Category: ଶିକ୍ଷା ଓ ନିଯୁକ୍ତି

  • ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ

    ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ

    ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ ଗିରିଧିବାସିଆ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଅତିରିକ୍ତ ଶ୍ରେଣୀ ଗୃହକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାଥ, ବଅଁରପାଳ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପାଣିଗ୍ରାହୀ, ଯନ୍ତ୍ରୀ ଶ୍ରୀଯୁକ୍ତ ଗୌତମ ନାଏକ, ଫୁଲପଡା ସରପଞ୍ଚ ଶ୍ରୀମତୀ ସୁଦେଷ୍ଣା ଗଡନାୟକ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଗୋପାଳ ଗଡନାୟକ, ଅନୁଗୋଳ ଆରସିଏମଏସ ସଭାପତି ଶ୍ରୀଯୁକ୍ତ ନାରାୟଣ ତ୍ରିପାଠୀ, ପ୍ରଭାତ ତ୍ରିପାଠୀଙ୍କ ସମେତ ଗିରିଧିବାସିଆ ଗ୍ରାମବାସୀ ଉପସ୍ଥିତ ଥିଲେ। ଜିଲ୍ଲା ଖଣିଜ ପାଣ୍ଠି ର ଆନୁକୂଲ୍ୟରେ ଏହି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହୋଇଛି। ଏହି ଉଦଘାଟନ ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

  • ମୁଖ୍ୟମନ୍ତ୍ରୀ ‘ପରିଧାନ’ ପୋଷାକ ପିନ୍ଧିବା ଉପଯୋଗୀ ନୁହେଁ

    ମୁଖ୍ୟମନ୍ତ୍ରୀ ‘ପରିଧାନ’ ପୋଷାକ ପିନ୍ଧିବା ଉପଯୋଗୀ ନୁହେଁ

    ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ଛାତ୍ରଛାତ୍ରୀ ଓ ବିଭିନ୍ନ ଗୋଷ୍ଠୀଙ୍କୁ ପୋଷାକ ବିତରଣ କରିବାର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦିଆଯାଇଛି ପୋଷାକ। କିନ୍ତୁ ଛାତ୍ରୀଙ୍କୁ ବଣ୍ଟନ ହୋଇଥିବା ପୋଷାକ ଅତି ନିମ୍ନମାନର ହୋଇଥିବା ସହ ଏଥିରେ ଲୋଗୋ ଓଲଟା ଲଗାଯାଇଥିବା ଅଭିଯୋଗ ହେଉଛି। ଏହାକୁ ପିନ୍ଧି ବାହାରକୁ ଯିବାକୁ ଲଜ୍ଜା ଅନୁଭବ କରୁଛନ୍ତି ଛାତ୍ରୀ। ସେପଟେ ଏସମ୍ପର୍କରେ ବିଇଓଙ୍କୁ ପଚରାଯିବାରୁ ସେ
    ସେ କିଛି ଜାଣିନଥିବା କହିଛନ୍ତି।

    ତେବେ ପରିଧାନ ଯୋଜନାରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଡ୍ରେସ ପ୍ରସ୍ତୁତି ପାଇଁ କାର୍ଯ୍ୟାଦେଶ ପାଇଥିବା ଗ୍ରୁପ ମନ ଇଛା ଡ୍ରେସ ତିଆରି କରି ଅର୍ଥ ସାଉଁଟୁ ଥିବା ବେଳେ ଏହା ଯେଉଁ ଉଦ୍ଦେଶ୍ୟ ନେଇ କରାଯାଇଛି ତାହା ପୂରଣ ହୋଇପାରୁ ନାହିଁ। ତେଣୁ ଏହା ଉପରେ 5t ସଚିବ ଭି.କେ.ପାଣ୍ଡିଆନ ଦୃଷ୍ଟି ଦେବାକୁ ଦାବି ହେଉଛି।

  • ମାଗଣାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଦେଖାଉଛନ୍ତି ଶିକ୍ଷାର ଆଲୋକ

    ମାଗଣାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଦେଖାଉଛନ୍ତି ଶିକ୍ଷାର ଆଲୋକ

    ରଜନୀ ଭୋଇ ବୟସ ଚାଳିଶି ଘର ଯୁଜୁମୁରା ବ୍ଲକ ଜାମତାଲ ଗାଁରେ, ଶିକ୍ଷାର ଗୁରୁତ୍ବକୁ ବୁଝିଥିବା ରଜନୀ ଅର୍ଥାଭାବରୁ ପାଠ ଠାରୁ ଦୂରେଇଯାଉଥିବା ଛାତ୍ରାଛାତ୍ରୀଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା ପାଇଁ ବଡ଼ ପ୍ରୟାସ କରିଛନ୍ତି । ଗାଁର ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଆଲୋକ ଦେଖାଇବା ସହିତ ସେ ଏବେ ତାଙ୍କ ଗାଁରେ ମାଗଣାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି।ସେ ସ୍ବେଚ୍ଛାସେବୀ ସଂଗଠନ ‘ଶିକ୍ଷା’ର ଜଣେ ସଦସ୍ୟ ହୋଇଥିବା ବେଳେ ପ୍ରଥମେ ୧୦ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ପାଠ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ତାଙ୍କ ପାଖରେ ୧୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପାଠପଢ଼ା ସହିତ ନୃତ୍ୟ, ଗୀତ, ଅଭିନୟ, କ୍ରୀଡ଼ା ମଧ୍ୟ ସେ ଶିଖାଇଥାନ୍ତି। ଫଳରେ ଶିଶୁମାନଙ୍କର ମାନସିକ ଓ ଶାରିରୀକ ଅଭିବୃଦ୍ଧି ହୋଇପାରୁଛି। ପିଲାମାନଙ୍କୁ ସ୍ବେଚ୍ଛାସେବୀ ସଂଗଠନ ଆଡୁ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ସେ ପ୍ରତିଦିନ ସକାଳ ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି।

  • ବିଜୟୀ ପ୍ରତିଯୋଗୀଙ୍କୁ ମିଳୁନି ପୁରସ୍କାର

    ବିଜୟୀ ପ୍ରତିଯୋଗୀଙ୍କୁ ମିଳୁନି ପୁରସ୍କାର

    ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାକୁ କାରଣ ନଦର୍ଶାଇ ବାତିଲ କରିଥିବାରୁ ବିଜୟୀ ପ୍ରତିଯୋଗୀଙ୍କ ପ୍ରତିବାଦ

    ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ହୋଇଥିଲା । ପ୍ରବନ୍ଧ, ବକ୍ତୃତା, ସଂଗୀତ ପ୍ରତିଯୋଗୀତାରେ ଭାଗ ନେଇ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ୨୦ ଜଣ ଛାତ୍ରୀ ବିଜୟୀ ହୋଇଥିଲେ । ହେଲେ କୌଣସି ବିଶେଷ କାରଣ ନଦର୍ଶାଇ ପୁନଃ ପ୍ରତିଯୋଗୀତା କରିବାକୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିଠି କରିଛନ୍ତି । କମିଟି ତରଫରୁ କୁହାଯାଉଛି, ଅଧିକାଂଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିନଥିଲେ ।

    ତେଣୁ ଆଉଥରେ ଏହି ପ୍ରତିଯୋଗୀତା କରାଯାଉଛି । କିନ୍ତୁ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନିଷ୍ପତ୍ତି ହୋଇଥିଲା ଅନ୍ୟୁନ ୫ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନକଲେ ପ୍ରତିଯୋଗିତା ବାତିଲ କରାଯିବ । ହେଲ ୮ ଜଣ ପ୍ରତିଯୋଗି ଏଥିରେ ଅଂଶଗ୍ରହଣ କରିଥିବା କହିଥିଲେ । ଏହାକୁ ନେଇ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ମହାନ୍ତିଙ୍କୁ ଜଣାଇଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ । ଏହାପରେ ଛାତ୍ରଛାତ୍ରୀ ମାନେ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏହାପରେ ଉପଜିଲ୍ଲାପଳ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିଷ୍ପତ୍ତିକେ ସମ୍ମତି ପ୍ରକାଶ କରିଥିଲେ । ଯାହାକୁ ନେଇ ପ୍ରତିଯୋଗିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

  • ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

    ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

    କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ଆଧାର ଦାବି କରିବା ଦୃଷ୍ଟିକୁ ଆସିଛି । ଏଥିପାଇଁ ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି ପାଇଁ DEOଙ୍କୁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

    ରାଜ୍ୟର କିଛି ସ୍କୁଲରେ ପିଲାମାନଙ୍କର ନାମଲେଖା ସମୟରେ ଆଧାର କାର୍ଡ ଦାବି କରାଯାଇଥିଲା । ହେଲେ ଏଣିକି ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ । ଆଧାର କାର୍ଡ ଥାଉ ବା ନଥାଉ ସ୍କୁଲରେ ନାମ ଲେଖାଇ ପାରିବେ। ନାମଲେଖା ସମୟରେ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କିଛି କିଛି ସ୍କୁଲର ପ୍ରଧାନଶିକ୍ଷକ କହିଥିଲେ । ତେବେ ଏହି ପ୍ରସଙ୍ଗ ଦୃଷ୍ଟିକୁ ଆସିବା ପରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିପାରିବେ ।

    ଅନ୍‌ଲାଇନ୍‌ରେ କେମିତି କରିବେ ଆଧାର ଅପଡେଟ୍‌…

    UIDAIର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ
    ଏହାପରେ ‘My Aadhaar’ ମେନ୍ୟୁକୁ ଯାଆନ୍ତୁ
    Update Your Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
    ଏହାପରେ ‘Update demographics data online’ ଚୟନ କରି ‘Proceed to update Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
    ଆପଣଙ୍କର ଆଧାର କାର୍ଡ ନମ୍ବର ଦେବା ପରେ captcha ଭେରିଫିକେସନ୍‌ କରନ୍ତୁ
    ଏହାପରେ ‘Send OTP’ ଦେଇ ‘Update Demographics Data’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ। ଏହାପରେ ଅପଡେଟ୍‌ ଡିଟେଲ୍ସ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
    ନୂଆ ତଥ୍ୟ ଦେଇ ସଠିକ୍‌ ପ୍ରମାଣପତ୍ରର ସ୍କାନ୍‌ କପି ଅପ୍‌ଲୋଡ୍‌ କରନ୍ତୁ ଓ ଏହା ସଠିକ୍‌ କି ନାହିଁ ଅପଲୋଡ୍‌ ପୂର୍ବରୁ ଯାଞ୍ଚ କରି ନିଅନ୍ତୁ
    ଶେଷରେ OTP ଦେଇ ଅପଡେଟ୍‌ କରନ୍ତୁ

  • ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲା କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି । ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏଣେ ବର୍ଷାରେ ତେଲକୋଇ ବେହାଲ। ସମାକୋଇ ପୋଲ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ। ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ। ତେଲକୋଇ-ଭୁବନେଶ୍ବର ଯୋଗାଯୋଗ ବିଚ୍ଛିନ୍ନ।

    ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି ।

    ଭୋର ୪ଟାରୁ ସମାକୋଇ ନଦୀର ଦୁଇ ମୁଣ୍ତରେ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡ଼ିମଟର ଅଟକି ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରାଯାଇଛି। ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି। ତେଣେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡି,ସ୍କୁଲ ଓ +୨କଲେଜକୁ ଛୁଟି ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ।

    ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

    ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତା’ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି ।

  • କୋରାପୁଟ: ରାତ୍ରି ଭୋଜନ ଖାଇ ୮ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଅସୁସ୍ଥ

    କୋରାପୁଟ: ରାତ୍ରି ଭୋଜନ ଖାଇ ୮ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଅସୁସ୍ଥ

    ହଷ୍ଟେଲରେ ରାତ୍ର ଭୋଜନ ଖାଇବା ପରେ ୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ସମସ୍ତ ଛାତ୍ରଛାତ୍ରୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ବୋଲି ସୂଚନା ମିଳିଛି । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ହଷ୍ଟେଲକୁ ଫେରିଥିବା ଜଣାପଡ଼ିଛି।

    ପ୍ରାପ୍ତ ଖବର ଅନୁସାରେ,ଗତକାଲି ରାତିରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ହଷ୍ଟେଲ କ୍ୟାଣ୍ଟିନରେ ଭୋଜନ କରିଥିଲେ। ପରେ ସେମାନେ ନିଜ ନିଜ ରୁମ୍‌କୁ ଚାଲିଯାଇଥିଲେ। ଖାଦ୍ୟ ଖାଇବାର କିଛି ସମୟ ପରେ କିଛି ଛାତ୍ରଛାତ୍ରୀଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ପରେ ସେମାନଙ୍କୁ ହଷ୍ଟେଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

    ପ୍ରାଥମିକ ଚିକିତ୍ସା ପରେ କିଛି ଛାତ୍ର ସୁସ୍ଥ ହୋଇଯାଇଥିବା ବେଳେ ୮ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପରେ ସେମାନଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା।ରାତ୍ର ଭୋଜନ କରିବା ପରେ ପିଲାମାନେ କେଉଁ କାରଣ ପାଇଁ ଅସୁସ୍ଥ ହୋଇପଡ଼ିଥିଲେ ତାହା କାରଣ ଜଣାପଡ଼ି ନାହିଁ। ଚିକିତ୍ସା ପରେ ଏବେ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଏ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି।

  • ୧୮ବର୍ଷର ଶିକ୍ଷକ ଚାକିରି,ସେ ପୁଣି ନକଲି ସାର୍ଟିଫିକେଟରେ

    ୧୮ବର୍ଷର ଶିକ୍ଷକ ଚାକିରି,ସେ ପୁଣି ନକଲି ସାର୍ଟିଫିକେଟରେ

    କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡର ଡ଼ମପଡା ବ୍ଲକ ଶିକ୍ଷା ଅଧିକାରୀ ବଳରାମ ପାଇକରାୟ ଜାଲ ସାର୍ଟିଫିକେଟ ଦେଇ ଦୀର୍ଘ ୧୮ ବର୍ଷ ହେବ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରି ମୋଟା ଅଙ୍କର ଦରମା ନେଇ ଆସୁଥିଲେ,ଜାଲ୍ ସାର୍ଟିଫିକେଟ ବ୍ୟବହାର କରି ଚାକିରି ହାତେଇଥିବା ଅଭିଯୋଗ, ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା । ବିଭିନ୍ନ ସ୍କୁଲରେ ଦୀର୍ଘ ୧୮ ବର୍ଷ ଧରି ଶିକ୍ଷକତା କରୁଥିବା ଢ଼ଂସର ଗ୍ରାମର ବଳରାମ ପାଇକରାୟ ଯୁକ୍ତତିନି କଳାର ଯେଉଁ ସାର୍ଟିଫିକେଟ ଦେଇ ଚାକିର କରିଥିଲେ ଏବେ ତାହା ଜାଲ ବୋଲି ଡ଼ମପଡା ବ୍ଲକ ଶିକ୍ଷା ଅଧିକାରୀ ଯାଞ୍ଚ କରି ଜାଲିଆତି ହୋଇଥିବା କହିଛନ୍ତି । ଏନେଇ ସେ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନକଲି ଶିକ୍ଷକ ବଳରାମ ପାଇକରାୟ ଦୀର୍ଘ ବର୍ଷ ଧରି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚକମା ଦେଖାଇ ଚାକିର କରି ନିୟମିତ ଶିକ୍ଷକଙ୍କ ଭଳି ଦରମା ନେଉଛନ୍ତି । ପାଇକରାୟ ଏବେ ବାଙ୍କୀ ଏନ,ଏ,ସିର ଶିଶୁଆ ଉଚ୍ଚପ୍ରାଥମିକବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ବାଙ୍କୀ ପୋଲିସ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଶିକ୍ଷକ ବଳରାମ ପାଇକରାୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

  • ଆଜିଠୁ +2 ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ

    ଆଜିଠୁ +2 ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ

    
    
    
    
    

    ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା। ସକାଳ ୯ରୁ ୫ଟା ଯାଏ ନାମଲେଖା ଚାଲିବ। ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ଆବେଦନ କରିଥିବା ବେଳେ  ପ୍ରଥମ ପର୍ଯ୍ୟାୟରେ  ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ଲକ୍ଷ ୨୧ ହଜାର ୨୩ ଜଣ ମନୋନୀତ ହୋଇଛନ୍ତି। ବାକି ୫୯ ହଜାର ୯୧୧ ପିଲା ଦ୍ୱିତୀୟ ଓ ସ୍ପଟ୍ ଆଡ଼ମିଶନ ପାଇଁ ରହିଯାଇଛନ୍ତି।13 ତାରିଖ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ନାମ ଲେଖା ତେବେ ଜୁଲାଇ ୧୯ ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ। ୨୦ ରୁ ୨୨ ଯାଏ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ଏଥର ସ୍ପଟ୍ ସିଲେକ୍ସନ ପାଇଁ ଛାତ୍ରଛାତ୍ରୀସମସ୍ତ କଲେଜରେ ଆବେଦନ କରିପାରିବେ। ।ଏହାରି ଭିତରେ ଗତକାଲି ପ୍ରକାଶ ପାଇସାରିଛି କଟ୍ ଅଫ୍ ତାଲିକା।

  • ଆଜିଠାରୁ ଆରମ୍ଭ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

    ଆଜିଠାରୁ ଆରମ୍ଭ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

    ଆଜିଠାରୁ ଆରମ୍ଭ ହେଉଛି ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା।ସକାଳ ୯ଟାରୁ ୧୧ଟା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ତାପରେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହା ଜୁଲାଇ ୩ତାରିଖରୁ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୧୩୧୧ ଜଣ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫ‌ିକେଟ୍ ପରୀକ୍ଷା ପାଇଁ ୮୯୧୫ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ଆଜି ସକାଳୁ ପରୀକ୍ଷାର୍ଥୀମାନେ ଶୃଙ୍ଖଳିତ ଢଙ୍ଗରେ ଆସି ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି।| ଉଭୟ ସପ୍ଲିମେଣ୍ଟାରି ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ରେ ଉପଲବ୍ଧ ହୋଇଛି। ବିଦ୍ୟାଳୟର ମୁଖ୍ୟମାନେ ନିଜ ନିଜ ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡକୁ ଡାଉନ୍‌ଲୋଡ୍‌ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିସାରିଛନ୍ତି।