Category: ସ୍ୱାସ୍ଥ୍ୟ

  • ଆପଣ କ’ଣ ଧଳା ଦାଗ ପାଇଁ ଚିନ୍ତିତ?

    ଆପଣ କ’ଣ ଧଳା ଦାଗ ପାଇଁ ଚିନ୍ତିତ?

    ଡକ୍ଟର ମହେଶ ଚୌହାନଙ୍କ ଆଶ୍ଚର୍ଯ୍ୟଜନକ ଆବିଷ୍କାର….

    ସେ ଜଣେ ଅଭିଜ୍ଞ ଡାକ୍ତର। ସେ ସବୁଠାରୁ ଦୀର୍ଘକାଳୀନ ଭିଟିଲିଗୋର ଚିକିତ୍ସା ପାଇଁ ଏକ ପ୍ରାକୃତିକ ପଦ୍ଧତି ବିକଶିତ କରିଛନ୍ତି, ଯାହା ଅନେକ ଲୋକଙ୍କର ଚର୍ମ ସମସ୍ୟା। ଏହା ପ୍ରକୃତରେ ପ୍ରଭାବଶାଳୀ… ଏହା ଔଷଧ କିମ୍ବା ଉପକରଣ ଉପରେ ନିର୍ଭର କରେ ନାହିଁ, ବରଂ ମାନବ ଶରୀରର ନିଜସ୍ୱ କ୍ଷମତା ଉପରେ ନିର୍ଭର କରେ। ଆସନ୍ତୁ ତାଙ୍କ ସାକ୍ଷାତକାର ମାଧ୍ୟମରେ ଅଧିକ ଜାଣିବା… ଅଭ୍ୟାସ ଅଭିଜ୍ଞତା: ୧୭ ବର୍ଷ

    “ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଭିଟିଲିଗୋ ଦୂର ହୋଇପାରିବ ନାହିଁ – କିଛି ଲୋକ ପ୍ରାକୃତିକ ଚର୍ମ ଯତ୍ନ ସହିତ ଏହାକୁ ପରିଚାଳନା କରିପାରିବେ।” “ଧଳା ଦାଗ ସମସ୍ୟା? ଡକ୍ଟର ମହେଶ ଚୌହାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ପ୍ରାକୃତିକ ସୂତ୍ର ବିଷୟରେ ଜାଣନ୍ତୁ।”

    ଡାକ୍ତର ମହେଶ ଚୌହାନ କୁହନ୍ତି ଯେ ଯଦି ଭିଟିଲିଗୋ ଭଳି ଚର୍ମ ରୋଗର ସଠିକ୍ ଯତ୍ନ ନିଆଯାଏ, ତେବେ କିଛି ଲୋକଙ୍କ ଶରୀରରେ କିଛି ଦିନ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ଆମେ ଭାଗ୍ୟବାନ ଯେ ଆମେ ଡାକ୍ତର ମହେଶ ଚୌହାନଙ୍କ ଭଳି ଜଣେ ମହାନ ଡାକ୍ତରଙ୍କୁ ଭେଟିଛୁ।

    ପ୍ରକୃତରେ ଏହାର ରହସ୍ୟ ସରଳ। ଆମକୁ ଭିଟିଲିଗୋର କାରଣ ବୁଝିବାକୁ ପଡିବ। ଭିଟିଲିଗୋର ମୁଖ୍ୟ କାରଣ ହେଉଛି ମେଲାନିନର କ୍ଷତି। ମେଲାନିନ୍ ହେଉଛି ଶରୀରରେ ପ୍ରାକୃତିକ ଭାବରେ ଦେଖାଯାଉଥିବା ଏକ ପଦାର୍ଥ। ମେଲାନିନ୍ ଆଇରିସ୍, କେଶ ଏବଂ ଚର୍ମକୁ ରଙ୍ଗ ପ୍ରଦାନ କରେ। ମେଲାନୋସାଇଟ୍ ନାମକ କୋଷଗୁଡ଼ିକ ଶରୀରରେ ମେଲାନିନ୍ ଉତ୍ପାଦନ କରନ୍ତି। ଏଇଟା ହିଁ ରହସ୍ୟ। ଏଥିରେ ଏପରି ଉପାଦାନ ଅଛି ଯାହା ଚର୍ମର ଅବସ୍ଥାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥାଏ ଏବଂ ଭଲ ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିପାରେ। ଆମର ଉତ୍ପାଦ ବ୍ୟବହାର କରିବା ଦ୍ୱାରା ଚର୍ମ ଭିତରେ ଗଭୀରକୁ ମଇଶ୍ଚରାଇଜ୍ ହେବ ଏବଂ ଧଳା ଦାଗ ଧୀରେ ଧୀରେ ଅଦୃଶ୍ୟ ହୋଇଯିବ।


    କେବଳ ଗୋଟିଏ ପ୍ରୟାସରେ ଫଳାଫଳ ହାସଲ କରିବା ସମ୍ଭବ କି, ଏବଂ ରୋଗୀଙ୍କୁ ଆଉ କେବେ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ କି?
    ହଁ, ମୁଁ ଦେଖୁଥିବା ଅଧିକାଂଶ ରୋଗୀ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆରାମ ପାଆନ୍ତି। ଏହି ରୋଗ ଲୋକଙ୍କ ପାଇଁ ବିନାଶକାରୀ ହୋଇପାରେ। ତେଣୁ, ଏହି ଅବସ୍ଥାର ଚିକିତ୍ସା ଶୀଘ୍ର ଆରମ୍ଭ କରିବା ଭଲ।

    ଲୋକମାନେ ସବୁବେଳେ ଭିଟିଲିଗୋ ବିଷୟରେ ଅଭିଯୋଗ କରନ୍ତି। କାରଣ ସେମାନଙ୍କୁ ଅନ୍ୟ ଲୋକଙ୍କ ସହିତ ଯୋଗାଯୋଗ କରିବାରେ ଅସୁବିଧା ହୁଏ। ମୋର ଅନେକ ରୋଗୀ କାନ୍ଦି କାନ୍ଦି ଆସି ପଚାରନ୍ତି, “ମୋ ସହିତ ଏପରି କାହିଁକି ହେଉଛି?”
    ଏହି ରୋଗ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ କି…?
    ହଁ, କିଛି ଦିନ ପୂର୍ବରୁ, ମୁଁ ଜଣେ ରୋଗୀଙ୍କଠାରୁ ଫୋନ୍ ପାଇଲି ଯିଏ ମୁଁ ଦେଇଥିବା ଚିକିତ୍ସାରେ ବହୁତ ଖୁସି ଥିଲେ। ସେ ହର୍ବାଲ୍ ହ୍ୱାଇଟ୍ ମାର୍କ କିଟ୍‌ର ସମ୍ପୂର୍ଣ୍ଣ କୋର୍ସ ସମାପ୍ତ କରିଥିଲେ। କିଛି ଦିନ ମଧ୍ୟରେ, ତାଙ୍କର ଧଳା ଦାଗ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା।

  • ଅଦୃଶ୍ୟ ମହାମାରୀ ପାଲଟିଛି ଘନ କୁହୁଡ଼ି

    ଅଦୃଶ୍ୟ ମହାମାରୀ ପାଲଟିଛି ଘନ କୁହୁଡ଼ି

    ଦିଲ୍ଲୀ-ଏନସିଆରରେ ଶୀତକାଳୀନ ପ୍ରଦୂଷଣ ଏକ ଅଦୃଶ୍ୟ ମହାମାରୀ ପାଲଟିଛି। PM 2.5 ଭଳି ସୂକ୍ଷ୍ମ କଣିକା ଫୁସଫୁସ, ହୃଦୟ ଏବଂ ମସ୍ତିଷ୍କକୁ କ୍ଷତି ପହଞ୍ଚାଉଛି, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେଉଛି। ଏହା ଭାରତର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବିପଦ। ଏହା କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ମଧ୍ୟ କରେ। କେତେବେଳେ ପାଗ ପରିବର୍ତ୍ତନ ହୁଏ, କିନ୍ତୁ ପରିସ୍ଥିତି ପୁଣି ଥରେ ଫେରି ଆସେ। ସରକାର, ସମାଜ ଏବଂ ଆମେ କ’ଣ କରିବା ଉଚିତ? ଦିଲ୍ଲୀ-ଏନସିଆରରେ ନିଶ୍ୱାସ ନେବା ପୂର୍ବରୁ କଷ୍ଟକର ଥିଲା, କିନ୍ତୁ ଏବେ ଦେଖିବା ମଧ୍ୟ କଷ୍ଟକର ହୋଇଗଲାଣି। ସବୁକିଛି ଅଦୃଶ୍ୟ। ଘନ କୁହୁଡ଼ି, କୁହୁଡ଼ି ଏବଂ ପ୍ରଦୂଷଣ। ଡିସେମ୍ବର ୧୫, ୨୦୨୫ରେ ଦିଲ୍ଲୀର ଏକ୍ୟୁଆଇ ଗମ୍ଭୀର ସ୍ତରରେ ପହଞ୍ଚିଥିଲା, ୪୫୦ ଉପରେ। କିଛି ସ୍ଥାନରେ ଏହା ୫୦୦ ପାଖାପାଖି ଥିଲା। ଘନ କୁହୁଡ଼ି ବ୍ୟାପିଥିଲା। ଦୃଶ୍ୟମାନତା କମ୍ ଥିଲା। ଲୋକମାନେ ନିଜ ଘରେ ସୀମିତ ଥିଲେ। ପ୍ରଶ୍ନ ଉଠୁଛି: ଶୀତକାଳ (ଡିସେମ୍ବରରୁ ଫେବୃଆରୀ) ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରର ପ୍ରଦୂଷଣ ଏତେ ଅଧିକ ରହିବ କି? ଏବଂ ଏହା ଏତେ ବିପଦପୂର୍ଣ୍ଣ କାହିଁକି? ଲୋକମାନେ ଏହାକୁ ନେଇ ଅନେକ ଚିନ୍ତାରେ ଅଛନ୍ତି। ଘନ କୁହୁଡି ପାଇଁ ଅନେକ ଲୋକ ମୃତ୍ୟୁ ସହ ମଧ୍ୟ ଲଢେଇ କରୁଛନ୍ତି। ଏହି କଳା ଏବଂ ମହାମାରୀ ଘନ କୁହୁଡି ଲୋକମାନଙ୍କ ପାଇଁ ବିପଦ ପଂହଁଚାଇଛି।

  • ଶୀତ ଦିନେ ଖଜୁରୀ ସେବନର ଉପକାରିତା

    ଶୀତ ଦିନେ ଖଜୁରୀ ସେବନର ଉପକାରିତା

    ଶୀତ ଦିନ ଆସିବା ମାତ୍ରେ ବହୁତ କିଛି ରୋଗର ଲକ୍ଷଣ ଦେଖାଯାଇଥାଏ । ବହୁତ ଲୋକଙ୍କୁ ଶୀତ ଦିନରେ ସର୍ଦ୍ଦି ଜ୍ୱର , ଓ ଆଣ୍ଠୁଗଣ୍ଠି ବାତ ଆଦି ରୋଗର ହୋଇଥାଏ । ଏମିତି ପରିସ୍ଥିତିରେ ଖଜୁରୀ ଖାଇଲେ ସବୁ ଅସୁବିଧାରୁ ରକ୍ଷା ମିଳିଥାଏ ।

    ଖଜୁରୀ ଏକ ଏପରି ଫଳ ଯାହାକୁ ପ୍ରାଚୀନ କାଳରୁ ଶକ୍ତି, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଉତ୍ସ ଭାବରେ ବିବେଚନା କରାଯାଏ । ଏହା ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଡ୍ରାଏ ଫ୍ରୁଟ୍ସ, ଯାହାକୁ ବିଶ୍ୱର ଅନେକ ସ୍ଥାନରେ ଲୋକମାନେ ଖାଇବାକୁ ପସନ୍ଦ କରନ୍ତି। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ଏବଂ ଦୀର୍ଘ ସମୟ ପାଇଁ ରୋଗରୁ ଦୂରରେ ରଖିବାରେ ସାହାଯ୍ୟ କରେ ।

    ଖଜୁରୀ ଖାଇବାର ଅନେକ ଲାଭ ରହିଛି । ଭିଜା ଖଜୁରରେ ଭିଟାମିନ୍ ଏ, ବି, ସି ଏବଂ ଇ, ଏବଂ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ କ୍ୟାଲସିୟମ୍ ଭଳି ଖଣିଜ ପଦାର୍ଥ ଥାଏ । ଏଗୁଡ଼ିକ ଶକ୍ତି ପ୍ରଦାନ କରେ, ହାଡ଼ ଏବଂ ମାଂସପେଶୀକୁ ମଜବୁତ କରେ । ଯେତେବେଳେ ଖଜୁରକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଇବା ଦ୍ୱାରା ଶରୀରକୁ ସହଜରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ।

    ଖଜୁରୀର ଉପକାରିତା

    ହୃଦୟକୁ ସୁସ୍ଥ ରଖେ- ଖଜୁରୀରେ ୫୪ ପ୍ରତିଶତ ଚିନି ଓ ୭ ପ୍ରତିଶତ ପ୍ରୋଟିନ୍ ମିଳିଥାଏ। ହୃଦରୋଗୀଙ୍କ ପାଇଁ ଖଜୁରୀ ଖାଇବା ବହୁତ ଭଲ ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ହୃଦରୋଗ ଥାଏ ତେବେ ସେ ଦିନକୁ ୩-୪ ଟି ଖଜୁରୀ ଖାଇବା ଉଚିତ୍। କାରଣ ଖଜୁରୀ ଶରୀରର କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣ କରିଥାଏ। ଯାହା ଦ୍ୱାରା ହାର୍ଟ ଆଟାକ୍ ସମ୍ଭାବନା କମ୍ କରିଥାଏ।

    ରୋଗ ପ୍ରତିରୋଧକ କ୍ଷମତା- ଯଦି ଆପଣ ଶୀତ ଦିନରେ ନିୟମିତ ଖଜୁରୀର ସେବନ କରୁଛନ୍ତି । ଏହା ଭିତରେ ଥିବା ଗ୍ଲୁକୋଜ୍ ଓ ଫ୍ରୁଟୋଜ୍ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ଆପଣଙ୍କ ଶରୀରରେ ରୋଗକୁ ଲଢିବା ପାଇଁ ଶକ୍ତି ଦେଇଥାଏ ।

    ଚର୍ମକୁ ଉଜ୍ଜ୍ୱଳ କରେ-ଭିଜା ଖଜୁରୀ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଏହା ଚର୍ମକୁ ସୁସ୍ଥ, ଉଜ୍ଜ୍ୱଳ ଏବଂ ଯୁବା ରଖିବାରେ ସାହାଯ୍ୟ କରେ ।

    ଏଥିରେ ଏମିତି କିଛି ଉତ୍ପାଦନ ରହିଛି ଯାହା ଗର୍ଭବର୍ତୀ ମହିଳା ଓ ଗର୍ଭରେ ଥିବା ଶିଶୁ ପାଇଁ ମଧ୍ୟ ଏହା ଲାଭଦାୟକ ।ଖଜୁରୀ କେବଳ ଏକ ସ୍ୱାଦିଷ୍ଟ ଫଳ ନୁହେଁ, ବରଂ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ଏକ ଉତ୍ତମ ମିଶ୍ରଣ ମଧ୍ୟ ।

  • ପୋଷଣ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ

    ପୋଷଣ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ

    ପୁରୀ : ଉପଯୁକ୍ତ ପୋଷଣ ଶିଶୁ କୁ ସୁସ୍ଥ ଓ ନିରୋଗ ରଖିବା ସହ ତାହାର ମାନସିକ ସୁସ୍ଥତା ପାଇଁ ସହାୟକ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ରୁ ଅକ୍ଟୋବର ମାସ ମଧ୍ୟରେ ପୋଷଣ ମାହ ବା ମାସର ଆୟୋଜନ କରାଯାଇଥାଏ । ଏହାଦ୍ଵାରା ଉପଯୁକ୍ତ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏହାକୁ ଯେପରି ଲୋକାଭିମୁଖୀ କରାଯିବ ସେଥିପ୍ରତି ବ୍ୟବସ୍ଥା କରାଯାଇଥାଏ । ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ ପୋଷଣର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । କନଭରଜେଣ୍ଟ ଆକ୍ସନ ଓ ଡିଜିଟାଇଜେସନ,ଏର୍ଲି ଚାଇଲ୍ଡହୁଡ କେଆର ଓ ଏଡୁକେସନ, ଇନଫାନଟ୍ ଓ ୟଙ୍ଗ ଚାଇଲ୍ଡ ଫିଡ ପ୍ରାକ୍ଟିସ୍, ମେନ ଷ୍ଟ୍ରିମିଂ, ଆଡ୍ରେସ ଓବେସିଟି ଓ ଭୋକାଲ ଫର ଲୋକାଲ ଏହିଭଳି ୬ଟି ବିନ୍ଦୁ କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାହ ବା ମାସ ୨୦୨୫ କାର୍ଯ୍ୟକ୍ରମରେ ବିଭିନ୍ନ ପୋଷଣ କାର୍ଯ୍ୟକଳାପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରୀ ଜିଲ୍ଲାକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି |

    ଏବଂ ରାଜ୍ୟ ମଧ୍ୟରେ ପୋଷଣର ମୁଖ ଚିହ୍ନନ ପ୍ରଣାଳୀରେ ମଧ୍ୟ ପୁରୀ ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି । ଭୁବନେଶ୍ୱର ଲୋକସଭା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବ ରେ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଓ ନିର୍ଦ୍ଦେଶକ ମନୀଷା ବାନାର୍ଜୀ ଙ୍କ ଠାରୁ
    ଏହି ପୁରସ୍କାର କୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଓ ପୋଷଣର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର ଗ୍ରହଣ କରିଥିଲେ । ଏହି ସଫଳତା ପାଇଁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମାଜ କଲ୍ୟାଣ ଅଧିକାରୀ ଓ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଏହି ସଫଳତା କୁ ପାଥେୟ କରି ଆଗକୁ ଆହୁରି ଅଧିକ କାର୍ଯ୍ୟ କରି ଜିଲ୍ଲାର ସୁନାମ ବୃଦ୍ଧି କରିବାକୁ ସେ ଆହ୍ବାନ ଦେଇଛନ୍ତି ।

  • ପଞ୍ଚୁପାଲିରେ ରକ୍ତ ଦାନ ଶିବିର ଅନୁଷ୍ଠିତ

    ପଞ୍ଚୁପାଲିରେ ରକ୍ତ ଦାନ ଶିବିର ଅନୁଷ୍ଠିତ

    ବୁନ୍ଦାଏ ରକ୍ତ ପାଇଁ ବେଳେ ବେଳେ କାହାର ବି ଜୀବନ ଚାଲିଯାଉଛି । ସେଇଥିପାଇଁ ରକ୍ତ ଦାନ ମହାପୁଣ୍ୟକୁ ଆଖି ଆଗରେ ରଖି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ସ୍ଥିତ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ସମ୍ମୁଖରେ ଶନିବାର ପଞ୍ଚୁପାଲି ପ୍ରଧାମନ୍ତ୍ରୀ ଜନ ଔଷଧି କେନ୍ଦ୍ର ସହିତ ଦୈନିକ ଖବର କାଗଜ ବାଲିଆପାଳ ବ୍ଲକ ପ୍ରତିନିଧି ଓ ଏମ୍ସ କମ୍ପ୍ୟୁଟର ବାଲିଆପାଳର ମିଳିତ ସହଯୋଗ ରେ ଏକ ବିଶାଳ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    କାର୍ଯ୍ୟକ୍ରମ କୁ ପଞ୍ଚୁପାଲି ସରକାରୀ ଆୟୁର୍ବେଦିକ ଦାତବ୍ୟ ଚିକିତ୍ସାଳୟ ର ଡାକ୍ତର ପୂଜା ହୁଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ । ପ୍ରକାଶ ଚନ୍ଦ୍ର ପ୍ରଧାନ,ଜନ ଔଷଧି କେନ୍ଦ୍ର ମାନସ ଦାସ ଓ ଏମ୍ସ କମ୍ପ୍ୟୁଟର ନିର୍ଦେଶକ ସାଗର କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏହି ରକ୍ତ ଦାନ ଶିବିର ହୋଇଥିଲା ।

    ଶିବିର ରେ ମୋଟ ୫୪ ୟୁନିଟର ରକ୍ତ ସଂଗ୍ରହ କରାଯାଇଥିଲା । ବାଲେଶ୍ୱର ରକ୍ତ ଭଣ୍ଡାର ର ଡ଼କ୍ଟର ବସନ୍ତ କୁମାର ଉପାଧ୍ୟାୟ , ଟେକନିସିଆନ ମନୋଜ କୁମାର ଗନ୍ତାୟତ,ପ୍ରକାଶ ମହାନା,ବିଦ୍ୟାଧର ସାହୁ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ସଚିନ୍ଦ୍ର ନାଥ ଦାସ ,କାଞ୍ଚନବାଳା ଦାସ, ରବିନ୍ ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

  • ଓଡିଶାର ଯୁବା ଆଜି ବିପଥଗାମୀ!

    ଓଡିଶାର ଯୁବା ଆଜି ବିପଥଗାମୀ!

    ରାଜ୍ୟରେ ବଢିବାକୁ ଲାଗିଛି HIV ଏହା ଆପଣଙ୍କୁ ଏକ ଛୋଟ ସମସ୍ୟା ଭଳି ମନେ ହେଉଥିବ ନିଶ୍ଚୟ କିନ୍ତୁ ଏକ ରିପୋର୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ କାରଣ ଏହି ସଂକ୍ରମଣରେ ଘାଣ୍ଟି ହେଉଛନ୍ତି ଯୁବ ଗୋଷ୍ଠୀ । ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟିର ରିପୋର୍ଟ ଅନୁସାରେ ପୁରୁଷ ସହ ପୁରୁଷଙ୍କ ଅପ୍ରାକୃତିକ ଯୌନ ସମ୍ପର୍କ ଯୋଗୁଁ ଏଚଆଇଭି ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଥିରୁ ପାଖାପାଖି ଅଧା ହେଉଛନ୍ତି ଯୁବ ଗୋଷ୍ଠୀ । ସେପଟେ ପଞ୍ଜିକୃତ ଏଡସ୍ ରୋଗୀଙ୍କ ଭିତରୁ ୩ ହଜାରରୁ ଅଧିକଙ୍କ ପତ୍ତା ନ ମିଳୁଥିବାରୁ ସଂକ୍ରମଣ ବୃଦ୍ଧିର ଭୟ ଦେଇ ଗତି କରୁଛି ଓଡ଼ିଶା । ଆସନ୍ତୁ ଜାଣିବା କଣ ରହିଛି ଏହାର ପ୍ରଭାବ HIV ରୋଗ କବଳରେ ଯୁବ ଗୋଷ୍ଠୀ, କାରଣ ଯୁବ ଗୋଷ୍ଠୀ ଏବେ ସମଲିଙ୍ଗୀ ଅପ୍ରାକୃତିକ ଯୌନ ସମ୍ପର୍କରେ ବ୍ୟସ୍ତ । ୧୭ରୁ ୩୫ ବର୍ଷ ବୟସର ୪୧ ପ୍ରତିଶତ ଯୁବଗୋଷ୍ଠୀ ଏଚଆଇଭି ପଜିଟିଭ ଯାହା ଦ୍ୱାରା ଯେଉଁମାନଙ୍କ ଭିତରେ ପ୍ରତିଶେଧକ ଶକ୍ତି କମ୍ ରହିଥାଏ ସେମାନେ ଏଡସ୍ ଆଡ଼କୁ ଠେଲି ହୋଇ କଲବଲରେ ଜୀବନ ହାରନ୍ତି ।

    ତେବେ ଯଦି ଆମେ ମୃତ୍ୟୁ ହାର କଥା କହିବା ୧୩ ହଜାର ୧୭୭ ଏଚଆଇଭି ପଜିଟିଭଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ରିପୋର୍ଟ ଦିଆଯାଇଛି, ତେବେ ଯଦି ଆପଣଙ୍କୁ ଲାଗୁଛି ବିପଦ ଏତିକି ରେ ସରିଯାଇଛି ବୋଲି, ଆପଣ ଭୁଲ ଭାବୁଛନ୍ତି ବିପଦ ଏତିକିରେ ସରିନି ଓଡିଶାରେ ପଞ୍ଜିକୃତ ୬୫ ହଜାର ୨୧୪ ଏଚଆଇଭି ପଜିଟିଭଙ୍କ ଭିତରୁ ଯେଉଁ ୩୯୯୮ ସଂକ୍ରମିତଙ୍କ ପତ୍ତା ମିଳୁନି । ସେମାନଙ୍କ ଭିତରୁ ଅନେକ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ବା କିଛି ଲୋକ ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଟେଷ୍ଟିଂ କରିଛନ୍ତି । ଏପରିକି କିଛି ଲୋକ ସମାଜ ବାସନ୍ଦ ଭୟରେ ନିଜ ଭୁଲ ପରିଚୟ ଦେଇଥିବା କଥା ଯାଞ୍ଚ ପରେ ଜଣାପଡ଼ିଛି । ଏହି ନିଖୋଜ ଏଚଆଇଭି ପିଜିଟିଭ ସଂକ୍ରମିତଙ୍କ ସହ ଅଜାଣତରେ ଯଦି କେହି ଶାରୀରିକ ସଂପର୍କ ରଖନ୍ତି ପରିସ୍ଥିତି ସଙ୍ଗୀନ ହୋଇଯିବ ।

    ଏଚଆଇଭ ପିଜିଟିଭରୁ ଏଡସ୍ । ଏହାର କୌଣସି ଚିକତ୍ସା ନାହିଁ। ହେଲେ ଏଚଆଇଭି ପିଜିଟିଭ ଜଣାପଡ଼ିବା ମାତ୍ରେ ସଂକ୍ରମିତଙ୍କୁ ଆଣ୍ଟି ରେଟ୍ରୋଭାଇରାଲ ଥେରାପି ଏଆରଟି ଦେବା କଥା । ତେବେ ୬୫ ହଜାର ୨୧୪ ସଂକ୍ରମିତଙ୍କ ମଧ୍ୟରୁ ୫୫ ହଜାର ୧୪୨ ଜଣ ଏଆରଟି ପଞ୍ଜିକରଣ କରିଛନ୍ତି । ବାକି ୧୦ ହଜାର ୧୨୯ ଏଆରଟି ପଞ୍ଜିକରଣ କରି ନଥିବାରୁ ଚିନ୍ତା ଆହୁରି ବଢିଛି ।

  • ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

    ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

    ଆପଣ ମାନେ ସାମ୍ବାଦିକ ଦେଖିଥିବେ ହେଲେ ଏଭଳି ନିଆରା ସାମ୍ବାଦିକ ଦେଖିନଥିବେ । ଆମେ କହୁଚୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ମାହାଙ୍ଗା ଡ଼ିଜିଟାଲ୍ ମିଡ଼ିଆ ଆସୋସେସନ୍ ର ସାମ୍ବାଦିକ ଭାଇ ମାନଙ୍କ କଥା ଯାହାଙ୍କ ପ୍ରଚେଷ୍ଟାରେ ଅନେକ ଲୋକ ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିବା ସହିତ କାହାର ଦାନ୍ତ ଓପୋଡା ଯାଇଛି ତ କାହାର, ଆଖି କୁ ନ ଦେଖା ଯିବା ଭଳି ସମସ୍ୟା ର ସମାଧାନ କରାଯାଇଛି ।

    ଏଭଳି ଅନେକ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ର ସମାଧାନ ପାଇଁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁସୁପୁର ପଂଚାୟତ ସ୍ଥିତ କୁସୁପୁର ଦଶହରା ପଡିଆ ଠାରେ ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ମାଗଣା ଦାନ୍ତ, ଚକ୍ଷୁ ଓ ହୋମିଓ ପଥିକ ରକ୍ତ ଶର୍କରା ପରିକ୍ଷଣ, ରକ୍ତଚାପ ପରିକ୍ଷଣ ଶିବିର ଆଦି ଅନୁଷ୍ଠିତ ହୋଇଯାଇଛି I

    ଏହି ଶିବିରକୁ ମିଡ଼ିଆ ସଂଗଠନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅମରେନ୍ଦ୍ର ସିଂହ ଉଦଘାଟନ କରିବା ସହିତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

    ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ନାମ ପଞ୍ଜିକରଣ କରି ଆବଶ୍ୟକ ଚିକିତ୍ସା ସେବା ନେଇଥିଲେ। I ଏହି ଶିବିରରେ ଡାକ୍ତର ସରୋଜ କୁମାର ବେହେରା, ଡାକ୍ତର ଶୈଳଜା ପଣ୍ଡା, ଡାକ୍ତର ଅନିଶା ଦତ୍ତ, ଡାକ୍ତର ସହର୍ଷ ଭିର ଝା,ଡାକ୍ତର ନରେନ୍ଦ୍ର କୁମାର ସାହୁ, ଡାକ୍ତର ସୃତି ମଲିକ, ଡାକ୍ତର ଅଶୋକ କୁମାର ସାହୁ, ଡାକ୍ତର ଏସ. ଆର ଦ୍ବିବେଦୀ ପ୍ରମୁଖ ଯୋଗ ଦେଇ ଶିବିରରେ ଯୋଗ ଦେଇଥିବା ରୋଗୀ ମାନଙ୍କ ଦାନ୍ତ, ଚକ୍ଷୁ ଓ ରକ୍ତ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା I


  • RI, AMIN ପରୀକ୍ଷା ବାତିଲ ନେଇ ଚିନ୍ତା ରେ ପରୀକ୍ଷାର୍ଥୀ

    RI, AMIN ପରୀକ୍ଷା ବାତିଲ ନେଇ ଚିନ୍ତା ରେ ପରୀକ୍ଷାର୍ଥୀ

    RI, AMIN ପରୀକ୍ଷା ରେ ପ୍ରତି ବର୍ଷ ପ୍ରଶ୍ନ ପତ୍ର ଲିକ୍ ଘଟଣା କୁ ନେଇ ଚିନ୍ତା ରେ ପରିକ୍ଷାର୍ଥୀ। ସୂଚନା ଅନୁଯାୟୀ ଅଗଷ୍ଟ ମାସ ୧ ତାରିଖ ରେ RI, AMIN ପରୀକ୍ଷା ହେବ ବୋଲି ସମସ୍ତ ଛାତ୍ର ଛାତ୍ରୀ ଜୋର୍ ସୋର ରେ ପରିଶ୍ରମ କରୁଥିଲେ। କୌଣସି କାରଣରୁ RI, AMIN ପରୀକ୍ଷା ବାତିଲ ହେବାରୁ ପିଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର ଉପଖଣ୍ଡ ରେ ପ୍ରତିବର୍ଷ ସହର ବାହାରେ କିମ୍ୱା ରାଇରଙ୍ଗପୁର ର ବିଭିନ୍ନ ସ୍ଥାନରେ ପିଲା ମାନେ RI, AMIN କୋଚିଙ୍ଗ ନେଇ ପାଠ ପଢ଼ିଥାନ୍ତି। ଆମେ ଦିନ ରାତି ପରିଶ୍ରମ କରି ପାଠ ପଢ଼ିବୁ ଓ ଠିକ୍ ପରୀକ୍ଷା ସମୟ ଆସିଲେ ପ୍ରତି ବର୍ଷ କିଛି ନା କିଛି କେଳେଙ୍କାରି ଘଟେ। ଆମ ମାନଙ୍କ ଭବିଷ୍ୟତ ସହ ଖେଳ ହେଉଛି।


    ସବୁ ବର୍ଷ ପରୀକ୍ଷା ଆସିଲା ବେଳକୁ କୌଣସି ନ କୌଣସି ଅଘଟଣ ଘଟେ।କେତେ ବେଳେ ପ୍ରଶ୍ନ ପତ୍ର ଲିକ୍ତ ଆଉ କେତେ ବେଳେ ପରୀକ୍ଷା ବାତିଲ ।ପରିକ୍ଷାର୍ଥୀ ମାନେ ଏତେ ପରିଶ୍ରମ କରି ପାଠ ପଢ଼ିବେ ଆଉ ପ୍ରଶ୍ନ ପତ୍ର ଲିକ୍ ଓ ପରୀକ୍ଷା ବାତିଲ କାହିଁକି ହେଉଛି , କଣ ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି ଏଭଳୀ ମନ୍ତବ୍ୟ ଦେଇଛନ୍ତି ପରିକ୍ଷାର୍ଥୀ। ଆମେ ବାରମ୍ବାର ଏତେ ଖର୍ଚ୍ଚାନ୍ତ ଦେଇ ପାଠ ପଢି ପରୀକ୍ଷା ଦେଉଛୁ, ସରକାର ଆମ କଥା ଶୁଣିବା ଦରକାର।ସରକାର ଏଥି ପ୍ରତି ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ପରିକ୍ଷାର୍ଥୀ।


  • ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଇରୀ ମେଡ଼ିସିନ୍, ରୋଗୀ ହନ୍ତସନ୍ତ

    ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଇରୀ ମେଡ଼ିସିନ୍, ରୋଗୀ ହନ୍ତସନ୍ତ

    ନିରାମୟରେ ଦିଆଯାଉଛି ନିମ୍ନମାନର ଔଷଧ । ରୋଗୀଙ୍କୁ ମାଗଣାରେ ଏକ୍ସପାରୀ ମେଡିସିନ୍ ଦିଆଯାଉଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଶୋର ନଗର୍ ବ୍ଲକ୍ ଅନ୍ତର୍ଗତ ହଣ୍ଡପା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ରୋଗୀଟିଏ ସରକାରୀ ଡାକ୍ତରଖାନାକୁ ଗଲେ ନିରାମୟରୁ ଔଷଧ ପାଇଁ ଆଶା ରଖିଥାଏ। ଡାକ୍ତର ଦେଖାଇବା ପରେ ଧାଡିରେ ଠିଆ ହୋଇ ଔଷଧ ନିଏ। ହେଲେ ନିରାମୟରେ ମିଳୁଛି ନିମ୍ନମାନର ଔଷଧ ।

    ସୂଚନା ଅନୁସାରେ ଗ୍ରାମର ହଣ୍ଡପା ଗାଁର ଗୁଲଜାର ଖାଁ ନାମକ ଜଣେ ବ୍ୟକ୍ତିଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏଥିପାଇଁ ସେ ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ଡ୍ରେସର ତାଙ୍କ କ୍ଷତ ଜାଗାକୁ ଡ୍ରେସିଂ କରିଥିଲେ । ତେବେ ଡ୍ରେସିଂ ବେଳେ ସେ ଯେଉଁ ଔଷଧ ଲଗାଉଥିଲେ ସେହି ଔଷଧ ଉପରେ ଗୁଲଜାରଙ୍କ ନଜର ପଡିଥିଲା । ଯାହାର ଏକ୍ସପାରି ଦେଢ଼ ବର୍ଷ ହେଲା ପଳାଇଥିବା ଗୁଲଜାର ଦେଖିବାକୁ ପାଇଥିଲେ । ଏଭଳି ଔଷଧ କାହିଁକି ଦିଆଯାଉଛି ବୋଲି ଡାକ୍ତରଖାନାର ଫାର୍ମାସିଷ୍ଟଙ୍କୁ ମଧ୍ୟ ପଚାରିଥିଲେ । ଫାର୍ମାସିଷ୍ଟ ସନ୍ତୋଷଜନକ ଉତ୍ତର ନଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ପରେ ଅନ୍ୟ କିଛି ଯୁବକ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ ।

    ପରେ କିଶୋର ନଗର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଅଫିସର୍ ଯୋଵା ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ଏ ଦିଗରେ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ଆଉ ଏ ଦିଗରେ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ କେବେ ନିଆ ଯିବ ତାହା ଦେଖିବାକୁ ବାକି ରହିଲା ।

  • କେନ୍ଦ୍ରୀୟ ଟିମ୍ ର କୁଆଖିଆ ହୋଟେଲରେ ଅଚାନକ ଚଢାଉ, ଭୟରେ ଅନେକ ଦୋକାନ ବନ୍ଦ

    କେନ୍ଦ୍ରୀୟ ଟିମ୍ ର କୁଆଖିଆ ହୋଟେଲରେ ଅଚାନକ ଚଢାଉ, ଭୟରେ ଅନେକ ଦୋକାନ ବନ୍ଦ

    ଓଡ଼ିଶାରେ ଝାଡ଼ାବାନ୍ତି ରୋଗ ଉପରମୁହାଁ । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । କୁଆଖିଆ ବଜାର ଏବଂ ଏହାର ଆଖପାଖ ଗାରେ ଥୁବା ଛୋଟଛୋଟ ବଜାରରେ ହୋଟେଲ୍‌ ଏବଂ ଜଳଖିଆ ଦୋକାନ ମାନଙ୍କରେ ବାସିଖାଦ୍ୟ ସୋଲ ପ୍ଲେଟରେ ପରିବେଶଣ ହେଉଛି । ପଚା ଶଢ଼ା ଏବଂ ଦୁର୍ଗନ୍ଧ ପରିବେଶରେ ରୋଷେଇ କାର୍ଯ୍ୟ କରାଯାଇ ତାହାକୁ ବିକ୍ରି କରାଯାଉଛି ।

    ଝାଡ଼ାବାନ୍ତି ବ୍ୟାପିବାର ଖବର ପାଇ ଆଜି କେନ୍ଦ୍ରୀୟ କ୍କାଲିଟୀ ଆସ୍ଵରାନ ଦଳ କୁଆଖିଅ। ଏବଂ ହରିପୁର ବଜାରର ବିଭିନ୍ନ ହୋଟେଲ ଏବଂ ଜଳଖିଆ ଦୋକାନ ଉପରେ ଚଢ଼ାଉକରି ପାଣି ଓ ଦହିବରା ଏବଂ ମିଠାର ନମୁନା ପରିକ୍ଷା ନିମନ୍ତେ ସଂଗ୍ରହ କରିଛି । ଭୟରେ ଅନେକ ଜଳଖିଆ ଦୋକାନ ଓ ହୋଟେଲ ବନ୍ଦରହିଛି। ପନ୍ଦର ଦିନ ପର୍ଯ୍ୟନ୍ତ ସବୁ ହୋଟେଲ ବନ୍ଦ୍ ରହିବ ବୋଲି ସୂଚନା ଦିଆଯାଇଛି।