Category: ଦେଶ-ବିଦେଶ

  • ସାଙ୍ଗ ବିୟୋଗରେ ଭାଙ୍ଗିପଡିଲା ସାଙ୍ଗ ଆଉ ତା ପରେ…….

    ସାଙ୍ଗ ବିୟୋଗରେ ଭାଙ୍ଗିପଡିଲା ସାଙ୍ଗ ଆଉ ତା ପରେ…….


    ବନ୍ଧୁ ଏ ଶବ୍ଦର ଅର୍ଥ ଅନେକ । ଯିଏ ନିସ୍ବାର୍ଥ ପର ଭାବେ ଆପଣଙ୍କ ସହ ସବୁବେଳେ ଥାଏ । ଦୁଖ ସୁଖ ସବୁଥିରେ ଥାଏ ଭାଗୀଦାରୀ । କିନ୍ତୁ ଆଜି କାଲି ତାର ଅର୍ଥ ଲୋପ ପାଇବାକୁ ବସିଥିବା ବେଳେ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ନଗଲା ଖଙ୍ଗାର ଥାନା ଅଞ୍ଚଳରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ସାଙ୍ଗର ଜୁଇକୁ ଡେଇଁଲା ସାଙ୍ଗ । ଜଣେ ଯୁବକ ତାଙ୍କ ସାଙ୍ଗର ବିୟୋଗକୁ ସହଜରେ ଗ୍ରହଣ କରିପାରିଲେନିଆ ଶେଷରେ ନିଜ ସାଙ୍ଗର ଜୁଇକୁ ଡେଇଁ ପ୍ରାଣ ହରାଇଛନ୍ତି । ଶନିବାର ସକାଳେ ନଗଲା ଖଙ୍ଗାର ଥାନା ଅଞ୍ଚଳର ଅଶୋକ (୪୦) ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେ କ୍ୟାନସରରେ ପୀଡ଼ିତ ଥିଲେ। ଦିନ ୧୧ଟା ବେଳେ ଯମୁନା ନଦୀ କୂଳରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଅଶୋକଙ୍କ ସାଙ୍ଗ ଆନନ୍ଦ (୪୦) ମଧ୍ୟ ଉପସ୍ଥିତ ରହିଥିଲେ।ଜୁଇ ଜଳୁଥିବା ବେଳେ ଜଣେ ପରେ ଜଣେ ଲୋକ ଯେତେବେଳେ ସେ ସ୍ଥାନ ଛାଡ଼ୁଥିଲେ ସେତେବେଳେ ହଠାତ୍ ଆନନ୍ଦ ସାଙ୍ଗ ଅଶୋକଙ୍କ ଜୁଇକୁ ଡେଇଁ ପଡ଼ିଥିଲେ। ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେଠାରୁ ତାଙ୍କୁ ଆଗ୍ରା ମେଡିକାଲ କଲେଜକୁ ରେଫର କରାଯାଇଥିଲା। ତେବେ ଆଗ୍ରା ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଛନ୍ତି ସିରସଗଞ୍ଜ ସର୍କଲ ପୁଲିସ ।

  • ପାକିସ୍ତାନ: ପ୍ରକୃତିର ତାଣ୍ଡବ, ତୁଷାରସ୍ଖଳନରେ ଗଲା ୧୦ ଜୀବନ

    ପାକିସ୍ତାନ: ପ୍ରକୃତିର ତାଣ୍ଡବ, ତୁଷାରସ୍ଖଳନରେ ଗଲା ୧୦ ଜୀବନ

    ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି । ବନ୍ୟା ପରେ ଦରଦାମ୍ ବୃଦ୍ଧି ଲୋକଙ୍କୁ ଟେନସନ୍ ଦେଇଛି । ଏହାପରେ ପାକିସ୍ତାନର ପ୍ରକୃତ ବନ୍ଧୁ କୁହାଯାଉଥିବା ଚୀନର ନାଲିଆଖି, ବିଭିନ୍ନ ପ୍ରସଙ୍ଗରେ ବିଶ୍ୱରେ ନିନ୍ଦିତ ପାକିସ୍ତାନକୁ ଚିନ୍ତାରେ ପକାଇଥିଲା । ସବୁଠୁ ବଳି ଯାଇଥିଲା ଇମ୍ରାନ ସମର୍ଥକଙ୍କ ହିଂସା । ଏବେ ପୁଣି ଏକ ବିପତ୍ତି ଦେଖିବାକୁ ମିଳିଛି ।

    ପାକିସ୍ତାନର ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ତୁଷାରସ୍ଖଳନ ହୋଇଛି । ଏଥିରେ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୨୫ ଜଣ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ପାର୍ବତ୍ୟାଞ୍ଚଳ ଅନ୍ତର୍ଗତ ଆସ୍ତୋର ଜିଲ୍ଲାର ସୁଣ୍ଟର୍‌ ଟପ୍‌ ଅଞ୍ଚଳରେ ଏହି ପ୍ରାକୃତିକ ଦୁର୍ବିପାକ ଘଟିଛି । ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେପରେ ପାକିସ୍ତାନ ସେନାଯବାନମାନେ ଏଥିରେ ସାମିଲ ହୋଇଥିଲେ । ପ୍ରଭାବିତ ଅଞ୍ଚଳରେ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ଥିବା କହିଛନ୍ତି ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ୍‌ର ମୁଖ୍ୟ ଶାସନ ସଚିବ ମୋହିଉଦ୍ଦିନ୍‌ ୱାନି ।

    ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ୍‌ର ମୁଖ୍ୟମନ୍ତ୍ରୀ ଖଲିଦ୍‌ କୁର୍ଶିଦ ଖାଁ । ଉଦ୍ଧାର ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜୀବନହାନୀ ଯୋଗୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ମଧ୍ୟ ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟୁଛି ।

  • ମନ୍ତ୍ରୋଚାରଣରେ କମ୍ପିଲା ଲୋକସଭା ଭବନ, କକ୍ଷରେ ସ୍ଥାପିତ ହେଲା ‘ସେଙ୍ଗୋଲ’

    ମନ୍ତ୍ରୋଚାରଣରେ କମ୍ପିଲା ଲୋକସଭା ଭବନ, କକ୍ଷରେ ସ୍ଥାପିତ ହେଲା ‘ସେଙ୍ଗୋଲ’

    ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମକାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

    ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରିବା ପରେ ପିଏମ୍ ନୂଆ ସଂସଦ ଭବନ ଲୋକାର୍ପଣ କରିଥିଲେ । ଏହି ଅବସରରେ ଏହାର ସଙ୍କେତ ସ୍ବରୂପ ଏକ ଫଳକ ମଧ୍ୟ ଉନ୍ମୋଚିତ ହୋଇଛି ।

    ବୈଦିକ ମ‌ନ୍ତ୍ରୋଚାରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭା କକ୍ଷରେ ସେଙ୍ଗୋଲ୍‌ ସ୍ଥାପନା କରି ତାମିଲ୍‌ନାଡୁରୁ ଆସିଥିବା ଅଧୀନମ୍‌ମାନଙ୍କ ଆଶୀର୍ବାଦ ନେଇଥିଲେ ।

    ଏହି ନୂଆ ଭବନର ନିର୍ମାଣ ଓ ବିକାଶରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସମ୍ମାନିତ କରିଥିଲେ ମୋଦି । ଏହାପରେ ନୂଆ ସଂସଦ ଭବନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା,କ୍ୟାବିନେଟ୍‌ ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ‘ସର୍ବଧର୍ମ’ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ।

    ସଂସଦ ଭବନ ଲୋକାର୍ପଣର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଲୋକସଭା କକ୍ଷରେ ଜାତୀୟ ସଙ୍ଗୀତ ଗାନ କରାଯିବ ।

    ଆଜି ନୂଆ ସଂସଦ ଭବନ ଲୋକାର୍ପଣ ଅବସରରେ ପିଏମ୍ ପାରମ୍ପରିକ ବେଶପୋଷାକ ପିନ୍ଧି ୧ ନମ୍ବର ଫାଟକ ବାଟେ ସଂସଦ ପରିସରକୁ ପ୍ରବେଶ କରିଥିଲେ । ସେଠାରେ ତାଙ୍କୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ସ୍ବାଗତ କରିଥିଲେ । ସଂସଦ ଭବନର ଉଦଘାଟନୀକୁ ନେଇ ପୂର୍ବରୁ ରାଜନୀତି ଜୋର ଧରିଛି । ବିରୋଧୀ ଏହାକୁ ବୟକଟ୍ କରିବା ପାଇଁ ପୂର୍ବରୁ କହିଥିଲେ ।

  • ବିଜେପି ମଣିପୁର ଭଳି ପଶ୍ଚିମବଙ୍ଗରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି: ମମତା

    ବିଜେପି ମଣିପୁର ଭଳି ପଶ୍ଚିମବଙ୍ଗରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି: ମମତା

    ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଜାତୀୟ ଦଙ୍ଗାର ଷଡଯନ୍ତ୍ର କରି ବିଜେପି ରାଜ୍ୟରେ ମଣିପୁର ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ପାଶ୍ଚିମ ମେଦିନୀପୁରରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି ଏହି ବୟାନ ଦେଇଛନ୍ତି । ସେ ମୋତେ ଅନେକ ଉପାୟରେ ଧମକ ଦେଇଛନ୍ତି । କେବଳ ୬ ମାସ ଅପେକ୍ଷା କର, ଦିଲ୍ଲୀ ବଦଳିଯିବ । ଏଥର ପ୍ରଧାନମନ୍ତ୍ରୀ ପରିବର୍ତ୍ତନ ହେବ ।

    ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ବିଜେପି କଣ କରୁଛି? କେବେ ବିମୁଦ୍ରୀକରଣ ତ କେବେ ଅନ୍ୟ କିଛି । ବେଙ୍ଗଲରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିବାକୁ ବିଜେପି ଯୋଜନା କରୁଛି ଏବଂ ଏଥିପାଇଁ ଟଙ୍ରକା ବ୍ୟବହାର କରୁଛି । ସେ ରାଜ୍ୟ ମନ୍ତ୍ରୀ ବିରବାହା ହାଂସଦାଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ କୌଣସି କୁର୍ମୀ ସମ୍ପ୍ରଦାୟର ସଦସ୍ୟ ଏହା କରିନାହାନ୍ତି ବରଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ ରହିଛି ବଲି କହିଛନ୍ତି ।

    ଗତକାଲି କୁର୍ମି ସମ୍ପ୍ରଦାୟ ଦ୍ୱାରା ମନ୍ତ୍ରୀ ବୀରବାହା ହାଂସଦାଙ୍କ କାର ଉପରେ ଆକ୍ରମଣ ହୋଇଥିବା ସିଏମ କହିଛନ୍ତି । ମୋର ବିଶ୍ୱାସ ଯେ କୁର୍ମି ସମ୍ପ୍ରଦାୟ ନାମରେ ବିଜେପି ଏହା କରିଛି, ସ୍ଲୋଗାନ ଦେଇ ବୀରବାହା ହାଂସଦାଙ୍କ କାର ଉପରେ ଏମି ଆକ୍ରମଣ କରିଛି ବିଜେପି ବୋଲି ମମତା କହିଛନ୍ତି । କୁର୍ମି ସମ୍ପ୍ରଦାୟ ଏହା କେବେ କରେ ନାହିଁ । ମମତା କହିଥିଲେ, ପଶ୍ଚିମବଙ୍ଗର ସମ୍ପ୍ରଦାୟ ମଧ୍ୟରେ ସମାନ ଦଙ୍ଗା ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି । ସେମାନେ ଏପରି ପରିସ୍ଥିତି ସୃଷ୍ଟି କରିବାକୁ ଚାହାଁନ୍ତି ଯେଉଁଥିରେ ଆଦିବାସୀ ମାନେ କୁର୍ମିମାନଙ୍କ ସହ ଲଢେଇ କରନ୍ତୁ, ଯାହା ଦ୍ବାରା ସେନା ଡକାଯାଇ ପାରିବ ଏବଂ ସେନାକୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇପାରିବ ।

    ଆଦିବାସୀ ବହୂଳ ଜିଲ୍ଲାରେ ବରିଷ୍ଠ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଶେଭାଯାତ୍ରା ଉପରକୁ କଥିତ ଭାବେ ପଥର ଆକ୍ରମଣ କରାଯାଇଥିଲା, ଆଉ ସେହି ଶୋଭାଯାତ୍ରାରେ ମନ୍ତ୍ରୀଙ୍କ ଗାଡି ମଧ୍ୟ ଥିଲା, ଯାହା କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଟିଏମସିର ଜନସମ୍ପର୍କ ଅଭିଯାନ ତୃଣମୂଲ ନବଜ୍ୱାରକୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ଗତକାଲିର ହିଂସାକୁ ନିନ୍ଦା କରୁଛି । ମୁଁ ବିଶ୍ୱାସ କରେ ନାହିଁ ଯେ କୁର୍ମୀ ଏହି ଆକ୍ରମଣ ପଛରେ ଅଛନ୍ତି ।

  • କଂଗ୍ରେସର ସରଣ ମାଗିଲେ କେଜ୍ରିଓ୍ବାଲ

    କଂଗ୍ରେସର ସରଣ ମାଗିଲେ କେଜ୍ରିଓ୍ବାଲ

    ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଅଧ୍ୟାଦେଶ ସମ୍ପର୍କରେ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିପଡିଛନ୍ତି । ସେଥିପାଇଁ କେଜ୍ରିୱାଲ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କ ସମେତ ଅନେକ ନେତାଙ୍କୁ ଭେଟିଛନ୍ତି, କିନ୍ତୁ କଂଗ୍ରେସକୁ ନେଇ ମତଭେଦ ରହିଛି ।

    ଏହାକୁ ଦୃଷ୍ଟିରେ ରଖି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର ଏକ ବୈଠକ ଡାକିଛନ୍ତି । କିନ୍ତୁ ଏହାରି ମଧ୍ୟରେ କଂଗ୍ରେସ, ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ କେଜ୍ରିୱାଲଙ୍କୁ ଶନିବାର ଆକ୍ରମଣ କରିଛଇ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେଜ୍ରିୱାଲଙ୍କ ଫଟୋ ସେୟାର କରିଥିବା ବେଳେ ଦିଲ୍ଲୀ କଂଗ୍ରେସ ଲେଖିଛି ଯେ, ଆପ-ବିଜେପି ଗୋଟିଏ, ଉଭୟ ନକଲି । କଂଗ୍ରେସ ମୋଦୀ ସରକାରଙ୍କ ପରିଚୟକୁ ଜୁମଲା ଏବଂ ଦୁର୍ନୀତି ବୋଲି କହିଥିବା ବେଳେ କେଜ୍ରିୱାଲ ସରକାରଙ୍କ ପରିଚୟ ହାୱାଲା ଏବଂ ଘୋଟାଲା ବୋଲି କହିଛି ।

    କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକ ଏମିତି ଏକ ସମୟରେ ଡାକିଛନ୍ତି, ଯେତେବେଳେ କେଜ୍ରିୱାଲ ଖଡଗେ ଏବଂ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ । ଏ ସମ୍ପର୍କରେ କେଜ୍ରିୱାଲ ଶୁକ୍ରବାର ଟ୍ୱିଟ କରି କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ବିଜେପି ସରକାରଙ୍କ ଅଗଣତାନ୍ତ୍ରିକ ତଥା ଅସାମ୍ବିଧାନିକ ଅଧ୍ୟାଦେଶ ବିରୋଧରେ କଂଗ୍ରେସର ସମର୍ଥନ ହାସଲ କରିବା ତଥା ସଙ୍ଘୀୟ ଢାଞ୍ଚା ଉପରେ ଆକ୍ରମଣ ତଥା ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ପାଇଁ ସମୟ ମାଗିଛି ।

  • ବାଇବେଲ ରଖିଥିଲେ ବାପା ମା, ଶିଶୁ କନ୍ୟାକୁ ମିଳିଲା ଆଜୀବନ କାରାଦଣ୍ଡ

    ବାଇବେଲ ରଖିଥିଲେ ବାପା ମା, ଶିଶୁ କନ୍ୟାକୁ ମିଳିଲା ଆଜୀବନ କାରାଦଣ୍ଡ

    ବାପାମାଆଙ୍କ ଭୁଲ ପାଇଁ ଆଜୀବନ ଜେଲ ଦଣ୍ଡ ପାଇଛି ୨ ବର୍ଷର ଶିଶୁ କନ୍ୟା। ଏମିତି ଏକ ଅଜବ ଦଣ୍ଡାଦେଶ ଦେଖିବାକୁ ମିଳିଛି ଉତ୍ତର କୋରିଆରେ। ଆଉ ବାପା ମା ଙ୍କର ଭୁଲ ଏତିକି ଥିଲା କି, ସେମାନେ ପାଖରେ ବାଇବେଲ ରଖିଥିଲେ। ଏହା ଜଣାପଡିବା ପରେ କୁନି ଝିଅକୁ ହୋଇଛି ଆଜୀବନ ଜେଲରେ ସଢିବାକୁ ନିର୍ଦ୍ଦେଶ। ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଏହି ତଥ୍ୟ ସାର୍ବଜନୀନ କରାଯାଇଛି। କୋରିଆ ଫ୍ୟୁଚର୍‌’ ନାମରେ ଏକ ସଂଗଠନର ରିପୋର୍ଟରୁ ତଥ୍ୟ ସଂଗ୍ରହ କରି ଆମେରିକାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛି।

    ଆମେରିକା ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ  ପ୍ରସ୍ତୁତ ୨୦୨୨ ‘ଆନ୍ତର୍ଜାତିକ ଧାର୍ମିକ ସ୍ବାଧୀନତା ରିପୋର୍ଟ’ରେ ଉଲ୍ଳେଖ ରହିଛି କି,  ଉତ୍ତର କୋରିଆରେ ଅନ୍ୟ ଧର୍ମାବଲମ୍ବୀଙ୍କ ସହ ପ୍ରାୟ ୭୦,୦୦୦ ଖ୍ରୀଷ୍ଟିଆନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି।  ସେହିପରି, ଉତ୍ତର କୋରିଆରେ କୌଣସି ବ୍ୟକ୍ତି ‘ବାଇବେଲ୍‌’ ରଖିଥିବା କଥା ଜଣାପଡ଼ିଲେ ତାଙ୍କୁ ମୃତ୍ୟୁଦଣ୍ଡ ମିଳବା ସହିତ, ସନ୍ତାନସନ୍ତତିଙ୍କ ସମେତ ସେମାନଙ୍କ ପରିବାରବର୍ଗଙ୍କୁ ଜେଲରେ ଭରିବାକୁ ପଛାଉନାହିଁ ସେଠାକାର ସରକାର।

    ରିପୋର୍ଟରୁ ଜଣାପଡିଛି କି, ଉତ୍ତର କୋରିଆରେ ରହୁଥିବା ଏକ ପରିବାର ‘ବାଇବେଲ୍‌’ ରଖିବା ସହଉପାସନା କରୁଥିଲେ। ଏହା ଜଣାପଡିବା ପରେ  ଉକ୍ତ ପରିବାରର ଦମ୍ପତିଙ୍କ ସହ ସେମାନଙ୍କ ୨ ବର୍ଷର ଝିଅକୁ ୨୦୦୯ରେ ରାଜନୈତିକ କାରାଗାର ଶିବିରରେ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ଆହୁରି ରିପୋର୍ଟରେ ଦର୍ଶାଯାଇଛି କି, ଏହି ସବୁ ଶିବିରରେ କଏଦୀ ଥିବା ଖ୍ରୀଷ୍ଟିଆନ୍‌ମାନଙ୍କ ପ୍ରତି  ଅତି ନିର୍ମମ ବ୍ୟବହାର କରାଯାଇଥାଏ। ଆବଶ୍ୟକ ମୁତାବକ ଖାଦ୍ୟ ଦିଆଯାଇ ନ ଥାଏ ଓ ସେମାନଙ୍କୁ ସେଠାରେ ନାନା ପ୍ରକାର ଶାରୀରିକ ନିର୍ଯାତନା ଭୋଗିବାକୁ ହୋଇଥାଏ।

    କୋରିଆ ଫ୍ୟୁଚର୍‌ ସଂଗଠନ ପକ୍ଷରୁ ହୋଇଥିବା ରିପୋର୍ଟରେ କୁହାଯାଇଛି କି, ପୂଜାଉପାସନା କରୁଥିବା, ଧାର୍ମିକ ସାମଗ୍ରୀ ରଖିଥିବା, ଧାର୍ମିକ ବ୍ୟକ୍ତିବିଶେଷଙ୍କ ସହିତ ଯୋଗସୂତ୍ର ରଖିଥିବା ଅଥବା ଧର୍ମ ସମ୍ବନ୍ଧିତ କୌଣସି ପ୍ରଚାର କରୁଥିବା ଲୋକଙ୍କୁ ଉତ୍ତର କୋରିଆ ସରକାର ଭୀଷଣ ନିର୍ଯାତନା ଦେଉଛନ୍ତି। ସେମାନଙ୍କୁ ଗିରଫ କରାଯାଇ ନାନା ନିର୍ଯାତନା  ଦିଆଯାଉଛି। ସେଠାରେ ସେମାନଙ୍କୁ ନିରପେକ୍ଷ ବିଚାର ମିଳୁନାହିଁ, ଯୌନ-ହିଂସାର ଶିକାର ହେବାକୁ ହେଉଛି। ମୌଳିକ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଉଛି।

  • ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବୟାନ ପରେ ବିରୋଧୀ ନେତାଙ୍କ ବିରୋଧରେ ମାମଲା

    ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବୟାନ ପରେ ବିରୋଧୀ ନେତାଙ୍କ ବିରୋଧରେ ମାମଲା

    କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓ ଅନ୍ୟ ବିରୋଧୀ ନେତାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ସଂସଦର ନୂଆ ବିଲଡିଂ ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରା ନ ଯିବା ଓ ତାଙ୍କ ଦ୍ୱାରା ଉଦଘାଟନ କରାନଯିବାକୁ ନେଇ ହେଉଥିବା ରାଜନୈତିକ ବୟାନବାଜିକୁ ବୁରୋଧ କରି  ସୁପ୍ରିମକୋର୍ଟର ଜଣେ ଓକିଲ ବିନୀତ ଜିନ୍ଦଲ ଏପରି ଅଭିଯୋଗ ଦାଏର କରିଛନ୍ତି। ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବିରୋଧୀଙ୍କ ବୟାନ ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସହ ଲୋକଙ୍କୁ ସରକାର ବିରୋଧରେ ଉସକାଇବା ପାଇଁ ହେଉଥିବା ଅଭିଯୋଗ ହୋଇଛି।

    ଅଭିଯୋଗରେ କୁହାଯାଇଛି କି,  ଦେଶରେ ଥିବା ବିଭିନ୍ନ ସଂପ୍ରଦାୟ ଭିତରେ ବିଦ୍ୱେଷ ସୃଷ୍ଟି କରିବା ଓ ବିଶୃଙ୍ଖଳା ସୃଷ୍ଟି କରି ଭାରତ ସରକାରଙ୍କ ପାଇଁ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରି ରାଜନୈତିକ ଫାଇଦା ହାସଲ ହେଉଛି ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ ଥିଲା। ଯାହା ଆଇପିସିର ଧାରା ୧୨୧, ୧୫୩(ଏ), ୫୦୫ ଓ ୩୪ ଅନ୍ତର୍ଗତ ଏକ ଅପରାଧ।

    ଆହୁରି ଅଭିଯୋଗରେ ଉଲ୍ଳେଖ କରାଯାଇଛି କି, ଖଡଗେ ଓ କେଜ୍ରିୱାଲ ଉଦ୍ଦେଶ୍ୟମୁଳକଭାବେ ମହାମହିମ ରାଷ୍ଟ୍ରପତିଙ୍କ ଜାତିକୁ ନିଜ ବୟାନରେ ଉଲ୍ଲେଖ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାର ଜାଣିଶୁଣି ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମରୁ ଅଲଗା ରଖାଯାଇଛି। ଏପରି କହି ସେମାନେ ଜନଜାତି ଲୋକଙ୍କ ଭିତରେ ବିଦ୍ୱେଷ ସୃଷ୍ଟି କରିବାକୁ ଚାହୁଁଥିବା କୁହାଯାଇଛି। ଏପରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୟାନବାଜି ଆଦିବାସୀ ସଂପ୍ରଦାୟର ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଖୋରକା ଯୋଗାଇବାର ବହୁ ସମ୍ଭାବନା ରହିଛି।

    ଲୋକଙ୍କ ଉପରେ ପ୍ରଭାବ ପକାଇବାକୁ ସକ୍ଷମ ହେଉଥିବା ରାଜନେତାମାନଙ୍କର ଜାତିକୁ ନେଇ ଏପରି ବୟାନ ଓ ନିର୍ବାଚିତ ସରକାରଙ୍କ ବିରୋଧରେ ଏପରି ଅପପ୍ରଚାର ଅତ୍ୟନ୍ତ ନିନ୍ଦନୀୟ। ନିଜର ରାଜନୀତିକ ଫାଇଦା ପାଇଁ ରାଜନେତାମାନେ ସମ୍ବିଧାନର ସର୍ବୋଚ୍ଚ ପଦକୁ ମଧ୍ୟ ଅସମ୍ମାନ କରିବାକୁ ପଛାଉ ନାହାନ୍ତି। ସରକାର ବିରୋଧରେ ଗୋଟିଏ ସଂପ୍ରଦାୟର ଲୋକଙ୍କ ମନରେ ଅବିଶ୍ୱାସକୁ ବୃଦ୍ଧି କରିବାକୁ ମଧ୍ୟ ସେମାନେ ଚେଷ୍ଟା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା।

    ସୂଚନାଯୋଗ୍ୟ, କେଜରିୱାଲ କହିଥିଲେ କି, ମହାମହିମ ରାଷ୍ଟ୍ରପତି ଜଣେ ଆଦିବାସୀ ସମ୍ପ୍ରଦାୟର। ଆମ ସମାଜରେ କାହିଁ କେଉଁ କାଳରୁ ପୂଜା ପାଠ ଓ ଧାର୍ମିକ କାର୍ଯ୍ୟରେ ଦଳିତ ଆଦିବାସୀଙ୍କୁ ସାମିଲ କରା ନ ଯିବାର ଚଳଣି ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ସଂସଦ ଭବନ ଉଦ୍ଘାଟନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ହୋମରେ ତାଙ୍କୁ ସାମିଲ କରାଇବାକୁ ଚାହୁଁ ନଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମରୁ ଅଲଗା ରଖିଛନ୍ତି। ଆଦିବାସୀଙ୍କ ନାମରେ ମୋଦି ସରକାର ରାଜନୀତି କରୁଥିବା ସେ ଅଭିଯୋଗ ଆଣିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ଓ ବହୁ ବିରୋଧୀ ନେତା ମଧ୍ୟ ବାରମ୍ବାର ରାଷ୍ଟ୍ରପତିଙ୍କ ଜାତିକୁ ନେଇ ରାଜନୈତିକ ବୟାନ ଦେଉଛନ୍ତି।

    ଶ୍ରୀ ଜିନ୍ଦଲ ଅଭିଯୋଗ ଦାଖଲ କରିବା ସହ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ଏଫଆଇଆର ରୁଜୁ କରି ଅଭିଯୁକ୍ତ ରାଜନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

  • ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନରେ କାହିଁକି ସାମିଲ ହୋଇପାରିବେ ନାହିଁ: କମଲ ହାସନ

    ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନରେ କାହିଁକି ସାମିଲ ହୋଇପାରିବେ ନାହିଁ: କମଲ ହାସନ

    ନୂତନ ସଂସଦ ଭବନ ଉଦଘାଟନକୁ ଅଭିନେତା କମଲ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାହିଁକି ଏହି କାର୍ଯ୍ୟକ୍ରମରେ ଯୋଗଦେବା ଉଚିତ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଦିନ ସଂସଦର ନୂତନ ଭବନକୁ ଦେଶକୁ ଉତ୍ସର୍ଗ କରିବାକୁ ଯାଉଛନ୍ତି ।

    ଅନେକ ବିରୋଧୀ ଦଳ ଉଦଘାଟନୀ ସମାରୋହକୁ ବୟକଟ କରିବାକୁ ଘୋଷଣା କରିଛନ୍ତି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଦାବି କରିଛନ୍ତି ଯେ, ନୂତନ ସଂସଦକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ । ଏପରି ସମୟରେ କମଲ ହାସନ କହିଛନ୍ତି ଯେ, ଜାତୀୟ ଗୌରବର ଏହି ମୁହୂର୍ତ୍ତ ରାଜନୈତିକ ସ୍ତରରେ ବିଭେଦ ସୃଷ୍ଟି କରିଛି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏକ ସରଳ ପ୍ରଶ୍ନ ପଚାରୁଛି, ଦୟାକରି ଦେଶକୁ କୁହନ୍ତୁ, ଭାରତର ରାଷ୍ଟ୍ରପତି ଆମ ନୂତନ ସଂସଦର ଉଦଘାଟନୀ ଉତ୍ସବରେ କାହିଁକି ଯୋଗଦେବେ ନାହିଁ ?

    କମଲ ହାସନ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ମୁଖ୍ୟ ଭାବରେ ଭାରତର ରାଷ୍ଟ୍ରପତି ଏହି ଐତିହାସିକ ଘଟଣାର ଅଂଶ ହେବା ଉଚିତ ନୁହେଁ ବୋଲି ମୁଁ ଅନୁଭ କରିପାରୁ ନାହିଁ । ସେ କହିଛନ୍ତି ଯେ, ଜାତୀୟ ସ୍ୱାର୍ଥ ପାଇଁ ମୁଁ ନୂତନ ସଂସଦର ଉଦଘାଟନୀ ଉତ୍ସବରେ ଯୋଗ ଦେବି । କିନ୍ତୁ, ଭାରତର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ଏବଂ ଉଦଘାଟନୀ ଉତ୍ସବରେ ବିରୋଧୀ ଦଳଙ୍କ ସାମିଲ ନହେବାକୁ ନେଇ ମୋର ମତଭେଦ ଜାରି ରହିବ।

    ମକ୍କଲ ନିଧି ମୟମ, କମଲ ହାସନଙ୍କ ବୟାନ ଜାରି କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଆମର ରାଜନୈତିକ ମତଭେଦ ଗୋଟିଏ ଦିନ ଅପେକ୍ଷା କରିପାରିବ। ଭାରତର ନୂତନ ସଂସଦର ଉଦଘାଟନୀ ସମାରୋହରେ ସେହି ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ଆବଶ୍ୟକ ।

    କମଲ ହାସନ କହିଛନ୍ତି ଯେ, ସେ ସହଭାଗୀ ଗଣତନ୍ତ୍ରରେ ବିଶ୍ବାସ କରନ୍ତି, ତେଣୁ ଏହାକୁ ବିରୋଧ କରୁଥିବା ତମାମ ବିରୋଧି ଦଳ ଗୁଡିକ ଏହା ଉପରେ ପୁନର୍ବିଚାର କରିବାକୁ ସେ ଆହ୍ବାନ କରିଛନ୍ତି । ହାସନ କହିଛନ୍ତି ଯେ, ସମଗ୍ର ବିଶ୍ବର ନଜର ଆମ ଉପରେ । ଆସନ୍ତୁ ନୂତନ ସଂସଦର ଉଦଘାଟନକୁ ଜାତୀୟ ଏକତାର ଏକ ଉତ୍ସବ କରିବା ।

  • କର୍ଣ୍ଣାଟକରେ ଓଡିଶା ମଡେଲ, ୫ ଟଙ୍କାରେ ଜଳଖିଆ ଏବଂ ୧୦ ଟଙ୍କାରେ ପେଟ ପୂରା ଖାଦ୍ୟ

    କର୍ଣ୍ଣାଟକରେ ଓଡିଶା ମଡେଲ, ୫ ଟଙ୍କାରେ ଜଳଖିଆ ଏବଂ ୧୦ ଟଙ୍କାରେ ପେଟ ପୂରା ଖାଦ୍ୟ

    ଓଡିଶା ଭଳି କର୍ଣ୍ଣାଟକରେ ଏଣିକି ମିଳିବ ୫ ଟଙ୍କାରେ ଖାଦ୍ୟ । କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିବା ପରେ ରାଜ୍ୟରେ ଇନ୍ଦିରା କ୍ୟାଣ୍ଟିନ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, ରାଜ୍ୟରେ ପୁଣି ଥରେ ଇନ୍ଦିରା କ୍ୟାଣ୍ଟିନର ଶୁଭାରମ୍ଭ କରାଯିବ । ମାତ୍ର ଗୋଟିଏ ମାସ ଭିତରେ ସମସ୍ତ ପ୍ରସ୍ତୁତୁ ସରିବା ସହ ଏହାକୁ ଆରମ୍ଭ କରାଯିବ । ଏହି କ୍ୟାଣ୍ଟିନରେ ଲୋକମାନେ ଅତି ଶୁଲଭ ମୂଲ୍ୟରେ ଖାଦ୍ୟ ପାଇପାରିବେ । କ୍ୟାଣ୍ଟିନରେ ୫ ଟଙ୍କାରେ ଜଳଖିଆ ଏବଂ ୧୦ ଟଙ୍କାରେ ପେଟ ପୂରା ଖାଇବା ଦିଆଯିବ ।

    ପୂର୍ବରୁ ଯେତେବେଳେ କର୍ଣ୍ଣାଟକରେ କଂଗ୍ରେସ ସରକାର ଥିଲା ସେତେବେଳେ ଏହି କ୍ୟାଣ୍ଟିନର ଆରମ୍ଭ କରାଯାଇଥିଲା । ପରେ ପୁଣି ବିଜେପି କ୍ଷମତାକୁ ଆସିବା ପରେ ଇନ୍ଦିରା କ୍ୟାଣ୍ଟିନକୁ ବନ୍ଦ କରିଦେଇଥିଲା । ଦେଶର ହୁହୁ ହୋଇ ଦରଦାମ ବୃଦ୍ଧି ହେଉଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ, ଖାଦ୍ୟ ସାମଗ୍ରୀର ମଧ୍ୟ ଦରଦାମ୍ ବୃଦ୍ଧି ହେଉଛି । କର୍ଣ୍ଣାଟକ ନିର୍ବାଚନୀ ରାଲି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ କର୍ଣ୍ଣାଟକ ଗସ୍ତରେ ଯାଇଥିଲେ ସେତେବେଳେ ସେ ଖାଦ୍ୟ ବିକ୍ରି କରୁଥିବା ଲୋକଙ୍କ ସହ ଆଲୋଚନା କରିଥିଲେ । ଆଉ ସେହି ସମୟରେ ସେମାନେ ରାହୁଲ ଗାନ୍ଧୀଙ୍କୁ ଏହି ସେବା ପୁଣିଥରେ ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ । ରାହୁଲ ଗାନ୍ଧୀ ସେମାନଙ୍କ କଥାକୁ ସମ୍ମାନ ଦେଇ ସେହି ସେବା ପୁନଶ୍ଚ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

  • ଆମେରିକାରେ ଦିପାବଳୀକୁ ସଙ୍ଘୀୟ ଛୁଟି ଘୋଷଣା ପାଇଁ ଦାବି

    ଆମେରିକାରେ ଦିପାବଳୀକୁ ସଙ୍ଘୀୟ ଛୁଟି ଘୋଷଣା ପାଇଁ ଦାବି

    ଆମେରିକାର ଜଣେ ବିଶିଷ୍ଟ ସାଂସଦ ଶୁକ୍ରବାର ଦିନ ‘ଆଲୋକର ପର୍ବ’ ଦିପାବଳୀ ଉପଲକ୍ଷେ ସଙ୍ଘୀୟ ଛୁଟି ଘୋଷଣା କରିବାକୁ ଆମେରିକା କଂଗ୍ରେସରେ ଏକ ବିଧେୟକ ଆଗତ କରିଛନ୍ତି । ସାଂସଦଙ୍କ ଏହି ପଦକ୍ଷେପକୁ ଦେଶର ବିଭିନ୍ନ ସମ୍ପ୍ରଦାୟ ସ୍ୱାଗତ କରିଛନ୍ତି ।

    ଲୋକସଭାରେ ଏହି ବିଲ୍ ଆଗତ ହେବାର ଖୁବ୍ ଶୀଘ୍ର ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମହିଳା ଗ୍ରେସ୍ଡ ମେଙ୍ଗ କହିଛନ୍ତି, ‘ଦିୱାଲୀକୁ ବିଶ୍ବର ଲକ୍ଷ ଲକ୍ଷ ଲୋକ ତଥା କୁଇନ୍ସ, ନ୍ୟୁୟର୍କ ଏବଂ ଯୁକ୍ତରାଷ୍ଟ୍ରର ଅଗଣିତ ସମ୍ପ୍ରଦାୟ ପାଇଁ ବର୍ଷର ଗୁରୁତ୍ବପୂର୍ଣ୍ଣ ଦିନ ମାନଙ୍କ ମଧ୍ୟରୁ ଗୋଟିଏ ।

    ଦିୱାଲି ଡେ ଆକ୍ଟ ଯଦି କଂଗ୍ରେସ ଦ୍ବାରା ପାରିତ ହୋଇଯାଏ ଓ ରାଷ୍ଟ୍ରପତି ଏଥିରେ ଦସ୍ତଖତ କରିଦିଅନ୍ତି, ତେବେ ଆଲୋକର ପର୍ବକୁ ଯୁକ୍ତରାଷ୍ଟ୍ରରେ ଦ୍ୱାଦଶ ସଙ୍ଘୀୟ ମାନ୍ୟତା ପ୍ରାପ୍ତ ଛୁଟି ହେବ ।

    କଂଗ୍ରେସ ମହିଳା ସାଂସଦ କହିଛନ୍ତି ଯେ, ଦୀପାବଳିରେ ସଙ୍ଘୀୟ ଛୁଟି ପରିବାର ଏବଂ ସାଙ୍ଗମାନଙ୍କୁ ଏହି ପର୍ବକୁ ଏକାଠି ପାଳନ କରିବାର ସୁଯୋଗ ଦେବ ଏବଂ ଏହା ସହିତ ସରକାର ଦେଶର ବିଭିନ୍ନ ସଂସ୍କୃତିକୁ ସହତ୍ବ ଦେବା ପରି ମନେହେବ ।

    ମେଙ୍ଗ କହିଛନ୍ତି, କୁଇନ୍ସରେ ଦିୱାଲୀ ଉତ୍ସବ ଏକ ସୁନ୍ଦର ସମୟ ଅଟେ ଏବଂ ପ୍ରତିବର୍ଷ ଏତେ ସଂଖ୍ୟାରେ ଲୋକଙ୍କ ପାଇଁ ଦିନଟି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଅନୁଭବ କରିହୁଏ । ଆମେରିକାର ଶକ୍ତି ଆମେରିକାକୁ ତିଆରି କରିଥିବା ବିବିଧ ଅନୁଭବ, ସଂସ୍କୃତି ଏବଂ ସମ୍ପ୍ରଦାୟରୁ ଆସିଛି ।

    ମେଙ୍ଗ କହିଛନ୍ତି ଯେ, ଦିୱାଲି ଡେ ଆକ୍ଟ ସମସ୍ତ ଆମେରିକୀୟଙ୍କୁ ଏହି ଦିନର ମହତ୍ତ୍ବ ବିଷୟରେ ଶିକ୍ଷା ଦେବ ଏବଂ ଆମେରିକାର ବିବିଧତାକୁ ପାଳନ କରିବା ଦିଗରେ ଏକ ପଦକ୍ଷେପ । ମୁଁ ଏହି ବିଲ୍କୁ କଂଗ୍ରେସ ମାଧ୍ୟମରେ ଆଗକୁ ନେବାକୁ ଅପେକ୍ଷା କରିଛି ।

    ଏହି ପଦକ୍ଷେପକୁ ସ୍ୱାଗତ କରି ନ୍ୟୁୟର୍କ ବିଧାନସଭା ସଦସ୍ୟ ଜେନିଫର ରାଜକୁମାର କହିଛନ୍ତି ଯେ, ଚଳିତ ବର୍ଷ ଆମର ସମ୍ପୂର୍ଣ୍ଣ ରାଜ୍ୟ ଦିୱାଲୀକୁ ଏବଂ ଦକ୍ଷିଣ ଏସୀୟ ସମୁଦାୟ ବିଶେଷଙ୍କୁ ସ୍ୱୀକୃତି ଦେବା ସମର୍ଥନରେ ଗୋଟିଏ ସ୍ୱରରେ କହୁଛନ୍ତି ।

    ରାଜକୁମାର କହିଛନ୍ତି ଯେ, ସରକାରରେ ମୋର ବିଶ୍ବସ୍ତ ସହକର୍ମୀ ମେଙ୍ଗ ବର୍ତ୍ତମାନ ଦିୱାଲୀକୁ ଏକ ସଙ୍ଘୀୟ ଛୁଟିରେ ପରିଣତ କରିବା ପାଇଁ ଏହି ଐତିହାସିକ ଆଇନକୁ ଜାତୀୟ ସ୍ତରରେ ନେବାକୁ ପ୍ରୟାସ କରୁଛନ୍ତି । ଏଥିସହିତ ଆମେ କହି ରଖୁଛୁ ଯେ, ଦିୱାଲୀ ଏକ ଆମେରିକୀୟ ହୋଲି ଡେ ।