Category: ଜିଲ୍ଲା

  • ଦିନ ଦ୍ୱିପହରରେ ଡ଼କାୟତି, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

    ଦିନ ଦ୍ୱିପହରରେ ଡ଼କାୟତି, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

    ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବଡ଼ ବଜାର ଛକ ନିକଟରୁ ଦିନ ଦ୍ୱିପହରରେ ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ।ସୂଚନା ଅନୁସାରେ ଆଜି ଦିନ ୧୨.୩୦ ମିନିଟ ସମୟରେ ଜଳେଶ୍ଵର ବ୍ଲକ ରାୟାରାମଚନ୍ଦ୍ରପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ପ୍ରଧାନ ଏବଂ ତାଙ୍କ ସାଙ୍ଗ ଅବସରପ୍ରାପ୍ତ ଶିକ୍ଷକ ମୁରଲୀଧର ଦତ୍ତ ଏକ ସ୍କୁଟି ଯୋଗେ ଆସି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ବଡ଼ବଜାରର ଛକ ନିକଟରେ ହଠାତ୍ ଦୁଇ ଜଣ ଯୁବକ ଏକ ଆର ୱାନ ଫାଇଭ ବାଇକ୍ ରେ ଆସି ଦୁଇ ବୃଦ୍ଧଙ୍କୁ ଧକ୍କା ଦେଇ ଟଙ୍କା ବ୍ୟାଗ୍ କୁ ଛଡାଇ ନେଇ ଫେରାର ହୋଇଯାଇଥିଲେ।ତେବେ ଉକ୍ତ ବ୍ୟକ୍ତି ଜଣକ ତଳେ ପଡ଼ିଯିବା ଫଳରେ ଗୋଡରେ ଆଘାତ ହୋଇ ରକ୍ତପାତ ହୋଇଯାଇଥିଲା।ଫଳରେ ଜଳେଶ୍ବର ଜୀକେ ଭଟ୍ଟର ହସ୍ପିଟାଲ ଯାଇ ଚିକିତ୍ସା ହୋଇ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହି ବ୍ୟାଗରେ ନଗଦ ଦୁଇ ଲକ୍ଷ ଟଙ୍କା,ଚେକ୍ ବୁକ୍,ପାସ ବୁକ୍ ଓ ଆଧାର କାର୍ଡ ଥିବା ବେଳେ ଲୁଟେରା ମାନେ ଦୃତ ଗତିରେ ନୁଅବଜାର ମୁହାଁ ପଲାଇ ଯାଇଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

    ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

    ଆଜିଠୁ ମଥୁରାରେ ଆରମ୍ଭ ହେବ କଂସ ରାଜୁତି । ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଆଜିଠୁ ଆରମ୍ଭ ହୋଇ ଏହା ଆସନ୍ତା ୧୩ ତାରିଖ ଯାଏଁ, ଅର୍ଥାତ୍ ୧୧ ଦିନ ଧରି ଚାଲିବ | ମହାରାଜା କଂସଙ୍କ ଅଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ ପାଲଟିଥିବା ବରଗଡ଼ ସହର । ବରଗଡ଼ ଧନୁଯାତ୍ରା ଚଳିତଥର ୭୭ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ଲାଗି ପଡିଥିବା ବେଳେ ମଥୁରାବାସୀ ଅପେକ୍ଷା କରି ରହିଛନ୍ତି ସେହି ଶୁଭମୁହୁର୍ତ୍ତକୁ । ଅମ୍ବାପାଲି ପଲଟିଯିବ ଗୋପପୁର ଓ ସହର ମଧ୍ୟରେ ବହି ଯାଉଥିବା ଜୀରା ନଦୀ ପାଲଟିଯିବ ଯମୁନା ନଦୀ । ଏଥିପାଇଁ ସଜେଇ ହୋଇଛି ପୁରା ବରଗଡ଼ ସହର । ବରଗଡ଼ ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୬୦ ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ ପ୍ରସ୍ଥର ରାଜଦରବାର ନିର୍ମାଣ ସରିଛି । ଚଳିତବର୍ଷ କଂସଙ୍କ ରାଜଦରବାର ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ କମିଟି ଅଧିକ ଗୁରୁତ୍ୱ ଦେଉଛି । ସେହିପରି ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ମହାରାଜ କଂସଙ୍କ ରଙ୍ଗ ମହଲର ନିର୍ମାଣ ଚାଲିଛି । ସେପଟେ ଲୋକଙ୍କ ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୫୦ ଜଣ ଅଫିସର ଧନୁଯାତ୍ରାରେ ନିୟୋଜିତ ହେବେ । ଲୋକମାନେ ଧନୁଯାତ୍ରାକୁ କିଭଳି ଭଲ ଭାବରେ ଉପଭୋଗ କରିପାରିବେ ସେଥିପାଇଁ ବରଗଡ଼ ପୋଲିସ୍ ସମସ୍ତ ପ୍ରସ୍ତୁତି କରିଛି ।

  • ମଶା ଧୂପ ଉଜାଡିଦେଲା ସବୁ ସ୍ୱପ୍ନ

    ମଶା ଧୂପ ଉଜାଡିଦେଲା ସବୁ ସ୍ୱପ୍ନ

    ଗୁହାଳରେ ମଶାଙ୍କ ପାଇଁ ଲାଗିଥିଲା ମଶା ଧୂପ । ମାତ୍ର ରାତି ଅଧରେ ତାହା ବ୍ୟାପୀ ଘରକୁ ଲାଗି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ଘର ଜଳିବା ସହ ସମସ୍ତ ଧନସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ଏପରି ଏକ ଘଟଣା ଗତ ରାତିରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ ଘଟିଛି। ରାତିରେ ଅଗ୍ନିକାଣ୍ଡ ଘଟି ଗାଁର ଧିରେନ ମଲ୍ଲିକଙ୍କ ଘର ଜଳି ଯାଇଛି। ସେ ବିଲ ମଝିରେ ଘର କରିଥିବାରୁ ଏକୁଟିଆ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ସେ ଡାକିବା ପରେ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ କରିଥିଲେ। ଖବର ପାଇ ଅଡା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଏବେ ଅମଳ ହୋଇ ଘରେ ଥିବା ୧୦ କୁଇଣ୍ଟାଲ ଧାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଧିରେନ ମଲ୍ଲିକଙ୍କ ର ସମସ୍ତ ଧନ ସମ୍ପତ୍ତି ପାଉଁଶ ହୋଇ ଯାଇଥିବା ବେଳେ ପରିବାର ସଦସ୍ୟ ମୁଣ୍ଡ ପିଟି କାନ୍ଦୁଛନ୍ତି।

  • ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପାଙ୍କ ବିରୋଧରେ ୱାରେଣ୍ଟ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ

    ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପାଙ୍କ ବିରୋଧରେ ୱାରେଣ୍ଟ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ

    କ୍ରିକେଟ୍ କରିଡରରୁ ଏକ ବଡ ଖବର ବାହାରି ସାମ୍ନାକୁ ଆସୁଛି | ପୂର୍ବତନ ଭାରତୀୟ କ୍ରିକେଟର ରବିନ୍ ଉଥାପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ପ୍ରୋଭିଡେଣ୍ଟ ପାଣ୍ଠି ସହ ଜଡିତ ଏକ ମାମଲାରେ ରବିନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ରବିନ୍ ଉଥାପ୍ପା ଶତାବ୍ଦୀ ଜୀବନଶୈଳୀ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡର ପରିଚାଳନାକୁ ବୁଝୁଥିଲେ | ଅଭିଯୋଗ ହୋଇଛି ଯେ ସେ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକଙ୍କ ବେତନରୁ PF ନାମରେ ଟଙ୍କା କାଟିଥିଲେ କିନ୍ତୁ ସେହି ଟଙ୍କା କର୍ମଚାରୀଙ୍କ PF ଆକାଉଣ୍ଟରେ ଜମା କରିନଥିଲେ। ବର୍ତ୍ତମାନ ତାଙ୍କ ବିରୋଧରେ ବେଙ୍ଗାଲୁରୁ ପିଏଫ୍ ଆଞ୍ଚଳିକ କମିଶନର ଶାଦାକ୍ଷୀ ଗୋପାଳ ରେଡ୍ଡୀଙ୍କ ଦ୍ୱାରା ୱାରେଣ୍ଟ ଜାରି କରାଯାଇଛି ଏବଂ ପୋଲିସକୁ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

    ଯେତେବେଳେ ଏହି ୱାରେଣ୍ଟ ବେଙ୍ଗାଲୁରୁର ପୁଲାକେଶିନଗର ପୋଲିସ ଷ୍ଟେସନରୁ ରବିନ୍ ଉଥାପ୍ପାଙ୍କ ଠିକଣାକୁ ପଠାଯାଇଥିଲା, ସେତେବେଳେ ୱାରେଣ୍ଟ ଫେରସ୍ତ କରାଯାଇଥିଲା। କୁହାଯାଇଥିଲା ଯେ ରବିନ୍ ଉଥାପ୍ପା ଆଉ ସେହି ଠିକଣାରେ ରୁହନ୍ତି ନାହିଁ, ତେଣୁ ବର୍ତ୍ତମାନ ତାଙ୍କର ନୂତନ ଠିକଣା ଚିହ୍ନଟ କରାଯାଉଛି। ଏହି ମାମଲା ୨୩ ଲକ୍ଷ ଟଙ୍କା ଅଟେ। ଆମେ ଆପଣଙ୍କୁ କହିବୁ ଯେ କେଉଁ କମ୍ପାନୀ ଏହାର କର୍ମଚାରୀଙ୍କ PF ଟଙ୍କାକୁ ସେମାନଙ୍କ ବେତନରୁ କାଟିଦିଏ, କମ୍ପାନୀକୁ ସେହି ପରିମାଣରେ ଆଉ କିଛି ଟଙ୍କା ଯୋଡିବାକୁ ପଡିବ ଏବଂ ଏହାକୁ PF ଆକାଉଣ୍ଟରେ ଜମା କରିବାକୁ ପଡିବ | ଯଦି ଏହା କମ୍ପାନୀ ଦ୍ୱାରା କରାଯାଇ ନାହିଁ ତେବେ ଏହାକୁ ଏକ ଠକେଇ ମାମଲା ଭାବେ ବିବେଚନା କରାଯାଏ |

    ରବିନ୍ ଉଥାପ୍ପା ଭାରତୀୟ କ୍ରିକେଟ୍ ଦଳର ଦୀର୍ଘ ଦିନର ସଦସ୍ୟ ରହିଆସିଛନ୍ତି। ଏହି ସମୟ ମଧ୍ୟରେ ସେ ଅନେକ ବିସ୍ଫୋରକ ଇନିଂସ ମଧ୍ୟ ଭାରତ ପାଇଁ ଖେଳିଛନ୍ତି। ଭାରତ ପାଇଁ ଖେଳୁଥିବା ରବିନ୍ ଉଥାପ୍ପା ୯୦.୫୯ ଷ୍ଟ୍ରାଇକ୍ ହାରରେ ୪୮ ଟି ODI ମ୍ୟାଚ୍ ରେ ୯୩୪ ରନ୍ ସଂଗ୍ରହ କରିଛନ୍ତି | ଯେତେବେଳେ କି ସେ ଟିମ୍ ଇଣ୍ଡିଆ ପାଇଁ ୧୩ଟି ଟିଟ୍ୱେନ୍ତି ମ୍ୟାଚ୍ ରେ ୨୪୯ ରନ୍ ସଂଗ୍ରହ କରିଛନ୍ତି | ୨୦୨୨ ରେ ରବିନ୍ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଇଥିଲେ | ଆଇପିଏଲରେ ମଧ୍ୟ ରବିନ୍ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଛନ୍ତି।

  • ଓଲଟିଲା ହାଇଓ୍ବା, ଉଦ୍ଧାର କଲେ ସମାଜସେବୀ

    ଓଲଟିଲା ହାଇଓ୍ବା, ଉଦ୍ଧାର କଲେ ସମାଜସେବୀ

    ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢାପାଳ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ରେଙ୍ଗାଲି ଡ୍ୟାମ ରାସ୍ତା ହୃଦପାଲି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ହାଇଓ୍ବା ଟ୍ରକ | ଦେବଦୂତ ସାଜି ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ।

