Category: ଦେଶ-ବିଦେଶ

  • ସୀମା-ସଚିନ ପ୍ରେମକୁ ନେଇ ରାଗିଗଲେ କୁଖ୍ୟାତ ରାନୋ ଶର, ହିନ୍ଦୁ ମନ୍ଦିର ଉଡାଇ ଦେବାକୁ ଧମକ

    ସୀମା-ସଚିନ ପ୍ରେମକୁ ନେଇ ରାଗିଗଲେ କୁଖ୍ୟାତ ରାନୋ ଶର, ହିନ୍ଦୁ ମନ୍ଦିର ଉଡାଇ ଦେବାକୁ ଧମକ

    ବିଜ୍ଞାନ କହେ ପ୍ରତ୍ୟକ କ୍ରିୟାର ପ୍ରତିକ୍ରିୟା ରହିଛି । ପ୍ରେମ ବି ଏଥିରୁ ବାଦ ପଡିନି । ଚାରି ପିଲାଙ୍କ ମା ତଥା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ପ୍ରେମ ସମ୍ପର୍କ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତର ସଚିନ ପ୍ରେମରେ ଅନ୍ଧ ହୋଇ ସୀମାପାର ହୋଇ ସୀମା ସୁଦୂର ପାକିସ୍ତାନରୁ ଭାରତ ଚାଲିଆସିଥିଲେ । ସାଚିନଙ୍କୁ ପାଇବା ପାଇଁ ତାଙ୍କର ଆନ୍ତରିକତାକୁ ଅନେକ ଲୋକ ପ୍ରଶଂସା କରୁଥିବା ବେଳେ ସୀମା କିନ୍ତୁ ଏଥିରେ ଫଶି ଯାଇଛନ୍ତି । ଅବୈଧ ଭାବେ ସୀମା ପାର ହୋଇ ଭାରତରେ ପ୍ରବେଶ କରିଥିବାରୁ ସୀମା ହାଇଦର ଏବେ ଜେଲର ଚାରି କାନ୍ଥ ଭିତରେ ସମୟ ବିତାଉଛନ୍ତି ।

    ଏବେ ଆଉ ଏକ ଅଡୁଆ ସୀମାଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ରୋନ୍ତି କୁଚିର କୁଖ୍ୟାତ ଡାକୁ ରାନୋ ଶର କହିଛନ୍ତି, ସୀମା ଯଦି ତାଙ୍କ ଚାରି ପିଲାଙ୍କ ସହିତ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ନକରନ୍ତି ତେବେ ସେ ରାହରକି ଦରବାରରେ ଥିବା ମନ୍ଦିର ଉପରେ ଦୁଇ ଦିନ ଭିତରେ ଆକ୍ରମଣ କରିବେ । ଏଥସହିତ ଅନ୍ୟ ଡାକୁ ମାନଙ୍କୁ ସେ କହିଛନ୍ତି ଯେ, କୌଣସି ହିନ୍ଦୁ ଯେମିତି ରାହାରକି ପରିଦର୍ଶନ କରିନପାରନ୍ତି ।

    https://twitter.com/NarainDasBheel8/status/1678432939422412800

    ବିଭାଜନ ପରଠାରୁ ଭାରତ-ପାକିସ୍ତାନର ସମ୍ପର୍କ କାହାକୁ ଅଛପା ନାହିଁ । ସୀମାଙ୍କ ଏହି ନିଷ୍ପତ୍ତି ପାକିସ୍ତାନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସଚିନ ଆଉ ସୀମା ଏକ ମାସ କାଳ ଗ୍ରେଟର ନୋଏଡାରେ ରହୁଥିଲେ । ଏହାପରେ ପୋଲିସ ସୂଚନା ପାଇ ସେମାନଙ୍କୁ ଗିରଫ କରିନେଇଥିଲେ । ଏବେ ଏହି ଦୁଇ ପ୍ରେମୀ ଯୁଗଳ ଭାରତ ସରକରାଙ୍କୁ ନିବେଦନ କରିଛନ୍ତି ଯେ, ସେମନଙ୍କର ବିବାହ କରିଦିଆଯାଉ । ଏହାରି ଭିତରେ ସୀମାଙ୍କ ସ୍ବାମୀ ଗୁଲାମ୍ ହାଇଦର ଜଖରାନୀ ସାମ୍ନାକୁ ଆସିଛନ୍ତି । ସେ ବିଗତ ୩ ବର୍ଷ କାଳ ସାଉଦୀ ଆରବରେ ରହି ଚାକିରି କରୁଛନ୍ତି । ବିବିସିକୁ ଗୁଲାମ କହିଛନ୍ତି, ତାଙ୍କ ସ୍ତ୍ରୀ ପବଜି ଗେମ୍ ପ୍ରଭାବରେ ଆସି ଫଶିଯାଇଛନ୍ତି । ସେ କହିଛନ୍ତି, ତାଙ୍କ ସ୍ତ୍ରୀ ଆଉ ପିଲାଙ୍କୁ ପାକିସ୍ତାନ ଫେରାଇଦିଆଯିବା ଉଚିତ ।

    ହାଇଦର ସାଉଦୀ ଆରବ ଯିବା ପୂର୍ବରୁ ଅଟୋରିକ୍ସା ଚଲାଉଥିଲେ । କିନ୍ତୁ, ଅଭାବ ପାଇଁ ଟଙ୍କା ରୋଜଗାର କରିବା ପାଇଁ ସେ ନିଜ ଦେଶ ଛାଡିଦେଇଥିଲେ । ସେଠାରେ ମୁଲ ଲାଗି ସେ ରୋଜଗାର କରିବା ଆରମ୍ଭ କଲେ । ଘରେ ଥିବା ସ୍ତ୍ରୀ ଆଉ ଚାରି ପିଲାଙ୍କୁ ଟଙ୍କା ଦେବା ଆରମ୍ଭ କଲେ । ଘରେ ତାଙ୍କ ବାପା ମଧ୍ୟ ରହୁଥିଲେ । ତାଙ୍କ ଘର ଛୋଟ ହୋଇଥିବାରୁ ସେ ଏହାକୁ ମରାମତି କରି ବଡ କରିବେ ବୋଲି କହିଥିଲେ । ଏହାପରେ ସେ ଭଡା ଘରେ ରହିବେ ବୋଲି କହିଥିଲେ । ଏହାପରେ ସୀମା କାହାକୁ ନକହି ଘର ବିକ୍ରି କରିଦେଲେ ଆଉ ଭଡା ଘରକୁ ସିଫ୍ଟ ହୋଇଗଲେ । ହାଇଦରଙ୍କ ସୀମା ସହିତ ଲଗାତାର କଥାବାର୍ତ୍ତା ହେଉଥିଲା । କିନ୍ତୁ, ମେ ୯ ତାରିଖର ଘଟଣା ପାଇଁ ପାକିସ୍ତାନର ଇଣ୍ଟରନେଟ ବନ୍ଦ ହୋଇଗଲା । ଏହାପରେ ସେମାନଙ୍କ ଭିତରେ ସମ୍ପର୍କ ବିଛିନ୍ନ ହୋଇଗଲା । କିଛିଦିନ ପରେ ଇଣ୍ଟରନେଟ ଆରମ୍ଭ ହେଲା । ହେଲେ ହାଇଦରଙ୍କ ସୀମା ସହିତ କୌଣସି ସମ୍ପର୍କ ହୋଇପାରିନଥିଲା । ଏହାପରେ ସେ ଜାଣିବାକ ପାଇଲେ ଯେ, ସୀମା ଭାରତରେ ଅଛି । ହେଲେ ଏବେ ହାଇଦର ସୀମାକୁ ଫେରିଆସିବା ପାଇଁ ଅନୁରୋଧ କରିଛନ୍ତି ।

