Category: ଦେଶ-ବିଦେଶ

  • ୨୦୩୦ରେ ଆଣ୍ଟାର୍କଟିକାରେ ଦେଖିବାକୁ ମିଳିବ ଭୟଙ୍କର ପରିବର୍ତ୍ତନ!

    ୨୦୩୦ରେ ଆଣ୍ଟାର୍କଟିକାରେ ଦେଖିବାକୁ ମିଳିବ ଭୟଙ୍କର ପରିବର୍ତ୍ତନ!

    ଗ୍ଲୋବାଲ ୱାର୍ମିଂ କ୍ରମାଗତ ଭାବରେ ଆମ ପୃଥିବୀ ପାଇଁ ବିପଦ ପାଲଟିଛି। ଯଦିଓ ଏଥିପାଇଁ ଅନେକ ଠୋସ୍ ପଦକ୍ଷେପ ନିଆଯାଉଛି ଏବଂ ଅନ୍ତର୍ଜାତୀୟସ୍ତରରେ ଆଲୋଚନା ଚାଲିଛି, କିନ୍ତୁ ଏସବୁ ସତ୍ତ୍ୱେ ଜଳବାୟୁ ପରିବର୍ତ୍ତନ ଇକୋସିଷ୍ଟମ୍ ଉପରେ ଭୟଙ୍କର ପ୍ରଭାବ ପକାଇବା ଆରମ୍ଭ କରିଛି। ଆଗାମୀ ବର୍ଷମାନଙ୍କରେ ଏହାର ପ୍ରଭାବ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି। ଏକ ନୂତନ ବୈଜ୍ଞାନିକ ଅଧ୍ୟୟନ ଅନୁଯାୟୀ, ଆଣ୍ଟାର୍କଟିକା ମହାସାଗରରେ ଗ୍ରୀଷ୍ମକାଳିନ ସାମୁଦ୍ରିକ ବରଫ ୨୦୩୦ ସୁଦ୍ଧା ରହିବ ନାହିଁ |

    କ୍ଲାଇମେଟ କନେକ୍ସନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ୟାରିସ୍ ଜଳବାୟୁ ଚୁକ୍ତି ଅନୁଯାୟୀ ଗ୍ଲୋବାଲ ୱାର୍ମିଂକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବାକୁ ଚେଷ୍ଟା କରାଯାଉଛି। ତଥାପି ଉତ୍ତର ପୋଲର ଭାସମାନ ବରଫ ତରଳିବା ବନ୍ଦ ହେଉ ନାହିଁ।

    ହେମ୍ବର୍ଗ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫିର ପ୍ରଫେସର ତଥା ସହ-ଲେଖକ ଡର୍କ ନାଟଜ୍ କହିଛନ୍ତି ଯେ ଆଣ୍ଟାର୍କଟିକାରେ ଗ୍ରୀଷ୍ମକାଳୀନ ସାମୁଦ୍ରିକ ବରଫକୁ ସଂରକ୍ଷଣ କରିବା ପ୍ରକ୍ରିୟାରେ ବର୍ତ୍ତମାନ ବିଳମ୍ବ ହୋଇଛି। ଦି ନ୍ୟୁୟର୍କ ଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ‘ଆମେ ଆଣ୍ଟାର୍କଟିକା ଗ୍ରୀଷ୍ମକାଳୀନ ସମୁଦ୍ର-ବରଫ କଭରକୁ ଅତି ଶୀଘ୍ର ହରାଇବାକୁ ଯାଉଛୁ। ଅବଶିଷ୍ଟ ବରଫର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ବିଷୟରେ କିଛି କରିବାକୁ ଆମେ ବହୁତ ବିଳମ୍ବ କରିଛୁ।

    ଏଠାରେ କହି ରଖୁଛୁ କି, ବରଫ ତରଳିବାର ପ୍ରଭାବ କେବଳ ସେହି ଅଞ୍ଚଳରେ ନୁହେଁ ସମଗ୍ର ବିଶ୍ୱର ପାଣିପାଗ, ମଣିଷ ଏବଂ ଇକୋସିଷ୍ଟମ ପଡିବ। ଦକ୍ଷିଣ କୋରିଆର ପୋହଙ୍ଗ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଗବେଷକ ତଥା ମୁଖ୍ୟ ଲେଖକ ସେଙ୍ଗ-କି ମିନି କହିଛନ୍ତି ଯେ ଏହା ଗ୍ରୀନଲ୍ୟାଣ୍ଡ ଆଇସ୍ ସିଟ୍ ଓ ଗ୍ରୀନ୍ ହାଉସ୍ ଗ୍ୟାସ୍ ଧାରଣ କରିଥିବା ସ୍ଥାୟୀ ତୁଷାର ଭୂମି ବିଶ୍ୱ ତାପମାତ୍ରା ବୃଦ୍ଧି କରିଥାଏ। ଯଦି ଆଣ୍ଟାର୍କଟିକା ମହାସାଗରର ବରଫ ଆଚ୍ଛାଦିତ ଅଞ୍ଚଳ ଏକ ମିଲିୟନ୍ ବର୍ଗ କିଲୋମିଟରରୁ କମ୍ କିମ୍ବା ସମୁଦ୍ରର ସମୁଦାୟ କ୍ଷେତ୍ରର ପ୍ରାୟ ସାତ ପ୍ରତିଶତ ହୁଏ ତେବେ ବୈଜ୍ଞାନିକମାନେ ଏହାକୁ ବରଫମୁକ୍ତ ବୋଲି କହିପାରନ୍ତି।

    ସୂଚନାଯୋଗ୍ୟ, ଫେବୃଆରୀରେ ଆଣ୍ଟାର୍କଟିକାରେ ସମୁଦ୍ର ବରଫ ୧.୯୨ ନିୟୁତ ବର୍ଗ କିଲୋମିଟର ହ୍ରାସ ପାଇଛି, ଯାହା ରେକର୍ଡର ସର୍ବନିମ୍ନ ସ୍ତର ଏବଂ ୧୯୯୧-୨୦୨୦ ମଧ୍ୟରେ ହାରାହାରି ଠାରୁ ପ୍ରାୟ ଏକ ମିଲିୟନ୍ ବର୍ଗ କିଲୋମିଟର ହ୍ରାସ ପାଇଛି। ମାନବକୃତ କାରଣରୁ ଜଳବାୟୁ ପରିବର୍ତ୍ତନ ପାଇଁ ଏପ୍ରିଲରେ ବାଂଲାଦେଶ, ଭାରତ, ଲାଓସ୍ ଏବଂ ଥାଇଲ୍ୟାଣ୍ଡରେ ତାପମାତ୍ରା ୩୦ ଗୁଣ ବୃଦ୍ଧି କରିଛି। ବିଶ୍ୱ ପାଣିପାଗ ଆଟ୍ରିବ୍ୟୁସନ୍ ଗୃପ୍ ଅଧୀନରେ ଅଗ୍ରଣୀ ଜଳବାୟୁ ବୈଜ୍ଞାନିକମାନଙ୍କର ଏକ ଆନ୍ତର୍ଜାତିକ ଦଳ ଦ୍ୱାରା କରାଯାଇଥିବା ଦ୍ରୁତ ଗୁଣବତ୍ତା ବିଶ୍ଳେଷଣ ଅନୁଯାୟୀ, ଏହି ଅଞ୍ଚଳର ଉଚ୍ଚ ଦୁର୍ବଳତା, ଯାହାକି ବିଶ୍ୱର ଉତ୍ତାପ ହଟସ୍ପଟ୍ ମଧ୍ୟରୁ ଅନ୍ୟତମ। ପାଣିପାଗର ପ୍ରଭାବ ବୃଦ୍ଧି ପିଇଛି ।

    ସେହିପରି ଏକ ଅଧ୍ୟୟନରୁ ଜଣାପଡିଛି କି,ଶତାବ୍ଦୀର ଶେଷ ସୁଦ୍ଧା ଭାରତରେ ୬୦୦ ମିଲିୟନରୁ ଅଧିକ ଲୋକ ଅତ୍ୟଧିକ ଉତ୍ତାପରେ ରହିବେ। ଅନ୍ୟ ଏକ ଅଧ୍ୟୟନ ରିପୋର୍ଟକୁ କୁହାଯାଉଛି କି, ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆର କିଛି ଅଂଶ ଏପ୍ରିଲରେ ପ୍ରବଳ ଉତ୍ତାପ ଅନୁଭବ କରିଥିଲା। ରେକର୍ଡ ଭାଙ୍ଗୁଥିବା ତାପମାତ୍ରା – ଲାଓସରେ ୪୨° ସେଲସିୟସ ଓ ଥାଇଲ୍ୟାଣ୍ଡରେ ୪୫° ସେଲସିୟସ ଛୁଇଁଛି। ଉତ୍ତାପ ହେତୁ ବହୁ ସଂଖ୍ୟକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ରାସ୍ତା ଘାଟ ଫାଟି ଯାଉଛି। ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଛି। ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ପଡୁଛି ଓ ବହୁ ମୃତ୍ୟୁର କାରଣ ଗ୍ରୀଷ୍ମ ପ୍ରବାହ ହୋଇଛି।

  • ରୁଷରେ ଅଟକିଛନ୍ତି ଏୟାର ଇଣ୍ଡିଆ ଯାତ୍ରୀ, ସାନ୍‌ ଫ୍ରାନ୍‌ସିସ୍‌କୋରେ ପହଞ୍ଚାଇବାକୁ ଗଲା ବିମାନ

    ରୁଷରେ ଅଟକିଛନ୍ତି ଏୟାର ଇଣ୍ଡିଆ ଯାତ୍ରୀ, ସାନ୍‌ ଫ୍ରାନ୍‌ସିସ୍‌କୋରେ ପହଞ୍ଚାଇବାକୁ ଗଲା ବିମାନ

    ରୁଷରେ ଅଟକି ରହିଛି ଏୟାର୍‌ ଇଣ୍ଡିଆ ବିମାନ । ସେଠାରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋରେ ପହଞ୍ଚାଇବା ଲାଗି ଆଜି ମୁମ୍ବାଇରୁ ଗୋଟାଏ ରିଲିଫ୍‌ ବିମାନ ରୁଷ୍‌ର ମଗଦାନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ନୂଆଦିଲ୍ଲୀରୁ ସାନ୍‌ଫ୍ରାନ୍‌ସିସ୍‌କୋ ଯାଉଥିବା ଏୟାର୍‌ ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ତାହା ରୁଷ୍‌ର ମଗଦାନକୁ ନିଆଯାଇଛି ।

    ଉକ୍ତ ବିମାନକୁ ଚଳାଇବା ପାଇଁ ଏୟାର୍‌ ଇଣ୍ଡିଆ ଅଧିକାରୀମାନେ ସମ୍ପ୍ରତି ବିମାନ ଚଳାଚଳ ନିୟମ ସଂକ୍ରାନ୍ତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେଥିରେ ଥିବା ଯାତ୍ରୀମାନଙ୍କୁ ଆଣିବା ପାଇଁ ଆଜି ଆଉ ଏକ ବିମାନ ରୁଷ୍‌ ମଗଦାନ୍‌ ଯାତ୍ରା କରିଛି । ମସ୍କୋଠାରୁ ୧୦,୦୦୦ କିଲୋମିଟର୍‌ ଦୂର ମଗଦାନ୍‌ରେ ଅବତରଣ କରିଥିବା ଉକ୍ତ ଏୟାର୍‌ ଇଣ୍ଡିଆର ଯାତ୍ରୀମାନଙ୍କୁ ଡର୍ମିଟାରୀ ଗୁଡ଼ିକରେ ରଖାଯାଇଛି । ସମସ୍ତ ବିମାନ ଯାତ୍ରୀଙ୍କ ପାଇଁ ହୋଟେଲ୍‌ ଅସମର୍ଥ ଥିବାରୁ ଡର୍ମିଟାରୀ ଗୁଡ଼ିକରେ ଅଟକିଛନ୍ତି ।

    ରୁଷର ମଗଦାନ୍‌ରେ ଘଟିଥିବା ଘଟଣା ଉପରେ ନଜର ରଖାଯାଇଛି ବୋଲି କହିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏୟାର ଇଣ୍ଡିଆ ସହିତ ଯୋଗଯୋଗରେ ଅଛନ୍ତି ଅଧିକାରୀ । ଯାନ୍ତ୍ରିକ ତ୍ରୁଟି ହୋଇଥିବା ଭିଟି-ଏଏଲ୍‌ଏଚ୍‌ ବିମାନଟିକୁ ସଜାଡ଼ିବା ଲାଗି ଲୋକ ଓ ସାମଗ୍ରୀ ସହିତ ଏୟାର୍‌ ଇଣ୍ଡିଆ ରିଲିଫ୍‌ ବିମାନ ବି୭୭୭-୨୦୦ଏଲ୍‌ଆର୍‌ ଭିଟି-ଏଏଲ୍‌ଏଫ୍‌ ପଠାଯାଇଛି । ଏହି ବିମାନ ଯାତ୍ରୀମାନଙ୍କୁ ମଗଦାନ୍‌ରୁ ସାନ୍‌ ଫ୍ରାନ୍‌ସିସ୍କୋ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚାଇବ । ଯାତ୍ରୀଙ୍କ ସମସ୍ତ ଦାୟିତ୍ୱ ନେଇଛି ଏୟାର ଇଣ୍ଡିଆ । ସେମାନଙ୍କ ଭଲମନ୍ଦ କଥା ବୁଝାସୁଝା କରୁଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଯାତ୍ରୀମାନଙ୍କୁ ଆଶ୍ରୟ ଦେବା ପାଇଁ ସ୍ଥାନୀୟ ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି । ବିମାନ ବନ୍ଦର ନିକଟରେ ଥିବା ଗୋଟାଏ ସ୍କୁଲ୍‌କୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଛି ।

  • କୁସ୍ତିଯୋଦ୍ଧାଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ, ପ୍ରସ୍ତାବ ଉପରେ ସମସ୍ତଙ୍କ ନଜର

    କୁସ୍ତିଯୋଦ୍ଧାଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ, ପ୍ରସ୍ତାବ ଉପରେ ସମସ୍ତଙ୍କ ନଜର

    ନ୍ୟାୟ ଦାବିରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି । ଏବେ ଆଲୋଚନା ପାଇଁ ପ୍ରସ୍ତାବ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଆଲୋଚନା ପାଇଁ ପୁଣି ଥରେ ପ୍ରତିବାଦରତ କୁସ୍ତି ଖେଳାଳିମାନଙ୍କୁ ଆମନ୍ତ୍ରଣ କରିଛନ୍ତି ମନ୍ତ୍ରୀ । ତେବେ ସରକାରଙ୍କ ପ୍ରସ୍ତାବ କ’ଣ ନ ଜାଣିବା ଯାଏ ପ୍ରତିବାଦ ବନ୍ଦ ହେବ ନାହିଁ ବୋଲି କୁସ୍ତିଯୋଦ୍ଧା କହିଛନ୍ତି ।

    ପ୍ରତିବାଦ ବନ୍ଦ କରିବୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ । ସରକାରଙ୍କ କି ପ୍ରସ୍ତାବ ରହିଛି ଆମେ ଜାଣିନାହୁଁ । ପ୍ରସ୍ତାବ ସମ୍ପର୍କରେ ଆମେ ପ୍ରଥମେ ଜାଣିବା ଉଚିତ । ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ବ୍ରିଜ୍‌ ଭୂଷଣଙ୍କୁ ଗିରଫ କରିବା ମୁଖ୍ୟ ଦାବି ଥିବା କଥା କହିଛନ୍ତି ସାକ୍ଷୀ । ଏଥିସହ ସରକାରଙ୍କ ପ୍ରସ୍ତାବ ଖାପ୍‌ ପଞ୍ଚାୟତ ନେତାମାନଙ୍କ ଆଗରେ ଉପସ୍ଥାପନା କରାଯାଇ ସେମାନଙ୍କ ସହିତ ଆଲୋଚନା ହେବ ।

    ବୁଝି ନସୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି ସାକ୍ଷୀ । ବରିଷ୍ଠ ଏବଂ ସମର୍ଥକମାନଙ୍କ ସହିତ ସରକାର ଦେଇଥିବା ପ୍ରସ୍ତାବ କଥା ଆଲୋଚନା କରିବୁ । ପ୍ରସ୍ତାବ ଠିକଠାକ୍ ଥିଲେ ସମସ୍ତଙ୍କ ସମ୍ମତି ପରେ ଆମେ ରାଜି ହେବୁ ବୋଲି ସେ କହିଛନ୍ତି ।

    ସରକାରଙ୍କ ସମସ୍ତ ପ୍ରସ୍ତାବ ଗ୍ରହଣୀୟ ହେବ ନାହିଁ । ତେଣୁ ତାକୁ ମାନି ନେଇ ପ୍ରତିବାଦ ଶେଷ କରିବା ଆମ ପକ୍ଷେ ସମ୍ଭବ ନୁହେଁ ବୋଲି କୁସ୍ତିଯୋଦ୍ଧା କହିଛନ୍ତି । ଆଲୋଚନା ପାଇଁ କୌଣସି ସମୟ ଧାର୍ଯ୍ୟ ହୋଇନଥିବା ବେଳେ ସମୟ ଓ ସ୍ଥାନ ଜାଣିବାକୁ ସେମାନେ ଅପେକ୍ଷା କରିଛନ୍ତି । ରୁଦ୍ଧଦ୍ୱାର ନୁହେଁ ଉନ୍ମୁକ୍ତ ବୈଠକରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ ବାହାର କରାଯିବ ବୋଲି ଆଶା ରଖିଛନ୍ତି ସାକ୍ଷୀ ।

  • ବୋରୱେଲରେ ଖସିପଡିଛି ୩ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

    ବୋରୱେଲରେ ଖସିପଡିଛି ୩ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

    ପୁଣି ବୋରୱେଲ ଟ୍ରାଜେଡି। ମଧ୍ୟପ୍ରଦେଶ ସେହୋର ଜିଲ୍ଲାର ମୁଗାଭାଲି ଗାଁର ଏକ ଖୋଲା ବୋରୱେଲରେ ୩୦୦ ଫୁଟ ତଳକୁ ଜଣେ ୩ ବର୍ଷର ଶିଶୁ କନ୍ୟା ଖସିପଡିଛି। ଗତ ୧୨ ଘଣ୍ଟା ଧରି ପିଲାଟିର ଉଦ୍ଧାର ଅଭିଯାନ ଜାରି ରହିଛି। ତେବେ ଉଦ୍ଧାର ବେଳେ ପିଲାଟି ଆହୁରି ୫୦ ଫୁଟ ତଳକୁ ଖସିଯାଇଛି। ଶିଶୁଟିର ସ୍ୱାଭାବିକ ଶ୍ୱସକ୍ରିୟା ପାଇଁ ତା ନିକଟକୁ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କରାଯାଇଥିଲା ସୂଚନା ରହିଛି।
    ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ କିଛି ବର୍ଷ ପୂର୍ବେ ଜଣେ ଚାଷୀ ପାଣି ଲାଗି ବୋଲୱେଲ ଖୋଳିଥିଲେ। କିନ୍ତୁ ସେଥିରୁ ପାଣି ବାହାରି ନ ଥିଲା। ତେଣୁ ଚାଷା ସେହି ବୋରୱେଲକୁ ସେମିତି ପକାଇ ଦେଇଥିଲେ। ମଙ୍ଗଳବାର କୁନି ଝିଅଟିଏ ଖେଳୁଥିବା ବେଳେ ହଠାତ୍ ବୋରୱେଲ ଭିତରକୁ ଖସି ପଡିଥିଲା ଓ ଆର୍ତ୍ତ ଚିତ୍କାର କରିଥିଲା। ତାର ଚିତ୍କାର ଶୁଣି ପରିବାର ବର୍ଗ ଆସି ଝିଅକୁ କୂଅରେ ପଡିଥିବା ଦେଖି ଏହା ପରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚିତ କରାଯାଇଥିଲା। କାଳ ବିଳମ୍ବ ନକରି ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

    ଏସମ୍ପର୍କରେ ଉଦ୍ଧାରକାରୀ ଅଧିକାରୀ କହିଛନ୍ତି କି, ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କିନ୍ତୁ ଝିଅଟି ଆହୁରି ୫୦ ଫୁଟ ତଳକୁ ଖସି ଯାଇଛି। ତେବେ ତାର ସୁରକ୍ଷା ପାଇଁ ତା ନିକଟକୁ ଅକ୍ସିଜେନ ଯୋଗାଯାଉଛି। କିନ୍ତୁ ସ୍ଥାନଟି ପଥୁରିଆ ହୋଇଥିବାରୁ ପଥର କାଟିବାରେ ସମସ୍ୟା ହେଉଛି। ତଥାପି ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି ରଖିଛୁ ବୋଲି କହିଛନ୍ତି ଅଧିକାରୀ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣା ସମ୍ପର୍କରେ ଟିକନିକ ଖବର ନେଉଛନ୍ତି ଓ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
    ସେପଟେ ଏହି ଘଟଣାକୁ ଗୁଜରାଟର ଜାମନଗର ଜିଲ୍ଲାରେ ହୋଇଥିବା ଘଟଣା ପରି ହୋଇଛି। ଜାମନଗରରେ ୨ ବର୍ଷର ଶିଶୁ ଏକ ବୋରୱେଲରେ ଖସିପଡି ପ୍ରାୟ ୨୦୦ ଫୁଟ ତଳକୁ ଖସି ପଡିଥିଲା। ଶିଶୁଟି ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିଲା ଓ ତାର ପରିବାର କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ବାପା ମା କାମ କରୁଥିବା ବେଳେ ପିଲାଟି ଦିନ ପ୍ରାୟ ୯.୩୦ରେ ବୋରୱେଲରେ ଖସି ଯାଇଥିଲା।

    ଶିଶୁଟି ୨୦୦ ଫୁଟ ତଳକୁ ଖସି ପଡିଥିବା ସୂଚନା ପାଇ ତୁରନ୍ତ ଏନଡିଆରଏଫ, ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ। ଦୀର୍ଘ ୧୯ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲାଷ କିନ୍ତୁ ଉଦ୍ଧାରକାରୀ ଦଳ ଶିଶୁଟି ନିକଟରେ ପହଞ୍ଚିବା ବେଳକୁ ତାର ମୃତ୍ୟୁ ହୋଇଥିଲା।

  • ମୃତକଙ୍କ ଚିହ୍ନଟ ପାଇଁ ଏମ୍ସ-ଭୁବନେଶ୍ୱର ଯାଆନ୍ତୁ: ପୂର୍ବତଟ ରେଳପଥ

    ମୃତକଙ୍କ ଚିହ୍ନଟ ପାଇଁ ଏମ୍ସ-ଭୁବନେଶ୍ୱର ଯାଆନ୍ତୁ: ପୂର୍ବତଟ ରେଳପଥ

    ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ, ରେଳ ଧାରଣା ମରାମତି ଶେଷ ହୋଇ ରେଳ ଚଳାଚଳ ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ୮୩ଟି ମୃତଦେହ ଚିହ୍ନଟ ନ ହୋଇ ପଡିରହିଛି। ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଜାରି କରିଛି ପୂର୍ବତଟ ରେଳପଥ। ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନ ଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

    ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇ କ୍ୟାପିଟାଲ୍‌, ସମ୍‌, କିମ୍ସ, ହାଇଟେକ୍‌ ଓ ଆମ୍ରି ହସ୍ପିଟାଲ୍‌ରେ ଥିବା ୩୯ ମୃତଦେହକୁ ଗତକାଲି ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର, ହସ୍ପିଟାଲ୍‌ର ଅନ୍ୟାନ୍ୟ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରମାନେ ଅକ୍ଳାନ୍ତ ପରିଶ୍ରମ କରିଥିବା ବେଳେ ଏମ୍ସରେ ଏବେ ସୁଦ୍ଧା ସମୁଦାୟ ୧୬୨ଟି ମୃତଦେହ ପହଞ୍ଚିଥିଲା। ସେଥିମଧ୍ୟରୁ ୭୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟମାନଙ୍କୁ ପ୍ରଦାନ କରାଯାଇଛି। ଅନ୍ୟ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବେ ବି ଜାରି ରହିଛି। ତେଣୁ ଯେଉଁ ଯାତ୍ରୀଙ୍କ ପରିବାର ସେମାନଙ୍କ ସ୍ବଜନଙ୍କୁ ଖୋଜୁଛନ୍ତି ସେମାନେ ଭୁବନେଶ୍ୱର ଏମ୍ସ ଯାଇ ମୃତଦେହ ଖୋଜିପାରିବେ ବୋଲି କୁହାଯାଇଛି।

    ସେପଟେ କିଛି ମୃତଦେହ ପାଇଁ ଜଣେ ବି ଦାବିଦାର ନଥିବ ବେଳେ ଗୋଟେ ଗୋଟେ ମୃତଦେହ ପାଇଁ ୬ ଜଣ ଲେଖାଏ ଦାବିଦାର ବାହାରୁଥିବା ସେ କହିଛନ୍ତି। ଓଡ଼ିଶାରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା ନଥିବାରୁ ଭୁବନେଶ୍ବର ଏମ୍‌ସ ତତ୍ତ୍ବାବଧାନରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଛି। ପ୍ରକୃତ ପରିଜନଙ୍କୁ ଚିହ୍ନଟ ପାଇଁ ଏମ୍ସରୁ ୩୩ ରକ୍ତ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ। 

    ଉଲ୍ଲେଖଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଗତକାଲି ଟ୍ରାକ୍‌ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌।ଚେନ୍ନାଇ ପଟୁ ଯାତ୍ରା କରୁଥିବା ଏହି ଦ୍ରୁତଗାମୀ ଟ୍ରେନ୍ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଯାଇଥିଲା। ଜୁନ୍ ୨ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଅଭିମୁଖେ ଯିବା ବେଳେ ବାହାନଗା ବଜାର ଷ୍ଟେସନ୍‌ଠାରେ ଅପ୍‌ଲାଇନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ। ତା ପରଠାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ସେପଟେ ଡାଉନ୍‌ ଲାଇନ୍‌ରେ ଚେନ୍ନାଇ ପଟୁ ଆସୁଥିବା କରମଣ୍ଡଳକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ୩ ଦିନ ଅଟକାଇ ଦିଆଯାଇଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ଗତକାଲି ଏହି ଟ୍ରେନ୍ କୋଲାକାତାକୁ ଯାଇଛି।

  • ଟ୍ରେନ ନେଇଗଲା ପୁଅର ଜୀବନ, ବିହାରରୁ ବୃଦ୍ଧ ବାପାଟେ ଭୁବନେଶ୍ବର ଆସିଛି ପୁଅର ମୃତଦେହ ନେବା ପାଇଁ

    ଟ୍ରେନ ନେଇଗଲା ପୁଅର ଜୀବନ, ବିହାରରୁ ବୃଦ୍ଧ ବାପାଟେ ଭୁବନେଶ୍ବର ଆସିଛି ପୁଅର ମୃତଦେହ ନେବା ପାଇଁ

    ଏ କରୁଣ ଚିତ୍ର ହେଉଛି ଜଣେ ଅସହାୟ ବାପାଙ୍କର । ପୁଅ ଦିନମଜୁରିଆ କାମ ପାଇଁ ଟ୍ରେନରେ ଯାଉଥିଲା । ହେଲେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି ଜାଣିପାରି ସିଧା ବିହାରରୁ ଭୁବନେଶ୍ବର ଦଉଡି ଆସିଛନ୍ତି । ହଁ ଆଜ୍ଞା ବାହାନଗା ଟ୍ରେନ ଦୁର୍ଘଟଣା ଅନେକ ଘର ଉଜାଡି ଦେଇଛି ଆଉ ଅନେକ ସଂସାର ଭାଙ୍ଗି ଦେଇଛି । ଏହି ବୃଦ୍ଧ ଜଣକ କୌଣସି କାରଣରୁ ଜଣିବାକୁ ପାଇଥିଲେ ଯେ, ତାଙ୍କ ପୁଅର ମୃତଦେହ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଅଛି । ତେଣୁ ସେ ଭାଗଲପୁରରୁ ଅତି ବିକଳ ହୋଇ ସିଧା ଧାଇଁ ଆସିଥିଲେ ଭୁବନେଶ୍ବର । ସେଠାରେ ଥିବା ଅଧିକାରୀଙ୍କୁ ନେହୁରା ହେଉଛନ୍ତି ତାଙ୍କ ପୁଅକୁ ଫେରାଇ ଦେବା ପାଇଁ । ଆଉ ଏତିକି ବେଳେ ଅତ୍ୟଧିକ ଭାବପ୍ରବଣ ହୋଇପଡିଥିଲେ ବୃଦ୍ଧ ଜଣକ ।

    ଏହି ବୃଦ୍ଧ ଜଣକ ହେଉଛନ୍ତି ବିହାର ଭାଗଲପୁରର ଚୁଲାହୀ ମଣ୍ଡଳ । ତାଙ୍କ ୨୨ ବର୍ଷିୟ ପୁଅ ସର୍ମୋଦ ମଣ୍ଡଳ କରମଣ୍ଡଳ ଏକ୍ସପ୍ରେସରେ ମଜୁରୀ ଲାଗି ଟଙ୍କା ରୋଜଗାର କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ । ହେଲେ ବିଧାତାର ବିଧାନ ଥିଲା କିଛି ଅଲଗା । ବୃଦ୍ଧ ବାପାକୁ ଆଜି ଏକା କରି ଆରପାରିକୁ ଚାଲିଗଲା ରୋଜଗାରିଆ ପୁଅ ସର୍ମୋଦ । ଯେଉଁ ପୁଅ ପରିବାର ମୁହଁରେ ଦାନା ଦେଇଥାନ୍ତା ସିଏ ଆଜି ସମସ୍ତଙ୍କୁ ପର କରି ଛାଡି ଚାଲିଗଲା । ତେଣୁ ବାପା ଚୁଲାହୀ ଆଜି ଦୁଖରେ ଭାଙ୍ଗିପଡିଛନ୍ତି । ଏହି ବୃଦ୍ଧ ଅବସ୍ଥାରେ ଯେଉଁ ପୁଅ ତାର ଆଶାବାଡି ହେବା କଥା ସେହି ପୁଅର ଶବ ନେବାକୁ ଆଜି ବିହାରରୁ ଦଉଡି ଆସିଛି ବାପା ଚୁଲାହୀ । ସତରେ ଏଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।

  • ଦଳିତ ପିଲାଟି ବଲ ଛୁଇଁବାରୁ ଦାଦାର ଆଙ୍ଗୁଠି କାଟ

    ଦଳିତ ପିଲାଟି ବଲ ଛୁଇଁବାରୁ ଦାଦାର ଆଙ୍ଗୁଠି କାଟ

    ସାମାଜରେ ଜାତିପ୍ରଥାର ବ୍ୟାଧି ଆଜି ବି ଆମ ପିଛା ଛାଡୁନି। ଯାହାର କରୁଣ ଚିତ୍ର ଆସିଛି ଗୁଜରାଟରୁ। ଗୁଜରାଟର ପତାନ ଜିଲ୍ଲାରେ ଜଣେ ଦଳିତ ପିଲା କ୍ରିକେଟ ଖେଳ ବେଳେ ବଲଟିକୁ ଛୁଇଁ ଦେଇଥିଲା। ଏଥିପାଇଁ ଉଚ୍ଚ ଜାତିର ଲୋକେ ପିଲାଟିର ଦାଦାଙ୍କୁ ଦେଇଛନ୍ତି କଠୋର ଶାସ୍ତି। ପିଲାଟିର ଦାଦାଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ବୁଢା ଆଙ୍ଗୁଠିକୁ କାଟି ଦିଆଯାଇଛି।

    ଖବରରୁ ପ୍ରକାଶ କି, ପତାନ ଜିଲ୍ଲାର ଏକ ସ୍କୁଲରେ ରବିବାର କ୍ରିକେଟ ମ୍ୟାଚ ହେଉଥିଲା। ଏହି ସମୟରେ ଛୋଟ ପିଲାଟିଏ ଖେଳ ଦେଖୁଥିବା ବେଳେ ତା ନିକଟକୁ ବଲଟି ଆସିବାରୁ ସେ ତାହାକୁ ଛୁଇଁଦେଇଥିଲା। ଏତିକିରେ ଖେଳରେ ପଡିଥିଲା ତାଲା ଓ ଆରମ୍ଭ ହୋଇଗଲା ଗଣ୍ଡଗୋଳ। ଦଳିତ ହୋଇ ଉଚ୍ଚ ବର୍ଣ୍ଣର ଲୋକଙ୍କ ବଲ କିପରି ଛୁଇଁଲା ବୋଲି ପାଟିତୁଣ୍ଡରେ ପଡିଆ କମ୍ପିଥିଲା।

    ତେବେ ସେଠାରେ ଥିବା କିଛି ଲୋକ ମଝିରେ ପଶି ଗଣ୍ଡଗୋଳକୁ ପ୍ରଶମିତ କରିବାରେ ସକ୍ଷମ ହୋଇଥିଲେ। ପିଲାଟିର ଦାଦା ପିଲାଟିକୁ ନେଇ ଘରକୁ ଚାଲିଯାଇଥିଲେ। ହେଲେ ଏଥିରେ ଉଚ୍ଚ ବର୍ଗର ଲୋକଙ୍କ ମନ କିନ୍ତୁ ଶାନ୍ତ ହୋଇନଥିଲା। ତେଣୁ ସନ୍ଧ୍ୟାରେ ୭ ଜଣ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ନେଇ ସେହି ପିଲାର ଘରେ ପହଞ୍ଚିଥିଲେ। ପିଲାଟିକୁ ଧମକ ଚମକ ଦେବା ସହ ଜାତିଗତ ଆକ୍ଷେପ କରିଥିଲେ। ଏହା ଦେଖି ପିଲାଟିର ଦାଦା ଧୀରଜ ପରମାର ପହଞ୍ଚି ଏସବୁକୁ ବିରୋଧ କରିଥିଲେ।

    ଫଳରେ ସେଠାକୁ ଆସିଥିବା ଲୋକେ ଆହୁରି ଉତ୍କ୍ଷିପ୍ତ ହୋଇଯାଇଥିଲେ ଓ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଭାଇ ମାଡ ଖାଉଥିବା ଦେଖି ବଡ ଭାଇ କିର୍ତ୍ତି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ବୁଝିବା ବଦଳରେ ଓଲଟା କିର୍ତ୍ତିଙ୍କୁ ମଧ୍ୟ ମାଡ ମାରିଥିଲେ। କିର୍ତ୍ତିଙ୍କ ହାତର ଏକ ବୁଢା ଆଙ୍ଗୁଠିକୁ କାଟିଦେଇଥିଲେ। ଏନେଇ ଉଭୟଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି।

    ସେମାନଙ୍କର ଦଳିତ ହୋଇଥିବାରୁ ସେମାନଙ୍କ ଅପମାନ କରାଯିବା ସହ ଜାତିକୁ ନେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଧାରା ୩୨୬, ୫୦୬ ଓ ଆଇପିସିର ବିଭିନ୍ନ ଦଫା ତଥା ଏସସି/ଏସଟି ଆଇନ ଅନୁସାରେ ମାମଲା କରିଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିଥିବା କହୁଥିବା ବେଳେ କାହାରିକୁ ଧରାଯାଇ ନ ଥିବା କୁହାଯାଉଛି।

  • ମଣିପୁର: ଉତ୍ତେଜନା ରୋକିବାକୁ ପ୍ରୟାସ, ଜୁନ୍ ୧୦ ଯାଏ ଇଣ୍ଟରନେଟ୍ ସେବା ବନ୍ଦ

    ମଣିପୁର: ଉତ୍ତେଜନା ରୋକିବାକୁ ପ୍ରୟାସ, ଜୁନ୍ ୧୦ ଯାଏ ଇଣ୍ଟରନେଟ୍ ସେବା ବନ୍ଦ

    କେବେ ବନ୍ଦ ହେବ ମଣିପୁର ହିଂସା । ଦିନକୁ ଦିନ ହିଂସା ବଢୁଥିବା ବେଳେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବି ବଢୁଛି । ବିଦ୍ରୋହୀ ଦଳ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହେଉଛି । ଏଥିରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଛନ୍ତି । ତେଣୁ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଆହୁରି ବଢ଼ିଛି । ଭାରତୀୟ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଗୁଳି ବିନିମୟରେ ଜଣେ ସହିଦ ହୋଇଥିବା ବେଳେ ଆହତ ଆଉ ଦୁଇ ଜଣ ଆସାମ ରାଇଫଲ୍‌ କର୍ମୀଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

    ହିଂସାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ମଣିପୁରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଜୁନ୍‌ ୧୦ ତାରିଖ ଯାଏ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ ହଜର ସେନା ଯବାନ ଏବଂ ଆସାମ ରାଇଫଲ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି । ମଣିପୁରର ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଏପରିକି ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଥିଲା ।

    ଉତ୍ତେଜନା,ରାସ୍ତା ଅବରୋଧ ଯୋଗୁଁ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ରହିଛି । ପେଟ୍ରୋଲ କଳା ବଜାରୀ ଯୋଗୁଁ ଲିଟର ପିଛା ୨ ଶହ ଛୁଇଁଲାଣି । ଲୋକଙ୍କ ପାଇଁ ଔଷଧର ମଧ୍ୟ ଅଭାବ ଦେଖିବାକୁ ମିଳିଛି । ଏଟିଏମ୍‌ଗୁଡ଼ିକ ଖାଲି ପଡ଼ିଥିବା ବେଳେ ଦୋକାନବଜାର ମାତ୍ର କିଛି ଘଣ୍ଟା ପାଇଁ ଖୋଲିବା ପରେ ବନ୍ଦ ରହୁଛି । ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟରେ ହିଂସା ନଘଟାଇ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଶାହ ।

  • ଗୁରୁଗ୍ରାମରେ ଏକାଧିକ ଅଗ୍ନିକାଣ୍ଡ, ବହୁ ବସ୍ତି ପୋଡି ପାଉଁଶ

    ଗୁରୁଗ୍ରାମରେ ଏକାଧିକ ଅଗ୍ନିକାଣ୍ଡ, ବହୁ ବସ୍ତି ପୋଡି ପାଉଁଶ

    ହରିୟାଣାର ଗୁରୁଗ୍ରାମରେ ଦୁଇଟି ପୃଥକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଜଳିଯିବାରୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଅନେକ ବସ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ସେହିପରି ଅନ୍ୟ ଏକ ଅଗ୍ନିକାଣ୍ଡ ସେକ୍ଟର ୨୯ରେ ଥିବା ୧୫ଟି ବସ୍ତିରେ ଘଟିଛି।
    ଅଗ୍ନିଶମ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ଘଟଣାରେ ଗୁରୁଗାଓଁ ଗାଁର ଜଣେ ଶ୍ରମିକଙ୍କ ଘରେ ସକାଳ ପ୍ରାୟ ୫.୩୦ ସମୟରେ ନିଆଁ ଲାଗିଯାଇଥିଲା।ଏଥିରେ ଘରର ମାଲିକ ପପୁ, ତାଙ୍କ ପତ୍ନୀ ଏବଂ ପୁଅ ନିଆଁରେ ପୋଡି ହୋଇଯାଇଥିଲେ। ସେମାନଙ୍କୁ ତାଙ୍କ ପଡ଼ୋଶୀମାନେ ଡାକ୍ତରଖାନା ନେଇଥିଲେ।

    ବରିଷ୍ଠ ଅଗ୍ନିଶମ ଅଧିକାରୀ ଯଦୁଭେନ୍ଦ୍ର ସିଂ କହିଛନ୍ତି ଯେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଏକ ଟିମ୍ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦମ୍ପତିଙ୍କ ୧୩ ବର୍ଷର ପୁଅର ସ୍ୱାସ୍ଥ୍ୟ ବର୍ତ୍ତମାନ ଠିକ ଥିବା ବେଳେ କିନ୍ତୁ ଦମ୍ପତିଙ୍କ ସ୍ଥିତି ଗୁରୁତର ରହିଛି।

    ଦ୍ୱିତୀୟ ଘଟଣାଟି ସହି ଅଞ୍ଚଳର ସେକ୍ଟର -୨୯ ରେ ଥିବା ଏକ ବସ୍ତିରେ ଘଟିଥିଲା। ​​ ଏହା ପ୍ରାୟ ୧୧.୩୦ ସମୟରେ ହୋଇଥିଲା| ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ ଅତି କମରେ ୬ ଟି ଦମକଳ ନିଆଁକୁ ଆୟତ୍ତ କରିବାରେ ନିୟୋଜିତ ହୋଇଥିଲେ ଓ ନିଆଁକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏହି ନିଆଁରେ ସେଠାରେ ଥିବା ୧୫ ଟି ବସ୍ତି ପୋଡି ପାଉଁଶ ହୋଇଯାଇଛି । ତେବେ ଏହି ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ। ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି । ଏଥିସହ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

    ସୂଚନା ଅନୁଯାୟୀ, ଗତ ରବିବାର ଦିନ ଦିଲ୍ଲୀର ତିନୋଟି ଭିନ୍ନଭିନ୍ନ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା। ଜାହାଙ୍ଗୀରପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ହେତୁ ୬୦-୭୦ ବସ୍ତି ପୋଡି ପାଉଁଶ ହୋଇଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ରବିବାର ଦିନ ପ୍ରାୟ ୧୦.୩୦ ସମୟରେ ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ବସ୍ତିରେ ନିଆଁ ଲାଗିଯାଇଥିଲା। ସୂଚନା ପାଇବା ପରେ ୧୧ ଟି ଅଗ୍ନିଶମ ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିକାଣ୍ଡ ହେତୁ ତିନି ହଜାର ବର୍ଗ ୟାର୍ଡରେ ଅବସ୍ଥିତ ପ୍ରାୟ ୬୦-୭୦ ବସ୍ତି ପୋଡି ପାଉଁଶ ହୋଇଯାଇଥିଲା।

  • ୨୬/୧୧ ଆକ୍ରମଣ ପରେ NSGକୁ ମୁମ୍ବାଇ ଆସିବାକୁ ୧୦ ଘଣ୍ଟାରୁ ଅଧିକ ଲାଗିଥିଲା, କିନ୍ତୁ… କଂଗ୍ରେସକୁ ଏମିତି ଜବାବ ଦେଲେ ହରଦୀପ ସିଂ ପୁରୀ

    ୨୬/୧୧ ଆକ୍ରମଣ ପରେ NSGକୁ ମୁମ୍ବାଇ ଆସିବାକୁ ୧୦ ଘଣ୍ଟାରୁ ଅଧିକ ଲାଗିଥିଲା, କିନ୍ତୁ… କଂଗ୍ରେସକୁ ଏମିତି ଜବାବ ଦେଲେ ହରଦୀପ ସିଂ ପୁରୀ

    ଓଡିଶା ଟ୍ରେନ୍ ଦୁର୍ଘଟଣା ପରେ କଂଗ୍ରେସ ପକ୍ଷରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବିର ପ୍ରତିଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । ପୁରୀ ଆଜି କହିଛନ୍ତି, “୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ NSGକୁ ମୁମ୍ବାଇରେ ପହଞ୍ଚିବାକୁ ୧୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଟ୍ରେନ୍ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ବାଲେସୋର ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ତାଙ୍କ ସହିତ ତିନି କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ । ଦୁର୍ଘଟଣାର ୫୧ ଘଣ୍ଟା ମଧ୍ୟରେ ରେଳ ଲାଇନ ଗୁଡିକ ପୁନରୁଦ୍ଧାର କରାଯାଇଥିଲା ।”

    ବିରୋଧୀ ଦଳର ବୈଠକକୁ ନେଇ ହରଦୀପ ସିଂ ପୁରୀ ମଧ୍ୟ କଟାକ୍ଷ କରିଛନ୍ତି । ସେ କହିଛନ୍ତି, “ଆମେ ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଚାହୁଁଛୁ, କିନ୍ତୁ ଏହା ଏକ ଭିନ୍ନ ପ୍ରକାରର ବିରୋଧୀ ଏକତା, ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଅଛନ୍ତି ଯେଉଁମାନେ ନେତୃତ୍ୱ ଚାହାଁନ୍ତି, ଆଉ କେତେକ ରହିଛନ୍ତି ଯେଉଁମାନେ ପରସ୍ପରର ବିରୁଦ୍ଧରେ ଅଛନ୍ତି ।” ହରଦୀପ ସିଂ ପୁରୀ ସୋମବାର ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଥିଲେ ।

    ଓଡ଼ିଶାର ବାଲେସୋର ଜିଲ୍ଲାରେ ଶୁକ୍ରବାର ରେଳ ଇତିହାସରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚିକିତ୍ସିତ ହେଉଥିବା ଶହ ଶହ ଲୋକ ଆହତ ଅବସ୍ଥାରେ ଅଛନ୍ତି ।

    ଏହି ଦୁର୍ଘଟଣା ପରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳର ନେତା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି । କଂଗ୍ରେସ କହିଛି ଯେ, ଭାରତୀୟ ରେଳବାଇ ଏବଂ ଲୋକଙ୍କ ମଧ୍ୟରେ ଯେଉଁ ଅବ୍ୟବସ୍ଥା ମୋଦୀ ସରକାର ସୃଷ୍ଟି କରିଛନ୍ତି ସେଥିପାଇଁ ସରକାର ଉତ୍ତରଦାୟୀ ହେବା ଉଚିତ । ରବିବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଟ୍ରେନକୁ ପାତାକା ଦେଖାଇବାରେ ବ୍ୟସ୍ତ ହେଲେ ରେଳ ସୁରକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି ।

    କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, “୨୭୦ରୁ ଅଧିକ ମୃତ୍ୟୁ ପରେ ମଧ୍ୟ କୌଣସି ଉତ୍ତରଦାୟିତ୍ୱ ନାହିଁ । ଏଭଳି ଏକ ଦୁଃଖଦ ଦୁର୍ଘଟଣା ପାଇଁ ମୋଦି ସରକାର ଜବାବଦେହୀରୁ ବଞ୍ଚିତ ହୋଇପାରିବେ ନାହିଁ । ପ୍ରଧାନମନ୍ତ୍ରୀ ତୁରନ୍ତ ରେଳ ମନ୍ତ୍ରୀଙ୍କ ଇସ୍ତଫା ମାଗିବା ଉଚିତ୍ ।”