Category: ଜିଲ୍ଲା

  • ରଥଯାତ୍ରାରେ ସାଂସଦ ଓ ବିଧାୟକଙ୍କ ବୃକ୍ଷ ରୋପଣ

    ରଥଯାତ୍ରାରେ ସାଂସଦ ଓ ବିଧାୟକଙ୍କ ବୃକ୍ଷ ରୋପଣ

    ପବିତ୍ର ରଥଯାତ୍ରା ଅବସରରେ ଗଞ୍ଜାମ ଖଲ୍ଲିକୋଟ ଏନ ଏ ସି ଅନ୍ତର୍ଗତ ଜୟଦୁର୍ଗା ପାହାଡ଼ ପାଦଦେଶରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ପାହାଡ ପାଦଦେଶରେ ଥିବା ମା ବଡ଼ ରାଉଳ ଠାକୁରାଣୀ ମନ୍ଦିର ଆଗରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସିକା ସାଂସଦ ଅନିତା ସୁଭଦର୍ଶନୀ ପଟ୍ଟନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ଲଗାଇବା ପରେ ଉପସ୍ଥିତ ନେତୃମଣ୍ଡଳୀ ସ୍ଥାନୀୟ ମହିଳା ମାନଙ୍କୁ ଲଗା ଯାଇଥିବା ବୃକ୍ଷକୁ ନିଜ ପିଲା ପରି ଯତ୍ନ ନେଇ ବଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ।


    ସାଂସଦ ଅନୀତା ପଟନାୟକ ଓ ବିଧାୟକ ସେଠୀ ମନ୍ଦିର ପରିଦର୍ଶନ କରି ପାନୀୟ ଜଳ , ବିଜୁଳି ଓ ଏକ ରୋସେଇଶାଳା ସହିତ ଯାତ୍ରୀ ବିଶ୍ରାମାଗାର ସମେତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଶ୍ୟାମସୁନ୍ଦରପୁର ଗ୍ରାମବାସୀଙ୍କଠାରୁ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ଏନଏସିର ପ୍ରାକ୍ତନ ନଗରପାଳ ଓ ପ୍ରଭାରୀ ଶଙ୍କର ପ୍ରସାଦ ନାହାକ, ପ୍ରାକ୍ତନ ନଗରପାଳ ଜ୍ୟୋସ୍ନା ରାଣୀ ନାହାକ ଓ ଖଲ୍ଲିକୋଟ ନଗର ବିଜେପି ସଭାପତି ସିମାଞ୍ଚଳ ଗୌଡ଼ ଶ୍ୟାମାସୁନ୍ଦରପୁର ୮ ନମ୍ବର କାଉ ନସିଲର ରେମତି ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉକ୍ତ ୱାର୍ଡରେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବା ୨୦ ରୁ ଊର୍ଦ୍ଧ୍ୱ ବାସିନ୍ଦା ଘର କରି ରହିଥିବା ବେଳେ ସେମାନଙ୍କ ନାମରେ ଘରବାରି ପଟା ହୋଇ ପାରୁନଥିବାରୁ ସେମାନେ ଆବାସ ଯୋଜନା, ଜାତିଗତ ପ୍ରମାଣ ପତ୍ର ,ବାସିନ୍ଦା ଓ ଆୟ ପ୍ରମାଣ ପତ୍ର ପାଇବାରୁ ବଂଚିତ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

  • ସାପ କାମୁଡ଼ାରେ ହଷ୍ଟେଲ ଛାତ୍ରୀଙ୍କ ମୃତ

    ସାପ କାମୁଡ଼ାରେ ହଷ୍ଟେଲ ଛାତ୍ରୀଙ୍କ ମୃତ

    ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଦର୍ପଙ୍ଗିଆ ରେସିଡେନ୍ସିଆଲ ସ୍କୁଲରେ ଅଘଟଣ। ସାପ କାମୁଡାରେ ଜଣେ ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସ୍କୁଲରେ ଶୋକର ଛାୟା। ସୂଚନା ମୁତାବକ ରବିବାର ରାତିରେ ହଷ୍ଟେଲରେ ଥିବା ଅନ୍ତୋବାସୀ ଖାଇପିଇ ଶୋଇଥିଲେ। ସମସ୍ତେ ଶୋଇଥିବା ଅବସ୍ଥାରେ ଏକ ଚିତି ସାପ ପ୍ରଥମ ଶ୍ରେଣୀର ଛାତ୍ରୀର ବିଛଣାରେ ଚିତି ସାପଟିଏ ତାଙ୍କୁ କାମୁଡି ଦେଇଥିଲା।

    ସାପ କାମୁଡିବା ପରେ ଛାତ୍ରୀ ଚିତ୍କାର କରିବା ପରେ ସମସ୍ତେ ନିଦରୁ ଉଠିଯାଇଥିଲେ । ପିଲାଟି ଅନ୍ୟମାନଙ୍କୁ କହିଥିଲା କି କିଛି ଗୋଟିଏ ତାକୁ କାମୁଡି ଦେଲା। ଅନ୍ୟ ଅନ୍ତୋବାସୀ ଖୋଜିବାରୁ ସାପ ସେହି କୋଠରୀରୁ ଯାଉଥିବା ଦେଖି ତାକୁ ମାରିଦେଇଥିଲେ । ହଷ୍ଟେଲର କର୍ମଚାରୀ ତୁରନ୍ତ ସେହି ଛାତ୍ରୀକୁ ଭଞ୍ଜନଗର ମେଡ଼ିକାଲକୁ ନେଇଯାଇଥିଲେ ଓ ବାପା ଗୋବର ସିଂ ପ୍ରଧାନକୁ ସୂଚନା ଦେଇଥିଲେ । ଡାକ୍ତର ତୁରନ୍ତ ଛାତ୍ରୀର ଚିକିତ୍ସା ଆରମ୍ଭ କରିଦେଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ହାରମାନିଥିଲା। ସକାଳ ପ୍ରାୟ ୬ଟା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା। ଛାତ୍ରୀଙ୍କ ମୃତ୍ୟୁ ସମ୍ବାଦ ଡାକ୍ତର ଦେବା ପରେ ମେଡ଼ିକାଲରେ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା।

  • ଯୋଡ଼ା-ବଡ଼ବିଲରେ ଶ୍ରୀଜୀଉଙ୍କ ଘୋଷଯାତ୍ରା

    ଯୋଡ଼ା-ବଡ଼ବିଲରେ ଶ୍ରୀଜୀଉଙ୍କ ଘୋଷଯାତ୍ରା

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚାଯାତ୍ରା କେବଳ ପୁରୀରେ ନୂହେଁ, ବିଶ୍ବର କୋଣ ଅନୁକୋଣରେ ପାଳିତ ହେଉଛି। କେନ୍ଦୁଝର ଜିଲ୍ଲାର ଯୋଡ଼ା-ବଡ଼ବିଲ ଓ ଆଖ ପାଖ ଅଂଚଳରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ସକାଳୁ ଚତୁର୍ଦ୍ଧାମୂର୍ତିଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବାପରେ ଅପରାହ୍ନରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତି ରଥାରୁଢ଼ କରାଯାଇଥିଲା । ବଡ଼ବିଲରେ ଶ୍ରୀଜୀଉମାନେ ରଥାରୁଢ଼ ହେବାପରେ ତହସିଲଦାର ଡି. ଏସ. ଯୋଶୀ ଛେରାପହଁରା କରିଥିଲେ । ଏହାପରେ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଭକ୍ତମାନେ ହରିବୋଲ ପକାଇ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ବର୍ଷା ଲାଗି ରହିଥିଲେ ବି ଭକ୍ତଙ୍କ ମଧ୍ୟରେ ଉତ୍ସାହ କମ୍ ହୋଇ ନଥିଲା।

    ସେହିପରି ଯୋଡ଼ାରେ ମଧ୍ୟ ଭକ୍ତିମୟ ପରିବେଶରେ ରଥଟଣା ଅନୁଷ୍ଠିତ ହୋଇଛି । ରଥାରୁଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଘୋଷଯାତ୍ରାରେ ସାମିଲ ହୋଇଥିଲେ । ରଥ ଦଉଡି଼ ଧରି ହରି ବୋଲ, ହୁଳହୁଳି ପକାଇ ରଥକୁ ଟାଣି ନେଇଥିଲେ ଭକ୍ତ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

  • ଠାକୁରଗଡ଼ରେ ଘୋଷଯାତ୍ରା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା

    ଠାକୁରଗଡ଼ରେ ଘୋଷଯାତ୍ରା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା

    ଆଠମଲ୍ଲିକ ବ୍ଲକର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ସ୍ଥଳ ଠାକୁରଗଡ଼ରେ ଦୁଇ ଦିନ ବ୍ୟାପୀ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ପୁଣି ରଥ ଟଣାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଉସୀ ମା ମନ୍ଦିରକୁ ନିଆଯାଉଛି। ରଥର ପ୍ରଥମ ଦିନରେ ମନ୍ଦିରରୁ ତିନି ଠାକୁରଙ୍କୁ ପହଣ୍ଡି କରାଇ ଠାକୁରଗଡ଼ ଗଣେଶ ବଜାରକୁ ଅଣାଯାଇଥିଲା। ସେଠାରେ ପ୍ରଥମେ ତିନି ରଥକୁ ରୀତି ନୀତି ଅନୁଯାୟୀ ମନ୍ତ୍ର ପାଠ କରିବା ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆରାଧନା କରାଯାଇଥିଲା। ମୁଖ୍ୟ ପୂଜକ କେଶବ ଚନ୍ଦ୍ର ଶତପଥୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା ସମାପନ ହୋଇଥିଲା। ରାଜା ବିଶ୍ବରଂଜନ ଦେଓ ଛେଚା ପହଁରା କାର୍ଯ୍ୟ କରିବା ପରେ ତିନି ରଥ ଟଣାଯାଇ ଥିଲା। ଏହି ଯାତ୍ରାରେ ପ୍ରାୟ ଦଶ ହଜାରରୁ ଅଧିକ ଲୋକ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ଦର୍ଶନ କରିଥିଲେ। ତିନି ରଥ ଲକ୍ଷ୍ମୀ ବଜାରରେ ପହଞ୍ଚିବା ପରେ ସେଠାରେ କାଲି ଅଟକିଥିଲା।


    ରଥଟଣାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଠାକୁରଗଡ଼ ଥାନା ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗ୍ରାମ ସଭାପତି ଯୋଗେଶ୍ୱର ସାହୁ, ସମ୍ପାଦକ ସନ୍ତୋଷ କୁମାର ସାହୁ, ଇନ୍ଦ୍ରମଣି ସାହୁ, ଦୁଷ୍ମନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଯାତ୍ରା ପରିଚାଳିତ ହେଉଛି। ଶ୍ରଦ୍ଧାଳୁମାନଙ୍କ ପାଇଁ ଅଭଡ଼ା, ଟଙ୍କ ତୋରାଣି, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହି ପବିତ୍ର ରଥଯାତ୍ରା ପାଇଁ ମିନାବଜାର ପଡ଼ିଥିବାରୁ ଲୋକେ ବିଭିନ୍ନ ପ୍ରକାର ଘରୋପଯୋଗୀ ସାମଗ୍ରୀ କିଣିବା ସହିତ ଚଟ ପଟି ଖାଦ୍ୟର ମଜା ଉଠାଇଥିଲେ।

  • ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗଠାରୁ ବିପୁଳ ସୁନା ଅଳଙ୍କାର ଜବତ

    ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗଠାରୁ ବିପୁଳ ସୁନା ଅଳଙ୍କାର ଜବତ

    ବରଗଡ଼ ଜିଲା ପୋଲିସ ଏକ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗକୁ ଧରିଛି। ଏହି ଗ୍ୟାଙ୍ଗର ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଡଙ୍ଗରମୁଣ୍ଡା ଗ୍ରାମର ଇନ୍ଦ୍ର ଭୋଇ(୨୧), ଚୈତନ୍ୟ ପୁଟ୍ଟା(୧୯), ବନାରସ ଗ୍ରାମର ଲଲିତ ସାହୁ(୨୫) ଏବଂ ଡୋଲେଶ୍ବର ସାହୁ(୨୬)। ସେମାନଙ୍କ ପାଖରୁ ନଗଦ ୩ ଲକ୍ଷ ୮୦ହଜାର ଟଙ୍କା, ୫ବାଇକ, ଗୋଟିଏ ପିସ୍ତଲ, ୮ଟି ମୋବାଇଲ ଏବଂ ସୁନା,ରୁପା ଅଳଙ୍କାର ଜବତ ହୋଇଛି। ରବିବାର ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପି.ଏସ୍‌ ମୀନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତମାସ ୨୦ତାରିଖ ଅତାବିରା ଥାନା ବାବେବିରା ଗ୍ରାମର ଛାୟାକାନ୍ତ ପ୍ରଧାନ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଗିରଫ ଅଭିଯୁକ୍ତମାନେ ତାଙ୍କଠାରୁ ୪ ଲକ୍ଷ ୩୮ ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ସେ ଅତାବିରା ଥାନାରେ ଏତଲା ଦେବା ପରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଥିଲା ଏବଂ ସେହି ଟିମ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଏବଂ ସୋନପୁର ଜିଲାର ଅନେକ ଲୁଟ୍‌ ଘଟଣାରେ ମଧ୍ୟ ସମ୍ପୃକ୍ତ ଅଛନ୍ତି ଏବଂ ସେ ନେଇ ଅଧିକ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି।

  • ଗରିବଙ୍କ ଚାଉଳ ଗିଳି ମାଲେମାଲ ହେଉଥିବା ରିଟେଲରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

    ଗରିବଙ୍କ ଚାଉଳ ଗିଳି ମାଲେମାଲ ହେଉଥିବା ରିଟେଲରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

    ଗରିବ ଅଭାବୀ ପରିବାର କେହି କ୍ଷୁଧାରେ ନ ରୁହନ୍ତୁ, ଏହାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ମୁଣ୍ଡ ପିଛା ମାସିକ ପାଞ୍ଚ କିଲୋ ଚାଉଳ ମାଗଣାରେ ଯୋଗାଇ ଦିଆ ଯାଉଛି। ମାତ୍ର ଏହି ଚାଉଳ ବଣ୍ଟନ ଦାୟିତ୍ବରେ ଥିବା ଅସାଧୁ ରିଟେଲର ଓଜନ ଦଣ୍ଡିରେ ହେରଫେର କରି ମାଲାମାଲ୍ ହେଉଥିବା ଘଟଣା ଏଵେ ସାମ୍ନାକୁ ଆସିଛି। ଖୋଲିଛି ରିଟେଲର ଓ ତାଙ୍କ ସମ୍ପର୍କୀୟଙ୍କ କଳା କାରନାମା। ଓଜନ କରାଯାଉଥିବା କମ୍ପୁଟର ମାପ କଣ୍ଟାକୁ ଟେମ୍ପରିଙ୍ଗ୍ କରି ବର୍ଷ ବର୍ଷ ଧରି ଖାଉଟିମାନଙ୍କୁ ଶୋଷଣ କରାଯାଇ ଆସୁଥିଲା। ଏମିତି ଏକ ଚଞ୍ଚକତା ପଦାକୁ ଆସିଛି ଭଦ୍ରକ ଜିଲ୍ଲାରେ। ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ରିଟେଲରଙ୍କ ଭାଇ ତଥା ପୂର୍ବତନ ରିଟେଲର ବିଶ୍ବଜିତ ମହାନ୍ତିଙ୍କ ବିରୋଧରେ ଆସୁଛି ଏମିତି ଅଭିଯୋଗ।

    ବାତ୍ୟା ଫନି ସମୟରେ ବିଶ୍ବଜିତ ରିଟେଲର ଭାବେ କାମ କରୁଥିବା ବେଳେ ପିଡିଏସ୍ କିରୋସିନି କଳାବଜାରୀ କରି ଜେଲ୍ ଯାଇଥିଲେ ଓ ଯୋଗାଣ ବିଭାଗ ପକ୍ଷରୁ ତାଙ୍କୁ ଦାୟିତ୍ବରୁ ହଟାଯାଇଥିଲା। ମାତ୍ର ବିଶ୍ବଜିତ ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ନେତା ଥିବାରୁ ରାଜନୈତିକ ପ୍ରଭାବ ବିସ୍ତାର କରି ନିଜ ସାନଭାଇ ରାକେଶ କୁମାର ମହାନ୍ତିଙ୍କ ନାମରେ ରିଟେଲରସିପ ଆଣି ନିଜେ ପୂର୍ବ ପରି ବୁଝାବୁଝି କରିଆସୁଛନ୍ତି ଓ ଖାଉଟିଙ୍କ ଚାଉଳ ହଡ଼ପ କରୁଛନ୍ତି କମ୍ପୁଟର କଣ୍ଟାକୁ ଟେମ୍ପରିଂ କରି ମୁଣ୍ଡ ପିଛା ୩୦୦-୪୦୦ ଗ୍ରାମ ଗିଳି ଦେଇଆସୁଛନ୍ତି। ହେଲେ ଏବେ ସମୟ ବଦଳିଛି। ବିଜେଡି ଶାସନ କାଳରେ ଖାଉଟି ରିଟେଲରଙ୍କ ବିରୋଧରେ ଦେଉନଥିଲେ ଅଭିଯୋଗ। ରିଟେଲରଙ୍କ ସବୁ ଚଞ୍ଚକତାକୁ ସହିବାକୁ ବାଧ୍ୟ ହେଉଥିଲେ। ଏବେ ସରକାର ବଦଳିଛି। କ୍ଷମତାରେ ବିଜେପି ଆସିଛି। ତେଣୁ ବର୍ଷ ବର୍ଷ ଧରି ଠକାମିର ଶିକାର ହୋଇଥିବା ଖାଉଟି ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଫଳରେ ପୌରପାଳିକା ଅଧୀନରେ ହୋଇଥିବା ଚଞ୍ଚକତା ସାମ୍ନାକୁ ଆସିଛି। ଜଣାପଡିଛି କି, ୧୩,୧୪, ଓ ୧୫ ନମ୍ବର ୱାର୍ଡର ପ୍ରାୟ ୫୦୦ କାର୍ଡଧାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

    ଶୁକଦେବପୁର ଆଛାଦ୍ କବ୍ଲ ନିକଟରେ ବିଶ୍ବଜିତ ମହାନ୍ତି ଚାଉଳ ବଣ୍ଟନ କରୁଥିବା ବେଳେ ରଙ୍ଗେହାତ ଧରିଥନ୍ତି ଖାଉଠି। ଓଜନ ସରିଥିବା ଚାଉଳର ପୁନଃ ଓଜନ କରି ପ୍ରତି ବ୍ୟାଗରେ ୩୦୦-୪୦୦ ଗ୍ରାମର ଚାଉଳ କମ ଥିବା ଦେଖାଇଛନ୍ତି। ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଏହା ଦେଖି ବିଶ୍ବଜିତ ମହାନ୍ତି ଗୋଦାମରେ ତାଲା ପକାଇ ସେଠାରୁ ଚାଲିଯାଇଥିଲେ। ହେଲେ ଲୋକଙ୍କ ତାତି ଓ ନୂଆ ସରକାରର ନାଲି ଆଖିରେ ଖବର ପାଇ ଯୋଗାଣ ଅଧିକାରୀ ହିମାଂଶୁ ଦାସ ଘଟଣା ସ୍ଥଳରେ ପହଞ୍ଚି ମାପ କଣ୍ଟା ଜବତ କରି ବାସୁଦେବପୁର ରୋଡ୍ର ସ୍ଥିତ ଓଜନ ଓ ମାପ କାର୍ଯ୍ୟାଳୟକୁ ଆଣିବାକୁ ବିଶ୍ବଜିତ ମହାନ୍ତିଙ୍କୁ ନିର୍ଦେଶ ଦେଇଥିଲେ। ହେଲେ ଅଧିକାରୀଙ୍କ ନିର୍ଦ୍ଦେଶ ନ ମାନି ରିଟେଲର ଅଟା କଳ ପାଖରେ ଥିବା ତାରିଣୀ ଇଲେକ୍ଟ୍ରୋକାଲ୍ସ ଦୋକାନକୁ ନେଇ ଟେମ୍ପରିଙ୍ଗ୍ ସଜାଡୁ ଥିବାବେଳେ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଯୋଗାଣ ବିଭାଗକୁ ଜଣାଇଥିଲେ। ଯୋଗାଣ କର୍ମଚାରୀ ଆସି ରିଟେଲରଙ୍କ ମେସିନ ଚେକ କରି ସେଥିରେ ଟେମ୍ପରିଂ ହୋଇଥିବା ଜାଣିବାକୁ ପାଇଥିଲେ। ଏଵେ ପ୍ରଶ୍ନ, କେତେ ବର୍ଷ ଧରି ଓଜନରେ ହେଉଥିଲା ଠକେଇ? ହେଉଥିବା ଠକେଇର ଭରଣା କିଏ କରିବ? ପ୍ରକୃତ ରିଟେଲର ଓ କାମ ତଦାରଖ କରୁଥିବା ବିଶ୍ବଜିତଙ୍କ ବିରୋଧରେ କେବେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ନାହିଁ ?

  • ମୋବାଇଲ ମେଳା ମାଧ୍ୟମରେ ଲୋକଙ୍କୁ ଚୋରି ମୋବାଇଲ ଫେରାଇଲା ପୋଲିସ

    ମୋବାଇଲ ମେଳା ମାଧ୍ୟମରେ ଲୋକଙ୍କୁ ଚୋରି ମୋବାଇଲ ଫେରାଇଲା ପୋଲିସ

    କୋରାପୁଟ ସୁନାବେଡାରେ ପୋଲିସର ମୋବାଇଲ ମେଳା। ସୁନାବେଡା ଥାନା ପରିସରରେ ଏକ ମୋବାଇଲ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ମୋବାଇଲ ଚୋରି ନେଇ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ଅନୁସନ୍ଧାନ କରି ୧୪ଟି ମୋବାଇଲ ଜବତ କରିବାରେ ସକ୍ଷମ ହୋଇଛି। ସେହି ସବୁ ମୋବାଇଲ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ ପାଇଁ ଏହି ମୋବାଇଲ ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ସୁନାବେଡା ଏସଡିପିଓ ମନୋବ୍ରତା ଶତପଥି। ଏଥିସହ ଏସଡିପିଓ ଜଣ ଜଣଙ୍କୁ ସେମାନଙ୍କ ପରିଚୟ ପତ୍ର ଦେଖି ମୋବାଇଲ ହସ୍ତାନ୍ତର ମେଳାରେ ଉପସ୍ଥିତ ରହି ମୋବାଇଲ ବଣ୍ଟନ କରିଛନ୍ତି। ଏହି ମେଳାରେ ଶତପଥୀଙ୍କ ଅଧ୍ୟକ୍ଷତାରେ ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଚାରି ଗୋଟି ଥାନାର ଅଧିକାରୀଙ୍କ ସହ ପଟାଙ୍ଗି ଆଇ ଆଇ ସି ଛତୁର୍ଭୁଜ ନାୟକ, ସୁନାବେଡ଼ା ଆଇ ଆଇ ସି ସତ୍ୟାନନ୍ଦ ପାତ୍ର,ଦାମନଯୋଡି ଆଇ ଆଇ ସି ପ୍ରମେୟା ବିଡ଼ିକା ଉପସ୍ଥିତ ଥିଲେ ।

  • କାଦୁଆ ଯୋଡ଼ାବନ୍ଧ ଗାଁରେ ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା, ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର

    କାଦୁଆ ଯୋଡ଼ାବନ୍ଧ ଗାଁରେ ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା, ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର

    ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା । ଘଟଣା ଯେତିକି ବିଭତ୍ସ, ସେତିକି ଜଘନ୍ୟ, ସେତିକି ଭୟାନକ ମଧ୍ଯ । ଘଟଣାଟି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ କାଦୁଆ ଯୋଡ଼ାବନ୍ଧ ଗାଁରେ ଘଟିଛି । ମୃତକଙ୍କ ନାଁ ଚିତ ରଞ୍ଜନ ସାହୁ ବୟସ ପାଖାପାଖି ୪୩ ବର୍ଷ । ଚିତରଞ୍ଜନ ଗତକାଲି ସଂଧ୍ୟାରୁ ଘରକୁ ଫେରି ନଥିଲେ , ତେଣୁ ରାତିରେ ତାଙ୍କ ବଡ଼ ଭାଇ ସୀମାଞ୍ଚଳ ସାହୁ ଓ ଜେଜେବାପା ଦଣ୍ଡପାଣି ସାହୁ ଖୋଜାଖୋଜା କରିଥିଲେ । ହେଲେ ଚିତରଞ୍ଜନଙ୍କ ପତ୍ତା ମିଳି ନଥିଲା ।

    ନିରାଶ ହୋଇ ସେମାନେ ଘରକୁ ଫେରି ଆସିଥିଲେ । ଆଜି ସକାଳେ ଚିତରଞ୍ଜନଙ୍କ ମୃତଦେହ ନିକଟରେ ଥିବା କାଜୁ ତୋଟାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ତେବେ ଜଗନ୍ନାଥ ପ୍ରସାଦ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ପଠାଇଛି । ଅନ୍ୟପଟେ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନି କୁକୁର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି ।ତେବେ କିଏ ଓ କାହିଁକି ଏହି ହତ୍ୟା କରିଛି ତାହାର କାରଣ ଏପର୍ଯ୍ଯନ୍ତ ଜଣାପଡିନାହିଁ…

    ଭଞ୍ଜନଗର, ଗଞ୍ଜାମରୁ ରାଜେଶ୍ ଆଲଟିଆଙ୍କ ରିପୋର୍ଟ, #Suchanatv24x7

  • ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ୪୬୧ତମ ବଳିଦାନ ଦିବସ ପାଳିତ

    ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ୪୬୧ତମ ବଳିଦାନ ଦିବସ ପାଳିତ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆମ୍ବସର ମୁଣ୍ଡା ସ୍ଥିତ ଜଂଘା ବଡ଼ ଦେଓ ମନ୍ଦିର ପ୍ରାଙ୍ଗଣରେ ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ୪୬୧ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ଗୋଣ୍ଡୱାନା ଭବନ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡ଼ିଶା ପ୍ରଦେଶ ଆଠମଲ୍ଲିକ ତରଫରୁ ଏହି ଦିବସ ଆୟୋଜିତ ହୋଇଯାଇଅଛି। ଏହି ଅବସରରେ ବୀରାଙ୍ଗନା ମହାରାଣୀ ଦୂର୍ଗାବତୀ , ବୀର ସୁରେନ୍ଦ୍ର ସାଏ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରାଯାଇଥିଲା। ସଭାରେ ଦୁର୍ଗାବତିଙ୍କ ବିଷୟରେ ଅତିଥିଗଣ ଆଲୋକପାତ କରିଥିଲେ। ଗୋଣ୍ଡ୍ ଜାତିର ରୀତି ନୀତି ବିଷୟରେ ବିଭିନ୍ନ ପୁଞ୍ଜର ଭଲ ମନ୍ଦ ଆଲୋଚନା ହୋଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ମହାସଚିବ ପ୍ୟାରୀମୋହନ ନାୟକ, ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ସଦାଶିବ ନାୟକ, ବିରଞ୍ଚି ନାୟକ, ଭଜମନ ନାୟକ, ଯୁଧିଷ୍ଠିର ସିଂ ଓ ବହୁ ପଦାଧିକାରୀ ଯୋଗ ଦେଇଥିଲେ।

  • ତେନ୍ତୁଳିଆ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ପ୍ରତୀକ୍ଷା ଦିଦିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

    ତେନ୍ତୁଳିଆ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ପ୍ରତୀକ୍ଷା ଦିଦିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

    ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ୮ ନମ୍ବର ୱାର୍ଡର ତେନ୍ତୁଳିଆ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରତୀକ୍ଷା ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶାନ୍ତନୁ କୁମାର ପଳିତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ଉପସ୍ଥିତ ଅତିଥିମାନେ ପ୍ରତୀକ୍ଷା ଦିଦିଙ୍କ ଉଚ୍ଚକୋଟିର ଶିକ୍ଷାଦାନ ପଦ୍ଧତି ଓ ତାଙ୍କର ବହୁମୁଖି ପ୍ରତିଭା ଏବଂ ଆଦର୍ଶର ଗୁଣଗାନ କରିଥିଲେ।

    ଏହି ଅବସରରେ ଉପଢ଼ୌକନ , ମାନପତ୍ର ସହିତ ପୁଷ୍ପଗୁଚ୍ଛ ଏବଂ ଉପହାରମାନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦେବସ୍ମିତା ସାହୁ ମାନପତ୍ର ପାଠ କରିଥିଲେ। ବିଦାୟ ସମୟରେ ଛାତ୍ରଛାତ୍ରୀମାନେ ଅବସର ନେଉଥିବା ଶିକ୍ଷୟିତ୍ରୀଙ୍କୁ ଧରି କାନ୍ଦି ପକାଇଥିଲେ। ଯାହା ବିଦ୍ୟାଳୟ ପରିସରକୁ ଭାବ ବିହ୍ୱଳ କରିତୋଳିଥିଲା। ଶିକ୍ଷୟିତ୍ରୀ ପ୍ରତୀକ୍ଷା ମହାପାତ୍ର ପିଲାମାନଙ୍କୁ ବୁଝାବୁଝି କରିବା ସହିତ ଭବିଷ୍ୟତରେ ଉତ୍ତମ ଛାତ୍ର ହେବାକୁ ପରାମର୍ଶ ଦେଇଥିଲେ।

    ଏହି ସଭାରେ ଅତିଥି ଭାବେ କାଉନସିଲର ଆରତୀ ବିଶ୍ବାଳ, ଅରୁଣ କୁମାର ମଲ୍ଲିକ୍, ବସନ୍ତ ଦାସ, ସି ଆର ସି ସି ତପସ୍ୱିନୀ ବାରିକ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦାସ, ସ୍କୁଲ ପରିଚାଳନା କମିଟିର ସଭାପତି ସୂର୍ଯ୍ୟ କାନ୍ତ ମଲ୍ଲକ୍ , ସୀତାକାନ୍ତ ମଲ୍ଲିକ୍, ମନୋରଞ୍ଜନ ମଲ୍ଲିକ୍ ଏବଂ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।