Category: ପୁରୀ

  • ଶାନ୍ତି ଅନୁଷ୍ଠାନର ରୋଡ ଫୁଡ ପର୍ବର ଉଦଯାପନୀ ଦିବସ

    ପୁରୀ: ଶ୍ରୀକ୍ଷେତ୍ରରେ ବାରମାସରେ ତେରପର୍ବ ପାଳିତ ହୋଇଥାଏ | ସେଥିମଧ୍ୟରୁ କେତକ ପର୍ବ ନିଆରା ଢଙ୍ଗରେ ପାଳିତ ହୋଇଥାଏ | ପୁରୀ ସହରର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଶାନ୍ତି” ପକ୍ଷରୁ ରୋଡ ଫୁଡ ପର୍ବ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟହ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଆବାଳ ବୃଦ୍ଧ ବନିତାଙ୍କୁ ବିତରଣ କରାଯାଇଥିଲା |

    ଅନୁଷ୍ଠାନ ପକ୍ଷରୁ ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଶହଶହ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା | ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିଥିବା ଉତ୍ସବର ଆଜି ଥିଲା ଉଦଯାପନି ଦିବସ | ପଦ୍ମନାଭ ତ୍ରିପାଠୀ, ପୁଷ୍ପଜିତ ମହାପାତ୍ର, କାଶୀନାଥ ସୁବୁଦ୍ଧି ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା |

  • ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହୀଦ ଦିବସ ପାଳିତ

    ପୁରୀ : ପ୍ରତିବର୍ଷ ଜାନୁଆରୀ ୩୦ ତାରିଖରେ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଇଥାଏ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଘଟିଥିଲା। ଗାନ୍ଧିଜୀ ଙ୍କ ଅହିଂସା ମନ୍ତ୍ର ସମଗ୍ର ବିଶ୍ୱକୁ ଆନ୍ଦୋଳିତ କରିଥିଲା। ତାଙ୍କର ତ୍ୟାଗ, ସମୟାନୁବର୍ତ୍ତିତା ଓ ସତ୍ୟ ପ୍ରତି ନିଷ୍ଠା ସମସ୍ତଙ୍କୁ ସବୁଦିନ ପାଇଁ ଅନୁପ୍ରାଣିତ କରିଚାଲିଥିବ ବୋଲି ମତବ୍ୟକ୍ତ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା। ଆଜି ଶହୀଦ ଦିବସ ଅବସରରେ ଦିନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୨ ମିନିଟ ନୀରବତା ଅବଲମ୍ବନ କରାଯାଇ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,,ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସହଦେଵ ସାହୁ, ବିବେକାନନ୍ଦ ସାହୁ, ସହକାରୀ ଜିଲ୍ଲାପାଳ ତନ୍ମୟ ଦାସ, ପଞ୍ଚାନନ ପରିଜା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

  • ବେଳାଭୂମିରେ ପ୍ରବାସୀ ଭାରତୀୟ, ଉତ୍ସବମୁଖର ପୁରୀ ସହର

    ବେଳାଭୂମିରେ ପ୍ରବାସୀ ଭାରତୀୟ, ଉତ୍ସବମୁଖର ପୁରୀ ସହର

    ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ପୁରୀ ସହର। ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ସାରା ସହର ସଜେଇ ହୋଇଥିବା ବେଳେ ପୁରୀ ବେଳାଭୂମିରେ ବିଚ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଚ୍ ଫେଷ୍ଟିଭାଲ ଉଦ୍‌ଘାଟନ କରିଛନ୍ତି । ସେ କହିଛନ୍ତି, ୧୮ ତମ ପ୍ରବାସୀ ଭାରତୀୟ ଦିବସ ଓଡିଶାର ଭୁବନେଶ୍ବରରେ ଆୟୋଜିତ ହେଉଥିଲେ ମଧ୍ୟ ପୁରୀ ସମସ୍ତ ପ୍ରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି । ମହାପ୍ରଭୁଙ୍କ ଦର୍ଶନ ସହ ସ୍ବର୍ଣ୍ଣିମ ବେଳାଭୂମି ର ବ୍ଲୁ ଫ୍ଲାଗ ବିଚ, କଳାଗ୍ରାମ ରଘୁରାଜପୁର,ଅପରୂପା ଚିଲିକା ସାତପଡ଼ା, ସୂର୍ଯ୍ୟ ମନ୍ଦିର କୋଣାର୍କ, ରାମଚଣ୍ଡୀ, ପିପିଲି ର ପ୍ରସିଦ୍ଧ ଚାନ୍ଦୁଆ ସେମାନଙ୍କ ପାଇଁ ଉତ୍ସାହ ଆଣିବ । ଏହା କେବଳ ପ୍ରବାସୀ ନୁହେଁ ଆମ ନିଜ ଦେଶର ଲୋକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିଛି ।

    ପୁରୀର ପ୍ରଚାର ପ୍ରସର ହୋଇ ପାରିଲେ ବିଦେଶୀ ଅତିଥିଙ୍କ ସଂଖ୍ୟା ବଢ଼ିବ । ପୁରୀ ବୁଲିବାକୁ ଆସୁଥିବା ପ୍ରବାସୀମାନେ ଆମର ବଳିଷ୍ଟ ମାଧ୍ୟମ ପାଲଟିବେ । ତେବେ ପ୍ରବାସୀ ଭାରତୀୟଙ୍କ ପାଇଁ ପୁରୀକୁ ସୁନ୍ଦର କରିବା ସହ ସେମାନଙ୍କୁ ଉତ୍ତମ ଆତିଥେୟତା ଦେବା ଆମର କର୍ତବ୍ୟ ବୋଲି ଶ୍ରୀମତି ପରିଡ଼ା କହିଛନ୍ତି । ଏହି ଅବସରରେ ଶ୍ରୀମତି ପରିଡ଼ା ନିମାପଡ଼ାରୁ ପୁରା ଆସିବା ବେଳେ ରାସ୍ତାରେ ଉଗାଣ୍ଡାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଭେଟି ତାଙ୍କ ସହ ସମୟ ଅତିବାହିତ କରିଥିବା ଅନୁଭୂତି ବଖାଣି ଥିଲେ ।

    ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରବାସୀ ଭାରତୀୟ ମାନଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ସମାରୋହ ଆମ ସଂସ୍କୃତି, ଐତିହ୍ୟ ଓ ଗୌରବକୁ ପୁନର୍ଜିବିତ କରିଛି ବୋଲି କହିଥିଲେ |ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆକର୍ଷଣୀୟ ଡ୍ରୋନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ଡ୍ରୋନ ସଜେଇ ହୋଇ ରଥଯାତ୍ରାଠାରୁ ଆରମ୍ଭ କରି କୋଣାର୍କ ଚକ୍ର ପ୍ରଦର୍ଶିତ କରିଥିଲେ |ହଜାର ହଜାର ପାର୍ଯ୍ୟଟକ ବେଳାଭୂମିରେ ଏହି ଡ୍ରୋନ ସୋ ର ମଜା ନେଇଥିଲେ |

  • ନୟାଗଡ଼ରେ ଶ୍ରୀମନ୍ଦିର ପ୍ରତିନିଧି ଦଳ

    ନୟାଗଡ଼ରେ ଶ୍ରୀମନ୍ଦିର ପ୍ରତିନିଧି ଦଳ

    ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ , ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଏହି ଟିମ୍ ଯାତ୍ରା କରିବେ। ଏହି ଟିମରେ ରଥ ନିର୍ମାଣର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ ଅମିନ, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି ।

    ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ।ତିନି ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି । ପୂର୍ବବର୍ଷର ୫୧ ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ମୋଟ ୮୧୪କାଠର ଆବଶ୍ୟକତା ରହିଛି ।

  • ନୌସେନା ଦିବସ: ଆଜି କେମିତି ଯିବେ ପୁରୀ, ଜାଣନ୍ତୁ ପୋଲିସ ତରଫରୁ ଟ୍ରାଫିକ ନିର୍ଦ୍ଧେଶାବଳୀ

    ନୌସେନା ଦିବସ: ଆଜି କେମିତି ଯିବେ ପୁରୀ, ଜାଣନ୍ତୁ ପୋଲିସ ତରଫରୁ ଟ୍ରାଫିକ ନିର୍ଦ୍ଧେଶାବଳୀ

    ଆଜି ଭାରତୀୟ ନୌସେନା ଦିବସ । ଜାତୀୟସ୍ତରରେ ଏହି ପର୍ବ ପ୍ରଥମ ଥର ପାଇଁ ପୁରୀ ସମୁଦ୍ର କୂଳରେ ଆୟୋଜନ କରାଯାଇଛି। ନୌସେନା ଦିବସରେ ପୁରୀ ସମୁଦ୍ରର ଅଞ୍ଚଳ ଜଳରାଶିରେ ନୌସେନା ସେମାନଙ୍କର ଅପୂର୍ବ ବୀରତ୍ୱ ଓ ରଣ କୌଶଳ ପ୍ରଦର୍ଶନ କରିବେ।

    ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଉଥିବାରୁ ପୁରୀ ସହର ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ନୌସେନା ଦିବସ ଓ ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ମଙ୍ଗଳବାର ପୁରୀ ପୌରପାଳିକାର ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାସହ, ପୁରୀରେ ସମ୍ଭାବ୍ୟ ଭିଡ଼କୁ ନିୟନ୍ତିତ କରିବାକୁ ପୁରୀ ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେଣୁ, ଏ ସମ୍ପର୍କରେ , ପୁରୀ ଯାଉଥିବା ବ୍ୟକ୍ତିମାନଙ୍କର ସୁବିଧା ପାଇଁ ପୁରୀ ପୋଲିସ ତରଫରୁ ଟ୍ରାଫିକ ନିର୍ଦ୍ଧେଶାବଳୀ ମଧ୍ୟ ଜାରି କରାଯାଇଛି ।

    ସୂଚନା ଅନୁସାରେ, ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଭାରତୀୟ ନୌସେନାର ଜଲସା, ଆଇଏନ୍‌ଏସ୍‌ ଶକ୍ତି, ଆଇଏନ୍‌ଏସ୍‌ ସର୍ୟୁ, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍‌ଏସ୍‌ ଦିଲ୍ଲୀ, ଆଇଏନ୍‌ଏସ୍‌ ସାତପୁରା , ଆଇଏନ୍‌ଏସ୍‌ ଅରିହନ୍ତ, ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍‌ଏସ୍‌-୬୦ ହେଲିକପ୍ଟର ପ୍ରମୁଖ ନେଭି ଡେ’ ଉତ୍ସବରେ ନିଜର ପରାକ୍ରମ ଦେଖାଇବେ ।

  • ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା: ସମ ଅଲଟିମେଟମରେ ଗୁରୁତରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା: ସମ ଅଲଟିମେଟମରେ ଗୁରୁତରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିବା ସହ ଆଜି ସମ ଅଲଟିମେଟମରେ ଚିକିତ୍ସିତ ହେଉଥିବା ଗୁରୁତରମାନଙ୍କୁ ବୁଲି ଦେଖିଛନ୍ତି। ଡାକ୍ତରୀ ଟିମଠାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଛନ୍ତି। ପୀଡିତଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଭେଟି ସେମାନଙ୍କୁ ସହାନୁଭୂତି ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ।

    ମୁଖ୍ୟମନ୍ତ୍ରୀଙ୍କ ସମ ଭିଜିଟ ପୂର୍ବରୁ ହସ୍ପିଟାଲରେ ମୁଖ୍ଯମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଉପସ୍ଥିତ ରହି ସୁରକ୍ଷା ପ୍ରତି ଧ୍ୟାନ ଦେଇଥିବା ଦେଖିବାକୁ ମିଳିଥିଲା। ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଚାପଖେଳ ଚାଲିଥିଲା। ବହୁ ସଂଖ୍ୟାରେ ଲୋକ ଚାପ ଖେଳ ଉପଭୋଗ କରୁଥିଲେ. ଏହି ସମୟରେ ଏକ ରକେଟ ବାଣ ଫୁଟା ଯାଇଥିଲା। ବାଣ ଫୁଟିବା ପରେ ସେଠାରେ ଗଚ୍ଛିତ ଥିବା ବାଣ ସବୁ ଉପରେ ପଡିଥିଲା ଓ କେହି କିଛି ବୁଝିବା ପୂର୍ବରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।

    ନିଆଁ ଧାସ ବାଜିବାରୁ ଲୋକମାନେ ଜୀବନ ବିକଳରେ ପାଣିକୁ ଡେଇଁ ପଡିଥିଲେ। ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରମାନେ କଟକର ଏସସିବି ସହ ବହୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଖୋଜଙ୍କ ଖୋଜା ମଧ୍ୟ ଜାରି ରହିଛି ପୁଷ୍କରିଣୀରେ। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

    ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

    ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ବାରମ୍ବାର ଦାବିକୁ ଅଣଦେଖା କରୁଛନ୍ତି ସରକାର। ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ସଂକୀର୍ତ୍ତନ ସତ୍ୟାଗ୍ରହ। ଏହି କ୍ରମରେ ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ସତ୍ୟାଗ୍ରହରେ ବସିଛନ୍ତି କଂଗ୍ରେସ କର୍ମକର୍ତ୍ତା। ସରକାର ତୁରନ୍ତ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବାକୁ ଦାବି କରିଛନ୍ତି କର୍ମକର୍ତ୍ତା। ଶ୍ରୀମନ୍ଦିର କରିଡର ପାଇଁ ଅନ୍ୟ ୩ ଦ୍ବାର ବନ୍ଦ କରାଯାଇଥିଲା। ଯାହା ଏପର୍ଯ୍ୟନ୍ତ ଖୋଲୁନାହିଁ। ଫଳରେ ଭକ୍ତ ଭାରିକେଟର ଲମ୍ବା ଲାଇନରେ ଠିଆହୋଇ ଅକଥନୀୟ ସମସ୍ୟା ଭୋଗୁଛନ୍ତି। ତେଣୁ ସବୁ ଦ୍ବାରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି କରିଛି କଂଗ୍ରେସ। ଅନ୍ୟପଟେ, ଭକ୍ତ ହରକତ ହେଉଥିବା ବେଳେ ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ବିନା ଲାଇନରେ ଯିବା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତ୍ରୀ।

    ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ କଂଗ୍ରେସ କରିଥିବା ଦାବି ପରେ ସରକାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରିବାକୁ ଯାଉଥିବାରୁ ସାମାନ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା। ତଥାପି ଲେଜର ସ୍କାନିଂ ପରି ହାଇଟେକ୍ନୋଲୋଜିର ପ୍ରୟୋଗ ଉପରେ ସନ୍ଦେହ ପ୍ରକଟ କରାଯାଇଛି

    ପୂର୍ବରୁ କଂଗ୍ରେସ ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ବାର ଖୋଲିବା ସହ ୬ ଦଫା ଦାବି ନେଇ ଗତ ମାସ ପ୍ରଥମାର୍ଦ୍ଧରେ ପୁରୀରେ ଆନ୍ଦୋଳନ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇ ନ ଥିବାରୁ ଏବେ ସଂକୀର୍ତ୍ତନ କରି ଶୋଇରହିଥିବା ସରକାରକୁ ଉଠାଇବାକୁ ଚେଷ୍ଟା କରାଯାଉଥିବା କଂଗ୍ରେସ କହିବା ସହ ତୁରନ୍ତ ଦାବି ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି।

  • ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ପିପିଲିରୁ ୨୨ ପ୍ରତିଯୋଗୀ ମନୋନୀତ

    ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ପିପିଲିରୁ ୨୨ ପ୍ରତିଯୋଗୀ ମନୋନୀତ

    ଆସନ୍ତା ୨୧ତାରିଖ ଓ ୨୨ ତାରିଖ ଦୁଇ ଦିନ ଧରି ପୁରୀ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ପାଇଁ ପିପିଲି ଟାଇକୋଣ୍ଡୋ ଏକାଡେମୀର ୨୨ ଜଣ ପିଲାଙ୍କୁ ଚୟନ କରାଯାଇଛି। ପିପିଲି ଟାଇକୋଣ୍ଡୋ ଏକାଡେମୀର ସତାବନ ଜଣ ପିଲାଙ୍କ ମଧ୍ୟରୁ ୨୨ ଜଣ ମନୋନୟନ ହୋଇଥିବା ଖବର ଆସିବା ପରେ ଏକାଡେମୀର ସମସ୍ତ ପିଲା ଓ ଅଭିଭାବକଙ୍କ ମନରେ ବେଶ୍ ଖୁସୀ ! ଆସନ୍ତା ୨୦ ତାରିଖରେ ଏହି ଟିମର ୨୨ ଜଣ ପିଲାଙ୍କୁ ନେଇ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଏକାଡେମୀର ମୁଖ୍ୟ ନୃସିଂହ ସିଂ ସୂଚନା ଦେଇଛନ୍ତି ।

  • ଡାକ ବିଭାଗର ବିଚିତ୍ର ସେବା, ୫ ବର୍ଷ ପରେ ପହଁଚିଲା ୧୦୦୦ ଟଙ୍କାର ମନିଅଡର

    ଡାକ ବିଭାଗର ବିଚିତ୍ର ସେବା, ୫ ବର୍ଷ ପରେ ପହଁଚିଲା ୧୦୦୦ ଟଙ୍କାର ମନିଅଡର

    ଭାରତବର୍ଷ ରେ ଟଙ୍କା ପ୍ରେରଣ ଏବଂ ପତ୍ର ବିନିମୟ ର ମୁଖ୍ୟ ସୁରକ୍ଷିତ ବ୍ୟବସ୍ଥା ହେଲା ଭାରତୀୟ ଡାକ ବିଭାଗ କିନ୍ତୁ ସେହି ବିଭାଗ ରେ ଟଙ୍କା ପଠେଇ ସାରିଲା ପରେ ଯଦି ସେ ଟଙ୍କା ଠିକଣା ଜାଗାରେ ନ ପହଂଚି ବର୍ଷ ବର୍ଷ ଧରି ଡାକ ବିଭାଗ ରେ ପଡ଼ିରହିବ ତାହାଲେ ଡାକ ବିଭାଗ ଉପରୁ ସାଧାରଣ ଜନତା ଙ୍କ ଆସ୍ଥା ତୁଟିଯିବା ସହିତ ଯେଉଁ କାର୍ଯ୍ୟ ପାଇଁ ଟଙ୍କା ପ୍ରେରଣ ହୋଇଥିଲା ସେ କାର୍ଯ୍ୟ ରେ ବି ବାଧା ସୃଷ୍ଟି ହେବା ସ୍ୱାଭାବିକ | ସେହି ପରି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ଆଦିକନ୍ଦ ପୁର ଗ୍ରାମର ସୁଧୀର କୁମାର କରଙ୍କ ସହିତ ସୂଚନା ମୁତାବକ ୨୦୧୮ ମସିହା ଅଗଷ୍ଟ ୨୪ ତାରିଖ ରେ ଚନ୍ଦନପୁର ସବ ପୋଷ୍ଟ ଅଫିସ ରେ ବିରନରସିଂହ ପୁର ଗ୍ରାମର ପ୍ରକାଶ କୁମାର ରଥ ଏକ ହଜାର ଟଙ୍କା ସୁଧୀର କୁମାର କର ଙ୍କ ପାଖକୁ ମନି ଅଡର ମାଧ୍ୟମରେ ପଠେଇ ଥିଲେ ଯାହାର ଇ ଏମ ଓ ନମ୍ବର ୦୬୬୭୪୩୩୫୦୮୭୫୨୪୧୦୧୦ କିନ୍ତୁ ବିଡମ୍ବନା ର ବିଷୟ ସେ ଟଙ୍କା ଠିକଣା ଜାଗାରେ ପହଂଚିନଥିଲା। କଣ ପାଇଁ ଟଙ୍କା ପହଁଚିଲାନି ଡାକ ଘରେ ପଚାରିବାରୁ ସେଠୁ କିଛି ସନ୍ତୋଷଜନକ ଉତ୍ତର ମିଳିନଥିଲା। କିନ୍ତୁ ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଶେଷରେ ଦୀର୍ଘ ବର୍ଷ ପରେ ୨୦୨୩ ମସିହା ସେପ୍ଟେମ୍ବର ୪ ତାରିଖ ରେ ମନିଅଡର ଆସି ପହଞ୍ଚିଚି। କେଉଁ କାରଣ ରୁ ଏବଂ କାହାର ଅବହେଳାରୁ ଏମିତି ଅବହେଳା ହୋଇଛି ତାହା ତଦନ୍ତ ସାପେକ୍ଷ।

  • ଖୁବଶୀଘ୍ର ତ୍ୱରାନ୍ୱିତ ହେବ ସୂର୍ଯ୍ୟ ମନ୍ଦିର

    ଖୁବଶୀଘ୍ର ତ୍ୱରାନ୍ୱିତ ହେବ ସୂର୍ଯ୍ୟ ମନ୍ଦିର

    ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଦିତୀୟ ପର୍ଯ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଛି । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା କୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରା ଯାଇଥିଲା । ସୁର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତି ପରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ଏ ଏସ ଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଦିତୀୟ ପର୍ଯ୍ୟୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ଵିମ ଲଗାଯାଇଛି ।

    ଏହି ଭଳି ଆଉ ତିନୋଟି ଲୁହା ଵିମ ଲାଗିବ । ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ଚାଲିଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୁଡା ଦେଇ ଗର୍ଭଗୃହରେ ରହିଥିବା ବାଲି ମନ୍ଦିର ପାଦଦେଶକୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ଏକ ପାଇପ ଯୋଗେ ଏହି ବାଲିକୁ ଉତ୍ତର କୋଣରେ ରଖାଯିବ ।ଏଥି ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ।

    ଏହି ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ଏ ଏସ ଆଇ ଏହି ବାଲି କାଢ଼ିବା ପ୍ରକ୍ରିୟା କାହିଁକି ବିଳମ୍ବ ହେଉଛି ଓ ସାର୍ବଜନିକ କରିବାପାଇଁ କୋଣାର୍କ ସୁରକ୍ଷା ସମିତି ଓ ସ୍ଥାନୀୟ ବାସିନ୍ଦା ପକ୍ଷରୁ ଦାବି କରାଯାଇଛି ।