Category: ସମ୍ବଲପୁର

  • ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ସହକାରୀ ପ୍ରଫେସର ନିଲମ୍ବିତ

    ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ସହକାରୀ ପ୍ରଫେସର ନିଲମ୍ବିତ

    ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ନିଲମ୍ବିତ ହୋଇଛନ୍ତି ସହକାରୀ ପ୍ରଫେସର ସରୋଜ ସାହୁ । ଏହି ଅଭିଯୋଗ ସହିତ କ୍ୟାମ୍ପସରେ ଆଲୋଚନା,ଚର୍ଚ୍ଚା ଓ ଚିନ୍ତାର ବିଷୟ ସୃଷ୍ଟି ହୋଇଛି । ବିଶ୍ବବିଦ୍ୟାଳୟ ଏମବିଏ ବିଭାଗର ଜଣେ ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଅଭିଯୋଗ କମିଟି ବା ଆଇସିସି ତଦନ୍ତ କରିଥିଲେ । ତଦନ୍ତ ଶେଷରେ ବିଶ୍ବବିଦ୍ୟାଳୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇ ସରୋଜ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସମ୍ପୃକ୍ତ ଅଧ୍ୟାପକ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁ, କିମ୍ବା ଶିକ୍ଷାଦାନ କରିପାରିବେ ନାହିଁ। ସେହିପରି, ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଅନିବାର୍ଯ୍ୟ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

  • ସମ୍ବଲପୁର NSCB ପଡ଼ିଆରେ ଦିନିକିଆ ନିଯୁକ୍ତି ମେଳା

    ସମ୍ବଲପୁର NSCB ପଡ଼ିଆରେ ଦିନିକିଆ ନିଯୁକ୍ତି ମେଳା

    ଗୁରୁବାର ସମ୍ବଲପୁରର NSCB ପଡ଼ିଆରେ ଏକ ଦିନିକିଆ ନିଯୁକ୍ତି ମେଳା ସଫଳତାର ସହିତ ଆୟୋଜିତ ହୋଇଥିଲା । ଏହି ନିଯୁକ୍ତି ମେଳାଟି ବୋର୍ଡ ଅଫ୍ ପ୍ରାକ୍ଟିକାଲ ଟ୍ରେନିଂ (BOPT), କୋଲକାତା ଦ୍ୱାରା ପରିଚାଳିତ ହୋଇଥିଲା । ମେଳାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀମାନଙ୍କୁ ନିଜୁକ୍ତି ସୁଯୋଗ ସମ୍ପର୍କରେ ସଚେତନ କରିବା, ସେମାନଙ୍କୁ ଟ୍ରେନିଂ ସୁବିଧା ଯୋଗାଇଦେବା ଓ ଶିଳ୍ପ ସଂସ୍ଥାନଗୁଡ଼ିକ ସହିତ ସଂଯୋଗ କରିବା । ଏହି ମେଳାରେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ସହଯୋଗ ଦେବା ସହିତ ବିଭିନ୍ନ ଟ୍ରେନିଂ ଷ୍ଟାଫ୍ ଓ ଶିକ୍ଷାନୁଷ୍ଠାନମାନଙ୍କୁ ଆକର୍ଷିତ କରିବା ମୁଖ୍ୟ ଲକ୍ଷ୍ୟ ରହିଥିଲା । ମେଳାରେ ଏକ ହଜାରରୁ ଅଧିକ ଚାକିରି ଆଶାୟୀ ଯୋଗ ଦେଇଥିଲେ । ଏଥିରେ ଡିପ୍ଲୋମା, ଡିଗ୍ରୀ ଓ ଟେକ୍ନିକାଲ ଶିକ୍ଷା ପାଇଥିବା ଅନେକ ଯୁବକ ଯୁବତୀ ଭାଗ ନେଇଥିଲେ ।


    ମେଳା ସମୟରେ ପ୍ରାୟ ୬୦୦ ଜଣ ଆଶାୟୀଙ୍କୁ National Apprenticeship Training Scheme (NATS) ଅଧିନରେ ପଞ୍ଜିକୃତ କରାଯାଇଥିଲା। ଏହା ମାଧ୍ୟମରେ ଯୁବକମାନେ ଭବିଷ୍ୟତରେ ଟ୍ରେନିଂ ସହିତ ଚାକିରିର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି ।
    ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ରିଜିଓନାଲ ଡାଇରେକ୍ଟର ଡକ୍ଟର ମୁରଲିଧର ମାଝି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଓ କୌଶଳ ବିକାଶର ଗୁରୁତ୍ୱ ବିଷୟରେ ବୁଝାଇଥିଲେ ଏବଂ ଏପରି ନିଯୁକ୍ତି ମେଳା ଯୁବପିଢ଼ି ପାଇଁ ଉପକାରୀ ବୋଲି ମତ ପ୍ରକାଶ କରିଥିଲେ । ବୋର୍ଡ ଅଫ୍ ପ୍ରାକ୍ଟିକାଲ ଟ୍ରେନିଂର ଅଫିସର ଅନ୍ ସ୍ପେସାଲ୍ ଡିୟୁଟି ବିଜୟ ପ୍ରସାଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ଭବିଷ୍ୟତ ପାଇଁ ଏକ ନୂଆ ଆଶା ଆଣିଛି ବୋଲି କହିପାରିବା ।

  • ମହାସିନ୍ଧୁ ଗ୍ରାମରେ ଆରମ୍ଭ ହେଲା ସାପ୍ତାହିକ ବଜାର

    ମହାସିନ୍ଧୁ ଗ୍ରାମରେ ଆରମ୍ଭ ହେଲା ସାପ୍ତାହିକ ବଜାର

    ରିଆମାଳ ବ୍ଳକ ଅନ୍ତର୍ଗତ ନୂଆଡିହ ପଞ୍ଚାୟତ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମରେ ଆଜି ଠାରୁ ସାପ୍ତାହିକ ବଜାର ଆରମ୍ଭ ହୋଇଯାଇଛି |

    ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୁଣ୍ଡିଆପାଲି ପଞ୍ଚାୟତ ସରପଞ୍ଚ ପ୍ରକାଶ କୁମାର ଆଚାର୍ଯ୍ୟ ଓ ନୂଆଡିହ ଗ୍ରାମ ପଞ୍ଚାୟତର ସରପଞ୍ଚ ମୋତିମାଳା ମହାକୁଳ , ଓ କୋଲ୍ହବସା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଶ୍ରୀ ସଂଗୀତା ସାହୁ ତାଙ୍କ ସହିତ ନୂଆଡିହ ପଞ୍ଚାୟତ ର ନାଏବ ସରପଞ୍ଚ ବିଷ୍ଣୁ ଚରଣ ଦେହୁରୀ, ବୁଦ୍ଧିଜିବୀ ମନମୋହନ ମହାକୁଳ ଗ୍ରାମ ର ଦେବାଧୀ ସାହୁ ରହି ଉଦଘାଟନ କରିଥିଲେ |

    ଏହି ବଜାରଟି ପ୍ରତ୍ୟେକ ଗୁରୁବାର ସକାଳ ସମୟରେ ଆରମ୍ଭ ହେବା ପାଇଁ ସ୍ଥିରୀକୃତ ହୋଇଛି |ଏହି ବଜାର ପାଇଁ ମହାସିନ୍ଧୁ,ବନାକାଲ,ତଥା ନିକଟରେ ଥିବା ଗ୍ରାମ ର ଲୋକ ମାନେ ସୁବିଧା ପାଇପାରିବେ |

  • ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ

    ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ

    ବର୍ତ୍ତମାନର ସବୁଠାରୁ ବଡ ଖବର, ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ । ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଯୁଯୁମୁରା ଥାନାରେ ଅଭିଯୋଗ ହେବା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି | ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଏପରି ଖବର ଦେଖିବାକୁ ମିଳୁଛି | ଯାହା ଆପଣ ଦେଖୁଛନ୍ତି,ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି, ପୁଣି ଜଣେ ନାବାଳିକା ଶିକାର ହୋଇଛନ୍ତି ଗଣଦୁଷ୍କର୍ମର | ଏହି ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୁଲିସ ଉଠାଇନେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣାରେ ଅନ୍ୟ ଜଣେ ଫେରାର ରହିଛି । ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

  • ଗୋଟିଏ ଦିନରେ ଜୀବନ ହାରିଲେ ତିନି ଚାଷୀ,ବିଲରେ ଜଗି ବସିଥିଲା ଯମ

    ଗୋଟିଏ ଦିନରେ ଜୀବନ ହାରିଲେ ତିନି ଚାଷୀ,ବିଲରେ ଜଗି ବସିଥିଲା ଯମ

    ନଷ୍ଟ ଫସଲ ଦେଖି ବିଲରେ ଟଳି ପଡିଛନ୍ତି କଟକ ସଦର ଥାନା ଉଷୁମା ପଂଚାୟତ ସୁମାଣ୍ଡି ଗ୍ରାମର ଚାଷୀ ଇନ୍ଦ୍ରଜିତ ଛାଟୋଇ I ବ୍ୟାଙ୍କ ଓ ହାତ ଉଧାରି ଆଣି ଇନ୍ଦ୍ରଜିତ ଧାନ ସହିତ ପରିବା ଚାଷ କରିଥିଲେ I ଅଦିନିଆ ବର୍ଷାରେ ଫସଲ ସବୁ ନଷ୍ଟ ହୋଇଯାଇଛି I ଇନ୍ଦ୍ରଜିତ ବିଲକୁ ଯାଇ ଧାନ ଗଜା ହେବା ସହ ପନିପରିବା ପୋକ ଲାଗି ନଷ୍ଟ ହୋଇଯାଇଥିବା ଦେଖି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ପଡିଯାଇଥିଲେ I ତାଙ୍କୁ ତୁରନ୍ତ କଟକ ଡାକ୍ତରଖାନା ନିଆଯାଇଥିଲା I ସେଠାରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

    ସମବାୟ ବ୍ୟାଙ୍କ ଓ ସ୍ଥାନୀୟ ଅଂଚଳରୁ ହଜାର ହଜାର ଟଙ୍କା ଋଣ କରି ନିଜ ଫସଲରେ ବିନିଯୋଗ କରିଥିଲେ I ଫସଲ ଉଜୁଡିଯିବାରୁ ଋଣ ପରିଶୋଧ ଚିନ୍ତାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ କହିଛନ୍ତି I ପ୍ରଶାସନ ପକ୍ଷରୁ ଆବଶ୍ୟକ ତଦନ୍ତ କରାଯାଇ ମୃତ ଇନ୍ଦ୍ରଜିତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି I

    ସେହିପରି ଜଗତସିଂହପୁର ନାଉଗାଁ ରେ ଧାନ ଫସଲ କ୍ଷତି ଅସହ୍ୟ ହେବାରୁ ଜଣେ ଭାଗଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି I ନାଉଗାଁ ବ୍ଲକ ରୋହିଆ ପଂଚାୟତ ଅରଖକୁଦ ଗ୍ରାମରେ ଏଭଳି ଘଟଣା ଘଟିଛି I ମୃତକ ହେଲେ ଉକ୍ତ ଗ୍ରାମର ଧର୍ମାନନ୍ଦ ନାୟକ ଭାଗଚାଷ କରି ସେ ପରିବାର ପ୍ରତିପୋଷଣ କରୁଥିଲେ I ତେବେ ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ଆଣ୍ଠୁଏ ପାଣି ଜମି ରହିଥିଲା I ଧାନ ଗଜା ହେବା ସହିତ ନଷ୍ଟ ହୋଇଯାଇଥିଲା I ଭାଗଚାଷ କରିଥିବା ଜମିକୁ ଯାଇ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଦେଖି ସେଠାରେ ହିଁ ଟଳିପଡିଥିଲେ I ମୃତ ଚାଷୀଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି I

    ଅନ୍ୟପଟେ ସମ୍ବଲପୁରର ଯୁଯୁମରା ଅଂଚଳର ରତ୍ନାକର ଭୋଇଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି I ଧାନଚାଷରେ ଝାଳବୁହା ପରିଶ୍ରମ କରିଥିଲେ ବାପା I ବିକ୍ରି ମୂଲ୍ୟ ତ ପାଇଲେନି, ଏପଟେ ଚାଷ ପାଇଁ କରିଥିବା ଋଣ ପରିଶୋଧ ଓ ପରିବାର ପୋଷଣ ଚିନ୍ତା ହିଁ ତାଙ୍କୁ ଘାରିଥିଲା I ଏଭଳି ଦୁଃସ୍ଥିତିରେ ଗତକାଲି ଦିନ ପ୍ରାୟ ଗୋଟାଏ ବେଳକୁ ସେ ବିଷପିଇ ଦେଇଥିଲେ I ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କର ମୃତ୍ୟୁ ହୋଇଥିଲା I କ୍ଷୁଦ୍ରଚାଷୀ ରତ୍ନାକର ଭୋଇଙ୍କ ଝିଅ ଦେବକୀ ଭୋଇଙ୍କ ଏହା ହେଉଛି ବେଦନାଭରା ପ୍ରତିକ୍ରିୟା I

  • ଫସଲ ପାଇଁ ବିପଦ ହାଥୀ ପଲ

    ଫସଲ ପାଇଁ ବିପଦ ହାଥୀ ପଲ

    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ରେ ଦୁଇ ଦିନ ହେଲା ୨୧ ଟୀକିଆ ହାତୀ ପଲ ଘୁରି ବୁଲୁଥିବା ଓ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ସକାଳୁ ଯାଲୋଏ ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ମାନେ ଥିବାବେଳେ ବିଲରେ ପାଚିଲା ଧାନ ଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି । ଏନେଇ ବନ ବିଭାଗକୁ ଖବର ଦେଲେ ହେଁ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଆସୁ ନଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ଚାଷୀମାନେ ଜୀବନକୁ ବାଜି ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । ଏବେ ଏହି ହାତୀ ପଲ ରସ୍କା ଗାଁ ଅଞ୍ଚଳ ରେ ଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାକୁ ଚେଷ୍ଟା କରୁଛି ।

    ହାତୀ ପାଇଁ ଚିନ୍ତାରେ ଚାଷୀ । ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ୨୧ ଟୀକିଆ ହାତୀ ପଲ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଦୁଇ ଦିନ ହେଲା ୨୧ ଟୀକିଆ ହାତୀ ପଲ ଘୁରି ବୁଲୁଥିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ସକାଳୁ ଯାଲୋଏ ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ମାନେ ଥିବାବେଳେ ବିଲରେ ପାଚିଲା ଧାନ ଥିବାରୁ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ବନ ବିଭାଗ ହାତୀ ଘଉଡ଼ାଇବାକୁ ଆସୁ ନଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ଚାଷୀମାନେ ଜୀବନକୁ ବାଜି ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

  • ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ଦିନିକିଆ ବଲାଙ୍ଗୀର ଗ୍ରସ୍ତ ରେ ରହିଥିଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ।ଗତକାଲି ପୂର୍ବାହ୍ନରେ ନୂଆପଡ଼ା ଜିଲାରୁ ଆସି ଝିଲିଆଲିଟି ଅଙ୍ଗନୱାଡି କେନ୍ଦ୍ର ରେ ପହଞ୍ଚି ଶିଶୁମାନଙ୍କ ସହ ସମୟ ବିତେଇଥିଲେ । କୁପୋଷଣଠାରୁ ଶିଶୁ ମାନଙ୍କଠାରୁ ଦୁରେଇ ରଖିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କୁ ନେଇ ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଧ୍ୟାନ ଦେବାକୁ ମଧ୍ୟ କହିଥିଲେ । ଏହା ପରେ ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଉଦାହରଣ ତଥା ରାଷ୍ଟ୍ରୀୟ ଶିକ୍ଷାନୀତି ବିଷୟରେ ଉଦ୍ବୋଧନ ଦେଇଥିଲେ । ପରେ ମିଶନ ଶକ୍ତି ମହିଳାମାନଙ୍କୁ ଭେଟି ଶାଢୀ ର ପ୍ରଚାରପ୍ରସାର ସହ ଉଚ୍ଚକୋଟିର ଡିଜାଇନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚେଇବାକୁ ପରାମର୍ଶ ଦେଇଥିଲେ ।

    ଏହା ପରେ ଖପ୍ରାଖୋଲର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।ବ୍ୟବହାର ଭଲ କଲେ ଜଣେ ରୋଗୀ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ହେବ ସହ ରୋଗ ର ପ୍ରଭାବ କମିଥାଏ ବୋଲି ଉପସ୍ଥିତ ଡାକ୍ତର ମାନଙ୍କୁ ଜଣେଇଥିଲେ । ମଧ୍ୟାନ ଭୋଜନ ପୂର୍ବରୁ ସେ ହରିଶଙ୍କର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଉଳବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇଥିବା ହିତାଧିକାରୀଙ୍କ ଘର ବୁଲି ଦେଖିଥିଲେ । ପରେ ବିଭିନ୍ନ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

  • ମାଗଣାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଦେଖାଉଛନ୍ତି ଶିକ୍ଷାର ଆଲୋକ

    ମାଗଣାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଦେଖାଉଛନ୍ତି ଶିକ୍ଷାର ଆଲୋକ

    ରଜନୀ ଭୋଇ ବୟସ ଚାଳିଶି ଘର ଯୁଜୁମୁରା ବ୍ଲକ ଜାମତାଲ ଗାଁରେ, ଶିକ୍ଷାର ଗୁରୁତ୍ବକୁ ବୁଝିଥିବା ରଜନୀ ଅର୍ଥାଭାବରୁ ପାଠ ଠାରୁ ଦୂରେଇଯାଉଥିବା ଛାତ୍ରାଛାତ୍ରୀଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା ପାଇଁ ବଡ଼ ପ୍ରୟାସ କରିଛନ୍ତି । ଗାଁର ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଆଲୋକ ଦେଖାଇବା ସହିତ ସେ ଏବେ ତାଙ୍କ ଗାଁରେ ମାଗଣାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି।ସେ ସ୍ବେଚ୍ଛାସେବୀ ସଂଗଠନ ‘ଶିକ୍ଷା’ର ଜଣେ ସଦସ୍ୟ ହୋଇଥିବା ବେଳେ ପ୍ରଥମେ ୧୦ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ପାଠ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ତାଙ୍କ ପାଖରେ ୧୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପାଠପଢ଼ା ସହିତ ନୃତ୍ୟ, ଗୀତ, ଅଭିନୟ, କ୍ରୀଡ଼ା ମଧ୍ୟ ସେ ଶିଖାଇଥାନ୍ତି। ଫଳରେ ଶିଶୁମାନଙ୍କର ମାନସିକ ଓ ଶାରିରୀକ ଅଭିବୃଦ୍ଧି ହୋଇପାରୁଛି। ପିଲାମାନଙ୍କୁ ସ୍ବେଚ୍ଛାସେବୀ ସଂଗଠନ ଆଡୁ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ସେ ପ୍ରତିଦିନ ସକାଳ ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି।

  • ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ୍

    ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ୍

    ଆଜି ହେଉଛି ଅଗଷ୍ଟ ୧ ତାରିଖ । ସାରା ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ । ଏହି କ୍ରମରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମସ୍ଥାନ ସୁବର୍ଣ୍ଣପୁରରେ ମଧ୍ୟ ଜୋରସୋରରେ ପାଳନ ହେଉଛି ସମ୍ବଲପୁରୀ ଦିନ । ଦିନ ତମାମ ସମ୍ବଲପୁରୀ ତାଳେ ତାଳେ ନାଚି ଗାଈ ମସଗୁଲ ଅଂଚଳବାସୀ । ଦିନ ସାରା ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନାଚ, ଗୀତ ସହ ସମ୍ବଲପୁରି ବସ୍ତ୍ର ପରିଧାନ କରି ମସଗୁଲ ଅଛନ୍ତି ଅଂଚଳବାସୀ ।

    ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକାଇବା ପାଇଁ 2013 ମସିହା ଅଗଷ୍ଟ ୧ ତାରିଖରୁ ପାଳନ ହେଉଛି ସମ୍ବଲପୁରି ଦିନ । ସ୍ଥାନୀୟ ବ୍ଲକ ଛକ ଠାରେ ଆଜି ପାଳିତ ହୋଇଥିବା ସମ୍ବଲପୁରୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସମ୍ବଲପୁରୀ ଦିନକୁ ଅଧିକ ପ୍ରଚାର ପ୍ରସାର କରିବା ସହିତ ବିଶ୍ୱ ଦରବାରରେ ପହଂଚାଇବାକୁ ଅନୁରୋଧ କରିଥିଲେ । ପରେ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କଳାକାର ଯୋଗ ଦେଇ ନୃତ୍ୟ ଗୀତ ପରିବେଷଣ କରିବା ସହିତ ସମ୍ବଲପୁରୀ ଦିନ ପାଳନ କରିଥିଲେ । ଆଜି ସକାଳୁ ଜିଲ୍ଲାରେ ବର୍ଷା ଲାଗି ରହିଥିଲେ ମଧ୍ୟ ସମ୍ବଲପୁରି ଦିନ ଉତ୍ସବ ପାଳନରେ କୌଣସି ପ୍ରକାର ବାଧା ସୃଷ୍ଟି କରିପାରି ନାହିଁ ।

  • ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

    ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

    ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାଙ୍କ ଜନ୍ମ ପୀଠ ଖୀଣ୍ଡାର ବିକାଶ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ପରେ ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ ‘Development of Vir Surendra Sai Birth Place at Khinda, Samabalpur’ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।

    ଏହି ପ୍ରକଳ୍ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ବିକାଶ ହେବ । ୧.୯୪୫ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପ ରେ ସୁରେନ୍ଦ୍ର ସାଏ ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହ ସ୍ମୃତି ସଦନ ମଧ୍ୟ ନିର୍ମାଣ କରାଯିବ । ସେଠାରେ ଥିବା ସଂଗ୍ରହାଳୟ ଓ ପାଠାଗାର ର ପୁନରୁଦ୍ଧାର କରାଯିବ .landscaping ସହ ଉଦ୍ୟାନ ର ବିକାଶ କରାଯିବ .ସୁନ୍ଦର୍ ଭବରେ ଆଲୋକୀକରଣ ମଧ୍ଯ କରାଯିବ . ସେଠାରେ ଥିବା ମଞ୍ଚ ଓ ସମାବେଶ ସ୍ଥଳ ର ଉନ୍ନତିକରଣ କରାଯିବ. ବୀର ସୁରେନ୍ଦ୍ର ସାଏ ଓଡିଆ ଜାତିର ପ୍ରାତସ୍ମରଣୀୟ ବକ୍ତିତ୍ୱ । ବୀର ସୁରେନ୍ଦ୍ର ସାଏ ତାଙ୍କର ଦୃଢ ନେତୃତ୍ୱ, ବିଚକ୍ଷଣ ରଣ କୌଶଳ ଯୋଗୁଁ ବ୍ରିଟିସ ସରକାରଙ୍କ ନିଦ ହଜାଇ ଦେଇଥିଲେ। ସେହି ମହାନ ସଂଗ୍ରାମୀଙ୍କର ଜନ୍ମସ୍ଥଳୀ ଖୀଣ୍ଡା, ପ୍ରତି ଓଡିଆଙ୍କ ପାଇଁ ଏକ ପବିତ୍ର ପୀଠ। ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହାନ ଅବଦାନ ଯୁବସମାଜକୁ ସର୍ବଦା ପ୍ରେରଣା ଦେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।