Category: ଦେଶ-ବିଦେଶ

  • ତୀବ୍ର ହେଉଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଆଲର୍ଟ କଲା IMD

    ତୀବ୍ର ହେଉଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଆଲର୍ଟ କଲା IMD

    ଆସୁଛି ‘ବିପର୍ଯ୍ୟୟ’ । ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’ । ୩୬ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ପରବର୍ତ୍ତୀ ୨ ଦିନରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ଉତ୍ତର ଏବଂ ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏ ନେଇ ଗତିବିଧି ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ ।

    ଭାରତୀୟ ପାଣିପାଗ ବିଭାଗର ଟ୍ୱିଟ୍ ଅନୁସାରେ ଗତକାଲି ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୋଆର ପଶ୍ଚିମ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୮୪୦ କିଲୋମିଟର ଦୂରରେ ରହିଛି । ଏହି ମୁମ୍ବାଇର ପଶ୍ଚିମ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୮୭୦ କିଲୋମିଟର୍‌ ଦୂରରେ ଗତି କରୁଛି ।

    ଆଗାମୀ ୩୬ ଘଣ୍ଟା ମଧ୍ୟରେ ତୀବ୍ରତର ହେବା ସହ ପରବର୍ତ୍ତୀ ୨ ଦିନରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ । ପୂର୍ବରୁ ଜାରି ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି ଯେ ଜୁନ୍‌ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଗ‌ୋଆର ପଶ୍ଚିମ ଓ ଦକ୍ଷିଣପଶ୍ଚିମ ଏବଂ ମୁମ୍ବାଇର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ରହିଥିଲା । ଏହା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ଏହା ଆହୁରି ତୀବ୍ର ହୋଇ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

    ଆରବ ସାଗରର ଏହି ବାତ୍ୟା ପାଇଁ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି କୂଳକୁ ଫେରିଆସିବାକୁ ପାଣିପାଗ ବିଭାଗ କହିଛି । ସେପଟେ, ଗତକାଲି ମୌସୁମୀ କେରଳ ଛୁଇଁଛି ।

    ଦୁଇ ଦିନରେ ମୌସୁମୀ ସମ୍ପୂର୍ଣ୍ଣ କେରଳ ଛୁଇଁବ ବୋଲି ସମ୍ଭାବନା ରହିଛି । ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ଥିବାବେଳେ କେରଳ ଏବଂ ତାମିଲନାଡୁରେ ବର୍ଷା ଜାରି ରହିଛି ।

  • ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ

    ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ

    ରେଳବାଇକୁ ପଡିଛି ଶନିଦଶା। ପୁଣି ଟ୍ରେନରେ ଘଟିଛି ଅଘଟଣ। ଗତ ରାତିରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଲାଗିଯାଇଛି ନିଆଁ। ତେବେ ସେହି ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଟ୍ରେନଟି ଏହି ଅଘଟଣ ପରେ ଏକ ଘଣ୍ଟା ବିଳମ୍ବରେ ପୁଣି ଯାତ୍ରା ଆରମ୍ଭ କରିଥିଲା।

    ଗତ କାଲି ଦୁର୍ଗ-ପୁରୀ ଏକ୍ସପ୍ରେସ ଛତିଶଗଡ ଦୁର୍ଗରୁ ପୁରୀ ଅଭିମୁଖେ ଯାତ୍ରା କରୁଥିଲା। କୋମାଖାନା ନିକଟରେ ଟ୍ରେନ ପହଞ୍ଚିବା ବେଳକୁ ଯାତ୍ରୀ ଟ୍ରେନରେ ନିଆଁ ଲାଗିଥିବା ଦେଖିଥିଲେ ଓ ଯାତ୍ରୀଙ୍କ ଭିତରେ ଭୟର ସଞ୍ଚାର ହୋଇଥିଲା। ଏସମ୍ପର୍କରେ ତୁରନ୍ତ ରେଳ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଥିଲା।ସୂଚନା ପାଇବା ପରେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଖରିଆର ରୋଡରେ ଟ୍ରେନକୁ ଅଟକାଯାଇଥିଲା। ସେଠାରେ ଅଗ୍ନିଶମ ବାହିନୀ ପୂର୍ବରୁ ଉପସ୍ଥିତ ଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଟ୍ରେନ ପ୍ରାୟ ଏକ ଘଣ୍ଟା ପରେ ସେଠାରୁ ଯାତ୍ରା ଆରମ୍ଭ କରିଛି। ନିଆଁ ଲାଗିବା ସମ୍ପର୍କରେ କୁହାଯାଇଛି କି, ଟ୍ରେନର ବ୍ରେକ ବାଇଣ୍ଡିଂରେ ସ୍ପର୍କିଂ ହେବାରୁ ଏହି ନିଆଁ ଲାଗିଥିଲା।

    ତେବେ ଗତ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି ରେଳ ବିଭାଗରେ। ବାହାନଗା ଟ୍ରେନ ଦୁର୍ଘଟଣା ଘଟି ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ବିଶ୍ୱକୁ ସ୍ତମ୍ଭିଭୂତ କରିଦେଇଥଲା। ଏହାର କିଛି ଦିନ ପରେ ରାୟଗଡାରେ ଓଲଟିଲା ମାଲବାହୀ ଟ୍ରେନ। ତା ପରେ ମଙ୍ଗଳବାର ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଲାଗିଥିଲା ନିଆଁ। ନିଆଁ ଲାଗିବା ପରେ ଏକ୍ସପ୍ରେସର ବି-୫ ବଗି ଧୂଆଁରେ ଭରିଯାଇଥିଲା। ବୁଧବାର ଯାଜପୁର ରୋଡ ନିକଟ ରେଳ ଧାରଣାରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

    ସେଦିନ ସଂଧ୍ୟାରେ ଆସିଥିବା କାଳବୈଶାଖୀ କାଳରେ ସେଠାରେ ଠିଆହୋଇଥିବା ଏକ ଅବ୍ୟବହୃତ ରେଳ ଇଞ୍ଜିନ ତଳେ କାମ କରୁଥିବା ଶ୍ରମିକମାନେ ଆଶ୍ରୟ ନେଇଥିଲେ। କିନ୍ତୁ ଏମିତି ଝଡ ତୋଫାନ ଆସିଥିଲା କି ଇଞ୍ଜିନ ଆପଣା ଛାଁ ଚାଲିବା ଆରମ୍ଭ କରିଥିଲା। ଫଳରେ ତା ତଳେ ଥିବା ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଏହି ଅଘଟଣ ପୁଣି ରେଳବାଇ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଗତକାଲି ଟ୍ରେନରେ ଲାଗିଛି ନିଆଁ।

    ଏପରି ବାରମ୍ବାର ଅଘଟଣ, ଦୁର୍ଘଟଣା ପରେ ଲୋକେ ରେଳ ଯାତ୍ରାକୁ କେତେ ସୁରକ୍ଷିତ ମଣିବେ ଓ ଯାତ୍ରା କରିବେ, ତାକୁ ନେଇ ଠିଆ ହୋଇଛି ପ୍ରଶ୍ନ।

  • ୬୮ ବର୍ଷ ବୟସରେ ଜଣେ ବ୍ୟକ୍ତିର ୧୨ ସ୍ତ୍ରୀ, ୧୦୨ ପିଲା ଆଉ ୫୭୮ ନାତି-ନାତୁଣୀ

    ୬୮ ବର୍ଷ ବୟସରେ ଜଣେ ବ୍ୟକ୍ତିର ୧୨ ସ୍ତ୍ରୀ, ୧୦୨ ପିଲା ଆଉ ୫୭୮ ନାତି-ନାତୁଣୀ

    ଜଣେ ବ୍ୟକ୍ତିର ବୟସ ଆସି ଛୂଇଁଲାଣି ୬୮ । ହେଲେ ସବୁଠୁ ବିଚିତ୍ର କଥା ହେଉଛି ତାଙ୍କର ୧୨ ଜଣ ସ୍ତ୍ରୀ ରହିଛନ୍ତି । ଖାଲି କଣ ସେତିକ ତାଙ୍କର ତାଙ୍କର ୧୦୨ଟି ପିଲା ମଧ୍ୟ ରହିଛନ୍ତି । ଆଉ ନାତୀନାତୁଣୀ ଯେତିକି ଅଛନ୍ତି ସେଥିରେ ଗୋଟିଏ ଗାଁ ତିଆରି ହୋଇଯିବ । ତାଙ୍କର ଏପର୍ଯ୍ୟନ୍ତ ୫୭୮ ଜଣ ନାତି-ନାତୁଣୀ ରହିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସମସ୍ତେ ଗୋଟିଏ ଘରେ ମିଳିମିଶି ରହୁଛନ୍ତି । ୟୁଗାଣ୍ଡାର ଏହି ବ୍ୟକ୍ତିଙ୍କ ନାମ ହେଉଛି ମୁସା ହସାହ୍ୟା କସେରା । ସେ ଏହା ମଧ୍ୟ ସ୍ବିକାର କରିଛନ୍ତି ଯେ ସେ କେବେ ବି ଗର୍ଭ ନିରୋଧକର ସାହାରାା ନେଇ ନାହାନ୍ତି । କିନ୍ତୁ ସେ ତାଙ୍କ ପତ୍ନୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ବଟିକା ଦେଉଥିଲେ ।

    ଏକ ମିଡିଆ ରିପୋର୍ଟ ମୁତାବକ ମୁସା ନିଜ କହିଛନ୍ତି, ମୋର ପ୍ରଥମ ଏବଂ ଶେଷରେ ଜନ୍ମ ହୋଇଥିବା ପିଲାର ନାମ ମନେ ରଖିବା ମୋ ପାଇଁ ଏକ ବଡ ଚ୍ୟାଲେଞ୍ଜ, ଆଉ କିଛିପିଲାଙ୍କୁ ତ ମୁଁ ଭୁଲିଯାଇଛି ତାଙ୍କ ନାମ ମଧ୍ୟ ମନେ ନାହିଁ । ଏକ ରିପୋର୍ଟ ମୁତାବକ, ମୁସା ମାତ୍ର ୧୭ ବର୍ଷର ହୋଇଥିବା ବେଳେ ୧୯୭୨ ମସିହାରେ ପ୍ରଥମ ବିବାହ କରିଥିଲେ । ହେଲେ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଅଧିକ ବିବାହ କରି ବଂଶ ବିସ୍ତାର ପାଇଁ ପରାମର୍ଶ ଦେଉଥିଲେ ।

    ସମ୍ପର୍କୀୟଙ୍କ କଥାରେ ସେ ବବାହ କରିଥିଲେ ସତ ହେଲେ ଏବେ ସେ ଅନୁତାପ କରୁଛନ୍ତି । କାରଣ ଏତେ ପିଲାଙ୍କ ଭରଣ ପୋଷଣ, ଶିକ୍ଷା, ପୋଷାକ ଆଦିର ଖର୍ଚ୍ଚ ଉଠାଇବା ତାଙ୍କ ପାଇଁ ସମ୍ଭବ ହେଉନାହିଁ । ତାଙ୍କର ଦୁଇଟି ସ୍ତ୍ରୀ ତାଙ୍କୁ ମଧ୍ୟ ଛାଡି ଦେଇଛନ୍ତି । ମୁସା କହିଛନ୍ତି ମତେ ଆଉ ପିଲା ଜନ୍ମ କରିବାର ନାହିଁ, କାହିଁକି ନା ଏତେ ପିଲା ଜନ୍ମ କରି ମୋ ଦାୟିତ୍ବହୀନ କାର୍ଯ୍ୟରୁ ମୁଁ ଶିକ୍ଷା ନେଇଛି, ଯେ ସେମାନଙ୍କ ଯତ୍ନ ନେବାକୁ ଅକ୍ଷମ । ମୁସା ଆହୁରି କହିଛନ୍ତି, ଦିନକୁ ଦିନ ମୋ ଦେହ ଖରାପ ହେଉଛି, ଏତେବଡ ପରିବାର ପାଇଁ ମାତ୍ର ଦୁଇ ଏକର ଜମି ରହିଛି, ମୋର ବର୍ତ୍ତମାନ ରୋଜଗାର ନାହିଁ । ବର୍ତ୍ତମାନ ମୁସା ସେହି ଗାଇଁ ପାଇଁ ଏକ ପର୍ଯ୍ୟଟନ ପାଲଟିଯାଇଛନ୍ତି । ୟୁଗାଣ୍ଡାରେ ଜଣେ ପୁରୁଷକୁ ଅନେକ ମହିଳାଙ୍କ ସହିତ ବିବାହ କରିବାର ଆଇନ ରହିଛି ଆଉ ଏହା ଏକ ପାରମ୍ପରିକ ପ୍ରଥା ମଧ୍ୟ ।

  • ଏହି ଗାଁରେ ଜନ୍ମ ହେଲା ପରେ ସମସ୍ତେ ହେଉଛନ୍ତି ଦୃଷ୍ଟିହୀନ, ସରକାର ବି ଫେଲ୍

    ଏହି ଗାଁରେ ଜନ୍ମ ହେଲା ପରେ ସମସ୍ତେ ହେଉଛନ୍ତି ଦୃଷ୍ଟିହୀନ, ସରକାର ବି ଫେଲ୍

    ଆଜି ଆମେ ଏପରି ଏକ ଗାଁ ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ସହଜରେ ବିଶ୍ବା କରିପାରିବେ ନାହିଁ। ଏଠାରେ ଜନ୍ମ ହେଉଥିବା ପ୍ରତ୍ୟକ ପିଲା ଅନ୍ଧ ହୋଇଯାନ୍ତି । ଅବିଶ୍ବାସ ଲାଗିଲେ ବି କଥାଟି ସତ । କେବଳ ମଣିଷ ଜନ୍ମ ହେଲା ପରେ ଯେ ଦୃଷ୍ଟିହୀନ ହୋଇଯାଆନ୍ତି ତାହା ନୁହେଁ ସେଠାରେ ଜନ୍ମ ହେଉଥିବା ପ୍ରତ୍ୟକ ପଶୁ ମଧ୍ୟ ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇଯାନ୍ତି । ଆଉ ଏମିତି ଏକ ଅବଜ ଗାଁ ରହିଛି ମେକ୍ସିକୋରେ ।

    ମେକ୍ସିକୋରେ ଥିବା ଏହି ଗାଁଟିର ନାମ ହେଉଛି ଟିଲ୍ଟେପେକ । ଏହି ଗାଁରେ ରହୁଥିବା ଜନଜାତିର ପ୍ରତ୍ୟକ ବ୍ୟକ୍ତି ଅନ୍ଧ । ଏହି ଗାଁକୁ ବିଶ୍ବର ଏକ ରହସ୍ୟମୟ ଗାଁ ଲିଷ୍ଟରେ ରଖାଯାଇଛି । ଯେତେବେଳେ ସେଠାରେ କୌଣସି ପିଲା ଜନ୍ମ ହୁଏ ସେତେବେଳେ ତାର ଆଖି ଠିକ୍ ଥାଏ ହେଲେ ଧିରେ ଧିରେ ତାର ଦୃଷ୍ଟିଶକ୍ତି କମିବା ଆରମ୍ଭ ହୁଏ, ଶେଷରେ ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଏ । ସ୍ଥାନୀୟ ଲୋକଙ୍କ ବିଶ୍ବାସ ଅନୁଯାୟୀ, ସେଠାରେ ଲବଜୁଏଲା ନାମକ ଏକ ଗଛକୁ ଚାହଁଦେଲେ ସମସ୍ତେ ଦୃଷ୍ଟିଶକ୍ତି ହରାନ୍ତି। କିନ୍ତୁ ଏହା ଏକ ଅନ୍ଧବିଶ୍ବାସ । ବୈଜ୍ଞାନିକ ମାନେ ଏହାର କାରଣ ଅନ୍ୟ କିଛି ବୋଲି କୁହନ୍ତି ।

    ବୈଜ୍ଞାନିକ ମାନେ କୁହନ୍ତି, ଏଠାରେ ଏକ ବିଶେଷ ପ୍ରଜାତିର ବିଷାକ୍ତ ମାଛି ଦେଖିବାକୁ ମିଳିଥାଏ, ଯିଏ କାମୁଡିବା ଦ୍ବାରା ପଶୁଙ୍କ ଠାରୁ ମଣିଷଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ହେବା ଆରମ୍ଭ କରନ୍ତି । ମେକ୍ସିକାନ ସରକାର ଏଠାକାର ଲୋକଙ୍କ ମଙ୍ଗଳ ପାଇଁ ଅନେକ ପ୍ରୟାସ କରିଛନ୍ତି ହେଲେ ସବୁ ଚେଷ୍ଟା ଫେଲ୍ ମାରିଛି । ଟିଲ୍ଟପେକ ଗାଁରେ ରହୁଥିବା ଆଦିବାସୀ ଲୋକଙ୍କୁ ଅନ୍ୟ ଜାଗାରେ ବସତି କରାଯାଇଥିଲା, ହେଲେ ସେଠାକାର ବାତାବରଣ ପ୍ରତିକୂଳ ହେବାରୁ ସେହି ଲୋକମାନଙ୍କୁ ରହିବାରେ ଅସୁବିଧା ହେଲା । ତେଣୁ ବାଧ୍ୟ ହୋଇ ସେମାନଙ୍କୁ ତାଙ୍କ ପରିସ୍ଥିତିରେ ଛାଡି ଦିଆଯାଇଛି ।

  • ଅଗ୍ନି ପ୍ରାଇମ୍ ମିଶାଇଲର ସଫଳ ପରୀକ୍ଷଣ

    ଅଗ୍ନି ପ୍ରାଇମ୍ ମିଶାଇଲର ସଫଳ ପରୀକ୍ଷଣ

    ନୂଆ ପିଢିର ବାଲେଷ୍ଟିକ୍ ମିଶାଇଲ ‘ଅଗ୍ନି ପ୍ରାଇମ୍’ର ପ୍ରଥମ ପ୍ରି-ଇନଡକ୍ସନ୍ ନାଇଟ୍ ଲଞ୍ଚ କରାଯାଇଛି । ଗୁରୁବାର (ଜୁନ୍ 7) ଓଡିଶା ଉପକୂଳରେ ଏହାକୁ ସଫଳତାର ସହ କରାଯାଇଥିଲା । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥାନ (DRDO) ଏହି କ୍ଷେପଣାସ୍ତ୍ରକୁ ସନ୍ଧ୍ୟା ୭:୩୦ରେ ଓଡିଶା ଉପକୂଳବର୍ତ୍ତୀ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ସରକାରୀ ବିବୃତ୍ତି ଅନୁଯାୟୀ, ମିଶାଇଲର ଉଡ଼ାଣ ପରୀକ୍ଷଣ ସମୟରେ ସମସ୍ତ ଉଦ୍ଦେଶ୍ୟକୁ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା ।

    କୁହାଯାଇଛି ଯେ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ପରି ରେଞ୍ଜ ଇନଷ୍ଟ୍ରୁମେଣ୍ଟେସନକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଥିଲା, ଯେଉଁଥିରେ ଦୁଇଟି ଡାଉନ୍ ରେଞ୍ଜ୍ ଜାହାଜ ସାମିଲ ଥିଲେ । ଯେମିତି ଯାନର ପ୍ରକ୍ଷେପଣ ପଥକୁ କଭର କରୁଥିବା ଉଡାଣ ତଥ୍ୟକୁ କ୍ୟାପଚର କରାଯାଇପାରିବ ।

    ଏହି ସଫଳ ବିମାନ ପରୀକ୍ଷଣକୁ DRDO ଏବଂ ସାମରିକ ବାହିନୀର ବରିଷ୍ଠ ଅଧିକାରୀ ମାନେ ପରଖିଥିଲେ ବୋଲି ବିବୃତ୍ତିରେ କୁହାଯାଇଛି । ଏହି ପରୀକ୍ଷଣ ଅର୍ଦ୍ଧସାମରିକ ବାହିନୀରେ ପ୍ରଣାଳୀକୁ ସାମିଲ କରିବାର ବାଟ ଖୋଲିଛି । ନୂତନ ଜେନେରେସନ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍’ର କପି-ବୁକ୍ ପ୍ରଦର୍ଶନ ପାଇଁ ରକ୍ଷା ମନ୍ତ୍ର ଶ୍ରୀ ରାଜନାଥ ସିଂ DRDO ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ।

  • କେରଳ ଛୁଇଁଛି ମୌସୁମୀ, ଓଡିଶାକୁ କେବେ…

    କେରଳ ଛୁଇଁଛି ମୌସୁମୀ, ଓଡିଶାକୁ କେବେ…

    ଶେଷରେ ଏକ ସପ୍ତାହ ବିଳମ୍ବରେ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବା ପରେ ଆଜି ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ ସ୍ଥାନୀୟ ପାଣିପାଗ କିପରି ଅଛି, ସେ ସମ୍ପର୍କରେ କୌଣସି ସୂଚନା ଭାରତୀୟ ପାଣିପାଗ ବିଭାଗ ଦେଇନାହିଁ।
    ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ। ତେବେ ଚଳିତ ବର୍ଷ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନି ।
    ପାଣିପାଗ ବିଭାଗର ଗଣିତ ଅନୁସାରେ, ଗତ ତିରିଶ ବର୍ଷର ମୌସୁମୀ ପ୍ରବେଶ ତାରିଖର ହାରାହାରି ସଂଖ୍ୟା ବା ତାରିଖ ବାହାର କରାଯାଏ। ରେକର୍ଡ ଅନୁସାରେ କେରଳରେ ମୌସୁମୀ ପ୍ରବେଶ ତାରିଖ ମେ ତିରିଶ ନଚେତ୍ ଜୁନ ଏକ ହୋଇଥାଏ। ସେହିପରି କେରଳରୁ ଓଡ଼ିଶାକୁ ପ୍ରବେଶ ପାଇଁ ଏହା ଦଶ ଦିନ ନେଇଥାଏ। ମାନେ ଜୁନ ଦଶରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବାର ଏକ ରେକର୍ଡ ରହି ଆସିଛି।
    ସାଧାରଣତଃ ପ୍ରତି ବର୍ଷ ମୌସୁମୀ ଜୁନ୍‌ ପହିଲା ସୁଦ୍ଧା କେରଳରେ ଓ ୧୨ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁଥାଏ । ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ମାତ୍ର ଚଳିତ ବର୍ଷ କେରଳକୁ ସପ୍ତାହେ ଡେରିରେ ଆସିଥିବାରୁ ଓଡ଼ିଶାରେ ବି ଡେରି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।  କିନ୍ତୁ କେବେ ଓଡ଼ିଶା ଛୁଇଁବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନାହିଁ।
    ତେବେ ଏଥର ରଜ ସରିଲେ ଅର୍ଥାତ ୧୬ ତାରିଖ ପରେ ମୌସୁମୀ ଓଡ଼ିଶା ଛୁଇଁବା ଆକଳନ କରାଯାଉଛି। ତେଣୁ ଚଳିତ ବର୍ଷ ରଜରେ ଲୋକେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।  

  • ୪୨ ବର୍ଷ ତଳେ ବାଗମତୀ ନଦୀରେ ଖସିପଡିଥିଲା ୭ଟି ବଗି, ଚାହୁଁ ଚାହୁଁ ନଦୀ ପାଲଟିଯାଇଥିଲା ଶବର ସମୁଦ୍ର

    ୪୨ ବର୍ଷ ତଳେ ବାଗମତୀ ନଦୀରେ ଖସିପଡିଥିଲା ୭ଟି ବଗି, ଚାହୁଁ ଚାହୁଁ ନଦୀ ପାଲଟିଯାଇଥିଲା ଶବର ସମୁଦ୍ର

    ସେଦିନ ଥିଲା ୧୯୮୧ ମସିହା ଜୁନ୍ ୬ ତାରିଖ, ଏକ ବର୍ଷା ଭିଜା ସନ୍ଧ୍ୟା । ପାଗ ମେଘୁଆ ମେଘୁଆ ହୋଇଥାଏ । ନିଜର ଲୋକଙ୍କୁ ସାକ୍ଷାତ କରିବା ପାଇଁ ଟ୍ରେନରେ ଥିଲା ଖଚାଖଚ ଭିଡ । କିନ୍ତୁ କିଏ ଜାଣିଥିଲା ଏହି ସନ୍ଧ୍ୟା ସେମାନଙ୍କ ପାଇଁ ସେଷ ସନ୍ଧ୍ୟା ହେବ ବୋଲି । କିଏ ଜାଣିଥିଲା ଏ ହସ ସେମାନଙ୍କ ପାଇଁ ଶେଷ ହସ, କିଏ ଜାଣିଥିଲା ଏହି ବର୍ଷା ସେମାନଙ୍କ ପାଇଁ ଶେଷ ବର୍ଷା ହେବ ବୋଲି ।

    ୪୧୬ଡିଏନ୍ ପ୍ୟାସେଞ୍ଜର ଟ୍ରେନ କେବଳ ଏକମାତ୍ର ଟ୍ରେନ୍ ଥିଲା ଯିଏ ଖଗଡିଆରୁ ସହରସା ପ୍ରଯ୍ୟନ୍ତ ଚାଲିଥାଏ । ତାହା ଏକମାତ୍ର ଟ୍ରେନ ହୋଇଥିବାରୁ ସେଥିରେ ବହୁତ ସଂଖ୍ୟାରେ ଲୋକ ଯାତାୟତ କରିଥାନ୍ତି । ଟ୍ରେନରେ ପ୍ରବଳ ଭିଡ ଥିଲା । ଏମିତି କି କିଛି ଲୋକ ଟ୍ରେନର ଇଞ୍ଜିନରେ ମଧ୍ୟ ଚଢିଯାଇଥିଲେ । ଟ୍ରେନ ଗନ୍ତବ୍ୟ ପଥରେ ଅଗ୍ରସର ହେଉଥାଏ ଆଉ ଅଚାନକ ବଦଳିଗଲା ମୌସୁମୀର ମିଜାଜ । ପ୍ରବଳ ବର୍ଷା ଛେଚିବା ସହ ତେଫାନୀ ଝଡ ଅଚାନକ କେଉଁଠୁ ମାଡିଆସିଲା । ପ୍ୟାସେଞ୍ଜର ଟ୍ରେନଟି ବଦଲା ଷ୍ଟେସନ ପାର କରିବା ପରେ ଆଗରେ ଥିଲା ବାଗମତୀ ନଦୀ । ଟ୍ରେନ୍ ସେହି ନଦୀ ଉପରେ ହୋଇଥିବା ପୁଲରେ ଚଢି ଯିବାର ଥିଲା । କିନ୍ତୁ ଟ୍ରେନ୍ ପୁଲରେ ଚଢିବାର କିଛିକ୍ଷଣ ମଧ୍ୟରେ ଡ୍ରାଇଭର ଏମର୍ଜେନ୍ସି ବ୍ରେକ୍ ଲଗାଇ ଦେଇଥିଲେ । ବ୍ରେକ୍ ଲଗାଇବାର ତୁରନ୍ତ ଟ୍ରେନର ୯ଟି ବଗି ମଧ୍ୟରୁ ୭ଟି ବଗି ଟ୍ରେନରୁ ଅଲଗା ହୋଇ ବାଗମତୀ ନଦୀରେ ଖସିପଡିଥିଲା । ଆଉ ଚାହୁଁଚାହୁଁ ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ ହୋଇଯାଇଥିଲା । ନଦୀରେ ପଡିବା କ୍ଷଣି ବଗି ଗୁଡିବ ପ୍ରାୟ ବୁଡିବା ଅବସ୍ଥାରେ ଥିଲା । ଲୋକେ ବଞ୍ଚାଅ ବଞ୍ଚାଅ ଚିତ୍କାର କରିବାକୁ ଲାଗିଲେ । କୋଳାହଳ, କାନ୍ଦ ବୋବାଳିର ଶବ୍ଦ ସମଗ୍ର ଅଞ୍ଚଳକୁ ଶୋକାତୁର କରିପକାଇଥିଲା । ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିବାକୁ ଟିକେ ଡେରି ହୋଇଯାଇଥିଲା । ଆଉ ସେହି ସମୟ ଭିତରେ ପାଣିରେ ବୁଡି ଅନେକ ଲୋକ ଜୀବନ ହାରି ସାରିଥିଲେ ।

    ବିହାରରେ ହୋଇଥିବା ଏହି ଭୟାନକ ଦୁର୍ଘଟଣାରେ ପାଖାପାଖି ଏକ ହଜାର ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଏତେ ବଡ ଥିଲା ଯେ, ଅନେକ ଲୋକଙ୍କ ଶବ ମଧ୍ୟ ଉଦ୍ଧାର କରାଯାଇ ପରିନଥିଲା । ସରକାରୀ ତଥ୍ୟ ଅନୁଯାୟୀ, ଏହି ଦୁର୍ଘଟଣାରେ ୩୦୦ ଲୋକଙ୍କ ଜୀବନ ଯାଇଥିଲା । ହେଲେ ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏଥିରେ ପାଖାପାଖି ୧୦୦୦ ଲକଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁବରଣ କରିଥିବା ଲୋକଙ୍କ ସଠିକ ତଥ୍ୟ ଆଜିପର୍ଯ୍ୟନ୍ତ ମିଳିପାରି ନାହିଁ । କିଛି ଲୋକ ଟ୍ରେନରେ ଦବି ମରିଯାଇଥିଲେ ତ ଆଉ କିଛି ପାଣିରେ ବୁଡି ଜୀବନ ହାରିଥିଲେ । ଯିଏ ପହଁରା ଶିଖିଥିଲା ସିଏ କୌଣସି ମତେ କୂଳରେ ପହଞ୍ଚି ଜୀବନ ବଞ୍ଚାଇ ପାରିଥିଲା । ଯିଏ ଭିତରେ ରହିଯାଇଥିଲେ ସିଏ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ । ଯଦିଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି କିଛି ଲୋକଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଉଦ୍ଧାରକାରୀ ଦଳ ମାତ୍ର ୨୮୬ଟି ଶବ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଅନେକ ଲୋକଙ୍କ ଖୋଜଖବର ମିଳିନଥିଲା । କୁହାଯାଉଛି ତାହା ଥିଲା ଭାରତ ରେଳ ଇତିହାସର ସବୁଠୁ ବଡ ଦୁର୍ଘଟଣା

  • ଏହି ଗାଁରେ ଜମା ହୁଏନି ବର୍ଷା, ବର୍ଷ ତମାମ୍ ଶୁଖିଲା ଥାଏ ଏହି ଗାଁ, କେମିତି ଚଳନ୍ତି ଲୋକେ?

    ଏହି ଗାଁରେ ଜମା ହୁଏନି ବର୍ଷା, ବର୍ଷ ତମାମ୍ ଶୁଖିଲା ଥାଏ ଏହି ଗାଁ, କେମିତି ଚଳନ୍ତି ଲୋକେ?

    ଦୁନିଆରେ ଅନେକ ରହସ୍ୟମୟ ଜିନିଷ ଦେଖିବାକୁ ମିଳିଥାଏ । ବହୁତ ଅଜବ ଜିନିଷ ଏହି ଧରିତ୍ରୀପୃଷ୍ଠରେ ରହିଛି, ଯାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ । ଆଜି ଆମେ ସେପରି ଏକ ଅଜବ କଥା ଆପଣଙ୍କୁ ଶୁଣାଇବୁ, ଯାହାକୁ ଶୁଣିଲେ ଆପଣ କହିବେ ସତରେ କଣ ଏମିତି ଅଛି । ଗୋଟିଏ ରହସ୍ୟମୟ ଗାଁ ରହିଛି ଯେଉଁଠାରେ କେବେ ବି ବର୍ଷା ହୁଏନାହିଁ । ବିଶ୍ବାସ ହେଉନଥିଲେ ବି କଥାଟି ନିରାଟ ସତ ।

    ୟେମେନ୍ ରାଜଧାନୀ ସନା ଠାରେ ଏହି ଗାଁଟି ରହିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି । ଏହି ଗାଁର ନାମ ହେଉଛି ଅଲ-ହୁତୈବ । ଏହା ଭିଷଣ ଗରମ ଅଞ୍ଚଳ । କିନ୍ତୁ, ଶିତ ଋତୁରେ ସକାଳ ଅତ୍ୟନ୍ତ ଥଣ୍ଡା ଲାଗିଥାଏ । ଗ୍ରୀଷ୍ମ ଋତୁରେ ଏଠାକାର ଲୋକମାନେ ପ୍ରବଳ ଗରମର ସମ୍ନା କରିଥାନ୍ତି । ଏତେ ଗରମ ସତ୍ତ୍ବେ ଏହି ଗାଁରେ ଜମା ବି ବର୍ଷା ହୁଏନାହିଁ । ଏପରି ହେବାର ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି ଯାହା ଅତ୍ୟନ୍ତ ଖାସ ।

    ଏହି ଗ୍ରାମଟି ପୃଥିବୀ ପୃଷ୍ଠରୁ ୩,୨୦୦ ମିଟର ଉଚ୍ଚରେ ଅବସ୍ଥିତ । ସ୍ଥାନୀୟ ରିପୋର୍ଟ ମୁତାବକ ବାଦଲ ୨୦୦୦ ମିଟର ଉପରେ ସୃଷ୍ଟି ହୋଇଥାଏ । ଏହାର ଅର୍ଥ ବାଦଲ ବା ମେଘଖଣ୍ଡ ଏହି ଗାଁର ବହୁତ ତଳେ ସୃଷ୍ଟି ହୁଏ । ତେଣୁ ଏହି ଗାଁରେ ବର୍ଷା ହୋଇପାରେ ନାହିଁ । ଏଠାରେ ବର୍ଷା ହେଉନଥିଲେ ସୁଦ୍ଧା ଏଠାକାର ଲୋକେ ସ୍ବର୍ଗରେ ରହିବା ପରି ମନେକରନ୍ତି । ଏହି ଗାଁଟି ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରୁ ଅତ୍ୟନ୍ତ ଗୁରତ୍ବପୂର୍ଣ୍ଣ ସ୍ଥାନ । ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ହଜାର ହଜାର ଲୋକ ଏଠାକୁ ଦଉଡି ଆସନ୍ତି । ଏକ ପାହାଡର ଶୀର୍ଷରେ ଏହି ଗାଁ ଥିବାରୁ ଦେଖିବାକୁ ଖୁବ୍ ଆକ୍ରଷଣୀୟ । ଏଠାରେ ଉଭୟ ଆଧୁନିକ ଆଉ ପୂରାତନ ବାସ୍ତୁକଳା ଦେଖିବାକୁ ମିଳିଥାଏ ।

  • ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀଙ୍କୁ ସରନେମ ବଦଳାଇବାକୁ କହିଲେ ତାଙ୍କ ଫ୍ୟାନ୍

    ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀଙ୍କୁ ସରନେମ ବଦଳାଇବାକୁ କହିଲେ ତାଙ୍କ ଫ୍ୟାନ୍

    ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କ ମଧ୍ୟରେ ଦୀର୍ଘ ଦିନ ଧରି କିଛି ଠିକ୍ ଚାଲୁନି । ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଛି ଏବଂ ଉଭୟ ବର୍ତ୍ତମାନ ପରସ୍ପର ଠାରୁ ଅଲଗା ରହୁଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ଜଣେ ୟୁଜର ଆଲିଆଙ୍କୁ ତାଙ୍କ ସରନେମ ପରିବର୍ତ୍ତନ କରିବାକୁ କହିଥିଲେ । ସୋସିଆଲ ମିଡିଆରେ ଆଲିଆ ସେହି ଯୁଜରଙ୍କୁ ଉତ୍ତର ଦେଇଛନ୍ତି ।

    ଜଣେ ବ୍ୟକ୍ତିଙ୍କ ସହ ଫୋଟୋ ସେୟାର କରି ଆଲିଆ ଏକ ଲମ୍ବା ନୋଟ୍ ଲେଖିଛନ୍ତି । ଫୋଟୋରେ ଉଭୟ ଏକ ରେଷ୍ଟୁରାଣ୍ଟରେ କଫି ପିଉଥିବାର ନଜର ଆସିଛନ୍ତି । ଆଲିଆ ଫୋଟୋ ସହିତ ଲେଖିଥିଲେ- ମୁଁ ଯେଉଁ ସମ୍ପର୍କକୁ ହୃଦୟରୁ ମାନୁଥିଲି, ସେହି ସମ୍ପର୍କରୁ ବାହାରିବା ପାଇଁ ମୋତେ ୧୯ ବର୍ଷ ସମୟ ଲାଗିଗଲା । କିନ୍ତୁ, ମୋ ଜୀବନରେ ମୋ ପିଲାମାନେ ମୋ ପାଇଁ ସର୍ବଦା ପ୍ରଥମେ ରହିବେ । ଯଦିଓ କିଛି ସମ୍ପର୍କ ବନ୍ଧୁତା ଠାରୁ ବଡ ଏବଂ ଏହି ସମ୍ପର୍କ ମଧ୍ୟ ସେହିପରି । ମୁଁ ଏହାକୁ ନେଇ ବହୁତ ଖୁସି ଅଛି ତେଣୁ, ଆପଙ୍କ ସହିତ ମୋର ଖୁସି ବାଣ୍ଟିବାକୁ ଚାହୁଁଥିଲି । କଣ ମତେ ଖୁସି ହେବାର ଅଧିକାର ନାହିଁ ?

    ଜଣେ ୟୁଜର ଆଲିଆଙ୍କ ଫୋଟୋ ଉପରେ କମେଣ୍ଟ ଦେଇଛନ୍ତି- ଆପଣଙ୍କର ସରନେମ ପରିବର୍ତ୍ତନ କରନ୍ତୁ । ଆଲିଆ ଏହାର ଉତ୍ତର ଦେଲେ- ଖୁବ୍ ଶୀଘ୍ର । ଆଲିଆଙ୍କ ପୋଷ୍ଟରେ ଜଣେ ପ୍ରଶଂସକ ଲେଖିଛନ୍ତି- ହଁ, ସମସ୍ତଙ୍କର ଖୁସି ହେବାର ଅଧିକାର ଅଛି । ତୁମେ ଦୁନିଆର ସମସ୍ତ ସୁଖ ପାଇବ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି- ଭଲ ଲାଗୁଛି ଯେ ବର୍ତ୍ତମାନ ଆପଣଙ୍କୁ ଖୁସି ମିଳିଯାଇଛି ।

    ଚଳିତ ବର୍ଷ ମାର୍ଚ୍ଚ ମାସରେ ଇନଷ୍ଟାଗ୍ରାମରେ ତାଙ୍କ ଫୋଟୋ ସେୟାର କରିବା ବେଳେ ଆଲିଆ ଲେଖିଥିଲେ- ମୋର ନାମ ‘ଶ୍ରୀମତୀ ଆଲିଆ ସିଦ୍ଦିକି’, ଏହା ମତ୍ର କିଛି ଦିନ ପାଇଁ । ଯେତେବେଳେ ମୁଁ ଛାଡପତ୍ର ପାଇଯିବି, ସେତେବେଳେ ମୁଁ ମୋର ପ୍ରକୃତ ଏବଂ ପୁରୁଣା ପରିଚୟକୁ ଫେରିଯିବି । ମୁଁ ମୋର ନାମ ‘ଶ୍ରୀମତୀ ଆଲିଆ ସିଦ୍ଦିକି’ରୁ ମୋର ପ୍ରକୃତ ନାମ ‘ମିସ୍ ଅଞ୍ଜଲି କିଶୋର ପାଣ୍ଡେ’ରେ ପରିବର୍ତ୍ତନ କରିନେବି ।

  • ଧାନ କୁଇଣ୍ଟାଲରେ ଏମଏସପି ବଢିଲା ୧୪୩ ଟଙ୍କା

    ଧାନ କୁଇଣ୍ଟାଲରେ ଏମଏସପି ବଢିଲା ୧୪୩ ଟଙ୍କା

    ଚାଷୀଙ୍କ ପାଇଁ ଖୁସି ଖବର। ଏମଏସପି ବଢାଇଲେ ସରକାର। ଏନେଇ ଆସିଥିବା ପ୍ରସ୍ତାବରେ ବାଜିଲା କେନ୍ଦ୍ର କ୍ୟାବିନେଟ ମୋହର। ଧାନ, ସୂର୍ଯ୍ୟମୁଖୀ, କପାର ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରିଛନ୍ତି ସରକାର। ଧାନ କୁଇଣ୍ଟାଲ ପିଛା ୧୪୩ ଟଙ୍କା ବଢିଥିବା ବେଳେ କପାରେ ୫୪୦ ଟଙ୍କା, ସୂର୍ଯ୍ୟମୁଖୀରେ ୩୬୦ ଟଙ୍କାର ବୃଦ୍ଧି କରାଯାଇଛି। ସେହିପରି ଲଙ୍ଗ କଟନ ପାଇଁ ୬୪୦ ଟଙ୍କା ବୃଦ୍ଧି ହୋଇଛି।

    ବୁଧବାର ଦିନ ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ବସିଥିବା ବେଳେ ଏଥିରେ ଅନେକ ପ୍ରସ୍ତାବ ଉପରେ ମୋହର ଲାଗିଥିଲା। ସେଥିମଧ୍ୟରୁ ଏମଏସପି ପ୍ରସ୍ତାବକୁ ମିଳିଛି ସ୍ୱୀକୃତି। ଏନେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ପ୍ରେସମିଟ କରି ଦେଇଛନ୍ତି ସୂଚନା।ସୂଚନା ମୁତାବକ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୪୩ ଟଙ୍କା ବଢ଼ିଛି। ଚାଷୀମାନେ ଏବେ ସାଧାରଣ ଧାନ ପିଛା ୨୧୮୩ ଟଙ୍କା ପାଇବେ। ସେହିପରି ଗ୍ରେଡ ଏ ଧାନା ୨୨୦୩ ଟଙ୍କା ପାଇବେ। ୨୦୧୪-୧୫ରେ ସାଧାରଣ ଧାନର ଏମଏସ୍‌ପି କୁଇଣ୍ଟାଲ ପିଛା ୧୩୬୦ ଟଙ୍କା ଥିଲା।

    ସେହିପରି, ହାଇବ୍ରିଡ ଯଅ କୁଇଣ୍ଟାଲ ପିଛା ଦାମ ୨୯୭୦ରୁ ୩୧୮୦ ଟଙ୍କା ହୋଇଥିବା ବେଳେ ମାଲଦାଣ୍ଡି ଯଅର ମୂଲ୍ଯ ୨୯୯୦ରୁ ୩୨୨୫ ଟଙ୍କା ହୋଇଛି। ଆଉ ଏମଏସପି ବୃଦ୍ଧି ପାଇଥିବା ପରେ – ବାଜରା କୁଇଣ୍ଟାଲ ପିଛା ୨୫ଶହ ହୋଇଛି, ଯାହା ୨୦୨୨-୨୩ରେ ୨୩୫୦ ଥିଲା। ମାଣ୍ଡିଆର ଏମଏସପି ବୃଦ୍ଧି ପରେ ଏହା ୩୮୪୬ ଟଙ୍କା ହୋଇଛି, ଯାହା ୨୦୨୨-୨୩ରେ ୩୫୭୮ ଥିଲା।ସେହିପରି, ମକାର ଦାମ ୨୦୨୨-୨୩ରେ ୧୯୬୨ ଥିବା ବେଳେ ଏବେ ୨୦୯୦ ଟଙ୍କା ହୋଇଛି।

    ହରଡ଼ ଡାଲ ଓ ଚଣା ଦାମ ଏବେ ୭ ହଜାର ଟଙ୍କା ହୋଇଛି, ଯାହା ୨୦୨୨-୨୩ରେ ୬୬୦୦ ଟଙ୍କା ଥିଲା।ମୁଗ ଡାଲିର ଦାମ ୨୦୨୨-୨୩ରେ ୭୭୫୫ ଟଙ୍କା ଥିବା ବେଳେ ଏବେ ୮୫୫୮ ଟଙ୍କା, ବିରି ଡାଲି ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେ ଏବେ ୬୯୫୦ ଟଙ୍କା, ବାଦାମ ୨୦୨୨-୨୩ରେ ୫୮୫୦ ଟଙ୍କାରୁ ବଢି ୬୩୭୭ ଟଙ୍କା ହୋଇଛି।ସୂର୍ଯ୍ୟମୁଖୀ ମଞ୍ଜି ୨୦୨୨-୨୩ରେ ୬୪୦୦ ଟଙ୍କାରୁ ବଢି ୬୭୬୦ ଟଙ୍କା ହୋଇଥିବା ବେଳେ ସୋୟାବିନ ୪୩୦୦ ଟଙ୍କାରୁ ୪୬୦୦ ଟଙ୍କାରେ ପହଞ୍ଚିଛି। ରାଶିର ୭୮୩୦ ଟଙ୍କା ରୁ ୮୬୩୫ ଟଙ୍କା , ପେସୀ ୭୨୮୭ ଟଙ୍କାରୁ ୭୭୩୪ ଟଙ୍କା, କଟନ(ମିଡିୟମ) ୬୦୮୦ ଟଙ୍କାରୁ ୬୬୨୦ ଟଙ୍କା ଓ କଟନ(ଲଙ୍ଗ)ର ମୂଲ୍ଯ ବୃଦ୍ଧି ପାଇ ୭୦୨୦ ଟଙ୍କା ହୋଇଛି। ପୂର୍ବରୁ ୬୩୮୦ ଟଙ୍କା ଥିଲା ।