷିକ ସମ୍ମିଳନୀରେ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ତୁଲାଇଥିଲେ ।