Category: ଜିଲ୍ଲା

  • ସୂର୍ଯ୍ୟ ମୁଖୀ ଚାଷ କରି ଉପକୃତ ହୋଇପାରିବେ ଚାଷୀ

    ସୂର୍ଯ୍ୟ ମୁଖୀ ଚାଷ କରି ଉପକୃତ ହୋଇପାରିବେ ଚାଷୀ

    ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ମୁନିଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟ ଠାରେ ସୂର୍ଯ୍ୟ ମୁଖୀ ବିହନ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ମୁନିଗୁଡ଼ା ADO ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସତପଥି, ବକ୍ତା AO ହିମାଂଶୁ ବୁଷଣ ମହାନ୍ତି, AO ପ୍ରକାଶ ବେହେରା, AO ରମାକାନ୍ତ ସର ଉପସ୍ଥିତ ରହିଥିଲେ । ଏବଂ ସମସ୍ତ ଗାଁ ଲୋକ ମାନଙ୍କୁ ନିମନ୍ତ୍ରଣ କରି ମୁନିଗୁଡ଼ା କୃଷି ବିଭାଗ କେନ୍ଦ୍ର ଠାରେ ସୂର୍ଯ୍ୟ ମୁଖୀ ବିହନ ବଣ୍ଟନ କରାଯାଇଥିଲା। ଏହି କ୍ଷେତ୍ରରେ ସମସ୍ତ ଗାଁ ଗୁଡିକ ଲୋକ ମାନଙ୍କୁ ସୂର୍ଯ୍ୟ ମୁଖୀ ବିହନ ଉତ୍ପାଦନ ବିଷୟରେ ଆଲୋଚନା କରି କେଉଁ ପ୍ରକାର ବିହନ ଲଗାଯିବ ସେ ନେଇ ବୁଝାଇ କହିଥିଲେ। ସେହିପରି ଲୋକ ମାନେ କିଭଳି ଭାବରେ ସୂର୍ଯ୍ୟ ମୁଖୀ ବିହନ ଉତ୍ପାଦନ କରି କେମିତି ଲାଭ ବାନ୍ ହୋଇ ପାରିବେ ସେ ନେଇ ମଧ୍ୟ ଚାଷୀ ମାନଙ୍କୁ ବୁଝାଇଥିଲେ । ସେହିପରି ଚାଷୀ ମାନେ ବିଭିନ୍ନ ଜିଲ୍ଲାରେ ସମସ୍ତ ଚାଷୀ ସରକାର ଙ୍କୁ ଅନେକ ଥର ଆନ୍ଧଳନ କରିବା ସତ୍ତ୍ୱେ ସରକାର କୈାଣସି ଚାଷୀ ଙ୍କ ଉପରେ ଗୁରୁତ୍ବ ଦେଇନଥିବା ବେଳେ ଗତକାଲି ମୁନିଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟ ରେ ଏଭଳି ସୂର୍ଯ୍ୟ ମୁଖୀ ଚାଷ ବିଷୟରେ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଛି।

  • ଜିଲ୍ଲାପାଳ ଅଫିସ ପରିସରରେ ଚିତ୍ର କଳା ପ୍ରଦର୍ଶନୀ

    ଜିଲ୍ଲାପାଳ ଅଫିସ ପରିସରରେ ଚିତ୍ର କଳା ପ୍ରଦର୍ଶନୀ

    ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୩ ଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ କରି ରଖିବାରେ ଚିତ୍ରକଳା ଏକ ଉତ୍କୃଷ୍ଟ ମାଧ୍ୟମ ଏବଂ ଛାତ୍ର ଛାତ୍ରୀମାନେ ଏହି ଚିତ୍ରକଳା ପ୍ରଦର୍ଶନୀର ଭରପୁର ସୁଯୋଗ ନେଇ ପରିଦର୍ଶନ କରିବା ସହ ଓଡିଶାର ପାରମ୍ପରିକ ଐତିହ୍ୟ ଓ ସଂସ୍କୃତି ସମ୍ୱନ୍ଧରେ ଚିତ୍ରକଳାରୁ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଥିଲେ । ଓଡିଶା ଲଳିତ କଳା ଏକାଡେମୀ ପ୍ରଦର୍ଶନୀ ଅଧିକାରୀ ସୁବ୍ରତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରାଙ୍କ ସହଯୋଗରେ ଅନୁଷ୍ଠିତ ଏହି ୩ ଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ଷ୍ଟଲରେ ଓଡିଶାର ଜଗନ୍ନାଥ ସଂସ୍କୃତି, ଐତିହ୍ୟ ସଂପନ୍ନ ଗ୍ରାମ, ପାରମ୍ପରିକ ଲୋକକଳା ଏବଂ ଓଡିଶାର ବିଭିନ୍ନ କିମ୍ୱଦନ୍ତୀ ସମ୍ୱନ୍ଧୀୟ ଆକୃଷ୍ଟ ଚିତ୍ରକଳା ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି।

  • ୱାର୍ଡ ମେମ୍ବରଙ୍କ ପଞ୍ଚାୟତ ଅଫିସ ଆଗରେ ଧାରଣା

    ୱାର୍ଡ ମେମ୍ବରଙ୍କ ପଞ୍ଚାୟତ ଅଫିସ ଆଗରେ ଧାରଣା

    ସରପଞ୍ଚଙ୍କ ନାଁରେ ଅଭିଯୋଗ ଆଣି ଧାରଣା ଦେଲେ ୱାର୍ଡ ମେମ୍ବର । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଏଣ୍ଡର ପଂଚାୟତରେ । ସରପଞ୍ଚ ଦୁର୍ଯ୍ୟୋଧନ ମଳିକ ଓ ପଞ୍ଚାୟତର ପିଓଙ୍କ ମଧୁଚନ୍ଦ୍ରିକା ଦ୍ୱାରା ପଞ୍ଚାୟତରେ ଚାଲିଥିବା ନାନାଦି ଦୁର୍ନୀତି ଓ ଚଞ୍ଚକତାକୁ ବିରୋଧ କରି ପଞ୍ଚାୟତର ୨୦ ୱାର୍ଡ ମଧ୍ୟରୁ ୧୭ ୱାର୍ଡର ସମସ୍ତ ୱାର୍ଡ ସଭ୍ୟ-ସଭ୍ୟା ଅନିର୍ଦ୍ଧିଷ୍ଟ କାଳ ପାଇଁ ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଇଥିଲେ । ଏଣ୍ଡର ପଞ୍ଚାୟତରେ ‘ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ଥିବା ବେଳେ ଡେରାବିଶ ବିଡ଼ିଓ ଓ ସମସ୍ତ ବ୍ଲକ ସ୍ତରୀୟ ପଞ୍ଚାୟତ ଅଧିକାରୀ ପଞ୍ଚାୟତ ଗୃହ ରେ ଉପସ୍ଥିତ ଥିଲେ । ବିଡ଼ିଓ ଧାରଣା ରତ ୱାର୍ଡ ସଭ୍ୟାଙ୍କୁ ଡାକି ଘଟଣା ସମ୍ପର୍କୀତ ପଚାରି ବାରୁ ସେମାନେ ନିଜ ଅଭିଯୋଗ ଜଣାଇବା ସମୟରେ ଆଣ୍ଠେଇ ଆଣ୍ଠେଇ ହାତ ଯୋଡି ନିଜ ଦାବି ପୁର୍ଣ ପାଇଁ ଅଭିଯୋଗ କରିଥିଲେ ।

    କିନ୍ତୁ ଏଣ୍ଡର ପଂଚାୟତର ସରପଞ୍ଚ ଦୁର୍ଯ୍ୟୋଧନ ମଳିକ ନିଜ ନାମରେ ଆସିଥିବା ଅଭିଯୋଗ ଖଣ୍ଡନ କରିଛନ୍ତି । ତେବେ ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲପାଳ ଙ୍କ ନିକଟ ରେ ଏନେଇ ଅଭିଯୋଗ ହୋଇଛି ଓ ଏନେଇ ଖୁବ ଶୀଘ୍ର ତଦନ୍ତ ହେବ ବୋଲି ଡେରାବିଶ ବିଡ଼ିଓ ଦାସରଥୀ ଜେନା ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ଡେରାବିଶ ଏବିଡ଼ିଓ ଧାରଣା ସ୍ଥଳ କୁ ଯାଇ ଧାରଣା ରତ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ବୁଝାଇବା ପରେ ସେମାନେ ଧରଣାରୁ ଉଠିଥିଲେ।

  • ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ଯାନ, ୧୨ରୁ ଅଧିକ ଆହତ

    ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ଯାନ, ୧୨ରୁ ଅଧିକ ଆହତ

    ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ କତରକେଲା ଗାଁ ନିକଟରେ ଓଲଟିଲା ପିକଅପ୍ ଭ୍ଯାନ । ଭ୍ଯାନଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ ଗୁରୁତର ଆହାତ ହୋଇଛନ୍ତି, ଆହତ ଙ୍କ ମଧ୍ୟରେ ଅନେକ୍ ଶିଶୁ ଓ ମହିଳା ରହିଛନ୍ତି । ମିଳିଥିବା ସୂଚନା ଅନୁଶାରେ ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗାଁ ର ଭୁଏପଡା ଗାଁ ରୁ ପ୍ରାୟ ୨୦ ରୁ ୨୫ ଜଣ କଳାହାଣ୍ଡି ଜିଲ୍ଲା ଯୋଗୀମୁଣ୍ଡା କୁ ବଣ ଭୋଜି କରିବାକୁ ଯାଉଥିବା ସମୟରେ ଟିଟିଲାଗଡ଼ ନିକଟ କତରକେଲା ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ଯାନଟି ଓଲଟି ପଡିଥିଲା. ଗୁରୁତର ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ମଧ୍ୟରେ ସ୍ଥାନୀୟ ଲୋକେ ଟିଟିଲାଗଡ଼ ହସ୍ପିଟାଲରେ ପହଞ୍ଚିଥିଲେ, ମିଳିଥିବା ସୂଚନା ଅନୁଯାୟୀ କିଛି ଆହତ ଙ୍କ ଅବସ୍ତା ସ୍ଥିର ଥିବାବେଳେ ଆଉ କିଛି ଆହତ ଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି. !

  • ମା ବିରଜାଙ୍କ ୨୧ତମ ବାର୍ଷିକ ଅନନ୍ତ ମହାଯଜ୍ଞ ଅନୁଷ୍ଠିତ

    ମା ବିରଜାଙ୍କ ୨୧ତମ ବାର୍ଷିକ ଅନନ୍ତ ମହାଯଜ୍ଞ ଅନୁଷ୍ଠିତ

    ଯାଜପୁର ଜିଲ୍ଲାର ଆରାଧ୍ୟ ଦେବୀଙ୍କ ଆଜ୍ଞାରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା ଅନନ୍ତ କୁମାରୀଙ୍କ ପୀଠରେ ୨୧ତମ ବାର୍ଷିକ ଅନନ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଗ୍ରାମବାସୀ ଓ ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ଵାରା ପ୍ରଥମେ କେଲୁଅ ନଦୀରୁ ଜଳ ଉଠାଇ ଭଜନ କୀର୍ତ୍ତନରେ ମହାଆଡମ୍ବରରେ କଳସ ଯାତ୍ରା କରାଯାଇଥାଇଥିଲା । ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରି ଶୁଭାଧିବାସ, ଯଜ୍ଞ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା ।

    ଏହି ଅବସରରେ ଯଜ୍ଞ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଭକ୍ତିମୟ ପରିବେଶରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । , ଭକ୍ତ ମାନେ ଯଜ୍ଞ ମଣ୍ଡପ ପରୀକ୍ରମା ପରେ ମହାଆନନ୍ଦରେ ଆନନ୍ଦ ବଜାରରେ ପ୍ରସାଦ ସେବନ କରନଥିଲେ । , ଯଜ୍ଞ କମିଟିର ସମସ୍ତ ତଥା ଅଗ୍ରଣୀ ସଦସ୍ୟ ନେତୃତ୍ୱ ରେ ଏହି ଅନନ୍ତ ବିଶ୍ଵଶାନ୍ତି ମହାଯଜ୍ଞ କୁ ବହୁ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ସମାପନ କରାଯାଇଛି ।

  • ଅଜଣା ଗାଡ଼ି ଧକ୍କାରେ ଅଜଣା ଯୁବକ ମୃତ୍ୟୁ

    ଅଜଣା ଗାଡ଼ି ଧକ୍କାରେ ଅଜଣା ଯୁବକ ମୃତ୍ୟୁ

    ଏକ ଅଜଣା ଗାଡି ଧକ୍କା ରେ ଅଜଣା ଯୁବକଙ୍କ ମୃତ୍ୟୁ । ଘଟଣା ଘଟିଛି ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ୱରପୁର ଛକ ନିକଟରେ । ଗତକାଲି ସଂଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ଜଣା ପଡ଼ିନଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।ସୁଚନା ଅନୁଯାୀ ମହେଶ୍ବରପୁର ଛକ ନିକଟରେ ମୃତ ଯୁବକକୁ ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଚମ୍ପୁଆ ପୋଲିସ କୁ ଖବର ଦେଇଥିଲେ । ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି । ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

  • ଚାନ୍ଦବାଲି ବ୍ଳକରେ ଚକଡ଼ା ପୋକ ଆତଙ୍କ, ଚିନ୍ତାରେ ଚାଷି

    ଚାନ୍ଦବାଲି ବ୍ଳକରେ ଚକଡ଼ା ପୋକ ଆତଙ୍କ, ଚିନ୍ତାରେ ଚାଷି

    କଥାରେ ଅଛି ଚାଷକାମ ଯାହାର କେଡେ ଆନନ୍ଦ ତାହାର କିନ୍ତୁ ତାର ବିପରୀତ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକର ମୌସୁଧା ଗ୍ରାମ ପଞ୍ଚାୟତ ସହିତ ମତ୍ତ ଗ୍ରାମଞ୍ଚାୟତ ରେ । ଚାଷୀ ମୁଣ୍ଡରେ ଚିନ୍ତା ଚକଡା ପୋକ । ଚକଡ଼ା ପୋକ ପାଇଁ ଉଜୁଡି ଯିବାକୁ ବସିଛି ବର୍ଷକର ଫସଲ । ମୁଣ୍ଡରେ ହାତ ଦେଇ ହତାଶାରେ ଚାଷିକୂଳ । ଚାନ୍ଦବାଲି ବ୍ଳକର ଅନେକ ପଞ୍ଚାୟତରେ ଦେଖା ଦେଇଛି ଏହି ଚକଡ଼ା ପୋକ ଆତଙ୍କ । ଧାନ ଫସଲ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ । ପୋକ ନିୟନ୍ତ୍ରଣ ପାଇଁ ଯେତେ କୀଟ ନାଶକ ଔଷଧ ପ୍ରୟୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା କହିଛନ୍ତି ଚାଷୀ । ଏପଟେ କୃଷି ଅଧିକାରିଣୀ କହିଛନ୍ତି ପୋକ ଦାଉରୁ ଫସଲକୁ ସୁରକ୍ଷା ପାଇଁ ଚାଷୀଙ୍କୁ ସଚେତନ କରାଯାଉଛି ।

    ଦୀର୍ଘ ଛଅ ମାସ ଧରି ମାଟି ସହ ମାଟି ହୋଇ ଖଟି ଆସିଥିଲା ଚାଷୀ । ଶେଷରେ ତାରି ଜମିରେ ରାଜୁତି କରି ଖୁସି ଛଡାଇ ନେଇଛି ଚକଡ଼ା । ଏମାନଙ୍କୁ କେମିତି କ୍ଷତି ପୂରଣ ମିଳିବ ,ଏମାନେ କେମିତି ଋଣ ସୁଝିବେ ,ବର୍ଷକର ଆହାର କେମିତି ଯୋଗାଡ଼ କରିବେ ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ଯଦି ଚାଷୀ ମାନଙ୍କୁ ସରକାରୀ ସହାୟତା ନମିଳେ ପରିବାର ପ୍ରତିପଷଣ କରି ନପାରି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷି ।

  • ଚିରନିଦ୍ରାରେ ଯଲିଉଡ଼ ହାସ୍ୟ କଳାକାର ରବି ଶତପଥୀ

    ଚିରନିଦ୍ରାରେ ଯଲିଉଡ଼ ହାସ୍ୟ କଳାକାର ରବି ଶତପଥୀ

    ଦିନେ ସେ ମଞ୍ଚରେ ହସାଉଥିଲେ ଆଉ ଆଜି ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି . ଯାତ୍ରା ରଙ୍ଗମଞ୍ଚ ରେ ଦର୍ଶକ ଙ୍କୁ ହସେଇ ହସେଇ ବେଦମ କରୁଥିବା ଭେଟେରାନ କମେଡିଆନ ରବି ଶତପଥୀ ସ୍ୱର ଆଜି ନିରବି ଯାଇଛି । ୬୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିଲେ। ରବି ଶତପଥୀ ପିଲାବେଳୁ କଳା ପ୍ରତି ଆକର୍ଷିତ ହୋଇ ପ୍ରଥମେ ପାଲାରେ ଗାୟକ ଭାବରେ ବେଶ ପରିଚୟ ଲାଭ କଲେ ।କିନ୍ତୁ ସେଥିରୁ ପରିବାର ଚଳାଇବାକୁ କଷ୍ଟ କର ହୋଇପଡିଲା । ପାଲା ପରିବେଷଣ ରୁ ଦୁରେଇ ଯାଇ ଯାତ୍ରା ରଙ୍ଗମଞ୍ଚ ପ୍ରତି ଆକୃଷ୍ଟ ହୋଇଥିଲେ । ଯାତ୍ରା ଜଗତ ରେ ପ୍ରବେଶ କରିବା ପରେ ଧୀରେ ଧୀରେ ଓଡିଶାର ପ୍ରତିଷ୍ଠିତ ଯାତ୍ରା ରଙ୍ଗମଞ୍ଚରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବା ସହିତ ଯାତ୍ରା ଜଗତର ଜଣେ ଅପ୍ରତିଦ୍ବନ୍ଦି ହାସ୍ୟ କଳାକାର ଭାବରେ ପ୍ରସିଦ୍ଧି ଲାଭ କରିଥିଲେ । ପାଲା ଛାଡି ଯେତେବେଳେ ଯାତ୍ରା ଜଗତରେ ପ୍ରବେଶ କଲେ ରବି ଶତପଥୀ ଙ୍କୁ ପ୍ରଥମ ପରିଚୟ ଦେଇଥିଲା ତାରପୁର ଗଣନାଟ୍ୟ ର ଗୁଣ୍ଡୁଚି ମିଶ୍ର ଚରିତ୍ର ହେଉ କିମ୍ବା ଶାଗୁଣା ବସିଛି ଡେଣା ମେଲେଇ ଦେଇଥିଲା ଭିନ୍ନ ପରିଚୟ । ସେ ନିଖୁଣ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ। ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି ଅନେକ ପୁରସ୍କାର ପାଇଥିଲେ ସେ। ରବି ଶତପଥୀଙ୍କ ପରଲୋକରେ ଯାତ୍ରା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

  • ଭଞ୍ଜନଗରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜିତ

    ଭଞ୍ଜନଗରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜିତ

    ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଷ୍ଟାଡ଼ିୟମ ଠାରେ ଏକ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯାଇଛି । ଏହି ମେଳାକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମେଳାର ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ସମେତ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ । ଏହି ଭଳି ମେଳା ଆୟୋଜନ ଦ୍ୱାରା ପାରମ୍ପରିକ କୃଷିପଦ୍ଧତି ବଦଳରେ ଉନ୍ନତ ଶୈଳୀରେ କୃଷିକାର୍ଯ୍ୟ ପରିଚାଳିତ ହୋଇପାରିବ । ଚାଷ ଉପରୁ ମୁଁହ ଫେରାଉଥିବା ଚାଷୀମାନେ ପୁଣି ଚାଷକାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବେ । ବିଶେଷ କରି ଉନ୍ନତ ଏବଂ ଅତ୍ୟାଧୁନିକ ଶୈଳୀ ଏବଂ ବୈଜ୍ଞାନିକ ପଦ୍ଧତିରେ ନିର୍ମିତ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷକାର୍ଯ୍ୟକୁ ଅଧିକ ସହଜ ଭାବରେ ଚାଷୀମାନେ କରିପାରିବେ । ଏଥିପାଇଁ ରିହାତି ମୂଲ୍ୟ ରେ କୃଷିଯନ୍ତ୍ରପାତି ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାର ପକ୍ଷରୁ ହୋଇଥିବା ଏଭଳି ପରିକଳ୍ପନା ଦ୍ୱାରା କୃଷି ଓ କୃଷକଙ୍କ ଆହୁରି ଅଧିକ ବିକାଶ କରାଯାଇପାରିବ ବୋଲି ମତପ୍ରକାଶ ପାଇଥିଲା ।

    ତେବେ ଉକ୍ତ ମେଳାରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର କୃଷିଜିଲ୍ଲା ଅଧିକାରୀ ସୁଧାଂଶୁ କୁମାର ନନ୍ଦ,ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ମଲ୍ଲିକ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ ଙ୍କ ସମେତ କୃଷି ବିଭାଗ ର ବିଭିନ୍ନ ପଦାଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।

  • ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି କରି ଆଜି ବନ୍ଦ ଡାକରା ଦେଇଛି କୋଶଲ ସେନା

    ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି କରି ଆଜି ବନ୍ଦ ଡାକରା ଦେଇଛି କୋଶଲ ସେନା

    ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ। ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ମହାବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପଡ଼ିଛି ବଲାଙ୍ଗୀର ଜିଲ୍ଲାରେ। ଅଖଚକ, ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ ଜରୁରୀକାଳୀନ ସେବା ଚାଲୁରହିଛି। ଏହି ବନ୍ଦ ଡାକରାକୁ ସହରର ବିଭିନ୍ନ ସଂଗଠନ ମଧ୍ୟ ସହଯୋଗ କରୁଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବାରୁ ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି କରି ଆଜି ଏହି ମହାବନ୍ଦ ଡାକରା ଦିଆଯାଇଥିବା ସୂଚନା ଦେଇଛନ୍ତି।