Category: ଦେଶ-ବିଦେଶ

  • ସିକିମରେ ଓଡ଼ିଆ ଛାତ୍ରଙ୍କ ମିଳୁନି ପତ୍ତା

    ସିକିମରେ ଓଡ଼ିଆ ଛାତ୍ରଙ୍କ ମିଳୁନି ପତ୍ତା

    ସିକିମ୍‌ ବନ୍ୟାରେ ଓଡ଼ିଶାର ୭ଜଣ ଇଂଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟ‌‌ରେ ଢେଙ୍କାନାଳର ୩ଜଣ ଥିବା ବେଳେ ଚୌଦ୍ବାର ଓ ଭୁବନେଶ୍ବରରୁ ୨ଜଣ ଲେଖାଏଁ ଛାତ୍ର ଥିବା ଜଣାଯାଇଛି। ସୂଚନାନୁସାରେ, ଏହି ୭ଜଣ ଯାକ ଗତ ସୋମବାର ଦିନ ସିକିମ୍‌ ଓ ଗ୍ୟାଙ୍ଗଟକ୍‌ ବୁଲିବାକୁ ଯାଇଥିଲେ। କିନ୍ତୁ ସେଠାରେ ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ସେମାନେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସଂପର୍କରେ ପରିବାରଲୋକଙ୍କୁ କୌଣସି ଖୋଜ୍‌ ଖବର ମିଳିପାରୁନାହିଁ। ଢେଙ୍କାନାଳ ଜିଲ୍ଲାର ନିଖୋଜ ଛାତ୍ରମାନେ ହେଲେ, ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମର ପ୍ରମୋଦିନୀ ଜେନା ଓ ନିର୍ମଳ ଜେନା ଏବଂ ସିମିନଇ ଗ୍ରାମର ଅକ୍ଷୟ କୁମାର ସିଂହଙ୍କ ପୁଅ ଚନ୍ଦ୍ରଶେଖର ସିଂହ। ଚନ୍ଦ୍ରଶେଖର ଗତ ସୋମବାର ରାତିରେ ଶେଷଥର ଲାଗି ପରିବାର ସହ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ତା’ ପରଠାରୁ ଆଉ ତାଙ୍କର ଫୋନ୍‌ ଲାଗୁନାହିଁ।

  • ନଭେମ୍ବରରେ କମିବ ପେଟ୍ରୋଲ ଦର

    ନଭେମ୍ବରରେ କମିବ ପେଟ୍ରୋଲ ଦର

    ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର କ୍ରୁଡ୍‌ ମୂଲ୍ୟରେ ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏହି ହ୍ରାସ ଧାରା ଆଗକୁ ଜାରି ରହିବାର ବେଶ ସମ୍ଭାବନା ରହିଛି। ଅକ୍ଟୋବର ମାସରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ। ଏହାର ପ୍ରଭାବରେ ନଭେମ୍ବର ମାସରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ମୂଲ୍ୟ ୭ ଟଙ୍କା କମିପାରେ। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୦ ଟଙ୍କା ସ୍ତରକୁ ଆସିଯିବ। ଅକ୍ଟୋବର ମାସରେ ଉପସାଗରୀୟ ରାଷ୍ଟ୍ରଗୁଡିକରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସେପ୍ଟେମ୍ବର ୨୯ରେ, ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୯୫.୩୧ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୪.୪୮ ଡଲାର ରହିଛି। ଗତ ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକାର ତୈଳ ମୂଲ୍ୟରେ ମଧ୍ୟ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୯ରେ ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୯୦.୭୯ ଡଲାର ଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୨.୭୯ ଡଲାରରେ କାରବାର କରୁଛି।

  • ଏସୀୟ କ୍ରୀଡ଼ାରେ ୧୦୦-ପଦକ ଲକ୍ଷ୍ୟ ହାସଲ କଲା ଭାରତ

    ଏସୀୟ କ୍ରୀଡ଼ାରେ ୧୦୦-ପଦକ ଲକ୍ଷ୍ୟ ହାସଲ କଲା ଭାରତ

    ଚୀନ୍‌ର ହାଙ୍ଗ୍‌ଜୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ୧୦୦ତମ ପଦକ ଜିଣି ଭାରତୀୟ ଦଳ ତା’ର ଲକ୍ଷ୍ୟ ହାସଲ କରିଛି। ଭାରତର ଏହି କୃତ୍ବିତ୍ବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ୍‌’ କରି ଲେଖିଛନ୍ତି: ଏସୀୟ କ୍ରୀଡ଼ାରେ ଭାରତ ନିମନ୍ତେ ଉଲ୍ଲେଖନୀୟ କୃତ୍ବିତ୍ବ। ନିର୍ଦ୍ଧାରିତ ଲକ୍ଷ୍ୟ ୧୦୦ଟି ପଦକ ହାସଲ କରିଥିବାରୁ ଭାରତବାସୀ ଉଲ୍ଲସିତ। ଆମର ଅସାଧାରଣ କ୍ରୀଡ଼ାବିତ୍‌, ଯେଉଁମାନଙ୍କ ଉଦ୍ୟମ ଭାରତକୁ ଏହି ସ୍ମରଣୀୟ କୃତ୍ବିତ୍ବ ଦିଗରେ ଅଗ୍ରସର କରାଇଲା, ସେମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଅକ୍ଟୋବର ୧୦ ତାରିଖ ଦିନ ଭାରତୀୟ ଦଳକୁ ଆପ୍ୟାୟିତ କରିବି। ଶୁକ୍ରବାର ସୁଦ୍ଧା ୯୫ଟି ପଦକ ହାସଲ କରିଥିବା ଭାରତୀୟ ଦଳ ୧୦୦ଟି ପଦକ ପାଇବ ବୋଲି ଏକପ୍ରକାର ସୁନିଶ୍ଚିତ ଥିଲା। ତେଣୁ, ଆଜି ହାଙ୍ଗ୍‌ଜୌରେ ଭାରତୀୟ ଖେଳାଳିମାନଙ୍କ ପାଇଁ ଶେଷ ଦିନ ଥିବାବେଳେ ତୀରଚାଳନାରେ ଭାରତ ୪ଟି ପଦକ ହାସଲ କଲା। ଏହା ପରେ ପରେ ଭାରତର ମହିଳା କବାଡ଼ି ଟିମ୍‌ ଚାଇନିଜ୍‌ ତାଇପେଇ ଉପରେ ବିଜୟ ହାସଲ କରି ଦେଶ ପାଇଁ ଔପଚାରିକ ଭାବେ ୧୦୦ତମ ପଦକ ଜିଣିଲା।

  • ରେକର୍ଡ ଭାଙ୍ଗିବା ଉଦେଶ୍ୟରେ ୧୦୪ ବର୍ଷ ବୟସ୍କା ମହିଳା ଡେଇଁଲେ ବିମାନରୁ, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡ଼ିଓ

    ରେକର୍ଡ ଭାଙ୍ଗିବା ଉଦେଶ୍ୟରେ ୧୦୪ ବର୍ଷ ବୟସ୍କା ମହିଳା ଡେଇଁଲେ ବିମାନରୁ, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡ଼ିଓ

    ଡୋରୋଥୀ ହୋଫନର୍ ୧୦୪ ବର୍ଷ ବୟସରେ ବିମାନରୁ ଡେଇଁ ସ୍କାଏଡାଇଭିଂ କରିଥିଲେ। ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ନାମିତ କରାଯାଇପାରେ । ଏହା ପୂର୍ବରୁ ସେ ତାଙ୍କ ୧୦୦ ତମ ଜନ୍ମଦିନରେ ମଧ୍ୟ ଏହି କାର୍ନାମା କରିଥିଲେ |

    ଚିକାଗୋର ୧୦୪ ବର୍ଷିୟ ଡୋରୋଥୀ ହୋଫନର୍ ପ୍ରମାଣ କରିଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା | ରବିବାର ଦିନ ହୋଫନରଙ୍କ ବିମାନରୁ ଡେଇଁବା ପରେ ସେ ସ୍କାଏଡାଇଭିଂ କରିବାରେ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି ।

    ତେବେ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ଲିପିବଦ୍ଧ ହୋଇନାହିଁ। ସ୍କାଏଡାଇଭିଂ ପରେ ହୋଫନର୍ ସିଏନବିସି ମେକ୍ ଇଟ୍ କୁ କହିଛନ୍ତି, “ଏହାର ମଜା, ଉପରୁ ପାରାଚ୍ୟୁଟ୍ ସହିତ ଓହ୍ଲାଇବା ଅତ୍ୟନ୍ତ ଆନନ୍ଦ ଏବଂ ଶାନ୍ତି ଲାଗୁଥିଲା। ଆପଣ ସେଠାରୁ ସମଗ୍ର ଗ୍ରାମାଞ୍ଚଳକୁ ଦେଖିପାରିବେ, ଏହା ଏକ ସୁନ୍ଦର ଅନୁଭୂତି ଥିଲା।”

  • ଦୀପାବଳି ପରେ ହୋଇପାରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ, ଫଳାଫଳ ଡିସେମ୍ବର ୧୫ ପୂର୍ବରୁ ଆସିପାରେ, ଇସିର ଯୋଜନା ପ୍ରସ୍ତୁତ

    ଦୀପାବଳି ପରେ ହୋଇପାରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ, ଫଳାଫଳ ଡିସେମ୍ବର ୧୫ ପୂର୍ବରୁ ଆସିପାରେ, ଇସିର ଯୋଜନା ପ୍ରସ୍ତୁତ

    ୫ଟି ରାଜ୍ୟ ବିଧାନସଭା ନିର୍ବାଚନ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ।

    ସେପଟେ ଛତିଶଗଡ ବିଧାନସଭା ନିର୍ବାଚନ ୨୦୨୩ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ଏବଂ ବିଜେପିର ପ୍ରଥମ ତାଲିକା ଆସିଯାଇଛି । ପ୍ରଥମ ତାଲିକା ପ୍ରକାଶ କରି ବିଜେପି ଫ୍ରଣ୍ଟଫୁଟରେ ଖେଳିବାକୁ ଦାବି କଲାବେଳେ ଏକ ନୂଆ ସମସ୍ୟା ଏହାର ସାମ୍ନାରେ ଠିଆ ହୋଇଯାଇଛି । ବାସ୍ତବରେ ଦଳର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଆସିବାକୁ ଯାଉଛି, କିନ୍ତୁ ଏହାପୂର୍ବରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଏହି ଭାଇରାଲ୍ ତାଲିକାକୁ ନେଇ ରାଜ୍ୟର ଅନେକ ଆସନର କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓଲ୍ହାଇ ସାରିଲେଣି । ମୋଟାମୋଟି ଭାବେ ଏହାକୁ ନେଇ ବ୍ୟକ୍ତିଗତ ରାଜନୀତି ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ରାଜ୍ୟ ସଭାପତି ଅରୁଣ ସାଙ୍କୁ ସାମ୍ନାକୁ ଆସିବାକୁ ପଡିଲା ଏବଂ ସେ ସ୍ପଷ୍ଟ କରିଛନ୍ତି କି ଏହା ଦଳର ସରକାରୀ ତାଲିକା ନୁହେଁ। ଏହା ସତ୍ୱେ ମଧ୍ୟ ଉତ୍ତେଜନା କମିବାର ନାଧରୁନାହିଁ ।

  • ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ପ୍ରବଳ ବନ୍ୟା, ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ

    ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ପ୍ରବଳ ବନ୍ୟା, ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ

    ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ବନ୍ୟା ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଯୋଗୁ ତିସ୍ତା ନଦୀର ଜଳସ୍ତର ବଢ଼ିବା ସହ ଅଚାନକ ବନ୍ୟା ଆସିଥିଲା । ଫଳରେ ବନ୍ୟାର ପ୍ରଖର ସ୍ରୋତରେ ୨୩ ଜଣ ଯବାନ ଭାସି ଯାଇଥିବା ଜଣାପଡିଛି । ନିଖୋଜ ଯବାନଙ୍କ ଖୋଜିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

    ସୁଚନା ଅନୁଯାୟୀ ଉତ୍ତର ସିକିମର ଲାଚେନ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଲା। ଫଳରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଫ୍ଲାସ୍‌ ଫ୍ଲଡ ହେବାରୁ ସେନାର ୨୩ ଯବାନ ନିଖୋଜ ହୋଇ ଯାଇଛନ୍ତି। ଏଥିଯୋଗୁ ବହୁ ସେନା କ୍ୟାମ୍ପ ଭୁଶୁଡ଼ି ଯାଇଥିବା ବେଳେ ବେଳେ ଯାନବାହନ ଭାସି ଯାଇଛି।

    ବାଦଲ ଫଟା ବର୍ଷା ଯୋଗୁ ବଡ଼ ଧରଣର ବିପର୍ଯ୍ୟୟ ଆଶଙ୍କା କରାଯାଉଛି । ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ତେଣୁ ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ । ଦୁଇ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯାତାୟତ ନକରିବା ସହ ଘରୁ ନବାହାରିବାକୁ କୁହାଯାଇଛି । ଅନ୍ୟପଟେ ନଦୀକୂଳରେ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

  • ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

    ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

    ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସିଆନ୍ ଗେମ୍ସର ଏକାଦଶ ଦିନରେ ତୀରନ୍ଦାଜରେ ଓଜାସ୍ ଦେଓତାଲେ ଏବଂ ଜ୍ୟୋତି ଭେନ୍ନମ୍ କମ୍ପାଉଣ୍ଡ ମିଶ୍ରିତ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତୀୟ ଯୋଡି ଦକ୍ଷିଣ କୋରିଆ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୫୯-୧୫୮ ରେ ପରାସ୍ତ କରିଛନ୍ତି ।

    ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ସହ ଚଳିତ ଏସିଆନ୍ ଗେମ୍ସର ଭାରତ ବର୍ତ୍ତମାନ ସୁଦ୍ଧା ୧୬ ସ୍ୱର୍ଣ୍ଣ, ୨୬ ରୌପ୍ୟ, ୨୯ ବ୍ରୋଞ୍ଜ ସହ ୭୧ ପଦକ ହାସଲ କରିସାରିଛି। ଏଥି ସହିତ ଭାରତ ଏସିଆଡ୍‌ରେ ରେକର୍ଡ ପଦକ ହାସଲ କରିଛି। ୨୦୧୮ ଜାକର୍ତ୍ତା ଏସିଆଡ୍‌ରେ ୭୦ ପଦକ ଜିତିଥିଲା ଭାରତ କିନ୍ତୁ ଚଳିତ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ୭୧ ପଦକ ହାସଲ କରିସାରିଛି।

  • ପାକିସ୍ତାନରେ ପ୍ରଚଣ୍ଡ ବିସ୍ପୋରଣ, ୬୦ ମୃତ, ଶତାଧିକ ଆହତ

    ପାକିସ୍ତାନରେ ପ୍ରଚଣ୍ଡ ବିସ୍ପୋରଣ, ୬୦ ମୃତ, ଶତାଧିକ ଆହତ

    ପାକିସ୍ତାନର ବଲୋଚିସ୍ତାନ ପ୍ରଦେଶରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ଅନ୍ୟୂନ ୩୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ଏହି ବିସ୍ଫୋରଣ ଘଟଣାରେ ନିହତ ଲୋକମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌। ବଲୋଚିସ୍ତାନର ମସ୍ତୁଙ୍ଗ୍‌ ଜିଲ୍ଲାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ ନିମନ୍ତେ ଜନସମାଗମ ହୋଇଥିବା ବେଳେ ଏକ ମସ୍‌ଜିଦ୍‌ ନିକଟରେ ଏହି ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣକୁ ମସ୍ତୁଙ୍ଗ୍‌ ସହକାରୀ କମିସନର୍‌ ଅତ୍ତା ଉଲ୍‌ ମୁନିମ୍‌ ‘ପ୍ରଚଣ୍ଡ’ ବୋଲି ଅଭିହିତ କରିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ କହିଛି ଯେ, ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମସ୍ତୁଙ୍ଗ୍‌ର ‘ଡିଏସ୍‌ପି’ ନୱାଜ୍‌ ଗଶ୍‌କୋରି। ଆହତ ଲୋକମାନଙ୍କୁ ଆଖପାଖରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି ଏଯାବତ୍‌ କେହି ଦାବି କରିନାହାନ୍ତି। ଏଥିରେ ସମ୍ପୃକ୍ତି ଥିବା କଥାକୁ ‘ଦି ପାକିସ୍ତାନି ତାଲିବାନ୍‌’ ଜାରି କରିଥିବା ବିବୃତିରେ ଅସ୍ବୀକାର କରିଛି। ସେପ୍ଟେମ୍ବର ମାସରେ ଏହା ହେଉଛି ମସ୍ତୁଙ୍ଗ୍‌ ଜିଲାରେ ଦ୍ବିତୀୟ ପ୍ରମୁଖ ବିସ୍ଫୋରଣ। ଚଳିତ ମାସ ପ୍ରାରମ୍ଭରେ ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ ‘ଜମୈତ୍‌ ଉଲେମା-ଏ-ଇସ୍‌ଲାମ୍‌ ଫଜଲ୍‌’ର ନେତା ହାଫିଜ୍‌ ହାମଦୁଲ୍ଲାଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ।

  • ଚନ୍ଦ୍ର ପରିକ୍ରମା କରୁଛି ଅର୍ବିଟର: ବିକ୍ରମ, ପ୍ରଜ୍ଞାନ ସୁପ୍ତ

    ଚନ୍ଦ୍ର ପରିକ୍ରମା କରୁଛି ଅର୍ବିଟର: ବିକ୍ରମ, ପ୍ରଜ୍ଞାନ ସୁପ୍ତ

    ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ସ୍ଲିପମୋଡରୁ ଫେରିପାରନ୍ତି ବୋଲି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏବେ ମଧ୍ୟ ଆଶା ରଖିଛନ୍ତି । ସେପ୍ଟେମ୍ବର ୨୨ ତାରିଖ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ସକାଳ ହୋଇଥିଲା। ଇତି ମଧ୍ୟରେ ସପ୍ତାହେ ବିତି ଗଲାଣି। ହେଲେ ଇସ୍ରୋ ଏବେବି ସିଗ୍ନାଲକୁ ଅପେକ୍ଷା କରି ରହିଛନ୍ତି ।

    ଅନ୍ତରୀକ୍ଷ ଏଜେନ୍ସୀ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଏଥିପାଇଁ ଆଶା କରିବେ ବୋଲି କହିଛନ୍ତି। ଚନ୍ଦ୍ରର ଏହି ଅଂଶରେ ରାତି ହେବା ପାଇଁ ଏବେ ଆଉ ସପ୍ତାହଟିଏ ବାକି। ଇସ୍ରୋ ଅନୁସାରେ ଚନ୍ଦ୍ରରେ ଲ୍ୟାଣ୍ଡର ଓ ରୋଭର ଯଦିଓ ଏପର୍ଯ୍ୟନ୍ତ ଶୋଇଛନ୍ତି ତେବେ ସେମାନଙ୍କୁ ନେଇଯାଇଥିବା ଅର୍ବିଟର ଏବେବି ଚନ୍ଦ୍ରରେ ଚକ୍କର ଲଗାଉଛି। ଇସ୍ରୋଙ୍କ କହିବା କଥା ହେଉଛି ଏହା ଏବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚନ୍ଦ୍ର ଓ ପୃଥିବୀ ବ୍ୟତୀତ ଅନେକ ସୂଚନା ପ୍ରଦାନ କରିପାରିବ।

    ଚନ୍ଦ୍ରଯାନ ଅର୍ବିଟରରେ ଲାଗିଥିବା ପେ ଲୋଡ ସ୍ପେକ୍ଟ୍ରୋ ପୋଲାରୀମେଟ୍ରି ଅଫ ହେବିଟବଲ ପ୍ଲାନେଟ୍ ଇତି ମଧ୍ୟରେ ଇସ୍ରୋଙ୍କୁ ଅନେକ ତଥ୍ୟ ପଠାଇସାରିଲାଣି। ଏହା ଦ୍ୱାରା ସଂଗୃହିତ ହେଉଥିବା ତଥ୍ୟ ଏଗଜୋପ୍ଲାନେଟ୍‌ସ ସମ୍ପର୍କରେ ଅଧ୍ୟୟନ ନିମନ୍ତେ ସହାୟକ ସାବ୍ୟସ୍ତ ହୋଇପାରେ। ଏଗଜୋ ପ୍ଲାନେଟ୍ ଏପରି ଗ୍ରହ ଯାହା ଆମ ସୌର ମଣ୍ଡଳର ଅଂଶବିଶେଷ ନୁହନ୍ତି; ହେଲେ ସେମାନେ କୌଣସି ଅନ୍ୟ ତାରାକୁ ପ୍ରଦୀକ୍ଷଣ କରୁଛନ୍ତି ସେଗୁଡିକ କୌଣସି ଅନ୍ୟ ଗାଲେକ୍ସିର ମଧ୍ୟ ହୋଇପାରନ୍ତି।

    ଇସ୍ରୋ ମୁଖ୍ୟ ଡା.ଏସ୍. ସୋମନାଥ କହିଛନ୍ତି, ସେପ୍‌କୁ ସେତେବେଳେ ଅପରେଟ କରାଯିବ ଯେତେବେଳେ ପୃଥିବୀରୁ ଦୃଶ୍ୟତା ଭଲ ଥିବ। ସେପ୍ ଯାହାବି ତଥ୍ୟ ଦେଉଛି ଗବେଷଣା ଦୃଷ୍ଟିରୁ ବେଶ୍‌ କାମର। ପେ ଲୋଡ ଅନେକ ଡାଟା ଦେଲାଣି ତେବେ ଏଗୁ଼ଡିକର ବିଶ୍ଲେଷଣ କରିବା ଓ ଏଥିରୁ କିଛି ନୂଆ ଜାଣିବା ନିମନ୍ତେ ଦୀର୍ଘମାସ ଲାଗିଯାଇପାରେ ବୋଲି ଡା. ସୋମନାଥ କହିଛନ୍ତି। ଏଗଜୋ ପ୍ଲାନେଟ୍ ଉପରେ ଏବେ ଅଧ୍ୟୟନ କରାଯାଉଛି।

    ବ୍ରହ୍ମାଣ୍ଡରେ ପୃଥିବୀ ବ୍ୟତୀତ ଜୀବନର ସନ୍ଧାନରେ ନାସା ସମେତ ଅନେକ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି। ନାସାଙ୍କ ଅନୁସାରେ ଏପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଏଗଜୋ ପ୍ଲାନେଟ୍‌ଙ୍କ ଚିହ୍ନଟ କରାଯାଇସାରିଲାଣି। ତେବେ ଅର୍ବିଟରର ପ୍ରଥମ ଉଦ୍ଦେଶ୍ୟ ଥିଲା ଲ୍ୟାଣ୍ଡରକୁ ନେଇ ଚନ୍ଦ୍ରରେ ସଫଳ ସଫ୍ଟଲ୍ୟାଣ୍ଡିଂ କରାଇବା। ଯେଉଁଥିରେ ଏହା ଶହେ ପ୍ରତିଶତ ସଫଳ ହୋଇଛି। ତେବେ ଏହାର ସମ୍ପୂର୍ଣ୍ଣ ଲାଭ ନେବା ନିମନ୍ତେ ଏଥିରେ ସେପ୍ ପେଲୋଡ ଲଗାଇ ଦିଆଯାଇଛି। ଏହା ଏବେ ପୃଥିବୀକୁ ତଥ୍ୟ ଦେଇ ଚାଲିଛି।

  • ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ: ବିଶ୍ୱକପ୍ ସମୟରେ ଆକ୍ରମଣ

    ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ: ବିଶ୍ୱକପ୍ ସମୟରେ ଆକ୍ରମଣ

    ଭାରତରେ ପ୍ରତିବନ୍ଧିତ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (SFJ)ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ପୁଣି ଥରେ ବିଷ ଉଗାଳିଛି । ଦିଲ୍ଲୀର ଆଇଏସବିଟି ଅଞ୍ଚଳରେ ଓଭରବ୍ରିଜ୍ କାନ୍ଥରେ ଖଲିସ୍ତାନୀ ସମର୍ଥକ ନାରା ଲେଖିଥିବା ବେଳେ ଦିଲ୍ଲୀ ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପନ୍ନୁ ଏକ ଭିଡିଓ ଜାରି କରିଛି । ଅଗଷ୍ଟ ୧୫ ଓ ଜି୨୦ ପୂର୍ବରୁ ପନ୍ନୁଙ୍କ ସମର୍ଥକ ଦିଲ୍ଲୀରେ ଭାରତ ବିରୋଧୀ ସ୍ଲୋଗାନ୍ ଲେଖିଥିଲେ । ଉକ୍ତ ମାମଲାରେ ପୋଲିସ ଖଲିସ୍ତାନୀ ସମର୍ଥକଙ୍କୁ ଗିରଫ କରିଥିଲା । ଏବେ ଓଭରବ୍ରିଜରେ ଖଲିସ୍ତାନୀ ନାରା ଲେଖାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପନ୍ନୁ ପୁଣି ଭିଡିଓ ଜାରି କରି ଧମକ ଦେବା ପୋଲିସକୁ ଚିନ୍ତାରେ ପକାଇଛି ।