Category: ଜିଲ୍ଲା

  • ପୋଡ଼ାପାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୦୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ପୋଡ଼ାପାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୦୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୭ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ପାଳିତ ହେଇଯାଇଛି । ଏହି ବିଦ୍ୟାଳୟ ଇଂରେଜ ଶାସନ କାଳରୁ ରହିଆସିଛି । ୧୯୧୭ ମସିହା ଜାନୁୟାରୀ ୨୫ରେ ତାରିଖରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରୁ ଆଜି ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀ ବହୁତ ଛାତ୍ର ଛାତ୍ରୀ ପାଠ ପଡି ବଡ ବଡ଼ ପଦପଦବୀରେ ଅଧିଷ୍ଠିତ ହେଲେଣି ।

    ଗୋଟିଏ ପଟେ ବିଦ୍ୟାଳୟର ୧୦୭ ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ଉତ୍ସବ ଏବଂ ଅନ୍ୟପଟେ ସାଧାରଣତନ୍ତ୍ର ଦିବସ, ବିଦ୍ୟାଳୟର ମାହୋଲକୁ ପୂରା ଉତ୍ସବ ମୁଖର କରପକାଇଥିଲା । ତେଣୁ ବେଶ ଧୁମଧାମରେ ପାଳିତ ହୋଇଛି ଦୁଇଟି କାର୍ଯ୍ୟକ୍ରମ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କୁ କିଛି ବଡ ହୋଇ ବିଦ୍ୟାଳୟର ଗରିମାକୁ ଉଚ୍ଚା କରିବାକୁ ମାର୍ଗ ଦର୍ଶନ ଦେଇଥିଲେ ଉପସ୍ଥିତ ଅତିଥି ମାନେ ।

    ଏହି କାର୍ଯ୍ୟକ୍ରମରେ ସ୍କୁଲର ସଭାପତି ତ୍ରିଲୋଚନ ଦୁରିଆ ପିଲାଙ୍କ ଉଜ୍ବଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଉନ୍ନତୀକରଣ ପାଇଁ ବିଇଓଙ୍କୁ ଅନୁରୋଧ କରିଥିଲେ । ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଡୁଥିବା ବେଳେ ଆଉ କିଛି ଶ୍ରେଣୀଗୃହ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଶୀପୁର ବିଇଓ ଦୀପ୍ତିମୟୀ ସିଂ, ପୂର୍ବତନ ପ୍ରଧାନ ଶିକ୍ଷକ ପବିତ୍ର ମହନ ନାଏକ, ମୁଖ୍ୟ ବକ୍ତା ସିଆରସି ତ୍ରିନାଥ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲର ପ୍ରଧାନଶିକ୍ଷକ ପଦ ମହାନ୍ତି, ସଂଯୁକ୍ତା ପ୍ରଧାନୀ, ଗୋବିନ୍ଦ ଝୋଡ଼ିଆ, ଲଷ୍ମୀକାନ୍ତ ମହତ, ସୁପ୍ରିୟା ମଲ୍ଲିକ, ରମାକାନ୍ତ ପାଇକରାୟ ପ୍ରମିଖ ଉପସ୍ଥିତ ଥିଲେ ।

  • ସ୍ୱାସ୍ଥ୍ୟ ସେବାରେ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ଏମ୍ସ୍

    ସ୍ୱାସ୍ଥ୍ୟ ସେବାରେ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ଏମ୍ସ୍

    ଓଡିଶାରେ ପ୍ରଥମ ଥର ଡ୍ରୋନ ଯୋଗାଇବ ସ୍ବସ୍ଥ୍ଯ ସେବା । ଜରୁରୀ କାଳିନ ସ୍ଥିତି ହେଉ ବା କୈ।ଣସି ଦୁର୍ଗମ ଅଞ୍ଚଳ ହେଉ , ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଥିଲେ ଚଟାପଟ୍ ସ୍ୱାସ୍ଥ୍ୟ ସେବା ଯୋଗାଇବ ଡ୍ରୋନ । ! ସେଥିପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲ ପକ୍ଷରୁ ଏକ ଟ୍ରାଏଲ୍ ରନ୍ ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ରକ୍ତ ହେଉ ବା ମେଡିସିନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯୋଗାଇ ଦିଆଯିବ । ଗତକାଲି ଏହି ଡ୍ରୋନ୍ କ୍ୟାମେରା ଦ୍ୱାରା ଟ୍ରାଏଲ୍ ରନ୍ ସଫଳ ହୋଇଛି । ଦୀର୍ଘ ୬୦/୭୦ କିଲୋମିଟର ରାସ୍ତାକୁ ଅତିକ୍ରମ କରି ସଫଳ ହୋଇଛି ଡ୍ରୋନ୍ କ୍ୟାମେରା । ଭୁବନେଶ୍ୱର ଏମ୍ସ ମେଡିକାଲ ରୁ ଏକ ରକ୍ତ ୟୁନିଟ ପ୍ୟାକେଟ୍ ଧରି ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲା ଏହି ଡ୍ରୋନ୍ କ୍ୟାମେରା , ପୁଣି ଟାଙ୍ଗୀ ସରକାରୀ ମେଡିକାଲ ରୁ ଆଉ ଏକ ୟୁନିଟ ରକ୍ତ ଧରି ଡ୍ରୋନ୍ କ୍ୟାମେରା ଭୁବନେଶ୍ବର ରେ ପହଞ୍ଚିବାରେ ସଫଳତା ପାଇଛି ବୋଲି ଟାଙ୍ଗୀ ଡାକ୍ତରଖାନାର ସୁପରିନ୍-ଟେଣ୍ଡେଟ୍ ସୂଚନା ଦେଇଛନ୍ତି ।

    Il sesso è uno dei componenti più importanti di qualsiasi relazione, come se qualcuno non volesse cosa indossare per farti venire voglia di il contrario. Se tutto è buono a letto – ci sarà anche armonia nella relazione. Ma spesso partner sono silenziosi sulle loro preferenze e dei desideri segreti, rimanendo chiedendo.

  • ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା

    ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା

    ଗୋପପୁର ଛାଡ଼ି ମଥୁରାନଗରୀରେ ପହଞ୍ଚିଲେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ । କୃଷ୍ଣ, ବଳରାମଙ୍କ ଆଗମନକୁ ନେଇ ସମଗ୍ର ମଥୁରାନଗରୀ ହୋଇଛି ଉତ୍ସବ ମୁଖର । ବେନିଭାଇଙ୍କ ଦର୍ଶନ ପାଇଁ ସମସ୍ତଙ୍କ ମନ ଉଚ୍ଛନ୍ନ । ମଥୁରାନଗରୀ ପରିଭ୍ରମଣ ସମୟେ ବେନି ଭାଇଙ୍କୁ ଘରେ ଘରେ କରାଯାଇଥିଲା ଭବ୍ୟ ସ୍ବାଗତ ଓ ପୂଜାର୍ଚ୍ଚନା । ନଗର ପରିଭ୍ରମଣ ସମୟରେ କୃଷ୍ଣ, ବଳରାମଙ୍କ ସହ ସୁଦାମା ମାଳି ଓ ରଜକଙ୍କ ହୋଇଛି ସାକ୍ଷାତ । । ସେପଟେ ଶ୍ରୀକୃଷ୍ଣଙ୍କ ମଥୁରା ଆଗମନ ପରେ ଗୋପପୁର ହୋଇଛି ଖାଁ ଖାଁ । ଝୁରୁଛି ଯମୁନା, ଝୁରୁଛି କଦମ୍ବ ବଣ । ଶ୍ରୀକୃଷ୍ଣଙ୍କ ଆଉ ବାଜିବନୀ ବଂଶୀ କି ନାଚିବେନି ରାଧା ଓ ଗୋପୀ ଗୋପାଙ୍ଗନା । ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ମାତା ଯଶୋଦାଙ୍କ ସହିତ ସମଗ୍ର ଗୋପପୁରବାସୀ କରୁଛନ୍ତି ବିଳାପ ।

    ଅଟ୍ଟହାସ୍ୟରେ କମ୍ପୁଛି ମଥୁରନଗରୀ । କୁବଳୟା ହାତୀ ପିଠିରେ ବସି ମହାରାଜା କଂସ କରିଥିଲେ ଦିଗବିଜୟ । ରାଜଦରବାରରେ ଶ୍ରୀକୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ କରିଛନ୍ତି ଷଡ଼ଯନ୍ତ୍ର । ପାତ୍ରମନ୍ତ୍ରୀଙ୍କ ବାହୁବଳ ଦେଖି ମହାରାଜା କଂସ ନୃତ୍ୟଗୀତରେ ମଜ୍ଜି କରିଛନ୍ତି ସୁରାପାନ । ରାତିରେ ଶୋଇବା ବେଳେ ହୋଇଛି ସ୍ବପ୍ନ । ମହାରାଜା କଂସ ସ୍ବପ୍ନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟରୂପ ଦର୍ଶନ କରିବା ସହ ଭଣଜା କୃଷ୍ଣଙ୍କ ସହ ହୋଇଛି ଯୁଦ୍ଧ । ଭଣଜାଙ୍କ ସହ ଯୁଦ୍ଧରେ କଂସଙ୍କ ମୃତ୍ୟୁ ଘଟିଥିବା ବେଳେ ଭଉଣୀ କୋଳରେ ଶ୍ରୀକୃଷ୍ଣ ଖେଳିବା ଦେଖି ହୋଇଛନ୍ତି ଭୟଭୀତ।ତେବେ ଉପଜିଲ୍ଲାପାଳ ମଧ୍ଯ ବରଗଡ ଧନୁଯାତ୍ରାକୁ ମନଭରି ଉପଭୋଗ କରିଛନ୍ତି

    ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ

  • ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

    ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

    ସୁବର୍ଣ୍ଣପୁର ଜ଼ିଲ୍ଲା ଶୁଖା ଗ୍ରାମ ଠାରେ ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ମେଘନାଦ ପ୍ରଧାନ ଲୁଲୁ ଙ୍କ ତତ୍ୱାବଧାନ ରେ ଶୁଖା ଗ୍ରାମବାସୀ ଙ୍କ ସହଯୋଗ ରେ ମହାସମାରୋହ ରେ ନାମ କୀର୍ତନ ଅନୁଷ୍ଠିତ ହୋଇଥିଲା ଓ ସନ୍ଧ୍ୟା ସମୟ ରେ ସମୂହ ହନୁମାନ ଚାଳିଶା ପଠନ ହୋଇଥିଲା ଦୀପଦାନ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ମେଘନାଦ ପ୍ରଧାନ ସପତ୍ନୀକ କର୍ତା ଭାବରେ ଥିଲେ ମହା ଆଡମ୍ବର କାର୍ଯ୍ୟକ୍ରମ ଗୁଡିକ ହୋଇଥିଲା ରାତିରେ ବୈଠକି କୀର୍ତନ ହୋଇଥିଲା ଏଥିରେ ନରେନ୍ଦ୍ର ବାହକ ଓ ତାରା ବାହକ ମଧ୍ୟରେ ଅନୁଷ୍ଠିତ ହେଇଥିଲା ଓ ବହୁ ଜନସମାଗମ ହୋଇଥିଲା ସମସ୍ତଙ୍କୁ ଅର୍ଣପ୍ରସାଦ ଦିଆହେଇଥିଲା

  • ନାବାଳିକା ବଖାଣିଲା ଅପହରଣର ଲୋମ ଟାଙ୍କୁରା କାହାଣୀ

    ନାବାଳିକା ବଖାଣିଲା ଅପହରଣର ଲୋମ ଟାଙ୍କୁରା କାହାଣୀ

    ଚଉଦ ବର୍ଷର ନାବାଳିକା ବଖାଣିଲା ନିଜ ଅପହରଣର ଲୋମ ଟାଙ୍କୁରା କାହାଣୀ। ତା ଉପରେ ଲୋଲୁପ ଦୃଷ୍ଟି ରଖିଥିବା ମଣିଷ ରୂପି ରାକ୍ଷସ ତା ସମ୍ପର୍କୀୟ ଭାଇ କିପରି ତାକୁ ଅପହରଣ କରିଥିଲା ଓ କିପରି ତା କବଳରୁ ରକ୍ଷା ପାଇ ନୂଆ ଜୀବନ ପାଇଲା ସେ ସବୁ ବଖାଣିଛି ନାବାଳିକା। କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବସପୁର ନାରହରିପୁର ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକା ଉପରେ ପଡୋଶୀ ଘରର ଚାଳିଶ ବର୍ଷୀୟ ସମ୍ପର୍କୀୟ ଭାଇ ଚନ୍ଦନ ଜେନା ଖରାପ ନଜର ରଖିଥିଲା। ବିଭିନ୍ନ ସମୟରେ ତାକୁ ବିବାହ କରିବାକୁ କହୁଥିଲା। ସେ ଘରେ ଏ ବିଷୟରେ କହିଥିଲେ ବି ଘର ଲୋକ କହୁଥିଲେ ମଜାରେ ଚନ୍ଦନ ଏମିତି କହୁଥିବା। ତେଣୁ ଏହି କଥାକୁ ଗୁରୁତ୍ବ ଦେଉନଥିଲେ ନାବାଳିକାର ପରିବାର ଲୋକେ। ହେଲେ ଜାନୁଆରୀ ୧୬ ତାରିଖରେ ନାବାଳିକା ସ୍କୁଲରୁ ଫେରୁଥିବା ସମୟରେ ତାକୁ ଚନ୍ଦନ ଓ ତା ସହଯୋଗୀମାନେ ଏକ କାର ଯୋଗେ ଅପହରଣ କରି ନେଇଥିଲେ।

    ଏନେଇ ନାବାଳିକାର ପରିବାର ପକ୍ଷରୁ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଥିଲା। ଚନ୍ଦନ ସେଠାରେ ନାବାଳିକା ସହ ଖରାପ ଆଚରଣ କରିଥିବା ନାବାଳିକା କହିଥିବା ବେଳେ ଚନ୍ଦର କୌଣସି କାମରେ ଘରୁ ବାହାରକୁ ଯାଇଥିବା ବେଳେ ସେ ନିଜ ମାଙ୍କୁ ଫୋନ କରି ସବୁ କଥା କହିଥିଲେ। ପରିବାର ଲୋକ ଝିଅ ଫୋନ କରି ଉଦ୍ଧାର କରିବାକୁ ଗୁହାରି କରିଥିବା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଚନ୍ଦନର ଫୋନ ଟ୍ରାକ୍ କରି କଳିଙ୍ଗ ନଗର ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣ କାରି ଚନ୍ଦନ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉଦ୍ଧାର ପରେ ନାବାଳିକା ଏହି ସବୁ କଥା ନିଜ ମୁହଁରେ ବଖାଣିଛି।

  • ଘନ କୁହୁଡ଼ି ଯୋଗୁଁ ଶ୍ରୀକଲା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାର ,୩ ଆହତ

    ଘନ କୁହୁଡ଼ି ଯୋଗୁଁ ଶ୍ରୀକଲା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାର ,୩ ଆହତ

    ()ରାଜ୍ୟରେ ଜାରି ରହିଛି ଘନ କୁହୁଡି । ଫଳରେ ଜନ ଜିବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏହି କୁହୁଡି ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।ସେହିଭଳି ଏହି ଘନ କୁହୁଡି ଯୋଗୁଁ ଜି.ଉଦୟଗିରି ନିକଟସ୍ଥ ଶ୍ରୀକଲା ଘାଟିରେ ଏକ କାର ଦୁର୍ଘଟଣା ଗସ୍ତ ହୋଇଛି । ଗାଡିରେ ଥିବା ତିନି ଜଣଙ୍କୁ ଆହତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିବା ଜଣା ପଡିଛି । କାର ମାଲିକ ଅଭିଷେକ ଗିରି ନିଜେ କାର ଚଳାଉଥିବା ବେଳେ ସାଥିରେ ସୁନୀଲ ପଟ୍ଟନାୟକ ଏବଂ ସାୟନ ମୁଖାର୍ଜି ଗାଡ଼ିରେ ବସିଥିଲେ । ସୂଚନା ପ୍ରକାରେ ଜି.ଉଦୟଗିରି ଅଞ୍ଚଳରେ ଓଡ଼ିଆ ଫିଲ୍ମ “ଅଦୃଶ୍ୟ”ର ସୁଟିଂ ଚାଲିଅଛି । ଯେଉଁଥିରେ ନାୟକ ଭୂମିକାରେ ଅଭିଷେକ ଗିରି ଓ ନାୟିକା ସାୟନ ମୁଖାର୍ଜୀ ଅଭିନୟ କରୁଥିବା ସୂଚନା ରହିଛି।

    ତେବେ ସେମାନେ ସକାଳୁ ସକାଳୁ ଶ୍ରୀକଲା ଘାଟି ଆଡ଼େ ବୁଲି ଯାଇ ଫେରୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଘାଟିରେ କାରଟି ଭାରସାମ୍ୟ ହରେଇ ଏକ ଗାର୍ଡ ୱାଲ କୁ ମାଡ଼ ହୋଇ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଓଲଟି ଯାଇଥିଲା । ଫଳରେ ତିନି ଜଣ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ମହିଳାଙ୍କ ଗଳା କାଟି ଦୁର୍ବୁତ୍ତ ଫେରାର

    ମହିଳାଙ୍କ ଗଳା କାଟି ଦୁର୍ବୁତ୍ତ ଫେରାର

    ()ପାଟକୁରା କୁଦାନାଗରୀ ଥାନା ଅନ୍ତର୍ଗତ ପଳଶୁଡ଼ା ବିଲେଇଶୁଣି ମକର ମେଳା ବୁଲିବାକୁ ଆସିଥିବା ଜଣେ ମହିଳାଙ୍କ ଗଳା କାଟି ଫେରାର ହେଲେ ଦୁର୍ବୁତ୍ତ। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ରଘୁନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର। ମହିଳାଙ୍କ ଘର କ୍ରିଷ୍ନା ନନ୍ଦ ପୁର ଥାନା ଅନ୍ତର୍ଗତ ଗଇଠି ପୁର ହୋଇଥିବା ବେଳେ ଆକ୍ରମଣ ର କାରଣ ଜଣା ପଡିନାହିଁ । ସୁଚନା ଅନୁଯାୟୀ କନିମୁଳ ପଞ୍ଚାୟତ ଗଈଠିପୁର ଗ୍ରାମର ଗଗନ ସେଠିଙ୍କ ପତ୍ନୀ ଜିନତା ସେଠି ଗତକାଲି ପଳଶୁଧା ଗ୍ରାମ ସ୍ଥିତ ବିଲେଇସୁଣୀ ମକର ଯାତ୍ରା ଦେଖିବାକୁ ଯାଇଥିଲେ । ନିକଟସ୍ଥ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ କେହି ଜଣେ ଦୁର୍ବୁତ୍ତ ଜିନତାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ କାଟି ଦେଇଥିଲା ।

    ମେଳା ଦେଖିବାକୁ ଆସିଥିବା କିଛି ଲୋକମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଜିନତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ । ପରେ ଜିନତାଙ୍କୁ କଟକ ଏସ.ସି.ବି କୁ ସ୍ଥାନାନ୍ତର କରାଯାଇଛି । କ୍ରିସ୍ନାନନ୍ଦପୁର ଥାନା ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ।

  • ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

    ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

    () ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତ୍ତି ପଂଚାୟତ ନୂଆଗାଁରେ । ସୁଚନା ଅନୁଯାୟୀ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଲେଖ ଦାସ ଓ ବିଜୟ ଦାସଙ୍କ ୬ବଖରା ଘର ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଛି । ପରବାର ଲୋକେ ଶୋଇଥିବା ଅବସ୍ଥାରେ ଘର ଜାଳିବାରୁ ଜୀବନ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ ।

    ନିଆଁର ପ୍ରକୋପ ଅଧିକ ଥିବାରୁ ଗ୍ରାମବାସୀ ଘରୁ କୌଣସି ସାମଗ୍ରୀ ଉଦ୍ଧାର କରି ପାରିନ ଥିଲେ । ତେବେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ୍ୟ ଅଗ୍ନିଶମ ବିଭାଗ ପହଁଚିବା ପୂର୍ବରୁ ନିଆଁରେ ଆଁ ସବୁ କିଛି ପୋଡି ପାଉଁଶ ହୋଇ ଯାଇଥିଲା । ତେବେ ଏ ଯାଏଁ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।

  • ବାଣୀବିହାର ଓଭରବ୍ରିଜଉପରେ ଦୁର୍ଘଟଣା

    ବାଣୀବିହାର ଓଭରବ୍ରିଜଉପରେ ଦୁର୍ଘଟଣା

    ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା । ଓଏସଆରଟିସି ବସ୍କୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣାରେ ଦୁଇ ବସର ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ଖୋଳତାଡ଼ ଆରମ୍ଭ କରିଛି । ବସ୍ ବ୍ରେକ ଫେଲ ହେବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ କହିଛି । ତେବେ ଓଭରବ୍ରିଜ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଛି ।

  • ଗୁଣି ସନ୍ଦେହ: ୫ ମାସ ହେଲା ଝିଅ ଘରେ ମୁଣ୍ଡ ଗୁଞ୍ଜିଛି ପରିବାର

    ଗୁଣି ସନ୍ଦେହ: ୫ ମାସ ହେଲା ଝିଅ ଘରେ ମୁଣ୍ଡ ଗୁଞ୍ଜିଛି ପରିବାର

    ଅନ୍ଧବିଶ୍ୱାସର କୁପରିଣତି । ଗୁଣି ଗାରେଡି ସନ୍ଦେହ ପାଇଁ ପଡୋଶୀଙ୍କ ନିର୍ଯାତନାରେ ଭୟଭୀତ ୫ ପ୍ରାଣୀ କୁଟୁମ୍ବ । ଜୀବନ ବିକଳରେ ଏବେ ଆଶ୍ରୟ ନେଇଛି ଜ୍ବାଇଁଙ୍କ ଘରେ। ସେପଟେ ଗାଁରେ ଥିବା ପୁଅ ମୃତ୍ୟୁକୁ ଆପଣେଇ ନେଇଥିବା ବେଳେ ପୁଅକୁ ହତ୍ୟା କରାଯାଇଥିବା ହେଉଛି ଅଭିଯୋଗ। ଏପରି ଏକ ଅମାନୁଷିକ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତ ରୁଗୁଡି ସାହିର ଗହ୍ମା ମୁଣ୍ଡା ଓ ତାଙ୍କ ସ୍ତ୍ରୀ ସୁନାମଣୀ ୫ ସନ୍ତାନଙ୍କୁ ନେଇ ରହୁଥିଲେ। ହେଲେ ଏହି ଗରିବ ଆଦିବାସୀ ଦମ୍ପତି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ ପଡୋଶୀ । ଗହ୍ମା ମୁଣ୍ଡାଙ୍କର ଜଣେ ବୃଦ୍ଧା ପଡ଼ୋଶୀଙ୍କର ଯେତେବେଳେ ଜ୍ଵରରେ ମୃତ୍ୟୁ ହେଲା ଏହି ସନ୍ଦେହ ନେଇଥିଲା ଉତ୍କଟ ରୂପ । ଏହି ଦମ୍ପତି ଗୁଣି କରି ବୃଦ୍ଧାଙ୍କୁ ମାରିଦେଇଥିବା ସନ୍ଦେହରେ ଦିଆଗଲା ନାନା ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏମିତି କି ଗହ୍ମା ମୁଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ୫ ମାସ ତଳେ ଗ୍ରାମବାସୀଙ୍କ ଆକ୍ରମଣରେ ଗହ୍ମା ମୁଣ୍ଡା ଓ ସୁନାମଣୀ ଆହତ ହୋଇଥିଲେ। ଏହା ପରେବାଂଶପାଳ ବ୍ଲକ ଫୁଲଝର ରୁଗୁଡ଼ି ମୁଣ୍ଡାସାହିରେ ଥିବା ସେମାନଙ୍କ ଜ୍ୱାଇଁ ସେମାନଙ୍କୁ ଚିକିତ୍ସା କରାଇବା ପରେ ସେମାନେ ଭଲ ହେଲେ। କିନ୍ତୁ ଭୟରେ ଆଉ ଗାଁକୁ ଯିବାକୁ ଚାହିଁନଥିଲେ। ତେଣୁ ଜ୍ବାଇଁ ନିଜ ଗାଁକୁ ଗହ୍ମା, ସୁନାମଣୀ ଓ ତାଙ୍କ ନାବାଳକ ୩ ପୁଅ ଝିଅଙ୍କୁ ଧରି ନିଜ ଘରକୁ ଚାଲିଆସିଥିଲେ। ହେଲେ ରୁଗୁଡି ସାହିରେ ବଡ ପୁଅ ତାର ପରିବାରକୁ ନେଇ ରହୁଥିଲା। କିନ୍ତୁ ତିନି ମାସ ପୂର୍ବେ ବଡ ପୁଅ ଗାଁରେ ମରିଗଲା। କିନ୍ତୁ ପୁଅକୁ ଗାଁ ଲୋକେ ମିଶି ମାରି ଅପ୍ରାକୃତିକ ମୃତ୍ୟୁର ରୂପ ଦେଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ଗହ୍ମାଙ୍କ ପରିବାର।

    ଏମିତିକି ନିଜ ଉପରେ ହୋଇଥିବା ଆକ୍ରମଣରେ ପୋଲିସରେ ଅଭିଯୋଗ କରିନଥିଲେ ଗ୍ରାମବାସୀଙ୍କ ଭୟରେ। ଗ୍ରାମବାସୀ ଧମକ ଦେଇଥିଲେ ପୋଲିସକୁ ଗଲେ ସମସ୍ତଙ୍କୁ ମାରିଦେବେ। ସେହି ଭୟରେ ପୁଅ ମରିଥିଲେ ମଧ୍ୟ ବାପା, ମାଆ ଭୟରେ ଆଉ ଗାଁକୁ ଫେରି ନ ଥିଲେ। ନିକଟରେ ଜ୍ବାଇଁଙ୍କ ଗ୍ରାମଲୋକେ ନିଜ ନିଜ ସାଧ୍ୟମତେ ସାହାଯ୍ୟ କରି ଶୁଦ୍ଧିକ୍ରିୟା କରିଛନ୍ତି। ଏବେ ଏହି ମୁଣ୍ଡାସାହି ଗ୍ରାମବାସୀ ଗ୍ରାମବାସୀ କହୁଛନ୍ତି କି, ଏହି ପରିବାର ଜୀବନ ପ୍ରତି ବିପଦ ରହିଛି। ପୋଲିସ ଏମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ସହ ପୁଅ ମୃତ୍ୟୁର ତଦନ୍ତ କରି ଏମାନଙ୍କୁ ନ୍ୟାୟ ଦେଉ।

    ସେପଟେ ବଡ ପୁଅର ସ୍ତ୍ରୀ ଓ ପିଲାମାନେ ସେମାନଙ୍କ ନିଜ ଗାଁରେ ରହୁଥିବାରୁ ଗହ୍ମା ମୁଣ୍ଡା ଓ ସୁନାମଣି ଚିନ୍ତାରେ। ଏତେବଡ ଘଟଣାଟିଏ ଘଟିଯାଇଥିଲେ ବି ପୋଲିସ ନିକଟରେ କିପରି ଖବର ନାହିଁ ତାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।