  • ଖୋଲୁଛି ଅଭିଜିତ-ISI ଗୁମର, ସିମ କାର୍ଡ, ବ୍ୟାଙ୍କ ଖାତାରୁ ମିଳିବ ଅଧିକ ସୁରାକ

    ଖୋଲୁଛି ଅଭିଜିତ-ISI ଗୁମର, ସିମ କାର୍ଡ, ବ୍ୟାଙ୍କ ଖାତାରୁ ମିଳିବ ଅଧିକ ସୁରାକ


    ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ରିମାଣ୍ଡରେ ଆସିଥିବା ଅଭିଜିତ୍‌ ସଂଜୟ ଜାମ୍ବୁରେଠାରୁ ମିଳିଛି କିଛି ନୂଆ ତଥ୍ୟ । ୫ଟି ମୋବାଇଲ୍‌ ନମ୍ବରରୁ ୩ଟିରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହୋଇଥିବା କଥା ମାମଲାକୁ ନେଇ ଚିନ୍ତା ବଢାଇ ଦେଇଛି। ଏସ୍‌ଟିଏଫ୍, ଏଟିଏସ୍‌ ଓ ଆଇବିର ମିଳିତ ଜେରାରୁ ପ୍ରଥମେ ଟଙ୍କା କାରବାର କଥା ପଦାକୁ ଆସିଥିବା ବେଳେ ଏବେ ଆତଙ୍କୀଙ୍କ ସହ ଯୋଗାଯୋଗ ଥିବା ଜଣାପଡିଛି। ଅପରପକ୍ଷେ, ଦେଶର ସୁରକ୍ଷା ସମ୍ବନ୍ଧିତ ମାମଲା ହୋଇଥିବାରୁ ତଦନ୍ତ ପ୍ରକ୍ରିୟାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଯୋଡ଼ି ହୋଇଛି। ଏନ୍‌ଆଇଏର ଏକ ଟିମ୍‌ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ମାରାଥନ ଜେରା କରିଛି। ଅଭିଜିତ୍‌ର ରିମାଣ୍ଡ ସରୁଥିବାରୁ ତାକୁ ଜେରା ପରେ କୋର୍ଟରେ ହାଜର କରାଯିବ।

    ଦରକାର ପଡ଼ିଲେ, ପୁଣିଥରେ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅଭିଜିତ୍‌ କେବେ କେଉଁ ସମୟରେ ଆତଙ୍କୀଙ୍କ ସହ କଥା ହୋଇଥିଲା, ଅନ୍ୟ କେଉଁମାନଙ୍କୁ ଆତଙ୍କୀଙ୍କ ସହ ଯୋଡ଼ିଥିଲା; ତା’ର ତଥ୍ୟ ବାହାର କରିବା ପାଇଁ ମୋବାଇଲ ନମ୍ବରଗୁଡ଼ିକର ସିଡିଆର୍‌ ରିପୋର୍ଟ ମଗାଯାଇଛି। ସେହିପରି ତା’ର ଆର୍ଥିକ କାରବାର ତଥ୍ୟ ପାଇଁ ଠାବ ହୋଇଥିବା ବ୍ୟାଙ୍କଗୁଡ଼ିକୁ ଚିଠି କରାଯାଇଛି। କେଉଁ କେଉଁ ଆକାଉଣ୍ଟରୁ ତା’ ପାଖକୁ ଟଙ୍କା ଆସିଥିଲା? ସେ କେଉଁ କେଉଁ ଆକାଉଣ୍ଟକୁ ଟଙ୍କା ପଠାଇଥିଲା‌? ସମସ୍ତ ତଥ୍ୟ ହାତେଇବାକୁ ଏସ୍‌ଟିଏଫ୍‌ ଉଦ୍ୟମ ଚଳାଇଛି। ଏହାଛଡ଼ା ସେ ବିଦେଶ ଯାଇଥିଲା କି ନାହିଁ? ଯଦି ଯାଇଥିଲା, କେଉଁ କେଉଁ ସ୍ଥାନକୁ ଯାଇଛି? ତା’ର ପାସ୍‌ପୋର୍ଟ ଯାଞ୍ଚ ମଧ୍ୟ କରାଯାଉଛି।

    ତା’ର ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌ ଏବଂ ଅନ୍ୟ ସମସ୍ତ ସୋସିଆଲ୍‌ ମିଡିଆର ତଥ୍ୟ ମଧ୍ୟ ଯାଞ୍ଚ ଚାଲିଛି। ଅନ୍ୟପଟେ ଗଣମାଧ୍ୟମକୁ ଅଭିଜିତ କହିଛି ଯେ ସେ ନିର୍ଦ୍ଦୋଷ। ତା’ ଅଜାଣତରେ ତାର ସିମ୍ ବ୍ୟବହାର ହୋଇଛି। ହେଲେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୟାଗଡ଼ର ପଠାଣି ସାମନ୍ତ ଲେଙ୍କାକୁ ସେ ଏକାଧିକଥର ଟଙ୍କା ପଠାଇଥିବା ସ୍ବୀକାର କରିଛି। ଆଇଏସ୍‌ଆଇ କିମ୍ବା ପାକିସ୍ତାନ ଆର୍ମି ଇଣ୍ଟେଲିଜେନ୍ସ ବରିଷ୍ଠ ଅଧିକାରୀଙ୍କ ସହ ଲିଙ୍କ୍‌ ସଂପର୍କରେ ମୁହଁ ଖୋଲିନାହିଁ। ଆତଙ୍କୀ ଲିଙ୍କ ନେଇ ଅଭିଜିତ୍‌ ବିରୋଧରେ ପୁଳାପୁଳା ପ୍ରମାଣ ଥିବା ବେଳେ ସେ ମୁହଁ ନ ଖୋଲିବା ଘଟଣାକୁ ଜଟିଳ କରିଛି।

    ଉଲ୍ଲେଖଯୋଗ୍ୟ, ମାସକୁ ୫୦ ହଜାର ଟଙ୍କା ଲୋଭରେ ନୟାଗଡ଼ ଇଟାମାଟିର ପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ବିଭିନ୍ନ ପ୍ରକାରରେ ସାହାଯ୍ୟ, ସହଯୋଗ କରିଆସୁଥିଲେ। ଓଟିପି ସେୟାର୍‌ ମାମଲାରେ ସେମାନଙ୍କୁ ରିମାଣ୍ଡରେ ଆଣି ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି ତଦନ୍ତକାରୀ ଦଳ।

  • ସମୁଦ୍ରରେ ହଜିଗଲା ଶତାଧିକ ଲୋକଙ୍କୁ ଧରି ଯାଉଥିବା ଡଙ୍ଗା

    ସମୁଦ୍ରରେ ହଜିଗଲା ଶତାଧିକ ଲୋକଙ୍କୁ ଧରି ଯାଉଥିବା ଡଙ୍ଗା

    ସ୍ପେନର କେନରି ଦ୍ୱୀପ ନିକଟରେ ପ୍ରବାସୀଙ୍କୁ ନେଇ ଯାଉଥିବା ତିନୋଟି ଭରପୁର ଡଙ୍ଗା ନିଖୋଜ ଥିବା ଜଣାପଡିଛି । କୁହାଯାଉଛି ଯେ, ଏହି ଡଙ୍ଗାରେ ଶତାଧିକ ଶରଣାର୍ଥୀ ଥିଲେ ଯେଉଁମାନେ ସେନେଗଲରୁ ସ୍ପେନ ଯାଉଥିଲେ । ୱାକିଂ ବର୍ଡରର ମାନବାଧିକାର କର୍ମୀ ହେଲେନା ମାଲେନୋ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ, ଦୁଇଟି ଡଙ୍ଗା ମଧ୍ୟରୁ ଗୋଟିଏରେ ୬୫ ଜଣ ଏବଂ ଅନ୍ୟଟିରେ ୫୦-୬୦ ଜଣ ଲୋକ ଅଛନ୍ତି । ଯେଉଁମାନେ ସେନେଗଲରୁ ସ୍ପେନ ଯାଉଥିଲେ କିନ୍ତୁ ୧୫ ଦିନ ପରେ ମଧ୍ୟ ସେଠାରେ ପହଞ୍ଚିନଥିଲେ । ସେ କହିଥିଲେ ଯେ, ତୃତୀୟ ଡଙ୍ଗାରେ ୨୦୦ ଲୋକ ଥିଲେ ।

    ଡଙ୍ଗା ୨୭ ଜୁନରେ ସେନେଗଲରୁ ସ୍ପେନ ଅଭିମୁଖେ ଯାତ୍ରା କରିଥିଲା । ମାଲେନୋ କହିଛନ୍ତି ଯେ, ଏହା ପରେ ଡଙ୍ଗାରେ ଥିବା ଲୋକଙ୍କ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କୌଣସି ସମ୍ପର୍କ ହୋଇପାରିନଥିଲା । ସମସ୍ତ ତିନୋଟି ଡଙ୍ଗା ସେନେଗଲର ଦକ୍ଷିଣରେ ଥିବା କାଫାଉଣ୍ଟିନ୍‌ରୁ ବାହାରିଥିଲା । ଏହି ଡଙ୍ଗାରେ ଥିବା ୩୦୦ ଲୋକ ସେନେଗଲର ଗୋଟିଏ ଅଞ୍ଚଳର ବାସିନ୍ଦା ଅଟନ୍ତି । ସେନେଗଲରେ ଚାଲିଥିବା ଅସ୍ଥିରତା ଯୋଗଁ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ ।

    ଏଠାରେ ଜଣାଇ ଦେଉଛୁ ଯେ, ପଶ୍ଚିମ ଆଫ୍ରିକା ଉପକୂଳରେ ଅବସ୍ଥିତ କାନାରି ଦ୍ୱୀପ ହେଉଛି ସ୍ପେନରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ପ୍ରବାସୀ ମାନଙ୍କ ପାଇଁ ମୁଖ୍ୟ ମାର୍ଗ । ଏହା ବ୍ୟତୀତ ବହୁତ କମ୍ ସଂଖ୍ୟକ ଲୋକ ଭୂମଧ୍ୟସାଗର ପାର ହୋଇ ସ୍ପେନରେ ପହଞ୍ଚିବାକୁ ଚାହାଁନ୍ତି, କାରଣ ଭୂମଧ୍ୟସାଗରର ରାସ୍ତା ବହୁତ ଲମ୍ବା ଏବଂ କଷ୍ଟକର । କାରଣ ଏହି ଅଞ୍ଚଳରେ ପ୍ରବଳ ଗରମ ପଡିଥାଏ । ଯେଉଁଥିପାଇଁ ଭୂମଧ୍ୟସାଗର ଦେଇ ଯିବା ଅତ୍ୟନ୍ତ କଷ୍ଟକର ହୋଇପଡେ । କେବଳ ସେତିକି ନୁହେଁ, ଆଟଲାଣ୍ଟିକ୍ ସ୍ଥାନାନ୍ତରଣ ମାର୍ଗକୁ ମଧ୍ୟ ବିଶ୍ୱର ସବୁଠାରୁ ମାରାତ୍ମକ ମାର୍ଗ ଭାବେ ବିବେଚନା କରାଯାଏ ।

    ମିଳିତ ଜାତିସଂଘର ଆନ୍ତର୍ଜାତୀୟ ସଂଗଠନ ଫର ମାଇଗ୍ରେସନର ତଥ୍ୟ ଅନୁଯାୟୀ, ଗତ ବର୍ଷ କେନରି ଦ୍ୱୀପରେ ପହଞ୍ଚିବାକୁ ଚେଷ୍ଟା କରି ୨୨ ପିଲାଙ୍କ ସମେତ ଅତି କମରେ ୫୫୯ ଜଣ ପ୍ରାଣ ହରାଇଛନ୍ତି ।

  • ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

    ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

    ନେପାଳରେ ୫ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଚାଳକଙ୍କ ସହ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ। ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରର ଭଗ୍ନାବଶେଷ ଓ ୬ ଜଣଙ୍କ ମୃତଦେହ ଠାବ ହୋଇଛି। ଆଜି ସକାଳୁ ହେଲିକପ୍ଟର ସୋଲୁଖୁମ୍ବୁରୁ କାଠମାଣ୍ଡୁ ଯାତ୍ରା କରୁଥିବା ବେଳେ ସକାଳ ..୧୦ଟା ୦୫ରେ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
    ୫ ବିଦେଶୀ ନାଗରିକଙ୍କୁ ନେଇ ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା ହେଲିକପ୍ଟର ୯ଏନ ଓଓମଭି। ମଝି ଆକାଶରେ ଉଡୁଥିବା ବେଳେ ଯୋଗାଯୋଗ କଣ୍ଟ୍ରୋଲ ରୁମ ସହ ବିଚ୍ଛିନ୍ନ ହୋଇଥିଲା। ହେଲିକପ୍ଟର ନିଖୋଜ ନେଇ ଆଧିକାରିକ ସୂଚନା ଜାରି ହୋଇଥିଲା। କିଛି ଘଣ୍ଟା ପରେ ହେଲିକପ୍ଟରର ଭଗ୍ନାବଶେଷ ଲାମାଜୁରା ଡଣ୍ଡାରୁ ନାମକ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ସ୍ଥାନୀୟ ଲୋକେ ଠାବ କରିଥିଲେ ଓ ଖୋଜାଖୋଜି କରି ୫ଟି ମୃତଦେହ ଉଦ୍ଧାର କରିଥିଲେ।

    ଟିଆରଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁଦୂର ପାର୍ବତ୍ୟ ସୋଲୁଖମ୍ବୁ ଜିଲ୍ଲାର ଲିକେପିକେ ଗ୍ରାମୀଣ ପୌରପାଳିକାର ଲାମଜୁରା ଅଞ୍ଚଳରେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିସ୍ତୃତ ରିପୋର୍ଟ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ | ଉଦ୍ଧାର କାର୍ଯ୍ୟ ଚାଲିଛି। ସ୍ଥାନୀୟ ଲୋକ ତାଙ୍କୁ ସୂଚନା ଦେଇଛନ୍ତି ଯେ ଏକ ହେଲିକପ୍ଟର ପ୍ରଚଣ୍ଡ ବିସ୍ଫୋରଣରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେମାନେ ଦୁର୍ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛନ୍ତି।
    ଗ୍ରାମାଞ୍ଚଳ ପୌରପାଳିକାର ଉପାଧ୍ୟକ୍ଷ ନୱାଙ୍ଗ ଲାକପା କହିଛନ୍ତି ଯେ “ସ୍ଥାନୀୟ ଲୋକମାନେ ଚିହାଣ୍ଡାଣ୍ଡାରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଦେଖିଥିଲେ। ମନଙ୍ଗ ଏୟାରର ଅପରେସନ୍ସ ଏବଂ ସିକ୍ୟୁରିଟି ମ୍ୟାନେଜର ରାଜୁ ନ୍ୟୁପେନ କହିଛନ୍ତି ଯେ ହେଲିକପ୍ଟରର ଶେଷ ସ୍ଥାନ ଲାମଜୁରା ପାସ୍ ଅଞ୍ଚଳରେ ସକାଳ ୧୦ଟା ୧୨ ରେ ଦେଖାଯାଇଥିଲା। ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପୂର୍ବରୁ ଖରାପ ପାଗ ଯୋଗୁଁ ଦୁର୍ଘଟଣା ସ୍ଥଳକୁ ଖୋଜିବା ପାଇଁ ପଠାଯାଇଥିବା ଦୁଇଟି ହେଲିକପ୍ଟରକୁ ଫେରିବାକୁ ପଡିଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

    ହେଲିକପ୍ଟରରେ ପାଞ୍ଚ ଜଣ ମେକ୍ସିକୋ ନାଗରିକ ତଥା ପାଇଲଟ୍ ଚେଟ ବି ଗୁରୁଙ୍ଗ ଥିଲେ। ‘ମୋ ରିପବ୍ଲିକା’ ନ୍ୟୁଜ୍ ପୋର୍ଟାଲ ସୂତ୍ରରୁ ପ୍ରକାଶ ଯେ ଦୁର୍ଘଟଣାସ୍ଥଳରେ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ଟିଆର ମୁଖପାତ୍ର ଟେକ୍ନାଥ ସୀତାଲା ସମ୍ବାଦ ୱେବସାଇଟକୁ କହିଛନ୍ତି, “ସୂଚନା ମୁତାବକ, ମନଙ୍ଗ ଏୟାର ହେଲିକପ୍ଟର ଲାମାଜୁରା ପାସରେ ପହଞ୍ଚିବା ପରଠାରୁ ଯୋଗାଯୋଗ ହରାଇଥିଲା। ହେଲିକପ୍ଟରଟି କେବଳ ଭାଇବର ଉପରେ ଏକ ‘ହେଲୋ’ ବାର୍ତ୍ତା ପାଇଥିବା ସୂଚନା ମିଳିଥିଲା।

    ମନଙ୍ଗ ଏୟାର ହେଉଛି କାଠମାଣ୍ଡୁ ଆଧାରିତ ହେଲିକପ୍ଟର ବିମାନ ୧୯୯୭ ରେ ପ୍ରତିଷ୍ଠିତ ହୋଇଥିଲା। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅଧୀନରେ ନେପାଳ ଅଞ୍ଚଳରେ ଏହା ବାଣିଜ୍ୟିକ ବିମାନ ସେବା ଯୋଗାଆସୁଛି | କମ୍ପାନୀ ଚାର୍ଟାର୍ଡ ​​ସେବା ଯୋଗାଏ |

  • କାର୍ କୁ ଧକ୍କା ଦେଲା ସ୍କୁଲ ବସ୍,ଘଟଣାସ୍ଥଳରେ ୬ ମୃତ

    କାର୍ କୁ ଧକ୍କା ଦେଲା ସ୍କୁଲ ବସ୍,ଘଟଣାସ୍ଥଳରେ ୬ ମୃତ


    ଏକ କାର୍ କୁ ଧକ୍କା ଦେଲା ସ୍କୁଲ ବସ୍ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ-ମେରଠ ଏକ୍ସପ୍ରେସ ହାଇୱେ ଉପରେ ଆଜି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ୯ ନଂ ଜାତୀୟ ରାଜପଥର ଲାଲକୁଆଁ ରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା କ୍ରସିଂ ରିପବ୍ଲିକ ଥାନା ଅଞ୍ଚଳରେ ରାହୁଲ ବିହାର ସାମନାରେ ହୋଇଛି। ଖବର ପାଇ ପୁଲିସ୍‌ ଓ ଡିଏମ୍‌ଇ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ କରିଛନ୍ତି।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ଚାପି ହୋଇ ଯାଇଥିବାରୁ ମୃତଦେହଗୁଡ଼ିକୁ କାର୍‌ରୁ ବାହାର କରିବା ପୁଲିସ୍‌ ପାଇଁ କାଠିକର ପାଠ ହୋଇଥିଲା। ଗ୍ୟାସ୍‌ କଟକ ସହାୟତାରେ କାର୍‌କୁ କାଟି ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରାସ୍ତା ଉପରେ ଦୀର୍ଘ ସମୟ ଗାଡ଼ି ପଡ଼ିଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।

  • ଉଲ୍ଲକାପିଣ୍ଡରୁ ଏଲିଏନ ଟେକ୍ନୋନୋଲଜି ସମ୍ଭାବନା ଦର୍ଶାଇଲା ହାର୍ୱର୍ଡ

    ଉଲ୍ଲକାପିଣ୍ଡରୁ ଏଲିଏନ ଟେକ୍ନୋନୋଲଜି ସମ୍ଭାବନା ଦର୍ଶାଇଲା ହାର୍ୱର୍ଡ

    ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବ ଅଛନ୍ତି କି- ଏହାକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା ରତ ବୈଜ୍ଞାନିକ। କେତେବେଳେ ଅନୁସନ୍ଧାନରୁ କିଛି ଗବେଷକ ହଁ କହୁଥିବା ବେଳେ କିଛି ଏହାକୁ ପ୍ରତ୍ୟାକ୍ଷାନ କରିଦିଅନ୍ତି। କେତେବେଳେ ପୁଣି ଆକାଶରେ ଉଡନ୍ତା ଥାଳି ଦେଖା ଦେବା ନେଇ ଦାବି କରାଯାଏ ଓ ପୁଣି ଏଲିଏନ ପ୍ରସଙ୍ଗ ଉଜ୍ଜିବିତ ହୋଇଥାଏ। ବର୍ତ୍ତମାନ ପୁଣି ଏଲିଏନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

    ହାର୍ଭାର୍ଡ ପ୍ରଫେସର ଆଭି ଲୋବ ଏଲିଏନ ଥିବାର କରିଛନ୍ତି ଦାବି। ୨୦୧୪ରେ ପାପୁଆ ନ୍ୟୁ ଗିନି ଉପକୂଳରେ ଖସିପଡିଥିବା ଏଲିଏନ ଟେକ୍ନୋଲୋଜି ଖୋଜି ପାଇବାରେ ସଫଳ ହୋଇଥିବା କହିଛନ୍ତି। ସିବିଏସ୍ଇ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ,ପ୍ରଫେସର ଆଭି ଲୋଏବ ଓ ତାଙ୍କ ଟିମ୍ ଅଧ୍ୟୟନ ପାଇଁ ହାର୍ଭାର୍ଡକୁ ସେହି ଉଲକାପିଣ୍ଡ ଆଣିଥିଲେ। ଅଧ୍ୟୟନ ପରେ ୟୁଏସ୍ ସ୍ପେସ୍ କମାଣ୍ଡ ତାହା ଦ୍ୱିତୀୟ ସୌର ସିଷ୍ଟମର ହୋଇଥିବା ସମ୍ଭାବନା ୯୯.୯୯ ପ୍ରତିଶତ ଥିବା କହିଛନ୍ତି।

    ଅଧ୍ୟୟନ କରିବାକୁ ସରକାର ଆଭି ଲୋବଙ୍କୁ ଅନୁମତି ଦେଇଥିଲେ। ଆଭି ଲୋବ କହିଛନ୍ତି ଯେ ପ୍ରାୟ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଫାୟାରବଲ୍ ପଡିଥିଲା ଓ ସରକାରଙ୍କ ପ୍ରତିରକ୍ଷା ବିଭାଗ ଏହାକୁ ଚିହ୍ନଟ କରିଥିଲା। ଏହା ଏକ ବହୁତ ବଡ କ୍ଷେତ୍ର, ପ୍ରାୟ ବୋଷ୍ଟନର ଆକାର। ତେଣୁ ଆମେ ଏହାକୁ ସଂକୀର୍ଣ୍ଣ କରିବାକୁ ଚାହିଁଥିଲୁ | ବିସ୍ଫୋରଣ ଏବଂ ବିସ୍ଫୋରଣର ଆଲୋକ ମଧ୍ୟରେ ଥିବା ସମୟ ଏବଂ ବିସ୍ଫୋରଣ ତରଙ୍ଗର ପହଞ୍ଚିବା ବିଳମ୍ବକୁ ଆଧାର କରି ଆମେ ପୃଥିବୀରୁ ଅଗ୍ନି ବଲର ଦୂରତା ଅନୁମାନ କରିଛୁ |

    ୟୁଏସ୍ ଟୁଡେ ଅନୁଯାୟୀ, ପ୍ରଫେସର ଆଭି ଲୋଏବଙ୍କ ଦଳ ଦ୍ୱାରା ଆବିଷ୍କୃତ ହୋଇଥିବା ଖଣ୍ଡଗୁଡ଼ିକ ବାସ୍କେଟବଲ ଆକାରର ଉଲ୍ଲକାପିଣ୍ଡ। ୨୦୧୪ ମସିହାରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ପଶ୍ଚିମ ପ୍ରଶାନ୍ତ ମହାସାଗରରେ ପଡିଥିଲା। ଲୋବ କହିଛନ୍ତି ଯେ ସୌର ପ୍ରଣାଳୀ ବାହାରେ ଉତ୍ପନ୍ନ ହେଉଥିବା ଉଲକାପିଣ୍ଡର ଗତି ସୂର୍ଯ୍ୟ ଚାରିପାଖରେ ଥିବା ସମସ୍ତ ତାରାଙ୍କ ତୁଳନାରେ ଦୁଇଗୁଣ ଦ୍ରୁତ ଅଟେ। ବ୍ୟାଖ୍ୟା କରିବାବେଳେ ପ୍ରଫେସର ଆଭି ଲୋଏବ ଏହା କହିଥିଲେ ଯେ, ଆମେ ଦଶଟି ସେଲ ପାଇଥିଲୁ। ଏଗୁଡ଼ିକ ପ୍ରାୟ ଉପଯୁକ୍ତ କ୍ଷେତ୍ର ବା ଧାତବ ପଥର। ଯେତେବେଳେ ତୁମେ ସେମାନଙ୍କୁ ମାଇକ୍ରୋସ୍କୋପ୍ ତଳେ ଦେଖିବ, ସେଗୁଡ଼ିକ ବହୁତ ଭିନ୍ନ ଦେଖାଯାଏ। ସେଗୁଡ଼ିକ ସୁବର୍ଣ୍ଣ, ନୀଳ ଏବଂ ବାଦାମୀ ରଙ୍ଗର, ସେମାନଙ୍କ ମଧ୍ୟରୁ କେତେକ ପୃଥିବୀର କ୍ଷୁଦ୍ର ଆକାର ସଦୃଶ ଦେଖାଯାଏ |

  • ଚଳିତ ବର୍ଷା ଉଜ୍ଜିବିତ କରିଛି କେଦାରନାଥ ଟ୍ରାଜେଡିକୁ

    ଚଳିତ ବର୍ଷା ଉଜ୍ଜିବିତ କରିଛି କେଦାରନାଥ ଟ୍ରାଜେଡିକୁ

    ଚଳିତ ବର୍ଷା ପୁଣି ଉଜ୍ଜିବିତ କରିଛି କେଦାରନାଥ ଟ୍ରାଜେଡି। ୧୦ ବର୍ଷ ପୂର୍ବେ କଦାରନାଥ ଦୁର୍ବିପାକ ସମୟରେ ଏମିତି ବାଦଲ ଫଟା ବର୍ଷା ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସମାନ ସ୍ଥିତି ହିମାଚଳ ଆକାଶରେ। ଭୟ ଓ ଆତଙ୍କରେ ଏହି ପାହାଡି ରାଜ୍ୟର ଜନତା। କେଉଁଠି ପୋଲ ଭାସି ଗଲାଣି ତ ପୁଣି କେଉଁଠି ଧୋଇଗଲାଣି ରାସ୍ତା, ଅବା ପୁଣି କେଉଁଠି ପାହାଡରୁ ଖସୁଛି ପଥର ବା ବହୁତଳ କୋଠାକୁ ବୋହି ନେଉଛି ଭୟଙ୍କର ପାଣି ସୁଅ। ତା ଉପରେ ପୁଣି ଭୂସ୍ଖଳନ ସାଜିଛି ଦାଉ। ଶନିବାରଠାରୁ ଆକାଶରୁ ଅନବରତ ବର୍ଷୁଛି ମୁଷଳ ଧାରା। ତଳେ ଛୁଟିଛି ପାଣିର ପ୍ରଖର ସୁଅ।ଯାହା ବେହାଲ କଲାଣି ଏହି ପାହାଡି ରାଜ୍ୟକୁ। ମଣ୍ଡି, ପଞ୍ଚକୁଲା, ଚାମ୍ବା, କୁଲ୍ଲୁ, ମନାଲି ପରି ସ୍ଥାନରେ ବନ୍ୟା ସ୍ରୋତ ପ୍ରଖର ବେଗରେ ବହିଚାଲିବା ସହ ବୋହି ନେଉଛି ଘରବାଡି, ଗାଡି।

    ବ୍ୟାସ, ପାର୍ବତୀ, ସତଲେଜ ନଦୀ ଜଳରେ ପ୍ଲାବିତ ରାଜ୍ୟର ଅଧିକାଂଶ ସ୍ଥାନ। ରାଜ୍ୟରେ ତିନୋଟି ପୃଥକ ଭୂସ୍ଖଳନରେ ଗଲାଣି ୫ ଜୀବନ। ଚାମ୍ବା, କାଙ୍ଗର, ମଣ୍ଡି, ଉନା, ହମିରପୁର, ବିଲାସପୁର ଜିଲ୍ଲାରେ ସ୍ଥିତି ନକହିବା ଭଲ। ରବିବାର ମଣ୍ଡିରେ ହୋଇଥିବା ଭୂସ୍ଖଳନ ପରେ ଚଣ୍ଡିଗଡ-ମନାଲି ରାଜପଥର କିଛି ଅଂଶ ଧୋଇଯାଇଛି। ଶିମଲା ଜିଲ୍ଲାର କୋଟଗଡ ଅଞ୍ଚଳରେ ଭୂସ୍ଖଳନ ହେତୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ପରିବାରର ତିନିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ କୁଲୁ ଏବଂ ଚାମ୍ବା ଜିଲ୍ଲାରୁ ପ୍ରତ୍ୟେକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ହିମାଚଳ ପ୍ରଦେଶର ଲାହୁଲ ଏବଂ ସ୍ପିଟିରେ ଚନ୍ଦ୍ରତଲରେ ପ୍ରାୟ ୨୦୦ ଲୋକ ପାଣି ଘେରରେ ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଏସଡିଆରଫଏ ଟିମ। ବ୍ୟାସ ନଦୀରେ ଜଳସ୍ତର ବୃଦ୍ଧି ହେତୁ ଚଣ୍ଡିଗଡ଼-ମନାଲି ରାଜପଥର ଏକ ଅଂଶ ଧୋଇ ହୋଇଯାଇଛି। ମନାଲିରେ ଦୋକାନଗୁଡିକ ଧୋଇ ଯାଇଥିବା ବେଳେ କୁଲୁ, କନ୍ନୋର ଏବଂ ଚାମ୍ବାରେ ଡ୍ରେନ ପାଣି ଭରିବା ସହ ପ୍ରଖର ସୁଅରେ ଗାଡି ସବୁ ଭାସି ଯିବାର ଦୃଶ୍ୟ ସାମ୍ନାକୁ ଆସିଛି। ମଣ୍ଡି ଜିଲ୍ଲାରେ ନଦୀ କୂଳରେ ଥିବା ଏକ ବହୁତଳ କୋଠା ନଦୀର ପ୍ରଖର ସୁଅ ମାଡରେ ଖସି ପଡିଥି ତାସ ଘର ପରି।

    ଏପରି ସ୍ଥିତିକୁ ନେଇ ରାଜ୍ୟ ଦେଇ ଯାତାଯାତ କରୁଥିବା ୧୭ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୨ଟିର ରୁଡ ପରିବର୍ତ୍ତନ କରାଯାଇଛି। ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଜୁଲାଇ ୧୦ଓ୧୧ ପାଇଁ ବନ୍ଦ କରି ଦେଇଛନ୍ତି। ରାଜ୍ୟର ତିନୋଟି ଜାତୀୟ ରାଜପଥ ସମେତ ୭୦୦ରୁ ଅଧିକ ରାସ୍ତା ବନ୍ଦ ପଡିଛି। ଭାରି ବର୍ଷା କାରଣରୁ ବିଦ୍ୟୁତ୍ ସରବରାହରେ ଦେଖାଦେଇଛି ବିଭ୍ରାଟ। ପ୍ରାୟ ୧୮୦୦ ପାୱାର ଟ୍ରାନ୍ସଫର୍ମର ବିଫଳ ହୋଇଛି।

    ତେବେ ଖାଲି ହିମାଚଳ ପ୍ରଦେଶ ନୁହେଁ ଏମିତି ସ୍ଥିତି ଦେଖାଦେଇଛି ଉତ୍ତରାଖଣ୍ଡ, ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶରେ। ଦେଶର ରାଜଧାନୀରେ ରବିବାର ହୋଇଥିବା ବର୍ଷା ୪୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ରାସ୍ତା ଘାଟ ସବୁ ଜଳମୟ। ସେପଟେ ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଗୁଲାର ନିକଟରେ ଭୂସ୍ଖଳନ ହେତୁ ଏକ ଜିପ୍ ନଦୀରେ ଖସିପଡିଥିଲା ଗଙ୍ଗା ନଦୀକୁ। ସତେବେଳେ ଜିପରେ ୧୧ ଜଣ ଥିଲେ। ସମସ୍ତେ ନଦୀ ଜଳରେ ଭାସିଯାଇଥିଲେ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଦ୍ୱାରା ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଓ ବାକି ତିନିଜଣଙ୍କ ସନ୍ଧାନ ଜାରି ରହିଛି। ସେପଟେ ପାଣିପାଗ ବିଭାଗ ହିମାଚଳ ପ୍ରଦେଶକୁ ରେଡ ଆଲର୍ଟ ଜାରି କରିଥିବା ବେଳେ ଦିଲ୍ଲୀ, ପଞ୍ଜାବ, ଉତ୍ତରାଖଣ୍ଡ ପାଇଁ ଜାରି କରିଛି ଅରେଞ୍ଜ ୱାର୍ନିଂ।

  • ଏହି ଦେଶରେ ନାହିଁ ଗୋଟିଏ ବି ଟ୍ରାଫିକ୍ ଲାଇଟ

    ଏହି ଦେଶରେ ନାହିଁ ଗୋଟିଏ ବି ଟ୍ରାଫିକ୍ ଲାଇଟ

    ଯାତାୟତକୁ ସରଳ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା କରିବା ଏକ ସାଧାରଣ କଥା । ଟ୍ରାଫିକ୍ ଲାଇଟ ସିଗନାଲ ଦ୍ବାରା ଗାଡି ଚାଳକ କେତେବେଳେ ଆଗକୁ ବଢିବେ ଆଉ କେତେବେଳେ ଅଟକିବେ ତାହା ଜାଣିପାରନ୍ତି । ଯେଉଁଥିପାଇଁ ରାସ୍ତାରେ ସେମିତି ବିଶେଷ ଜାମ୍ ହୁଏନାହିଁ । ଯଦି କୌଣସି କରଣରୁ ଟ୍ରାଫିକ ସିଗନାଲ କାମ କରିବା ବନ୍ଦ କରିଦେବ ତାହେଲେ, ଅନେକ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ତେଣୁ ପ୍ରାୟ ସବୁ ଦେଶରେ ସୁନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ହେଲେ ଏମିତି ଗୋଟିଏ ଦେଶ ଅଛି ଯାହାର ଜମା ଟ୍ରାଫିକ ଲାଇଟ ନାହିଁ । ଆଉ ସେହି ଦେଶଟି ମଧ୍ୟ ଭାରତର ପୋଡୋଶୀ ।

    ଆମେ ଭାରତର ପଡୋଶୀ ତଥା ବନ୍ଧୁ ରାଷ୍ଟ୍ର ଭୁଟାନ ବିଷୟରେ କହୁଛୁ । ଦକ୍ଷିଣ ପୂର୍ବ ଏସିଆର ହିମାଳୟର କୋଳରେ ଅବସ୍ଥିତ ଏହି ସୁନ୍ଦର ଦେଶ ହାପି ଇଣ୍ଡେକ୍ସରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଦେଶରେ ଏପରି ଅନେକ ରୋଚକ ଜିନିଷ ଅଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହା ଦୁନିଆର ସବୁଠୁ ସବୁଜ ଦେଶ । ଏହି ଦେଶରେ ଇଣ୍ଡଷ୍ଟ୍ରୀ ଏବଂ ଯାନବାହାନ ସଂଖ୍ୟା ବହୁତ କମ୍ ରଖାଯାଇଛି, ଯେଉଁଥିପାଇଁ ସେଠାରେ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ବହୁତ କମ୍ ରହିଛି । ଭୁଟାନରେ ଯେତିକି କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୁଏ ତାଠାରୁ ଅଧିକ ଅମ୍ଳଜାନ ନିର୍ଗତ ହୁଏ ।

    ଭୁଟାନରେ ଏକ ମଜାଦାର ବିଷୟ ହେଉଛି ଟ୍ରାଫିକ୍ ଲାଇଟ୍ । ସେଠାରେ କୌଣସି ଟ୍ରାଫିକ୍ ସିଗନାଲ୍ ସ୍ଥାପିତ ହୋଇନାହିଁ । ଏହାର ଗୋଟିଏ ନୁହେଁ ଅନେକ କାରଣ ରହିଛି । ବାସ୍ତବରେ ପର୍ଯ୍ୟାବରଣର ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ଯାନବାହାନର ସଂଖ୍ୟା ସୁଚିନ୍ତିତ ଭାବେ ସୀମିତ ରଖାଯାଇଛି । ଦ୍ୱିତୀୟତ କାରଣଟି ହେଉଛି, ସେଠାରେ ସଡ଼କ ଗୁଡ଼ିକର ନେଟୱାର୍କ ଏମିତି ଭାବରେ କରାଯାଇଛି ଯେ, ଯେଉଁଥିରେ ଛକ ସ୍ଥାନ ଗୁଡିକରେ ଟ୍ରାଫିକ ଲାଇଟର ଆବଶ୍ୟକତା ପଡିନଥିାଏ ।

    ଭୁଟାନର ମଣିଷ ଏବଂ ପଶୁ-ପକ୍ଷୀଙ୍କ ମଧ୍ୟରେ ଏତେ ନିବିଡ ପ୍ରେମ ରହିଛି ଯେ, ପଶୁ-ପକ୍ଷୀ ମାନେ ସହଜରେ ରାସ୍ତାରେ ବୁଲୁଥିବାର ଦେଖାଯାଏ । ସେଠାରେ ଗାଇ, ମହିଁଷ ଓ ମେଣ୍ଢା-ଛେଳି ରାସ୍ତାରେ ଆନନ୍ଦରେ ଚରନ୍ତି । ଏହି କାରଣରୁ ଯାନବାହାନର ଗତି ସେଠାରେ ମନ୍ଥର ରହିଥାଏ । ପ୍ରତ୍ୟେକ ଛକ ଏବଂ ପ୍ରମୁଖ ରାସ୍ତାରେ ଟ୍ରାଫିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ଯେଉଁମାନେ କୌଣସି ଡ୍ରାଇଭର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି କି ନାହିଁ ତାହା ସ୍ଥିର କରନ୍ତି ।

    ଯେହେତୁ ଭୁଟାନରେ ଟ୍ରାଫିକ୍ ଲାଇଟ୍ ନାହିଁ ଏବଂ ସଡ଼କର ନେଟୱାର୍କ ଉତ୍କୃଷ୍ଟ କରାଯାଇଛି ତେଣୁ, ସେଠାରେ ଟ୍ରାଫିକ୍ ଜାମର କୌଣସି ଅସୁବିଧା ହୁଏନାହିଁ । ତେଣୁ, ଯେତେବେଳେ ବି ବିଦେଶୀ ପର୍ଯ୍ୟଟକ ଭୁଟାନ ପରିଦର୍ଶନ କରିବାକୁ ଆସନ୍ତି, ସେଠାକାର ସୌନ୍ଦର୍ଯ୍ୟ ଏବଂ ଟ୍ରାଫିକ ପରିଚାଳନା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହି ମ୍ୟାନେଜମେଣ୍ଟର କମାଲ ପାଇଁ ଭୁଟାନକୁ ବିଶ୍ୱର ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ ମଧ୍ୟ କୁହାଯାଏ । ସେଠାରେ ଯାନବାହାନର ଶବ୍ଦ ପ୍ରଦ୍ୟୁଷଣ କମ୍ ହୋଇଥାଏ ।

  • ଦୁନିଆର ଏହି ତିନି ଜଣଙ୍କର ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଆବଶ୍ୟକ ପଡେନାହିଁ

    ଦୁନିଆର ଏହି ତିନି ଜଣଙ୍କର ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଆବଶ୍ୟକ ପଡେନାହିଁ

    ଆପଣ ଯେତେବେଳେ ନିଜ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି ଆପଣଙ୍କୁ ପାସପୋର୍ଟ ନିହାତି ଆବଶ୍ୟକ ପଡେ । ନହେଲେ ଆପଣ କୌଣସି ଦେଶରେ ପାଦ ରଖିପାରିବେ ନାହିଁ । ହେଲେ ଆପଣ ଜାଣିଛନ୍ତି କି ଦୁନିଆରେ ଏମିତି 3 ଜଣ ରହିଛନ୍ତି ଯେଉଁମାନଙ୍କୁ କୌଣସି ପାସପୋର୍ଟ ଆବଶ୍ୟକ ପଡେନାହିଁ । ସେମାନେ ଚାହିଁଲେ ଦୁନିଆର ଯେକୌଣସି ଦେଶକୁ ଯାଇ ଭ୍ରମଣ କରିପାରିବେ । ଏଥିସହିତ ଆଉ ଏକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନରେ ଉଙ୍କି ମାରୁଥିବ ଯେ, ଯଦି କୌଣସି ରାଷ୍ଟ୍ରାଧ୍ୟକ୍ଷ କୌଣସି ଦେଶକୁ ଭିଜିଟରେ ଯାଆନ୍ତି, ତେବେ କଣ ତାର ବି ପାସପୋର୍ଟ ଆବଶ୍ୟକ ପଡେ । ଯଦି ଆବଶ୍ୟ ପଡେ ତେବେ ତାହା କେଉଁପ୍ରକାର ପାସପୋର୍ଟ । ଆଜି ସେସବୁ ବିଷୟରେ ଜାଣିବା ।

    ବାସ୍ତବରେ ବିନା ପାସପୋର୍ଟରେ ସବୁ ଦେଶ ଭ୍ରମଣ କରିପାରୁଥିବା ଏହି ତିନିଜଣ ହେଉଛନ୍ତି ବ୍ରିଟେନ ରାଜା, ଜାପାନର ରାଜା ଏବଂ ଜାପାନର ରାଣୀ । କୁହଯାଏ ଯେ ସେମାନଙ୍କୁ ବିଦେଶ ଯିବା ପାଇଁ ପାସପୋର୍ଟ ଆବଶ୍ୟ ପଡେ ନାହିଁ । ଯେତେବେଳେ ବ୍ରିଟେନ ରୟାଲ ଫ୍ୟାମିଲିର ଦାୟିତ୍ବ ରାଣୀ ଏଲିଜାବେଥଙ୍କ ପାଖରେ ଥିଲା ସେତେବେଳେ ତାଙ୍କ ପାଖରେ ଏହି ଅଧିକାର ଥିଲା । ଏବେ ଚାର୍ଲ୍ସ ରାଜା ଥିବାରୁ ତାଙ୍କୁ ସେ ଅଧିକାର ମିଳିଗଲା । ସେହିପରି ଜାପାନର ରାଜା ଆଉ ରାଣୀଙ୍କ ପାଖରେ ଏହି ଅଧିକାର ରହିଛି । ସେମାନେ ଚାହିଁଲେ ଯେକୌଣସି ଦେଶକୁ ବିନା ପାସପୋର୍ଟରେ ଯାଇପାରିବେ ।

    ପ୍ରତ୍ୟକ ଦେଶର ରାଷ୍ଟ୍ରମୁଖ୍ୟ ତଥା କିଛି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ପାଇଁ ପାସପୋର୍ଟ ଆବଶ୍ୟକ ପଡିଥାଏ । ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ମଧ୍ୟ ସେମାନଙ୍କ ପାଇଁ ବିଶେଷ ଧରଣର ସବିଧା ସୁଯୋଗ କରାଯାଏ । ଏଥିସହିତ କିଛି ଖାସ ଲୋକଙ୍କ ପାଖରେ କୁଟନୈତିକ ପାସପୋର୍ଟ ରହିଥାଏ । ସେମାନଙ୍କ ପାଇଁ ପ୍ରୋଟୋକଲ ଫଲୋ କରାଯାଏ ।

  • ସ୍କୁଲ ଶିକ୍ଷା କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ

    ସ୍କୁଲ ଶିକ୍ଷା କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ

    ସ୍କୁଲ ଶିକ୍ଷା କ୍ଷେତ୍ରରେ ରାଜ୍ୟର ନୈରାଶ୍ୟଜନକ ପ୍ରଦର୍ଶନ। ୧୦ରୁ ୨୪କୁ ଖସିଲା ରାଜ୍ୟର ରାଙ୍କି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରୁ ସାମ୍ନାକୁ ଆସିଲା ତଥ୍ୟ। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶାର ସ୍ଥାନ ଥିଲା ୧୦।

    ଦେଶବ୍ୟାପୀ ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ ହୋଇଥିବା ସର୍ଭେରେ ଓଡ଼ିଶା ପଛରେ ପଡିଯାଇଛି। ଦୁଇ ବର୍ଷ ଭିତରେ ସ୍କୁଲ ଶିକ୍ଷାରେ ଓଡ଼ିଶାର ଏପରି ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକଟ କଲେଣି ଶିକ୍ଷାବିତ। ରାଜ୍ୟର ମୋଟ ୩୦ ଜିଲ୍ଲା ଭିତରୁ ୮ ଜିଲ୍ଲାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟପୂର୍ଣ୍ଣ ରହିଥିବା ପିଜିଇ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

    ପିଜିଇ ତାଲିକାରେ ଗତ ଶିକ୍ଷା ବର୍ଷରେ ରାଜ୍ୟ ଦଶମ ସ୍ଥାନରୁ ଖସି ୨୪ସ୍ଥାନରେ ପହଞ୍ଚିଛି। ଏଥିରେ ଜଗତସିଂହପୁର, କଟକ, ଭଦ୍ରକ, ଗଂଜାମ, ପୁରୀ ଓ ଖୋର୍ଦ୍ଧାର ପ୍ରଦର୍ଶନ ସନ୍ତୋଷଜନକ ଥିବା ବେଳେ ୨୨ଟି ଜିଲ୍ଲାର ଗ୍ରେଡ୍ ଉତ୍ତମ ରହିଛି। ଏହି ତାଲିକାର ରାଜ୍ୟର ରାୟଗଡ଼ା ଓ କୋରାପୁଟର ଜିଲ୍ଳାର ଗ୍ରେଡ୍ ସବୁଠାରୁ ଖରାପ ରହିଛି। ରାଜ୍ୟ ସରକାର ୫ଟି ଅନ୍ତର୍ଗତ ରାଜ୍ୟର ସ୍କୁଲ ଗୁଡିକୁ ବିକଶିତ କରିଥିବା ଓ ସ୍କୁଲ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ରିପୋର୍ଟ ସରକାର ପାଇଁ ଅଡୁଆ ହୋଇଛି। ଏହାକୁ ନେଇ ବିରୋଧୀ ସରକାରକୁ ଘେରିବାକୁ ଅଣ୍ଟାଭିଡିଲେଣି।

    ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଏହି ରିପୋର୍ଟକୁ ନେଇ ସରକାରକୁ ଆକ୍ରମଣ କରିଛନ୍ତି। ସାମନ୍ତସିଂହାର କହିଛନ୍ତି କି, ଏହା ରାଜ୍ୟ ସରକାରଙ୍କ ପାଇଁ ଆଇନା। ଏହି ସରକାର ଶାସନ ନୁହେଁ, କ୍ଷମତା ଲୋଭରେ ରହୁଛି। ୫ଟି ଟ୍ରାନ୍‌ସଫରମେସନ୍‌ କେବଳ ଜଣେ ବ୍ୟକ୍ତିଗତ ସହାୟକଙ୍କୁ ନେତା କରିବା ପାଇଁ କରାଯାଇଛି। ସ୍କୁଲର ଭିତ୍ତିଭୂମି ଠିକ୍ ନାହିଁ । ଶିକ୍ଷକ ନାହାନ୍ତି। ପାଇଖାନା ନାହିଁ । କେବଳ ସବୁଜ ରଙ୍ଗ ଦେଇ ୫ଟି ବ୍ୟବସ୍ଥା ଆଣି ସଚିବଙ୍କୁ ନେତା କରିବାକୁ ଖାଲି ନିଆଯାଉଛି ପଦକ୍ଷେପ ବୋଲି ଅଭିଯୋଗ ଆଣିଛନ୍ତି ସାମନ୍ତସିଂହାର।

    ଅନ୍ୟପକ୍ଷରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ରାଜ୍ୟରେ ଶିକ୍ଷାର ମାନ କମି ନାହିଁ। ସ୍କୁଲ ଶିକ୍ଷା ଲାଗି କେନ୍ଦ୍ର ସରକାର ଏବଂ ତାଙ୍କର ଅନୁଶୀଳନ ସଂସ୍ଥା ପ୍ରଶଂସା କରିଛନ୍ତି। ଫାଇଭ ଟି’ ଅଧୀନରେ ରାଜ୍ୟରେ ସ୍କୁଲରେ ଡିଜିଟାଲ ପ୍ରୟୋଗ ଏବଂ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। କେଉଁ ଦିଗକୁ ନେଇ ସେମାନେ ମୂଲ୍ୟାୟନ କରିଛନ୍ତି, ତାହାକୁ ଦେଖିବାକୁ ପଡ଼ିବ। ସେ ଆଗକୁ ଆହୁରି କହିଛନ୍ତି, ରାଜ୍ୟରେ ଶିକ୍ଷାର ମାନ କମିବା କଥା ଗାଁ ଗହଳି ଲୋକଙ୍କୁ ପଚାରନ୍ତୁ। ସ୍କୁଲ କମିଟିକୁ ପଚାରନ୍ତୁ। ଶିକ୍ଷକ ସମାଜ, ଅଭଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ପଚାରିଲେ ଉତ୍ତର ପାଇଯିବେ। ସମସ୍ତେ ଖୁସି ଗାଁ ସ୍କୁଲରେ ସହରୀ ସୁବିଧା ଉପଲବ୍ଧ ହେଉଛି।