Category: ଦେଶ-ବିଦେଶ

  • କୋଣାର୍କ ଚକ୍ର ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶ୍ୱଅତିଥିଙ୍କୁ ସ୍ଵାଗତ-କରମର୍ଦ୍ଦନ

    କୋଣାର୍କ ଚକ୍ର ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶ୍ୱଅତିଥିଙ୍କୁ ସ୍ଵାଗତ-କରମର୍ଦ୍ଦନ

    ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବର ବିଭିନ୍ନ ଦେଶର ନେତାମାନଙ୍କୁ ସ୍ବାଗତ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମୈଦାନରେ ନିର୍ମିତ ‘ଭାରତ ମଣ୍ଡପମ୍‌’ରେ ଉପସ୍ଥିତ ରହି ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ଥିବା ପୃଷ୍ଠଭୂମି ସମ୍ମୁଖରେ ସ୍ବାଗତ କରିବା ସହିତ କରମର୍ଦ୍ଦନ କରିଛନ୍ତି। ଏହି ଅବସରରେ, ‘ଏକ୍ସ୍‌’ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି: ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଜି୨୦’ର ୧୮ଶ ଶିଖର ସମ୍ମିଳନୀକୁ ‘ଜି୨୦’ ରାଷ୍ଟ୍ରର ପ୍ରତିନିଧି ଦଳର ମୁଖ୍ୟ, ଅତିଥି ରାଷ୍ଟ୍ର ଓ ଅଂଶଗ୍ରହଣକାରୀ ଆନ୍ତର୍ଜାତିକ ସଙ୍ଗଠନମାନଙ୍କୁ ହାର୍ଦ୍ଦିକ ସ୍ବାଗତ। ଭାରତର ‘ଜି୨୦’ ଅଧ୍ୟକ୍ଷତାର ଭାବଧାରା ହେଉଛି ‘ବସୁଧୈବ କୁଟୁମ୍ବକମ୍’। ଦୀର୍ଘସ୍ଥାୟୀ, ସାମଗ୍ରିକ ଓ ମାନବକେନ୍ଦ୍ରିକ ବିକାଶର ବୈଶ୍ବିକ ମାର୍ଗ ହେଉଛି ଏକ ବିଶ୍ବ, ଏକ ପରିବାର ଓ ଏକ ଭବିଷ୍ୟତ। ଏହି ବିଚାରଧାରାକୁ ହୃଦୟଙ୍ଗମ କରିବା ଉଦ୍ୟମରେ ‘ଜି୨୦’ ଶିଖର ସମ୍ମିଳନୀର ଅଂଶଗ୍ରହଣକାରୀମାନେ ସଫଳ ହେବେ ବୋଲି ଆଶା। ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି: ‘ଜି୨୦’ ସ୍ବାଗତ-କରମର୍ଦ୍ଦନସ୍ଥଳରେ ଓଡ଼ିଶାର ଚିର ବିସ୍ମୟ କୋଣାର୍କ ଚକ୍ର। ସମଗ୍ର ଭାରତବାସୀ ଓ ବିଶେଷକରି ମୋ ଓଡ଼ିଶାର ଭାଇଭଉଣୀଙ୍କ ପାଇଁ ଅତି ଗୌରବର ମୁହୂର୍ତ୍ତ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳ ୯.୩୦ରୁ ୧୦.୩୦ ମଧ୍ୟରେ ନେତା ଓ ପ୍ରତିନିଧିମାନେ ‘ଭାରତ ମଣ୍ଡପମ୍’ରେ ପହଞ୍ଚି,ତା’ପରେ ‘ଟ୍ରି ଅଫ୍‌ଲାଇଫ୍‌ ଫର୍‌ ଫୟର୍‌’ରେ ପ୍ରଧାନମନ୍ତ୍ରୀଙ୍କ ସହିତ ସ୍ବାଗତକାଳୀନ ଫଟୋ ଉତ୍ତୋଳନ କରିବେ। ଏବଂ ତା’ପରେ ‘ସଭିଏଁ ଲାଉଞ୍ଜ୍‌ ଲେଭଲ୍‌୨’ ସମବେତ ହେବେ।

  • ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଗିରଫ

    ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଗିରଫ

    ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ‘ସିଆଇଡି’ ଆଜି ପ୍ରତ୍ୟୁଷରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ନନ୍ଦୟାଲାରେ ଗିରଫ କରିଛି । ଦକ୍ଷତା ବିକାଶ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏଥିପାଇଁ ‘କ୍ରିମିନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଡିପାର୍ଟମେଣ୍ଟ୍‌’ (ସିଆଇଡି) ବାବୁଙ୍କ ନିକଟକୁ ଗିରଫ ପର୍‌ୱାନା ପଠାଇଥିଲା। ଗତରାତି ପ୍ରାୟ ୩ଟା ବେଳେ ନନ୍ଦୟାଲା ରେଞ୍ଜ୍‌ର ‘ଡିଆଇଜି’ ରଘୁରାମି ରେଡ୍ଡୀଙ୍କ ନେତୃତ୍ବରେ ବହୁସଂଖ୍ୟକ ପୁଲିସ ଓ ‘ସିଆଇଡି’ ‘ଆର୍‌. କେ. ଫଙ୍କ୍‌ସନ୍‌ ହଲ୍‌’ରେ ପଡ଼ିଥିବା ନାଇଡୁଙ୍କ କ୍ୟାମ୍ପ୍‌ରେ ଚଢ଼ଉ କରିଥିଲେ। ୨୦୨୧ ମସିହା ଡିସେମ୍ବର ୯ ତାରିଖରେ ଆନ୍ଧ୍ର ସିଆଇଡି ଏ ନେଇ ଏକ ମାମଲା ରୁଜୁ କରିଥିଲା । ଏଥିରେ ୨୫ ଜଣ ଅଭିଯୁକ୍ତ ଥିଲେ । ତଦନ୍ତ ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି । କୁର୍ନୁଲର ଡିଆଇଜି ରଘୁରାମ ରେଡ୍ଡୀ ଚନ୍ଦ୍ରବାବୁଙ୍କୁ ଆନ୍ଧ୍ର ସିଆଇଡି ଆଇପିସି ଧାରା ୧୨୦ ଖ, ୧୬୬,୧୬୭, ୪୧୮, ୪୨୦, ୪୬୮, ୪୬୫, ୪୭୧, ୪୦୯, ୨୦୧, ୧୦୯ ସହ ଦୁର୍ନୀତିର ଅନ୍ୟଧାରାରେ ତାଙ୍କୁ ଗିରଫ କରିଛି । ‘ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ’ ଦୁର୍ନୀତିରେ ସେ ହେଉଛନ୍ତି ପ୍ରଥମ ଅଭିଯୁକ୍ତ। ଏ ସଂକ୍ରାନ୍ତରେ ଏକ ନୋଟିସ୍‌ ବି ତାଙ୍କୁ ଦିଆଗଲା। ତା’ପରେ ତାଙ୍କୁ ଗାଡ଼ିରେ ବସାଇ ବିଜୟୱାଡ଼ା ନିଆଯାଇଛି। ଜନସାଧାରଣଙ୍କ ଅର୍ଥ ‘ଲୁଟ୍‌’ କରିଛନ୍ତି ବୋଲି ଦୋଷାରୋପ କରି ଆନ୍ଧ୍ରପ୍ରଦେଶର ସାମାଜିକ ଜନକଲ୍ୟାଣ ମନ୍ତ୍ରୀ ମେରୁଗା ନାଗାର୍ଜୁନ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରି ଦାବି କରିଥିଲେ। ଏହା ଜାମିନ ନ ମିଳିବା ପରି ଅପରାଧ ହୋଇଥିବାରୁ ତାଙ୍କୁ ଜାମିନରେ ଛଡ଼ାଯାଇ ପାରିବ ନାହିଁ ବୋଲି ନୋଟିସ୍‌ରେ ଉଲ୍ଲେଖ ଅଛି। ଜାମିନ ପାଇଁ ଆମେ ହାଇକୋର୍ଟରେ ଆବେଦନ କରିବୁ ବୋଲି ତାଙ୍କ ଓକିଲ କହିଛନ୍ତି।

  • ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ, ୨୯୬ ମୃତ

    ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ, ୨୯୬ ମୃତ

    ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୨୯୬ଜଣ ଲୋକ ପ୍ରାଣ ହରାଇଥିବା କଥା ଆଜି ସକାଳେ ମୋରକୋର ଗୃହମନ୍ତ୍ରାଳୟ କହିଛି। ଏହାଛଡ଼ା, ଭୂମିକମ୍ପ ଯୋଗୁଁ ଆହତ ହୋଇଥିବା ୧୫୩ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି। ଭୂକମ୍ପରେ ବଡ଼ ବଡ଼ କୋଠା ଥରିବା ସହ ତାସର ଘର ପରି ଭୁଶୁଡ଼ି ପଡିଛି । ଭୟରେ ଲୋକେ ଭୟରେ ଘରୁ ବାହାରି ରାସ୍ତା ଉପରକୁ ପଳାଇ ଆସିଥିଲେ। ସୂଚନା ଅନୁସାରେ, ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ବାର୍‌ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅଧିକାଂଶ କ୍ଷୟକ୍ଷତି ସହର ଓ ନଗର ବାହାରେ ହୋଇଥିବା କଥା ମନ୍ତ୍ରାଳୟ ସୂଚନା ଦେଇଛି। କିନ୍ତୁ, କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସରକାରୀ କର୍ତ୍ତୃପକ୍ଷମାନେ ଏପର୍ଯ୍ୟନ୍ତ ଆକଳନ କରିପାରି ନାହାନ୍ତି। ତେବେ ଭୂକମ୍ପର ଭୟାବହତାକୁ ଲକ୍ଷ୍ୟ କଲେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ସମ୍ମାବନା ରହିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରେକର୍ଡ କରାଯାଇଛି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭରୀ ଦୁଃଖ ପ୍ରକାଶ କରିଛନ୍ତି । ମରକ୍କୋରେ ଭୂମିକମ୍ପଜନିତ ପ୍ରାଣହାନୀ ଯୋଗୁଁ ଖୁବ୍‌ ବ୍ୟଥିତ। ଏଭଳି ଦୁଃଖଦ ସମୟରେ ମୋରକୋବାସୀଙ୍କୁ ସହାନୁଭୂତି ଜଣାଉଛି। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ଦୁର୍ଦ୍ଦିନରେ ମୋରକୋକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ।

  • ମଙ୍ଗଳରେ ଅକ୍ସିଜେନ ତିଆରି କଲା ‘ନାସା’

    ମଙ୍ଗଳରେ ଅକ୍ସିଜେନ ତିଆରି କଲା ‘ନାସା’

    ଆମରେିକାର ସ୍ପେସ୍ ଏଜେନ୍ସି ନାସା ବୁଧବାର ଘୋଷଣା କରିଛି ଯେ ଏହାର ଅମ୍ଳଜାନ ଉତ୍ପାଦନକାରୀ ପରୀକ୍ଷଣ ଯାହା ର୍ପସଭେରୋନ୍ସ ରୋଭର ସହିତ ମିଶି ସଫଳତାର ସହ ମିଶନ ଶେଷ କରିଛି ଏବଂ ରେଡ ପ୍ଲାନେଟରେ ଅମ୍ଳଜାନ ସୃଷ୍ଟି କରିଛି। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ଦ୍ଵାରା ବିକଶିତ, MOXIE ନାମକ ଏକ ମାଇକ୍ରୋୱଭେ୍-ଚୁଲି ଆକାରର ଉପକରଣ (ମଙ୍ଗଳ ଅମ୍ଳଜାନ ଇନ୍-ସାଇଟୁ ଉତ୍ସ ଉପଯୋଗୀକରଣ ପରୀକ୍ଷଣ), ର୍ପର୍ସଭାନ୍ସ ରୋଭରରେ ୧୬ତମ ତଥା ଶେଷଥର ପାଇଁ ଅମ୍ଳଜାନ ସୃଷ୍ଟି କରିଛି ବୋଲି ନାସା ନିଜ ବ୍ଲଗରେ କହିଛି।

    MOXIE(ମଙ୍ଗଳ ଅମ୍ଳଜାନ ଇନ୍-ସିଟ୍ ରିସୋର୍ସ ୟୁଟିଲାଇଜସେନ୍ ଏକ୍ସପେରିମେଣ୍ଟ)କୁ ନାସାର ସ୍ଥିରତା ଚ୍ୟାସିରେ ୨୦୧୯ରେ ହ୍ରାସ କରାଯାଇଛି | ମିଶନ ସମୟରେ, MOXIE ୧୬ଥର ମାର୍ଟିଆନ୍ ବାୟୁମଣ୍ଡଳରୁ ଅମ୍ଳଜାନ ବାହାର କରିଥିଲା, ଯାହା ଭବିଷ୍ୟତର ମହାକାଶଚାରୀମାନେ ରକେଟ୍ ପ୍ରୋପେଲାଣ୍ଟ ତିଆରି କରିପାରନ୍ତି ଯାହା ପୃଥିବୀକୁ ଫେରେଇଆଣିବା ପାଇଁ ପରୀକ୍ଷଣ କରିବ ।