    ସୂଚନା ଅନୁସାରେ, ବୁଡାପାଳ ରୁ ରେଙ୍ଗାଲି ଡ୍ୟାମ ଅଭିମୁଖେ ଆସୁଥିବା ଏକ ହାଇଓ୍ବା ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ ଡ୍ରାଇଭର | ଡ୍ରାଇଭର ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ନରେନ୍ଦ୍ର କୁମାର ସାହୁ | ସେହିବାଟ ଦେଇ ସମାଜସେବୀ ନିଲେଶ ଯାଉଥିବା ବେଳେ ଏହା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଅଧିକ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଯୁବ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

  • ଫସଲ ପାଇଁ ବିପଦ ହାଥୀ ପଲ

    ଫସଲ ପାଇଁ ବିପଦ ହାଥୀ ପଲ

    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ରେ ଦୁଇ ଦିନ ହେଲା ୨୧ ଟୀକିଆ ହାତୀ ପଲ ଘୁରି ବୁଲୁଥିବା ଓ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ସକାଳୁ ଯାଲୋଏ ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ମାନେ ଥିବାବେଳେ ବିଲରେ ପାଚିଲା ଧାନ ଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି । ଏନେଇ ବନ ବିଭାଗକୁ ଖବର ଦେଲେ ହେଁ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଆସୁ ନଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ଚାଷୀମାନେ ଜୀବନକୁ ବାଜି ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । ଏବେ ଏହି ହାତୀ ପଲ ରସ୍କା ଗାଁ ଅଞ୍ଚଳ ରେ ଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାକୁ ଚେଷ୍ଟା କରୁଛି ।

    ହାତୀ ପାଇଁ ଚିନ୍ତାରେ ଚାଷୀ । ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ୨୧ ଟୀକିଆ ହାତୀ ପଲ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଦୁଇ ଦିନ ହେଲା ୨୧ ଟୀକିଆ ହାତୀ ପଲ ଘୁରି ବୁଲୁଥିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ସକାଳୁ ଯାଲୋଏ ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ମାନେ ଥିବାବେଳେ ବିଲରେ ପାଚିଲା ଧାନ ଥିବାରୁ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ବନ ବିଭାଗ ହାତୀ ଘଉଡ଼ାଇବାକୁ ଆସୁ ନଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ଚାଷୀମାନେ ଜୀବନକୁ ବାଜି ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

  • ସର୍ବଭାରତୀୟ ମହାବୀର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ସର୍ବଭାରତୀୟ ମହାବୀର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ସର୍ବଭାରତୀୟ ମହାବୀର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା କୁହୁଡି ମହାବୀର ଆଥେଲେଟିକ୍ ଆଶୋସିଏସନ ଆନୁକୁଲ୍ୟରେ ୬୫ ତମ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଜନତା ଷ୍ଟାଡିୟମ ରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଦିବସ ରେ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ ।

    ଅନ୍ୟ ଅତିଥି ଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ,ଟାଙ୍ଗି ପଂଚାୟତ ସମିତି ଅଧ୍ୟକ୍ଷା ରିଷ୍ଣା ରାଣୀ ମାନ୍ଧାତା,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚରେ ଚକ୍ରଧରପୁର ସହିତ ୟୁଥ୍ ଡେଭଲପମେଣ୍ଟ କ୍ଳବ୍ କଣ୍ଡରପୁର୍, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

    ଉଭୟ ଦଳ ପରସ୍ପର କୁ ୧ – ୧ ଗୋଲ୍ ଦେଇଥିବାରୁ ଟ୍ରାଇ ବ୍ରେକ୍ ର ସହାୟତା ନିଆଯାଇଥିଲା । ଏଥିରେ ଚକ୍ରଧରପୁର ବିଜୟୀ ଲାଭ କରିଥିଲା । ମ୍ୟାଚରେ ଶ୍ରେଷ୍ଠ ଖେଳାଳି ଭାବେ ଚକ୍ରଧରପୁର ର ଅଜୟ ମୁର୍ମୁ ଓ ଭୁବନେଶ୍ୱରର ଚନ୍ଦନ ନାୟକଙ୍କୁ ବିଭୁତି ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲା ।

  • ସୂଚନା ଟିