Category: ଦେଶ-ବିଦେଶ

  • ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖା ଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା

    ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖା ଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା

    ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି । ନିକଟରେ ଅନୁଷ୍ଠିତ ଏକ ଅଧ୍ୟୟନ ଅନୁଯାୟୀ ମାତ୍ର ୧୦ ପ୍ରତିଶତ ରୋଗୀ ହୃଦ୍‌ଘାତର ଏକଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚିଥାନ୍ତି, ଯାହା ସେମାନଙ୍କ ଜୀବନ ରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ। ଯେତେଶୀଘ୍ର ସେମାନଙ୍କୁ ହସ୍ପିଟାଲକୁ ଅଣାଯିବ ଚିକିତ୍ସାରୁ ସେତେ ଅଧିକ ସୁଫଳ ମିଳିବ। ଏମ୍ସର କମ୍ୟୁନିଟି ମେଡିସିନ ସେଣ୍ଟରର ପ୍ରଫେସର ଡ ଆନନ୍ଦ କୃଷ୍ଣନଙ୍କ କହିବା ଅନୁସାରେ, ହରିୟାଣା ଫରିଦାବାଦର ବଲ୍ଲବଗଡ଼ ବ୍ଲକ୍‌ରେ ହୃଦ୍‌ଘାତରେ ମରିଥିବା ଲୋକମାନଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ରୋଗୀକୁ ହସ୍ପିଟାଲ ଆଣିବାରେ କାହିଁକି ବିଳମ୍ବ ହେଲା ଏବଂ ହସ୍ପିଟାଲରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଇବା ଲାଗି ସେମାନେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏ ବିଷୟରେ ମୃତକଙ୍କ ପରିବାର ଲୋକଙ୍କୁ ପଚରାଯାଇଥିଲା। ଏମ୍ସର ତିନୋଟି ବିଭାଗ – କାର୍ଡିଓଲୋଜି, ନ୍ୟୁରୋଲୋଜି ଓ କମ୍ୟୁନିଟି ମେଡିସିନ ପକ୍ଷରୁ ଇଣ୍ଡିଆନ କାଉନ୍‌ସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପାଣ୍ଠିରେ ଏହି ଅଧ୍ୟୟନ କରାଯାଇଥିଲା। ଅନ୍ୟପଟେ ୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ତେବେ ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟାରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ସେହିପରି ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ ତେଣୁ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

  • କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ କେବେ ? ଭାରତୀୟ କୁସ୍ତିସଂଘକୁ UWWର ୪୫ ଦିନିଆ ଡେଡଲାଇନ୍

    କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ କେବେ ? ଭାରତୀୟ କୁସ୍ତିସଂଘକୁ UWWର ୪୫ ଦିନିଆ ଡେଡଲାଇନ୍

    ଭାରତରେ କୁସ୍ତିଯୋଦ୍ଧାଙ୍କ ପ୍ରତି ଘୋର ଅନ୍ୟାୟ ହୋଇଛି । ଦିଲ୍ଲୀ ପୋଲିସର ଗିରଫଦାରୀ ବେଆଇନ୍ । ୟୁନାଇଟେଡ ୱାର୍ଲ୍ଡ ରେସଲିଂ ପକ୍ଷରୁ ଏଭଳି ସମାଲୋଚନା କରାଯାଇଛି । କୁସ୍ତି ଯୋଦ୍ଧାଙ୍କ ଧାରଣା ପରଠାରୁ ପ୍ରଥମ ଥର ପାଇଁ ମୁହଁ ଖୋଲି ଏଭଳି କହିଛି ସଂଘ । କୁସ୍ତି ଯୋଦ୍ଧାଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଉ । ଏଥିସହ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଆହ୍ୱାନ କରିଛି । ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଅଭିଯୋଗ ଆସିଥିବା ବେଳେ ତାଙ୍କୁ ଅସ୍ଥାୟୀ ଭାବେ ପଦବୀରୁ ହଟାଯାଇଛି । ତେଣୁ ଆସନ୍ତା ଦିନରେ କୁସ୍ତି ଯୋଦ୍ଧାଙ୍କ ସହ ଆଲୋଚନା କରିବ ୟୁନାଇଟେଡ ୱାର୍ଲ୍ଡ ରେସଲିଂ।

    ଇଣ୍ଡିଆନ୍ ଅଲିମ୍ପିକ ଆସୋସିଏସନ ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଆଡହକ୍ କମିଟିକୁ ପୂର୍ବରୁ ଦିଆଯାଇଥିବା ୪୫ ଦିନ ଡେଡଲାଇନ ବିଷୟରେ ମଧ୍ୟ ଆଉଥରେ ମନେ ପକାଇ ଦେଇଛି ସଂଘ । ଏହି ଡେଡଲାଇନ ଭିତରେ ଇଲେକଟିଭ ଜେନେରାଲ ଆସେମ୍ବ୍ଲିଗଠନ ପାଇଁ କୁହାଯାଇଛି । ନିର୍ଦ୍ଦେଶ ଅମାନ୍ୟ କଲେ ୟୁନାଇଟେଡ ୱାର୍ଲ୍ଡ ରେସଲିଂ ପକ୍ଷରୁ ଆକ୍ସନ ନିଆଯିବ । ରେସଲିଂ ଫେଡେରସନ ଅଫ୍ ଇଣ୍ଡିଆକୁ ସସପେଣ୍ଡ କରାଯିବ ବୋଲି ଚରମବାଣୀ ଶୁଣାଇଛି UWW ।

    କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି । ସେଥିପାଇଁ ପୂର୍ବରୁ ଦିଲ୍ଲୀରେ ହେବାକୁ ଥିବା ଏସିଆନ ଚାମ୍ପିଆନସିପକୁ କାଜାକସ୍ଥାନ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଗଙ୍ଗାରେ କୁସ୍ତିଯୋଦ୍ଧାମାନେ ମେଡାଲ ଭସାଇ ନାହାଁନ୍ତି । ହରିଦ୍ୱାରରେ ପହଞ୍ଚି ଚାଷୀ ନେତା ନରେଶ ଟିକାୟତ ବୁଝାସୁଝା କରିବା ପରେ ଏଥିରୁ ଓହରିଥିଲେ ।

  • ଦଳପ୍ରତି ବିଶ୍ବସ୍ତ ହେବା ନିହାତି ଜରୁରୀ କହିଲେ ଅଶୋକ ଗେହଲୋତ

    ଦଳପ୍ରତି ବିଶ୍ବସ୍ତ ହେବା ନିହାତି ଜରୁରୀ କହିଲେ ଅଶୋକ ଗେହଲୋତ

    ସୋମବାର ଦିନ ଦିଲ୍ଲୀ ଠାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କ ବାସଭବନରେ ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିବା ଏକ ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି । ଏହାପରେ ଗେହଲୋତ ଏବଂ ପାଇଲଟ୍ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ମଧ୍ୟ କୌଣସି ବୟାନ ଦେଇନଥିଲେ । କିନ୍ତି ବୈଠକ ପରେ ସିଏମ ଗେହଲୋତ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ।

    ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସିଏମ୍ ଗେହଲୋତ କହିଛନ୍ତି, “ହାଇକମାଣ୍ଡ ସହିତ ବସିବାରେ ମୋର ବିଶ୍ୱାସ ଅଛି, କାଥାବାର୍ତ୍ତା ପରେ କାହିଁକି ସହଯୋଗ କରିବୁ ନାହିଁ। ଆମକୁ ବିଶ୍ୱାସ କରିବା ଉଚିତ୍ । ବିଶ୍ବସ ଦେଇ ବିଶ୍ୱାସ ଜିତାଯାଇ ପାରେ । ହାଇ କମାଣ୍ଡ ଆମକୁ ବିଶ୍ବାସ କରିଛନ୍ତି, ଆମେ ଆଗକୁ କାମ କରିବୁ। “ସମସ୍ତେ ଏକାଠି କାମ କରିବୁ, ଆଉ ସରକାର ଆମର ହେବ । ଆମେ ଦଳର ବିଶ୍ୱସ୍ତ ରହିଛୁ ଏବଂ ଏହା ଜାରି ରଖିବୁ ।”

    ସୋନିଆ ଗାନ୍ଧୀଙ୍କ ଅଧିବେଶନରେ ଦିଆଯାଇଥିବା ବିବୃତ୍ତିକୁ ଦର୍ଶାଇ ସିଏମ ଗେହଲୋତ କହିଛନ୍ତି ଯେ, ଯିଏ ଧୈର୍ଯ୍ୟ ରଖିଥାଏ ତାକୁ ନିଶ୍ଚିତ ଭାବେ କେବେ ନା କେବେ ସୁଯୋଗ ମିଳେ । ସେ କହିଛନ୍ତି, ମୁଁ ସମସ୍ତଙ୍କୁ ଧୈର୍ଯ୍ୟବାନ ହେବାକୁ କହୁଛି, ପାର୍ଟି ନିଶ୍ଚିତ ଭାବରେ ଆପଣଙ୍କୁ ଏକ ସୁଯୋଗ ଦେବ । ପାଇଲଟଙ୍କ ନାମ ନନେଇ ମୁଖ୍ୟମନ୍ତ୍ରୀ ଗେହଲୋତ କହିଛନ୍ତି ଯେ, ଦଳ ତାଙ୍କୁ ପୂର୍ବରୁ ସୁଯୋଗ ଦେଇଛି ଏବଂ ତାଙ୍କୁ ଆଗକୁ ମଧ୍ୟ ଦେବ ।

    ବାସ୍ତବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ସଚିନ ପାଇଲଟଙ୍କ ନାମ ନନେଇ ତାଙ୍କୁ ଧୈର୍ଯ୍ୟବାନ ହେବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଏହା ମଧ୍ୟ କୁହାଯାଇଥିଲା ଯେ, ପୂର୍ବରୁ ଦଳ ସଚିନ ପାଇଲଟଙ୍କୁ ପିସିସି ମୁଖ୍ୟ ଏବଂ ଡେପୁଟି ସିଏମ ପଦ ଦେଇଛନ୍ତି । ଏହା ବ୍ୟତୀତ ସିଏମ୍ ତାଙ୍କୁ ଦଳ ପ୍ରତି ବିଶ୍ୱସ୍ତତା ବିଷୟରେ ଶିକ୍ଷା ଦେଇଥିଲେ । ଯଦିଓ ସେ ଏହି ସମଗ୍ର ବାର୍ତ୍ତାଳାପରେ ସଚିନ୍ ପାଇଲଟଙ୍କ ନାମ ନେଇ ନାହାନ୍ତି ।

  • ଅଧିକାଂଶ ହୃଦଘାତଜନିତ ମୃତ୍ୟୁର କାରଣ କ’ଣ?

    ଅଧିକାଂଶ ହୃଦଘାତଜନିତ ମୃତ୍ୟୁର କାରଣ କ’ଣ?

    ହୃଦଘାତ ସମ୍ବନ୍ଧରେ କମ ଜ୍ଞାନ  କାରଣରୁ ଅଧିକାଂଶ ମୃତ୍ୟୁ ହୋଇଥାଏ। ଲୋକମାନେ ହୃଦଘାତର ଚିହ୍ନ ଏବଂ ଲକ୍ଷଣ ବିଷୟରେ ଅବଗତ ନୁହଁନ୍ତି, ଯେଉଁଥି ପାଇଁ ଅଧାରୁ ଅଧିକ ମୃତ୍ୟୁ ହୃଦଘାତରୁ ହୋଇଥାଏ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଏମ୍ସର ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ହୃଦ୍‌ରୋଗ ଏବଂ ଷ୍ଟ୍ରୋକ୍ ଜରୁରୀକାଳୀନ ରୋଗୀଙ୍କ ମଧ୍ୟରୁ ଅଳ୍ପ ସଂଖ୍ୟକ ରୋଗୀ ଶୀଘ୍ର ସ୍ୱାସ୍ଥ୍ୟ ସୁବିଧା ପର୍ଯ୍ୟନ୍ତ ପହଞ୍ଚିପାରନ୍ତି। ଏମ୍ସ କମ୍ୟୁନିଟି ମେଡିସିନ୍ ପ୍ରଫେସର ଡକ୍ଟର ଆନନ୍ଦ କୃଷ୍ଣନ୍ ଅଧ୍ୟୟନ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି କି, ଏହି ଅଧ୍ୟୟନ ଏମ୍ସର  କାର୍ଡିଓଲୋଜି, ସ୍ନାୟୁବିଜ୍ଞାନ ଏବଂ କମ୍ୟୁନିଟି ମେଡିସିନ୍ ତିନୋଟି ବିଭାଗ ଦ୍ୱାରା କରାଯାଇଥିଲା।

    ଡକ୍ଟର ଆନନ୍ଦ କୃଷ୍ଣନ୍ କହିଛନ୍ତି ଯେ ଆମେ ଏହି ଅଧ୍ୟୟନ ବଲାଭଗଡ ବ୍ଲକ ଫରିଦାବାଦରେ କରିଥିଲୁ। ଯେଉଁମାନେ ବ୍ରେନ ଆଟାକ ବା ହାର୍ଟ ଆର୍ଟାକରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ବିଷୟରେ ଆମେ ଏକ ସାମାଜିକ ଅଡିଟ୍ କରିଥିଲୁ। ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ଆର୍ଟାକର ସମ୍ମୁଖୀନ ହେଉଥିବା ରୋଗୀମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିଛନ୍ତି କି ନାହିଁ ତାହା ଜାଣିବା? ଚିକିତ୍ସା କ୍ଷେତ୍ରରେ ସେମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ନା ବିଳମ୍ବ ହେବା କାରଣରୁ ମୃତ୍ୟୁ ହୋଇଥିଲା?

    ତେବେ ଅଧ୍ୟୟନରେ ଦେଖାଯାଇଥିଲା କି ପ୍ରାୟ ୧୦ ପ୍ରତିଶତ ଲୋକ ଏକ ଘଣ୍ଟା ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିଥିଲେ। ଉଭୟ ଷ୍ଟ୍ରୋକ କ୍ଷେତ୍ରରେ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ରୋଗୀ ଯେତେ ଶୀଘ୍ର ଚିକିତ୍ସା ପାଆନ୍ତି, ଫଳ ସେତେ ଭଲ ମିଳିଥାଏ। ଡାକ୍ତର କୃଷ୍ଣାନ ଆହୁରି କହିଥିଲେ ଯେ, ପ୍ରଥମ ଘଣ୍ଟାରେ ପ୍ରାୟ ୧୦ ପ୍ରତିଶତ ଲୋକ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ୩୦-୪୦ ପ୍ରତିଶତ ଲୋକ ନିଜ ତରଫରୁ ବିଳମ୍ବ କରିନଥିଲେ ଓ ୫୫ ପ୍ରତିଶତ ସେମାନଙ୍କ ଅସୁବିଧା ବିଷୟରେ ବୁଝିବାରେ ବିଳମ୍ବ କରିଥିଲେ ।

     ହାର୍ଟ ଆର୍ଟାକ ଓ ବ୍ରେନ ଷ୍ଟ୍ରୋକ କିମ୍ବା ସାମାନ୍ୟ ଯନ୍ତ୍ରଣା କ୍ଷେତ୍ରରେ ରୋଗୀ ଡାକ୍ତରଖାନା ଯିବା କି ନାହିଁ ଏହି ଅସମସ୍ୟତା ଭିତରେ ଥାନ୍ତି। ଏହା ଷ୍ଟ୍ରୋକ ନା କୌଣସି ମାମୁଲି ସମସ୍ୟା ଏହା ବୁଝିପାରି ନ ଥାନ୍ତି। ସେମାନଙ୍କୁ  ଡାକ୍ତରଖାନା ଯିବାର ଅଛି କି ନାହିଁ ତାହା ସ୍ଥିର କରିବାରେ ବିଳମ୍ବ କରିଥିଲେ।  ସେହିପରି କିଛି ଲୋକ ଭାବିଥିଲେ ମଧ୍ୟ  ସେହି ସମୟରେ ଡାକ୍ତରଖାନା ଯିବାକୁ ଗାଡି ଏବଂ ଟଙ୍କା ସମସ୍ୟା ହେତୁ ଦେଖାଦେଇଥିଲା। ତେଣୁ ୨୦-୩୦ପ୍ରତିଶତ ଲୋକ ଯାଇପାରିନଥିଲେ ଡାକ୍ତରଖାନା। ଡାକ୍ତରଖାନାରେ ପହଞ୍ଚିବା ପାଇଁ ଅର୍ଥାଭାବ ଓ ଭୌଗୋଳିକ କିମ୍ବା ଶାରୀରିକ ସୁବିଧା ମଧ୍ୟ ରହିଥିଲା। ପ୍ରାୟ ୧୦ ପ୍ରତିଶତ ଲୋକ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ କରିଥିଲେ।  ଏହି ସବୁ କାରଣ ପାଇଁ ଲୋକଙ୍କ ମୃତ୍ୟୁ ହୋଇଥିବା ଏମ୍ସର ଅଧ୍ୟୟନରୁ ଜଣାପଡିଛି।

  • ଆରଜେଡିକୁ ନେଇ କଟାକ୍ଷ କଲେ ପ୍ରଶାନ୍ତ କିଶୋର, ବିହାରରେ ଗୋଟିଏ ବି ଏମପି ଜିତିପାରୁ ନାହାନ୍ତି, ପ୍ରଧାନମନ୍ତ୍ରୀ କେମିତି ହେବେ ?

    ଆରଜେଡିକୁ ନେଇ କଟାକ୍ଷ କଲେ ପ୍ରଶାନ୍ତ କିଶୋର, ବିହାରରେ ଗୋଟିଏ ବି ଏମପି ଜିତିପାରୁ ନାହାନ୍ତି, ପ୍ରଧାନମନ୍ତ୍ରୀ କେମିତି ହେବେ ?

    ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜର ସଂଯୋଜକ ପ୍ରଶାନ୍ତ କିଶୋର ମଙ୍ଗଳବାର ଦିନ ବିହାରର ଶାସକ ଦଳ ଆରଜେଡି ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଆଜି ୫୪୩ ଲୋକସଭା ସାଂସଦଙ୍କ ମଧ୍ୟରୁ ଆରଜେଡିର ଶୂନ ସାଂସଦ ଅଛନ୍ତି । ବିହାରର ଲୋକମାନେ ଭାବିବେ ଯେ, ଆରଜେଡି ଏକ ବହୁତ ବଡ ଦଳ କିନ୍ତୁ ଆମର ମଧ୍ୟ ନିର୍ବାଚନ ଜ୍ଞାନ ରହିଛି । ଗତ ୧୦ ବର୍ଷ ମଧ୍ୟରେ ଆମେ ମଧ୍ୟ ସେହି କାର୍ଯ୍ୟ କରିଛୁ ।

    ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଗତ ବିଧାନସଭାରେ କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିପାଇଁ ତାଙ୍କର ୨୦-୩୦ ଜଣ ବିଧାୟକ ଅଧିକ ଜିତିଥିଲେ । ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି, ଯଦି କେହି ପ୍ରଧାନମନ୍ତ୍ରୀଙ୍କ ଚେୟାର ଏବଂ ପୋଷ୍ଟରକୁ ତାଙ୍କ ଘର ବାହାରେ ରଖନ୍ତି ତେବେ ଏହାର ଅର୍ଥ କ’ଣ ? ଯଦି ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତିଙ୍କ ଚେୟାରରେ କେହି ବସିଯିବେ ଏହାର ଅର୍ଥ ନୁହେଁ ଯେ, ସେ ଆମେରିକାର ରାଷ୍ଟ୍ରପତି ହୋଇଯିବେ ।

    ସେ କହିଛନ୍ତି ଯେ, ଆଜି ଆରଜେଡିର ନିଜର ସ୍ଥାନ ନାହିଁ ଏବଂ ସେ କିପରି ଦେଶର ପ୍ରଧାନମନ୍ତ୍ରୀ ହେବେ ? ଆରଜେଡିର ରାଜନୈତିକ ଶକ୍ତି ଏତେ ଯେ, ସେମାନେ ଆଜି ବିହାରରେ ସେମାନଙ୍କର ଜଣେ ସାଂସଦଙ୍କୁ ଜିତିବାକୁ ସକ୍ଷମ ନୁହଁନ୍ତି । ତେଜସ୍ୱୀ ଯାଦବ ଜାଣିବା ଉଚିତ ଯେ, ଦେଶର ଲୋକମାନେ ମୂର୍ଖ ନୁହନ୍ତି । RJD ପରି ଦଳ ପ୍ରତ୍ୟେକ ରାଜ୍ୟରେ ଅଛି । ଆଜି ବିହାରରେ ଆରଜେଡିର କୌଣସି ଶକ୍ତି ନାହିଁ ।

    ଏଠାରେ ଜଣାଇ ଦେଉଛୁ ଯେ, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତ ବର୍ଷ ଅକ୍ଟୋବର ୨ ତାରିଖରୁ ବିହାରର ବିଭିନ୍ନ ଜିଲ୍ଲାରେ ଜନ ସୁରାଜ ପଦଯାତ୍ରା କରିଆସୁଛନ୍ତି । ବର୍ତ୍ତମାନ ସମସ୍ତିପୁରରେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ପଦଯାତ୍ରା ବନ୍ଦ ରହିଛି । ଏହା ସତ୍ତ୍ବେ ସେ କ୍ରମାଗତ ଭାବରେ ରାଜନୀତିରେ ତୀବ୍ର ଆକ୍ରମଣ କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ୨୦୨୪ ମସିହାରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ବିହାରରେ ବହୁ ରାଜନୈତିକ ହଲଚଲ ଜାରି ରହିଛି । ପ୍ରଶାନ୍ତ କିଶୋର ମଧ୍ୟ ବିହାରର ଶାସକ ଦଳ ଆରଜେଡି ଏବଂ ଜେଡିୟୁ ବିରୋଧରେ ବୟାନବାଜି କରିବାର କୌଣସି ସୁଯୋଗ ଛାଡୁନାହାନ୍ତି ।

  • ଜୁନ୍ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ,ଓଡ଼ିଶାକୁ କେବେ?

    ଜୁନ୍ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ,ଓଡ଼ିଶାକୁ କେବେ?

    ମୌସୁମୀ ପାଇଁ ପାଗ ଅନୁକୂଳ । ଧୀରେ ଧୀରେ ଆଗକୁ ଅଗ୍ରସର ହେଉଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ଏବେ ପାଗ ଅନୁକୂଳ ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କିଛି ଅଂଶକୁ ଏବେ ଛୁଇଁଛି ମୌସୁମୀ । ସମ୍ପୂର୍ଣ୍ଣ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜକୁ ଏହା ଛୁଇଁସାରିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବ ।

    ସେହିପରି କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି । ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ତେବେ ଓଡ଼ିଶାକୁ ମୌସୁମୀ କେବେ ଛୁଇଁବ, ସେ ନେଇ ଏଯାଏ କୌଣସି ଆକଳନ କରାଯାଇନଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

    କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଦୁଇରୁ ତିନି ଦିନ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଏହା ପରେ ତାପମାତ୍ରା ବୃଦ୍ଧି ପାଇବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆଗକୁ ଆହୁରୀ ତାପମାତ୍ରା ବଢ଼ିବାର ଆଶଙ୍କା ରହିଛି ।

  • ପୁଣି ବିମାନରେ ଅସଦାଚରଣ, କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର ଦେଖାଇ ବନ୍ଧା ହେଲେ ଯାତ୍ରୀ

    ପୁଣି ବିମାନରେ ଅସଦାଚରଣ, କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର ଦେଖାଇ ବନ୍ଧା ହେଲେ ଯାତ୍ରୀ

    ଏୟାର ଇଣ୍ଡିଆ ବିମାନରେ ଜଣେ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି ଯେ, ମେ ୨୯ ତାରିଖରେ ଜଣେ ଯାତ୍ରୀ AI882 ବିମାନରେ ଅସଦାଚରଣ କରିଥିଲେ । ଅଭିଯୁକ୍ତ ଯାତ୍ରୀ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ପରେ ସେମାନଙ୍କ ମଧ୍ୟରୁ ଜଣକୁ ଆକ୍ରମଣ କରିଥିଲେ । ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଯାତ୍ରୀ ଆକ୍ରମଣାତ୍ମକ ଆଚରଣ ଜାରି ରଖିବୀରୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ ।

    ଏୟାର ଇଣ୍ଡିଆ କହିଛି ଯେ, ଆମେ ଏହି ଘଟଣା ବିଷୟରେ ନିୟାମକଙ୍କୁ ମଧ୍ୟ ଜଣାଇଛୁ । ଏହାପୂର୍ବରୁ ଏପ୍ରିଲ ମାସରେ ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ । ବାସ୍ତବରେ ଏପ୍ରିଲ ୧୦ରେ ଦିଲ୍ଲୀ-ଲଣ୍ଡନ ବିମାନରେ ଜଣେ ଯାତ୍ରୀ ଦୁଇଜଣ ମହିଳା କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ଜଣଙ୍କୁ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇ ଦିଆଯାଇଛି ।

    ଏୟାର ଇଣ୍ଡିଆର କ୍ୟାବିନ କ୍ରୁ ସୁପରଭାଇଜରଙ୍କ ଅଭିଯୋଗରେ ପୋଲିସ ପଞ୍ଜାବର ୨୫ ବର୍ଷିୟ ଯାତ୍ରୀ ଜସ୍କିରତ ସିଂ ପଡ୍ଡାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସମ୍ପ୍ରତି ଉଡ଼ାଣରେ ଅସଦାଚରଣ ମାମଲା ଦ୍ରୁତ ଗତିରେ ବଢୁଛି । ଏପରିକି ଯାତ୍ରୀ ମାନଙ୍କ ଉପରେ ପରିସ୍ରା କରିବାର ଅନେକ ଘଟଣା ସାମ୍ନାକୁ ଆସୁଛି । ଏହି ମାସ ମେ ୧୧ ତାରିଖରେ ନିଷାସକ୍ତ ଅବସ୍ଥାରେ ଜଣେ ମହିଳା ଯାତ୍ରୀ ଦିଲ୍ଲୀ-କୋଲକାତା ଇଣ୍ଡିଗୋ ବିମାନରେ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ।

    ଅଭିଯୁକ୍ତ ମହିଳାଙ୍କୁ କୋଲକାତା ବିମାନ ବନ୍ଦରରେ ସିଆଇଏସ୍ଏଫ୍କୁ ହସ୍ତାନ୍ତର କରାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯାତ୍ରୀଙ୍କ ନାମ ପରମଜିତ୍ କୌର ଥିଲା ଏବଂ କ୍ରୁ ସଦସ୍ୟ ଏବଂ ସାଥୀ ଯାତ୍ରୀମାନେ ତାଙ୍କୁ ଅସଂଯତ ଅବସ୍ଥାରେ ପାଇଥିଲେ । ସେ କ୍ରୁ ଏବଂ ଅନ୍ୟ ଯାତ୍ରୀଙ୍କ ସହ ଖରାପ ଆଚରଣ କରିଥିଲେ । ବିମାନଟି ବିମାନବନ୍ଦରରେ ଅବତରଣ କରିବା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ସିଆଇଏସ୍ଏଫ୍ କର୍ମଚାରୀ ମାନେ ଗିରଫ କରିଥିଲେ ।

  • କନ୍ୟାଙ୍କୁ କଣ୍ଡୋମ ସହ ଗର୍ଭନିରୋଧକ ବାଣ୍ଟୁଛି ଶିବରାଜ ସରକାର

    କନ୍ୟାଙ୍କୁ କଣ୍ଡୋମ ସହ ଗର୍ଭନିରୋଧକ ବାଣ୍ଟୁଛି ଶିବରାଜ ସରକାର

    ମଧ୍ୟପ୍ରଦେଶର କନ୍ୟା ବିଭା ଯୋଜନାରେ କନ୍ୟାର ମେକ୍ ଇନ୍ କିଟରେ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ବଣ୍ଟନକୁ ନେଇ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ଫୋପଡା। ମଧ୍ୟପ୍ରଦେଶର ଜାବୁଆ ଜିଲ୍ଲା ଥାଞ୍ଜାଲାରେ ମୁଖ୍ୟମନ୍ତ୍ରୀ କାନିଆ ବିଭା ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ୨୯୬  ଦମ୍ପତିଙ୍କ ସମୂହ ବିବାହ କରାଯାଇଥିଲା। କିନ୍ତୁ ଶିବରାଜ ସିଂ ଚୌହାନ ସରକାରଙ୍କ ଏହି ଅଭିଯାନ ଏବେ ବିବାଦ ଭିତରକୁ ଟାଣି ହୋଇ ଆସିଛି ଯେତେବେଳେ ମେକ୍ ଅପ୍ ବାକ୍ସରେ ଗର୍ଭନିରୋଧକ ବଟିକା ସହିତ କଣ୍ଡୋମର ପ୍ୟାକେଟ୍ ବଣ୍ଟନ କରାଗଲା।

    କନ୍ୟାର ମେକ ଅପ୍  ବାକ୍ସରେ କଣ୍ଡୋମ ପ୍ୟାକେଟ ଏବଂ ବଟିକା ମିଳିବା ପରେ ରାଜ୍ୟ ସରକାର ବିବାଦ ଘେରକୁ ଟାଣି ହୋଇଆସିଛନ୍ତି। କାହା ନିର୍ଦ୍ଦେଶରେ ଏପରି ସାମଗ୍ରୀ କିଟରେ ରଖା ଯାଇଥିଲା ବୋଲି ପଚରା ଯିବାରୁ ଅଧିକାରୀ ସବୁ ଦୋଷ ସ୍ୱାସ୍ଥ୍ୟ ବିଭାଗ ଉପରକୁ ଠେଲି ଦେଇଛନ୍ତି। ଏହା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଛି, କିନ୍ତୁ ଏ ସମ୍ପର୍କରେ କିଏ ନିର୍ଦ୍ଦେଶ ଦେଇଥିଲା ତାହା ସ୍ପଷ୍ଟ କରାଯାଇ ନାହିଁ। କଣ୍ଡମ ଓ ଗର୍ଭନିରୋଧକ ବଟିକା ଥିବା ମେକ୍ଅପ୍ କିଟ ସବୁକୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଦିଆଯାଇଛି।

    ଏଥି ସହିତ, ଏହି ପ୍ରସଙ୍ଗରେ ଦାୟିତ୍ୱରେ ଥିବା ସିଇଓ ଭୁର୍ସିଂହ ରାୱତ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ଏହି ପୁରା କାର୍ଯ୍ୟ ସ୍ୱାସ୍ଥ୍ୟ ବିଭାଗର ଅଟେ। କିନ୍ତୁ ଏପରି ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେ ଆହୁରି କହିଛନ୍ତି କି, “କଣ୍ଡୋମ ଏବଂ ଗର୍ଭନିରୋଧକ ଔଷଧ ବଣ୍ଟନ ପାଇଁ ଆମେ ଦାୟୀ ନୁହଁ। ଏହା ସମ୍ଭବତଃ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଣ୍ଟା ଯାଇଛି। ଏହିସବୁ ଜିନିଷକୁ ପରିବାର ନିୟନ୍ତ୍ରଣ ଯୋଜନା ଅନ୍ତର୍ଗତ ସଚେତନତା କାର୍ଯ୍ୟକ୍ରମ ଅଧୀନରେ ରଖାଯାଇଛି। ମୁଖମନ୍ତ୍ରୀ କନିଆ ବିବାହ ଯୋଜନା ଅଧୀନରେ ଆମେ ସିଧାସଳଖ ୪୯,୦୦୦ ଟଙ୍କା ଦେବୁ। ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବା। ଆମେ ବିବାହ ପାଇଁ ଖାଦ୍ୟ, ଜଳ ଏବଂ ଏକ ତମ୍ବୁ ମଧ୍ୟ ପ୍ରଦାନ କରୁଛୁ, ଯାହାର ମୂଲ୍ୟ ୬,୦୦୦ଟଙ୍କା। ବଣ୍ଟନ ହୋଇଥିବା ପ୍ୟାକେଟରେ କଣ ଅଛି ତାହା ମୋତେ ଜାଣି ନଥିଲି ବୋଲି କହିଛନ୍ତି ସିଇଓ। କିନ୍ତୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ।

    ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ମହିଳାମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ ମଧ୍ୟପ୍ରଦେଶ ସରକାର ଏପ୍ରିଲ ୨୦୦୬ ରେ ମୁଖମନ୍ତ୍ରୀ କନ୍ୟା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁଯାୟୀ ସରକାର କନ୍ୟାର ପରିବାରକୁ ୫୫,୦୦୦ ଟଙ୍କା ପ୍ରଦାନ କରୁଛନ୍ତି।

    ଗତ ମାସରେ, ଡିଣ୍ଡୋରି ଅଞ୍ଚଳରେ ଏକ ସମୂହ ବିବାହ ସମାରୋହରେ କିଛି କନ୍ୟାଙ୍କ ଗର୍ଭ  ପରୀକ୍ଷା କରାଯାଇଥିଲା, ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହି ପରୀକ୍ଷାରେ କିଛି କନ୍ୟାଙ୍କ ପ୍ରେଗ୍ନେନ୍ସି ପଜିଟିଭ ବାହାରି ଥିଲା। ଏସମ୍ପର୍କରେ ଝିଅଙ୍କ ପକ୍ଷରୁ କୁହାଯାଇଥିଲା କି, ସେମାନଙ୍କ ନିର୍ବନ୍ଧ ହୋଇଥିବା ଯୁବକଙ୍କ ସହ ଥିଲା। ତେବେ ଏପରି ଘଟଣାକୁ ଅନେକ ବିରୋଧ କରିବା ସହ ଏହା ଝଅଙ୍କ ପ୍ରତି ଅଧିକାରୀଙ୍କ ଦୁର୍ବ୍ୟବହାର ବୋଲି କୁହାଯାଇଛି।

  • ଜାଣନ୍ତୁ ଏହି ମନ୍ଦିରକୁ ମୁକେଶ ଆମ୍ବାନୀ କାହିଁକି ଅଧିକ ଆସନ୍ତି, ଚଢାନ୍ତି ପ୍ରବଳ ଟଙ୍କା?

    ଜାଣନ୍ତୁ ଏହି ମନ୍ଦିରକୁ ମୁକେଶ ଆମ୍ବାନୀ କାହିଁକି ଅଧିକ ଆସନ୍ତି, ଚଢାନ୍ତି ପ୍ରବଳ ଟଙ୍କା?

    ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବିଷୟରେ ଲୋକମାନେ ଅନେକ କିଛି ଅଜଣା ଜାଣିବାକୁ ଚାହାଁନ୍ତି । ମୁକେଶ ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଜୀବନଶୈଳି ବିଷୟରେ ଆପଣ ତ ବହୁତ କିଛି ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ବହୁତ ଆଧ୍ୟାତ୍ମିକ ଅଟନ୍ତି । ଭାରତରେ ଏପରି ଅନେକ ମନ୍ଦିର ଅଛି, ଯେଉଁଠାକୁ ମୁକେଶ ଅମ୍ବାନୀ ପ୍ରାୟତଃ ପରିଦର୍ଶନ କରନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ନାଥଦ୍ୱାରରେ ଅବସ୍ଥିତ ଶ୍ରୀନାଥ ଜୀଙ୍କ ମନ୍ଦିର । ମୁକେଶ ଅମ୍ବାନୀ ଦୀର୍ଘ ଦିନ ଧରି ରାଜସ୍ଥାନର ନାଥଦ୍ୱାରାରେ ଅବସ୍ଥିତ ମନ୍ଦିରର ପରିଦର୍ଶନ କରିଆସୁଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ତାଙ୍କ ସହ ରୁହନ୍ତ ।

    ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଅମିତାଭ ବଚ୍ଚନଙ୍କ ପରି ତାରକା ମଧ୍ୟ ନାଥଦ୍ବାରା ପରିଦର୍ଶନ କରନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କିମାରେ ଯେ, ଏହି ମନ୍ଦିରର କଣ ମାନ୍ୟତା ରହିଛି । ତେଣୁ ଏହି ମନ୍ଦିର ସହିତ ଜଡିତ ବିଶେଷ କଥାଗୁଡିକ ଜାଣିବା ଯେଉଁଠାରେ ମୁକେଶ ଅମ୍ବାନୀଙ୍କ ପରି ଅନେକ ସେଲିବ୍ରିଟି ଆସନ୍ତି ।

    ଯଦି ଆମେ ନାଥଦ୍ୱାରା ବିଷୟରେ କଥା ହେବା, ଏହା ରାଜସ୍ଥାନର ଉଦୟପୁର ନିକଟରେ ରହିଛି । ଯେଉଁଠାକୁ ଆପଣ ଟ୍ରେନ୍ କିମ୍ବା ବିମାନ ଯୋଗେ ଉଦୟପୁରକୁ ଯାଇପାରିବେ । ଏହି ମନ୍ଦିର ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଶ୍ରୀନାଥଜୀଙ୍କୁ ଉତ୍ସର୍ଗ କରାଯାଇଛି ଏବଂ ରାଜସ୍ଥାନର ଅନେକ ଭକ୍ତଙ୍କ ଭିଡରେ ଏହା ଏକ ପ୍ରସିଦ୍ଧ ଧାର୍ମିକ ସ୍ଥାନ ଅଟେ । ଶ୍ରୀନଥଜୀ ମନ୍ଦିର ୧୭ ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏବଂ ମହାରାଜା ରାଜ ସିଂଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା । ମନ୍ଦିରର ଆଖପାଖରେ ଏକ ବିରାଟ କ୍ଷେତ୍ର ରହିଛି ଯେଉଁଥିରେ ପ୍ରବେଶ କରିବାକୁ ଚାରୋଟି ଦ୍ୱାର ଅଛି । ଶ୍ରୀନାଥଜୀଙ୍କ ପ୍ରତିମା ମନ୍ଦିର ଭିତରେ ସ୍ଥାପିତ ହୋଇଛି, ଯାହା ଦେଖିବାକୁ ଶ୍ୟାମଳ ରଙ୍ଗର । ହୋଲି ପରେ ଏଠାରେ ଏକ ବିଶେଷ ଅବସର ଆସେ, ଯେତେବେଳେ ଏଠାରେ ବହୁତ ଭିଡ଼ ଜମିଥାଏ ।

    ଏହି ମନ୍ଦିର ବିଷୟରେ ଅନେକ ବିଶ୍ୱାସ ରହିଛି ଏବଂ ଏଠାକୁ ଆସିବା ପରେ ଲୋକଙ୍କ ଇଚ୍ଛା ପୂରଣ ହୁଏ । ସେଥିପାଇଁ ଭକ୍ତମାନେ ଏଠାରେ ଅନେକ ଟଙ୍କା ଚଢାଇଥାନ୍ତି ।

  • ଶେଷ ଦିନରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟପାଳ

    ଶେଷ ଦିନରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟପାଳ

    ସେ ଥିଲେ ଜଣେ ଦକ୍ଷ ପ୍ରଶାସକ ଆଉ ସୁଯୋଗ୍ୟ ସମାଜ ସଂସ୍କାରକ । ସେ ଏକା ଧାରରେ ଜଣେ ସାହିତ୍ୟକ, ଜଣେ ସଂଗୀତ ପ୍ରେମୀ ତଥା ବିଶେଷ କରି ଜଣେ ଦକ୍ଷ ରାଜ୍ୟପାଳ । ତାଙ୍କୁ କ୍ଷମତାରେ ଥିବା ସରକାର ଆଉ ବିରୋଧୀଙ୍କୁ ସାଥିରେ ଧରି ରାଜ୍ୟର ବିକାଶ କରିବାର କଳା ବେଶ ଭାଲଭାବେ ଜଣା । ପୂର-ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ନିଜର ବ୍ୟବହାର ଓ ବ୍ୟକ୍ତିତ୍ବ ବଳରେ ସେ ଛାଡିଯାଇଛନ୍ତି ସ୍ବତନ୍ତ୍ର ଛାପ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉ କି ବିଛିନ୍ନାଞ୍ଚଳ, ସବୁଠି ତାଙ୍କ ଲୋକପ୍ରିୟତା ଆକାଶଛୂଆଁ । କାରଣ ସେ ଯେ କେବଳ ରାଜ୍ୟପାଳ ଥିଲେ ତାହା ନୁହେଁ ଜଣେ ପ୍ରକୃତିକୁ ଭଲପାଉଥିବା ଆଉ ସହୃଦୟ ମଣିଷଟେ ଥିଲେ । ଛୋଟଛୋଟ ପିଲାଙ୍କ ସହିତ ତାଙ୍କର ଥିଲା ଅହେତୁକ ଦୁର୍ବଳତା ।

    ଆଜ୍ଞା ହଁ ଆମେ ଆଜି ଯେଉଁ ବଳିଷ୍ଠ ବ୍ୟକ୍ତିତ୍ବଙ୍କ ବିଷୟରେ ଆଲୋଚନା କରୁଛୁ ସେ ହେଉଛନ୍ତି ଓଡିଶାରେ ଦୀର୍ଘ ୫ ବର୍ଷ ଧରି ଦାୟୀତ୍ବରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାଙ୍କ କାର୍ଯ୍ୟକାଳର ଆଜି ହେଉଛି ଶେଷ ଦିନ । ତାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଥିବାରୁ ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ଭବନ ପକ୍ଷରୁ ନୂଆ ରାଜ୍ୟପାଳ କିଏ ହେବେ ସେ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନଥିବା ବେଳେ ବିଧିବଦ୍ଧ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗଣେଶୀ ଲାଲ ଏହି ଦାୟୀତ୍ବରେ ରହିବେ ବୋଲି ଅନିମାନ କରାଯାଉଛି।

    ଜଣେ ରାଜ୍ୟପାଳ ହୋଇଥିଲେ ବି ସର୍ବଦା ଅତି ସାଧାରଣ ଲୋକଙ୍କ ପରି ଥିଲା ତାଙ୍କ ଜୀବନଚର୍ଯ୍ୟା । ସାଧାସିଧା ଜୀବନ…ଉଚ୍ଚ ବିଚାର ଥିଲା ତାଙ୍କ ଜୀବନର ମୂଳ ମନ୍ତ୍ର । ଅଗଷ୍ଟ ପନ୍ଦରରେ ଛୋଟ ପିଲାଙ୍କୁ ଚୋକଲେଟ ବାଣ୍ଟିବା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହିତ ମିଳାମିଶା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଥିଲା ଅତ୍ୟନ୍ତ ମାର୍ଜିତ ।

    ଗଣେଶୀ ଲାଲ ୨୦୧୮ ମସିହା ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ସେ ଓଡ଼ିଶାବାସୀଙ୍କ ସଫଳତାର ଯାତ୍ରାରେ ଯାତ୍ରୀ ହେବା ସହ ବିଭିନ୍ନ ଜିଲ୍ଲାର ଅନେକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି । ନିଜର ସାଣିତ ବ୍ୟବହାର ଏବଂ ମାର୍ଜିତ ଆଚରଣ ଆଉ ସଂସ୍କାର ପାଇଁ ସେ ରାଜ୍ୟରେ ବୁଦ୍ଧିଜୀବୀଙ୍କ ନିକଟରେ ବେଶ ପରିଚିତ । ଦେଶର ବିଭିନ୍ନ ପ୍ରାନ୍ତରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ବେଳେ ରାଜ୍ୟରେ ପ୍ରତ୍ୟକ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରି ରାଜ୍ୟକୁ ଆଗକୁ ବଢାଇବାରେ ତାଙ୍କର ଯୋଗଦାନ ଅତୁଳନୀୟ ।

    ରାଜ୍ୟପାଳ ଗଣେଶୀ ଲାଲ ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସଫଳତାର ଶ୍ରେୟ ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦକୁ ଦେଇଛନ୍ତି । ତାଙ୍କର ଏହି ବିଚକ୍ଷଣ ଯାତ୍ରାରେ ଓଡିଶା ପାଇଁ ଥିବା ଅବଦାନ ପାଇଁ ତାଙ୍କର ଦୀର୍ଘ ଜୀବନ କାମନା କରି ସମଗ୍ର ଓଡିଶା ଆଜି ଝୁରୁଛି ।