Category: ପୁରୀ

  • ପର୍ଯ୍ୟଟକ ଓ ଭକ୍ତଙ୍କୁ ହଇରାଣ କରୁଛନ୍ତି ଟୁର୍ ଏବଂ ଟ୍ରାଭେଲ୍ ଅପରେଟର

    ପର୍ଯ୍ୟଟକ ଓ ଭକ୍ତଙ୍କୁ ହଇରାଣ କରୁଛନ୍ତି ଟୁର୍ ଏବଂ ଟ୍ରାଭେଲ୍ ଅପରେଟର

    ପୁରୀ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ହଇରାଣ କରୁଛନ୍ତି ଟୁର୍ ଏବଂ ଟ୍ରାଭେଲ୍ ଅପରେଟର ମାନେ | ଏଭଳି ଘଟଣା ପୁରୀ ପୋଲିସର ନଜରକୁ ଆସିଛି | ପୁରୀର ଅନେକ ଟୁର୍ ଏବଂ ଟ୍ରାଭେଲ୍ ଏଜେନ୍ସି କୌଣସି ପଞ୍ଜିକରଣ ଏବଂ ଅନ୍ୟାନ୍ୟ ବାଧ୍ୟତାମୂଳକ ନିୟମ ପାଳନ ବିନା କାର୍ଯ୍ୟ କରୁଛନ୍ତି ।

    ତେଣୁ, ପୁରୀର ଡିଆଇଜି ତଥା ଏସପିଙ୍କ ନିର୍ଦ୍ଦେଶରେ, ଯାଞ୍ଚ ପାଇଁ ଅଣପଞ୍ଜିକୃତ ଟୁର୍ ଏବଂ ଟ୍ରାଭେଲ୍ ଅପରେଟରମାନଙ୍କ ବିରୁଦ୍ଧରେ ସହର ବ୍ୟାପୀ ଚଢାଉ ଚାଲିଛି ।

    ଏହି ଅଭିଯାନର ନେତୃତ୍ୱ ଜଣେ ଅତିରିକ୍ତ ଏସପି, ଜଣେ ଡିଏସପି, ୮ଜଣ ଇନ୍ସପେକ୍ଟର (ଆଇଆଇସି), ୨୦ ଜଣ ଅଧିକାରୀ ଏବଂ ଦୁଇ ପ୍ଲାଟୁନ୍ ଫୋର୍ସଙ୍କୁ ନେଇ ଗଠିତ ଏକ ଦଳ ନେଇଛି । ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • ବାଲୁକା କଳାରେ ବିଶ୍ୱ ହାତୀ ଦିବସ

    ବାଲୁକା କଳାରେ ବିଶ୍ୱ ହାତୀ ଦିବସ

    ବାଲୁକା କଳାରେ ବିଶ୍ୱ ହାତୀ ଦିବସ l ବିଶ୍ୱ ହାତୀ ଦିବସ ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି l ୧୨ ଫୁଟର ଲମ୍ବା ହାତୀକୁ ଏହି ବାଲୁକାକଳା ମାଧ୍ୟମରେ ସ୍ଥାନ ଦେଇଥିବାବେଳେ ମୋ ବାସ ସ୍ଥାନକୁ ରକ୍ଷା କରନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି l ହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ି ହେଉଛି ବାସସ୍ଥାନ କ୍ଷତି, ମାନବ-ବନ୍ୟପ୍ରାଣୀ ସଂଘର୍ଷ, ଶିକାର ଏବଂ ଅବୈଧ ହାତୀଦାନ୍ତ ବାଣିଜ୍ୟ, ସେଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ।

    ଏହି ମହାନ ପ୍ରାଣୀ ଏବଂ ସେମାନଙ୍କର ପ୍ରାକୃତିକ ପରିସଂସ୍ଥାର ସଂରକ୍ଷଣ ପାଇଁ କାର୍ଯ୍ୟ ପାଇଁ ଏକ ଦୃଶ୍ୟ ଆହ୍ୱାନ ଭାବରେ କାର୍ଯ୍ୟ କରେ ହାତୀ କେବଳ ଶକ୍ତି ଏବଂ ଜ୍ଞାନର ପ୍ରତୀକ ନୁହଁନ୍ତି – ସେମାନେ ଆମର ଜୈବ ବିବିଧତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୁଦର୍ଶନ ପଟ୍ଟନାୟକ ସୂଚନା ଦେଵା ସହ ଭବିଷ୍ୟତ ପାଇଁ ଏକ ସନ୍ତୁଳିତ ଇକୋସିଷ୍ଟମ ସୁନିଶ୍ଚିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି l

  • ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ ଦର୍ଶକ

    ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ ଦର୍ଶକ

    ପୁରୀ ସଂସ୍କୃତି ଭବନ ପରିସରରେ ଡ୍ୟାନ୍ସ ଏକାଡେମୀର ରୌପ୍ୟ ଜୟନ୍ତୀ ଅବସରରେ ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିବ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥିରୁପେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଭାସିସ ଖୁଣ୍ଟିଆଯୋଗ ଦେଇଥିଲେ। ପୁରୀ ଡ୍ୟାନ୍ସ ଏକାଡେମୀର କଳାକାର ମାନେ ସେମାନଙ୍କ ନୃତ୍ୟ ପରିବେଷଣରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

    ଓଡିଶୀ, ଭାରତନାଟ୍ୟମ ଓ ମାହାରୀ ନୃତ୍ୟ ଆଦି ପରିବେଶଣ କରାଯାଇଥିଲା । ପ୍ରତ୍ୟକ ଶିଳ୍ପୀ ନୃତ୍ୟରେ ଭରି ଦେଇଥିଲେ ଉତ୍କଣ୍ଠା ଓ ଉଲ୍ହାସ । ଅଭିନୟ ଦେଖୋ-ଗୋ,ନାଚନ୍ତି ରଙ୍ଗେ ଶ୍ରୀହରି, ଶିଵତାଣ୍ଡଵ ଆଦି ନୃତ୍ୟରେ ମାହୋଲକୁ ଆହୁରି ଉତ୍ତେଜିତ କରିଦେଇଥିଲା। ଅନୁଷ୍ଠାନ ତରଫରୁ ଶ୍ରୀ ଉପେନ୍ଦ୍ର ପୁରୋହିତଙ୍କୁ ‘ଶ୍ୟାମ ସୁନ୍ଦର ପାଣ୍ଡେ’ ସ୍ମୃତି ସମ୍ମାନ ଦିଆଯାଇଥିବାବେଳେ ଶ୍ରୀ ଶିବନାରାୟଣ ରାୟଙ୍କୁ ‘ଲିଙ୍ଗରାଜ ବେହେରା ସ୍ମୃତି ସମ୍ମାନ’ରେ ସମ୍ମାନ ପ୍ରଦାନ କରଯାଇଥିଲା । ସେହିପରି ଶ୍ରୀ ବିଶ୍ୱଜିତ ମିଶ୍ର ,ଶ୍ରୀ ବିଜୟ କୁମାର ପଟ୍ଟନାୟକଙ୍କୁ ‘ପୁରୀ ଶ୍ରୀ ଗୌରବ ସମ୍ମାନ’ ପ୍ରଦାନ କରଯାଇଥିଲା।

    ସୁଦୂର କଲିକତାରୁ ଆସିଥିବା ଗୁରୁ ଦେବଜାନୀ ବାସୁ ଭାରତ ନାଟ୍ୟମ ଓ ପୁରୀର ଲିଙ୍ଗରାଜ କଳା ପରିଷଦର ଶିଳ୍ପୀମାନେ ମାହାରୀ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୁପେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ, ପଦ୍ମଶ୍ରୀ ଡ଼ଃ ଅଶୋକ ମହାପାତ୍ର, ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ ପ୍ରମୁଖ ମଞ୍ଚରେ ସାମିଲ ଥିଲେ। ଅନୁଷ୍ଠାନର ସଂପାଦକ ଗୁରୁ ଶ୍ରୀ ନାରାୟଣ ପାଣ୍ଡେ ଓ ଶ୍ରୀମତୀ ରୋଜାଲୀନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

  • ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ଭଉଣୀ ସୁଭଦ୍ରା

    ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ଭଉଣୀ ସୁଭଦ୍ରା

    ଆଜି ପବିତ୍ର ଗହ୍ମା ପୁନେଇ ରେ ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ଭଉଣୀ ସୁଭଦ୍ରା । ବଡ ଠାକୁର ପିନ୍ଧିଛନ୍ତି ବଡ ରାକ୍ଷୀ । ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରିର ନିଦର୍ଶନ କୁ ଦର୍ଶନ କରି ନିଜ କୁ ଧନ୍ୟ ମଣିଛନ୍ତି ଭକ୍ତ । ମହାପ୍ରଭୁଙ୍କ ରାକ୍ଷୀ ତିଆରି କରିଛନ୍ତି ସ୍ଵତନ୍ତ୍ର ପାଟରା ବିଷୋୟୀ ସେବକ । ଗତ ଚିତାଲାଗି ଅମାବାସ୍ୟା ଠାରୁ ଏହି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଧି ମୁତାବକ ମହାପ୍ରଭୁ ଶ୍ରଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଥାନ୍ତି । ଏଥି ସହ ହାତରେ ଦୁଇଟି ଲେଖାଏଁ ଗୁଆମାଲ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଗହ୍ମା ପୂର୍ଣ୍ଣିମାରେ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ ହେଉଛି ।

    ଶ୍ରୀ ମନ୍ଦିର ଚୁନାର ସେବକ ଶରତ ମହାନ୍ତି କହିଛନ୍ତି , ପବିତ୍ର ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀ ଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନ ର ପର୍ବ । ଯେମିତି ଭାଇ ଠାରୁ ସୁରକ୍ଷା ଆଶା ନେଇ ଭଉଣୀ ଭାଇ ହାତରେ ରାକ୍ଷୀ ଭିଡ଼ିଥାଏ ଠିକ୍ ସେହିଭଳି ଶ୍ରୀକ୍ଷେତ୍ର ରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ନିଜ ଅଲିଅଳି ଭଉଣୀ ସୁଭଦ୍ରା ଙ୍କ ହାତରୁ ରାକ୍ଷୀ ପିନ୍ଧିଥାନ୍ତି । ୪ଟି ବୃହତ କାୟ ରାକ୍ଷୀ ଓ ଗୁଆମାଲ ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଶ୍ରୀ ହସ୍ତରେ ଧାରଣ କରିଥାନ୍ତି । ମହାପ୍ରଭୁ ଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ମହାପ୍ରଭୁ ଙ୍କ ଶ୍ରୀଭୂଜ ରେ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । କେବଳ ସେତିକି ନୁହେଁ ପରମ୍ପରା ଅନୁଯାୟୀ ଜଜ ମାନଙ୍କ ମଙ୍ଗଳ ଓ ଉନ୍ନତି ପାଇଁ ପୁରୋହିତ ମାନେ ରକ୍ଷା ବନ୍ଧନ ପୂର୍ବକ ହାତରେ ଡୋରୀ ପିନ୍ଧାଇଥାଆନ୍ତି । ଶ୍ରୀ ମନ୍ଦିର ପାଟରା ବିଷୋୟୀ ସେବକ ମାନେ ମହାପ୍ରଭୁ ଙ୍କ ପାଇଁ ରାକ୍ଷୀ ତିଆରି କରିଥାନ୍ତି ।

    ରାକ୍ଷୀ ତିଆରି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଷୋୟୀ ସେବକ ଙ୍କୁ ଆବଶ୍ୟକ ପରିମାଣ ର ବାସୁଙ୍ଗା ପାଟଯୋଗାଇ ଦିଆଯାଏ । ଏହାକୁ ପ୍ରାକୃତିକ ରଙ୍ଗ ରେ ବୁଡ଼ାଇ ଖରାରେ ସୁଖାଯାଇଥାଏ । ହଳଦିଆ, ନାଲି, ନେଳି ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟ କୁ ରଙ୍ଗୀନ କରାଯିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ । କାଠ ପାନିଆ ରେ ଏହାକୁ ସାଇଜ କରାଯାଇ ୫ ଥାକିଆ ରାକ୍ଷୀ ପ୍ରସ୍ତୁତ କରାଯାଏ । ବାଶୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏଥି ସହିତ ୫୪ ଟି ଲେଖାଏଁ ଗୁଆରେ ୪ ଟି ଗୁଆମାଳ ପ୍ରସ୍ତୁତ କରାଯାଏ । ମହାପ୍ରଭୁ ଶ୍ରଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ପ୍ରଭୂ ଶ୍ରୀ ବଳଭଦ୍ର ନେଳି ଓ ବାଇଗଣୀ ରଙ୍ଗର ଗୁଅମାଳ ପରିଧାନ କରିଥାନ୍ତି । ଏହା ବ୍ୟତୀତ ବାସୁଙ୍ଗା ପାଟରେ ୧୫ ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ । ଶ୍ରୀ ମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବଦେବୀ ମଧ୍ୟ ଏହି ଛୋଟ ରାକ୍ଷୀ ପରିଧାନ କରିଥାନ୍ତି ।

  • ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ UNO ର କାର୍ଯ୍ୟରତ ଅଧିକାରୀ

    ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ UNO ର କାର୍ଯ୍ୟରତ ଅଧିକାରୀ

    ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଓଡିଶୀ ନୁର୍ତ୍ୟ ଶିଳ୍ପୀ ତଥା UNO ର କାର୍ଯ୍ୟରତ ଅଧିକାରୀ ରୋମରେ ଅବସ୍ଥାପିତ ବୈଶାଳୀ ମହାନ୍ତି ତାଙ୍କର ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ଉତ୍କଳ ବାଳାଶ୍ରମ ରେ ଅନ୍ତେ ବାସୀ ଙ୍କ ସହ ପାଳିଛନ୍ତି। ପିଲାମାନଙ୍କ ସହ ଅଭିଜ୍ଞନ୍ତା ଓ ନିଜର ଅଧ୍ୟ୍ୟ ବ୍ୟସାୟ ସମ୍ପର୍କରେ ବାଣ୍ଟିବା ସହ ଭବିଷ୍ୟତରେ ନିଜକୁ ସମାଜରେ ଭଲ ମଣିଷ ଭାବେ ଗଢି ତୋଳିବା ସମ୍ପର୍କେ ପରାମର୍ଶ ଦେଇଥିଲେ।

    ବୈଶାଳୀ ମହାନ୍ତି ନିଜ ମା ବିଶିଷ୍ଠ ସାହିତିକା ତଥା ସମାଜ ସେବୀ ମାନସୀ ପ୍ରଧାନ ଓ ପିତା ଅବସର ପ୍ରାପ୍ତ ଇଲେକ୍ଟ୍ରିକାଲ ଚିପି ଇଂଜିନିୟର ରାଧାବିନୋଦ ମହାନ୍ତି ଙ୍କ ସହ ଏହି ଜନ୍ମଦିନ ଅନ୍ତେ ବାସୀଙ୍କ ଗହଣରେ କେକ କାଟି ନିଜକୁ ଧନ୍ୟ ମନେକରିବାସହ ଏହିଭଳି ପିଲାମାନଙ୍କ ମୁଖରେ ଆନ୍ଦର ହସ ଖେଳାଇ ପାରିଥିବାରୁ ନିଜକୁ ଅତି ଭାଗ୍ୟ ଶାଳୀ ମନେକରିଛନ୍ତି।

  • ଓଡ଼ିଶାରେ ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା

    ଓଡ଼ିଶାରେ ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା

    ଆଜିଠାରୁ କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଆୟୂର୍ବେଦ ଓ ଚରକ ସଂହିତା ଉପରେ ପର୍ଯ୍ୟବସିତ ୬ ଦିନିଆ କାର୍ଯ୍ୟକ୍ରମ। “ଚରକାୟନ” ରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି ସର୍ବଭାରତୀୟ ଆୟୂର୍ବେଦ କଂଗ୍ରେସ ତଥା ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ସଭାପତି ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା।

    ଗତକାଲି ବିଳମ୍ବିତ ରାତିରେ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି ।

    ଏହି ଅବସରରେ ସେ ସମଗ୍ର ବିଶ୍ୱରେ ଏକ ନିରୋଗମୟ ସମାଜ ଗଠନ ସହ ଚଳିତ ଶତାବ୍ଦୀରେ ଯୋଗ ଭଳି ଆୟୂର୍ବେଦକୁ ମଧ୍ୟ ଉପଯୁକ୍ତ ମାନ୍ୟତା ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି । ଆୟୁର୍ବେଦ ଦ୍ବାରା ମାନବ ସମାଜରୁ ସବୁ ପ୍ରକାର ରୋଗର ମୁଳୋତ୍ପାଟନ ହୋଇଥାଏ ବୋଲି ବାର୍ତ୍ତା ଦେଇଛନ୍ତି ।

  • ଲୋକନାଥଙ୍କ ପୀଠରେ ଜଳଲାଗି କଲେ କାଉଡ଼ିଆ

    ଲୋକନାଥଙ୍କ ପୀଠରେ ଜଳଲାଗି କଲେ କାଉଡ଼ିଆ

    ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଲୋକନାଥଙ୍କ ପୀଠ ରେ ୫୦ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କରିଛନ୍ତି।ଏହି ପାଳିରେ ପ୍ରାୟ ହଜାର ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ଲୋକନାଥ ଙ୍କୁ ଜଳ ଲାଗି କରିଛନ୍ତି । ଏଥିପାଇଁ ପୁରୀରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ଜଣାଶୁଣା ବାବା ଲୋକନାଥଙ୍କ ପୀଠରେ ପ୍ରବଳ ମାତ୍ରାରେ କାଉଡିଆଙ୍କ ଭିଡ ପରିଲକ୍ଷିତ ହୋଇଛି ।

    ରାତ୍ର 12 ଟାରେ ଦ୍ୱାରଫିଟା ହେବାପରେ ଠାକୁରଙ୍କ ମଙ୍ଗଳ ଆଳତି ନୀତି,,ପରେ ମଇଲମ,ଅବକାଶ ନୀତି ବଢିବା ପରେ ରାତ୍ର 1ଟାରୁ ମହାଦେବଙ୍କ ମସ୍ତକରେ ଜଳଲାଗି ଆରମ୍ଭ ହୋଇଥିଲା।

    ବ୍ୟାରିକେଡ଼ରେ ଯାଇ କାଉଡ଼ିଆ ଭକ୍ତ ମାନେ ରୋଷଘର ପଛ ଦେଇ ମନ୍ଦିର ପ୍ରବେଶ କରିବା ସହ ଜଳଲାଗି କରି ପ୍ରତ୍ୟାବର୍ତ୍ତନ କରଛନ୍ତି ।ତେବେ ଚଳିତବର୍ଷ ଜଳଲାଗି ପାଇଁ ଟିକେଟର ମୂଲ୍ୟ 30 ଟଙ୍କା ଧାର୍ଯ୍ୟ କରାଯାଇଛି। ବିଶେଷ ନୀତି ପାଇଁ ଅପରାହ୍ନ 2ଟାରୁ ଦର୍ଶନ ଓ ଜଳଲାଗି ବ୍ୟବସ୍ଥା ବନ୍ଦ ରହିବା ସହ ରାତି 9ଟା ପର୍ଯ୍ୟନ୍ତ କାଉଡିଆଙ୍କ ଦର୍ଶନ ଓ ଜଳଲାଗି ନୀତି ଚାଲିବ ବୋଲି ସେବାୟତ କହିଛନ୍ତି।

    ଚଳିତଥର ଏହି ଦିତୀୟ ପାଳିରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ।ତେଣୁ ଶୃଙ୍ଖଳା ଓ ସୁବ୍ୟବସ୍ଥା ଦୃଷ୍ଟିରୁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

  • ମହିଳା ଓ ଶିଶୁ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

    ମହିଳା ଓ ଶିଶୁ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

    ପୁରୀ ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆଜି ସମସ୍ତ ୨୫୯୯ ଅଙ୍ଗନବାଡି କେନ୍ଦ୍ର ରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା, ବେଟୀ ବଚାଓ ବେଟୀ ପଢାଓ ର ଆହ୍ଵାନ ଦେଇ ଏହି ଶୋଭାଯାତ୍ରା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳ ପରିକ୍ରମା କରିଥିଲା । ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟ ଅଧିକାରୀ ମାନେ ଏହାର ପରିଚାଳନା କରିଥିଲେ ।

    ସମାଜ ରେ ଝିଅ ଓ ପୁଅ ଉଭୟଙ୍କ ର ଅବଦାନ ରହିଛି । ଝିଅ କୁ ଉପଯୁକ୍ତ ଭାବେ ସୁରକ୍ଷା ଦେଲେ ଓ ପଢାଇଲେ ସେ ମଧ୍ୟ ସମାଜରେ ଜଣେ ଜଣେ ସମ୍ବଳ ହୋଇ ଉଭା ହେବେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଶିଶୁ ବିଶେଷ କରି ଝିଅ ମାନଙ୍କ ସୁରକ୍ଷା ଲକ୍ଷ୍ୟ ରେ ସଚେତନ କରାଇବା ଏହି ଶୋଭାଯାତ୍ରା ର ଉଦ୍ଦେଶ୍ୟ ବୋଲି ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବେଉରା ସୂଚନା ଦେଇଥିଲେ ।

    ଅପରପକ୍ଷରେ ଯଦି କୌଣସି କ୍ଷେତ୍ରରେ ଅସଦାଚରଣ ବା ସେହିଭଳି ମନ୍ଦ ଉଦ୍ଦେଶ୍ୟ ରେ କାହା ଠାରୁ ଇଙ୍ଗିତ ମିଳେ ତେବେ ତତକ୍ଷଣାତ ମହିଳା ମାନଙ୍କ ସୁରକ୍ଷା ପାଇଁ ହେଲ୍ପ ଲାଇନ ନମ୍ବର ୧୮୧,ଶିଶୁ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୦୯୮ ଓ ଏମରଜେନ୍ସି ନମ୍ବର ୧୧୨ ରେ ଯୋଗାଯୋଗ ପାଇଁ ଏହି ଶୋଭାଯାତ୍ରାରେ ସୂଚନା ଦିଆଯାଇଥିଲା ।

    ଅପରପକ୍ଷରେ ସମସ୍ୟା ପାଇଁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କ ରେ ଆଇସିସି ବା ଇଣ୍ଟରନାଲ କମ୍ଲେନ କମିଟି ର ସହାୟତା ନେବା ପାଇଁ ଅନୁରୋଧ କରାଯାଇଥିଲା ।

  • ପୁରୀରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

    ପୁରୀରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

    ପୁରୀ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଏହି ଜାତୀୟ ଦିବସ କୁ ଆନନ୍ଦ, ଉଲ୍ଲାସ ଓ ଶୃଙ୍ଖଳାର ସହ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ବ ସୁଚାରୁରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ।
    ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୧୫ ଅଗଷ୍ଟରେ ସ୍ବାଧୀନତା ଦିବସ ର ମୁଖ୍ୟ ଅତିଥି ପୂର୍ବାହ୍ନ ୯ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ପରେ ପଡିଆରେ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ,ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ,ବୃକ୍ଷ ରୋପଣ କରାଯିବ।ପରେ ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ରକ୍ତ ଦାନ ଶିବିରରେ ଯୋଗ ଦେବେ। ଅପରାହ୍ନ ରେ ଶ୍ରୀ ଜଗନ୍ନାଥ କ୍ରିକେଟ ପଡିଆ ଠାରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଜିଲ୍ଲା କାର୍ଯ୍ୟାଳୟ ଓ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅଗଷ୍ଟ ୧୫ ତାରିଖ ଦିନ ପୂର୍ବାହ୍ନ ୮ ଘଟିକା ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିବାକୁ ପରାମର୍ଶ ଦିଆଗଲା।

    ସ୍ବାଧୀନତା ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ।ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି ଶେଷ କରି ଗାନ୍ଧୀ ସ୍ମୃତି ପୀଠ ଠାରେ ଏକତ୍ରିତ ହେବେ ଓ ସେଠାରେ ସକାଳ ୭.୧୫ ଘଟିକା ମଧ୍ୟରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ।ସହର ର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁରୀ ପୌରପାଳିକା ପକ୍ଷରୁ ମାଲ୍ୟାର୍ପଣ କରାଯିବା ସହ ଆଲୋକ ମାଳାରେ ସଜ୍ଜିତ କରାଯିବ। ଅଭ୍ୟାସ ପ୍ୟାରେଡ ଅଗଷ୍ଟ ମାସ ୧୧ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ପୂର୍ବାହ୍ନ ୮ ଘଟିକା ରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ।ସେହିପରି ଅଗଷ୍ଟ ୧୪ ତାରିଖ ଅପରାହ୍ନ ୩ ଘଟିକା ରେ ସ୍ପୋର୍ଟ୍ସ କମ୍ଲେକ୍ସ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବାଭାସ ଅନୁଷ୍ଠିତ ହେବ।ପ୍ୟାରେଡ଼ ପଡିଆ ସଜ୍ଜା, ବ୍ୟାରିକେଡ ନିର୍ମାଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଉତ୍ସବ ମଞ୍ଚକୁ ଫୁଲ କୁଣ୍ଡରେ ସଜେଇବା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଗଲା। ଜିଲ୍ଲା ଶିକ୍ଷା ଅଧିକାରୀ ମାଧ୍ୟମିକ ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଓ ଏସ ସି ଏସ ସ୍ବୟଂଶାସିତ ମହାବିଦ୍ୟାଳୟ ନୋଡାଲ କଲେଜ ଭାବେ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାର ଆୟୋଜନ କରି କୃତି ପ୍ରତିଯୋଗୀ ଙ୍କ ନାମ ଜିଲ୍ଲା ପ୍ରଶାସନ କୁ ଅଗଷ୍ଟ ୮ ତାରିଖ ସୁଦ୍ଧା ପ୍ରେରଣ କରିବେ।

    ସେହିପରି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଝୋଟି ପ୍ରତିଯୋଗିତା ଆୟୋଜନ କରି ସଫଳ ପ୍ରତିଯୋଗୀ ଙ୍କ ନାମ ପ୍ରଦାନ କରିବେ।ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟାଳୟକୁ,ବ୍ୟବସାୟିକ ପ୍ରତିଷ୍ଠାନ ସେମାନଙ୍କ ପ୍ରତିଷ୍ଠାନ କୁ ଓ ବ୍ୟକ୍ତି ବିଶେଷ ମାନେ ନିଜ ଗୃହ କୁ ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଏଡିଏମଓ ଡା ବିନୋଦ ରଥ,ଟ୍ରାଫିକ ଡିଏସପି ରାଜ କୁମାର ପରିଡା,ପୋଲିସ ରିଜର୍ଭ ଇନିସପେକ୍ଟର ଚିତ୍ତରଞ୍ଜନ ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଶିକ୍ଷାବିତ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି,ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

  • ବଳଙ୍ଗା ପୀଡ଼ିତାଙ୍କୁ ନିଆଗଲା ଦିଲ୍ଲୀ ଏମ୍ସ ହସ୍ପିଟାଲ

    ବଳଙ୍ଗା ପୀଡ଼ିତାଙ୍କୁ ନିଆଗଲା ଦିଲ୍ଲୀ ଏମ୍ସ ହସ୍ପିଟାଲ

    ପୁଣି ବୀଭତ୍ସ… ଭୟଙ୍କର… ଚାଞ୍ଚଲ୍ୟ। ସେଦିନ ବାଲେଶ୍ୱରରେ ଜଳିଥିଲେ କଲେଜ୍ ଛାତ୍ରୀ.. ବଳଙ୍ଗାରେ ଜଳିଛି ନାବାଳିକା । ଯାହାର ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ। FM କଲେଜ୍ ଭଳି ଅଧ୍ୟାପକଙ୍କ ଫେଭର୍ ନିର୍ଯାତନାର ନିଆଁ ନୁହେଁ, ବରଂ ଏଠି ନିଆଁ ଲଗାଇଛନ୍ତି ତିନି ଜଣ ଅଜଣା ଦୁର୍ବୃତ୍ତ। ଏଠି ଯୁବତୀ ନୁହେଁ, ଜଳିଛି ଜଣେ ୧୫ ବର୍ଷର ନାବାଳିକା। କିଏ କହୁଛନ୍ତି ହତ୍ୟା ଉଦ୍ଦେଶ୍ୟରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦିଆଯାଇଛି ତ ଆଉ କେହି କହୁଛନ୍ତି କିରୋସିନି ପକାଇ ଜାଳି ଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସଂପୃକ୍ତ ନାବାଳିକା, ଜଣଙ୍କ ଘରକୁ ଯାଇ ଫେରୁଥିବାବେଳେ ଘଟିଛି ଏହି ଅଘଟଣ। ନାବାଳିକାଟିକୁ ତିନି ଜଣ ଯୁବକ ଗାଁ ପାଖ ନଦୀବନ୍ଧକୁ ପ୍ରଥମେ ଟେକିନେଇଥିଲେ। ସେଠାରେ ହଠାତ୍ କ’ଣ ଘଟିଲା କେଜାଣି, ପୀଡ଼ିତା ଜଣକ ସେମାନଙ୍କ କବଳରୁ ଖସି ପଳାଇ ଆସୁଥିବାବେଳେ ତାଙ୍କ ଦେହରେ ନିଆଁ ଲଗାଇଥିଲେ। ଦରପୋଡ଼ା ଅବସ୍ଥାରେ ପୀଡ଼ିତା ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରି ଗାଁ ଭିତରକୁ ଦୌଡ଼ି ଆସିଥିଲେ। ଏତିକି ବେଳେ ଦୁଃଖୀଶ୍ୟାମ ନାମକ ଜଣେ ବ୍ୟକ୍ତି ପୀଡ଼ିତା ଦେହରେ ପାଣି ଢାଳିବା ସହ ବଡ଼ କଷ୍ଟରେ ଉଦ୍ଧାର କରିଥିଲେ ବୋଲି କହିଛନ୍ତି।

    ଗୁରୁତର ଥିବା ନାବାଳିକାଙ୍କ ଶରୀର ପ୍ରାୟ ୭୦ରୁ ୭୫ ଭାଗ ପୋଡ଼ିଯାଇଛି। ତାଙ୍କୁ ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି। ତା’ସହ ଚିକିତ୍ସା ପାଇଁ ଗଠନ କରାଯାଇଛି ଏକ ୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍। ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଆସନ୍ତା ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ, ୪୮ ଘଣ୍ଟା ଅବଜରଭେସନରେ ରହିବେ। ତାଙ୍କୁ ଭେଣ୍ଟିଲେଟରରେ ନୁହେଁ, ICUରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। AIIMSକୁ ଯାଇ ଗୁରୁତର ଥିବା ଝିଅକୁ ଭେଟିଛନ୍ତି ପରିବାର ଲୋକେ।

    ଏପଟେ ଏମ୍ସରୁ ଆସିଛି ଏକ ବଡ ଖବର …ଏୟାରଲିପ୍ଟ ହୋଇ ପାରନ୍ତି ପୀଡିତା .. ତାଙ୍କୁ ଦିଲ୍ଲୀ AIIMSକୁ ନେବା ପାଇଁ ସୂଚନା ମିଳିଥିବା ବେଳେ .. ଭେଣ୍ଟିଲେଟରରେ ନୁହଁ .. icuରେ ଅକ୍ସିଜେନ ସପୋର୍ଟରେ ଅଛନ୍ତି ମହିଳା … ଚିକିସ୍ରା କରୁଛନ୍ତି ଡାକ୍ତରଙ୍କ ୧୪ ଜଣିଆ ଟିମ ….

    ସେପଟେ ଘଟଣାସ୍ଥଳରୁ ଜବତ ହୋଇଛି କିରୋସିନି ଥିବା ପ୍ଲାଷ୍ଟିକ ବୋତଲ୍। ଏପରିକି ଚପଲ ଏବଂ ଚୁଡ଼ି ବି ମିଳିଛି। ବଡ଼ ପ୍ରଶ୍ନ, କିଏ ସେହି ଦୁର୍ବୃତ୍ତମାନେ? କାହିଁକି ସଂଘବଦ୍ଧ ହୋଇ ଝିଅଟିକୁ ଜାଳିଦେବାକୁ ଯୋଜନା କରିଥିଲେ? ଘଟଣା ପୂର୍ବରୁ ଯାହାଙ୍କ ଘରକୁ ଯାଇଥିଲେ ପୀଡ଼ିତା, ତା’ ପଛର ଅସଲ କାରଣ କ’ଣ? ଘଟଣାକ୍ରମ ଓ ଦୃଶ୍ୟପଟ୍ଟକୁ ଦେଖିଲେ ଲାଗୁଛି ସଂପୃକ୍ତ ନାବାଳିକାକୁ ହତ୍ୟା ପାଇଁ ପ୍ରି-ପ୍ଲାନ୍ କରାଯାଇଥିଲା। ଦୁର୍ବୃତ୍ତମାନଙ୍କୁ ପୂର୍ବରୁ ଚିହ୍ନିଥିଲେ କି ପୀଡ଼ିତା? ଏଭଳି ନାନା ପ୍ରଶ୍ନ ଭିତରେ ଘଟଣାସ୍ଥଳରେ ନମୁନା ସଂଗ୍ରହ କରି ସାଇଣ୍ଟିଫିକ୍ ଟିମ୍ ଏବଂ ୨ଟି ସ୍ପେଶାଲ ସ୍କ୍ବାଡ୍ ତଦନ୍ତ କରୁଛନ୍ତି। ସେହିପରି ସିସିଟିଭି ଫୁଟେଜକୁ ନେଇ ବି ତଦନ୍ତ କରାଯାଉଥିବା କହିଛି ପୋଲିସ। କେବଳ ଏତିକି ନୁହେଁ, ଏହି ସମ୍ବେଦନଶୀଳ ମାମଲାର ଅନୁଧ୍ୟାନ ପାଇଁ ବଳଙ୍ଗାରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର। ସେପଟେ ଡିଜିପି କହିଛନ୍ତି, ଯିଏ ବି ଅଭିଯୁକ୍ତ ଥାଆନ୍ତୁ, ଯଥାଶୀଘ୍ର ଧରାଯିବା ସହିତ ଦୃଢ଼ ଆକ୍ସନ ନିଆଯିବ।