Category: ଦେଶ-ବିଦେଶ

  • ପାକିସ୍ତାନରେ ତାଣ୍ତବ ରଚୁଛି ବନ୍ୟା

    ପାକିସ୍ତାନରେ ତାଣ୍ତବ ରଚୁଛି ବନ୍ୟା

    ପାଣିରେ ଭାସୁଛି ପାକିସ୍ତାନ …. ହନ୍ତସନ୍ତ ହେଲେଣି ପାକିସ୍ତାନି … ବର୍ଷା, ଭୂସ୍ଖଳନରେ ମୃତକଙ୍କ ସଂଖ୍ଯା ହଜାରେ …ଆତଙ୍କିତ ଲୋକେ … ପାକିସ୍ତାନରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ହଜାରେ ଟପିବା ଆଶଙ୍କା ଦେଖାଦେଲାଣି। ଉତ୍ତର ପାକିସ୍ତାନରେ ବନ୍ୟାର ତାଣ୍ଡବରେ ହାହାକାର ଖେଳିଯାଇଛି। କ୍ଷୟକ୍ଷତି ଯେତିକି ହୋଇଛି ମୃତ୍ୟୁ ସଂଖ୍ୟା ବି ସେତିକି ବଢୁଛି । ଅଗଷ୍ଟ ୧୫ ଠାରୁ ପାକିସ୍ତାନରେ ଲଗାଣ ବର୍ଷା କାଳ ସାଜିଛି। ବାଦଲ ଫଟା ବର୍ଷା କାରଣରୁ ପାକିସ୍ତାନରେ ଧରାଲି ଓ କିସ୍ତଓ୍ବାର ପରି ପରିସ୍ଥିତି ଉପୁଜିଛି। ବନ୍ୟାରେ ପାଇଁ ସବୁଠୁ ଅଧିକ ଖାଇବର ପଖତୁନଖ୍ବା ପ୍ରଭାବିତ ହୋଇଛି। ଏହି ଅଞ୍ଚଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି ଏବଂ ୧୫୬ ଜଣ ଗୁରୁତର ଆହତ ହୋଇଛନ୍ତି ।

    ପାକିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି । ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି । ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ବନ୍ୟା ବିଭୀଷିକା। ପାକିସ୍ତାନର ବୁନେରରେ ବନ୍ୟାରୁ ବଞ୍ଚିଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ଦ୍ରୁତ ବନ୍ୟା ପାଣିରେ ଶହ ଶହ ପଥର ଏବଂ ବଡ଼ ବଡ଼ ପଥର ପଡ଼ିଥିବାର ଦେଖିଛନ୍ତି। ଜରୁରୀକାଳୀନ ସେବା ମୁଖପାତ୍ର କହିଛନ୍ତି ଯେ ଶହ ଶହ ଉଦ୍ଧାରକାରୀ ଏବେ ବି ବୁନେରରେ ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି।

    ଶୁକ୍ରବାର ଦିନ ମୁଷଳଧାରାରେ ବର୍ଷା ଏବଂ ବାଦଲ ଫଟା ବର୍ଷା ଯୋଗୁଁ ଖାଇବର ପଖତୁନଖ୍ୱା ପ୍ରଦେଶର ଏହି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ବନ୍ୟାରେ ଅନେକ ଘର ଭାସି ଯାଇଥିଲା। ପାକିସ୍ତାନର ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ଆଗାମୀ ଦିନରେ ପ୍ରବଳ ବର୍ଷା ହୋଇପାରେ।

  • ଉପ ରାଷ୍ଟ୍ରପତି ପଦକୁ ନେଇ ପଲିଟିକ୍ସ ଜୋରଦାର

    ଉପ ରାଷ୍ଟ୍ରପତି ପଦକୁ ନେଇ ପଲିଟିକ୍ସ ଜୋରଦାର

    ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ, ଦେଶରେ ପୁଣି ଥରେ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନ କେବଳ ସଂସଦର ଉଚ୍ଚ ସଦନ ଅର୍ଥାତ୍ ରାଜ୍ୟସଭାର ରାଜନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହାର ଫଳାଫଳ ଆଗାମୀ ବର୍ଷଗୁଡ଼ିକରେ ସଂସଦୀୟ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିପାରେ। ଭାରତର ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସମ୍ବିଧାନର ଧାରା 66 ଅନୁଯାୟୀ ହୋଇଥାଏ । କେବଳ ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟମାନେ ସେମାନଙ୍କର ଭୋଟ୍ ଦେଇଥାନ୍ତି । ନିର୍ବାଚନ ପ୍ରକ୍ରିୟା ଗୁପ୍ତ ମତଦାନ ମାଧ୍ୟମରେ କରାଯାଇଥାଏ ।

    ଜିତିବା ପାଇଁ, ଜଣେ ପ୍ରାର୍ଥୀଙ୍କୁ ମୋଟ ବୈଧ ଭୋଟର 50% ରୁ ଅଧିକ ଭୋଟ ପାଇବା ଜରୁରୀ ଅଟେ । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ 5 ବର୍ଷ ଏବଂ ଏହା ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପଦ ଅଟେ ।

    ଏହି ନିର୍ବାଚନରେ, NDA ପକ୍ଷରୁ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଛି। NDA ନିଶ୍ଚିତ କରିବାକୁ ପ୍ରୟାସ କରିବ ଯେ ସେମାନେ ବିରୋଧୀ ଦଳଙ୍କ ଠାରୁ କୌଣସି କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ନ ହୁଅନ୍ତୁ ଏବଂ ସେମାନଙ୍କର ପ୍ରାର୍ଥୀ ନିର୍ବିରୋଧୀ ଭାବରେ ନିର୍ବାଚିତ ହୁଅନ୍ତୁ। ଏହି ରଣନୀତିର ଅଂଶ ସ୍ୱରୂପ, ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ବିରୋଧୀ ଦଳଗୁଡ଼ିକ ସହିତ ଯୋଗାଯୋଗ କରୁଛନ୍ତି। ଅନ୍ୟପକ୍ଷରେ, ବିରୋଧୀ ଦଳ ନିର୍ବାଚନକୁ ନେଇ ବୈଠକ ଜାରି ରଖିଛି । ବିରୋଧୀ ଦଳ ପକ୍ଷରୁ ବି.ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି।

    ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନ ଆଜି ସକାଳ ୧୧ଟାରେ ତାଙ୍କର ନାମାଙ୍କନ ଦାଖଲ କରିବେ। ତାଙ୍କ ସହିତ ୨୦ ଜଣ ପ୍ରସ୍ତାବକ ଏବଂ ୨୦ ଜଣ ସମର୍ଥକଙ୍କ ସମେତ ପ୍ରାୟ ୧୬୦ ଜଣ ସଦସ୍ୟ ଉପସ୍ଥିତ ରହିବେ।

  • ଏଲଭିଶଙ୍କ ଘରେ ଗୁଳିମାଡ

    ଏଲଭିଶଙ୍କ ଘରେ ଗୁଳିମାଡ

    କାହିଁକି ଏବଂ କିଏ କଲା ଗୁଳିମାଡ ଜାଣନ୍ତୁ ପୁରା ତଥ୍ୟ

    ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରାଯାଇଛି। ଘଟଣା ପରେ ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।ସେ ତାଙ୍କ ପରିବାର ସହିତ ଗୁରୁଗ୍ରାମର ସେକ୍ଟର ୫୭ରେ ରୁହନ୍ତି। ଯେତେବେଳେ ଏହି ଗୁଳିକାଣ୍ଡ ଘଟିଥିଲା ସେତେବେଳେ ଏଲଭିଶ ଘରେ ଉପସ୍ଥିତ ନଥିଲେ। ଘଟଣା ଭୋ୍ର ସମୟରେ ଘଟିଥିବା କୁହାଯାଉଛି।ଗୁଳିକାଣ୍ଡ ସମୟରେ ଘରେ କେବଳ ଏଲଭିଶଙ୍କ ମାଆ ଏବଂ କେୟାରଟେକର ଉପସ୍ଥିତ ଥିଲେ। ଏଲଭିଶ ବର୍ତ୍ତମାନ ବିଦେଶରେ ଅଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ । ତଥାପି ଏହି ଘଟଣାକୁ ନେଇ ଏଲଭିଶଙ୍କ ପରିବାର ଓ ସ୍ଥାନୀୟ ଲୋକେ ବହୁତ ଭୟଭୀତ ଅଛନ୍ତି ।

    ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏଲଭିଶ ଯାଦବଙ୍କ ଘର ବାହାରେ ଗୁଳି ଚଳାଇଥିଲେ ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଏଲଭିଶ ଯାଦବଙ୍କ ବାପା ରାମ ଅବତାରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ରାମ ଅବତାର ଯାଦବ କହିଛନ୍ତି, “ସିସିଟିଭିରୁ ଜଣାପଡୁଛି ଯେ ୧୫ ରୁ ୨୦ ରାଉଣ୍ଡ ଗୁଳି ଫୁଟିଥିଲା। ମୁଁ ଉଠିବା ବେଳକୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଆମେ ଘରର ତଳକୁ ଆସିବା ପରେ ଗୁଳିସବୁ ବିଛେଇ ହୋଇପଡ଼ିଥିବା ଦେଖି ଏଲଭିଶଙ୍କୁ ଏହି ଗୁଳିକାଣ୍ଡ ଘଟଣା ବିଷୟରେ ଜଣାଇଥିଲି। ‌ସେ ପୁଲିସକୁ ସୂଚନା ଦେବାକୁ କହିଥିଲେ। ମୁଁ ଜାଣିନାହିଁ ଏହି ଭାଉ ଗ୍ୟାଙ୍ଗ କିଏ? ମୋ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ। ଯିଏ ଏହା କରିଛି ତାଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ। ତେବେ ଏହି ଗୁଳିକାଣ୍ଡ କାହିଁକି ଆମ ଘର ଉପରେ ହୋଇଛି।”ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନ‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।

    ସୋସିଆଲ ମିଡିଆରେ ଏକ ପୋଷ୍ଟରେ, ‘ଭାଉ ଗ୍ୟାଙ୍ଗ’ ସଦସ୍ୟ ଗ୍ୟାଙ୍ଗଷ୍ଟର ନୀରଜ ଫରିଦପୁର ଏବଂ ଭାଉ ରିଟୋଲିଆ ଏଲଭିଶ ଯାଦବଙ୍କ ଘରେ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ନିଜର ଦାୟୀ କରିଛନ୍ତି। ରିଟୋଲିଆ ପୋଷ୍ଟରେ ଲେଖିଛନ୍ତି, “ଆଜି ଏଲଭିଶ ଯାଦବଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼ ଆମ ଦ୍ୱାରା କରାଯାଇଥିଲା। ସେ ବେଟିଂ ଆପ୍ ପ୍ରଚାର କରି ଅନେକ ଘର ନଷ୍ଟ କରିଦେଇଛନ୍ତି। କେବଳ ଏଲଭିଶ ନୁହନ୍ତି ବେଟିଂ ଆପ ପ୍ରଚାର କରୁଥିବା ଅନ୍ୟ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ମଧ୍ୟ ଆଗାମୀ ଦିନରେ ଗୁଳି କିମ୍ବା କଲ୍ ସମ୍ମୁଖୀନ ହୋଇପାରନ୍ତି। ଏହା ଆମର ସେମାନଙ୍କୁ ଆଗୁଆ ଚେତାବନୀ ରହିଲା।” ଦେଖିବାକୁ ବାକି ରହିଲା ଏନେଇ ପୋଲିସ କଣ ପଦକ୍ଷେପ ନେଉଛି

  • ପଶ୍ଚିମବଙ୍ଗରେ ଭୟଙ୍କର ବସ୍-ଟ୍ରକ୍ ଦୁର୍ଘଟଣା, ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୩୫ ଆହତ

    ପଶ୍ଚିମବଙ୍ଗରେ ଭୟଙ୍କର ବସ୍-ଟ୍ରକ୍ ଦୁର୍ଘଟଣା, ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୩୫ ଆହତ

    ପଶ୍ଚିମବଙ୍ଗରୁ ଆସିଛି ଏକ ଦୁଃଖଦ ଖବର । ଶୁକ୍ରବାର (୧୫ ଅଗଷ୍ଟ) ବର୍ଦ୍ଧମାନ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏକ ଘରୋଇ ବସ୍ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ବସ୍ ଟି ଟ୍ରକ୍ କୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଯାତ୍ରୀ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ସମସ୍ତ ଆହତଙ୍କୁ ବର୍ଦ୍ଧମାନ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ସୂଚନା ଅନୁଯାୟୀ, ଯାତ୍ରୀଭୂକ୍ତ ଏକ ବସ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀମାନେ ଗଙ୍ଗାରେ ବୁଡ଼ ପକାଇ ଫେରୁଥିଲେ। ବସ୍ ଟି ଦୁର୍ଗାପୁର ଅଭିମୁଖେ ଯାଉଥିଲା। ପୂର୍ବ ବର୍ଦ୍ଧମାନର ୧୯ ନମ୍ବର ଜାତୀୟ ରାଜପଥର ନାଲା ଫେରି ଘାଟରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି ।

    ଘଟଣା ପରେ ଚିତ୍କାରରେ ପୁରା ଅଂଚଳ କମ୍ପି ଉଠିଥିଲା। ସ୍ଥାନୀୟ ଲୋକମାନେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

    ଦୁର୍ଘଟଣାର ଖବର ପାଇ ଜିଲ୍ଲାର ଅତିରିକ୍ତ ପୋଲିସ ଅଧୀକ୍ଷକ ଅର୍କ ବାନାର୍ଜୀ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଆୟେଶା ରାଣୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି ସମୟରେ, ପୂର୍ବ ବର୍ଧମାନ ପୋଲିସ ଅଧୀକ୍ଷକ ସୟକ ଦାସ କହିଛନ୍ତି ଯେ ବସ୍ ଟି ତୀର୍ଥଯାତ୍ରାରେ ଯାଉଥିଲା। ଏହି ସମୟରେ, ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

  • ବୁଲା କୁକୁରଙ୍କୁ ଦିଲ୍ଲୀ ମନା !

    ବୁଲା କୁକୁରଙ୍କୁ ଦିଲ୍ଲୀ ମନା !

    ଦିଲ୍ଲୀ NCRରୁ ବୁଲା କୁକୁର ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ହେବ ପୁନର୍ବିଚାର । ଏହି ରାୟର ପୁନର୍ବିଚାର କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର. ଗବାଇ । ଗତ ସୋମବାର ଦିଲ୍ଲୀ NCRରୁ ସମସ୍ତ ବୁଲା କୁକୁର ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ କୁକୁର କାମୁଡ଼ା ସହ ରାବିଜ୍ କେସ ବଢ଼ୁଥିବାରୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟକୁ ଦିଲ୍ଲୀ ରେସିଡେଣ୍ଟ ୱେଲଫର ଆସୋସିଏସନ ସ୍ବାଗତ କରିଥିବା ବେଳେ ଆନିମଲ ଆକ୍ଟିଭିଷ୍ଟ ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଯୁକ୍ତି ବାଢ଼ିଥିଲେ ।

    ତେବେ କୋର୍ଟଙ୍କ ନିର୍ଦ୍ଦେଶ ନେଇ ଆଜି ପ୍ରଧାନବିଚାରପତିଙ୍କ ନିକଟରେ କରାଯାଇଥିବା ଆବେଦନକୁ ସେ ଗ୍ରହଣ କରିବା ସହ ଏହାର ତର୍ଜମା କରିବେ ବୋଲି କହିଛନ୍ତି । ସୋମବାର ଜଷ୍ଟିସ ଜେ.ବି. ପାରଦିୱାଲା ଓ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ବୁଲା କକୁରଙ୍କୁ ଦିଲ୍ଲୀରୁ ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସହରକୁ ବୁଲା କୁକୁର ମୁକ୍ତ କରିବା ଦ୍ବାରା ପିଲା ଓ ବୟସ୍କ ସୁରକ୍ଷିତ ଅନୁଭବ କରିବେ ବୋଲି କୋର୍ଟ କହିଥିଲେ । ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ନିର୍ଦ୍ଦେଶ ଦେଇଥିବା କୋର୍ଟ ସ୍ପଷ୍ଟ କରିଥିଲେ । ଏହାସହ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

    ଏପଟେ ଦିଲ୍ଲୀ ଏନସିଆରରୁ ବୁଲା କୁକୁରଙ୍କୁ ତଡ଼ି ପାର ନେଇ ପୂର୍ବରୁ ଦେଇଥିବା ରାୟରେ ପୁଣି ନରମ ମନୋଭାବ ପୋଷଣ କଲେ ସୁପ୍ରିମକୋର୍ଟ। ଏହି ରାୟକୁ ପଶୁପ୍ରେମୀଙ୍କ ବିରୋଧ ଏବଂ ସାନି ଆବେଦନ ପରେ ରାୟର ପୁନର୍ବିଚାର ପାଇଁ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ବି.ଆର. ଗଭାଇ। ସର୍ବୋଚ୍ଚ କୋର୍ଟଙ୍କ ଏଭଳି ସଙ୍କେତ ପରେ ଖୁସି ପ୍ରକାଶ କରିଛନ୍ତି ପଶୁପ୍ରେମୀ। ଏଭଳି ସ୍ଥିତିରେ ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ବରରେ ବୁଲା କୁକୁରଙ୍କୁ ଅନ୍ୟ ସ୍ଥାନକୁ ନେବା ପାଇଁ କୌଣସି ଯୋଜନା ନଥିବା କହିଛନ୍ତି ବିଏମସି ମେୟର।

  • ପାଣିରେ ବୁଡ଼ି ରହିଛି କୋଠାଘର, ବିଛେଇ ହୋଇ ପଡିଛି ଭଗ୍ନାବଶେଷ

    ପାଣିରେ ବୁଡ଼ି ରହିଛି କୋଠାଘର, ବିଛେଇ ହୋଇ ପଡିଛି ଭଗ୍ନାବଶେଷ

    ପୁଣି ଥରେ ଉତ୍ତରାଖଣ୍ଡରେ ବିପର୍ଯ୍ୟୟର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଉତ୍ତରକାଶୀର ଧରାଲି ଗାଁରେ ବାଦଲ ଫଟା ଵର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ୱାରା ଏହି ବିପର୍ଯ୍ୟୟର ସାଟେଲାଇଟ୍ ଚିତ୍ର ସେୟାର କରାଯାଇଛି। ବାଦଲ ଫଟା ବର୍ଷା ପରେ, ଏକ ଭୟଙ୍କର ବନ୍ୟା ଆସିଥିଲା, ଯାହା ଫଳରେ ଅନେକ କୋଠା ପାଣିରେ ବୁଡ଼ି ଯାଇଥିଲା। ରାସ୍ତାରେ ଭଗ୍ନାବଶେଷ ମଧ୍ୟ ବିଛାଡ଼ି ପଡ଼ିଥିବା ଦେଖାଯାଇଥିଲା।

    ISRO ଧରାଳିର ଦୁଇଟି ସାଟେଲାଇଟ୍ ଚିତ୍ର ଜାରି କରିଛି। ଏଥିମଧ୍ୟରୁ ଗୋଟିଏ ବିପର୍ଯ୍ୟୟ ପୂର୍ବର,ଯେଉଁଠି ଦ୍ୱିତୀୟଟି ବିପର୍ଯ୍ୟୟ ପରର। ପ୍ରଥମ ଚିତ୍ରଟି ଜୁନ୍ ୧୩, ୨୦୨୪ର, ଅନ୍ୟଟି ଅଗଷ୍ଟ ୭, ୨୦୨୫ର। ଉଚ୍ଚ-ରିଜୋଲ୍ୟୁସନ୍ ଚିତ୍ରରେ ଭଗ୍ନାବଶେଷ ବିଛାଡ଼ି ହୋଇଥିବା ଦେଖାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନଦୀ ମଧ୍ୟ ତାର ଗତିପଥ ପରିବର୍ତ୍ତନ କରିଛି। କୋଠାଗୁଡ଼ିକ ପାଣିରେ ବୁଡ଼ି ରହିଥିବା ଦେଖାଯାଉଛି। ବାଦଲ ଫଟା ବର୍ଷା ପରେ ଏକ ଭୟଙ୍କର ବନ୍ୟା ଆସିଥିଲା, ଯାହା ଯୋଗୁଁ ଅନେକ ଲୋକ ନିଖୋଜ ମଧ୍ୟ ହୋଇଥିଲେ।

    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକମାନେ ଏହି ବିପର୍ଯ୍ୟୟ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଙ୍ଗଳବାର (ଅଗଷ୍ଟ ୫) ମଧ୍ୟାହ୍ନ ପରେ ସେମାନେ ନିଜ ଆଖି ଆଗରେ ଏହି ଦୁଃଖଦ ଘଟଣା ଘଟିବାର ଦେଖିଥିଲେ। ପାହାଡ଼ରୁ ଭଗ୍ନାବଶେଷ ଦ୍ରୁତ ଗତିରେ ତଳକୁ ଖସି ଆସିଥିଲା, ଯାହା ଧରାଳି ଗାଁର ଅଧାରୁ ଅଧିକକୁ ଧ୍ୱଂସ କରିଦେଇଥିଲା। ଅନେକ ସ୍ଥାନୀୟ ଲୋକ କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ୧୫୦ ରୁ କମ୍ ହେବ ନାହିଁ।

  • ଅଭିନେତା କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ? ଧମକପୂର୍ଣ୍ଣ ପୋଷ୍ଟରେ ସାମ୍ନାକୁ ଆସିଲା ଶୁଭମ ଲୋଙ୍କାରଙ୍କ ସମ୍ପର୍କ

    ଅଭିନେତା କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ? ଧମକପୂର୍ଣ୍ଣ ପୋଷ୍ଟରେ ସାମ୍ନାକୁ ଆସିଲା ଶୁଭମ ଲୋଙ୍କାରଙ୍କ ସମ୍ପର୍କ

    କାନାଡାର ସହରର ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ପୁଣି ଥରେ ଗୁଳି ଚାଳନା ହୋଇଛି। ଗୋଟିଏ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଯେ ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହୋଇଛି। ଏହା ପରେ ଅନେକ ପ୍ରଶ୍ନ ଉଠୁଛି। ଯେପରିକି ଲରେନ୍ସ ବିଶ୍ନୋଇ କପିଲ ଶର୍ମାଙ୍କୁ କାହିଁକି ଟାର୍ଗେଟ କରିଛନ୍ତି? ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ କପିଲ ଶର୍ମାଙ୍କୁ କାହିଁକି ଧମକ ଦିଆଯାଇଥିଲା?

    କାପ୍ସ କାଫେରେ ଗୁଳିକାଣ୍ଡରେ କେହି ଆହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ନାହିଁ, ଯାହା ସିଧାସଳଖ ଦର୍ଶାଉଛି ଯେ କାହାକୁ ହତ୍ୟା କରିବା ନୁହେଁ ବରଂ କପିଲ ଶର୍ମାଙ୍କୁ ଭୟଭୀତ କରିବାର ଉଦ୍ଦେଶ୍ୟ ଥିଲା। ଏଥର କାଫେରେ ଗୁଳିକାଣ୍ଡର ଦାୟିତ୍ୱ ଲରେନ୍ସ ବିଷ୍ନୋଇ ଆଲାଏନ୍ସ ଅର୍ଥାତ୍ ଗୋଲ୍ଡି ଢିଲୋନ୍, ଅଙ୍କିତ ବଧୂ ଶେରୱାଲା, ଜିତେନ୍ଦ୍ର ଗୋଗି ମାନ ଗ୍ରୁପ୍, କାଲା ରାଣା, ଆରଜୁ ବିଷ୍ନୋଇ, ହରି ବକ୍ସର, ଶୁଭମ ଲୋଙ୍କାର ଏବଂ ସାହିଲ ଦୁହାନ ପେଟୱାଡ୍ ନେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ଅଭିନେତା ଏବଂ ପ୍ରସିଦ୍ଧ ହାସ୍ୟାଭିନେତା କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ?

    କୃଷ୍ଣ ମୃଗ ମାମଲା ପରଠାରୁ ଲରେନ୍ସ ଗ୍ୟାଙ୍ଗ ସଲମାନଙ୍କୁ ଟାର୍ଗେଟ କରିଛି। ସଲମାନଙ୍କ ଘର ଉପରେ ଅନେକ ଥର ଟାର୍ଗେଟ କରାଯାଇଛି। ଅନ୍ୟପଟେ କିଛି ସମୟ ଧରି କପିଲ ସଲମାନଙ୍କ ସହିତ ଜଡିତ ଅଛନ୍ତି। ଲରେନ୍ସ ଗ୍ୟାଙ୍ଗ ଏହାକୁ ପସନ୍ଦ କରେ ନାହିଁ। ସେଥିପାଇଁ ଲରେନ୍ସ ଗ୍ୟାଙ୍ଗ ସମୟ ସମୟରେ କପିଲ ଶର୍ମାଙ୍କ ପ୍ରତି ନିଜର କ୍ରୋଧ ପ୍ରକାଶ କରୁଥିବା ଦେଖାଯାଇଛି।

  • ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ନେବେ କଡା ନିଷ୍ପତ୍ତି!

    ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ନେବେ କଡା ନିଷ୍ପତ୍ତି!

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର ଶୁଳ୍କ ବୃଦ୍ଧି ସମ୍ପର୍କରେ ତାଙ୍କ କ୍ୟାବିନେଟ୍ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେବା ପରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। କ୍ୟାବିନେଟ୍ ବୈଠକରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପ୍ରତି ଭାରତର ରଣନୈତିକ ପ୍ରତିକ୍ରିୟା ଉପରେ ଆଲୋଚନା ହେବାର ଆଶା କରାଯାଉଛି।

    ଭାରତ ବିରୁଦ୍ଧରେ ଆମେରିକାର ନୂତନ ଶୁଳ୍କରେ ଅତିରିକ୍ତ ୨୫ ପ୍ରତିଶତ ବୃଦ୍ଧି ଅନ୍ତର୍ଭୁକ୍ତ। ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଟ୍ରମ୍ପ ଏହାର ମୁଖ୍ୟ କାରଣ ଭାବରେ ଭାରତ ଦ୍ୱାରା ରୁଷୀୟ ଅଶୋଧିତ ତୈଳ ଆମଦାନୀ ଜାରି ରଖିବା ଉଲ୍ଲେଖ କରିଛନ୍ତି। ଏହା ଜୁଲାଇ ୨୦ ରୁ କାର୍ଯ୍ୟକାରୀ ହୋଇଥିବା ପୂର୍ବ ୨୫ ପ୍ରତିଶତ ଶୁଳ୍କ ସହିତ ଅତିରିକ୍ତ। ଏହିପରି ଭାବରେ, ଆମେରିକା ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି।

    ଆମେରିକାର ଏହି ପଦକ୍ଷେପ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ମନ୍ତ୍ରଣାଳୟ ଏହି ନିଷ୍ପତ୍ତିକୁ ଅନୁପଯୁକ୍ତ ଏବଂ ଅଯୌକ୍ତିକ ବୋଲି କହିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତର ଶକ୍ତି ଆବଶ୍ୟକତା ଏବଂ ରଣନୈତିକ ସ୍ୱାୟତ୍ତତାକୁ ସମ୍ମାନ ଦିଆଯିବା ଉଚିତ।

  • ଭାରତ ପାଇଁ ଆସିଲା ଖୁସି ଖବର !

    ଭାରତ ପାଇଁ ଆସିଲା ଖୁସି ଖବର !

    ଭାରତୀୟଙ୍କ ପାଇଁ ଖୁସି ଖବର , ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ବଡ଼ ଘୋଷଣା କଲେ ଫିଲିପାଇନ୍ସ ସରକାର , ମୋଦିଙ୍କ ସହ ଆଲୋଚନା ପରେ ଏଭଳି ଏକ ବଡ଼ ଘୋଷଣା କରି ଭାରତୀୟଙ୍କ ପାଇଁ ଖୁସି ଆଣି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ଫିଲିପାଇନ୍ସ ସରକାର ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା-ମୁକ୍ତ ପ୍ରବେଶ ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି – ଏବେ ଯାତ୍ରା ସୁବିଧା ଏବଂ ସାଂସ୍କୃତିକ ବିନିମୟର ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଥିବା କୁହାଯାଉଛି |

    ପାଞ୍ଚ ଦିନିଆ ଭାରତ ଗସ୍ତ ସମୟରେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଘୋଷଣା କରାଯାଇଥିବା ଜଣାପଡିଛି | ତେବେ ଏହାର ପ୍ରତିବଦଳରେ ମଧ୍ୟ ଭାରତ ଫିଲିପାଇନ୍ସ ନାଗରିକମାନଙ୍କୁ ମାଗଣା ଇ-ଭିସା ସୁବିଧା ପ୍ରଦାନ କରିବ। ଅକ୍ଟୋବର 1ରୁ ଦିଲ୍ଲୀ ଏବଂ ମାନିଲା ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ମଧ୍ୟ ନିଶ୍ଚିତ କରିଛନ୍ତି ସରକାର । ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ନୂତନ ବିମାନ ସପ୍ତାହରେ ପାଞ୍ଚ ଥର ଚାଲିବ ଏହାଦ୍ୱାରା ପର୍ଯ୍ୟଟନ, ବାଣିଜ୍ୟ ଏବଂ କୂଟନୈତିକ ସମ୍ପର୍କକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଫିଲିପାଇନ୍ସ ଭବିଷ୍ୟତ ପାଇଁ ସେମାନଙ୍କର ସହଭାଗୀ ଦୃଷ୍ଟିକୋଣର ପ୍ରତୀକ ଭାବରେ ଏକ ମିଳିତ ଡାକଟିକଟ ପ୍ରକାଶନ ସହିତ 75 ବର୍ଷର କୂଟନୈତିକ ସମ୍ପର୍କକୁ ମଧ୍ୟ ମନେପକାଇଥିଲେ |

  • ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଖାଲକୁ ଖସି ପଡ଼ିଲା ଡିଜେ ଭ୍ୟାନ୍, ୫ ମୃତ ଅନେକ ଗୁରୁତର

    ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଖାଲକୁ ଖସି ପଡ଼ିଲା ଡିଜେ ଭ୍ୟାନ୍, ୫ ମୃତ ଅନେକ ଗୁରୁତର

    ବିହାରର ଭାଗଲପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିଲ୍ଲାର ଶାହକୁଣ୍ଡ ଅଞ୍ଚଳରେ ଏକ ଡିଜେ ଭ୍ୟାନ ଏକ ଖାତରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ଡିଜେ ଭ୍ୟାନରେ ମୋଟ ୯ ଜଣ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣା ବିଦ୍ୟୁତ୍ ତାର ଯୋଗୁଁ ଘଟିଥିଲା। ଡିଜେ ଭ୍ୟାନଟି ହଠାତ୍ ବିଦ୍ୟୁତ୍ ତାରକୁ ଛୁଇଁଗଲା। ଏହା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଲେ ଏବଂ ଭ୍ୟାନଟି ଖାଲକୁ ଖସି ପଡ଼ିଲା।

    ଭ୍ୟାନଟି ଖାଲରେ ଓଲଟି ପଡ଼ିବା ମାତ୍ରେ ଅନେକ ଲୋକ ଏଥିରେ ଫସି ଯାଇଥିଲେ। କିଛି ଲୋକ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତଙ୍କୁ ତୁରନ୍ତ ଶାହକୁଣ୍ଡ ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଯେଉଁଠାରେ ୫ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

    ଏହି ଡିଜେ ଭ୍ୟାନ୍ ସୁଲତାନଗଞ୍ଜରୁ ଜ୍ୟେଷ୍ଠଗୌରନାଥକୁ ଯାଉଥିଲା। ଶାହକୁଣ୍ଡ ଥାନା ଅଞ୍ଚଳ ଅନ୍ତର୍ଗତ ସୁଲତାନଗଞ୍ଜ ମୁଖ୍ୟ ରାସ୍ତାର ମହନ୍ତ ସ୍ଥାନ ନିକଟରେ ଏହି ଦୁର୍ଘଟଣା ଘଟିଛି।