Category: ଦେଶ-ବିଦେଶ

  • ମୋଦୀ ସରକାରଙ୍କ ୨୦୦୦ ଟଙ୍କିଆ ଏକ ଫେଲ୍ ପ୍ରୋଜେକ୍ଟ, ଜାଣନ୍ତୁ କିପରି ସରକାରଙ୍କ ଅଡୁଆ ବଢ଼ାଇଛି ବିମୁଦ୍ରିକରଣ ?

    ମୋଦୀ ସରକାରଙ୍କ ୨୦୦୦ ଟଙ୍କିଆ ଏକ ଫେଲ୍ ପ୍ରୋଜେକ୍ଟ, ଜାଣନ୍ତୁ କିପରି ସରକାରଙ୍କ ଅଡୁଆ ବଢ଼ାଇଛି ବିମୁଦ୍ରିକରଣ ?

    ଭାରତୀ ରିଜର୍ଭ ବ୍ୟାଙ୍କ କେବଳ 78 ମାସ ପରେ 2000 ଟଙ୍କା ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି । ଆରବିଆଇର ଏହି ନିଷ୍ପତ୍ତି ପରେ ବିରୋଧୀ ତଥା ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ବିମୁଦ୍ରୀକରଣ ଉପରେ ଅନେକ ପ୍ରଶ୍ନ ଉଠାଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ।

    ବିମୁଦ୍ରୀକରଣକୁ ଏକ ମୂର୍ଖତାପୂର୍ଣ୍ଣ ନିଷ୍ପତ୍ତି ବୋଲି ଦର୍ଶାଇ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଚିଦାମ୍ବରମ୍ କହିଛନ୍ତି ଯେ, ସରକାର ବର୍ତ୍ତମାନ 1000 ଟଙ୍କିଆ ନୋଟ୍ ଫେରାଇ ଆଣିପାରିବେ । ଅଟଳ ବିହାରୀ ସରକାରରେ ଅର୍ଥମନ୍ତ୍ରୀ ଥିବା ଯଶବନ୍ତ ସିହ୍ନା 2000 ଟଙ୍କା ନୋଟ ପ୍ରତ୍ୟାହାରକୁ ଏକ ମୂର୍ଖ ନିଷ୍ପତ୍ତି ବୋଲି କହିଛନ୍ତି ।

    ବିମୁଦ୍ରୀକରଣକୁ ଭୁଲ ନିଷ୍ପତ୍ତି ବୋଲି କଂଗ୍ରେସ କହିଛି । ପାର୍ଟିର ସଭାପତି ମଲ୍ଲିକାର୍ଜୁନ୍ ଖଡଗେ 2000 ଟଙ୍କା ନୋଟ୍କୁ କଭର-ଅପ୍ ବୋଲି କହି ତଦନ୍ତ ଦାବି କରିଛନ୍ତି । ଏଥିସହ ଆରବିଆଇର ଏହି ଆଦେଶକୁ ଶାସକ ବିଜେପି ଦ୍ବାରା କଳା ଟଙ୍କା ଉପରେ ଦ୍ୱିତୀୟ ପ୍ରମୁଖ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କୁହାଯାଇଛି ।

    ବିଜେପି ସାଂସଦ ତଥା ବିହାରର ପୂର୍ବତନ ଡେପୁଟି ସିଏମ୍ ସୁଶୀଲ କୁମାର ମୋଦୀ କହିଛନ୍ତି ଯେ, କଳା ଟଙ୍କା ଉପରେ ଏହା ହେଉଛି ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍, ଯେଉଁ କାରଣରୁ ଅବଶିଷ୍ଟ କଳା ଟଙ୍କା ମଧ୍ୟ ବାହାରକୁ ଆସିବ । ଡିସେମ୍ବର 2022ରେ ନିଜେ 2000 ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁଶୀଲ ମୋଦୀ ଦାବି କରିଥିଲେ ।

    ଆସନ୍ତୁ ପରିସଂଖ୍ୟାନ ମାଧ୍ୟମରେ ଜାଣିବା ବିମୁଦ୍ରୀକରଣ ପରେ ମଧ୍ୟ 2000 ନୋଟ୍ କାହିଁକି ପ୍ରଚଳନରୁ ବାହାର କରିବାକୁ ପଡିଲା ?

    • କାହିଁକି ମୋଦୀ ସରକାର କରିଥିଲେ ବିମୁଦ୍ରୀକରଣ ?

    8 ନଭେମ୍ବର 2016ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ । ସେହି ସମୟରେ 500-1000 ଟଙ୍କିଆ ନୋଟ୍କୁ ପ୍ରଚଳନରୁ ବାହାର କରାଯାଇଥିଲା । ଦୁର୍ନୀତିକୁ ସମାପ୍ତ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ଦର୍ଶାଇଥିଲେ । ପରେ ବିମୁଦ୍ରୀକରଣର କାରଣ ଦର୍ଶାଇ ମୋଦୀ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଥିଲେ ।

    ନଭେମ୍ବର 2022ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଥିଲେ ଯେ, ବିମୁଦ୍ରୀକରଣକୁ ଭୁଲ ନିଷ୍ପତ୍ତି କୁହାଯାଇପାରିବ ନାହିଁ । କେନ୍ଦ୍ର କହିଥିଲା ଯେ, କେବଳ ଆରବିଆଇର ପରାମର୍ଶରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି । 6 ମାସ ପୂର୍ବରୁ ଆରବିଆଇ ବିମୁଦ୍ରୀକରଣ ପାଇଁ ପ୍ରସ୍ତୁତ ହେଉଥିଲା ।

    ସୁପ୍ରିମକୋର୍ଟଙ୍କୁ ଦେଇଥିବା ଏକ ବିବୃତ୍ତିରେ ସରକାର କହିଥିଲେ, ନକଲି ମୁଦ୍ରା, ଆତଙ୍କବାଦୀ ପାଣ୍ଠି, କଳା ଟଙ୍କା ଏବଂ ଟିକସ ଫାଙ୍କିବା ଭଳି ସମସ୍ୟାର ମୁକାବିବା ପାଇଁ ବିମୁଦ୍ରୀକରଣ ଏକ ବୃହତ ରଣନୀତି ଏବଂ ଏକ ପ୍ରଭାବଶାଳୀ ପଦକ୍ଷେପ । ବିମୁଦ୍ରୀକରଣକୁ ଏକ ନୀତିଗତ ନିଷ୍ପତ୍ତି ବୋଲି ମୋଦୀ ସରକାର କହିଥିଲେ ।

    • 2000 ଟଙ୍କିଆ ନୋଟକୁ ନେଇ ଆରମ୍ଭରୁ ଉଠୁଥିବା ପ୍ରଶ୍ନ

    ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ 500-1000 ଟଙ୍କିଆ ନୋଟକୁ ବନ୍ଦ କରିବା ପରେ 2016ରେ 500-2000 ଟଙ୍କିଆ ନୋଟକୁ ପ୍ରଚଳନକୁ ଆଣିଥିଲେ ।​​ ଗୋଲାପୀ ରଙ୍ଗର 2000 ଟଙ୍କିଆ ନୋଟକୁ ନେଇ ଆରମ୍ଭରୁ ପ୍ରଶ୍ନ ଉଠୁଛି । ​ଏଥିରୁ କଳା ଟଙ୍କା ଅଧିକ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଥିଲେ ।

    ନଭେମ୍ବର 9, 2016ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ 2000 ଟଙ୍କା ନୋଟକୁ ନେଇ ଏକ ଟ୍ୱିଟ କରିଥିଲେ ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଏହି ଟୁଇଟରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ପଚାରିଥିଲେ ଯେ, 1000 ଟଙ୍କା ବନ୍ଦ କଲା ପରେ 2000 ଟଙ୍କିଆ କିପରି କଳା ଟଙ୍କା ଜମା କରିବା ଉପରେ ପ୍ରତିବନ୍ଧକ ଲଗାଇ ପାରିବ ?

    ଦିଲ୍ଲୀ ସରକାରର ମନ୍ତ୍ରୀ ଗୋପାଳ ରାୟ ମଧ୍ୟ 2000 ଟଙ୍କିଆ ନୋଟ୍ ଆଣିବା ଉପରେ ପ୍ରଶ୍ନ ଉଠାଇଥିଲେ । ରାୟ କହିଥିଲେ ଯେ, 2000 ଟଙ୍କା ନୋଟ୍ ଦୁର୍ନୀତିକୁ ଆହୁରି ପ୍ରୋତ୍ସାହିତ କରିବ ।

    • 2000 ଟଙ୍କା ନୋଟ୍ ଫେରସ୍ତ, ବିମୁଦ୍ରୀକରଣ କାହିଁକି ହେଲା ବିଫଳ ?

    ସାତ ବର୍ଷ ପରେ ସରକାର ଓ ଆରବିଆଇ ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିରୋଧୀମାନେ ଏହାକୁ ଏକ ପ୍ରତାରଣା ବୋଲି କହିଛନ୍ତି । ଏପରି ପରିସ୍ଥିତିରେ ଏହା ଜାଣିବା ଜରୁରୀ ଯେ, ଏହି ନିଷ୍ପତ୍ତି ପଛରେ କାରଣ କ’ଣ ?

    1. ନକଲି ମୁଦ୍ରାର ପ୍ରଚାର ପ୍ରସାର ଆହୁରି ବୃଦ୍ଧି ପାଇଛି – କେନ୍ଦ୍ର ସରକାର ବିମୁଦ୍ରୀକରଣ ପଛରେ ସବୁଠାରୁ ବଡ କାରଣ ନକଲି ମୁଦ୍ରା ବୋଲି କହିଥିଲେ । ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ, 40 କୋଟି କର୍ମଜୀବୀ ନଗଦ ଉପରେ ନିର୍ଭରଶୀଳ, ଯେଉଁଥିପାଇଁ ନକଲି ମୁଦ୍ରାର ପ୍ରଭାବ ବହୁତ ବୃଦ୍ଧି ପାଇଥିଲା ।

    ବିମୁଦ୍ରୀକରଣ ପରେ କେନ୍ଦ୍ର ସରକାର ଲୋକସଭାରେ କହିଥଇଲେ ଯେ, 2015 ମସିହାରେ 43.83 କୋଟି ଟଙ୍କା ନକଲି ମୁଦ୍ରା ଜବତ କରାଯାଇଛି । ଅନ୍ୟ ଏକ ସରକାରୀ ଆକଳନ ଅନୁଯାୟୀ, 2012ରୁ 2014 ଏହି ତିନି ବର୍ଷ ମଧ୍ୟରେ 136 କୋଟି ଟଙ୍କା ମୂଲ୍ୟର ନକଲି ମୁଦ୍ରା ଜବତ କରାଯାଇଛି । ଯାହା ବାର୍ଷିକ ହାରାହାରି 45 କୋଟି ଥିଲା ।

    ବିମୁଦ୍ରୀକରଣ ପରେ ନକଲି ମୁଦ୍ରା ନିୟନ୍ତ୍ରଣ ହେବାର ଆଶା ଥିଲା, କିନ୍ତୁ ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ । ଏନସିଆରବି ଏହାର ରିପୋର୍ଟରେ କହିଛି ଯେ, ବିମୁଦ୍ରୀକରଣର ପରବର୍ତ୍ତୀ ବର୍ଷରେ ଅର୍ଥାତ୍ 2017ରେ 55.71 କୋଟି ଟଙ୍କା ମୂଲ୍ୟର ନକଲି ନୋଟ୍ ଜବତ କରାଯାଇଛି ।

    ରିପୋର୍ଟ ଅନୁଯାୟୀ, 2018ରେ 26.35 କୋଟି, 2019ରେ 34.79 କୋଟି, 2020ରେ 92.17 କୋଟି ଟଙ୍କା ନକଲି ନୋଟ୍ ଜବତ କରାଯାଇଛି । ବିମୁଦ୍ରୀକରଣ ପରେ ସମୁଦାୟ ନକଲି ମୁଦ୍ରାକୁ ଧ୍ୟାନ ଦେଲେ ପ୍ରତିବର୍ଷ ହାରାହାରି 52 କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି ।

    1. ଫଣ୍ଡିଂ ବନ୍ଦ କରିବା ପାଇଁ ବିମୁଦ୍ରୀକରଣ ପରେ ବି ଆତଙ୍କ ବନ୍ଦ ହୋଇନାହିଁ – କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ, ବିମୁଦ୍ରୀକରଣର ଅନ୍ୟତମ କାରଣ ହେଉଛି ଆତଙ୍କବାଦୀ ପାଣ୍ଠି ବନ୍ଦ କରିବା । ଆତଙ୍କବାଦୀ ମାନେ ହାୱାଲା ମାଧ୍ୟମରେ କଳା ଟଙ୍କା ବ୍ୟବହାର କରି ଭାରତରେ ବିଭିନ୍ନ ଘଟଣା ଘଟାଉଥିଲେ ।

    ସରକାର କହିଥିଲେ ଯେ, ଆତଙ୍କବାଦ ପାଣ୍ଠି ବନ୍ଦ କରିବା ପରେ ଆତଙ୍କବାଦୀ ଘଟଣା ହ୍ରାସ ପାଇବ, କିନ୍ତୁ ତାହା ହୋଇପାରିଲା ନାହିଁ । ଆତଙ୍କବାଦୀ ଘଟଣାର ପରିସଂଖ୍ୟାନକୁ ଆଧାର କରି ସାଉଥ ଏସିଆ ଟେରୋରିଜମ ପୋର୍ଟାଲ ଜାମ୍ମୁ କାଶ୍ମୀର ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିଛି।

    ରିପୋର୍ଟ ଅନୁଯାୟୀ, 2014ରେ କାଶ୍ମୀରରେ 222 ଆତଙ୍କବାଦୀ ଘଟଣା ଘଟିଥିଲା ​​ଯେଉଁଥିରେ 28 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । 2015ରେ, 208 ଘଟଣା ଘଟିଥିଲା ​​ଏବଂ 17 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ସେହିପରି 2016 ମସିହାରେ ବିମୁଦ୍ରୀକରଣ ହୋଇଥିଲା, ଆଉ ସେହି ବର୍ଷ 322 ଆତଙ୍କବାଦୀ ଘଟଣା ଘଟିଥିଲା ​​ଏବଂ 15 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।

    ବିମୁଦ୍ରୀକରଣର ଏକ ବର୍ଷ ପରେ ଆତଙ୍କବାଦୀ ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଥିଲା । 2017ରେ 342 ଆତଙ୍କବାଦୀ ଘଟଣା ସାମ୍ନାକୁ ଆସିଥିଲା ​​ଯେଉଁଥିରେ 40 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । 2018ରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଥିଲା ।

    2018ରେ 614 ଆତଙ୍କବାଦୀ ଘଟଣାରେ 39 ଜଣଙ୍କର ମୃତ୍ୟୁ ହୋଇଥିଲା । ନକ୍ସଲବାଦୀ ଘଟଣାରେ ମଧ୍ୟ ସେପରି ହ୍ରାସ ଦେଖିବାକୁ ମିଳିନାହିଁ । 2015ରେ ବିମୁଦ୍ରୀକରଣ ପୂର୍ବରୁ ନକ୍ସଲବାଦୀ ମାନେ 3ଟି ବଡ ଅଘଟଣ ଘଟାଇଥିବା ବେଳେ 2016ରେ ଏହି ସଂଖ୍ୟା 6ରେ ପହଞ୍ଚିଥିଲା ।

    ବିମୁଦ୍ରୀକରଣର ପରବର୍ତ୍ତୀ ବର୍ଷରେ ଅର୍ଥାତ୍ 2017ରେ ନକ୍ସଲମାନେ ସମଗ୍ର ଦେଶରେ 9ଟି ବଡ ଘଟଣା ଘଟାଇଥିଲେ । 2018ରେ ଏହି ସଂଖ୍ୟା 21ରେ ପହଞ୍ଚିଛି ।

    1. ଅର୍ଥ ହେରଫେର ମାମଲାରେ ମଧ୍ୟ ଜବତ ଟଙ୍କା ବୃଦ୍ଧି ପାଇଛି – ଦୁର୍ନୀତି ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନୋଟ ଗୁଡ଼ିକୁ ବଦଳାଇ ଦେଇଥିଲେ କିନ୍ତୁ ଏହା ସେପରି ପ୍ରଭାବଶାଳୀ ହୋଇପାରିଲା ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 2017-18 ବର୍ଷରେ ମନି ଲଣ୍ଡରିଂ ମାମଲାରେ 992 କୋଟି ଟଙ୍କା ଜବତ କରାଯାଇଛି ।

    2018-19ରେ ଏହି ସଂଖ୍ୟା 1567 କୋଟିକୁ ବୃଦ୍ଧି ପାଇଥିଲା । 2019-20ରେ 1290 କୋଟି, 2020-21ରେ 880 କୋଟି ଏବଂ 2020-21ରେ 1159 କୋଟି ଟଙ୍କା ଜବତ କରାଯାଇଛି । ଇଡିର ଚଢାଉରେ ଜବତ ହୋଇଥିବା ଟଙ୍କା ଚିତ୍ର ସୋସିଆଲ ମିଡିଆରେ ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଥିଲା ।

    1. ବିଜେପି ସାଂସଦ ପ୍ରଶ୍ନ ଉଠାଇଥିଲେ- ଡିସେମ୍ବର 12, 2022ରେ ସଂସଦର ଶୀତକାଳୀନ ଅଧିବେଶନର ଶୂନ୍ୟ କାଳରେ ବିଜେପି ସାଂସଦ ସୁଶୀଲ ମୋଦୀ 2000 ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ମୋଦୀ ରାଜ୍ୟସଭାରେ କହିଥିଲେ ଯେ, ଦେଶର ଲୋକମାନେ ବହୁ ପରିମାଣରେ 2000ଟି ନୋଟ୍ ସଂଗ୍ରହ କରି ରଖିଛନ୍ତି । ଏହା କେବଳ ବେଆଇନ ବାଣିଜ୍ୟ ପାଇଁ ବ୍ୟବହୃତ ହେଉଛି ।

    ଡ୍ରଗ୍, ମନି ଲଣ୍ଡରିଂ, ଅପରାଧ ଏବଂ ଆତଙ୍କବାଦ ପାଣ୍ଠି ଭଳି ପ୍ରମୁଖ ଅପରାଧରେ 2000 ଟଙ୍କା ନୋଟ୍ ନିର୍ଦ୍ଦିଷ୍ଟ ଭାବରେ ବ୍ୟବହାର କରାଯାଉଛି ବୋଲି ସୁଶୀଲ ମୋଦୀ ଦାବି କରିଥିଲେ । ସେଥିପାଇଁ ସରକାର ଏହାକୁ ପ୍ରତ୍ୟାହାର କରିବାକୁ ଚିନ୍ତା କରିବା ଉଚିତ୍ ।

  • ଦିନକରେ ୭୫୬ ପଜିଟିଭ୍, ୮ ଜଣଙ୍କ ଜୀବନ ନେଲା କୋରୋନା

    ଦିନକରେ ୭୫୬ ପଜିଟିଭ୍, ୮ ଜଣଙ୍କ ଜୀବନ ନେଲା କୋରୋନା

    ଦିନକରେ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୮୦୦ ତଳେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ତଳେ ଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୫୬ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୯ ଲକ୍ଷ ୮୬ ହଜାର ୪୬୧ରେ ପହଞ୍ଚିଛି ।

    ସେହିପରି ୨୪ ‌ଘଣ୍ଟାରେ ୮ ଜଣଙ୍କ ଜୀବନ ନେଇଛି କୋରୋନା । ଏହାକୁ ମିଶାଇ ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୮୩୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୪ କୋଟି ୪୪ ଲକ୍ଷ ୪୬ ହଜାର ୫୧୪ରେ ପହଞ୍ଚିଛି । ଏଯାଏ ଦେଶରେ ସୁସ୍ଥତା ହାର ୯୮.୮୦ ପ୍ରତିଶତ ରହିଛି ।

    ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୧୫କୁ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୨% । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୨୦ କୋଟି ୬୬ ଲକ୍ଷ ୯୮ ହଜାର ୧୩୨ ଟିକା ଦିଆଯାଇଛି । କିଛି ଦିନ ହେଲା ପୁଣି ଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି । ତେଣୁ କିଛି ରାଜ୍ୟରେ କଟକଣା ମଧ୍ୟ ଲାଗୁ କରାଯାଇଛି । କୋରୋନା ମୁକାବିଲା ପାଇଁ ଆମ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

  • ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ନୂଆ ସଂସଦ ଭବନକୁ ଉଦଘାଟନ କରିବା ଉଚିତ: ରାହୁଲ ଗାନ୍ଧୀ

    ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ନୂଆ ସଂସଦ ଭବନକୁ ଉଦଘାଟନ କରିବା ଉଚିତ: ରାହୁଲ ଗାନ୍ଧୀ

    ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁଲ ଦର୍ଶାଇଛନ୍ତି । କଂଗ୍ରେସ ନେତା କହିଛନ୍ତି ଯେ, ସଂସଦ ଭବନକୁ ରାଷ୍ଟ୍ରପତି ହିଁ ଉଦଘାଟନ କରିବା ଉଚିତ୍, ପ୍ରଧାନମନ୍ତ୍ରୀଙ୍କୁ ନୁହେଁ । ଏଠାରେ କହୁରଖୁଛୁ, ମେ ୨୮ ତାରିଖରେ ନୂତନ ଭାବେ ନିର୍ମିତ ସଂସଦ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ସଂସଦ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏହାକୁ ଉଦଘାଟନ କରିବାକୁ ଅନୁରୋଧ କରିଥିଲେ । ଲୋକସଭା ସଚିବାଳୟ ମେ ୧୮ ତାରିଖରେ ଏହି ସୂଚନା ଦେଇଛନ୍ତି ।

    ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ସଂସଦ ଗୃହ ନିର୍ମାଣ କରିବାର ସମସ୍ତ ପ୍ରୟାସ ନରେନ୍ଦ୍ର ମୋଦୀ କରିଛନ୍ତି । ରାହୁଲ ଗାନ୍ଧୀ, ନରେନ୍ଦ୍ର ମୋଦୀଙ୍କ କୌଣସି ଭଲ କାମ ଦେଖିପାରୁ ନାହାନ୍ତି ।

    ଏହାପୂର୍ବରୁ ସଂସଦ ଗୃହର ଉଦଘାଟନର ତାରିଖ ସାମ୍ନାକୁ ଆସିବା ପରେ କଂଗ୍ରେସ ପ୍ରଶ୍ନ ଉଠାଇଥିଲା । ବାସ୍ତବରେ କଥା ହେଉଛି, ମେ ୨୮ ତାରିଖ ହେଉଛି ବିନାୟକ ଦାମୋଦର ସାବରକରଙ୍କ ଜନ୍ମଦିନ । ଏଭଳି ପରିସ୍ଥିତିରେ ଏହି ଦିନ ସଂସଦ ଭବନର ଉଦଘାଟନ କରିବାକୁ ବିରୋଧି କଂଗ୍ରେସ କହିଛି ଏହା ସଂଯୋଗ ନା ପ୍ରଯୋଗ ।

    ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ୟକ୍ତିଗତ ମହତ୍ବାକାଙକ୍ଷା ପ୍ରକଳ୍ପ’ ବୋଲି ବର୍ଣ୍ଣନା କରି ନୂତନ ସଂସଦ ଭବନର ଆବଶ୍ୟକତା ଉପରେ କଂଗ୍ରେସ ପ୍ରଶ୍ନ କରିଛି । କଂଗ୍ରେସ କହିଛି ଯେ, ଏଭଳି ଅଟ୍ଟାଳିକାର ଆବଶ୍ୟକତା କଣ ରହିଛି ଯେତେବେଳେ ବିରୋଧୀଙ୍କ ସ୍ୱରକୁ ଚୁପ କରିଦିଆଯାଇଛି ।

    ନୂତନ ସଂସଦର ଲୋକସଭାରେ ୮୮୮ ସଦସ୍ୟ ଏବଂ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନର ସଂସଦ ଗୃହରେ ଲୋକସଭାରେ ୫୫୦ ସଦସ୍ୟ ଥିବା ବେଳେ ରାଜ୍ୟସଭାରେ ୨୫୦ ଜଣ ବସିବାର ବ୍ୟବସ୍ଥା ରହିଛି ।

    ନୂତନ ସଂସଦ ଭବନ କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର ଏକ ଅଂଶ, ଯାହା ଅଧୀନରେ ନୂଆଦିଲ୍ଲୀ ସ୍ଥିତ ଦେଶର ଶକ୍ତି କେନ୍ଦ୍ରକୁ ନବୀକରଣ କରାଯାଉଛି । ଏହା ଅଧୀନରେ କେନ୍ଦ୍ରୀୟ ଲେକନିର୍ମାଣ ବିଭାଗ ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ତିନି କିଲୋମିଟର ରାସ୍ତାକୁ ନବୀକରଣ, ଏକ ସାଧାରଣ କେନ୍ଦ୍ରୀୟ ସଚିବାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ ଏବଂ ବାସଭବନ ଏବଂ ଏକ ନୂତନ ଉପରାଷ୍ଟ୍ରପତି ଏନକ୍ଲେଭ ନିର୍ମାଣ କରାଯାଉଛି ।

  • ଜାପାନ ଫର୍ମୁଲାରେ କମ୍ ହେଉଛି ଛାଡପତ୍ର, ତେବେ ଜାଣନ୍ତୁ କଣ ଏହି ଫର୍ମୁଲା ?

    ଜାପାନ ଫର୍ମୁଲାରେ କମ୍ ହେଉଛି ଛାଡପତ୍ର, ତେବେ ଜାଣନ୍ତୁ କଣ ଏହି ଫର୍ମୁଲା ?

    ଆଜିକାଲି ବିବାହ ବିଚ୍ଛେଦ ଗୋଟିଏ ସାଧାରଣ କଥା ହୋଇଗଲାଣି । ଯାହା ପୂର୍ବରୁ କେବଳ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକରେ ଦେଖିବାକୁ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଏହା ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଅନେକ କ୍ଷେତ୍ରରେ ବିବାହର ୨ ବର୍ଷ ନପୁରୁଣୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଉଛି ପାରିବାରିକ କଳହ ଓ ଯାହାର ଶେଷ ପରିଣତି ହେଉଛି ବିବାହ ବିଚ୍ଛେଦ । କିନ୍ତୁ ଏସବୁରୁ ଚିକିଏ ଅଲଗା ହେଉଛି ଜାପାନ, ଯେଉଁଠି ରହିଛି ଖୁବ୍ ସୁନ୍ଦର ନିୟମ ।

    ଜାପାନରେ ପରିବାରକୁ ଖୁବ୍ ଗୁରୁତ୍ଵ ଦିଆଯାଇଥାଏ । ଅନ୍ୟ ଗୋଟିଏ କାରଣ ହେଲା ଏଠାକାର ଅନେକ ଲୋକ ବୌଦ୍ଧ ଧର୍ମାବଲମ୍ବୀ ଅଟନ୍ତି ନଚେତ୍ ନାସ୍ତିକ ଅଟନ୍ତି । ତେଣୁ ବିବାହ ପରେ ଧର୍ମକୁ ନେଇ ଖୁବ୍ କମ୍ ଝଗଡ଼ା ଦେଖାଦେଇଥାଏ । ଏହାଛଡା ଜାପାନୀ ବିବାହରେ, ସ୍ବାମୀ-ସ୍ତ୍ରୀ ଉଭୟଙ୍କୁ ଖୁବ୍ ଅଧିକ ସ୍ପେସ ଦେବାରେ ବିଶ୍ୱାସ ରଖନ୍ତି ।

    ପାଖାପାଖି ୨୦ ବର୍ଷ ପୂର୍ବରେ ଜାପାନୀ ଲେଖିକା ୟୁମିକୋ ଗୋଟିଏ ପୁସ୍ତକ ଲେଖିଥିଲେ । ଏଥିରେ ଲେଖିକା ବିଶେଷ ଭାବରେ ଦର୍ଶାଇ ଥିଲେ ଯେ, ଯଦି ବିନା ବିବାହ ବିଚ୍ଛେଦରେ ସ୍ବାମୀ ସ୍ତ୍ରୀ ଅଲଗା ରହିବେ ଓ ନିଜ ନିଜର ସ୍ଵାଧୀନତାରେ ରହିବେ ତେବେ କେତେ ଭଲ ହୋଇପାରିବ । ଏହି ପୁସ୍ତକକୁ ନେଇ ସେତେବେଳେ ବିବାଦ ଦେଖା ଦେଇଥିଲା, କିନ୍ତୁ ବର୍ତ୍ତମାନ ଏହି ନିୟମ ଜାପାନରେ ଲାଗୁ ହୋଇଯାଇଛି । ବିଶେଷ ଭାବରେ ଜାପାନରେ ସାମାଜିକ ବ୍ୟବସ୍ଥା ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଥିଲା, ଯେଉଁଠି ପୁରୁଷ ରୋଜଗାର କରିଥିଲେ ଓ ମହିଳା ମାନେ ଘର ସମ୍ଭାଳି ରହୁଥିଲେ । କିନ୍ତୁ, ମହିଳା ମାନେ ଧୀରେ ଧୀରେ କର୍ମଜୀବୀ ହେଲେ, ଯେଉଁ କାରଣରୁ ସେମାନଙ୍କ ଉପରେ ଅନେକ କାମର ଚାପ ରହିଲା ।

    ୱିକେଣ୍ଡ ମ୍ୟରେଜ୍ କଣ ? :-
    ୱିକେଣ୍ଡ୍ ମ୍ୟାରେଜ ଗୋଟିଏ ଏଭଳି ବ୍ୟବସ୍ଥା ଅଟେ, ଯେଉଁଥିରେ ସ୍ବାମୀ-ସ୍ତ୍ରୀ ବିବାହିତ ହୋଇ ମଧ୍ୟ ଅଲଗା ଅଲଗା ରହିଥାଆନ୍ତି । ଏହା ଏଥିପାଇଁ ହୋଇଥାଏ, କାହିଁକି ନା ଉଭୟ ସ୍ଵାଧୀନ ଭାବରେ ରହିପାରିବେ । ଦମ୍ପତି ଅଲଗା ଅଲଗା ସହରରେ ଘର ନେଇ ରୁହନ୍ତୁ କିମ୍ବା ଗୋଟିଏ ସହରରେ ରୁହନ୍ତୁ ସେଥିରେ କିଛି ଫରକ୍ ପଡ଼ି ନଥାଏ ।
    ସାଧାରଣ ସ୍ବାମୀ-ସ୍ତ୍ରୀଙ୍କ ଭଳି ଏମାନଙ୍କ ମଧ୍ୟରେ ମଧ୍ୟ ଇମୋସନାଲ ବଣ୍ଡିଂ ରହିଥାଏ, ଏମାନେ ନିଜ ନିଜର ସୁଖ ଦୁଃଖ ମଧ୍ୟ ବାଣ୍ଟିଥାଆନ୍ତି, କିନ୍ତୁ ତାହା କେବଳ ସପ୍ତାରହ ଶେଷ ବା ୱିକେଣ୍ଡରେ ହୋଇଥାଏ । ଏହାକୁ ମଧ୍ୟ ସେପାରେସନ୍ ମ୍ୟାରେଜ କୁହାଯାଇଥାଏ । ଏଭଳି ମଧ୍ୟ ହୋଇଥାଏ ଯେ, ଉଭୟ ୨-୪ ଦିନ ଏକାଠି ମଧ୍ୟ ରହିଥାଆନ୍ତି । ଏହି ସମୟରେ ଉଭୟଙ୍କ ମଧ୍ୟରେ ସେହି ସମସ୍ତ କଥା ଆଲୋଚନା ହୋଇଥାଏ ଯାହା ସାଧାରଣ ଦମ୍ପତିଙ୍କ ମଧ୍ୟରେ ହୋଇଥାଏ । ପିଲାମାନଙ୍କର ଶିକ୍ଷା ଠାରୁ ନେଇ ବିବାହ ପର୍ଯ୍ୟନ୍ତ । ନଚେତ୍ ଯଦି କୌଣସି ଏମର୍ଜେନ୍ସି ହୋଇଥାଏ ତେବେ ସ୍ବାମୀ ସ୍ତ୍ରୀ ଏକାଠି ହୋଇଥାଆନ୍ତି । ଏହାକୁ ନେଇ ଜାପାନରେ କୌଣସି ଲିଗାଲ୍ ଟର୍ମ ମଧ୍ୟ ନାହିଁ ।

  • ଯୁକ୍ରେନ ଯୁଦ୍ଧ ସମାପ୍ତ ପାଇଁ ଚୀନ, ରୁଷ ଉପରେ ଚାପ ପକାଇବାକୁ ଜି-୭ ଦେଶ ସମୂହ ଆହ୍ବାନ କରିଛି

    ଯୁକ୍ରେନ ଯୁଦ୍ଧ ସମାପ୍ତ ପାଇଁ ଚୀନ, ରୁଷ ଉପରେ ଚାପ ପକାଇବାକୁ ଜି-୭ ଦେଶ ସମୂହ ଆହ୍ବାନ କରିଛି

    President of the European Council Charles Michel, Italy’s Prime Minister Giorgia Meloni, Canada’s Prime Minister Justin Trudeau, France’s President Emmanuel Macron, Japan’s Prime Minister Fumio Kishida, U.S. President Joe Biden, Germany’s Chancellor Olaf Scholz, Britain’s Prime Minister Rishi Sunak and European Commission President Ursula von der Leyen participate in a family photo with G7 leaders before their working lunch meeting on economic security during the G7 summit, at the Grand Prince Hotel in Hiroshima, Japan, May 20, 2023. REUTERS/Jonathan Ernst/Pool

    ଆଜିକାଲି ଜାପାନରେ ଜି-୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି, ଯେଉଁଥିରେ ଶନିବାରରେ ସାତଟି ଧନୀ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରତିନିଧି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ବନ୍ଦ କରିବାକୁ ଚୀନକୁ ରୁଷ ଉପରେ ଚାପ ପକାଇବା ପାଇଁ ଅନୁରୋଧ କରିଛନ୍ତି ।

    ଶନିବାର ଦିନ ମିଳିତ ବିବୃତ୍ତିରେ ଜି-୭ ନେତାମାନେ କହିଛନ୍ତି ଯେ, ସେମାନେ ଚୀନ୍‌ର କ୍ଷତି ଚାହୁଁ ନାହାଁନ୍ତି, କିନ୍ତୁ ବେଜିଂ ସହିତ ଏକ ଗଠନମୂଳକ ଏବଂ ସ୍ଥିର ସମ୍ପର୍କ ଚାହୁଁଛନ୍ତି । ଏହି ଗୋଷ୍ଠୀ କହିଛନ୍ତି ଯେ, ଆମେ ସାମରିକ ଆକ୍ରୋଶକୁ ରୋକିବା ପାଇଁ ରୁଷ ଉପରେ ଚାପ ପ୍ରୟୋଗ କରିବାକୁ ଏବଂ ତୁରନ୍ତ ସମସ୍ତ ସୈନ୍ୟଙ୍କୁ ୟୁକ୍ରେନରୁ ସମ୍ପୂର୍ଣ୍ଣ ଏବଂ ବିନା ସର୍ତ୍ତରେ ପ୍ରତ୍ୟାହାର କରିବାକୁ ଚୀନ୍‌କୁ ଆହ୍ବାନ କରୁଛୁ ।

    ଜି-୭ ଗୋଷ୍ଠୀ ବିବୃତ୍ତିରେ କହିଛନ୍ତି ଯେ, ୟୁକ୍ରେନ ସହିତ ପ୍ରତ୍ୟକ୍ଷ ଆଲୋଚନା ସହିତ ଆଞ୍ଚଳିକ ଅଖଣ୍ଡତା ଏବଂ ମିଳିତ ଜାତିସଂଘ ଚାର୍ଟରର ସିଦ୍ଧାନ୍ତ ଏବଂ ଉଦ୍ଦେଶ୍ୟକୁ ଆଧାର କରି ଏକ ବ୍ୟାପକ, ନ୍ୟାୟସଙ୍ଗତ ଏବଂ ସ୍ଥାୟୀ ଶାନ୍ତିକୁ ସମର୍ଥନ ପାଇଁ ଆମେ ଚୀନକୁ ପ୍ରୋତ୍ସାହିତ କରିଛୁ । ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା, ଦୁର୍ବଳ ଦେଶର ଋଣ ଏବଂ ଆର୍ଥିକ ଆବଶ୍ୟକତା, ବୈଶ୍ବୟିକ ସ୍ୱାସ୍ଥ୍ୟ ଚିନ୍ତା ଏବଂ ଅର୍ଥନୈତିକ ସ୍ଥିରତା ଭଳି ଆହ୍ବାନ ଉପରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛୁ । ଜି-୭ ଗୋଷ୍ଠୀ କହିଛନ୍ତି ଯେ, ଚୀନ ବୈଶ୍ବୟୀକ ଭୂମିକା ଏବଂ ଅର୍ଥନୈତିକ ଆକାରକୁ ଦୃଷ୍ଟିରେ ରଖି ତାକୁ ସହଯୋଗ କରାଯିବା ଆବଶ୍ୟକ ।

    ନେତାମାନେ ପୂର୍ବ ଏବଂ ଦକ୍ଷିଣ ଚୀନ୍ ସାଗରରେ ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି, ଯେଉଁଠାରେ ବେଜିଂ ନିଜର ସାମରିକ ଉପସ୍ଥିତି ବଢାଉଛି ଏବଂ ସ୍ୱୟଂଶାସିତ ତାଇୱାନ ଉପରେ ନିୟନ୍ତ୍ରଣ ରଖିବା ପାଇଁ ବଳ ପ୍ରୟୋଗ କରିବ ବୋଲି ଧମକ ଦେଇଛି । ତେଣୁ ଏହିସବୁର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜି-୭ ଗୋଷ୍ଠୀର ନେତାମାନେ ଚୀନକୁ ଆହ୍ବାନ କରିଛନ୍ତି ।

  • କର୍ଣ୍ଣାଟକ ନାଟକ ଶେଷ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା

    କର୍ଣ୍ଣାଟକ ନାଟକ ଶେଷ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା

    ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କର୍ଣ୍ଣାଟକର ଜନସାଧାରଣ ପାଇଛନ୍ତି ତାଙ୍କର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଧରମୈୟା । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଆହୁରି ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

    କଂଗ୍ରେସର ଦୁଇଜଣ ଟାଣୁଆ ନେତା ହେଉଛନ୍ତି ଡିକେ ଶିବକୁମାର ଏବଂ ସିଦ୍ଧରମୈୟା । ଦୁହିଙ୍କୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଟଣାଓଟରା ଶେଷ ହୋଇଛି । ଦୁଇ ଜଣ ହେଭିଓ୍ବେଟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ଗଠନ ହୋପାରିଛି । ଏସସି ବର୍ଗରୁ ଜି. ପରମେଶ୍ବର ଓ କେଏଚ ମୁନିୟାପ୍ପାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବା ବେଳେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ବର୍ଗର କେଜେ ଜର୍ଜ, ଲିଙ୍ଗାୟତ ସମ୍ପ୍ରଦାୟର ଏମବି ପାଟିଲ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ସେହିପରି ଏସଟି ବାଲ୍ମିକୀ ବର୍ଗର ସତୀଶ ଜାର୍କିଖୋଲି, ଏସସି ବର୍ଗର ତଥା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ, ରେଡ୍ଡୀ ବର୍ଗର ରାମଲିଙ୍ଗା ରେଡ୍ଡୀ, ସଂଖ୍ୟାଲଘୁ ମୁସଲିମ ବର୍ଗର ବିଜେ ଜମିର ଅହମ୍ମଦ ଖାନ ମଧ୍ୟ ଶପଥ ନେଇଛନ୍ତି ।

    ଏହି ଭବ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ । ଏହି ଶପଥଗ୍ରହଣକୁ ଉତ୍ସକୁ ନେଇ ସେପଟେ ବିଜେପି କଟାକ୍ଷ କରିଛି ।

  • ଜଗଦୀଶ ଟାଇଟଲରଙ୍କ ପିଛା ଛାଡୁନି ୧୯୮୪ ଶିଖ ଦଙ୍ଗା, ପୁଣି ସିବିଆଇ ଦାଖଲ କଲା ଚାର୍ଜସିଟ

    ଜଗଦୀଶ ଟାଇଟଲରଙ୍କ ପିଛା ଛାଡୁନି ୧୯୮୪ ଶିଖ ଦଙ୍ଗା, ପୁଣି ସିବିଆଇ ଦାଖଲ କଲା ଚାର୍ଜସିଟ

    ସିବିଆଇ ଆଜି ୧୯୮୪ ଶିଖ ବିରୋଧୀ ଦଙ୍ଗାରେ ପୁଲ ବଙ୍ଗସ ଗୁରୁଦ୍ୱାର ଅଗ୍ନକାଣ୍ଡ ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି । ଅଭିଯୋଗ ଅନୁଯାୟୀ, ଜଗଦୀଶ ଟାଇଟଲର ଏକତ୍ରିତ ଲୋକଙ୍କୁ ଉସୁକାଇଥିଲେ, ଦଙ୍ଗା ସୃଷ୍ଟି କରିଥିଲେ, ଏହି ଲୋକମାନେ ପୁଲ ବଙ୍ଗଶ ଗୁରୁଦ୍ୱାରରେ ନିଆଁ ଲଗାଇ ଦେଇଥିଲେ ଯେଉଁଥିରେ ତିନି ଜଣ ଶିଖ ପୋଡି ଯାଇଥିଲେ । ସିବିଆଇ ସେକ୍ସନ ୧୪୭, ୧୪୮, ୧୪୯, ୧୫୩(ଏ), ୧୮୮ ଆଇପିସି ଏବଂ ୧୦୯, ୩୦୨, ୨୯୫, ଏବଂ ୪୩୬ ସହିତ ଅନ୍ୟକେତେକ ସେକ୍ସନ ଅଧୀନରେ ଚାର୍ଜସିଟ୍ ଦାଖଲ କରିଛି ।

    ଗତ ଏପ୍ରିଲରେ ଜଗଦୀଶ ଟାଇଟଲର ଦିଲ୍ଲୀରେ ସିବିଆଇ ସମ୍ମୁଖରେ ହାଜର ହୋଇଥିଲେ ଏବଂ ୧୯୮୪ ମସିହାରେ ଦିଲ୍ଲୀରେ ଶିଖ ବିରୋଧୀ ଦଙ୍ଗା ସହ ଜଡିତ ପୁଲ ବଙ୍ଗଶ ଗୁରୁଦ୍ୱାର ମାମଲାରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) କଣ୍ଠ ନମୁନାର ପରୀକ୍ଷା କରିବ ।

    ଲାବୋରେଟୋରୀରୁ ବାହାରକୁ ଆସି ଟାଇଟଲର୍ କହିଥିଲେ ଯେ, ଯଦି ମୋ ବିରୁଦ୍ଧରେ ଗୋଟିଏ ବି ପ୍ରମାଣ ଅଛି, ତେବେ ମୁଁ ଫାଶୀ ପାଇବାକୁ ପ୍ରସ୍ତୁତ ଅଛି । ସିବିଆଇ ଏହି ମାମଲାରେ କଂଗ୍ରେସ ନେତାଙ୍କୁ ଏକ କ୍ଲିନ୍ ଚିଟ୍ ଦେଇଥିଲା କିନ୍ତୁ ଡିସେମ୍ବର ୪, ୨୦୧୫ରେ ପୁନଃ ଯାଞ୍ଚ ଆରମ୍ଭ କରିଥିଲା । ଜଗଦୀଶ ଟାଇଟଲର ୨୦୦୪ରେ ମନମୋହନ ସିଂ ସରକାରରେ ଜଣେ ମନ୍ତ୍ରୀ ଥିଲେ କିନ୍ତୁ ବିରୋଧ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ବର୍ଷ ବର୍ଷ ଧରି ଶିଖ୍ ବିରୋଧୀ ଦଙ୍ଗା ସହ ଜଡିତ ଆଇନଗତ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କଂଗ୍ରେସ ଦଳ ଟାଇଟଲରଙ୍କ ଠାରୁ ନିଜକୁ ଦୂରେଇ ରଖିଥିଲା ।

    ଗତ ବର୍ଷ ଦିଲ୍ଲୀ ପୌରପାଳିକା ନିର୍ବାଚନ ପାଇଁ ତାଙ୍କୁ କମିଟିରେ ଅନ୍ତର୍ଭୁକ୍ତ କରାଯାଇଥିଲା ଯେଉଁଥିରେ ବିରୋଧୀ ଦଳ ଗୁଡିକ କଂଗ୍ରେସକୁ ଘେରିପକାଇଥିଲେ । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯତ୍ରା ଦିଲ୍ଲୀରେ ଚାଲିଥିବା ବେଳେ ଯୋଗ ଦେବାର ଥିଲା, କିନ୍ତୁ ପରେ ବିବାଦକୁ ଏଡାଇବା ପାଇଁ ସେ ଯାତ୍ରା ଠାରୁ ଦୂରରେ ରହିଥିଲେ ।

  • ଆରମ୍ଭ ହେଲା କି ଶୀତଳ ଯୁଦ୍ଧ, କାହିଁକି ଓବାମା ଯାଇପାରିବେ ନାହିଁ ଆଉ ରୁଷ ?

    ଆରମ୍ଭ ହେଲା କି ଶୀତଳ ଯୁଦ୍ଧ, କାହିଁକି ଓବାମା ଯାଇପାରିବେ ନାହିଁ ଆଉ ରୁଷ ?

    ଆମେରିକାକୁ ନେଇ ରୁଷ ତାର କଡା ଆଭିମୁଖ୍ୟ ଦେଖାଇଛି । ରୁଷ ଆଉ ଆମେରିକା ମଧ୍ୟରେ ଥିବା ତିକ୍ତତା କାହାକୁ ଅଛପା ନାହିଁ । ଦୁଇ ଦେଶ ମଧ୍ୟରେ ବାରମ୍ବାର ଚୀନ ଏବଂ ଅନ୍ୟାନ୍ୟ ଦେଶକୁ ପରିସ୍ଥିତି ବିଗିଡିଛି । ଆଉ ଏବେ ରୁଷ ଏକ ବଡ ପଦକ୍ଷେପ ନେଇଛି । ରୁଷ କହିଛି ଏଣିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷ ମନା । ରୁଷ ଯିବା ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ଖାଲି ଓବାମା ନୁହନ୍ତି ତାଙ୍କ ସହ ୫୦୦ ଜଣ ଅନ୍ୟ ଆମେରିକା ନାଗରିକଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗିଛି ।

    ଆମେରିକା ତରଫରୁ ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ଜବାବ ଦେଇ ରୁଷ ସରକାର ଏପରି ନିଷ୍ପତି ନେଇଛନ୍ତି । ଆପଣ ଜାଣିଛନ୍ତି ଦୀର୍ଘ ଦିନ ଧରି ଆମେରିକା ଓ ରୁଷିଆ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି । ପରିସ୍ଥିତି ସେତେବେଳେ ଆହୁରି ଜଟିଳ ହୋଇଥିଲା ଯେତେବେଳେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ କରିଥିଲା । ଯୁଦ୍ଧ ପରଠାରୁ ଆମେରିକା ରୁଷ ଉପରେ ଉଭୟ କୂଟନୈତିକ ଓ ଅର୍ଥନୈତିକ ଚାପ ମଧ୍ୟ ଅନେକ ଥର ପକାଇଛି ।

    ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ୟୁକ୍ରେନକୁ ଯୁଦ୍ଧରେ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଅନେକ ଥର ଅଭିଯୋଗ ଆଣିଛି ରୁଷ । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ରୁଷ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ଓ ତାଙ୍କ ସହ ଯାଉଥିବା ଗଣମାଧ୍ୟମକୁ ଆମେରିକା ଯାତ୍ରା ପାଇଁ ଭିସା ଦେବାକୁ ଗତ ମାସରେ ଆମେରିକା ମନା କରିଦେଇଥିଲା । କେବଳ ସେତିକି ନୁହେଁ ଶୁକ୍ରବାର ଦିନ ଆମେରିକା ଅନେକ ରୁଷ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ବ୍ୟାନ୍ କରିଥିଲା । ଏହାପରେ ପ୍ରତିଶୋଧ ନେବା ପାଇଁ ମସ୍କୋ ଅନାଇ ବସିଥିଲା । ସେହିପରି ବାଇଡେନ୍ ପ୍ରଶାସନ ନିୟମିତ ଭାବେ ରୁଷ ବିରୋଧରେ କଟକଣା ଜାରି ରଖିଛି । ଯାହାର ଜବାବ ଦେବାକୁ ଯାଇ ଏବେ କାଯ୍ୟାନୁଷ୍ଠାନ ନେଇଥିବା କହିଛି ରୁଷ ମନ୍ତ୍ରାଳୟ । ତେଣୁ ଏ ବିବାଦ କେତେବାଟ ଆଗେଇ ପାରେ ତାହା ଉପରେ ସମସ୍ତଙ୍କ ନଜର । କାରଣ ଆଜି ବି ଲକମାନେ ଆମେରିକା-ରୁଷିଆ ଭିତରେ ହୋଇଥିବା ଶୀତଳ ଯୁଦ୍ଧକୁ ଭୁଲିପାରି ନାହାନ୍ତି ।

  • ରିଜର୍ଭ ବ୍ୟାଙ୍କ ସାଇଟ କ୍ରାସ

    ରିଜର୍ଭ ବ୍ୟାଙ୍କ ସାଇଟ କ୍ରାସ

    ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ଆଧିକାରିକ ୱେବ ସାଇଟର ଟ୍ରାଫିକ ଜାମ ହୋଇଯାଇଛି। ଫଳରେ ୱେବ ସାଇଟ ଡାଉନ ହୋଇଯାଇଛି। ସକାଳୁ ସକାଳୁ ଆରବିଆଇର ୱେବ ସାଇଟ ସମ୍ପୂର୍ଣ୍ଣ ଡାଉନ ହୋଇଯାଇଥିବା ଦେଖିବାକୁ ମିଳିଛି। ଲୋକଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା। ଫଳରେ ବହୁ ସଂଖ୍ୟାରେ ଲୋକ ୱେବ ସାଇଟ ସର୍ଚ୍ଚ କରିବା ଅରମ୍ଭ କରିଦେଇଥିଲେ। ମାତ୍ରାଧିକ ବ୍ୟବହାର ଦ୍ୱାରା ପୂରା ଠପ ଅବସ୍ଥାକୁ ଚାଲି ଆସିଛି ସାଇଟ।

    ତେବେ ଏତେ ଭୟଭୀତ ହେବାର କାରଣ କିଛି ନାହିଁ। ଆପଣଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ ସୁରକ୍ଷିତ ଅଛି। ଟଙ୍କା କୁ ଅନ୍ୟ ନୋଟରେ ପରିବର୍ତ୍ତନ କରିବାକୁ ମଧ୍ୟ ସରକାର ପର୍ଯ୍ୟାପ୍ତ ସମୟ ଦେଇଛନ୍ତି। ବଜାରରେ ଏହି ଟଙ୍କାର ପ୍ରଚଳନ ବନ୍ଦ  ହେଲେ ମଧ୍ୟ ବ୍ୟାଙ୍କକୁ ଯାଇ ଏହାକୁ ୨୦୨୩ ସେପ୍ଟେମ୍ବର ୩୦ ଭିତରେ ବଦଳାଇ ପାରିବେ ବା ଜମା କରି ପାରିବେ। ଏଥିପାଇଁ ଏକ ସୀମା ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ଥରରେ ୧୦ଟି ୨୦୦୦ ଟଙ୍କା ବଦଳାଇ ପାରିବେ। ଏହା ବ୍ୟତୀତ ଆରବିଆଇ ସମସ୍ତ ବ୍ୟାଙ୍କକୁ ୨୦୦୦ ଟଙ୍କିଆ ନୋଟ ଉପଭୋକ୍ତାଙ୍କୁ ଦେବା ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ୨୦୧୬ ନୋଟବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ବଜାରକୁ ୨୦୦୦ ଟଙ୍କିଆ ନୂଆ ନୋଟର ଚଳନି ଆରମ୍ଭ କରିଥିବା ବେଳେ ୨୦୧୮-୨୦୧୯ରେ  ବଜାରକୁ ୩୩ ହଜାର ୬୩୦ଲକ୍ଷ ୨ହଜାରଟି ଟଙ୍କିଆ ନୋଟ ବା ଛଡା ଯାଇଥିଲା, ଯାହାର ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା।  ନୋଟ ବନ୍ଦୀ ପରେ ସରକାର ଦ୍ୱାରା ତରବରିଆ ଭାବେ ଏହି ନୋଟ ପ୍ରଚଳନ କରାଯାଇ ଏହା ନକଲି ଓ କଳାବଜାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଇଥିଲା।  କିନ୍ତୁ ୨୦୧୮-୨୦୧୯ରୁ ଏହି ଶ୍ରେଣୀର ମୁଦ୍ରଣ ବନ୍ଦ କରାଯାଇଥିଲା। ସେହିପରି ୨୦୨୦ରେ ମଧ୍ୟ ଏହି ଶ୍ରେଣୀର ନୋଟର ମୁଦ୍ରଣ ହୋଇ ନ ଥିବା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ୨୦୨୧ରେ ଲୋକସଭାରେ  ସୂଚନା ଦେଇଥିଲେ । ରିଜର୍ଭ ବ୍ୟାଙ୍କ ମଧ୍ୟ ତାର ବାର୍ଷିକ ରିପୋର୍ଟରେ ସ୍ପଷ୍ଟ କରିଥିଲା କି ୨୦୧୮ ପରଠାରୁ ଏହି ଶ୍ରେଣୀର ନୋଟ ଛପା ଯାଇନାହିଁ।

    ସରକାର କଳା ଧନ ବାହାର କରିବାକୁ ଏହି ନୋଟର ଚଳନରୁ ବାଦ ଦେଇଥିବା କୁହାଯାଉଛି। ଏପରି କରିବା ଦ୍ୱାରା ଅଧିକ କଳା ଧନ ବାହାରକୁ ଆସିବ ଓ ଭ୍ରଷ୍ଟାଚାର ଉପରେ ନିୟନ୍ତ୍ରଣ ଅଣାଯାଇ ପାରିବ। କାରଣ ଏହି ଶ୍ରେଣୀର ଗଚ୍ଛିତ ଟଙ୍କା ବିଭିନ୍ନ ସମୟରେ ଇଡି ଚଢାଉ କାଳରେ ବାହାରକୁ ଆସିଛି। ସେ ଶିକ୍ଷକ ଭର୍ତ୍ତି ମାମଲାରେ ଟିଏମସିର ମନ୍ତ୍ରୀ ହୁଅନ୍ତୁ, ଅବା କର୍ଣ୍ଣାଟକ ବିଜେପିର ବିଧାୟକ। ଏମାନଙ୍କ ଘରେ ଚଢାଉ କାଳରେ ବିପୁଳ ପରିମାଣର ୨୦୦୦ ଟଙ୍କା ଜବତ ହୋଇଛି। ସେହିପରି ବିଭିନ୍ନ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଚଢାଉ କାଳରେ ମଧ୍ୟ ଅଧିକ ଏହି ଶ୍ରେଣୀର ନୋଟ ମିଳିଛି। ତେଣୁ ଏହି ଶ୍ରେଣୀର ଟଙ୍କାକୁ ବନ୍ଦ କରି ସରକାର ଲୁଚାଇ ରଖାଯାଇଥିବା ମୋଟା ଅଙ୍କକୁ ବାହାରକୁ ଆଣିବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଉଛି।  

  • ୨୦୦୦ ଟଙ୍କାର ନୋଟ ଥିଲେ ଶୀଘ୍ର ବଦଳାଇ ନିଅନ୍ତୁ

    ୨୦୦୦ ଟଙ୍କାର ନୋଟ ଥିଲେ ଶୀଘ୍ର ବଦଳାଇ ନିଅନ୍ତୁ

    ଇତିହାସ ହେବାକୁ ଯାଉଛି ୨୦୦୦ ଟଙ୍କିଆ ନୋଟ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ବଜାରରୁ ଉଠାଇ ନେବାକୁ ହେଇଛି ବଡ ନିଷ୍ପତ୍ତି। ଏନେଇ ଶୁକ୍ରବାର ରାତିରେ ଆରବିଆଇ ଘୋଷଣା କରିଛି। ଏହି ଘୋଷଣା ପରେ ୨୦୦୦ ଟଙ୍କିଆ ନୋଟ ଗଚ୍ଛିତ କରି ରଖିଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଚଡକ ପଡିଥିବ। ତେବେ ଏହି ନୋଟର ପ୍ରଚଳନ ବଜାରରେ ନ ହେଲେ ମଧ୍ୟ ଏହାକୁ ବଦଳାଯାଇପାରିବ।

    ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଉଠାଇ ନେବାକୁ ଘୋଷଣା କରିଥିଲେ ମଧ୍ୟ ଏହି ଟଙ୍କାକୁ ବଦଳାଇବାକୁ ଦେଇଛି ମହଲତ।  ମେ ୨୩ ତାରିଖରୁ ନିଜ ପାଖରେ ୨୦୦୦ ଟଙ୍କିଆ ନୋଟ ଥିଲେ ଏହାକୁ ବ୍ୟାଙ୍କକୁ ଯାଇ ବଦଳାଇବାର ପ୍ରାବଧାନ ମଧ୍ୟ ରହିଛି। ମେ ୨୩ରୁ ସେପ୍ଟମ୍ବର ଶେଷ ତାରିଖ ସୁଦ୍ଧା ଯେକୌଣସି ବ୍ୟାଙ୍କକୁ ଯାଇ ବଦଳାଇ ହେବ। ତେବେ ଏଥିରେ ରହିଛି ଏକ ସର୍ତ୍ତ। ଜଣେ ବ୍ୟକ୍ତି ଏକକାଳୀନ ୨୦,୦୦୦ ପର୍ଯ୍ୟନ୍ତ ବଦଳାଇପାରିବେ। 

    ୨୦୧୬ ନୋଟବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ବଜାରକୁ ୨୦୦୦ ଟଙ୍କିଆ ନୂଆ ନୋଟର ଚଳନି ଆରମ୍ଭ କରିଥିବା ବେଳେ ୨୦୧୮-୨୦୧୯ରେ  ବଜାରକୁ ୩୩ ହଜାର ୬୩୦ଲକ୍ଷ ୨ହଜାରଟି ଟଙ୍କିଆ ନୋଟ ବା ଛଡା ଯାଇଥିଲା, ଯାହାର ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା।  ନୋଟ ବନ୍ଦୀ ପରେ ସରକାର ଦ୍ୱାରା ତରବରିଆ ଭାବେ ଏହି ନୋଟ ପ୍ରଚଳନ କରାଯାଇ ଏହା ନକଲି ଓ କଳାବଜାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଇଥିଲା।

    କିନ୍ତୁ ଯେତିକି ଟଙ୍କା ବଜାରକୁ ଛଡାଗଲା, ତାହାର ଦର୍ଶନ ସାଧାରଣ ଲୋକଙ୍କୁ ମିଳିନଥିଲା। କାରଣ ୨୦୧୮-୨୦୧୯ରୁ ଏହି ଶ୍ରେଣୀର ମୁଦ୍ରଣ ବନ୍ଦ କରାଯାଇଥିଲା। ସେହିପରି ୨୦୨୦ରେ ମଧ୍ୟ ଏହି ଶ୍ରେଣୀର ନୋଟର ମୁଦ୍ରଣ ହୋଇ ନ ଥିବା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ୨୦୨୧ରେ ଲୋକସଭାରେ  ସୂଚନା ଦେଇଥିଲେ ।

    ରିଜର୍ଭ ବ୍ୟାଙ୍କ ମଧ୍ୟ ତାର ବାର୍ଷିକ ରିପୋର୍ଟରେ ସ୍ପଷ୍ଟ କରିଥିଲା କି ୨୦୧୮ ପରଠାରୁ ଏହି ଶ୍ରେଣୀର ନୋଟ ଛପା ଯାଇନାହିଁ। ଟଙ୍କା ଯେମିତି ବଜାରକୁ ଆସିଥିଲା ସେମିତି ହଜିଗଲା। ଅନେକ ଏହି ନୋଟର ଦର୍ଶନ ମଧ୍ୟ ପାଇ ନ ଥିଲେ। ସରକାର କଳାବଜାରୀ, ଦୁର୍ନୀତି ରୋକିବାକୁ ଏହାର ପ୍ରଚଳନ କରିଥିବା କହିଥିଲେ ମଧ୍ୟ ଏହି ଶ୍ରେଣୀର ନୋଟରେ ହୋଇଛି ସର୍ବାଧିକ ଘୋଟାଲା। କାରଣ ୧୦୦ ଟଙ୍କିଆ ୨୦ଟି ନୋଟ ବା ୫୦୦ ଟଙ୍କାର ୪ଟି ନୋଟର ସ୍ଥାନ ନେଇଥିଲା ଗୋଟିଏ ୨୦୦୦ଟଙ୍କାର ନୋଟ, ଯାହାକୁ ଗଚ୍ଛିତ କରିବା ସହଜ ଥିଲା। ଏହା ଇଡିର ରେଡ ସମୟରେ ବିଭିନ୍ନ ଧନୀକ, ରାଜନେତା, ଅଧିକାରୀଙ୍କ ଘରୁ ଜବତ ଟଙ୍କାରୁ ଜଣାପଡିଛି। ଟେବୁଲ ତଳ କାମ ପାଇଁ ୨୦୦୦ ଟଙ୍କା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି।