Category: ଦେଶ-ବିଦେଶ

  • ମଣିପୁର ହିଂସା: କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିଥିବା ବେଳେ ଇମ୍ଫାଲରେ ଶାହ

    ମଣିପୁର ହିଂସା: କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିଥିବା ବେଳେ ଇମ୍ଫାଲରେ ଶାହ

    ମଣିପୁରରେ ହିଂସା ଥମିବାର ନାମ ନେଉ ନାହିଁ। ଆଜିଠାରୁ ୪ ଦିନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ଗସ୍ତରେ ଥିବା ବେଳେ ସେଠାକାର ସ୍ଥିତିକୁ ନେଇ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଛନ୍ତି  ବରିଷ୍ଠ ନେତା ଜୟରାମ ରମେଶ। ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦାବି କରିଛନ୍ତି।  

    ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ଜୟରାମଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ମଣିପୁର କଂଗ୍ରେସର ସମସ୍ତ ନେତାଙ୍କ ସହ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଥିଲେ।  ଏହି ପ୍ରତିନିଧି ରାଷ୍ଟ୍ରପତିଙ୍କ ନିକଟରେ ଏକ ଚାରି ପୃଷ୍ଠାର ରିପୋର୍ଟ ଦାଖଲ କରିବା ସହ ଅଭିଯୋଗ କରିଛି କି,  ବିଜେପିର ପୋଲାରାଇଜେସନ୍ ରାଜନୀତି ଯୋଗୁଁ ମଣିପୁର ଜଳୁଛି। ମେ ୩ ତାରିଖରୁ ମଣିପୁରରେ ହିଂସାର ସୂତ୍ରପାତ ହୋଇଥିବା ବେଳେ ବିଜେପିକୁ ଏଥିରୁ କିଛି ଫରକ ପଡିନି।  କାରଣ କର୍ଣ୍ଣାଟକ ନିର୍ବାଚନ ଉପରେ ​​ବିଜେପିର ସମସ୍ତ ଧ୍ୟାନ ଥିଲା। କଂଗ୍ରେସ ରାଷ୍ଟ୍ରପତିଙ୍କୁ ଦାଖଲ କିଥିବା ରିପୋର୍ଟରେ ୧୨ ସୂତ୍ରୀ  କାର୍ଯ୍ୟ ଯୋଜନା ଉପସ୍ଥାପନ କରି ଏହା ଦ୍ୱାରା ରାଜ୍ୟରେ ହିଂସା ବନ୍ଦ ହୋଇପାରିବ ବୋଲି କୁହାଯାଇଛି।

    ଏହି ସାକ୍ଷାତକାର ପରେ ଦଳ ପକ୍ଷରୁ ଦଳର ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରାଯାଇଥିଲା। କଂଗ୍ରେସ କହିଛି ଯେ ଯେତେବେଳେ ଇବୋବି ସିଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମଣିପୁରରେ ଏହା ଘଟି ନଥିଲା। ଆଜି ମଣିପୁରର ପରିସ୍ଥିତି  ଆପଣଙ୍କ ଆଗରେ ରହିଛି। ଏହା ମଣିପୁର ଇତିହାସରେ ପ୍ରଥମ ଘଟଣା। ଏହା ପୂର୍ବରୁ ଏପରି ଘଟଣା କେବେ ହୋଇନାହିଁ | ଏହା ଏକ ଦୁର୍ଭାଗ୍ୟଜନକ ଘଟଣା | ଆଜି ବି ସେଠାରେ ହିଂସାରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାକୁ ନେଇ ବିଜେପିର କ’ଣ ଲୁକ୍କାୟିତ ଏଜେଣ୍ଡା ଆମକୁ ଜାଣେ ନାହିଁ ବୋଲି କହିଛି କଂଗ୍ରେସ।

    ସେପଟେ ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତରେ ଅଛନ୍ତି। ଆଗାମୀ କିଛି ଦିନ ଧରି ଗୃହମନ୍ତ୍ରୀ ଏଠାରେ ରହି ବରିଷ୍ଠ ସେନା ଅଧିକାରୀ ତଥା ବିଭିନ୍ନ ଦଳ ତଥା ନାଗରିକ ସମାଜ ସଂଗଠନର ଲୋକଙ୍କୁ ଭେଟିବା ଓ ବୈଠକର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରାଜ୍ୟରେ ଚାଲିଥିବା ହିଂସାକୁ ରୋକିବା ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କିଛି ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି।

     ଗତକାଲି ସେ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈ ଠକ ମଧ୍ୟ କରିଥିଲେ। ରବିବାର ଦିନ ହୋଇଥିବା ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାରଜଣ ଆହତ ହୋଇଥିଲେ। ମଙ୍ଗଳବାର ସୁଦ୍ଧା ସେଠାର ହିଂସା ଘଟଣାରେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୦ରେ ପହଞ୍ଚି ଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

  • ସିସୋଦିଆଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

    ସିସୋଦିଆଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

    ଦିଲ୍ଲୀ  ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ଏକ ବଡ ଝଟକା। ଦିଲ୍ଲୀ ହାଇକୋର୍ଟ ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କେଜ୍ରିୱାଲ ସରକାରଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହାଇକୋର୍ଟରେ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ନିମ୍ନ ଅଦାଲତ ମଧ୍ୟ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

    କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଯାଉଥିବା ଦିଲ୍ଲୀ ଲିକର ପଲିସି ସମ୍ପର୍କିତ ଏକ ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି ହାଇକୋର୍ଟ। କୋର୍ଟ କହିଛନ୍ତି କି, ସିସୋଡିଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଏବଂ ଜାମିନ ପ୍ରଦାନ କରିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହି ଆଧାରରେ ହାଇକୋର୍ଟ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

    ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାର ଶୁଣାଣି ପୂର୍ବରୁ  ମନୀଷ ସିସୋଡିଆଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ନେଇ ଆପ ପକ୍ଷରୁ  ଅଭିଯୋଗ ହୋଇଥିଲା। ଆମ୍ ଆଦମୀ ପାର୍ଟି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ମନୀଷ ସିସୋଡିଆଙ୍କୁ ଜଣେ ପୋଲିସ୍ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲା। ଏହି ଅଭିଯୋଗର ଜବାବରେ ଦିଲ୍ଲୀ ପୋଲିସ କହିଛି ଯେ ସେମାନଙ୍କ ବିରୋଧରେ ଏକ ଭୁଲ ତଥ୍ୟ କୋର୍ଟଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଉଛି। ଦିଲ୍ଲୀ ପୋଲିସ କହିଛି ଯେ ନ୍ୟାୟିକ ହେପାଜତରେ ଜଣେ ଅଭିଯୁକ୍ତ ଗଣମାଧ୍ୟମକୁ ବିବୃତ୍ତି ଦେବା ଆଇନ ବିରୁଦ୍ଧ ଅଟେ। ପୋଲିସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି, ସୁରକ୍ଷା ଦୃଷ୍ଟିରୁ ଭିଡିଓରେ ପ୍ରକାଶିତ ପୋଲିସର ପ୍ରତିକ୍ରିୟା ଅନିବାର୍ଯ୍ୟ ଥିଲା। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ଆପ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତି କରୁଥିବା ଜଣାପଡିଛି।

    ସୂଚନା ଯୋଗ୍ୟ, ଦିଲ୍ଲୀର ଏହି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଉପାୟରେ ୬୨୨,୬୭ କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ଇଡି ସୂତ୍ରରୁ ପ୍ରକାଶ ଯେ କ୍ରେଡିଟ୍ ନୋଟ୍, ହାୱାଲା ଚ୍ୟାନେଲ ଏବଂ ସିଧାସଳଖ କିକବ୍ୟାକ୍ ମାଧ୍ୟମରେ ପିଓସି ସୃଷ୍ଟି କରାଯାଇଥିଲା। ଏହି ଅଭିଯୋଗ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ସାଉଥ ଗ୍ରୁପ ବିଜୟ ନାୟାରଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିଲା। ସିସୋଡିଆ ଏବଂ ନାୟାର ସହାୟତାରେ ଇଣ୍ଡୋସ୍ପିରିଟ୍ସ ଏଲଏ ଲାଇସେନ୍ସ ପାଇଥିଲା।  ଏଥିରୁ ୧୯୮.୮ କୋଟି ଟଙ୍କା ଲାଭ ହୋଇଥିଲା। ସାରଥ ରେଡ୍ଡୀ, ଟ୍ରାଇଡେଣ୍ଟ ଚାମ୍ଫର, ଆଭାଣ୍ଟିକା କଣ୍ଟ୍ରାକ୍ଟର ଏବଂ ଅର୍ଗାନୋମିକ୍ସ ଇକୋସିଷ୍ଟମ ଦ୍ୱାରା ନିୟନ୍ତ୍ରିତ ତିନୋଟି ସଂସ୍ଥା ଇଣ୍ଡୋସ୍ପିରିଟ୍ସ ପାଇଁ ୬୦ କୋଟି ଟଙ୍କା ଋଣ କରାଇଛନ୍ତି।

    ଦିଲ୍ଲୀର ଏକ୍ସାଇଜ୍ ପଲିସି ସ୍କାମ ଯାଞ୍ଚ କରୁଥିବା ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପ୍ରକାଶ କରିଛି କି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ବିଭିନ୍ନ ଉପାୟରେ ୬୨୨,୬୭ କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି।

  • ପୁଣି କାଶ୍ମୀରରେ ଟାର୍ଗେଟ କିଲିଂ

    ପୁଣି କାଶ୍ମୀରରେ ଟାର୍ଗେଟ କିଲିଂ

    ଜମ୍ମୁ କାଶ୍ମୀରରୁ ପୁଣି ଥରେ ଟାର୍ଗେଟ କିଲିଂର ଏକ ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀ ପୁଣି ଥରେ ଜଣେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ଅନନ୍ତନାଗରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରି ଦେଇଛନ୍ତି। ମୃତକ ହେଲେ ଉଧମପୁର ବାସିନ୍ଦା ଦିପୁଯ ସେ ଏକ ଘରୋଇ ସର୍କସରେ କାମ କରୁଥିଲେ। ସେ କୌଣସି କାମରେ ସର୍କସରୁ ବାହାରିଥିବା ବେଳେ ଆତଙ୍କବାଦୀ ତାଙ୍କୁ ଗୁଳି କରି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମାମଲା ଦାୟର କରି ଯାଞ୍ଚ କରୁଛି। ଆତଙ୍କବାଦୀଙ୍କୁ ଧରିବାକୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି।

    କାଶ୍ମୀର ଜନତାଙ୍କ ମଧ୍ୟରେ ଅସୁରକ୍ଷିତ ଭାବ ସୃଷ୍ଟି କରିବା ଲକ୍ଷ୍ୟରେ ଆତଙ୍କବାଦୀ ସେଠାରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏମାନେ ମୁଖ୍ୟତଃ-ଅଣ-ମୁସଲମାନ, କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ଅସୁରକ୍ଷିତତାର ଭାବନା ସୃଷ୍ଟି କରିବାକୁ ଲଗାତର ଟାର୍ଗେଟ କିଲିଂ କରି ଚାଲିଛନ୍ତି। ଏହା ପୂର୍ବରୁ ଚଳିତ ୨୬ ଫେବୃଆରୀରେ ପୁଲୱାମାରେ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିଲେ। ଗତ ଚାରି ମାସ ଭିତରେ କାଶ୍ମୀର ଉପତ୍ୟକାରେ ହିନ୍ଦୁ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣର ଏହା ଦ୍ୱିତୀୟ ଘଟଣା।

    ହିନ୍ଦୁ, ଇଂରାଜୀ ଦ ଡେଲି ନିକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ଉପରେ ୩୦ ଆତଙ୍କବାଦୀ ଆକ୍ରମଣ କଲେଣି। ଏହି କେନ୍ଦ୍ରଶାସିତ ଅଞ୍ଚଳରୁ ଧାରା ୩୭୦ ଉଚ୍ଛେଦ ପରଠାରୁ  ପୂର୍ବର ଯୋଜନାବଦ୍ଧ ଆକ୍ରମଣ ବଦଳରେ  ସାଧାରଣ ନାଗରିକ ତଥା ଅଫ୍ ଡ୍ୟୁଟି ପୋଲିସ୍ ଅଧିକାରୀଙ୍କ ଉପରେ ହେଉଥିବା ଟାର୍ଗେଟ କିଲିଂ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

    ଜମ୍ମୁରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ଓଭର ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲୁ) ଏବଂ ଅଣ୍ଡର ଗ୍ରାଉଣ୍ଡ ୱାର୍କର୍ସ (ୟୁଜିଡବ୍ଲୁ) ଏପର୍ଯ୍ୟନ୍ତ ସକ୍ରିୟ ଅଛନ୍ତି। ସୁରକ୍ଷା ବାହିନୀ କୌ ଣସି ପ୍ରକାରେ ଉପତ୍ୟକାରେ ଆତଙ୍କୀ ଦମନରେ ସଫଳ ହୋଇପାରି ନାହିଁ। ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦୁର୍ବଳତା ଏବଂ ଅସହାୟତାର ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ଟାର୍ଗେଟ କିଲିଂର ମୂଳ ଲକ୍ଷ୍ୟ ହେଉଛି ସ୍ଥାନୀୟ ଜନସାଧାରଣଙ୍କୁ ଭୟଭୀତ କରିବା ଏବଂ ଦୈନନ୍ଦିନ ଜୀବନ ଯାତ୍ରାକୁ ବାଧିତ କରିବା।

    ଏହା ବ୍ୟତୀତ, ଆତଙ୍କବାଦୀଙ୍କ ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛିକି, ଅଞ୍ଚଳର ସୁରକ୍ଷା ବାହିନୀ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଦୁର୍ବଳ କରିବା। ପୋଲିସ ଅଧିକାରୀ, ସେନା ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆଇନ ଶୃଙ୍ଖଳା ବଜାୟ ରଖିବା ତଥା ଶକ୍ତି ଓ ନିୟନ୍ତ୍ରଣର ଚିତ୍ର ଆଙ୍କିବା ପାଇଁ ସରକାରଙ୍କ ଦକ୍ଷତା ହ୍ରାସ କରିବାକୁ ଚେଷ୍ଟା ହେଉଛି।

  • ଜମ୍ମୁକାଶ୍ମୀର: ବସ୍ ଦୁର୍ଘଟଣାରେ ୧୦ ମୃତ, ଅନେକ ଆହତ ମେଡିକାଲରେ ଭର୍ତ୍ତି

    ଜମ୍ମୁକାଶ୍ମୀର: ବସ୍ ଦୁର୍ଘଟଣାରେ ୧୦ ମୃତ, ଅନେକ ଆହତ ମେଡିକାଲରେ ଭର୍ତ୍ତି

    ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ଅମୃତସରରୁ କାତ୍ରା ଯାଉଥିବା ଲଗଜୁରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରିଜ ଉପରୁ ଗଭୀର ଖାଇକୁ ଖସି ପଡ଼ିବାରୁ ସେଥିର ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୫୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

    ସୂଚନା ଅନୁସାରେ ବସରେ ଥିବା ସମସ୍ତ ଯାତ୍ରୀ ବିହାରର ବାସିନ୍ଦା । ଅମୃତସରରୁ କାତ୍ରା ଯାଉଥିଲା ବସ୍ । ରାସ୍ତା ଭୁଲିଯିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ବିଳମ୍ବିତ ରାତିରେ ସ୍ଲିପର ବସ୍ ଯାତ୍ରା କରୁଥିବାରୁ ଅସାବଧାନତାରୁ ଖାଇକୁ ଗଳି ପଡ଼ିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାସ୍ଥଳରେ ଡେପୁଟି କମିଶନର ପହଞ୍ଚି ତଦାରଖ କରୁଛନ୍ତି । ପୋଲିସ,ସିଆରପିଏଫ ଯବାନଙ୍କ ସମେତ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

    ବସ୍‌ଟି ଶ୍ରଦ୍ଧାଳୁଙ୍କୁ ଧରି ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ବସ୍‌ଟି ଗଭୀର ଖାତକୁ ଖସି ପଡ଼ିଥିଲା । ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକଙ୍କ ସମେତ ପୁଲିସ୍‌ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ ।

  • ସୁନିଲ ସେଟ୍ଟୀଙ୍କ ପାଖକୁ ୯୦ ଦଶକରେ ଅଣ୍ଡରୱାର୍ଲଡରୁ ଆସୁଥିଲା ଧମକ କଲ

    ସୁନିଲ ସେଟ୍ଟୀଙ୍କ ପାଖକୁ ୯୦ ଦଶକରେ ଅଣ୍ଡରୱାର୍ଲଡରୁ ଆସୁଥିଲା ଧମକ କଲ

    ସୁନୀଲ ଶେଟ୍ଟୀ ତାଙ୍କ କ୍ୟାରିଅରରେ ଅନେକ ସୁପରହିଟ ଚଳଚ୍ଚିତ୍ର ଦେଇଛନ୍ତି । ତାଙ୍କ ପ୍ରଶଂସକ ମାନେ ତାଙ୍କ ଚଳଚ୍ଚିତ୍ର ପାଇଁ ବହୁତ ଭଲ ପାଇବା ଦେଇଛନ୍ତି । ତାମିଲ, ତେଲୁଗୁ, ଇଂରାଜୀ, ମରାଠୀ, ମାଲାୟାଲମ୍ ଏବଂ କନ୍ନଡ ଚଳଚ୍ଚିତ୍ରରେ କାମ କରି ସେ ପ୍ରମାଣ କରିଛନ୍ତି ଯେ, ତାଙ୍କର ଅଭିନୟ ଦକ୍ଷତା ସହିତ ସେ ଦେଖାଇଛନ୍ତି ଯେ ସେ କାହାଠୁ ବି କମ୍ ନୁହେଁ । ଏବେ ସୁନୀଲ ଶେଟ୍ଟୀ ଏକ ଖୁଲାସା କରିଛନ୍ତି ଯେ, ତାଙ୍କୁ ୯୦ ଦଶକରେ ଅଣ୍ଡରୱାର୍ଲଡରୁ କଲ ଆସୁଥିଲା ।

    ଅଭିନେତା ଶାନ୍ତନୁଙ୍କ ସହ ପୋଡକାଷ୍ଟ ‘ଦି ବାରବର୍ ସପ’ରେ ଅତିଥି ଭାବରେ ଉପସ୍ଥିତ ଥିବା ସୁନୀଲ ଶେଟ୍ଟୀ ପ୍ରକାଶ କରିଛନ୍ତି ଯେ, ସେ ପ୍ରତିଦିନ ଅଣ୍ଡରୱାର୍ଲ୍ଡରୁ କଲ ପାଉଥିଲେ । କିନ୍ତୁ ସେ କୌଣସି ଜିନିଷକୁ ନେଇ ଡରିନଥିଲେ ଏବଂ ନିଜେ ଏହାକୁ ସାମ୍ନା କରୁଥିଲେ । ଏ ବିଷୟରେ କଥାବାର୍ତ୍ତା କରି ସୁନୀଲ ଶେଟ୍ଟୀ କହିଛନ୍ତି, ‘ଆମେ ଏକ ସମୟରେ ଥିଲୁ ଯେତେବେଳେ ଅଣ୍ଡରୱାର୍ଲ୍ଡ ମୁମ୍ବାଇରେ ବୁଲୁଥିଲା । ଆପଣ ଜାଣନ୍ତି କି ମତେ କଲ୍ ଆସୁଥିଲା ଯେ, ମୁଁ ଏୟା କରିବି, ମୁଁ ସେୟା କରିବି । ମୁଁ ଓଲଟା ଗାଳି ଦେଉଥିଲି । ମୋ ସହିତ ଥିବା ପୋଲିସ କର୍ମଚାରୀ ମାନେ ମୋତେ କହୁଥିଲେ, ଆପଣ ପାଗଳ କି ? ଆପଣ ବୁଝୁନାହାନ୍ତି ଯଦି ସେମାନେ କ୍ରୋଧିତ ହୋଇଯିବେ ତେବେ ସେମାନେ କିଛି ବି କରିପାରିବେ ।

    ଏ ବିଷୟରେ କଥାବାର୍ତ୍ତା ବେଳେ ସୁନୀଲ ଶେଟ୍ଟୀ କହିଥିଲେ, ‘ମୁଁ ଆଥିଆ ଏବଂ ଆହାନଙ୍କୁ ମୋ ଜୀବନରେ କ’ଣ କରିଛି ତାହା କେବେ କହିନାହିଁ । ମୁଁ କିଛି ଭିତିରିଆ କାମ କରିଛି । ଯେମିତି ମୁଁ ଆଘାତ ପାଇଲି, ସେମିତି ନିଜେ ମଧ୍ୟ ଭଲ ହୋଇଗଲି । ଏ ବିଷୟରେ କାହାକୁ କିଛି କହିନାହିଁ । ମୁଁ ସବୁବେଳେ ଲୋକଙ୍କୁ କହିଥାଏ ଯେ, ସମୟ ଜଣେ ଭଲ ଡାକ୍ତର ଯିଏ ସବୁକିଛି ସୁସ୍ଥ କରିଦିଏ ।

    ପିଲାଦିନରୁ ସେ ରହୁଥିବା ସ୍ଥାନ ବିଷୟରେ ସୁନୀଲ ସେହି ସାକ୍ଷାତକାରରେ କହିଥିଲେ ଯେ, ମୁଁ ଏହା ଏକ କୁଖ୍ୟାତ ଅଞ୍ଚଳ ବୋଲି କହିବି ନାହିଁ, କିନ୍ତୁ ସେଠାରେ ଗ୍ୟାଙ୍ଗ ଏବଂ ସେହିପ୍ରକାର ସାମଗ୍ରୀ ସବୁ ଥିଲା ଏବଂ ଏଠାରେ ମୁମ୍ବାଇର ପ୍ରଥମ ଗୋଲଡେନ ଗ୍ୟାଙ୍ଗ ବନିଥିଲା ଲେମିଙ୍ଗଟନ୍ ରୋଡରେ, ଏବଂ ଏହାର ଏକ ଇତିହାସ ଥିଲା ।

  • ପ୍ରେମିକାକୁ ୨୦ ଥର ଛୁରୀରେ ଭୂଷିଲା ଆଉ ପଥରରେ ଛେଚି ହତ୍ୟା କଲା ପ୍ରେମିକ

    ପ୍ରେମିକାକୁ ୨୦ ଥର ଛୁରୀରେ ଭୂଷିଲା ଆଉ ପଥରରେ ଛେଚି ହତ୍ୟା କଲା ପ୍ରେମିକ

    ରବିବାର ରାତିରେ ଦିଲ୍ଲୀର ଶାହାବାଦ ଡେୟରୀ ଅଞ୍ଚଳରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଛୁରୀରେ ହତ୍ୟା କରିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦିଲ୍ଲୀ ପୋଲିସ କହିଛି ଯେ, ହତ୍ୟା ମାମଲାରେ ଅଭିଯୁକ୍ତ ଯୁବକ ସାହିଲଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ବୁଲନ୍ଦଶହରରୁ ଗିରଫ କରାଯାଇଛି । ଅଭିଯୁକ୍ତ ୧୬ ବର୍ଷର ଝିଅକୁ ପଥରରେ ଛେଚିବା ପୂର୍ବରୁ ୨୦ ଥର ଛୁରୀରେ ଭୂଷିଥିଲେ । ଯାହାଫଳରେ ଯୁବତୀଙ୍କର ସେହିଠାରେ ହିଁ ମୃତ୍ୟୁ ହୋଇଯାଇଥିଲା ।

    ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ, ନାବାଳିକାର ଘର ଶାହବାଦ ଡେୟରୀର ଜେ.ଜେ କଲୋନୀରେ । ତାଙ୍କୁ ରାସ୍ତାରେ ହାଲିଆ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେ ରାସ୍ତାରେ ଯାଉଥିବା ବେଳେ ସାହିଲ ତାଙ୍କୁ ଅଟକାଇଥିଲା ଆଉ ଆକ୍ରମଣ କରିଥିଲା । ପୁଅ ଏବଂ ଝିଅ ପରସ୍ପରକୁ ପୂର୍ବରୁ ଜାଣିଥିଲେ । କିନ୍ତୁ କେବେଠାରୁ ଜାଣିଥିଲେ ତାହା ଅନୁସନ୍ଧାନର ବିଷୟ । ଯାଞ୍ଚ ପାଇଁ ୬ଟି ଦଳ ଗଠନ କରାଯାଇଛି ।

    ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଦୁହିଁଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ଶନିବାର ଦିନ ଝଗଡା ହୋଇଥିଲା । ରବିବାର ଦିନ ଝିଅଟି ନିଜ ସାଙ୍ଗଙ୍କ ପୁଅର ଜନ୍ମଦିନ ପାର୍ଟିକୁ ଯାଉଥିବା ବେଳେ ପୁଅଟି ତାଙ୍କୁ ରାସ୍ତାରେ ଅଟକାଇ ଆକ୍ରମଣ କରିଥିଲା । ପୋଲିସ କହିଛି ଯେ, କେବଳ ପୋଷ୍ଟମର୍ଟମ ନିଶ୍ଚିତ କରିବ ଯେ ତାଙ୍କୁ କେତେଥର ଛୁରୀ ଭୂଷାଯାଇଛି । ଝିଅର ପିତାଙ୍କ ଅଭିଯୋଗକୁ ଭିତ୍ତି କରି ଶାହାବାଦ ଡେୟରୀ ପୋଲିସ ଷ୍ଟେସନରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨(ହତ୍ୟା) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।

    ଦିଲ୍ଲୀ ମହିଳା ଆୟୋଗ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତର ସହିତ ନେଇଛି । ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲିୱାଲ କହିଛନ୍ତି ଯେ, ମୁଁ ଏଭଳି ଭୟାନକ ଘଟଣା କେବେ ଦେଖିନାହିଁ । ମହିଳା ଏବଂ ଝିଅ ମାନଙ୍କ ପାଇଁ ଦିଲ୍ଲୀ ଅତ୍ୟନ୍ତ ଅସୁରକ୍ଷିତ ଏବଂ ଅସମ୍ବେଦନଶୀଳ । ଯେଉଁଦିନ ଏହି ଦେଶର ପୋଲିସ୍ ବ୍ୟବସ୍ଥାରେ ଉନ୍ନତି ହେବ, ସେହି ଦିନ କୌଣସି ମହିଳା କିମ୍ବା ନାବାଳିକାଙ୍କ ବିରୁଦ୍ଧରେ କିଛି କରିବାକୁ ସାହସ କରିବେ ନାହିଁ । ଆଜି ଯାହା ଘଟୁଛି ତାହା ଆଇନ ଏବଂ ବ୍ୟବସ୍ଥାର ବିଫଳତାକୁ ସମ୍ପୂର୍ଣ୍ଣ ରୂପେ ଦର୍ଶାଉଛି ।

  • ଉଗାଣ୍ଡା: ବିଶ୍ୱର ସବୁଠାରୁ କଠୋର ସମଲିଙ୍ଗି ବିରୋଧୀ ଆଇନ ଆସିଲା  

    ଉଗାଣ୍ଡା: ବିଶ୍ୱର ସବୁଠାରୁ କଠୋର ସମଲିଙ୍ଗି ବିରୋଧୀ ଆଇନ ଆସିଲା  

    ଉଗାଣ୍ଡା ବିଶ୍ୱର ସବୁଠାରୁ କଠୋର ‘ସମଲିଙ୍ଗି ବିରୋଧୀ’ ବିଲକୁ ଏକ ଆଇନରେ ପରିଣତ କରିଛି। ସମଲିଙ୍ଗି ସମ୍ବନ୍ଧକୁ  ସ୍ୱୀକୃତି ଦେବାକୁ ମାନବାଧିକାର କର୍ମୀଙ୍କ ଆନ୍ଦୋଳନ ସତ୍ତ୍ୱେ  ଉଗାଣ୍ଡା ସରକାର ଏହା ବିରୋଧରେ ଆଣିଛି ଆଇନ ଓ ଏହାକୁ ବିଶ୍ୱର ସବୁଠାରୁ କଠୋର ଆଇନ ବୋଲି କୁହାଯାଉଛି। ଉଗାଣ୍ଡାର ଆଇନ ମୁତାବକ, କେହି ସମଲିଙ୍ଗି ସମ୍ପର୍କ ସ୍ଥାପନ କଲେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ। ଏହି ଆଇନକୁ  ପୂର୍ବ ଆଫ୍ରିକୀୟ ବହୁ  ଦେଶର ସମର୍ଥନ ମିଳିଥିଲା।

    ସମଲିଙ୍ଗି ସମ୍ପର୍କକୁ ବିରୋଧ କରୁଥିବା ଏହି ଆଇନ ବିଲରେ ଉଗାଣ୍ଡା ରାଷ୍ଟ୍ରପତି ୟୋଭେରୀ ମୁସେଭେନିଙ୍କ ମୋହର ଲାଗିଛି। ଯାହା ଏଲଜିବିଟିକ୍ୟୁଆଇଏ+ ସମ୍ପ୍ରଦାୟକୁ କିମ୍ବା ସମ୍ପ୍ରଦାୟ ସହିତ ପରିଚିତ ବ୍ୟକ୍ତି ବିଶେଷଙ୍କୁ ଅପରାଧ ଶ୍ରେଣୀଭୁକ୍ତ କରୁ ନାହିଁ, କିନ୍ତୁ ସମଲିଙ୍ଗି ଯୌନ ସମ୍ପର୍କକୁ ସଙ୍ଗୀନ ଅପରାଧ ଶ୍ରେଣୀଭୁକ୍ତ କରି କଠୋର ଦଣ୍ଡବିଧାନ କରିବାକୁ ଅନୁମତି ଦେଉଛି।

    ନିୟମ ଅନୁଯାୟୀ- ଅପରାଧ ଶ୍ରେଣୀଭୁକ୍ତ ସମଲିଙ୍ଗି ସମ୍ପର୍କ ଭିତରେ ଯାଉଛି  ସମାନ ଲିଙ୍ଗର ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତି, ନାବାଳିକା ତଥା ଅନ୍ୟାନ୍ୟ ବର୍ଗର ଅସୁରକ୍ଷିତ ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିବା। ଏହି ପ୍ରକାର ସମଲିଙ୍ଗି ସ୍ଥାପନ କରିବାକୁ ଉଦ୍ୟମ କରି ଦୋଷୀ ସାବ୍ୟସ୍ତ ହେଲେ ବ୍ୟକ୍ତିଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ଏସମ୍ପର୍କରେ ଉଗାଣ୍ଡା ସଂସଦର ବାଚସ୍ପତି ଅନୀତା ଏକ ବିବୃତ୍ତିରେ କହିଛନ୍ତି ଯେ ରାଷ୍ଟ୍ରପତି ଏହି ବିଲ୍ ସ୍ୱାକ୍ଷର କରି ଆମ କ୍ରନ୍ଦନରତ ଲୋକଙ୍କୁ ଆଶ୍ୱସ୍ତି ଆଣି ଦେଇଛନ୍ତି।

    ତେବେ ଏହା ପୂର୍ବରୁ ଏହି ବିଲକୁ ରାଷ୍ଟ୍ରପତି ମୁସେଭେନି ଏପ୍ରିଲରେ ସଂସଦକୁ ଫେରାଇ ଦେଇଥିଲେ। ଫେରସ୍ତ କରିଥିଲେ କି ଏଲଜିବିଟିକ୍ୟୁ ଓ ବାସ୍ତବରେ ସମଲିଙ୍ଗି ସମ୍ପର୍କ ରଖିଥିବା ଲୋକଙ୍କ ଅଲଗା କରାଯାଉ। କିନ୍ତୁ ଏହା କେତେକ ସାଂସଦଙ୍କୁ କ୍ରୋଧିତ କରିଥିଲା। ଏହା ଉପରେ ବିଭିନ୍ନ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ପକ୍ଷରୁ ସରକାର ଉପରେ ଏପରି ବିଲ ନ ଆଣିବାକୁ  ଚାପ ପ୍ରୟୋଗ କରାଯାଇଥିଲା। କିନ୍ତୁ ଶେଷରେ ଏହି ବିଲରେ ରାଷ୍ଟ୍ରପତିଙ୍କ ମୋହର ଲାଗିଛି ଓ ଏହା ଆଇନରେ ପରିଣତ ହୋଇଛି।

    ଉଗାଣ୍ଡାରେ ସମଲିଙ୍ଗି ସମ୍ପର୍କକୁ ନେଇ ଉପନିବେଶ ଯୁଗର ଆଇନ ଅନୁଯାୟୀ ଅପ୍ରାକୃତିକ  ଅପରାଧ ଭାବେ ଗଣାଯାଉଥିଲା ଓ ଏହି ଅପରାଧ ପାଇଁ ଆଜୀବନ କାରାଦଣ୍ଡର ପ୍ରାବଧନା ଥିଲା।

  • ମଣିପୁରରେ ବିଚ୍ଛନ୍ନତାବାଦୀଙ୍କ ଷଡ଼ଯନ୍ତ୍ର, ସେନା ହାତରେ ଲାଗିଲା ପ୍ରମାଣ

    ମଣିପୁରରେ ବିଚ୍ଛନ୍ନତାବାଦୀଙ୍କ ଷଡ଼ଯନ୍ତ୍ର, ସେନା ହାତରେ ଲାଗିଲା ପ୍ରମାଣ

    ମଣିପୁର ହିଂସାକୁ ନେଇ ସେନାକୁ ବଡ଼ ଖବର ମିଳିଛି ।ଆକ୍ରମଣ ଓ ବିନାଶ ଘଟାଇବା ପାଇଁ ମହିଳା ଓ ଶିଶୁଙ୍କ ସମେତ ନିରୀହ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ବିଚ୍ଛିନ୍ନତାବାଦୀ ନେତା । ଏବେ ଏହାର ପର୍ଦ୍ଦାଫାସ କରିଛି ଭାରତୀୟ ସେନା ।

    ମେ’୨୮ରେ ଭାରତୀୟ ସେନାର ସ୍ପିୟର କର୍ପସ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ ମଣିପୁରର ଗାଁ ଓ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ବେଳେ ବିଚ୍ଛିନ୍ନତାବାଦୀମାନେ ମାନବ ଢାଲ ବ୍ୟବହାର କରିବାକୁ ଯୋଜନା କରିଥିଲେ । କେତେକ କ୍ଷେତ୍ରରେ ଏହାର ବ୍ୟବହାର ମଧ୍ୟ ହୋଇଥିଲା । ଆସନ୍ତା ଦିନରେ ମଧ୍ୟକୁ ଏହାକୁ ମାଧ୍ୟମ କରିପାରନ୍ତି ବିଚ୍ଛନ୍ନତାବାଦୀ । ନିରୀହ ନାଗରିକମାନଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବା ଏବଂ ସୁରକ୍ଷା ବାହିନୀକୁ ସେମାନଙ୍କ କର୍ତ୍ତବ୍ୟ ପାଳନରୁ ରୋକିବା ପାଇଁ ବିଚ୍ଛିନ୍ନତାବାଦୀଙ୍କ ଏହି ଯୋଜନା ବିଷୟରେ ଏହି ଟ୍ୱିଟରୁ ସ୍ପଷ୍ଟ ହୋଇଛି ।

    ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଚ୍ଛିନ୍ନତାବାଦୀମାନଙ୍କ ପାର୍ଟି A, B’ଦଳକୁ ନିର୍ଦ୍ଦେଶ ଦେଇଛି କାମ ସାରିବାକୁ । ସେଠାରେ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରି ଏକ ଗାଁକୁ ଧ୍ୱଂସ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଟକ ବିଚ୍ଛିନ୍ନତାବାଦୀମାନଙ୍କ ବୟାନରୁ ଜଣାପଡ଼ିଥିଲା ଯେ ବିଦ୍ରୋହୀମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ମହଜୁଦ୍‌ ଥିଲା । ସେମାନଙ୍କୁ ଆହୁରି ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ବୋଲି ଆଶା କରୁଥିଲେ।

  • ପୋଖରୀରେ କୁକୁରକୁ ଗାଧୋଉଥିବା ବେଳେ ବୁଡିଗଲେ ଭାଇ ଓ ଭଉଣୀ

    ପୋଖରୀରେ କୁକୁରକୁ ଗାଧୋଉଥିବା ବେଳେ ବୁଡିଗଲେ ଭାଇ ଓ ଭଉଣୀ


    ନିଜ ପୋଷା କୁକରକୁ ପୋଖରୀରେ ଗାଧୋଇବା ବେଳେ ଅଘଟଣ । ରବିବାର ଅପରାହ୍ନରେ ଡୋମ୍ବିଭଲିର ଡାଭିଡି ଅଞ୍ଚଳରେ ପୋଖରୀରେ ପୋଷା କୁକୁରକୁ ଗାଧୋଇବାକୁ ଯାଇଥିବା ଭାଇ ଓ ଭଉଣୀ ବୁଡ଼ି ଯାଇଥିଲେ । ଗାଧୋଇବାବେଳେ ସେମାନଙ୍କର ପୋଷା କୁକୁର ପୋଖରୀର ଭିତରକୁ ଚାଲିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିଭା କଥା ଅନୁଯାୟୀ ତାଙ୍କ ଭାଇ ଏହାକୁ ଧରିବାକୁ ଚେଷ୍ଟା କରୁଥିବାବେଳେ ବୁଡ଼ି ଯାଇଥିବାର ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଭୟ ବୁଡ଼ି ଯାଇଥିଲେ। ଏବଂ ଉଭଯଙ୍କ ମୃତ୍ୟୁ ହୋଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳରେ ଘଟିଛି। ମୃତକ ଭାଇଭଉଣୀଦ୍ୱୟ ହେଲେ ରଞ୍ଜିତ ରଭିନ୍ଦ୍ରନ ଓ ତାଙ୍କ ସାନ ଭଉଣୀ କିର୍ତ୍ତି ରଭିନ୍ଦ୍ରନ ।ଉଭୟ ରଭିନ୍ଦ୍ରନ ଓ କିର୍ତ୍ତି ନିଜ ବାପାମା’ଙ୍କ ସହ ଉମେଶ ନଗର ଅଞ୍ଚଳରେ ରୁହନ୍ତି । ରଭିନ୍ଦ୍ରନ ଏମବିବିଏସ୍‌ ପାଠ ପଢ଼ା ସାରିଥିବା ବେଳେ ଏବେ ଇଣ୍ଟର୍ନସିପ୍‌ କରୁଥିଲେ। ତାଙ୍କ ଭଉଣୀ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ବୋଲି ଜଣାଯାଇଛି। ଉଭୟଙ୍କ ପିତା ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ବେଳେ ମା’ ଘରେ ଟ୍ୟୁସନ କରନ୍ତି। ସେମାନେ ନିଜ ଗାଁକୁ ଯାଇଥିବା ବେଳେ ଭାଇ ଭଉଣୀ ନିଜ ଘରେ ଥିବା ପୋଷା କୁକୁରକୁ ସ୍କୁଟରରେ ଧରି ଗାଧୋଇଦେବାକୁ ନିଛାଟିଆ ସ୍ଥାନରେ ଥିବା ଏକ ପୋଖରୀକୁ ଯାଇଥିଲେ। ଉଭୟ ପ୍ରତି ରବିବାର ସେଠାକୁ ଯାଉଥିବା ଜଣାଯାଇଛି।

  • ବେଲାରୁଷ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

    ବେଲାରୁଷ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

    ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେଙ୍କୋ ଗୁରୁତର। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିବା ପରେ ଗୁରୁତର ଅସୁସ୍ଥ ଲୁକାସେଙ୍କୋଙ୍କୁ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ବେଲାରୁଷ୍‌ ବିରୋଧୀ ଦଳ ନେତା ଭାଲେରି ସେପ୍‌କାଲୋ ଟୁଇଟ କରି କହିଛନ୍ତି। ତେବେ ସୁକାସେଙ୍କୋଙ୍କୁ ବିଷ ଦିଆଯାଇଥିବା କୁହାଯାଉଛି।  ସେପ୍‌କାଲୋଙ୍କ ତଥ୍ୟ ଆନୁଯାୟୀ , ପୁଟିନ୍‌ଙ୍କୁ ଭେଟିବା ପରେ ଲୁକାସେଙ୍କୋଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଓ ତାଙ୍କୁ ତୁରନ୍ତ ମସ୍କୋର ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ଥିତି ସଙ୍କଟାପନ୍ନ  ରହିଛି।

    ପ୍ରାଥମିକ ସୂଚନା ଅନୁସାରେ, ପୁଟିନଙ୍କ ସହିତ ରୁଦ୍ଧଦ୍ବାର ବୈଠକ ପରେ ଲୁକାସେଙ୍କୋଙ୍କୁ ତତ୍‌କ୍ଷଣାତ୍‌ ମସ୍କୋର ‘ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଥିଲା। ସମ୍ପ୍ରତି ସେ ଚିକିତ୍ସାଧୀନ ଅଛନ୍ତି। ବରିଷ୍ଠ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।  ସେଠାରେ ତାଙ୍କ ରକ୍ତ ପରିଷ୍କରଣ ପ୍ରକ୍ରିୟା ଜାରି ରହିଛି ଓ ବର୍ତ୍ତମାନ ସେ ହସ୍ପିଟାଲରୁ ମୁକୁଳିବା ଅବସ୍ଥାରେ ନ ଥିବା କହିଛନ୍ତି ସେପକାଲୋ।

    ସେ ଆଗକୁ ଆହୁରି କହିଛନ୍ତି କି, ବେଲାରୁଷ୍‌ର ଏକଚ୍ଛତ୍ରବାଦୀ ରାଷ୍ଟ୍ରପତି ଲୁକାସେଙ୍କୋଙ୍କ ଜୀବନ  ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କେହି ତାଙ୍କୁ ବିଷ ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ଏଥିରେ କ୍ରେମ୍‌ଲିନ୍‌ଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ତେବେ ଗତ କିଛି ଦିନ ହେବ ବେଲାରୁଷ ରାଷ୍ଟ୍ରପତି ଅସୁସ୍ଥ ଥିବା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେଠାକାର ଗଣମାଧ୍ୟମ ତଥ୍ୟ ମୁତାବକ, ମେ ୯ ତାରିଖରେ ଲୁକାସେଙ୍କୋ ରୁଷ୍‌ ବିଜୟ ଦିବଲ ପାରେଡରେ ଯୋଗ ଦେବାକୁ ଯାଇଥିଲେ। ପରେଡ୍‌ ଶେଷ ହେବା କ୍ଷଣି ସ୍ବଦେଶକୁ ଫେରିଆସିଥିଲେ। ସେ କ୍ଲାନ୍ତ ଓ ଅବସ ଦେଖାଯାଉଥିଲେ। ତାଙ୍କ ଡାହାଣ ହାତରେ ବ୍ୟାଣ୍ଡେଜ୍‌ ଗୁଡ଼ା ହୋଇଥିଲା।

    କିନ୍ତୁ, ସେଦିନ ମସ୍କୋରୁ ଫେରିବା ପରେ ନିଜ ଦେଶରେ ବିଜୟ ଦିବସ ପାଳନ ଅବସରରେ ଲୁକାସେଙ୍କୋ କହିଥିଲେ, ବନ୍ଧୁଗଣ, ମୁଁ ମରି ଯିବିନାହିଁ। ଆଗକୁ ମୋ ସହିତ ଆପଣମାନଙ୍କୁ ବହୁଦିନ ଧରି ସଂଗ୍ରାମ କରିବାକୁ ପଡ଼ିବ। ମତେ ସାମାନ୍ୟ ଥଣ୍ଡା ହୋଇଛି। ଭଲ ହେବା ପାଇଁ ୩ ଦିନ ଲାଗିବ।

    ସୂଚନା ଯୋଗ୍ୟ, ରୁଷ –ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ରୁଷକୁ ବିରୋଧ କରୁଥିବା ବେଳେ କିନ୍ତୁ ବେଲାରୁଷ ପୁଟିନଙ୍କୁ ସମର୍ଥନ କରୁ ଆସୁଥିଲେ। ଏମିତି କି, ୟୁକ୍ରେନ ସହ ଯୁଦ୍ଧ ପାଇଁ ଲୁକାସେଙ୍କୋ ବେଲାରୁଷକୁ ରୁଷର ଲଞ୍ଚ ପ୍ୟାଡ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ କୁହାଯାଉଛି କି, ରୁଷର ସିକ୍ରେଟ ସର୍ଭିସ ପକ୍ଷରୁ ତାଙ୍କୁ ବିଷ ଦିଆଯାଇଛି। ଏଥିରେ ଷଡଯନ୍ତ୍ର ଥିଓରି କାମ କରୁଥିବା କୁହାଯାଉଛି।

     ୧୯୯୪ରୁ ବେଲାରୁଷର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି।