Category: ଦେଶ-ବିଦେଶ

  • କୁନୋ ପାର୍କ: ଅସହ୍ୟ ଉତ୍ତାପରେ ପୁଣି ଗଲା ୨ ଚିତା ଛୁଆଙ୍କ ଜୀବନ

    କୁନୋ ପାର୍କ: ଅସହ୍ୟ ଉତ୍ତାପରେ ପୁଣି ଗଲା ୨ ଚିତା ଛୁଆଙ୍କ ଜୀବନ

    ପୁଣି ଚିତାର ମୃତ୍ୟୁ । ପୁଣି ଦୁଇଟା ଚିତା ପ୍ରାଣ ହରାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରେ । ଗତ ୨୪ ଘଣ୍ଟାରେ ୨ଟି ଚିତା ଛୁଆ ପ୍ରାଣ ହରାଇଛନ୍ତି ।

    ଏବେ ମେ’ ମାସ ଚାଲିଥିବାରୁ ଦେଶର ସବୁଠି ପ୍ରବଳ ଗରମ ଓ ଗୁଳୁଗୁଳି । ତେଣୁ ପ୍ରବଳ ଉତ୍ତାପ ସହି ନପାରି ୨ ଚିତା ଛୁଆଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୋଟିଏ ଚିତା ଛୁଆର ମୃତ୍ୟୁର ୨ ଦିନ ପରେ ଆଉ ଗୋଟିଏ ଛୁଆର ମୃତ୍ୟୁ ହୋଇଛି । ଗତ ୨୩ ତାରିଖରେ ପ୍ରଥମେ ଗୋଟିଏ ଛୁଆର ମୃତ୍ୟୁ ପରେ ୨୫ ତାରିଖରେ ଆଉ ଏକ ଛୁଆ ପ୍ରାଣ ହରାଇଲା ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଗତ ମାର୍ଚ୍ଚରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ଠାରୁ ୪ଟି ଛୁଆ ଜନ୍ମ ନେଇଥିଲେ । ହେଲେ ଏଯାଏ ୩ଟି ଛୁଆଙ୍କ ମୃତ୍ୟୁ ଘଟିସାରିଲାଣି ।

    କୁନୋ ନ୍ୟାସନାଲ ପାର୍କରେ ତାପମାତ୍ରା ୪୫ରୁ ୪୭ ଡିଗ୍ରୀ ରହୁଛି । ସେହି ଉତ୍ତାପ ସହିନପାରି ଛୁଆଙ୍କ ଜୀବନ ଯାଇଛି । ଅନ୍ୟ ଚିତାଙ୍କ ସୁରକ୍ଷା ଲାଗି ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ଚିତା ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି କୁନୋ ପାର୍କ କର୍ତ୍ତୃପକ୍ଷ । କୁନୋ ପାର୍କରେ ବାରମ୍ବାର ଚିତା ବାଘର ମୃତ୍ୟୁ ହେଉଛି । ଏହି ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ କିଛି ଦିନ ପୂର୍ବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ତେଣୁ ଚିତାଙ୍କୁ ରାଜସ୍ଥାନ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ ।

  • ୨୮ରେ ସଂସଦ ଭବନର ଉଦଘାଟନ, ସରକାରଙ୍କୁ ଘେରିଲେ ବିରୋଧୀ, ଉନ୍ମୋଚିତ ହେବ ୭୫ ଟଙ୍କିଆ ମୁଦ୍ରା

    ୨୮ରେ ସଂସଦ ଭବନର ଉଦଘାଟନ, ସରକାରଙ୍କୁ ଘେରିଲେ ବିରୋଧୀ, ଉନ୍ମୋଚିତ ହେବ ୭୫ ଟଙ୍କିଆ ମୁଦ୍ରା

    ଆସନ୍ତା ୨୮ ତାରିଖକୁ ସମସ୍ତଙ୍କ ଅପେକ୍ଷା । ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସଂସଦ ଭବନର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିବେ ପିଏମ୍ । ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୭୫ ଟଙ୍କିଆ ମୁଦ୍ରିକା ପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

    ୨୮ ତାରିଖ ଉଦଘାଟନୀ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି । ହେଲେ ଉଦଘାଟନୀ ଉତ୍ସବକୁ ନେଇ ରାଜନୀତି ବି ଥମୁନି । କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଦିଗରୁ ଘେରୁଛନ୍ତି ବିରୋଧୀ । ପୂର୍ବରୁ ଉତ୍ସବରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନହେବା ନେଇ କଂଗ୍ରେସ ଅଧ୍ୟକ୍ଷ ପ୍ରଶ୍ନ ଉଠାଇଥିଲେ । ଏବେ ପୁଣି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଗୋଷ୍ଠୀ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରୁଛନ୍ତି ।

    ଅଣବିଜେପି ସମେତ ୨୫ରୁ ଅଧିକ ରାଜନୈତିକ ଦଳ ଏଥିରେ ଯୋଗଦେବେ । ହେଲେ ମୁଖ୍ୟ ବିରୋଧୀ ଏଥିରେ ସାମିଲ ହେବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମକୁ ଉଦଘାଟନ କରୁଥିବାରୁ ବିରୋଧ କରିବା ସହ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ।

    ପାର୍ଲାମେଣ୍ଟ ଭବନ ବେଶ୍ ଚମତ୍କାର ଏବଂ ଆକର୍ଷଣୀୟ ହୋଇଛି । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଏହି କୋଠା ଲୋକଙ୍କ ଟିକସ ଟଙ୍କାରେ ନିର୍ମିତ । ଏହା ଦେଶର ସମ୍ପତ୍ତି, ବିଜେପିର କିମ୍ବା ଆରଏସଏସର ନୁହଁ । ତେଣୁ ଏହି ଉତ୍ସବରେ ଯୋଗଦେବେ ବୋଲି କହିଛନ୍ତି ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ା । ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସେ ଦିଲ୍ଲୀ ଗସ୍ତରେ ଅଛନ୍ତି ।

    ସବୁଠାରୁ ବଡ଼ କଥା ଏହି ଉତ୍ସବରେ ଲୋକସଭାରେ ସ୍ଥାପିତ ହେବ ସମ୍ମାନଜନକ ‘ସେଙ୍ଗୋଲ’। ଏହା ଭାରତର ଶକ୍ତିର ପ୍ରତୀକ । ୧୪ ଅଗଷ୍ଟ, ୧୯୪୭ରେ ବ୍ରିଟିଶମାନଙ୍କଠାରୁ ଭାରତକୁ ଶକ୍ତି ହସ୍ତାନ୍ତରର ପ୍ରତୀକ ଥିଲା ଏହି ସେଙ୍ଗୋଲ । ବ୍ରିଟିଶମାନଙ୍କ ଠାରୁ ପ୍ରଥମେ ଏହାକୁ ଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ ।

    ମଦୁରାଇ ଅଧିନାମର ୨୯୩ତମ ପୁରୋହିତ ହରିହର ଦେସିକା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସେଙ୍ଗୋଲ ହସ୍ତାନ୍ତର କରିବେ । ୨୮ ତାରିଖ ଭୋରୁ ନୂତନ ସଂସଦ ଭବନର ଆନୁଷ୍ଠାନିକ ଉଦଘାଟନ ପାଇଁ ବହୁ ଧର୍ମ ପ୍ରାର୍ଥନା ଆରମ୍ଭ ହେବ ।

    ଏହି କାର୍ଯ୍ୟକ୍ରମ ସଂସଦ ପରିସରରେ ପ୍ରାୟ ୭ଟା ସମୟରେ ଅନୁଷ୍ଠିତ ହେବ ଯେଉଁଠାରେ ଆନୁଷ୍ଠାନିକ ରାଜଦଣ୍ଡ ସେଙ୍ଗୋଲ, ମୋଦିଙ୍କୁ ହସ୍ତାନ୍ତର କରାଯିବ । ନୂଆ ସଂସଦ ଭବନରେ ସେଙ୍ଗୋଲର ପ୍ରତୀକ ପାଇଁ ଆଡେନମ୍ ପହଞ୍ଚିଛନ୍ତି । ମାଲାଇ ମାଣ୍ଡିର ପରିସର,ଆର.କେ ପୁରାମ ନୂଆଦିଲ୍ଲୀରେ ରହିବେ । ବୈଦିକ ରୀତିନୀତିରେ ଗଙ୍ଗାଜଳ ସ୍ନାନ ଏବଂ ତାମିଲ ଭଜନ ରୀତି ପରେ ସେମାନେ ସେଙ୍ଗୋଲକୁ ପିଏମ୍ ମୋଦିଙ୍କୁ ହସ୍ତାନ୍ତର କରିବେ ।

  • ପ୍ରବଳ ଖରାକୁ ଖାତିର ନକରି ତତଲା ପିଚୁରେ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି ପୁରୀ ଆସୁଛନ୍ତି ଜଣେ ଭକ୍ତ, ଆଜି ସେ ବୌଦ୍ଧରେ ଯାତ୍ରା କରୁଛନ୍ତି

    ପ୍ରବଳ ଖରାକୁ ଖାତିର ନକରି ତତଲା ପିଚୁରେ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି ପୁରୀ ଆସୁଛନ୍ତି ଜଣେ ଭକ୍ତ, ଆଜି ସେ ବୌଦ୍ଧରେ ଯାତ୍ରା କରୁଛନ୍ତି

    ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଲେ ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ୪୩ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ଘରୁ ବାହାରକୁ ବାହାରିବ ମୁସ୍କିଲ ହୋଇପଡିଥିବା ବେଳେ କଳା ଚିକଚିକ ପିଚୁ ରାସ୍ତାରେ ବିନା ଚପଲରେ ପାଦ ଥୋଇବା ମୁସ୍କିଲ ବେପାର । ଏପରି ସ୍ଥିତିପେ ଜଗା ଡୋରିରେ ବନ୍ଧା ଜଣେ ଭକ୍ତ ଏପରି କିଛି କରିଛନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ରାଜସ୍ଥାନରୁ ପୁରୀକୁ ଦଣ୍ଡବତ ହୋଇ ଯାଉଛନ୍ତି ଜଣେ ଭକ୍ତ ।

    କଳିଯୁଗରେ ମଧ୍ୟ ଦେଖିବାକୁ ମିଳିଛି ଦାସିଆ ବାଉରୀଙ୍କ ଭଳି ଜଣେ ଭକ୍ତ । ରାଜସ୍ଥାନରୁ ପୁରୀ ଅଭିମୁଖେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦଣ୍ଡ ପ୍ରଣାମ କରି ଆସିଥିବା ଭକ୍ତ ବୌଦ୍ଧ ଜିଲ୍ଲାକୁ ଅତିକ୍ରମ କରିଛନ୍ତି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣି, ବୌଦ୍ଧ ସହର, ପୁରୁଣାକଟକ, ଚାରିଛକ, ଆଡେଣିଗଡ଼ ଦେଇ ପ୍ରାୟ ୧୩୦ କି.ମି ବାଟ ଦଣ୍ଡ ପ୍ରଣାମ କରି ଅତିକ୍ରମ କରିଛନ୍ତି । ଏଥିପାଇଁ ଲାଗିଛି ତାଙ୍କୁ ୧୫ ଦିନ । ବୌଦ୍ଧ ଜିଲ୍ଲାରେ ପ୍ରବେଶ କରିବା ପରେ ଏଭଳି ଜଣେ ଭକ୍ତଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଛନ୍ତି ଲୋକେ । କାଳିଆ ଦର୍ଶନ କରିବାକୁ ଭକ୍ତ ମାନେ ଏତେ ବ୍ୟାକୁଳ ଯେ, ଧୁ..ଧୁ ଖରାକୁ ମଧ୍ୟ ଖାତିର ନାହିଁ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ । ଏଇକଥା ପ୍ରଚାର ହେବା ପରେ ତାଙ୍କୁ ଦେଖିବାକୁ ରାସ୍ତାରେ ଜମୁଛି ଭିଡ ।

    ରାଜସ୍ତାନରୁ ଜଗନ୍ନାଥ ଧାମ ପୁରୀ, ସିଏ ପୁଣି ଦଣ୍ଡପ୍ରଣାମ କରି କରି । ମାସେ କି ୨ ମାସ ନୁହେଁ ବରଂ ଗତ ବର୍ଷରୁ ନିଜ ଘରୁ ଜଗାକୁ ଦର୍ଶନ କରିବାକୁ ବାହାରିଥିଲେ ବିଜୟ । ଇଚ୍ଛା ଥିଲା ଗାଡି କି ଟ୍ରେନ୍‌ରେ ନୁହେଁ ବରଂ ରାସ୍ତାରେ ଦଣ୍ଡ ପ୍ରଣାମ କରିକରି ଚକାନୟନର ଦର୍ଶନ କରିବେ । ସେଇଥି ପାଇଁ ତ ନିଜ ଇଚ୍ଛାକୁ ପୂରଣ କରିବା ଲାଗି ଏମିତି ପ୍ରଣାମ କରି କରି ଶ୍ରୀକ୍ଷେତ୍ର ଯାଉଛନ୍ତି ବିଜୟ । ବିଜୟଙ୍କ କହିବା ଅନୁସାରେ, ଜଗା ଦର୍ଶନ ଲାଗି ଗତ ବର୍ଷ ଅର୍ଥାତ୍‌ ଡିସେମ୍ବର ମାସରୁ ସେ ଘରୁ ବାହାରିଛନ୍ତି । ଜଗା ଦର୍ଶନ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ, ଘରୁ ବାହାରିବା ଦିନ ଠାରୁ ଆଜଯାଏଁ ସେ ଥକି ନାହାନ୍ତି କି କୌଣସି ସ୍ଥାନରେ ଅଟକିଯାଇ ନାହାନ୍ତି । ବିଜୟଙ୍କ ଗାଁ ଠାରୁ ଶ୍ରୀକ୍ଷେତ୍ରର ଦୂରତା ପ୍ରାୟ ୧୫୧୨ କିଲୋମିଟର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨୫୦ କିଲୋମିଟର ଯାତ୍ରା କରି ବୌଦ୍ଧ ଜିଲ୍ଲା ଅତିକ୍ରମ କରିଛନ୍ତି ବିଜୟ । ଆଉ ମାତ୍ର ୨୬୨ କିଲୋମିଟର ଯାତ୍ରା ରହିଛି । ତେଣୁ, ରଥଯାତ୍ରା ବେଳକୁ ଶ୍ରୀକ୍ଷେତ୍ରରେ ପହଞ୍ଚିବାର ଆଶା ନେଇ ଆଗକୁ ବଢୁଛନ୍ତି ବିଜୟ । କଥାରେ ଅଛି ଭାବ ଯାହାର ଅଛି ସିଏ ଜଗାକୁ ପାଇଛି । ତେଣୁ, ନିଜ ମନରେ ଥିବା ଭକ୍ତି ପାଇଁ ଆଜି ମାଇଲ ମାଇଲ୍‌ ବାଟ ଏମିତି ରାସ୍ତାରେ ଦଣ୍ଡ ପ୍ରଣାମ କରି ଯାଉଛନ୍ତି ବିଜୟ । ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଦେଖି ଅନେକ ଭକ୍ତ ମଧ୍ୟ ଗାଡି ଅଟକାଇ ଦେଉଛନ୍ତି । କେମିତି ଭଲରେ ଶ୍ରୀକ୍ଷେତ୍ରରେ ପହଞ୍ଚିବେ ସେନେଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

  • ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର

    ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର

    ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅସୁସ୍ଥ। ଗୁରୁବାର ଭୋର ସମୟରେ ଜେଲ୍‌ର ବାଥରୁମ୍‌ ଯାଇଥିବା ବେଳେ ସେଠାରେ ବେହୋସ ହୋଇ ପଡ଼ିଲେ ସତ୍ୟେନ୍ଦ୍ର। ତାଙ୍କୁ ତୁରନ୍ତ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି।

    ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରେ ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି । ଆଜି ସେ ଜେଲର ଶୌଚାଳୟକୁ ସକାଳୁ ଯାଇଥିବା ବେଳେ ସେଠାରେ ଅଚେତ ହୋଇ ପଡିଯାଇଥିଲେ।  ସେଠାରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଲ୍ଲୀ ଦିନଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଲୋକନାୟକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେ ଅକ୍ସିଜେନ ସପୋର୍ଟରେ ଥିବା ବେଳେ ଡାକ୍ତର ତାଙ୍କ ଚିକିତ୍ସା କରୁଛନ୍ତି। ସେ ଗାଧୁଆ ଘର ପଡିଯିବାରୁ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ଆପ ପକ୍ଷରୁ ସୂଚନା ଦିଆଯାଇଛି।

    ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜୈନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେଜରିୱାଲ ଟୁଇଟ କରି ଲେଖିଛନ୍ତି କି, ଭଗବାନ ତାଙ୍କୁ ଏହି ଅପ୍ରିତିକର ପରିସ୍ଥିତି ସହ ଲଢିବାକୁ ଶକ୍ତି ଦିଅନ୍ତୁ। ସେ ଆହୁରି ଲେଖିଛନ୍ତି କି, ଜଣେ ଲୋକଙ୍କୁ ସୁସ୍ୱାସ୍ଥ୍ୟ ଓ ଭଲ ଚିକିତ୍ସା ସେବା ଯୋଗାଇଦେବାକୁ ଦିନରାତି କାମ କରୁଥିବା ବେଳେ ଜଣେ ଏକଛତ୍ରବାଦୀ ତାଙ୍କୁ ଦଣ୍ଡିତ କରିବାରେ ଲାଗିଛନ୍ତି।ଭଗବାନ ସବୁ ଦେଖୁଛନ୍ତି ଓ ସମସ୍ତଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି କେଜରିୱାଲ।

    ଜେଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ କୁହାଯାଇଛି କି, ଆଜି ସେ ସକାଳ ପ୍ରାୟ ୬ଟାରେ ଗାଧୁଆ ଘରେ ଖସିପଡିଥିଲେ। ସେ କିଛି ଦିନ ହେବ ଅସୁସ୍ଥତା କାରଣରୁ ଡାକ୍ତରଙ୍କ ନିରିକ୍ଷଣରେ ରହି ଆସୁଥିଲେ। ଏହା ପୂର୍ବରୁ ମଧ୍ୟ ସେ ଅସୁସ୍ଥ ଥିବା ଜଣାଇଥିଲେ। ୨ ଦିନ ତଳେ ଜୈନ୍ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଲ୍ଲୀ ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସା ପରେ ଜେଲ୍‌ ଫେରିଥିବା ବେଳେ ଆଜି ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି।

    ସତ୍ୟେନ୍ଦ୍ର ଜୈନ ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଗତ ଗୁରୁବାର ଦିନ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟରେ ଜୈନଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଇଥିଲେ କି, ବର୍ତ୍ତମାନ ଜୈନ ଅସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଉଛି। ଏକ ବର୍ଷ ଭିତରେ ତାଙ୍କ ଓଜନ ୩୫ କେଜି କମି ସାରିଲାଣି। ସେ କଙ୍କାଳସାର ହୋଇଗଲେଣି।

    ଏହାକୁ ନେଇ ସୁପ୍ରିମକୋର୍ଟ ନୋଟିସ କରିବା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଜୈନଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଅବକାଶକାଳୀନ ବେଞ୍ଚଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହାରି ମଧ୍ୟରେ ଜୈନ ୨ ଥର ଅସୁସ୍ଥ ହୋଇ ହେଲେଣି।

    ସୂଚନାଯୋଗ୍ୟ, ଗତବର୍ଷ ମେ’ ୩୦ରେ ଇଡି ଦିଲ୍ଲୀର ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି। ଦିଲ୍ଲୀର

  • ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍

    ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍


    ବିଶ୍ୱର ଅନେକ ସ୍ଥାନରେ ଥଣ୍ଡାର ପ୍ରକୋପ ଏବେବି ରହିଛି । ହାଡ଼ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ । ତେବେ ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ୍ ।ପୃଥିବୀର ସବୁଠାରୁ ଥଣ୍ଡା ସହର ୟାକୁସ୍କ । ମସ୍କୋଠାରୁ ୫୦୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରର । ଦିନକୁ ଦିନ ଏଠାରେ ତାପମାତ୍ରା କମି କମି ଯାଉଥିବା କହିଛନ୍ତି ଲୋକେ । ଏଠାରେ ବିନା ଫ୍ରିଜରରେ ହିଁ ମାଛ ବିକ୍ରି ହେଉଛି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପରସ୍ତ ପରସ୍ତ ଗରମ ପୋଷାକ ପିନ୍ଧିବା ପାଇଁ ପଡ଼ୁଛି । ଟୋପି ଉପରେ ଟୋପି, ଗ୍ଲୋବସ୍ ଉପରେ ଗ୍ଲୋବସ୍ ପିନ୍ଧୁଛନ୍ତି ଲୋକେ ।ଏଠାକାର ଲୋକ ଏପରି ପାଣିପାଗ ସହ ଅଭ୍ୟସ୍ତ ଥିଲେ ସୁଦ୍ଧା କେତେକ ଲୋକ ଶୀତରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ପଦକ୍ଷେପ ନେଉଛନ୍ତି । କାରଣ ଜାନୁଆରୀ ମାସ ସେଠାରେ ସବୁଠାରୁ ଥଣ୍ଡା ମାସ ।

  • ଯେଉଁ ସଂଗଠନ କର୍ଣ୍ଣାଟକରେ ବିଶୃଙ୍ଖଳା କରିବ ତାକୁ ବ୍ୟାନ୍ କରାଯିବ କହିଲେ ପ୍ରିୟାଙ୍କ ଖଡଗେ

    ଯେଉଁ ସଂଗଠନ କର୍ଣ୍ଣାଟକରେ ବିଶୃଙ୍ଖଳା କରିବ ତାକୁ ବ୍ୟାନ୍ କରାଯିବ କହିଲେ ପ୍ରିୟାଙ୍କ ଖଡଗେ

    କର୍ଣ୍ଣାଟକର କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ପ୍ରିୟାଙ୍କ ଖଡଗେ ରାଷ୍ଟ୍ରିୟ ସ୍ବୟମସେବକ ସଙ୍ଘ (ଆରଏସଏସ)କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ ଗୁରୁବାର ଦିନ କହିଛନ୍ତି ଯେ, ଧାର୍ମିକ, ରାଜନୈତିକ ବା ସାମାଜିକ, ଯେଉ ସଂଗଠନ କର୍ଣ୍ଣାଟକରେ ଅଶାନ୍ତିର ମଞ୍ଜି ବୁଣିବ ତାକୁ ବରଦାସ୍ତ କରାଯିବ ନାହିଁ । ଆରଏସଏସ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଖଡଗେ ଏହି ବିବୃତ୍ତି ଦେଇଛନ୍ତି ।

    ରାଜ୍ୟରେ ପିଏଫ୍ଆଇ ଏବଂ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଆରଏସଏସ ବିଷୟରେ ପଚରାଯିବାରୁ ପ୍ରିୟାଙ୍କ ଖାଡଗେ ଏହା କହିଛନ୍ତି । ଆମେ ଆଇନ ଅନୁଯାୟୀ ଏବଂ ସାମ୍ବିଧାନିକ ଭାବରେ ସେମାନଙ୍କ ସହ ମୁକାବିଲା କରିବୁ, ସିଏ ବଜରଙ୍ଗ ଦଳ, PFI କିମ୍ବା ଅନ୍ୟ ଯେକୌଣସି ସଙ୍ଗଠନ ହେଉ । ସେ କହିଛନ୍ତି ଯେ, ଯଦି ସେମାନେ କର୍ଣ୍ଣାଟକରେ ଆଇନଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ଆମେ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଙ୍କୋଚ କରିବୁ ନାହିଁ ।

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ନିଜ ମୋଫେଷ୍ଟୋରେ ବଜରଙ୍ଗ ଦଳ ଏବଂ ପିଏଫଆଇ ଉପରେ ବ୍ୟାନ କରିବାକୁ ପ୍ରତିଶୃତି ଦେଇଥିଲା । ଯାହାକୁ ବିଜେପି ହାଇଜାକ କରିବା ସହିତ ବଜ୍ରଙ୍ଗ ଦଳକୁ ବଜ୍ରଙ୍ଗବଲି ସହିତ ତୁଳନା କରିଥିଲା ।

    ବଜରଙ୍ଗ ଦଳ ଉପରେ ନିଷେଧାଦେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଂଗ୍ରେସକୁ ଆକ୍ରମଣ କରି କହିଥିଲେ ଯେ, ପ୍ରଥମେ କଂଗ୍ରେସ ପ୍ରଭୁ ରାମଙ୍କୁ ବନ୍ଦ କରି ଦେଇଥିଲେ ଏବଂ ବର୍ତ୍ତମାନ ଜୟ ବଜରଙ୍ଗବାଲି ଜପ କରୁଥିବା ଲୋକଙ୍କୁ ମଧ୍ୟ ବନ୍ଦ କରିବାକୁ ଶପଥ ନେଇଛନ୍ତି ।

  • ହାଇଦ୍ରାବାଦରେ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ପୁନରାବୃତ୍ତି

    ହାଇଦ୍ରାବାଦରେ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ପୁନରାବୃତ୍ତି

    ଦିଲ୍ଲୀ ଶ୍ରଦ୍ଧା ୱାଲକର କେସ୍‌ ପରି ବିଭତ୍ସ ହତ୍ୟାକାଣ୍ଡ ପୁଣି ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଧାର ଟଙ୍କାକୁ ନେଇ ନିଜ ପ୍ରେମିକାକୁ ହତ୍ୟାକରିବା ପରେ ପଥର କଟା ମେସିନରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଡମ୍ପିଂୟାର୍ଡରେ ପକାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଛି। ପୋଲିସ ଉକ୍ତ ଆଭିଯୁକ୍ତ ପ୍ରେମିକକୁ ଧରି ପଚରା ଉଚରା କରିବା ବେଳେ ସମସ୍ତ କଥା ପଦାକୁ ଆସିଛି। ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରେମିକା ଜଣେ ୫୫  ବର୍ଷୀୟା ମହିଳା ହୋଇଥିବା ବେଳେ ହତ୍ୟାକାରୀ ପ୍ରେମିକ ୪୮ ବର୍ଷୀୟ ଚନ୍ଦ୍ରମୋହନ।

    ସୂଚନା ମୁତାବକ, ୫୫ ବର୍ଷୀୟା ୟେରମ ଅନୁରାଧା ରେଡ୍ଡି ଦୀର୍ଘ ବର୍ଷରୁ ନିଜ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ। ଅନୁରାଧା ରହୁଥିବା ଘରର ତଳ ମହଲାରେ ଅଭିଯୁକ୍ତ ପ୍ରେମିକ ଚନ୍ଦ୍ରମୋହନର ପରିବାର ରହୁଥିଲେ। ଅନୁରାଧା ନିସଙ୍ଗ ଜୀବନ ଅତିବାହିତ କରୁଥିବା ବେଳେ ତାଙ୍କଠାରୁ ୭ ବର୍ଷ ଛୋଟ ଚନ୍ଦ୍ରମୋହନ ସହ ପରିଚୟ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା।

    ଅନୁରାଧା ଓ ଚନ୍ଦ୍ରମୋହନ ପରସ୍ପରର ସୁଖ ଦୁଃଖରେ ପରସ୍ପର ପାଖରେ ଠିଆ ହେଉଥିଲେ।  ୨୦୧୮ ମସିହାରେ ଚନ୍ଦ୍ରମୋହନକୁ ଅର୍ଥର ଆବଶ୍ୟକତା ପଡିଥିଲା ଓ ଅନୁରାଧାଙ୍କଠାରୁ ୭ ଲକ୍ଷ ଟଙ୍କା ଧାର ନେଇଥିଲା। ଏହା ଭିତରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚନ୍ଦ୍ରମୋହନ ସେହି ଧାର ଟଙ୍କା ଫେରାଇବା ନାଁ ଧରୁ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ତିକ୍ତ ହେବାକୁ ଲାଗିଲା।

    ଗତ ୧୨ ତାରିଖରେ ଅନୁରାଧା ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ଏହା ଭୟଙ୍କର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚନ୍ଦ୍ରମୋହନ ଏକ ଛୁରୀରେ ଅନୁରାଧାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଅନୁରାଧାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ଚନ୍ଦ୍ରମୋହନଙ୍କୁ ମୃତଦେହ ଠିକଣା ଲଗାଇବା ଚିନ୍ତା ଘାରିଥିଲା। ମୃତଦେହକୁ କେଉଁଠି ପକେଇଲେ ପୋଲିସ ତାଙ୍କୁ ପାଇବ, ତେଣୁ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଆସିଥିଲା। ସେ ମୃତଦେହକୁ ଯେମିତି ଚିହ୍ନଟ କରାଯାଇ ପାରିବ ନାହିଁ ସେଥିପାଇଁ ଯୋଜନା କଲେ।

    ତେଣୁ ଚନ୍ଦ୍ରମୋହନ ଏକ ପଥର କଟା ମେଶିନ ଆଣିଲେ। ମେସିନରେ  ଅନୁରାଧାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ। ମୁଣ୍ଡଟିରୁ ଯେମିତି ଅନୁରାଧାଙ୍କ ପରିଚୟ ନ ମିଳେ ସେଥିଲାଗି ଚନ୍ଦ୍ରମୋହନ ମୁଣ୍ଡକୁ ମଧ୍ୟ ଗୁଣ୍ଡ କରିଦେଇଥିଲେ ଓ  ଖଣ୍ଡ ବିଖଣ୍ଡିତ  ଅଂଶକୁ ସବୁ ଛୋଟ ଛୋଟ ଜରିରେ ଭର୍ତ୍ତି କରି  ବଡ଼ ଫ୍ରିଜରେ ଭର୍ତ୍ତି କରି ରଖିଲେ।

    ମୃତଦେହ ବେଶି ଦିନ ରହିଲେ ଦୁର୍ଗନ୍ଧ ହେବା ସମ୍ଭାବନାକୁ ଦେଖି ସେ ସବୁ ବେଳେ ଘରେ ରୁମ ଫ୍ରେସନର ଓ ଧୂପକାଠି ଲଗାଉଥିଲେ। କିଛି ଦିନ ପରେ ଚନ୍ଦ୍ରମୋହନ ସେସବୁ ଜରିକୁ ଧୀରେ ଧୀରେ ନେଇ ଡମ୍ପିଂୟାର୍ଡରେ ଫୋପାଡ଼ି ଦେଇଥିଲେ। କିନ୍ତୁ ଡମ୍ପିଂୟାର୍ଡରୁ ପ୍ରବଳ ଗନ୍ଧ ବାହାରିବା ପରେ ସେଠାରେ ନିୟୋଜିତ ସଫେଇ କର୍ମଚାରୀ ଯାଞ୍ଚ କରିବାରୁ ଏକାଧିକ ଜରିରେ ନଷ୍ଟ ହୋଇଯାଇଥିବା ମଣିଷ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ପାଇଥିଲେ।

    ଏହା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ତଦନ୍ତ କରି ଶେଷରେ ପହଞ୍ଚିଥିଲା ଚନ୍ଦ୍ରମୋହନ ନିକଟରେ। ପୋଲିସ ଚନ୍ଦ୍ରମୋହନକୁ ପଚରାଉଚରା ପରେ ସବୁ ତଥ୍ୟ ଜାଣିବା ପରେ ତାଙ୍କୁ ଗିରଫ କରିଛି।

  • CBI ନିର୍ଦ୍ଦେଶକ ସୁବୋଧଙ୍କ କାର୍ଯ୍ୟକାଳ ଶେଷ, ଦାୟିତ୍ୱ ନେବେ ପ୍ରବୀଣ

    CBI ନିର୍ଦ୍ଦେଶକ ସୁବୋଧଙ୍କ କାର୍ଯ୍ୟକାଳ ଶେଷ, ଦାୟିତ୍ୱ ନେବେ ପ୍ରବୀଣ

    CBI ନିର୍ଦ୍ଦେଶକ ସୁବୋଧ କୁମାର ଜୈଶଓ୍ବାଲଙ୍କ କାର୍ଯ୍ୟକାଳ ସରିଛି । ଆଜି ସେ ଅବସର ନେଉଛନ୍ତି । ଏହାପରେ CBI ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ ପ୍ରବୀଣ ସୁଦ୍‌ । କର୍ଣ୍ଣାଟକର ପୂର୍ବତନ ଡିଜିପି ପ୍ରବୀଣ ସୁଦ, ଦୁଇ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ।

    ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଆଇପିଏସ ଅଫିସର । ପ୍ରଥମ ଏସପି ଭାବେ ୧୯୮୯ରୁ କ୍ୟାରୟର ଆରମ୍ଭ କରିଥିଲେ । ମହୀଶୂରରେ ଏଏସପି ଭାବେ ଦାୟିତ୍ୱ ନେଇଥିଲେ । ନିଜର କର୍ତ୍ତବ୍ୟ ଏବଂ ଉଲ୍ଲେଖନୀୟ ସେବା ପାଇଁ ୨୦୧୧ରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଥିଲା ।

    ଗତ ତିନି ବର୍ଷ ହେଲା କର୍ଣ୍ଣାଟକ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି ଏହି IPS ଅଫିସର । ହେଲେ ନିଜ କ୍ୟାରିୟରରେ ଅନେକ ଥର ବିବାଦକୁ ଆସିଛନ୍ତି ପ୍ରବୀଣ ।

    ପ୍ରବୀଣ ସୁଦଙ୍କୁ CBI ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି, ତାଙ୍କ ନାଁରେ ମୋହର ମାରିଛନ୍ତି । CBI ନିର୍ଦ୍ଦେଶକ ହେବା ନେଇ ସମ୍ଭାବ୍ୟ ତାଲିକାରେ ତାଙ୍କ ନାଁ ନଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ନାଁ ଲିଷ୍ଟରେ ସାମିଲ କରାଯାଇଥିଲା । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବା ଦିନ ତାଙ୍କ ନାଁ ଲିଷ୍ଟରେ ସାମିଲ ହୋଇଥିଲା । ତେବେ ପ୍ରବୀରଙ୍କୁ CBI ନିର୍ଦ୍ଦେଶକ କରିବାକୁ ନାପସନ୍ଦ କରିଛି କଂଗ୍ରେସ । ବିଜେପିକୁ ନିଜ ଇସାରାରେ ନାଚିବା ଲୋକଙ୍କୁ ଏହି ପଦରେ ନିଯୁକ୍ତି ଦେଉଥିବା କଂଗ୍ରେସ ଅଭିଯୋଗ କରିଛି ।

  • ସଂସଦ ଭବନ ବିଜେପିର ନୁହେଁ ବରଂ ସମଗ୍ର ଦେଶର: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

    ସଂସଦ ଭବନ ବିଜେପିର ନୁହେଁ ବରଂ ସମଗ୍ର ଦେଶର: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

    କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହକୁ ନେଇ ଅନ୍ୟ
    କଂଗ୍ରେସ କର୍ମୀଙ୍କ ଠାରୁ ଭିନ୍ନ ବୟାନ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, “ସଂସଦ ଭବନ ବିଜେପିର ନୁହେଁ ବରଂ ସମଗ୍ର ଦେଶର ଅଟେ । ମୋଦୀଙ୍କୁ ବିରୋଧ କରିବାଟା ଠିକ୍ କିନ୍ତୁ ‘ଦେଶ’କୁ ବିରୋଧ କରିବା ଠିକ୍ ନୁହେଁ ।

    ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହକୁ ବୟକଟ କରିବାକୁ ଘୋଷଣା କରିଛନ୍ତି । ବୁଧବାର କଂଗ୍ରେସ ଦଳ ସମାନ ବିଚାରଧାରା ବିରୋଧୀ ଦଳ ମାନଙ୍କୁ ଏକ ବିବୃତ୍ତି ଜାରି କରି କହିଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ ଦେବା କେବଳ ତାଙ୍କ ଗରିମା ପ୍ରତି ଅପମାନ ନୁହେଁ ବରଂ ଗଣତନ୍ତ୍ର ଉପରେ ମଧ୍ୟ ଆକ୍ରମଣ ।

    ନୂତନ ଭବନର ଉଦଘାଟନ ନେଇ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର କହିଛନ୍ତି ଯେ, ମେ ୨୮ରେ ସଂସଦର ନୂତନ ଭବନର ଉଦଘାଟନ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରାଜନୀତି ସହ ଜଡିତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

    ଗୃହମନ୍ତ୍ରୀ କହିଛନ୍ତି ଯେ, “ନୂତନ ସଂସଦ ଗୃହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିର ଏକ ଉଦାହରଣ”। ସେ କହିଛନ୍ତି ଯେ, ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସଂସଦ ଗୃହ ନିର୍ମାଣରେ ସହଯୋଗ କରିଥିବା ୬୦,୦୦୦ ଶ୍ରମିକଙ୍କୁ ମଧ୍ୟ ସମ୍ମାନିତ କରିବେ ।

  • ଐତିହାସିକ ସେଙ୍ଗୋଲ ସ୍ଥାପିତ ହେବ ସଂସଦ ଭବନରେ

    ଐତିହାସିକ ସେଙ୍ଗୋଲ ସ୍ଥାପିତ ହେବ ସଂସଦ ଭବନରେ

    ଆସନ୍ତା ୨୮ରେ ନୂତନ ସଂସଦ ଗୃହ ଉଦଘାଟନ ହେବାକୁ ଯାଉଛି। ଏହାକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବେଶ ଉତ୍ସାହିତ। କାରଣ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ସେଙ୍ଗୋଲକୁ ଗ୍ରହଣ କରିବେ, ଯାହା ଆମ ସଭ୍ୟତା ସହ ଜଡିତ ଏକ ଗରିମାମୟ ବସ୍ତୁ। ବ୍ରିଟିଶମାନଙ୍କଠାରୁ ଶକ୍ତି ହସ୍ତାନ୍ତରର ପ୍ରତୀକ  ଏହି ଐତିହାସିକ ସେଙ୍ଗୋଲକୁ  ନୂତନ ସଂସଦ ଗୃହରେ ସ୍ଥାପନ ମଧ୍ୟ କରାଯିବ। ତେଣୁ ଏହାକୁ  ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି କହୁଛି ବିଜେପି।

    ସେଙ୍ଗୋଲର ଇତିହାସ ସମ୍ପର୍କରେ  ଗୃହମନ୍ତ୍ରୀ ଅମିତ ସାହ କହିଛନ୍ତି କି, ୧୯୪୭  ଅଗଷ୍ଟ ୧୪ ରେ ବ୍ରିଟିଶମାନେ ଭାରତକୁ ଶାସନ ଭାର ଦେଇଥିଲେ। କ୍ଷମତା ହସ୍ତାନ୍ତରର ସ୍ୱରୂପ,  ଐତିହ୍ୟ ସମ୍ପନ୍ନ ସେଙ୍ଗୋଲକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଆମେ ସିଙ୍ଗୋଲ ବିଷୟରେ ଅବଗତ ନୋହୁଁ। ସେବେଠାରୁ ଏହି ଐତିହ୍ୟ ସମ୍ପନ୍ନ ବସ୍ତୁଟି ଆଲାହବାଦର ଏକ ସଂଗ୍ରହାଳୟରେ ରଖାଯାଇଛି। ଏହି ଗରିମାପୂର୍ଣ୍ଣ ଐତିହାସିକ ରାଜଦଣ୍ଡ ସମ୍ପର୍କରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଜାଣିଲେ ସେତେବେଳେ ସେ ନିଷ୍ପତ୍ତି ନେଇଥିଲେ ଯେ ନୂଆ ସଂସଦ ଭବନରେ ଏହାକୁ ସ୍ଥାପନ କରି ଦେଶବାସୀଙ୍କୁ ଉତ୍ସର୍ଗ କରିବେ।

    କିପରି ଭାରତକୁ କ୍ଷମତା ହସ୍ତାନ୍ତର କରିବା  ପ୍ରକ୍ରିୟା କ’ଣ ହେବ ସେ ନେଇ ଭାରତରେ ଅବସ୍ଥାପିତ ବ୍ରିଟେନର ସର୍ବୋଚ୍ଚପଦାଧିକାରୀ ଲର୍ଡ ମାଉଣ୍ଟବ୍ୟାଟେନ୍ ନେହରୁଙ୍କୁ ପଚାରିଥିଲେ।  ଏସମ୍ପର୍କରେ ପଣ୍ଡିତ ନେହରୁ ତାଙ୍କ ସହକର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହି ମାମଲା ସି ରାଜାଗୋପାଲାଚାରି ବା ରାଜାଜୀଙ୍କୁ ପଚରାଯାଇଥିଲା।  ରାଜାଜୀ ଏସମ୍ପରରେ ଜାଣିବାକୁ ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିଲେ  ଓ  ସେଙ୍ଗୋଲ ପ୍ରକ୍ରିୟାକୁ ଚିହ୍ନିତ କରିଥିଲେ।  ଚୋଳ ଆଧ୍ୟାତ୍ମିକ ପରମ୍ପରା ଅନୁଯାୟୀ  ଯେତେବେଳେ ଜଣେ ରାଜାଙ୍କଠାରୁ ଅନ୍ୟ ରାଜା କ୍ଷମତା ନିଅନ୍ତି ସେତେବେଳେ ଏହି ରାଜଦଣ୍ଡକୁ ତାଙ୍କୁ ପୁରୁଣା ରାଜାଙ୍କଠାରୁ ରାଜପୁରୋହିତ ଆଣି ନୂଆ ରାଜାଙ୍କୁ ଦେବା ସହ ଆଶୀର୍ବାଦ ଦେଇଥାନ୍ତି।  ଏହି ରାଜଦଣ୍ଡ ଅତ୍ୟନ୍ତ ପବିତ୍ର। ଏହାର ଉପରେ ନନ୍ଦୀ ବିରାଜମାନ କରିଛନ୍ତି।  ଅଷ୍ଟମ ଶତାବ୍ଦୀରୁ ଏହି ପରମ୍ପରା ଚାଲିଆସୁଥିଲା।

    ରାଜଜୀ ତାମିଲନାଡୁର ତାନଜୋର ଜିଲ୍ଲାରେ ଅବସ୍ଥିତ ଏକ ଧାର୍ମିକ ମଠ ଥିରୁଭାଭଦୁଥୁରାଇ ଅଧୀନମକୁ ଯାଇଥିଲେ। ଏହି ମଠ ଶୈବ  ଶିକ୍ଷା ଏବଂ ପରମ୍ପରାକୁ ଅନୁସରଣ କରୁଥିବା ଏକ ଭିକ୍ଷୁ ଅନୁଷ୍ଠାନ । ସେଠାରେ ରାଜାଜୀ ମଠାଧିଶଙ୍କୁ ସେଙ୍ଗୋଲ ପ୍ରସ୍ତୁତି କରିବାରେ ତାଙ୍କ ସାହାଯ୍ୟ ଲୋଡିଥିଲେ। ମଠାଧୀଶଙ୍କ ସହଯୋଗରେ ସେଙ୍ଗୋଲ ପ୍ରସ୍ତୁତ ହୋଇଥିଲା।, ଯାହାର ଲମ୍ୱା ପାଞ୍ଚ ଫୁଟ ଥିଲା।  ଏହାକୁ ଚେନ୍ନାଇର ଜଣାଶୁଣା ବଣିଆ ୱୁମ୍ମିଦୀ ବଙ୍ଗାରୁ ଚେଟ୍ଟୀଙ୍କୁ ଦିଆଯାଇଥିଲା।

    ତେବେ କଣ ଏହି ସେଙ୍ଗୋଲ ଓ କାହିଁକି ଏହାକୁ ବାଛିଥିଲେ ରାଜାଜୀ?

    ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’!  ସେଙ୍ଗୋଲ ଶବ୍ଦଟି  ତାମିଲ ଭାଷାରୁ ଉଦ୍ଧୃତ। ଏହାର ଅର୍ଥ ଧର୍ମ, ସଚ୍ଚୋଟତା ଓ ନିଷ୍ଠା। ସେଙ୍ଗୋଲ ରାଜଦଣ୍ଡ ଭାରତୀୟ ସମ୍ରାଟଙ୍କ ଶକ୍ତି ଓ ଅଧିକାରର ପ୍ରତୀକ ହୋଇଥିଲା।  ୫୦୦ ବର୍ଷ ପୂର୍ବେ ଚୋଳ ସାମ୍ରାଜ୍ୟରୁ ସେଙ୍ଗୋଲ ପରମ୍ପରା ଆସିଥିଲା। ଶକ୍ତି ବା କ୍ଷମତା ହସ୍ତାନ୍ତର ସମୟରେ ସେଙ୍ଗୋଲକୁ ନୂଆ ରାଜାଙ୍କୁ ତାଙ୍କ  ରାଜ ପୁରୋହିତ ହସ୍ତାନ୍ତର କରିଥାନ୍ତି।

    ଚୋଳ ଶାସନ କାଳରେ ରାଜାଙ୍କ ରାଜ୍ୟାଭିଷେକ ସମାରୋହ ଏକ ସେଙ୍ଗୋଲର ଆଧ୍ୟାତ୍ମିକ ମହତ୍ୱ ରହିଥିଲା। ଏହା ଏକ ଧ୍ୱଜଦଣ୍ଡ ରୂପେ କାର୍ଯ୍ୟ କରୁଥିଲା, ଯେଉଁଥିରେ ସର୍ବୋତ୍କୃଷ୍ଟ କାରିଗରୀ ଓ ଜଟିଳ ସାଜ୍ଜସଜ୍ଜା ହେଉଥିଲା। ଏହି ରାଜଦଣ୍ଡ ଯାହାଙ୍କୁ ଦିଆଯାଏ, ତାଙ୍କଠାରୁ ନ୍ୟାୟସଂଗତ ଓ ନିରପେକ୍ଷ ଶାସନର ଅପେକ୍ଷା କରାଯାଇଥାଏ