Category: ସୁବର୍ଣ୍ଣପୁର

  • ୧୧ ଦିନ ପରେ ମାଟିତଳୁ ମିଳିଛି ଶବ

    ୧୧ ଦିନ ପରେ ମାଟିତଳୁ ମିଳିଛି ଶବ

    ୧୧ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ଶବ ମାଟିତଳେ ପୋତା ଅବସ୍ଥାରେ ଠାବ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ସନସନୀ ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ବିନିକା ଥାନା ଅନ୍ତର୍ଗତ ଗୁଲାପଡା ଗାଁର ପ୍ରକାଶ ମହାନ୍ତି।

    ସୂଚନା ଅନୁସାରେ, ପ୍ରକାଶ ମହାନ୍ତି ୧୧ ଦିନ ପୂର୍ବରୁ କିଛି ଲୋକଙ୍କ ସହ ବାହାରକୁ ଯାଇଥିଲେ । କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ଏନେଇ ତାଙ୍କ ସ୍ତ୍ରୀ ବନିତା ମହାନ୍ତି ବିନିକା ଥାନାରେ ନିଖୋଜ ଥିବା ଖବର ପାଇଁ ଏତଲା ଦେଇଥିଲେ। ତାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

    ପୁଲିସ ତଦନ୍ତ ସମୟରେ ଗୁପ୍ତ ସୂଚନା ଆଧାରରେ, ଆଜି ସକାଳେ ଏକ ସ୍ଥାନରେ ଖୋଦନ କରାଯାଇଥିଲା। ସେଠାରୁ ପ୍ରକାଶଙ୍କ ଶବ ତାଙ୍କ ଘରଠୁ କିଛି ଦୂରରେ ଥିବା ଏକ ଜୋର ନିକଟରେ ମାଟିତଳେ ପୋତା ଅବସ୍ଥାରେ ମିଳିଥିଲା। ଶବ ଉଦ୍ଧାର ପରେ ଘଟଣାସ୍ଥଳରେ ଫରେନ୍ସିକ ଟିମ୍, ସନ୍ଧାନୀ କୁକର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରକାଶଙ୍କୁ କିଏ, କେଉଁ କାରଣରୁ ହତ୍ୟା କଲା ଓ ମାଟିତଳେ ପୋତିଲା,ସେନେଇ ପୁଲିସ ତଦନ୍ତ ଜାରି ରହିଛି।

    ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ, ରିପୋର୍ଟ ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଘଟଣା ପରେ ଗୁଲାପଡା ଗାଁରେ ଶୋକ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

  • ରାଷ୍ଟ୍ରପତି ଭବନ ଯିବେ ସୁବର୍ଣ୍ଣପୁରର ସୁରେଖା

    ରାଷ୍ଟ୍ରପତି ଭବନ ଯିବେ ସୁବର୍ଣ୍ଣପୁରର ସୁରେଖା

    ରାଷ୍ଟ୍ରପତି ଭବନ ଯିବେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ୱାର୍ଡ ନମ୍ବର ୪ର ମହିଳା ସୁରେଖା ମଲ୍ଲିକ l ସୁରେଖା ମଲ୍ଲିକଙ୍କୁ ରାଷ୍ଟ୍ରପତି ଭବନକୁ ଆସନ୍ତା ଅଗଷ୍ଟ ୧୫ ୭୯ ତମ ସ୍ଵାଧୀନତା ଦିବସରେ ପହଞ୍ଚିବା ପାଇଁ ନିମନ୍ତ୍ରଣ କରାଯାଇଛି l ଏନେଇ ତାଙ୍କ ପାଖକୁ ରାଷ୍ଟ୍ରପତି ଭବନରୁ ଡାକ ଘର ଜରିଆରେ ଚିଠୀ ପହଞ୍ଚି ସାରିଛି l ଏହି ଖବର ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l ସୂଚନା ଅନୁସାରେ ଦୁଇ ବର୍ଷ ପୂର୍ବରୁ ଶୁରେଖାଙ୍କ ସ୍ଵାମୀଙ୍କ ନାମରେ ଏକ ଆବାସ ଗୃହ ମଞ୍ଜୁର ହୋଇଥିଲା l ସେ ଘର ନିର୍ମାଣ କାର୍ଯ ଆରମ୍ଭ କରିଥିଲେ l ରାଜ୍ୟରୁ ଏକ ଗୃହ କମିଟି ତାଙ୍କ ଘରକୁ ତଦନ୍ତ ପାଇଁ ପହଞ୍ଚି ଥିଲେ l ସେହି ସମୟରେ ଶୁରେଖାଙ୍କ ସ୍ଵାମୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା l ତାର କିଛି ଦିନ ପରେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିଲା l ଏଭଳି ଦୁଃଖଦ ଘଟଣା ପରେ ମଧ୍ୟ ସରକାରଙ୍କ ପାଖରୁ ପାଇଥିବା ସରକାରୀ ଅନୁଦାନକୁ ଉଚିତ ସମୟ ସୀମା ଭିତରେ ବ୍ୟବହାର କରିଥିଲେ l ସୁରେଖା ଚୁଡ଼ି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ l ଏହି ଘଟଣା ପରେ ରାଜ୍ୟରୁ ଆସିଥିବା ଗୃହ କମିଟି କେନ୍ଦ୍ରକୁ ଜଣାଇଥିଲେ l ତେବେ ରାଷ୍ଟ୍ରପତି ଏହି ଘଟଣା ଜାଣିବା ପରେ ସୂରେଖାଙ୍କୁ ରାଷ୍ଟ୍ରପତି ଆସନ୍ତା ସ୍ଵାଧୀନତା ଦିବସ ଦିନ ରାତ୍ରି ଭୋଜନ ପାଇଁ ନିମନ୍ତ୍ରନ କରିଛନ୍ତି l

    ତେବେ ଆଜି ବିନିକା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରି ମାନସ ରଞ୍ଜନ ଭୋଇ ଶୂରେଖାଙ୍କ ଘରେ ପହଞ୍ଚି ଶୁଭେଛା ଜଣାଇବା ସହ ରାଷ୍ଟ୍ରପତି ଭବନ ପହଞ୍ଚାଇବା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l

  • ଘରୋଇ ନର୍ସିଂହୋମ ନାଁରେ ସାଙ୍ଘାତିକ ଅଭିଯୋଗ

    ଘରୋଇ ନର୍ସିଂହୋମ ନାଁରେ ସାଙ୍ଘାତିକ ଅଭିଯୋଗ

    ଡୁଙ୍ଗୁରିପାଲିସ୍ଥିତ ଏକ ଘରୋଇ ନର୍ସିଂହୋମରେ ପ୍ରସୂତୀଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବାରୁ ତାଙ୍କର ମୃତ୍ଯୁ ହୋଇଛି | ଏନେଇ ମୃତ ପ୍ରସୂତୀଙ୍କ ସ୍ବାମୀ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଗତ ୧୯ତାରିଖ ସକାଳେ ପ୍ରସୂତୀ ମୀରାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଚିକିତ୍ସା ପାଇଁ ମୀରାଙ୍କୁ ଡୁଙ୍ଗୁରିପାଲି ସରକାରୀ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ପ୍ରବଳ ଯନ୍ତ୍ରଣା ହେବାରୁ ଶୀଘ୍ର ଚିକିତ୍ସା ପାଇଁ ଏକ ଅଜଣା ବ୍ୟକ୍ତି ଉକ୍ତ ଘରୋଇ ନସିଂହୋମକୁ ନେବାକୁ ପରାମର୍ଶ ଦେଇଥିଲେ । ସ୍ବାମୀ ସୁଶୀଳ ଉକ୍ତ ନସିଂହୋମ ସହ ଯୋଗାଯୋଗ କରିଥିଲେ । ନସିଂହୋମରେ ପ୍ରାୟ ୩୦ ହଜାର ଟଙ୍କାରେ ଚିକିତ୍ସା ହୋଇଯିବ ବୋଲି କୁଆଡେ କର୍ତ୍ତୃପକ୍ଷ କହିଥିଲେ। ଏହାପରେ ସୁଶୀଳ ତାଙ୍କ ପତ୍ନୀ ମୀରାଙ୍କୁ ନସିଂହୋମକୁ ସ୍ଥାନାନ୍ତର କରିଥିଲେ। ସେଠାରେ କୌଣସି ଡାକ୍ତର ନଥିବାବେଳେ ଦୁଇଜଣ ନର୍ସ ତାଙ୍କୁ ପ୍ରସବ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

    ମୀରା ଏକ ଶିଶୁ ପୁତ୍ରକୁ ଜନ୍ମ ଦେବାପରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା । ରକ୍ତସ୍ରାବ ବନ୍ଦ ନହେବାରୁ ତାଙ୍କୁ ବରଗଡ଼ସ୍ଥିତ ଉକ୍ତ ନସିଂହୋମର ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ମଧ୍ୟ କୌଣସି ପ୍ରସୂତୀ ଡାକ୍ତର ନଥିବାରୁ ଅନ୍ୟଏକ ଡାକ୍ତରଖାନାରୁ ଡାକ୍ତରଙ୍କୁ ଡକାଯାଇ ଚିକିତ୍ସା କରାଯାଇଥିଲା ବୋଲି ତାଙ୍କ ସ୍ବାମୀ ସୁଶୀଳ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ସେଠାରେ ମଧ୍ୟ ରକ୍ତସ୍ରାବ ବନ୍ଦ ହେବାରୁ ମୀରାଙ୍କୁ ପୁଣି ଅନ୍ୟ ଏକ ଘରୋଇ ନସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମୀରାଙ୍କ ମୃତ୍ୟୁ ଘଟିଥିଲା । ଏସଂପର୍କରେ ନସିଂହୋମକୁ ଯାଇ ପ୍ରତିକ୍ରିୟା ନିଆଯିବାରୁ ପ୍ରସୂତୀ ଜଣକ ପହଞ୍ଚିବା ବେଳକୁ ଗୁରୁତର ଥିଲେ, ପ୍ରସବ ପରେ ତାଙ୍କୁ ବରଗଡ଼ ପଠାଇ ଦିଆଯାଇଥିଲା ବୋଲି ସୂଚନା ଦେଇଥିଲେ। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି ।

  • ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଗଲେ ଦୁଇଭାଇ

    ନଦୀରେ ଗାଧୋଉଥିବା ବେଳେ ଜଳସ୍ରୋତରେ ଭାସିଗଲେ ଦୁଇଭାଇ

    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବନ୍ଧପାଳି ପଞ୍ଚାୟତ ମାଝୀମୁଣ୍ଡା ଗ୍ରାମର ଧର୍ମଦାଣ୍ଡି ନାଳରେ ଦୁଇଭାଇ ନିଖୋଜ l ମାଝୀମୁଣ୍ଡା ଗ୍ରାମର ଦୁଇଭାଇ ହେଉଛନ୍ତି ଟିକେଶ୍ୱର ବାରିକ ଓ ନିରଞ୍ଜନ ବାରିକ l ବିଲରେ କାମ ସାରି ଦୁଇ ଭାଇ ଆସି ଧର୍ମଦାଣ୍ଡି ନାଳକୁ ଗାଧୋଇବାକୁ ଆସିଥିଲେ l ବଡ଼ ଭାଇ ଗାଧୋଉଥିବା ବେଳେ ପାଣି ସୁଅରେ ଭାସି ଯାଉଥିବା ଦେଖି ବଞ୍ଚାଇବାକୁ ଯାଇ ସାନ ଭାଇ ଭାସି ଯାଇଥିଲେ l ସ୍ଥାନୀୟ ଲୋକେ ଦୁଇ ଭାଇ ଭାସୁଥିବା ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ | ହେଲେ ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଉଦ୍ଧାର କରିବା ସମ୍ଭବ ନହେବାରୁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଆସି ଖୋଜା ଖୋଜି କରୁଛନ୍ତି l ପୋଲିସ ମଧ୍ୟ ଘଟଣା ସ୍ଥଳକୁ ଆସି ପହଞ୍ଚି ସାରିଥିବା ଦେଖାଦେଇଛି l

  • ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ, ୧୫ରୁ କ୍ରୟ ଆରମ୍ଭ

    ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ, ୧୫ରୁ କ୍ରୟ ଆରମ୍ଭ

    ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୧୫ ତାରିଖରୁ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି l ଏଥି ନିମନ୍ତେ ୬୭ ଗୋଟି ପ୍ୟାକ୍ସ ଓ ପରିବର୍ଦ୍ଧିତ ୦୨ ଗୋଟି କେନ୍ଦ୍ର ସହ ୬୯ ଗୋଟି ଏବଂ ୧୮ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ରହିଥିବା ବେଳେ ସମୁଦାୟ ୮୭ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଯୋଗାଣ ନିଗମ ଧାନ କ୍ରୟ କରିବ। ଚଳିତ ବର୍ଷ ସରକାରଙ୍କ ତରଫରୁ ଜିଲ୍ଲା ନିମନ୍ତେ ୧୬୨୫୮୮୦. ୦୦ କ୍ୟୁଣ୍ଟାଲ ଧାନ କ୍ରୟର ଲକ୍ଷ ଧାର୍ଯ୍ୟ ରହିଛି।ରବି ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ l

    ଚଳିତ ବର୍ଷ ଧାନ କ୍ରୟ କେନ୍ଦ୍ର ଗୁଡିକରେ ସପ୍ତାହର ୬ ଦିନ ରବିବାର ବ୍ୟତୀତ ସକାଳ ୬. ୩୦ ଘଣ୍ଟା ରୁ ପୂର୍ବାହ୍ନ ୧୧ ଘଣ୍ଟା ପର୍ଯ୍ୟନ୍ତ ଧାନ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ପରିସ୍ଥିତିକୁ ଦେଖି ଯଦି ଆବଶ୍ୟକ ପଡେ ତେବେ ରବିବାର ଦିନ ମଧ୍ୟ ମଣ୍ଡି ଚାଲୁ ରହିବ ବୋଲି ସୂଚୀତ କରାଯାଇଛି। ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୩୫୪୪୫ ଜଣ ଚାଷୀ ପଞ୍ଜିକରଣ ହୋଇଥିବା ବେଳେ ଗତ ରବିରେ ୩୫୫୭୯ ଜଣ ଚାଷୀ ପଂଜିକୃତ ହୋଇ ୨୦୩୨୩୪୯. ୦୬ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l

    ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟକେନ୍ଦ୍ର ଗୁଡିକରେ ଯେକୌଣସି ପ୍ରକାର ଆସନ୍ନ ସମସ୍ୟାକୁ ସମ୍ମୁଖୀନ ସହିତ ଉଚିତ ମୁକାବିଳା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳି, ଗୋଦାମଘର, ଆନାଲେସିସ କିଟ, ମୋସ୍ଚାର ମିଟର, ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧା ଓ ସ୍ଵଛତାର ସହ କରିପାରିବ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷା ଶ୍ରୀମତୀ ଦାସ ନିର୍ଦେଶ ଦେଇଛନ୍ତି। ବୈଠକରେ ମାନନୀୟା ସାଂସଦ ବଲାଙ୍ଗୀର ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଯୋଗଦାନ କରି ବିଭାଗୀୟ ସମ୍ପୃକ୍ତ ଅଧିକାରୀ ବୃନ୍ଦ ନିଜ ନିଜ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପୁନଶ୍ଚ ଧାନ କ୍ରୟକୁ ସ୍ୱଚ୍ଛ ତଥା ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

    ବୈଠକରେ ଚାଷୀ ପ୍ରତିନିଧି ତଥା ମିଲର ସଂଘ ପ୍ରତିନିଧି ମାନଙ୍କ ଦ୍ୱାରା ଆଗତ ଗତ ବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରାଯାଇ ତ୍ରୁଟିର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେଇ ଚଳିତ ବର୍ଷ ରବିଧାନ କ୍ରୟକୁ ସୁବ୍ୟବସ୍ଥିତ କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ l ସମ୍ପୃକ୍ତ ସମସ୍ତଙ୍କ ମିଳିତ ସହଯୋଗରେ ଚଳିତ ବର୍ଷ ରବି ଧାନ କ୍ରୟ ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ସମ୍ପୃକ୍ତ ଅଧିକାରୀ ମାନେ ଆଗୁଆ ପ୍ରସ୍ତୁତିର ସରଜମିନ ଯାଞ୍ଚ ସହ ତୃଣମୂଳ ସ୍ତରରେ ସୁ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l

    ଧାନ କ୍ରୟକୁ ବ୍ୟବସ୍ଥିତ ତଥା ସୁଚାରୁ ପରିଚାଳନା ନିମନ୍ତେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକ ଯାଞ୍ଚ ଓ ନିରୀକ୍ଷଣ ନିମନ୍ତେ ଦାୟିତ୍ୱ ପ୍ରଦାନ କରାଯିବା ଉପରେ ସୂଚୀତ କରାଯାଇଛି । ଅନୁଷ୍ଠିତ ଏହି ବୈଠକରେ ବୀରମହାରାଜପୁର ଉପଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ସି , ମୁଖ୍ୟ ଖାଉଟି ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ, ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ସମ୍ପାଦକ ନିୟନ୍ତ୍ରିତ ବଜ଼ାର କମିଟି, ଜିଲ୍ଳା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର, ଜିଲ୍ଲା ଚାଷୀ ସଂଗଠନ କର୍ମକର୍ତ୍ତା, ଜିଲ୍ଲା ମିଲର୍ସ ପ୍ରତିନିଧି, କମିଟି ସଦସ୍ୟ ସଦସ୍ୟା ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ

  • ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳିତ

    ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳିତ

    ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆୟୋଜିତ କୃଷକ ଦିବସ ପାଳନରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରମ୍ପରିକ ପୂଜାର୍ଚ୍ଚନା ପରେ ଅକ୍ଷୀମୁଠି ଅନୁକୂଳ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅକ୍ଷୟ ତୃତୀୟା ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଚଳିତ ଖରିଫ ଋତୁରେ କୃଷି ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି ।

    ଚଳିତ କୃଷିବର୍ଷରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୧ଲକ୍ଷ ୨୮ହଜାର ହେକ୍ଟରରେ ଧାନଚାଷ ସହ ଅଣଧାନ ଚାଷ କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିବାବେଳେ ୭୦ ହଜାର ହେକ୍ଟରରେ ଧାନଚାଷ ଏବଂ ବୀରମହାରାଜପୁର ଓ ସଦର ସୁବର୍ଣ୍ଣପୁର ବ୍ଲକରେ ୨ହଜାର ହେକ୍ଟରରେ ପ୍ରଥମଥର ପ୍ରାକୃତିକ କୃଷି ଅଭିଯାନରେ ଜୈବିକ ଧାନଚାଷକୁ ଗୁରୁତ୍ୱ ଦିଆଯାଇଛି । ମୃତ୍ତିକା ପରୀକ୍ଷଣ,କମ୍ପୋଷ୍ଟ ଖତ, ଜିଆ ଖତ ବ୍ୟବହାର ସହ ଜଳର ସୁପରିଚାଳନାକୁ ଗୁରୁତ୍ୱ ଦେବାକୁ କେ.ବି.କେ କୃଷି ବିଜ୍ଞାନୀ ଶ୍ରୀ ବିଶ୍ୱରଞ୍ଜନ ପଟ୍ଟନାୟକ ଆଲୋକପାତ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ସୋନପୁର ଉପଖଣ୍ଡ ଘନଶ୍ୟାମ ଦେହୁରୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କୃଷକ ଦିବସ ପାଳନର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ ଖରିଫ ୨୦୨୫ ସିଏମ କିସାନ ସହାୟତା ରାଶିର ହସ୍ତାନ୍ତର କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବହୁ ଅଗ୍ରଣୀ ଚାଷୀ, କୃଷକ ଅନୁଷ୍ଠାନର ସଦସ୍ୟ ସଦସ୍ୟା ତଥା ଗଣମାଧ୍ୟ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ।

  • ଵୟୋ ବନ୍ଦନା ଯୋଜନାରେ ସ୍ବାସ୍ଥ୍ଯ ବୀମା ସୁବିଧାର ଉପଲବ୍ଧ

    ଵୟୋ ବନ୍ଦନା ଯୋଜନାରେ ସ୍ବାସ୍ଥ୍ଯ ବୀମା ସୁବିଧାର ଉପଲବ୍ଧ

    ରାଜ୍ୟ ସ୍ତରରେ କଟକ ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ ବିତରଣ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ବ୍ଲକ ଓ ସୋନପୁର ସହର ର ୨୧ ଟି ସ୍ଥାନ ରେ ଏହି ଯୋଜନାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ସୋନପୁର ବ୍ଲକ୍ ଅନ୍ତର୍ଗତ ହର୍ଡୋଖୋଲ ନିକଟ ସାହାଜପିଟା ପଥ ପ୍ରାନ୍ତ କେନ୍ଦ୍ର ଠାରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ, ଡ ପ୍ରଦୀପ କୁମାର ଗୁରୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନର ଲୋକାର୍ପଣ କରିଥିଲେ ।ସେହିପରି ସୁବର୍ଣ୍ଣପୁର ସହର ସ୍ଥିତ ଟାଉନ ହଲରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ରେ ଗୁହା ପୁନମ ତାପସ କୁମାର, ଆୟୁକ୍ତ ତଥା ସଚିବ, ହସ୍ତ ତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ଅବକାରୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ପୌର ପରିଷଦ ଅଧ୍ୟକ୍ଷା ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କ ନେତୃତ୍ଵରେ ସ୍ଥାନୀୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାର ଅନ୍ୟ ଆୟୋଜିତ ସ୍ଥାନ ଗୁଡିକରେ ସ୍ଥାନୀୟ ଜନପ୍ରତିନିଧି ସହ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ସହିତ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।


    ଏହି କାର୍ଡ ଦ୍ଵାରା ଦେଶର ବିଭିନ୍ନ ପଞ୍ଜିକୃତ ଚିକିତ୍ସାଳୟ ରେ ହିତାଧିକାରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବାର ସୁଯୋଗ ଥିବା ବେଳେ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ଯ ଚିକିତ୍ସା ସେବା ପାଇବାର ସୁଯୋଗ ରହିଛି । ୭୦ ବର୍ଷ କିମ୍ବା ତଦୁର୍ଦ୍ଧ୍ଵ ବୃଦ୍ଧ ବୃଦ୍ଧା ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ରେ ସ୍ବାସ୍ଥ୍ଯ ବୀମା ସୁବିଧା ଉପଲବ୍ଧ ପାଇ ପାରିବେ । ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟ କାର୍ଡ ଯୋଜନାର ବହୁଳ ପ୍ରଚାର ପ୍ରସାର ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।SU


    ଏହି ସମ୍ମିଳନୀରେ ଜିଲ୍ଲାପାଳ ଆୟୁଷ୍ମାନ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ନିଆଯାଇଥିବା ଯୋଜନା ଉପରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ଏହି ଯୋଜନା କୁ ଅଧିକ ଲୋକାଭିମୁଖୀ କରାଯିବା ପାଇଁ ଯୋଜନାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଆବଶ୍ୟକ ପଦକ୍ଷେପ ଉପରେ ସୂଚୀତ କରିଥିଲେ । ସେ ଏହି ପରିପ୍ରେକ୍ଷୀରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏହାର ସଫଳତା ତଥା ଜନସାଧାରଣଙ୍କ କଲ୍ୟାଣ ଦୃଷ୍ଟିରୁ ଆନ୍ତରିକ ସହଯୋଗ ତଥା କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି ।


    ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ସି ଡି ଏମ ଓ ଡ ପ୍ରଦୀପ କୁମାର ଗୁରୁ, ଏ ଡି ଏମ ଓ ଡ ଦୈତ୍ୟ ନାରାୟଣ ପାଢୀ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଡେପୁଟି କଲେକ୍ଟର କୃଷ୍ଣ ମୋହନ ସିଂହ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ତଥା ସ୍ଵାସ୍ଥ୍ୟ ବିଭାଗର କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ ।

  • ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଂଘର ବୈଠକ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଂଘର ବୈଠକ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଙ୍ଘ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଜିଲ୍ଳାରେ ସଙ୍ଘ କିପରି ତାର ଭୂମିକା ନିର୍ବାହ କରିବ ଓ ୱେବ ମିଡ଼ିଆ ର କର୍ମକର୍ତ୍ତା ମାନେ କିପରି ତାଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ସେ ଦିଗରେ ଆଲୋଚନା ହୋଇଥିଲା l ପରେ ସଙ୍ଘ ର ବରିଷ୍ଠ ସାମ୍ବାଦିକ ରାଜେଶ ସେଠି ନିର୍ବାଚନ ଅଧକ୍ଷ ଭାବରେ ରହିଥିବା ବେଳେ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା l ତେଵେ ସଭାପତି ଭାବେ ପୁଣି ଥରେ ପିତାମ୍ବର ମହାପାତ୍ର ଙ୍କୁ ଚୟନ କରାଯାଇଛି । ଉପସଭାପତି ଭାବେ ପ୍ରଶାନ୍ତ ସେଠ, ପ୍ରହ୍ଲାଦ ଦାସ, ଆର୍ତ୍ତ ତ୍ରାଣ ପାଣିଗ୍ରାହୀ ଓ ସମ୍ପାଦକ ଭାବେ ଶରତ ମହାପାତ୍ର ଚୟନ ହୋଇଛନ୍ତି ।

    ଯୁଗ୍ମ ସମ୍ପାଦକ ଭାବେ ଗୁରୁଦେବ ମେହେର ଓ ମୁରଲୀ ସାହୁ , କୋଷାଧକ୍ଷ ଭାବେ ସଂଜୟ ସାହୁ ଙ୍କୁ ଚୟନ କରାଯାଇଥିଲା l ତେଵେ ଉପଦେଷ୍ଟା ମଣ୍ଡଳୀ ରେ ତୀର୍ଥବାସି ପଣ୍ଡା, ରାଜେଶ ସେଠି, ଆଶୁତୋଷ ପୂଜାହାରି, ସହଦେଵ ମେହେର ଙ୍କୁ ସଙ୍ଘ ପକ୍ଷରୁ ଚୟନ କରଯାଇଥିବା ସଭାପତି ସୂଚନା ଦେଇଥିଲେ l ତେଵେ ଏହି ଦିବସ ରେ ସମସ୍ତ ବ୍ଲକ ର ରଞ୍ଜନ ହୋତା, ଉମାକାନ୍ତ ବାଘ, ଅବକାଶ ବିଦ୍ୟାଧର,ରାଜୀବ ମିଶ୍ର,ସୁଶାନ୍ତ ପଣ୍ଡା, କିଶୋର ସାହୁ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସଭ୍ୟ ଯୋଗ ଦେଇ ସଙ୍ଘ ସଭା କୁ ସଫଳ କରିଥିଲେ l

  • ସୁବର୍ଣ୍ଣପୁରରେ ଓଡ଼ିଆରେ ନାମ ଫଳକ ଅଭିଯାନ ପଦଯାତ୍ରା

    ସୁବର୍ଣ୍ଣପୁରରେ ଓଡ଼ିଆରେ ନାମ ଫଳକ ଅଭିଯାନ ପଦଯାତ୍ରା

    ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌର ପରିଷଦ, ବିନିକା ଏବଂ ତରଭା ବିଜ୍ଞାପିତ ଅଞ୍ଚଳରେ ଶ୍ରମ ବିଭାଗ ସୁବର୍ଣ୍ଣପୁର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଓଡିଶା ପକ୍ଷ ପାଳନ କରିଛନ୍ତି | ଏହି ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ସଚେତନତା ପଦଯାତ୍ରା କରାଯାଇଥିଲା |

    ସୋନପୁରରେ କରାଯାଇଥିବା ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମଝି ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ |ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ନିର୍ବାହୀ ଅଧିକାରୀ,ସୋନପୁର ପୌର ପରିଷଦ ଋଷି ମାଝୀ , ଆଞ୍ଚଳିକ ଶ୍ରମ ଆୟୁକ୍ତ ଶ୍ରୀଯୁକ୍ତ ଡିଳେଶ୍ୱର ଖାଖା ଓ ସମସ୍ତ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା ଯୋଗ ଦେଇଥିଲେ |

  • ହାଇୱା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ | ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସୀଙ୍ଗିଯୁବା କଲେଜ ନିକଟରେ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି | ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ସୀଙ୍ଗିଯୁବା ଗ୍ରାମର ଟଙ୍କଧର ସାହୁ | ସୂଚନା ଅନୁସାରେ, ରାମପୁର ପଟରୁ ବୃଦ୍ଧା ଜଣକ ସାଇକଲରେ ଆସୁଥିବା ସମୟରେ ପଛପଟୁ ଆସୁଥିବା ହାଇୱା ଧକ୍କା ଦେଇଥିଲା | ଧକ୍କା ଦେବା ଫଳରେ ବୃଦ୍ଧ ଜଣକ ଛିଟିକି ପଡ଼ିଥିଲେ | ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବା ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ |

    ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହଇୱାକୁ ଜବତ କରିବା ସହ ଡ଼୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି |