Category: ଜିଲ୍ଲା

  • ଧରାପଡିଲା ଗଞ୍ଜେଇ ବେପାରୀ,ସ୍କୁଟି ସହିତ ୮ କେଜି ଗଞ୍ଜେଇ ଜବତ

    ଧରାପଡିଲା ଗଞ୍ଜେଇ ବେପାରୀ,ସ୍କୁଟି ସହିତ ୮ କେଜି ଗଞ୍ଜେଇ ଜବତ

    ପୋଲିସ କବଜାରେ ଗଞ୍ଜେଇ ବେପାରୀ । ଗତ କାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ପୋଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡେଶ୍ଵର ଛକ ନିକଟରେ ଯାନବାହାନ ଯାଂଚ ସମୟରେ ଜଣେ ସ୍କୁଟି ଚାଳକଙ୍କ ଠାରୁ ୮ କିଲୋ ୭୪ ଗ୍ରାମ ଗଞ୍ଜେଇ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସ୍ଥାନୀୟ ରାଜପଥର ଚଣ୍ଡେଶ୍ଵର ଛକ ନିକଟରେ ଗାଡି ଯାଂଚ କରୁଥିବାବେଳେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ବରପଲି ଗ୍ରାମର ଭଗବାନ ସ୍ବାଇଁଙ୍କ ସ୍କୁଟି ଗାଡିକୁ ତନଖି କରି ସେଥିରେ ଥିବା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ କୁ ଜବତ୍ କରିଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାରେ ଟଙ୍କା ହେବ ବୋଲି ଜଣାପଡିଛି। ପୋଲିସ ଉକ୍ତ ସାମଗ୍ରୀ ସହିତ ସ୍କୁଟି ଗାଡିକୁ ଜବତ କରିବା ସହିତ ଉକ୍ତ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

  • ହସ୍ତତନ୍ତ ବସ୍ତ୍ର ପ୍ରତି ବଢୁଛି ଲୋକପ୍ରିୟତା

    ହସ୍ତତନ୍ତ ବସ୍ତ୍ର ପ୍ରତି ବଢୁଛି ଲୋକପ୍ରିୟତା

    ଦିନକୁ ଦିନ ହସ୍ତତନ୍ତ ବସ୍ତ୍ର ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ପ୍ରକାଶ ପାଉଛି। ବିଶେଷ କରି ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର ସହ ରାଜ୍ୟର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ ପାଇଁ ଲୋକଙ୍କ ଆଗ୍ରହ ଦେଖା ଯାଉଛି। ଏହି ହସ୍ତତନ୍ତ ବସ୍ତ୍ରର ବ୍ୟବସାୟୀକରଣ କରିବାର ଆବଶ୍ୟକତା ଦେଖି ରାଜ୍ୟ ସରକାର ହସ୍ତତନ୍ତ ମେଳା ଆୟୋଜନ କରୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ବୁଣାକାର ମାନଙ୍କୁ ସିଧାସଳଖ ବଜାର ସହ ଯୋଡିବା ଓ ସଠିକ୍ କାମକୁ ସଠିକ୍ ଦାମ ଦେବା। ଏହି ଉଦ୍ଦେଶ୍ୟ ରଖି କେନ୍ଦୁଝର ଜିଲ୍ଲାର ଗଣ ପର୍ବ ଭାବେ ପରିଚିତ କାଳୀ ପୂଜା ଅବସରରେ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଆୟୋଜନ କରାଯାଇଛି। ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାକୁ କେନ୍ଦୁଝରଗଡ ପୌରପାଳିକା ନଗରପାଳିକା ନିକୁ ସାହୁ ଗୁରୁବାର ସନ୍ଧ୍ୟାରେ ଉଦଘାଟନ କରିଥିଲେ।। ଏହି ଅବସରରେ ଡିଏଫ୍ଓ ଧନରାଜ ଏଚ ଡି, ଉପଜିଲ୍ଲାପାଳ ରାମଚନ୍ଦ୍ର କିଷ୍କୁଙ୍କ ସହ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

    ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଜେଲରୋଡ ଠାରେ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନବ୍ୟାପୀ ବୟନିକା ପକ୍ଷରୁ ୬୦ଟି ଷ୍ଟଲରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା ହେବ। ଏହି ଆୟୋଜନ କେନ୍ଦୁଝର ପୂଜା ବଜାରକୁ ଅଧିକ ସରଗରମ କରିଛି । ପ୍ରକାଶ ଯେ ଗତବର୍ଷ ଆୟୋଜିତ ହୋଇଥିବା ମେଳାରେ ୯୦ ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏକ କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟବସାୟ କରିବାର ଲକ୍ଷ୍ୟ ରଖିଛି ହସ୍ତତନ୍ତ ବିଭାଗ।

  • ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଆରମ୍ଭ ହୋଇଛି ତିନି ଦିନିଆ ଜିଲ୍ଲା ଏକୀକୃତ ଶିକ୍ଷା ସୂଚନା ବ୍ୟବସ୍ଥା ବା ୟୁ-ଡାଇସ ପ୍ରଶିକ୍ଷଣ ଶିବିର । ସାଏନ୍ତାର ସାରଳା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଉକ୍ତ ଶିବିରକୁ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିକ୍ଷା ବର୍ଷ ୨୦୨୩/୨୪ ପାଇଁ ଅନଲାଇନ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସ୍ଥିତି ଆଦି ବିଷୟରେ କେମିତି ତଥ୍ୟ ପ୍ରଦାନ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ତିନି ଦିନ ଧରି ଚାଲୁଥିବା ଉକ୍ତ ପ୍ରଶିକ୍ଷଣ ଶିବିରରେ ଚାନ୍ଦବାଲି ବ୍ଲକର ୩୩୮ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେବେ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।

    ଶିବିରରେ ୟୁ ଡାଇସର ବ୍ୟବହାର ଓ ଆବଶ୍ୟକତା ତଥା କାର୍ଯ୍ୟକାରିତାକୁ ନେଇ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ହେଉଛି କି, ଏହି ପ୍ଲାଟଫର୍ମ ଜରିଆରେ ସମସ୍ତ ସରକାର ଓ ବେସରକାରୀ ବିଦ୍ୟାଳୟର ପ୍ରି ପ୍ରାଇମେରୀରୁ ଦ୍ବାଦଶ ପର୍ଯ୍ୟନ୍ତ ଶ୍ରେଣୀର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମ୍ବନ୍ଧରେ ସଠିକ ତଥ୍ୟ ହାସଲ କରିବା।

  • ଜହ୍ନି କିଆରି ଉଜାଡି ଦେଲା ଦୁର୍ବୃତ୍ତ, ଲୋକନାଥଙ୍କ ଦ୍ବାରସ୍ଥ ଚାଷୀ

    ଜହ୍ନି କିଆରି ଉଜାଡି ଦେଲା ଦୁର୍ବୃତ୍ତ, ଲୋକନାଥଙ୍କ ଦ୍ବାରସ୍ଥ ଚାଷୀ

    ଚାଷୀ କେତେ ପରିଶ୍ରମ କରି ଜହ୍ନି ଚାଷ କରିଥିଲେ। ଜହ୍ନି ଫଳ ଧରିଥିଲା। ଯିଏ କିଆରିକୁ ଦେଖିଲେ ଲୋଭରେ ଘଡିଏ ଚାହିଁ ରହୁଥିଲେ. ହେଲେ ସବୁ ପରିଶ୍ରମକୁ କେହି ଦୁର୍ବୃତ୍ତ ପାଣିରେ ମିଶାଇ ଦେଇଛି। କିଆରିକୁ ଉଜାଡି ଦେଇ ଯାଇଛି। କିଏ ଏପରି କରିଛି ତାର ଟେର ପାଉନି ଚାଷୀ ବିଚରା। ଗାଁରେ ସମସ୍ତଙ୍କ ପଚାରିବା ପରେ କିଛି ଫଳ ନ ମିଳିବାରୁ ଭଗବାନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗାଁର ସମସ୍ତ ଲୋକଙ୍କୁ ଧରି ଠାକୁରଙ୍କ ପ୍ରସାଦ ଛୁଆଁଇ ଶପଥ କରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପାରାଦୀପରେ। ପାରାଦ୍ଵୀପ କୁଜଙ୍ଗ ଥାନା ଜିଲ୍ଲାନାସୀ ପଞ୍ଚାୟତ ବରିହାଡିଆ ଗ୍ରାମର ଘଟଣା । ୧୫ ଗୁଣ୍ଠ ଜମିରେ ଜହ୍ନି ଚାଷ କରିଥିଲେ ପ୍ରମୋଦ ପରିଡା। ସେଥିରେ ଜହ୍ନି ଫଳ ମଧ୍ଯ ହୋଇଥିଲା। ମାତ୍ର ଗତ ରବିବାର ରାତିରେ କେହି ଦୁର୍ବୁତ୍ତ ପ୍ରମୋଦ ଙ୍କ ଜମିରେ ପଶି ଜହ୍ନି ତୋଳି ନେବା ସହିତ ୧୫ ଗୁଣ୍ଠ ଜମିର ସମସ୍ତ ଗଛ ଉପାଡି ଦେଇଥିଲା। ପ୍ରମୋଦ ଏହି ମାମଲାରେ ଥାନାକୁ ନ ଯାଇ ପାରାଦୀପ ଗଡ ଲୋକନାଥ ମନ୍ଦିରରେ ଗ୍ରାମର ୧୪୫ ପରିବାରର ପ୍ରତିନିଧିଙ୍କୁ ନେଇ ଯାଇଥିଲେ। ଲୋକନାଥ ମନ୍ଦିର ରେ ପୂଜାପାଠ କରାଯିବା ପରେ ଭୋଗ ଥାଳି ଧରି ଜଣକ ପରେ ଜଣେ ଶପଥପାଠ କରିଥିଲେ। ମୁଁ କିମ୍ବା ମୋ ପରିବାର ର କେହି ପ୍ରମୋଦ ପରିଡାଙ୍କ ଜମିର ଜହ୍ନି ଗଛ ଉପାଡି ନାହୁଁ, ଯଦି ଉପାଡି ଥିବୁ ,ତେବେ ପ୍ରଭୁ ଲୋକନାଥ ତାହାର ବିଚାର କରିବେ। ସକାଳୁ ମନ୍ଦିରକୁ ଆସିଥିବା ଗ୍ରାମବାସୀମାନେ ଠାକୁରଙ୍କୁ ସାକ୍ଷୀ ରଖି ଶପଥ କରି ସନ୍ଧ୍ୟା ରେ ଘରକୁ ଫେରିଥିଲେ।

    ନଷ୍ଟ ହୋଇଥିବା ଫସଲ ପାଖାପାଖି ଦେଢଲକ୍ଷ ଟଙ୍କା ବ୍ୟବସାୟ ହୋଇଥାନ୍ତା ବୋଲି ସୂଚନା ମିଳିଛି। ତେବେ ଆଜି ମଧ୍ୟ ଲୋକଙ୍କ ଭିତରେ ଭଗବାନଙ୍କ ପ୍ରତି ବିଶ୍ବାସ ରହୁଥିବା ଅନେକ କହୁଥିବା ବେଳେ ଅନେକ କହୁଛନ୍ତି ଏହା ଅନ୍ଧ ବିଶ୍ବାସର ପରିଣାମ।

    ୧୫ ଗୁଣ୍ଠ ଜମିରେ ଚାଷ ହୋଇଥିବା ଜହ୍ନି ଚାଷ ନଷ୍ଟ । ଜଗତସିଂହପୁର କୁଜଙ୍ଗ ଥାନା ଜିଲ୍ଲାନାସୀ ପଞ୍ଚାୟତ ବରିହାଡିଆ ଗ୍ରାମର ପ୍ରମୋଦ ପରିଡାଙ୍କ ବାଡିରେ ପଶି କେହି ଦୁର୍ବୁତ୍ତ ଜହ୍ନି ତୋଳିନେବା ସହିତ ୧୫ ଗୁଣ୍ଠ ଜମିର ସମସ୍ତ ଗଛ ଉପାଡି ଦେଇଥିବା ଅଭିଯୋଗ ହୋଇଛନ୍ତି ।

  • ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ

    ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ

    ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦୁଝରରେ ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ । କେନ୍ଦୁଝର ଅଡିଟୋରିୟମ୍ ରେ ଏହି ଅବସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବିରସା ମୁଣ୍ଡାଙ୍କର ଜନ୍ମଜୟନ୍ତୀ ରେ ଝାଡଖଣ୍ଡରୁ ବିକଶତି ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଦିମ ଜନଜାତି ଓ ଆଦିବାସୀମାନଙ୍କର ସମ୍ପୁର୍ଣ୍ଣ ବିକାଶ କରିବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି । ଗ୍ରାମାଞ୍ଚଳରେ ଥିବା ଗରିବ, ଆଦିବାସୀ, ନିଷ୍ପେସିତ ଲୋକମାନେ ଏହସବୁ ଯୋଜନାର ସୁଫଳ ପାଇପାରିବେ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ ।

    ଓଡିଶାରେ ୧୩ଗୋଟି ଆଦିମ ଜନଜାତି ଥିବା ବେଳେ, ଏହି ଯୋଜନା ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକରେ ୨ଟି ରଥ ପରିଭ୍ରମଣ କରି ଗରିବ ଓ ଆଦିବାସୀମାନଙ୍କୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିବ ।

  • ଖରାପ ରାସ୍ତା ପାଇଁ ପହଞ୍ଚିପାରିଲାନି ଦମକଳ, ଜଳିଗଲା ଘର

    ଖରାପ ରାସ୍ତା ପାଇଁ ପହଞ୍ଚିପାରିଲାନି ଦମକଳ, ଜଳିଗଲା ଘର

    ଦର୍ଶକ ସାଜିଲା ଦମକଳଗାଡି କହିବାର ତାପର୍ଯ୍ଯ ଏହା ଯେ ଘରେ ନିଆଁ ଲାଗିଲା ଦମକଳଗାଡି ବି ଆସିଲା ହେଲେ ରାସ୍ତା ଖରାପ ପାଇଁ ସଠିକ ଯାଗାରେ ପହଞ୍ଚି ପାରିଲାନି ଅର୍ଥାତ ଆସିଲା ଦେଖିଲା ଆଉ ଚାଲିଗଲା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବାଉତିବେଡା ପଞ୍ଚାୟତର ମହୁଭଣ୍ଡାର ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଟିପୁ ଦେହୁରୀଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ଗ୍ରାମବାସୀ ଦମକଳବିଭାଗକୁ ଖବର ଦେଇଥିଲେ ହେଲେ ନିଆଁ ଲାଗିଥିବା ଘର ପାଖକୁ ଦମକଳ ଗାଡି ରାସ୍ତା ଖରାପ୍ ଯୋଗୁ ପହଞି ପାରିନଥିଲା । ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିଯାଇଥିଲା। ପରେ ଦମକଳବାହିନୀ ଖୟଖତିର ଆକଳନ କରି ଫେରିଆସିଥିବା ଜଣାପଡିଛି ।

    ଅପରପକ୍ଷରେ ଏହି ଶୀତ କାକର ସମୟରେ ବାସହରା ସର୍ବଶାନ୍ତ ହୋଇଥିବା ପରିବାରକୁ କୈାଣସି ସରକାରୀ ସହାୟତା ଯୋଗାଇ ଦେଇ ନଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଏବେ ବିଶୋଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନୂତନ କରି ଯୋଗ ଦେଇଥିବା ତହସିଲଦାରଙ୍କୁ ନେଇ ଅଞ୍ଚଳ ବାସି ଚିନ୍ତା ପ୍ରକଟ କରୁଥିବା ଦେଖିବାକୁ ମିଳୁଛି

  • ସହିଦ୍ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଭୂମି ପୂଜା

    ସହିଦ୍ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଭୂମି ପୂଜା

    କେନ୍ଦୁଝର ଚମ୍ପୁଆ ସଦର ମହକୁମା ନେହେରୁ ଷ୍ଟାଡିୟମ ନିକଟରେ ସହିଦ୍ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସହିଦ୍ ଙ୍କର ୧୪୮ ତମ ଜନ୍ମଜୟନ୍ତୀ ଅବସରରେ ଭୂମି ପୂଜା କାର୍ଯକ୍ରମ ଆୟୋଜିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଆଦିବାସୀ ହୋ ସମାଜ ମହାସଭା ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ମୂଖ୍ୟ ଅତିଥି ଭାବେ ଏହି ଭୂମିପୂଜା କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। ଚମ୍ପୁଆ ନେହେରୁ ଷ୍ଟାଡିୟମ ନିକଟରେ ଏନଏସି ତରଫରୁ ସହିଦ୍ ଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଯାଗା ଯୋଗାଇ ଦିଆଯାଇଥିବା ବେଳେ ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବଲିଉଡ କଳାକାର ରାମ ସିର୍କା ଇଂଜିନିୟର ଡକ ହେସା ପ୍ରମୁଖ ଯୋଗ ଦେଇଥିଲେ। ଆଦିବାସୀ ହୋ ସମାଜ ମହାସଭା ର ସଭାପତି ଗୈ।ରଚନ୍ଦ୍ର ମୁଣ୍ଡା ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ହୋ ସମାଜ ର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋରଞ୍ଜନ ତିରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

  • ମହାପଦା ନଦୀରେ ୪ ଫୁଟର କୁମ୍ଭୀର ଜାଲରେ ପଡି ମୃତ୍ୟୁ

    ମହାପଦା ନଦୀରେ ୪ ଫୁଟର କୁମ୍ଭୀର ଜାଲରେ ପଡି ମୃତ୍ୟୁ

    ପୁଣି କୁମ୍ଭୀର ଆତଙ୍କ। ମାଛ ଧରିବାକୁ ଯାଇ ଜାଲରେ ପଡିଲା କୁମ୍ଭୀର । ଫଳରେ ଲୋକେ ଭୟଭିତ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ବାଲିଆପାଳ ବ୍ଲକ ଅର୍ନ୍ତଗତ କୁଣ୍ଡଳୀ ଗ୍ରାମ ପଞ୍ଚାୟତରେ । ସୁଚନା ଅନୁଯାୟୀ ଆଜି ସକାଳେ ମହାପଦା ନଦୀରେ ଏକ ୪ ଫୁଟର କୁମ୍ଭୀର ଜାଲରେ ପଡି ମୃତ୍ୟୁ ହୋଇଥିବା ଜଣା ପଡିଥିବା ବେଳେ ଘଟଣା ସ୍ଥଳରେ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚିଥିବା ସୂଚନା ମିଳିଛି । ତେବେ ବନବିଭାଗ ର ଖାମଖିଆଲି ମନ ଭାବ ଯୋଗୁ ନଦୀରେ କୁମ୍ଭୀରଙ୍କ ଆତଙ୍କ ଫଳରେ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

  • ଜି. ଉଦୟଗିରିର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ

    ଜି. ଉଦୟଗିରିର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ

    କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ଦୀପାବଳୀ । ଏହି ଅବସରରେ ଜି. ଉଦୟଗିରି ସ୍ଥିତ ଚକରା ବିଷୋୟୀ ଛକରେ ବେଶ ଧୁମାଧାମରେ ଅନୁଷ୍ଠିତ ହୋଇଛି ମା କାଳୀଙ୍କ ପୂଜା । ସମସ୍ତ ରୀତିନୀତି ଅନୁୟାୟୀ, ମା କାଳୀଙ୍କ ପୂଜାର୍ଚନା ହୋଇଛି । କାଳି ମନ୍ଦିର ଓ ବରାଳ ଦେବୀ ମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ହୋମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ମେଢ଼ କରାଯାଇଛି । ଏଥିସହ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମଣ୍ଡପ ଗୁଡୁକ ନିକଟରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସହରର ସମସ୍ତ ସ୍ଥାନରେ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡ଼ିକ ଆଲୋକ ମାଳାରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା । କଚେରି ସାହିରେ ସ୍ଥାନୀୟ ଜନସାଧାରଣ ରାସ୍ତା ସାରା ଦୀପ ପ୍ରଜ୍ଜ୍ୱଳନ କରି ଦୀପାବଳୀ ଉତ୍ସବ ପାଳନ କରିଥିଲେ ।

  • ବହୁ ଦିନର ବ୍ୟବଧାନ ପରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର

    ବହୁ ଦିନର ବ୍ୟବଧାନ ପରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର

    ବହୁ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦି । ଦେଖିବାକୁ ମିଳିଛି ଲାଲ୍ ପୋଷ୍ଟର । ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାନ୍ତ ଦୁର୍ଗାପ୍ରସାଦ ଉଲିଙ୍ଗିଆ ଠାରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ତେବେ ଉଲୁଙ୍ଗିଆ ରାସ୍ତା ନିର୍ମାଣକୁ ବିରୋଧ କରି ଲେଖାଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ମାଓବାଦୀଙ୍କ ଲାଲ ପୋଷ୍ଟର କୁ ଉଧାର କରିଛି ।କିଛି ଦିନର ବ୍ୟବଧାନରେ ପୁଣି ମାଓ ପୋଷ୍ଟରକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।