Category: ଜିଲ୍ଲା

  • ଅଶାନ୍ତ ଓଡିଶା, ହିଂସାତ୍ମକ ରାଜନୀତି, ମରଣାନ୍ତକ ଆକ୍ରମଣର ଶିକାର ହେଲେ ଧର୍ମଶାଳା ବିଧାୟକ

    ଅଶାନ୍ତ ଓଡିଶା, ହିଂସାତ୍ମକ ରାଜନୀତି, ମରଣାନ୍ତକ ଆକ୍ରମଣର ଶିକାର ହେଲେ ଧର୍ମଶାଳା ବିଧାୟକ

    ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କୌଣସି କାର୍ଯ୍ୟରେ ଯାଜପୁର ଟାଉନସ୍ଥିତ ଡିଡିଏମ ଅଫିସ ଯିବା ସମୟରେ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଢ଼ା ବ୍ରିଜ ନିକଟରେ ବିରଜା ହାଟ ସ୍ଥାନାନ୍ତର ଘଟଣାରେ ଶତାଧିକ ଲୋକ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରିଥିଲେ ।

    ବୁଧବାର ରାତିରେ ଯାଜପୁର ଟାଉନ ଥାନା ବୁଢ଼ାଘାଟରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ୧୫ରୁ ୨୦ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କୌଣସି କାର୍ଯ୍ୟରେ ଯାଜପୁର ଟାଉନସ୍ଥିତ ଡିଡିଏମ ଅଫିସ ଯିବା ସମୟରେ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଢ଼ା ବ୍ରିଜ ନିକଟରେ ବିରଜା ହାଟ ସ୍ଥାନାନ୍ତର ଘଟଣାରେ ଶତାଧିକ ଲୋକ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରିଥିଲେ ।ଏହି ଆକ୍ରମଣ ସମୟରେ ଆକ୍ରମଣକାରୀମାନେ ବିଧାୟକଙ୍କ ଗାଡି ଭାଙ୍ଗିବା ସହ ସୁନାଚେନ ଲୁଟି ନେଇଥିବା ବିଧାୟକ ହିମାଂଶୁ ଅଭିଯୋଗ କରିଛନ୍ତି ।

    ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଲୋକ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ବିଧାୟକ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣକାରୀମାନେ ତାଙ୍କ ଗାଡ଼ିକୁ ରଡ, ଠେଙ୍ଗାରେ ପିଟିବା ସହ ତାଙ୍କର ସୁନାଚେନ ଛିଡ଼ାଇ ନେଇଥିଲେ ।

    ତେବେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆକ୍ରମଣ ପରେ ବରୁହାବୁଢା ବ୍ରିଜ ନିକଟରେ ବିଜେଡି ଓ ବିଜେପି ସମର୍ଥକ ମୁହାଁମୁହଁ ହୋଇଥିଲେ । ପୁଲିସ ଉପସ୍ଥିତିରେ ଗଣ୍ଡଗୋଳ ହୋଇଛି ବୋଲି କୁହାଯାଉଛି ।

  • ଓଲଟିଲା ବିଲାତି ଟ୍ରକ,ମାଲାମାଲ ଲୋକେ ଟ୍ରେ ଟ୍ରେ ବିଲାତି…

    ଓଲଟିଲା ବିଲାତି ଟ୍ରକ,ମାଲାମାଲ ଲୋକେ ଟ୍ରେ ଟ୍ରେ ବିଲାତି…

    କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଚେମଣା ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣା ପରେ ଲୋକେ ଟ୍ରକରୁ ଟ୍ରେ ଟ୍ରେ ବିଲାତି ବୋହି ନେଇଛନ୍ତି। ଆଉ କିଛି ଟମାଟୋ ଟ୍ରେ ମଧ୍ଯ ଏଣେତେଣେ ବିଛେଇ ହୋଇ ପଡିଛି । ବେପାରୀ ମାନେ ମଧ୍ୟ ଏହାକୁ ନେଇ ବିକ୍ରି କରିଛନ୍ତି ।ବର୍ତ୍ତମାନ ବିଲାତି ଦାମ ଅଧିକ ଥିବା ବେଳେ ଏଭଳି ଘଟଣା ପରେ ବିଲାତି ଦାମ କିଛି ସମୟ ପାଇଁ କମିଯାଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଟ୍ରକ ଟି କେନ୍ଦୁଝର ପଟରୁ କଲିକତା ଆଡ଼କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ରେ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ରେ ଟ୍ରକ ଚାଳକ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

  • ବର୍ଷେ ବି ଯାଇନି ମଝି ରାସ୍ତା ଫାଟି ଆଁ, ପିଚୁ ଗିଳିଗଲେ କଣ୍ଟ୍ରାକ୍ଟର

    ବର୍ଷେ ବି ଯାଇନି ମଝି ରାସ୍ତା ଫାଟି ଆଁ, ପିଚୁ ଗିଳିଗଲେ କଣ୍ଟ୍ରାକ୍ଟର

    ପୂର୍ବ ସରକାରରେ ରାଜନଗର ବ୍ଲକ ପେଣ୍ଠ ଲୁଣା ବନ୍ଧ ସାଜିଥିଲା କଣ୍ଟ୍ରାକ୍ଟର ମାନଙ୍କ ଲୁଟର ହବ ସେଣ୍ଟର । ନିମ୍ନ ମାନର କାମ କରି କୋଟି କୋଟି ଟଙ୍କା ଲୁଟ୍ ହୋଇଥିବା ଅନେକ ସମୟରେ ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ପର୍ଯ୍ୟଟକ ମାନଙ୍କ ଯାତାୟାତର ସୁବିଧା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଟେଣ୍ଡର ହୋଇ ଲୁଣା ବନ୍ଧ ଉପରେ ହୋଇଥିଲା ପିଚୁ ରାସ୍ତା, କିନ୍ତୁ ଦୁଃଖର କଥା କାର୍ଯ୍ୟ ବର୍ଷେ ନ ପୂରୁଣୁ ରାସ୍ତା ମଝିରୁ ପିଚୁ ଫାଟି ଆଁ କରିଛି !

    ସେହି ସବୁ ଫାଟ ଯେମିତି ପର୍ଯ୍ୟଟକ ମାନଙ୍କ ଜୀବନ ନେବା ପାଇଁ ଅନେଇ ବସିଛି । ଚଳିତ ବର୍ଷ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଳ ସମ୍ପଦ ବିଭାଗ ତରଫରୁ କୋଟି କୋଟି ଟଙ୍କାର ଟେଣ୍ଡର ହୋଇ ଏହି ଲୁଣା ବନ୍ଧ ଉପରେ ପର୍ଯ୍ୟଟକ ମାନଙ୍କ ପାଇଁ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା ।ପ୍ରତି ୫ କିଲୋମିଟର ପିଚୁ ରାସ୍ତା ପାଇଁ ଜଣେ ଲେଖାଏଁ କଣ୍ଟ୍ରାକ୍ଟରଙ୍କୁ ଟେଣ୍ଡର ବି ଦିଆଯାଇଥିଲା ।

    ଯେଉଁ କଣ୍ଟ୍ରାକ୍ଟର ମାନେ ଏହି ରାସ୍ତା କାର୍ଯ୍ୟକୁ ହାତକୁ ନେଇଥିଲେ ସେମାନେ ଟଙ୍କା ଖିଆ ମନବୃତି ରଖି ରାସ୍ତା ନିମ୍ନ ମାନର କରିଥିଲେ,ରାସ୍ତା ନିର୍ମାଣ ସମୟରେ ରାସ୍ତାର ଦୁଇ ପାର୍ଶ୍ଵରେ ମାଟି ମଜବୁତ ନକରି କେବଳ ନାଲିଆ ମୋରମ ମାରି ଉପଯୁକ୍ତ ପରିମାଣ ଠାରୁ କମ ପିଚୁ ଢାଳି ରାସ୍ତା କାମ ସାରିଦେଇଥିଲେ ଯାହାର ପରିମାଣ ସ୍ୱରୂପ ଆଜି ଏହି ରାସ୍ତା ମଝିରୁ ୩ ଫୁଟ ତଳୁ ଫାଟି ଯାଇଛି ।

    ଯାହା ପର୍ଯ୍ୟଟକ ମାନଙ୍କ ପାଇଁ ସିଉଳି ସାଜିଛି ଯମ, କାରଣ ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆସିଛି, ପ୍ରତି ବର୍ଷ ଭଳି ଚଳିତ ବର୍ଷରେ ପେଣ୍ଠ ବେଳାଭୂମି ଠାରେ ଇକୋ ରିଟ୍ରିଟ କରାଯାଇଛି, ଯେଉଁଠିକୁ ପର୍ଯ୍ୟଟକ ମାନଙ୍କ ଭିଡ଼ ଜମିବ କିନ୍ତୁ ଏହି ଫଟା ପିଚୁ ରାସ୍ତା ଉପରେ ପର୍ଯ୍ୟଟକ ମାନଙ୍କ ଗମନାଗମନ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?

    ଟଙ୍କାଖିଆ କଣ୍ଟ୍ରାକ୍ଟର,ଅଫିସର ଓ ନେତା ମନ୍ତ୍ରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ପୁଣି ସେହି ଲୁଣା ବନ୍ଧ ଉପରେ ହୋଇଥିବା ଫଟା ରାସ୍ତାର ମରାମତି କରୁଛି ତାହା ଦେଖିବାକୁ ବାକି ରହିଲା ।

  • ଭିଜିଲାନ୍ସ ଜାଲରୁ ମୁକୁଳି ପାରୁନାହାଁନ୍ତି ସରକାରୀ ବାବୁମାନେ…

    ଭିଜିଲାନ୍ସ ଜାଲରୁ ମୁକୁଳି ପାରୁନାହାଁନ୍ତି ସରକାରୀ ବାବୁମାନେ…

    ଆଉ ଜଣେ ଅଧିକାରୀ ପଡିଲେ ଭିଜିଲାନ୍ସ ଜାଲରେ । ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ଟିମ୍ । ରେଶ ପାଣିଗ୍ରାହୀ ଙ୍କ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି।ରେଡରେ ସୋନପୁର ଭିଜିଲାନ୍ସ ବିଭାଗ ର ଅଧିକାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ପଟିଆ, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ୨ ଆଡିସନାଲ ଏସପି, ୩ ଡିଏସପି, ୭ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ଚାଲିଛି ରେଡ୍। ପୈତୃକ ଘର ସମେତ କାର୍ଯ୍ୟାଳୟ, ସମ୍ପର୍କୀୟଙ୍କ ଘର, ଇଟା ଭାଟି ଓ ପେଟ୍ରୋଲ ପମ୍ପରେ ଏହି ଚଢ଼ାଉ କରାଯାଉଛି। ତେବେ ବାବୁ ଜଣଙ୍କ କେତେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ରଖିଛନ୍ତି ତାହା ଏପର୍ଯ୍ଯନ୍ତ ଜଣାପଡିନାହିଁ ।

  • କେନ୍ଦ୍ରାପଡାରେ ପିଲା ଚୋରି, ପ୍ଲାଷ୍ଟିକ ଡବାରେ ପୁରାଇ ନେଉଥିବା ବେଳେ ଧରିଲେ ଗ୍ରାମବାସୀ

    କେନ୍ଦ୍ରାପଡାରେ ପିଲା ଚୋରି, ପ୍ଲାଷ୍ଟିକ ଡବାରେ ପୁରାଇ ନେଉଥିବା ବେଳେ ଧରିଲେ ଗ୍ରାମବାସୀ

    ପଟ୍ଟାମୁଣ୍ଡାଇ ବ୍ଳକ ନିମପୁର ଶାସନ ଗାଁରେ ପିଲା ଚୋରି ଅଭିଯୋଗରେ ବୁଲା ବେପାରୀ କୁ କାବୁ କଲେ ଗ୍ରାମବାସୀ ।ଏକ ପ୍ଲାଷ୍ଟିକ ଡବା ରେ ଛୋଟ ଶିଶୁକୁ ପୁରାଇ ନେଉଥିବା ବେଳେ ଗ୍ରାମବାସୀ ଙ୍କ ଦ୍ୱାରା ଅଟକ ଅଛି ବୁଲା ବେପାରୀ ।ପଟ୍ଟାମୁଣ୍ଡାଇ ବ୍ଳକ ରାଜନଗର ଶାସନ ଛକରେ ଜଣେ ମହିଳା ଓ ଜଣେ ପୁରୁଷ ଏକ ମୋଟରସାଇକେଲରେ ଗାଁ କୁ ପ୍ଲାଷ୍ଟିକ ଡବା ବିକ୍ରି କରିବାକୁ ଆସି ନିମପୁର ଶାସନ ଗ୍ରାମର ଅରୁଣ ମଳିକ ଙ୍କ ୭ ବର୍ଷ ର ପୁଅଙ୍କୁ ଡବ ରେ ପୁରାଇ ନେଉଥିବାର ଅନ୍ୟ ଏକ ପିଲା ଦେଖି ପାଟିକରିବାରୁ ଗ୍ରାମବାସୀ ମାନେ ଦୁଇଜଣ ଙ୍କୁ ଅଟକାଇ ନିର୍ଧୁମ ପିଟି ପଂଚାୟତ ଗୃହରେ ଅଟକ ରଖିଥିଲେ । ଘଟଣା ସ୍ଥଳରୁ କ୍ଷତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ ।

    ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ପହଂଚି ଦୋଷୀକୁ ପୋଲିସ ଗାଡ଼ିରେ ନେବାବେଳେ ଗ୍ରାମବାସୀ ମାନେ ପୋଲିସ ଗାଡିକୁ ଅଟକାଇ ଗାଡିକୁ ଯିବାକୁ ବିରୋଧ କରିଥିଲେ ଓ ଅଭିଯୁକ୍ତ କୁ ଆକ୍ରମଣ କରିଥିଲେ । ପୋଲିସ ଅଭିଯୁକ୍ତ ଙ୍କୁ ନିଜ ହେପାଜତ ରେ ରଖି ତଦନ୍ତ ଜାରି ରଖିଛି

  • ବିକାଶ ପଥେ ସୁକିନ୍ଦା, ସମବାୟ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

    ବିକାଶ ପଥେ ସୁକିନ୍ଦା, ସମବାୟ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

    ରବିବାର ଦିନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଡକ୍ତର ପ୍ରଦୀପ ବଳ ସାମନ୍ତଙ୍କ ଦ୍ୱାରା ଦାନଗଦି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ କୋଟିଏ ରୁ ଉର୍ଦ୍ଧ ଟଙ୍କା ବିନିଯୋଗରେ ବିଭିନ୍ନ ନୂତନ ପକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସାମନ୍ତଙ୍କ ଦ୍ୱାରା ମଙ୍ଗଳପୁର ପଂଚାୟତର ନୁଆଁଗା, ଖରଡ଼ି, ମଙ୍ଗଳପୁର, ବାଳୁଙ୍ଗାବନ୍ଦୀ, ଓ ତେଲିବାହାଳୀ ଗ୍ରାମରେ ବିଭିନ୍ନ ସ୍କୁଲର ନୂତନ ଶ୍ରେଣୀ ଗୃହ, ମିଶନଶକ୍ତି ଗୃହର ଶୁଭ ଉଦଘାଟନ କରାଯାଇଥିଲା ।

    ମଙ୍ଗଳପୁର ସରପଞ୍ଚ ବାବୁଲି ନଟିଆଙ୍କ ନେତୃତ୍ୟରେ ଶତାଧିକ ବିଜେପି କର୍ମୀ ସାମନ୍ତଙ୍କୁ ମିଲିଟାରୀ ଛକଠାରୁ ପାଛୋଟି ନେଇ ମଙ୍ଗଳ ପୁର ପଂଚାୟତ ପରିବ୍ରହ୍ମଣ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଦାନଗଦି ବ୍ଲକ ପ୍ରତିନିଧି ପ୍ରଶାନ୍ତ ରାୟ, ସୁଧାଂଶୁ ଭଞ୍ଜ, ଦିଲୀପ ନାୟକ, ଧୂଳିଗଡ଼ ସରପଞ୍ଚ ମାନସ ରଣା, ମଙ୍ଗଳପୁର ସମିତିସଭ୍ୟ ବଇନ ରାଉତ ପ୍ରମୁଖ ସାମିଲ ହୋଇଥିଲେ । ବିଗତ ଦିନରୁ ପଂଚାୟତ ରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଖୁବ ଶୀଘ୍ର ସମାଧାନ ହେବ ବୋଲି ମନ୍ତ୍ରୀ ମଙ୍ଗଳପୁର ବାସିଙ୍କୁ ପ୍ରତିଶୃତି ଦେଇଥିଲେ ।

  • ବାଲେଶ୍ବର ଟ୍ରେନ୍ ଲାଇନରୁ ମିଳିଲା ଆଦିବାସୀ ଯୁବତୀଙ୍କ ମୃତଦେହ

    ବାଲେଶ୍ବର ଟ୍ରେନ୍ ଲାଇନରୁ ମିଳିଲା ଆଦିବାସୀ ଯୁବତୀଙ୍କ ମୃତଦେହ

    ପରିବାର ମୁହଁରେ ଦାନା ଦେବା ପାଇଁ ଘରୁ ଗୋଡ କାଢିଥିଲେ ଯସ୍ମିନା ଶବର । ହେଲେ ଗତକାଲି ତାଙ୍କ ମୃତଦେହ ନିଜ ଘରକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ଦୁର୍ଗମ ଆଦିମ ଜନଜାତି ଅଞ୍ଚଳ କିତୁଙ୍ଗ ଗ୍ରାମରେ । ଗ୍ରାମର ଲାଗୁ ଶବରଙ୍କ ୨୦ ବର୍ଷିୟ ଝିଅ ଯସ୍ମିନା ଶବର ଯୁକ୍ତ ଦୁଇ ପାଠ ପଢ଼ି ସାରିବା ପରେ ଗତ ୩ ବର୍ଷ ପୂର୍ବରୁ ସେ ବାଲେଶ୍ଵରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିଆସୁଥିଲେ । ଗରିବ ପରିବାରର ହୋଇଥିବାରୁ ପେଟରେ ଦାନା ମୁଠାଏ ପାଇଁ ଦିନ ରାତି କଠିନ ପରିଶ୍ରମ କରୁଥିଲେ ଯସ୍ମିନା । ହେଲେ ଗତ ଦୁଇ ଦିନ ତଳେ ତାଙ୍କ ମୃତଦେହ ବାଲେଶ୍ଵର ରେଳ ଲାଇନ ନିକଟରୁ ଉଦ୍ଧାର କରିଥିଲା ଜିଆରପି ପୋଲିସ । ଜବତ ମୃତ ଦେହକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଏହା ରେଳ ଦୁର୍ଘଟଣା ଜନିତ ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଲାଞ୍ଜିଆ ସୌରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ତେବେ ଯସ୍ମିନାଙ୍କ ଭଳି ଜଣେ ଆଦିବାସୀ ଯୁବତୀ କଠିନ ପରିଶ୍ରମ କରି ପରିବାରର ବୋଝ ମୁଣ୍ଡାଉଥିବା ବେଳେ ତାଙ୍କ ସହିତ ଏମିତି କଣ ଘଟିଲା ତାହା ସବୁଠୁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ରାଜ୍ୟରେ ଅନେକ ସମୟରେ ଗରିବ ଆଦିବାସୀଙ୍କ ଉପରେ ଜୁଲୁମ ହେଉଥିବା ଖବର ସାମ୍ନାକୁ ଆସେ । ଏଭଳି ଘଟଣା ଉପରେ ଯଦି ସରକାର ଦୃଷ୍ଟି ଦେଇ କୌଣସି ପଦକ୍ଷେପ ନନିଅନ୍ତି ତା ହେଲେ ଆଗାମୀ ଦିନରେ ଆଦିବାସୀ ମହାସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଦିବାସୀ ମହାସଂଘ କହିଛି । ଏଭଳି ଗୋଟିଏ ନୁହେଁ କି ଦୁଇଟି ବାରମ୍ବାର ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ତେବେ ମୃତ ଯସ୍ମୀନାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।

  • ହେଲମେଟ ନାହିଁ ଚାଲାଣ କାଟ, ଚେକିଙ୍ଗ ସହ ଗାଡି ଯାଞ୍ଚ

    ହେଲମେଟ ନାହିଁ ଚାଲାଣ କାଟ, ଚେକିଙ୍ଗ ସହ ଗାଡି ଯାଞ୍ଚ

    ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଛକ ନିକଟରେ ଚାଲିଛି ଯୋରଦାର ହେଲମେଟ ଚେକିଙ୍ଗ ସହ ଗାଡି କାଗଚପତ୍ରର ଜାଞ୍ଚ । ହେଲେମେଟ ପିନ୍ଧିନଥିଲେ କିମ୍ବା ଗାଡିର କାଗଚ ପତ୍ର ଠିକ୍ ନଥିଲେ ମୋଟା ଅଙ୍କରର ଚାଲଣ କାଟୁଛି ପୋଲିସି । କାରଣ ଦିନକୁ ଦିନ ବାଲିଆପାଳରେ ସଡକ ଦୁର୍ଘଟଣା ଦେଖିବାକୁ ମେଳୁଛି । କେଛି ଅମାନିଆଙ୍କ ବେପରୁା ଗିଡି ଚାଳନା ପାଇଁ ଚାଲିଯାଉଛି ଅନେକ ଜୀବନ ।

    ଅମାନିଆଙ୍କୁ ସାବାଡ କରିବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲେଶ୍ଵର ଟ୍ରାଫିକ ଇନ୍ସପେକ୍ଟର ସମେନ୍ଦ୍ର ମହାପାତ୍ର ଓ ବାଲିଆପାଳ ପୋଲସ ଆରମ୍ବ କରିଛନ୍ତି ଛକ ଛକରେ ଚେକିଂ । ବିନା ହେଲମେଟରେ ଯାତ୍ରା କରିବା, ବାଇକ ରେ ୨ରୁ ଉର୍ଦ୍ଧ୍ବ ଯାତ୍ରୀ ବସିବା,ଗାଡ଼ି ଚଲେଇବା ସମୟରେ ମୋବାଇଲ ରେ କଥା ହେବା,ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ବହୁ ଲୋକ ଅର୍ଥଦଣ୍ଡ ଗଣିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଚେକିଙ୍ଗ କଡ଼ାକଡ଼ି ହେବ ବୋଲି ବାଲେଶ୍ବର ଇନ୍ସପେକ୍ଟର ସମେନ୍ଦ୍ର ମହାପାତ୍ର କହିଛନ୍ତି।

  • ଭଡା ଘରୁ ମିଳିଲା ବିଭତ୍ସ ମୃତଦେହ, କାରଣ ଅସ୍ପଷ୍ଟ

    ଭଡା ଘରୁ ମିଳିଲା ବିଭତ୍ସ ମୃତଦେହ, କାରଣ ଅସ୍ପଷ୍ଟ

    କେନ୍ଦୁଝର ଟାଉନ ଥାନା ପବିତ୍ର ଡିହା ବରାଳ ଲଜ୍ ଗଳିରେ ଥିବା ଗୋଟିଏ ଘରୁ ଜଣେ ଝିଅର ଅତି ବିଭତ୍ସ ମୃତଦେହ ମିଳିଛି । ସୂଚନା ମୁତାବକ, ଭଦ୍ରକ ଅଞ୍ଚଳରୁ ଆସି ଭଡାରେ ରହୁଥିବା ରବୀନ୍ଦ୍ର ବେହେରା ନିଜ ସ୍ତ୍ରୀଙ୍କ ସହ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରି ପରିବାର ଚଳାନ୍ତି । ଗତକାଲି ମଧ୍ୟ ଦୁହେଁ ଛତୁ ବିକିବାକୁ ଯାଇଥିଲେ । ବଡ଼ ଝିଅ ମନୋରମା ଘରେ ଏକା ଥିଲେ ।

    ଦିନ ୧୧ଟା ସମୟରେ ମନୋରମା ବଜାରରୁ ଚାଉଳ ଆଉ ଚିକେନ ନେଇ ଘରକୁ ଫେରିଥିଲେ । ଏହାପରେ ବାପା ଓ ମାକୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ହେଲେ ଦ୍ୱି-ପହର ସମୟରେ ସାନ ଝିଅ କଲେଜରୁ ଆସି ଦେଖିଲା ବେଳକୁ ସାମ୍ନା ପଟ ଗେଟରେ ତାଲା ପଡିଛି ।

    ପରେ କବାଟ ଖୋଲିଲା ବେଳକୁ ଘର ଭିତରେ ବଡ ଝିଅ ମନୋରମାର ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି । ଏହାପରେ ସେ ପାଟି କରି ଡାକିବାରୁ ସ୍ଥାନୀୟ ଲୋକେ ଆସି ଗେଟର ତାଲା କାଟିଥିଲେ । ଏହାପରେ ଘରେ ଆସି ପହଞ୍ଚିଥିଲେ ରବୀନ୍ଦ୍ର ବେହେରା ତାଙ୍କ ସ୍ତ୍ରୀ ।

  • ଖୁଲମଖୁଲା ଗୁଣ୍ଡାଗର୍ଦ୍ଦିଦୋକାନରେ ପଶିଲା ଗ୍ରାହକଙ୍କୁ ହାଣିଲା

    ଖୁଲମଖୁଲା ଗୁଣ୍ଡାଗର୍ଦ୍ଦିଦୋକାନରେ ପଶିଲା ଗ୍ରାହକଙ୍କୁ ହାଣିଲା

    ଚିକେନ ସେଣ୍ଟର ଭିତରେ ଦିପକ ସେନାପତିଙ୍କ ଦାଦାରିଗି । ଦୋକାନ ଭିତରେ ଜଣେ ଗ୍ରାହକଙ୍କୁ ଖୁଲମଖୁଲା ଚିକେନ୍ କଟା ଚାପଡରେ ହାଣିଲେ । ପ୍ରଥମେ ଧକ୍କା ଦେଲେ ତାପରେ ମାରଣାସ୍ତ୍ରରେ କଲେ ଆକ୍ରମଣ । ତେବେ ଏଭଳି ଏକ ଭୟାନକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ହାଟରେ ଥିବା ଚିକେନ ଦୋକାନରେ । ତେବେ ଆକ୍ରମଣ କରିଥିବା ଲୁଲୁର ଘର ହେଉଛି ତାଳପଡା ପଞ୍ଚାୟତର ଭାଲିଆପାଟଣାରେ । ଆଉ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଖୁଣ୍ଟଳ ଗ୍ରାମର ରବିନ୍ଦ୍ର ପ୍ରଧାନ । ତେବେ ଏହା ତାଙ୍କର ପ୍ରଥମ ଦାଦାଗିରି ନୁହଁ ସେ ଏମିତି ଆଗରୁ ମଧ୍ୟ ବହୁତ ଥର କରିଥିବା ବେଳେ ତା ନାଁରେ ଥାନାରେ କେଶ ମଧ୍ୟ ରହିଥିବା କହିଛନ୍ତି ସ୍ଥାନୀୟ ଲୋକେ ।