    ୨୦୨୧ ମସିହାରେ ମଙ୍ଗଳ ଗ୍ରହରେ ସଫଳ ଅବତରଣ କରିବା ପରଠାରୁ, MOXIE ସମୁଦାୟ ୧୨୨ ଗ୍ରାମ ଅମ୍ଳଜାନ ସୃଷ୍ଟି କରିଛି – ଯେତିକି ଏକ ଛୋଟ କୁକୁର ୧୦ଘଣ୍ଟା ମଧ୍ୟରେ ନିଶ୍ବାସ ପ୍ରଶ୍ବାସ ନେଇଥାଏ । MOXIE ଘଣ୍ଟାରେ ୧୨ ଗ୍ରାମ ଅମ୍ଳଜାନ ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା ।

    ସ୍ପେସ୍ ଏଜେନ୍ସି ଟୁଇଟ୍ କରି କହିଛି ଯେ ଟେକ୍ନିକ୍ ଡେମୋ ମାର୍ଟିଆନ୍ CO2କୁ ଅମ୍ଳଜାନରେ ପରିଣତ କରିବାରେ ସଫଳତାର ସହ ପରୀକ୍ଷଣ କରିଛି, ଯାହା ଭବିଷ୍ୟତରେ ମାନବ ମିଶନକୁ ମଙ୍ଗଳ ଗ୍ରହରେ ପଥ ପରିଷ୍କାର କରିବାରେ ସହାୟକ ହେବ।

  • ହିମାଞ୍ଚଳରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ କେବଳ ଲୋକଙ୍କ ମାଂସ ଖାଇବାଦ୍ୱାରା ହେଉଛି: ଆଇଆଇଟି ମଣ୍ଡି ନିର୍ଦେଶକ

    ହିମାଞ୍ଚଳରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ କେବଳ ଲୋକଙ୍କ ମାଂସ ଖାଇବାଦ୍ୱାରା ହେଉଛି: ଆଇଆଇଟି ମଣ୍ଡି ନିର୍ଦେଶକ

    ଆଇଆଇଟିର ଡାଇରେକ୍ଟର ଲକ୍ଷ୍ମୀଧର ବେହରା କହିଛନ୍ତି , ଯଦି ଆମେ ପଶୁଙ୍କୁ ହତ୍ୟା କରିବା ବନ୍ଦ ନକରିବା ତ ହିମାଚଳ ପ୍ରଦେଶର ପତନ ହୋଇଯିବ । ଆପଣ ପଶୁଙ୍କୁ କାଟୁଛନ୍ତି , ସେହି ପଶୁଙ୍କର ପରିବେଶ ସହ ସମ୍ୱନ୍ଧ ରହିଛି । ସେହି ସମ୍ୱନ୍ଧ ଆପଣଙ୍କୁ ଦେଖା ଯାଉ ନାହିଁ । ବାସ୍ତବରେ କଥାଟି ହେଉଛି ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବରେ ସବୁକିଛି ଧ୍ୱଂସବିଧ୍ୱଂସ ହୋଇ ଯାଇଥିଲା । ବର୍ଷା ଓ ଭୂସ୍ଫଳନରେ ଭୁଶୁଡ଼ି ପଡ଼ିଥିଲା ପାହାଡ଼ ଓ ଘର ଏହାର ଭିଡ଼ିଓ ଦେଖି ସାରାବିଶ୍ୱର ଲୋକେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖରେ ଭାଙ୍ଗି ପଡିଥିଲେ। ୨୩୮ରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲା । ଶ୍ରୀଯୁକ୍ତ ବେହେରା କହିଛନ୍ତି ହିମାଚଳରେ ଏହି ଧ୍ୱଂସ ଲୀଳ ମାଂସ ଖାଇବା ଯୋଗୁଁ ହୋଇଛି,ପଶୁଙ୍କ ଉପରେ କ୍ରୁର ଆଚରଣ ଯୋଗୁଁ ହିମାଚଳରେ ବାଦଲ ଫଟା ବର୍ଷା ହେଉଛି । ଏହାସହ ସେ ପିଲାଙ୍କୁ ମାଂସ ନଖାଇବାର ସଂକଳ୍ପ ନେବାକୁ କହିଛନ୍ତି । କେବଳ ଏତିକି ନୁହେଁ ,ଏହା ପୂର୍ବରୁ ମଧ୍ୟ ଲକ୍ଷ୍ମୀଧର ବେହରା ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ ଥିଲେ। ସେ ଗତବର୍ଷ କହିଥିଲେ କି ପବିତ୍ର ମନ୍ତ୍ରର ଜପ କରି ସେ ନିଜର ବନ୍ଧୁଙ୍କ ଘର ଓ ପରିବାରକୁ ଖରାପ ଆତ୍ମା ଠାରୁ ମୁକ୍ତି ଦେଇଥିଲେ । ଏବେ ପୁଣି ଥରେ ହିମାଚଳରେ ପ୍ରଳୟ ପଛରେ ମାଂସ ଖାଇବାକୁ ଦାୟୀ କହି ଲକ୍ଷ୍ମୀଧର ବେହରା ଆଲୋଚନାରେ ରହିଛନ୍ତି। 

  • ବିକ୍ରମ ଲ୍ୟାଣ୍ଡରକୁ ଠାବ କଲା ନାସା, ସମାଲୋଚକଙ୍କ ମୁହଁ ବନ୍ଦ

    ବିକ୍ରମ ଲ୍ୟାଣ୍ଡରକୁ ଠାବ କଲା ନାସା, ସମାଲୋଚକଙ୍କ ମୁହଁ ବନ୍ଦ

    ମହାକାଶରେ ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ବୈଜ୍ଞାନିକ ମାନଙ୍କର ଜ୍ଞାନ ଗାରିମା କାହାରୀକୁ ଅଛପା ନୁହେଁ କିନ୍ତୁ ଯେତେବେଳେ ଭାରତ କିଛି ବଡ଼ କରିବାର ଦାବିକରେ ସେତେବେଳେ ବିଦେଶରୁ ନୁହେଁ ଦେଶ ଭିତରୁ ହିଁ ବିରୋଧର ସ୍ବର ଶୁଣିବାକୁ ମିଳେ । ଆଉ ସେହିଭଳି ତଥାକଥିତ ବିରୋଧୀ ମାନଙ୍କ ଭିତରେ ଥା’ନ୍ତି କିଛି ସ୍ଵାର୍ଥନ୍ଵେଷୀ ରାଜନୈତିକ ନେତା ଆଉ ଆମର ଜ୍ଞାନ ଗାରିମାକୁ ତଳିଆ ଦେଖାଇବାକୁ ଚେଷ୍ଟା କରୁଥିବା କିଛି ଧର୍ମାନ୍ଧ । ସାରା ଦେଶ ଏବଂ ବିଶ୍ବ ଯେତେବେଳେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଉତଫୁଲିତ ହେଉଥିଲା, ଠିକ ସେହି ସମୟରେ କିଛି ଦେଶ ବିରୋଧୀ ତତ୍ଵ ଏହାକୁ ଆନିମେଟେଡ ଭିଡିଓ କହି ଖୁସିର ଏହି ରଙ୍ଗକୁ ଫିକା କରିବାକୁ ଚେଷ୍ଟା କରିଥିଲେ । କାରଣ କିଛି ଭାରତୀୟ ନେତା, ବୁଦ୍ଧିଜୀବୀ ଏବଂ ଦେଶ ବିରୋଧୀତତ୍ଵ ଦେଶର ବୈଜ୍ଞାନିକମାନଙ୍କ ଅପେକ୍ଷା ବିଦେଶୀ ବୈଜ୍ଞାନିକ ଓ ବିଦେଶୀ ଖବରକାଗଜ ସଂସ୍ଥା ଉପରେ ଅଧିକ ଭରସା କରିଥାନ୍ତି । ଏହାର ଉଦାହରଣ ‘ସର୍ଜିକାଲ ଷ୍ଟ୍ରାଇକ’ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ବାୟୁ ସେନା ଏବଂ ସ୍ଥଳ ସେନା ମୁଖ୍ୟଙ୍କ ପ୍ରେସ କନ୍ଫରେନ୍ସ ପରେ ମଧ୍ୟ ଭାରତୀୟ ସେନାର ଶୌର୍ଯ୍ୟ ଉପରେ ଉଠିଥିଲା ପ୍ରଶ୍ନ । ବର୍ତ୍ତମାନ, ଇସ୍ରୋର ବୈଜ୍ଞାନିକ ମାନଙ୍କର ସଫଳତାକୁ ସ୍ଵୀକାର କରିଛି ଆମେରିକାର ନାସା । ତେଣୁ ଯେଉଁ ସମାଲୋଚକ ମାନେ କହୁଥିଲେ ନାସା, ଇସ୍ରୋର ସଫଳତାକୁ ସ୍ଵୀକାର କରିନାହିଁ ସେମାନଙ୍କ ପାଇଁ ଏହା ଏକ ବଡ଼ ଝଟକା । ଟ୍ଵିଟରରେ ଏକ ଫଟୋ ପୋଷ୍ଟ କରି ନାସା କହିଛି ଯେ ତା’ର ଏଲ ଆର ଓ ଉପଗ୍ରହ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ଠାବ କରିଛି । ନାସା ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ ଚନ୍ଦ୍ରର ଦକ୍ଷିଣ ମେରୁର ୬୦୦ କିଲୋମିଟର ଦୂରରେ ବିକ୍ରମ ଲ୍ୟାଣ୍ଡ କରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଥିଲା ।

  • ଆରବିଆଇର ବଡ଼ ଘୋଷଣା: ଏଣିକି ୟୁପିଆଇରୁ ଚୁଟ୍‌କିରେ ମିିଳିବ ଲୋନ୍‌

    ଆରବିଆଇର ବଡ଼ ଘୋଷଣା: ଏଣିକି ୟୁପିଆଇରୁ ଚୁଟ୍‌କିରେ ମିିଳିବ ଲୋନ୍‌

    ଆପଣଙ୍କୁ ଆଉ ଋଣ ନେବାକୁ ଏଣିକି ବ୍ୟାଙ୍କକୁ ଯିବାକୁ କିମ୍ବା ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ କରିବାକୁ ପଡିବ ନାହିଁ। ଆପଣ ଋଣ ସୁବିଧା ନିଜ ୟୁପିଆଇ ମାଧ୍ୟମରେ ପାଇ ପାରିବେ। ଏଥିପାଇଁ ଆରବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶାବଳୀ ଦେଇଛି। ଆରବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଅର୍ଥାତ୍ ୟୁପିଆଇରେ ଗ୍ରାହକଙ୍କୁ ପୂର୍ବ-ମଞ୍ଜୁରୀପ୍ରାପ୍ତ ଋଣ ବା ପ୍ରି ଆପ୍ରୁୁଭ୍‌ ଲୋନ୍‌ ଦେବାକୁ ନିର୍ଦ୍ଦେଶ ଦେଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ବିବୃତ୍ତିରେ କହିଛି ଯେ, ବର୍ତ୍ତମାନ ସେଭିଂ ଆକାଉଣ୍ଟ, ଓଭରଡ୍ରାଫ୍ଟ ଆକାଉଣ୍ଟ, ପ୍ରିପେଡ୍ ୱାଲେଟ୍ ଏବଂ କ୍ରେଡିଟ୍ କାର୍ଡ ୟୁପିଆଇ ସହିତ ଲିଙ୍କ୍ ହୋଇପାରିବ। ବର୍ତ୍ତମାନ ଏହାର ପରିସରକୁ ଆହୁରି ବଢ଼ାଯିବ। ୟୁପିଆଇ ବର୍ତ୍ତମାନ କ୍ରେଡିଟ୍ ଲାଇନ୍ସକୁ ପାଣ୍ଠି ଆକାଉଣ୍ଟ୍ ଭାବରେ ଅନ୍ତର୍ଭୁକ୍ତ କରି ଏହାକୁ ସମ୍ପ୍ରସାରିତ କରାଯାଉଛି। ଆରବିଆଇ କହିଛି ଯେ, ଏହି ସୁବିଧା ଅଧୀନରେ ପୂର୍ବ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଦ୍ୱାରା ନିର୍ଦ୍ଦିଷ୍ଟ ଗ୍ରାହକମାନଙ୍କୁ ପୂର୍ବ ସମ୍ମତି ସହିତ ଦିଆଯାଇଥିବା ପ୍ରି ଆପ୍ରୁଭ୍‌ ଲୋନ ମାଧ୍ୟମରେ ଦେୟ, ୟୁପିଆଇ ସିଷ୍ଟମ ବ୍ୟବହାର କରି ପୈଠ କରିହେବ। ଅନ୍ୟପକ୍ଷରେ, ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପୂର୍ବରୁ ସମସ୍ତ ବ୍ୟାଙ୍କକୁ ଏକ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ଏଗୁଡ଼ିକ ବୋର୍ଡରୁ ଅନୁମୋଦନ ନେବାକୁ ପଡ଼ିବ। ଏହି ନୀତି ଅନୁଯାୟୀ କେତେ ଋଣ ଦିଆଯାଇପାରିବ? ଏହାକୁ କାହାକୁ ଦିଆଯାଇପାରିବ? ଋଣର କାର୍ଯ୍ୟକାଳ କ’ଣ ହେବ? ଏଥିସହ ଋଣ ବିରୋଧରେ କେତେ ସୁଧ ଆଦାୟ କରାଯିବ। ଏହି ସମସ୍ତ ବିଷୟ ଏହି ନୀତି ମାଧ୍ୟମରେ ସ୍ଥିର ହେବ। ଏହା ପରେ ଋଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ୍ ୬ ରେ, କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରା ନୀତି ବୈଠକରେ ବ୍ୟାଙ୍କଗୁଡିକରୁ ପୂର୍ବ ଅନୁମୋଦିତ କ୍ରେଡିଟ୍ ଲାଇନ୍ ସ୍ଥାନାନ୍ତର ମାଧ୍ୟମରେ ଋଣ ଅନୁମତି ଦେବାକୁ ପ୍ରସ୍ତାବ ଦେଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ୟୁପିଆଇର ପରିସର ବୃଦ୍ଧି କରିବା ।

  • ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଭାରତ ଆସିବେନି ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ

    ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଭାରତ ଆସିବେନି ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ

    ଆସନ୍ତା ମାସ ସେପ୍ଟେମ୍ବର ୯ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହି ମହା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ସାରା ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରମୁଖ୍ୟ ଏବଂ ଅଧିକାରୀମୋନ ଯୋଗ ଦେବେ । ଚଳିତ ଥର ଭାରତରେ ହେଉଥିବା ଏହି ଜି-୨୦ର ମହା ସମ୍ମିଳନୀର ନେତୃତ୍ୱ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଉଛନ୍ତି । ଏହି କ୍ରମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇସାରିଛି । ଜଳ, ସ୍ଥଳ, ଆକାଶ ସହ ବତ୍ତର୍ମାନ ଦିଲ୍ଲୀର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଗୁରୁବାର ଭାରତ ଆସୁଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ହେବା ପରେ ଜୋ ବାଇଡେନ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିବେ। ଜି-୨୦ ଶିଖର ସମ୍ମିଳନୀରେ ସାଧାରଣତଃ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନ୍ତର୍ଭୂକ୍ତ କରାଯାଇ ନାହିଁ, କିନ୍ତୁ ଆମେରିକା ରାଷ୍ଟ୍ରପତି ଏବଂ ସୌଦି କ୍ରାଉନ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାକୁ ଭାରତ ଅନୁମୋଦନ କରିଛି।

    ସେପଟେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ଅଷ୍ଟାଦଶ ଜି-୨୦ ସମ୍ମିଳନୀରେ ଯୋଗ ନଦେବା ସମ୍ପର୍କରେ ଚୀନ୍‌ ପକ୍ଷରୁ ସୋମବାର ବିଧିବଦ୍ଧ ଭାବେ ସମ୍ମିଳନୀର ଆୟୋଜକ ଭାରତ ସରକାରଙ୍କୁ ଅବଗତ କରାଯାଇଛି। କିନ୍ତୁ ତାଙ୍କ ବଦଳରେ ଏହି ସମ୍ମିଳନୀରେ ଯୋଗ ଦେବେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ । ନିକଟରେ ବେଜିଂ ଏକ ନୂତନ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ଭାରତର କିଛି ଅଞ୍ଚଳକୁ ଚାଇନା ତା’ର ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛି । ଚାଇନାର ଏହି ନୂତନ ମାନଚିତ୍ରକୁ ନେଇ ଭାରତ ଦୃଢ଼ ବିରୋଧ କରିବା ସହ ଏହାକୁ ଅବୈଧ ବୋଲି କହିଛି । ଯାହାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ବୋଧ ହୁଏ ଏହି ସୀମା ବିବାଦ କାରଣକୁ ନେଇ ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି ।

  • ଇସ୍ରୋର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି,ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା।

    ଇସ୍ରୋର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି,ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା।

    ଶ୍ରୀହରିକୋଟାରେ ରକେଟ୍‌ ଉତ୍‌କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟ୍‌ଡାଉନ୍‌’ ବା ‘ଓଲଟ ଗଣନା’ କରୁଥିବା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି। ଶନିବାର ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ଇସ୍ରୋ ବୈଜ୍ଞାନିକ ଭାଲାରମାଥୀଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। ଚନ୍ଦ୍ରୟାନ -୩ ମିଶନରେ ଭାଲାରମାଥୀ ମଧ୍ୟ ଜଡିତ ଥିଲେ। କାଉଣ୍ଟଡାଉନ ଘୋଷଣା ପଛରେ ତାଙ୍କରି ସ୍ବର ଥିଲା। ଚନ୍ଦ୍ରୟାନ-୩ ଲଞ୍ଚ ସମୟରେ ସେ ହିଁ କାଉଣ୍ଟଡାଉନ କରିଥିଲେ। ଏବଂ ଏହା ଥିଲା ତାଙ୍କର ଶେଷ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା। ସୂଚନା ଅନୁଯାୟୀ, ଭେଙ୍କଟାକ୍ରିଷ୍ଣା ଭାଲାରମାଥୀଙ୍କ ଦେହାନ୍ତ ବିଷୟରେ ‘ଏକ୍ସ’ରେ ପ୍ରସ୍ତୁତ ଏକ ପୋଷ୍ଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀହରିକୋଟା ଠାରୁ ଇସ୍ରୋର ଆଗାମୀ ମିଶନରେ ଭାଲାରମାଥୀ ମ୍ୟାଡାମଙ୍କ ସ୍ବର ଆଉ ଶୁଣାଯିବ ନାହିଁ। ମିଶନ ଚନ୍ଦ୍ରୟାନ -୩ ତାଙ୍କର ଶେଷ ଗଣନା ଥିଲା। ତାଙ୍କ ଦେହାନ୍ତରେ ଇସ୍ରୋ ଦୁଃଖିତ। ୧୯୫୯ରେ ତାମିଲନାଡୁର ଅରିୟାଲୁରରେ ଜନ୍ମିତା ବାଲାର୍ମାତି ୧୯୮୪ ମସିହାରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା ସମୟରେ ତାଙ୍କର ନିଆରା କଣ୍ଠସ୍ବର ସମଗ୍ର ଭାରତବାସୀଙ୍କର ପ୍ରିୟଭାଜନ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍‌ କଲାମ୍‌ଙ୍କ ନାମରେ ନାମିତ ପୁରସ୍କାର ସେ ୨୦୧୫ରେ ପ୍ରଥମ କରି ପାଇଥିଲେ। ସେ ଶେଷ ଥର ପାଇଁ ଜୁଲାଇ ୩୦ରେ ଘୋଷଣା କରିଥିଲେ, ଯେତେବେଳେ PSLV-C56 ରକେଟ ଏକ ବ୍ୟବସାୟିକ ମିଶନର ଅଂଶ ଭାବରେ ସାତୋଟି ସିଙ୍ଗାପୁର ଉପଗ୍ରହ ପରିବହନ କରି ଯାତ୍ରା ପଥରେ ବହାରିଥିଲା।

  • ପରଲୋକରେ ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ

    ପରଲୋକରେ ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ

    ଜିମ୍ବାୱେ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ମାତ୍ର ୪୯ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ରବିବାର ସକାଳେ ମାଟାବେଲେଲାଣ୍ଡ ସ୍ଥିତ ନିଜ ଫାର୍ମରେ ହିଥ୍ ଷ୍ଟ୍ରିକଙ୍କ ଦେହାନ୍ତ ହୋଇଥିବା ନେଇ ଜିମ୍ବାୱେର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ପରିବାର ମୁଖପାତ୍ର ଜନ୍ ରେନୀ ସୂଚନା ଦେଇଛନ୍ତି।

    ସୂଚନାଯୋଗ୍ୟ, ଷ୍ଟ୍ରିକ୍‌ ‘କଲୋନ୍’ ଓ ‘ଲିଭର୍‌’ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।

    ଉଲ୍ଲେଖଯୋଗ୍ୟ, ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍‌ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌ ‘ଏକ୍ସ୍‌’ କରି ଅଗଷ୍ଟ ୨୩ ତାରିଖ ଦିନ ସୂଚନା ଦେଇଥିଲେ। କିନ୍ତୁ, ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ସଂକ୍ରାନ୍ତରେ କୌଣସି ଔପଚାରିକ ଘୋଷଣା କରାଯାଇ ନ ଥିଲା। କିଛି ଦିନ ପୂର୍ବେ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁକୁ ନେଇ ମିଛ ଖବର ପ୍ରଚାରିତ ହୋଇଥିଲା। ହିଥ୍‌ ‌ଷ୍ଟ୍ରିକ୍‌ଙ୍କ ଦେହାନ୍ତ ହୋଇଯାଇଥିବା ନେଇ ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରୀ ଓଲଙ୍ଗ୍‌ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ। ବିଶ୍ବବ୍ୟାପୀ ମୃତ୍ୟୁ ସମ୍ବାଦ ପ୍ରଚାରିତ ହେବା ପରେ ହିଥ୍‌ ଷ୍ଟ୍ରିକ୍‌ ଜୀବିତ ଥିବା ହେନ୍‌ରୀ ଓଲଙ୍ଗ୍‌ ପୁଣି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ।