Category: ଦେଶ-ବିଦେଶ

  • ତୀର୍ଥଯାତ୍ରା ହେଲା କାଳ..ବସ୍ ଦୁର୍ଘଟଣାରେ ୨୦ ଜୀବନ୍ତ ଦଗ୍ଧ

    ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(fatal road accident) ଘଟିଛି । ପୋଲରେ ବାଡେଇ ହୋଇ ବସ୍ ଓଲଟି ପଡ଼ିବା(overturned)ରୁ ସେଥିରେ ନିଆଁ ଲାଗିଥିଲା(caught fire) । ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ(burnt alive) ହୋଇଛନ୍ତି ।

    ସୂଚନା ଅନୁସାରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ତୀର୍ଥଯାତ୍ରୀ (pilgrim)ବସ୍‌ଟି ଯାଉଥିଲା । ତେବେ ବ୍ରେକ୍ ଫେଲ୍ (brake failure)ହେବାରୁ ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

    ପୋଲକୁ ବାଡେଇ ହୋଇ ବସ୍ ରାସ୍ତା କଡକୁ ଓଲଟି ପଡିଥିଲା । ଏହାପରେ ବସରେ ନିଆଁ ଲାଗିଯାଇଥିଲା । ତେଣୁ ଯାତ୍ରୀଙ୍କୁ ଉଦ୍ଧାର (rescue)କରିବା କଷ୍ଟକର ହୋଇଥିଲା । ଫଳରେ ୨୦ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇଥିଲେ । ୩୦ରୁ ଅଧିକ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର (critical condition)ରହିଛି । ସେମାନଙ୍କୁ ଉଦ୍ଧାରକାରୀ ଟିମ୍ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦମକଳବାହିନୀ ବସ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

  • ଆମେରିକାରେ ଗୁଳିକାଣ୍ଡ…ସ୍କୁଲ ଭିତରେ ଆଖିବୁଜା ଗୁଳିଚାଳନା, ୭ ମୃତ

    ଆମେରିକାର ଏକ ସ୍କୁଲରେ ଗୁଳିମାଡ଼ (shooting)ହୋଇଛି । ଏଥିରେ ୭ ଜଣଙ୍କ ଜୀବନ ଯାଇଛି । ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିଚାଳନା(blind firing)ରେ ସମସ୍ତେ ଜୀବନ ହରାଇଛନ୍ତି । ଆମେରିକାର ନ୍ୟାସନାଲ ଖ୍ରୀଷ୍ଟିଆନ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ୩ ଛାତ୍ରଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି । ଆକ୍ରମଣକାରୀ ତଥା ସନ୍ଦିଗ୍ଧ (suspect)ଯୁବତୀ ପ୍ରବେଶ ଦ୍ୱାର ଦେଇ ସ୍କୁଲ ବିଲ୍ଡିଂ ଭିତରକୁ ଏଣ୍ଟ୍ରି କରିଥିଲେ । ଆଖିବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିଲା ।

    ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଦିଗ୍ଧ ମହିଳାଙ୍କୁ ସ୍କୁଲର ଦ୍ୱିତୀୟ ମହଲାରେ ଘେରିଥିଲେ (surrounded)। ଆକ୍ରମଣକାରୀ ପୋଲିସ ଉପରକୁ ଗୁଳିମାଡ଼ କରିଥିବା ବେଳେ ପୋଲିସର ପାଟଲା ଆକ୍ରମଣରେ ତାର ମୃତ୍ୟୁ ଘଟିଥିଲା । ଘଟଣାରେ ଆହତଙ୍କୁ ଉଦ୍ଧାର(rescued) କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ (safely) ସ୍ଥାନାନ୍ତର କରାଯାଇଛି । ସ୍କୁଲରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଛନ୍ତି ଥିବାବେଳେ ୩୩ ଜଣ ଶିକ୍ଷକ ଅଛନ୍ତି ।

    ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି(expressed concern) । ଏଭଳି ଗୁଳିକାଣ୍ଡ ଘଟଣା ରୋକିବା ପାଇଁ ଆମେରିକା ଦୃଢ଼ ପଦକ୍ଷେପ(strong measures) ନେବ ବୋଲି ସେ କହିଛନ୍ତି। ଆମେରିକାରେ ବନ୍ଧୁକ ହିଂସା ଦେଶକୁ ବେଶ୍ କ୍ଷତି ପହଞ୍ଚାଉଛି ବୋଲି ବାଇଡେନ୍ କହିଛନ୍ତି ।

  • ଇତିହାସ ରଚିଲା ଇସ୍ରୋ…ଏକାଥରକେ ପଠାଇଲା ୩୬ ସାଟେଲାଇଟ୍

    ମହାକାଶ(space)କୁ ଏକା ଥରକେ ୩୬ଟି ସାଟେଲାଇଟ୍ ପଠାଇ ଇତିହାସ(history) ରଚିଛି ଇସ୍ରୋ। ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ସବୁ ସାଟେଲାଇଟ୍ ପଠାଇଛି । ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସବୁଠୁ ଓଜନିଆ(heaviest) LVM3 ରକେଟର ଉତକ୍ଷେପଣ (launched)କରାଯାଇଛି । ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ ସହ ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଥିଲା (signed a contract)। ଚୁକ୍ତି ଅନୁଯାୟୀ ଉପଗ୍ରହଗୁଡ଼ିକୁ ଉତକ୍ଷେପଣ କରାଯାଇଛି । LVM3 ରକେଟର ଓଜନ ୬୪୩ ଟନ୍ ଥିବାବେଳେ ଉଚ୍ଚତା ୪୩.୫ ମିଟର ରହିଛି । ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍-୧ ସାଟେଲାଇଟକୁ ନେଇ ପୃଥିବୀର ନିମ୍ନ କକ୍ଷପଥରେ (low Earth orbit) ସ୍ଥାପନ କରିବ ।

    ଗତବର୍ଷ ଅକ୍ଟୋବର ୨୩ରେ ମଧ୍ୟ ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ୩୬ ସାଟେଲାଇଟ୍ ସଫଳ ଭାବେ(successfully) ଉତକ୍ଷେପଣ କରାଯାଇଥିଲା। ୱାନୱେବ ମହାକାଶ କକ୍ଷପଥରେ ୫୮୨ ଉପଗ୍ରହ ଥିବାବେଳେ ଏବେ ଏହି ସଂଖ୍ୟା ୬୧୮ରେ ପହଞ୍ଚିଛି । ୱାନୱେବ ଭାରତ ସମେତ ବିଶ୍ୱସ୍ତରୀୟ କଭରେଜ ଯୋଗାଇବା (providing global coverage)ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

  • ଟାର୍ଗେଟ୍ ହିଟ୍ ପୂର୍ବରୁ ବିସ୍ଫୋରଣ…ଲକ୍ଷ୍ୟସ୍ଥଳ ବଦଳରେ ଗାଁରେ ଖସିପଡ଼ିଲା

    ରାଜସ୍ଥାନର ପୋଖରାନରେ ଖସିପଡ଼ିଲା ୩ ମିସାଇଲ୍ । ସେନା ପକ୍ଷରୁ ମିସାଇଲ ପରୀକ୍ଷଣ ହେଉଥିବା ବେଳେ ନିଜ ଲକ୍ଷ୍ୟସ୍ଥଳ ବଦଳରେ (instead of its target) ଅଜସାର ଓ ସତ୍ୟାୟ ଦୁଇଟି ଗାଁର ଖୋଲା ପଡ଼ିଆରେ ଖସି ପଡ଼ିଛି । ଫଳରେ ଭୟଙ୍କର ବିସ୍ଫୋରଣ (terrible explosion) ହୋଇଥିଲା । ସ୍ଥାନୀୟ ଲୋକେ ଘଟଣା (incident)କୁ ନେଇ ଭୟଭୀତ ହୋଇଥିଲେ । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଅଧିକାରୀମାନେ କହିଛନ୍ତି ।
    ଏଭଳି ବୈଷୟିକ ତ୍ରୁଟି (technical error)ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଜୈସଲମେର ଜିଲ୍ଲାର ନାଚନା ଅଞ୍ଚଳରେ ଡମି ଟାର୍ଗେଟ ଆକାଶ ପଥରେ ରଖାଯାଇଥିଲା। ୩ଟି ମିସାଇଲ ଉକ୍ତ ଟାର୍ଗେଟକୁ ହିଟ୍‌ କରିବାର ଥିଲା କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଖସିପଡ଼ି ବିସ୍ଫୋରଣ (crashed and exploded)ହୋଇଥିଲା । ମିସାଇଲ ପଡ଼ିଥିବା ସ୍ଥାନରେ ଗଭୀର ଗର୍ତ୍ତ ହୋଇଯାଇଛି । ଦୁଇଟି ମିସାଇଲର ଧ୍ୱଂସାବଶେଷ (Wreckage of) ମିଳିଥିବା ବେଳେ ଆଉ ଗୋଟିଏ ସମ୍ପର୍କରେ କୌଣସି ସୂଚନା ମିଳିନି । ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ମିସାଇଲର ପରୀକ୍ଷଣ ଚାଲିଥିଲା। ବାର୍ଷିକ ଫିଲ୍ଡ ଫାୟାରିଂ ପାଇଁ ମିସାଇଲର ଟ୍ରାଏଲ କରାଯାଉଥିବା ବେଳେ ଏଭଳି ଘଟଣା ଘଟିଥିବା ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି ।