Category: ଜିଲ୍ଲା

  • ଖତ ଖାଉଛି ସରକାର ସମ୍ପତ୍ତି, ଅଚଳ ଅବସ୍ଥାରେ ଶିଶୁ ଉଦ୍ୟାନ ଓ ବିଳାସପୂର୍ଣ୍ଣ ବାଉଁଶ ଘର

    ଖତ ଖାଉଛି ସରକାର ସମ୍ପତ୍ତି, ଅଚଳ ଅବସ୍ଥାରେ ଶିଶୁ ଉଦ୍ୟାନ ଓ ବିଳାସପୂର୍ଣ୍ଣ ବାଉଁଶ ଘର

    କୋଟି କୋଟି ଟଙ୍କାରେ ନିର୍ମିତ ଉଦ୍ଯାନ ସବୁ ମାଟିରେ ମିଶିବାକୁ ବସିଲାଣି । ଯୁଆଡେ ଦେଖିବ ସିଆଡେ ଭଙ୍ଗାରୁଜା ହୋଇ ଦୟନୀୟ ଅବସ୍ଥାରେ ସବୁକିଛି ପଡିରହିଛି ପାର୍କରେ ଥିବା ଖେଳ ସାମଗ୍ରୀ, ବାଉଁଶ ନିର୍ମିତ ରେସ୍ତୁରାଣ୍ଟ , ଜେଟସ୍କି , ସହିତ ଆଲୋକ ମାଳା ସବୁ ଭାଙ୍ଗିଯାଇଛି l ଖେଳ ସାମଗ୍ରୀ କୋଉଠି ଅଧା ଭାଙ୍ଗି ଝୁଲୁଥିବା ବେଳେ କୋଉଠି ପୁରା ଭାଙ୍ଗି ପଡ଼ିଛି । ବାଉଁଶର ବିଳାସପୂର୍ଣ୍ଣ ରେସ୍ତୁରାଣ୍ଟ ପୁରା ଭାଙ୍ଗିରୁଜି ଚୁରମାର ହୋଇଯାଇଛି l ଏଭଳି କିଛି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବଡକୁଳ ପାନ୍ଥ ନିବାସରେ l ଏସିଆ ମହାଦେଶର ସର୍ବ ବୃହତ ଲୁଣା ହ୍ରଦ ହେଉଛି ଚିଲିକା l

    ଏହା ଏକ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ । ଏଠାକୁ ପ୍ରତିଦିନ ବହୁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥାଏ l କିନ୍ତୁ ପାନ୍ଥନିବାସର ପରିସରରେ ଥିବା ଚିଲିକାକୁ ଲାଗିରହିଥିବା ୱାଟର ପାର୍କ ସହିତ ସୁନ୍ଦର ଶିଶୁ ଉଦ୍ୟାନ ଓ ବାଉଁଶରେ ତିଆରି ବହୁ ବିଳାସପୁର୍ଣ ଘର ରହିଛି ଯାହା ସରକାରୀ ଅର୍ଥରେ କୋଟି କୋଟି ଟଙ୍କା ବିନିଯୋଗରେ ଏହି ସବୁ ନିର୍ମାଣ କରା ଯାଇଥିଲା ।

    ହେଲେ ଏ ସବୁ ଅବସ୍ତା ନକହିବା ଭଲ ପୂର୍ବରୁ ଶିଶୁ ଉଦ୍ୟାନରେଟି ବିଭିନ୍ନ ପ୍ରକାରର ଖେଳ ସାମଗ୍ରୀ ସହିତ ଆଲୋକ ମାଳାରେ ଝଲସୁ ଥିଲା l ମାତ୍ର କିଛି ବର୍ଷ ନପୁରୁଣୁ ରେସ୍ତୁରାଣ୍ଟ ବନ୍ଦ ହୋଇ ଭାଙ୍ଗି ପଡ଼ିରହିଛି, ତା ସହିତ ପାର୍କରେ ନିର୍ମାଣ ବିଳାସପୂର୍ଣ୍ଣ ଘର ରେସ୍ତୁରାଣ୍ଟ ପାର୍କରେ ତାଲା ଝୁଲିବା ଫଳରେ ଏଠାକୁ ଆସୁଥିବା କୁନି କୁନି ପିଲାମାନେ ଅନ୍ୟ ରାସ୍ତା ଦେଇ ଏହି ଭଙ୍ଗା ସାମଗ୍ରୀରେ ଖେଳି ଆହତ ହୋଉଥିବା ନଜିର ଅଛି l ନଳବାଉଁଶରେ ନିର୍ମାଣ ହୋଇଥିବା ରେସ୍ତୁରାଣ୍ଟ ସମ୍ପୂର୍ଣ ଭାବରେ ଭାଙ୍ଗିରୁଜି ମାଟିରେ ମିଶିବାକୁ ବସିରହିଛି l ଆଉ କୋଉ କୋଉ ଘରର ଟିଣ ଉଡିଯାଇଥିବା ବେଳେ, ଅନାବନା ଗଛ ସହିତ କଣ୍ଟା ବଣରେ ଘେରି ରହିଛି ଏହି ବିଳାସପୁର୍ଣ ବାଉଁଶ ଘର l

    ଆଉ ଏହି ବାଉଁଶ ଘରେ କିଛି ଲୋକେ ରହୁଥିବା ଦେଖିବାକୁ ମିଳିଛି l ଏହି ବାଉଁଶ ଘରେ କିଏ ରହୁଛନ୍ତି ? ଆଉ କାହା ନିର୍ଦ୍ଦେଶରେ ରହୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ଯେଉଁ ପରିତ୍ୟକ୍ତ ରେସ୍ତୁରାଣ୍ଟ ମଧ୍ୟରେ ଦିନ ଓ ରାତି  ଅସାମାଜିକ ବ୍ୟକ୍ତିଙ୍କ ଆଡସ୍ଥଳୀ ସହିତ ବହୁ ବେଆଇନି କାର୍ଯ୍ୟ ଚାଲୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି lୱାଟର ପାର୍କ ପାଇଁ ଆସିଥିବା ବହୁ ଜେଟସ୍କି ସହିତ ପେଡାଲ ବୋଟ ନଷ୍ଟ ହୋଇ ପଡ଼ିରହିଛି  l ବର୍ତମାନ ଏହାର ରକ୍ଷଣାବେକ୍ଷଣ କାହା ହାତରେ  ?  କଣ ପାଇଁ ଏହାର ଦାୟିତ୍ୱ ନିଆଯାଉନାହିଁ  ? ବଡକୁଳ ପାନ୍ଥନିବାସ ଦାୟିତ୍ୱରେ ଥିବା ଅଧିକାରୀ କରୁଛନ୍ତି କଣ  ?? ଯାହା ବର୍ତମାନ ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ଜୋର ଧରିଛି   l

    ଚିଲିକା ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗରୁ କୋଟି କୋଟି ଟଙ୍କା ଆସି ଖର୍ଚ୍ଚ ହୋଇଥିବା ସ୍ଥଳେ  । ଏ ସଂକ୍ରାନ୍ତ ରେ ବଡକୁଳ OTDC ର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରେ ସେ କ୍ୟାମରେ ସାମ୍ନାରେ କିଛି କହିବା ପାଇଁ ସିଧାସିଧା ମନା କରିଥିଲେ  lଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ କେବେ ଦୃଷ୍ଟି ପଡିବ ତାହା କେବଳ ଦେଖିବାକୁ ବାକି ରହିଲା ।

  • ନଦୀକୁ ଡେଇଁ ଯୁବକ ନିଖୋଜ

    ନଦୀକୁ ଡେଇଁ ଯୁବକ ନିଖୋଜ

    ତିରିଶ ବର୍ଷିୟ ଯୁବକଙ୍କ ଚରମ ନିଷ୍ପତ୍ତି ପୋଲ ଉପରୁ ନଦୀକୁ ଡେଇଁ ପଡିଲେ,ଯୁବକ ଜଣଙ୍କ ହେଉଛନ୍ତି ଡେରାବିଶ ବ୍ଲକ ସଦର ଥାନା ଅନ୍ତର୍ଗତ ବସପୁର ଅଞ୍ଚଳ ନରିଲୋ ଗ୍ରାମର ସୁର ସ୍ୱାଇଁ ଙ୍କ ପୁଅ ଲକି ଓରଫ ଶୁଭମ ଶେଖର ସ୍ୱାଇଁ I ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟକ୍ରମ ଜାରିରଖିଛି I ତେବେ ଯୁବକ ଜଣଙ୍କ ସ୍ଥାନୀୟ ଏକ ଘରୋଇ କମ୍ପୁଟର କୋଚିଂ ସେଣ୍ଟରରୁ ଟ୍ରେନିଂ ନେଉଥିଲେ I ଗତକାଲି ତାଙ୍କର ପାରିବାରିକ କଳହରୁ ଝଗଡା ହୋଇଥିଲା ଯାହା ଫଳରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି I ଘଟଣା ସ୍ଥଳରେ ଉଭୟ କୁଦାନଗରୀ ଥାନା ପୋଲିସ ଓ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି I

  • ଅଜଣା ଗାଡି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

    ଅଜଣା ଗାଡି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

    ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଠାରେ ଥିବା ଓଁ ବିଦ୍ୟା ଭାରତୀ ଆବାସିକ ମହାବିଦ୍ୟାଳୟ ର ଜଣେ ଛାତ୍ରଙ୍କ ର ଏକ ଅଜଣା ଗାଡି ଧକ୍କା ରେ ମୃତ୍ୟୁ ହୋଇଛି |ମୃତକ ଛାତ୍ର ଜଣକ ହେଲେ ଦେବଗଡ ଜିଲ୍ଲା ଛେପିଲିପାଲି ଗ୍ରାମ ର ହରି ଚନ୍ଦ୍ର ସ୍ୱାଇଁ ଙ୍କ ପୁଅ ରୁପେଶ ସ୍ୱାଇଁ | ରୁପେଶ ଗତ ଏକ ବର୍ଷ ହେବ ଓଁ ବିଦ୍ୟା ଭାରତୀ ଆବାସିକ ମହାବିଦ୍ୟାଳୟ ରେ ରହି ପାଠ ପଢୁଥିଲେ , ଚଳିତ ବର୍ଷ ସେ ଯୁକ୍ତ ଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷ ରେ ପାଠ ପଢୁଥିଲେ ।ଯେହେତୁ କଲେଜ ଟି ସମ୍ପୂର୍ଣ ଆବାସିକ ଥିଲା ତେଣୁ ଏହି କଲେଜ ର ହଷ୍ଟେଲ ରେ ହିଁ ରୁପେଶ ରହି ଆସୁଥିଲେ ।

    ଆଜି ସକାଳେ ରୁପେଶ ଙ୍କ ବାପା ହରି ଚନ୍ଦ୍ର ସ୍ୱାଇଁ ଙ୍କ ନିକଟକୁ ହଷ୍ଟେଲ ର ୱୟଡେନ ଫୋନ କରି ଜଣାଇଥିଲେ କି ଆପଣଙ୍କ ପୁଅ ର ଏକ ଦୁର୍ଘଟଣା ହୋଇଛି , ସେ ହସିପିଟାଲ ରେ ଅଛି, ଆପଣ ଶୀଘ୍ର ଆସନ୍ତୁ । ହରିଚନ୍ଦ୍ର ଦେବଗଡ ରୁ ଅନୁଗୋଳ ହସ୍ପିଟାଲ କୁ ଆସିଲା ବେଳକୁ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ର ମୃତ୍ୟୁ ହୋଇ ସାରିଛି । ତେବେ କଲେଜ କର୍ତ୍ୟୁପକ୍ଷ ଙ୍କୁ ପଚାରିବାରୁ ସେ କହିଥିଲେ କି ଆପଣଙ୍କ ପୁଅ ରାତି ପ୍ରାୟ ୧.୧୫ ସମୟରେ ହଷ୍ଟେଲ ରୁ ସାର ଙ୍କ ଗାଡି ଧରି ପଳାଇଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ର ଟାଟା ସୋରୁମ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଯାହା ଫଳରେ ଆମେ ତାକୁ ସେଠାରୁ ଆଣି ହସ୍ପିଟାଲ ଭର୍ତି କରିଥିଲୁ ଓ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ |

    ତେବେ ଘଟଣା ଟିକୁ ନେଇ ପରିବାର ପକ୍ଷରୁ କଲେଜ କର୍ତ୍ୟୁପକ୍ଷ ଙ୍କ ଅବହେଳା ଦର୍ଶାଇ ନାଲକୋ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି , ରୁପେଶ ଙ୍କ ବାପା ଙ୍କ ଅଭିଯୋଗ କି କଲେଜ ର ଦାୟିତ୍ୱ ହୀନ ପାଇଁ ତାଙ୍କ ପୁଅ ର ମୃତ୍ୟୁ ଘଟିଛି |ରାତି ସମୟରେ ସେ କାହିଁକି ହଷ୍ଟେଲ ରୁ ବାହାରକୁ ଗଲା ?ଯଦି ଯିବାର ଥିଲା ତେବେ ଗାଡି କେଉଁଠୁ ପାଇଲା ଓ ଗାଡି ର ଚାବି ତାକୁ କିଏ ଦେଇଥିଲା ?ହଷ୍ଟେଲ ରୁ ତାଙ୍କ ପୁଅ ଗଲା ସମୟରେ ୱୟଡେନ କଣ କରୁଥିଲେ ? ରୁପେଶ ଏକା ଯାଇଥିଲା କି ତାଙ୍କ ସହ ଆଉ କିଏ ଥିଲା।ଏଭଳି ଅନେକ ଅଭିଯୋଗ କରିଛନ୍ତି | ଏ ଘଟଣାକୁ ଚପାଇ ଦେବାକୁ ବହୁ ଦଲାଲ ମଧ୍ୟ ଲାଗି ପଡିଛନ୍ତି।

  • ବଜାର କମିଟି ଏବଂ ଇକ୍ରିସେଟର ମିଳିତ ଆନୁକୁଲ୍ୟରେ ସଚେତନତା ଶିବିର

    ବଜାର କମିଟି ଏବଂ ଇକ୍ରିସେଟର ମିଳିତ ଆନୁକୁଲ୍ୟରେ ସଚେତନତା ଶିବିର

    କୋରାପୁଟ ସ୍ଥାନୀୟ ସଦଭାବନା ସଭାଗୃହ ସ୍ଥିତ ମିନି ସମ୍ମିଳନୀ କକ୍ଷରେ କୋରାପୁଟ ନିୟନ୍ତ୍ରିତ ବଜାର କମିଟି ଏବଂ ଇକ୍ରିସେଟ (ଆଇ କେ ଆର୍ ଆଇ ଏସ ଏ ଟି) ର ମିଳିତ ଆନୁକୁଲ୍ୟରେ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହ ସ୍ଥାପନା ସମ୍ପର୍କରେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା। କୋରାପୁଟ ନିୟନ୍ତ୍ରିତ ବଜାର କମିଟିର ଭାରପ୍ରାପ୍ତ ସମ୍ପାଦକ ଅରୁଣ କୁମାର ଜେନା ଅଧ୍ୟକ୍ଷତା କରି ଶିବିରରେ ଯୋଗଦେଇଥିବା ସମସ୍ତ ଚାଷୀ ମାନଙ୍କୁ ସ୍ଵାଗତ କରିବା ସହ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହରେ ଚାଷୀମାନେ ନିଜ ଉତ୍ପାଦିତ ପରିବାକୁ ସଂରକ୍ଷଣ କରି କିଭଳି ଅଭାବି ବିକ୍ରୀର ଶିକାର ନହୋଇ ଉପଯୁକ୍ତ ଦର ପାଇ ବିକ୍ରି କରି ଅଧିକ ଲାଭବାନ ହେବେ ସେ ସମ୍ପର୍କରେ ଚାଷୀ

    ମାନଙ୍କୁ ସଚେତନ କରିଥିଲେ। ଓଡ଼ିଶା କୃଷି ବିପଣନ ପରିଷଦ ଭୁବନେଶ୍ୱର ବିଭିନ୍ନ ଯୋଜନା ମାଧ୍ୟମରେ କୃଷକ ମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଦିଗରେ କଣ ସବୁ ପଦକ୍ଷେପ ନେଉଛି ସେ ସମ୍ପର୍କରେ ଆଇ କେ ଆର୍ ଆଇ ଏସ ଏ ଟିର ବୈଜ୍ଞାନିକ ଡ଼, ଶାଶ୍ଵତ କୁମାର ପାଣି ଓ ଲକ୍ଷ୍ମୀକାନ୍ତ ଜି ଚାଷୀ ମାନଙ୍କୁ ଅବଗତ କରିଥିଲେ। କୋରାପୁଟ ଜିଲ୍ଲାର ବୃହତ୍ତମ ପରିବା ହାଟ କୁନ୍ଦୁଲି ଠାରେ ଏକ ପେକିଂ ଗୃହ ସ୍ଥାପନା କରାଯିବ ବୋଲି ସୂଚନା ଦିଆ ଯାଇଥିଲା । ସଚେତନତା ଶିବିରରେ କୋରାପୁଟ ଉପଖଣ୍ଡର ୭ ଗୋଟି ଏ ଫ୍ ଓ ର ସିଇଓ ଏବଂ ଚାଷୀ ମାନେ ବୈଠକରେ ଯୋଗ ଦେଇ ଆର୍ ଏମ ସି ଗ୍ରହଣ କରୁଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ବରିଷ୍ଠ କିରାଣୀ କୈଳାଶ ଚନ୍ଦ୍ର ସାହୁ ସଚେତନତା ଶିବିର ପରିଚାଳନା କରିଥିବାବେଳେ ଶେଷରେ ମଣ୍ଡି ଆନାଲିଶିଷ୍ଟ ଅରୁଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ ଏମ ସି କର୍ମଚାରୀ ଉପେନ୍ଦ୍ର ମହାନ୍ତି, ଅଜୟ ସେଠୀ, ପ୍ରଫୁଲ୍ଲ ଦେବତା, ବିନୋଦ ପଟ୍ଟନାୟକ, ଭରତ ବେହେରା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲ.

  • ୭୦ତମ ପ୍ରତିଷ୍ଠା ଦିବସ ପାଳନ କଲେ ମଜଦୂର ସଂଘ

    ୭୦ତମ ପ୍ରତିଷ୍ଠା ଦିବସ ପାଳନ କଲେ ମଜଦୂର ସଂଘ

    ରାୟଗଡ଼ା ସ୍ଥିତ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଭାରତୀୟ ମଜଦୂର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରରେ ଗାନ୍ଧୀ ପାର୍କ ଠାରୁ ଏକ ପଦଯାତ୍ରାରେ ବାହାରି କୃଷ୍ଣଚନ୍ଦ୍ର ନଗର ଭବନଠାରେ ପହଞ୍ଚି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା ଏବଂ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ପୂଷ୍ପ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ବଳନ କରି ଶ୍ରମିକ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶ୍ରମିକ ଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଜିଲ୍ଲା ପ୍ରଚାରକ ଶଙ୍କର ପ୍ରଧାନ , ସକ୍ଷମର ରାଜ୍ୟ ସଂରକ୍ଷକ , ସମାଜସେବୀ ତଥା କର୍ମଜୀବି ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ।

    ଏବଂ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ସ୍ଵାଧୀନତା ପ୍ରାପ୍ତି ପରେ ଶ୍ରମିକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଭିନ୍ନ ଭିନ୍ନ ରାଜନୈତିକ ବିଚାର ଧାରା ରଖୁଥିବା ଅନେକ ଗୁଡ଼ିଏ ଶ୍ରମିକ ସଂଘଠନ ସୃଷ୍ଟି ହୋଇଥିଲା। ଏହାପରେ ରାଜନୈତିକ ବିଚାରା ଧାରା ଠାରୁ ଦୂରେଇ ରହି ଶ୍ରମିକ ମାନଙ୍କ ହିତ ପାଇଁଁ ଭାରତୀୟ ବିଚାର କୁ ଦୃଷ୍ଟିରେ ରଖି ଏକ ଅଣ ରାଜନୈତିକ ଶ୍ରମିକ ସଂଗଠନ ଏବଂ ଭାରତୀୟ ବିଚାର ରେ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ନେଇ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ବିଚାର ଧାରା କରିଥିଲେ। ଏନେଇ ଆଜି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ୭୦ ବର୍ଷ ପୂର୍ତ୍ତି ପାଳନ କରିଆସୁଛି ଭାରତୀୟ ମଜଦୂର ସଂଘ ବୋଲି ପ୍ରକାଶ କରିଥିଲେ ।

    ଅନୁଷ୍ଠିତ କାର୍ଯ୍ୟ କ୍ରମରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରର୍ଜର୍ସ ଆସୋସିଏସନ୍, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ , ଜେ କେ ପେପର ମଜଦୂର ସଂଘ , ଉତ୍କଳ ଆଲୁମିନା ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୂର ସଂଘ , ବିଶ୍ଵକର୍ମା ମଜଦୁର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ଇମ୍ଫା ଶ୍ରମିକ ସଂଘ , ପାଚିକା ସଂଘ , ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ , ରାୟଗଡ଼ା ଜିଲ୍ଲା ରାଜ ମେସ୍ତୀରି ସଂଘ , ରାୟଗଡ଼ା ଜିଲ୍ଲା ଅଟୋ ଚାଳକ ସଂଘ ଏବଂ ୧୧ ଟି ବ୍ଲକ ର ସମସ୍ତ ବ୍ଳକର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ,ଉପସଭାପତି ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ,ଉପସଭାପତି ଶ୍ରୀ ଦୂର୍ଗା ମାଧବ ଘୋଷ , କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାସ , ଶ୍ରୀମତୀ ନେହା ସିଂ , ଶ୍ରୀ ଧର୍ମ ସିଂ ନାଗ, ପରମା ନନ୍ଦ ପ୍ରଧାନ , ଏ ତିରୁପତି ରାଓ , ଆନନ୍ଦ ରାଉଳ , , ରାମକୃଷ୍ଣ ପାଣିଗ୍ରାହୀ , କେ ରାମ ବାବୁ , ଗୀତାଞ୍ଜଳି ହିଆଲ , ନୀରଞନ ସେନାପତି , ପରମାନନ୍ଦ ପ୍ରଧାନ , ଆନନ୍ଦ ରାଓ , ସୁନ୍ଦର ରାଓ କାଡ୍ରାକା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଅରୁଣ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

  • ଯାଜପୁର ଆରଟିଓ ପକ୍ଷରୁ ୨୦ ନମ୍ବର ଜାତୀୟ ରାଜପଥ ଯାଞ୍ଚ

    ଯାଜପୁର ଆରଟିଓ ପକ୍ଷରୁ ୨୦ ନମ୍ବର ଜାତୀୟ ରାଜପଥ ଯାଞ୍ଚ

    ଯାଜପୁର ଆରଟିଓ ପାଣିକୋଇଲି କେନ୍ଦୁଝର 20ନମ୍ବର ଜାତୀୟ ରାଜପଥ ଆଲିଆ ଛକ ଠାରେ ପରିବହନ ବିଭାଗ ତରଫରୁ ସମସ୍ତ ଯାତ୍ରୀ ବାହି ବସ ଗୁଡିକୁ କଡା କଡ଼ି ଯାଞ୍ଚ କରାଯାଇଛି l ଅନ୍ୟ ଜିଲ୍ଲାର ରୁଟ୍ର ପରମିଟରେ ଯାଜପୁର ଓ କେନ୍ଦୁଝରରୁ କଟକକୁ ବସ୍ ଚଳାଚଳ କରୁଛି। ମାଲିକ ନିଜର ଲାଭ ପାଇଁ ପରିବହନ ବିଭାଗକୁ ଭୁଆଁ ବୁଲାଇ ଚାଲିଛନ୍ତି । ଅନେକ ସମୟରେ ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ ନେଉଥିବା ଅଭିଯୋଗ ହୋଇଥିଲା l ଏହାକୁ ଆଖି ଆଗରେ ରଖି ଗାଡ଼ିର ପରମିଟ, ଲାଇସେନ୍ସ,ଅନ୍ୟାନ୍ୟ କାଗଜପତ୍ର, ଭଡ଼ା ବୋର୍ଡ ପ୍ରଦର୍ଶନ କରିବା ଏବଂ ଯାତ୍ରୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ତାଗିତ କରାଯାଇଥିଲା l ପରିବହନ ଅଧିକାରୀ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଦୀପକ କୁମାର ସେଠୀ, ରଜତ ଶତପଥୀ, ଜୁନିୟର ଏମ୍‌ଭିଆଲ ପ୍ରଦୀପ କିଶୋର ବେହେରା ଓ ଏନ୍‌ଫୋର୍ସମେଣ୍ଟ ସାମିଲ ହୋଇଥିଲେ। ଆଗାମୀ ଦିନରେ ପରିବହନ ନିୟମ ଉଲଂଘନ ଏବଂ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସତର୍କ କରାଇଛନ୍ତି l

  • ବଡ଼ ମାଛ ଭାବି ଜାଲକୁ ଟାଣିବାବେଳେ ବାହାରିଲା ମଣିଷ ଶବ

    ବଡ଼ ମାଛ ଭାବି ଜାଲକୁ ଟାଣିବାବେଳେ ବାହାରିଲା ମଣିଷ ଶବ

    ସମୁଦ୍ରରେ ଜାଲ ପକାଉଥିବା ବେଳେ ଜାଲରେ ପଡିଲା ଅଜଣା ବ୍ୟକ୍ତିର ଶବ। ଜଟାଧାର ମୁହାଁଣ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମତ୍ସ୍ୟଜୀବୀଙ୍କ ସୂଚନା ଅନୁଯାଇ, କିଛି ମତ୍ସ୍ୟଜୀବୀ ଜଟାଧାର ମୁହାଁଣ ଭୋସକାଲିସ ପଏଣ୍ଟ ନିକଟରେ ଜାଲ ପକାଉଥିଲେ। ଜାଲଟି ଭାରି ଲାଗିବା ସହିତ, ଜାଲ କୂଳକୁ ଟାଣି ହୋଇନଥିଲା। ଫଳରେ ବଡ ମାଛ ପଡିଛି ଭାବି ତିନିଜଣ ମତ୍ସ୍ୟଜୀବୀ ଜାଲକୁ କୂଳକୁ ଟାଣିଥିଲେ। ବଡମାଛ କାଳେ ଜାଲରୁ ଖସିଯିବ ଭାବି ଦୁଇଜଣ ମତ୍ସ୍ୟଜୀବୀ ପାଣିରେ ପଶି ଜାଲକୁ ଟେକିଥିଲେ। ମାତ୍ର ମାଛ ବଦଳରେ ଶବକୁ ଦେଖି ଜାଲ ଛାଡି ମତ୍ସ୍ୟଜୀବୀମାନେ ଦୌଡିଥିଲେ। ପରେ ସ୍ଥାନୀୟ କିଛି ଯୁବକ ମତ୍ସ୍ୟଜୀବୀଙ୍କ ସହିତ ମିଶି ଜାଲକୁ ଶୁଖିଲାକୁ ଟାଣି ଆଣିଥିଲେ। ଶବଟି ପଚି ଯାଇଥିବା ବେଳେ ଶବର କିଛି ଅଂଶ ମାଛ ଖାଇଦେଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଜଟାଧାର ମୁହାଁଣ ମେରାଇନ ଥାନାକୁ ଖବର ଦିଆଯାଇଛି, ପୋଲିସ ପହଞ୍ଚି ଏବେ ତଦନ୍ତ ଆରମ୍ଭ କରିଛି। ଶବଟି ପାଖାପାଖି ୮ ଦିନରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡୁଛି ।

  • ସୁନାବେଡାରେ ନ୍ୟୁଟ୍ରି ହନି ଫ୍ଲେକ୍ସ ଏଲ ଏଲ ପି , ମିଲେଟ୍ସ ଉତ୍ପାଦର ଶାଖା ଉଦଘାଟିତ

    ସୁନାବେଡାରେ ନ୍ୟୁଟ୍ରି ହନି ଫ୍ଲେକ୍ସ ଏଲ ଏଲ ପି , ମିଲେଟ୍ସ ଉତ୍ପାଦର ଶାଖା ଉଦଘାଟିତ

    ମିଲେଟ ଉତ୍ପାଦର ଚାହିଦା ଦେଶ ବିଦେଶରେ ବ୍ୟାପୀଥିବା ବେଳେ ବିଶାଖାପାଟଣା ସ୍ଥିତ ନ୍ୟୁଟ୍ରି ହନି ଫ୍ଲେକ୍ସ ଏଲ ଏଲ ପି ର ଏକ ଅଧିକୃତ ଶାଖା ସୁନାବେଡା ହାଲ ସହରାଞ୍ଚଳ ରେ ଆରମ୍ଭ କରାଯାଇଛି। ଏହାର ଉଦଘାଟନ ସମାରୋହରେ ହାଲ ହସପିଟାଲର ବରିଷ୍ଠ ଚିକିତ୍ସାଧିକାରୀ ଡ଼ା.ସଞ୍ଜୟ ପାଲ୍, ଓସମାନିଆ ବିଶ୍ୱବିଦ୍ୟାଳୟର ଏମ. ଭେଙ୍କଟ ଦାସ ଏବଂ ମିଲେଟସ୍ ମ୍ୟାନ ଜି.ସନ୍ତୋଷ କୁମାର ଏବଂ କେ.ଉଷା ନାଗା ପ୍ରସୁନା ‘ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ମ୍ୟୁଜିକଲ ନାଇଟ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏଥିରେ ଅଂଶ ଗ୍ରହଣ କରିଥିବା କୁନି କୁନି ପିଲା ମାନଙ୍କୁ ପୁରସ୍କୃତ କରଯାଇଥିଲା।

    ନ୍ୟୁଟ୍ରି ହନି ଫ୍ଲେକ୍ସ ଏଲ ଏଲ ପି ପ୍ରତିଷ୍ଠାନ ର ପ୍ରତିନିଧି କେ.ଉଷା ନାଗା ପ୍ରସୁନା” ଜଣେ ଜାତୀୟ ସ୍ତରର ପୁରସ୍କାର ପ୍ରାପ୍ତ ମିଲେଟସ ପ୍ରଶିକ୍ଷିକା ତଥା ଉଦ୍ୟୋଗପତି ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ମିଲେଟସ ଜାତୀୟ ଖାଦ୍ୟ ଶସ୍ୟ ଅମଳ ତଥା ଏହାର ବ୍ୟବସାୟୀ କରଣ ସମ୍ବନ୍ଧରେ ଏସ ଏସ ଜି ସଦସ୍ୟ ତଥା କୃଷକ ମାନଙ୍କୁ ସଚେତନ କରନ୍ତି । ଏତଦ୍ ବ୍ୟତୀତ ସେମାନଙ୍କୁ ମୂଲ୍ୟଯୁକ୍ତ ଉତ୍ପାଦଗୁଡିକ ସମ୍ବନ୍ଧରେ ତାଲିମ ଦିଅନ୍ତି ଯଦ୍ଵାରା ସେମାନେ ସେମାନଙ୍କ କଞ୍ଚାମାଲ ରେ ସର୍ବାଧିକ ସହାୟକ ମୂଲ୍ୟ ପାଇପାରିବେ। କେ.ଉଷା ନାଗା ପ୍ରସୁନା ଙ୍କ ଉପସ୍ଥିତି କୋରାପୁଟ ଜିଲ୍ଲାର କୃଷକ ମାନଙ୍କ ପାଇଁ ଲାଭପ୍ରଦ ହେବ ବୋଲି ଆଶା କରାଯାଉଛି।

  • ନ୍ୟୁଜ ସଂଗ୍ରହ କରି ଫେରିବା ବାଟରେ ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ

    ନ୍ୟୁଜ ସଂଗ୍ରହ କରି ଫେରିବା ବାଟରେ ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ

    ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ବଉଳିଗଡ଼ ପଞ୍ଚାୟତ ଅଞ୍ଚଳରେ ନ୍ୟୁଜ କରି ଫେରିବା ବାଟରେ ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ସାମ୍ବାଦିକ ଜଣକ ହେଲେ ବଅଁରପାଳ ସମ୍ବାଦ ପ୍ରତିନିଧି ତଥା ବ୍ଲକ୍ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ନାୟକ।

    ରାଜେଶ ଆଜି ସକାଳେ ନ୍ୟୁଜ ସଂଗ୍ରହ ପାଇଁ ବଅଁରପାଳ ଆସି ଘରକୁ ଫେରିବା ସମୟରେ ବଉଳିଗଡ଼ ପଞ୍ଚାୟତ ବ୍ରିଜ ଉପରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ରାଜେଶଙ୍କୁ ସ୍ଥାନୀୟ ଲୋକେ ଓ ପରିବାର ସଦସ୍ୟ ବଅଁରପାଳ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ, ରାଜେଶଙ୍କ ଅବସ୍ତା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଯୁବ ସାମ୍ବାଦିକ ରାଜେଶ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ବଅଁରପାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ବ୍ୟଥିତ ହୋଇ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଜିଲ୍ଲାର ସମସ୍ତ ସାମ୍ବାଦିକ ପ୍ରତିନିଧିଗଣ ତାଙ୍କର ଶେଷ ଦର୍ଶନ କରିବାପାଇଁ ବଅଁରପାଳ ଡାକ୍ତରଖାନାରେ ପହଂଚିଥିଲେ ।

    — ବଅଁରପାଳରୁ ଅଜିତ ଭୋଇଙ୍କ ରିପୋର୍ଟ, Suchanatv24x7

  • ପାଇକମାଲଠାରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ

    ପାଇକମାଲଠାରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ

    ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ବରେ କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଗତ ୨୦୨୩ ମସିହାରୁ ଆରମ୍ଭ ହୋଇଥିଲା। ନୀତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୨ଟି ଜିଲ୍ଲା ଏବଂ ୫୦୦ ବ୍ଲକର ଦୁର୍ଗମ ଓ ଅନୁନ୍ନତ ବ୍ଲକମାନଙ୍କୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଭୁକ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ପାଇକମାଲ ବ୍ଲକ ମୁଖ୍ୟାଳୟରେ ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଧର୍ମଶାଳା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଭାତ ଫେରି ଏବଂ ମିନି ମାରାଥନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ବିଭିନ୍ନ ବିଭାଗ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ କରାଯାଇଛି ।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇ ଗରିବ, ଯୁବଗୋଷ୍ଠୀ, ଅନ୍ନଦାତା ଏବଂ ନାରୀଶକ୍ତିର ଯତ୍ନ ନେବା ସହ ସେମାନଙ୍କ ସମ୍ମାନ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଓ ଜିଲ୍ଲାପାଳଙ୍କ ନେତୃତ୍ୱରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକରେ ସମ୍ପୂର୍ଣତା ଅଭିଯାନର ସମସ୍ତ ମାନଦଣ୍ଡ ପୂର୍ଣ କରି ଭାରତର ପ୍ରଥମ ବ୍ଲକ ହେବା ପାଇଁ ଲକ୍ଷ୍ୟ ରଖିବ। ତେଣୁ ଜିଲ୍ଲାର ସମସ୍ତ ଅଧିକାରୀ ତୃଣମୂଳ ସ୍ତରରେ ଯୋଗ୍ୟ ଲୋକଙ୍କୁ ଯୋଜୋନର ସୁବିଧା ଯୋଗାଇବା ପାଇଁ ନିର୍ଦେଶ ଦେଇଛନ୍ତି ।

    ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ନୀତି ଆୟୋଗର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ପଟ୍ଟନାୟକ ଯୋଗଦେଇ ଏହି ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ସମଗ୍ର ବ୍ଲକର ସାମଗ୍ରିକ ବିକାଶ ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏଥିରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ସମ୍ପୁର୍ଣତା ଅଭିଯାନ ଅନୁଯାୟୀ ପାଇକମାଲ ବ୍ଲକର ସାମଗ୍ରିକ ବିକାଶ ପାଇଁ ସମସ୍ତ ପ୍ରସ୍ତୁତି ବିଷୟରେ ବୁଝାଇ କହିଥିଲେ।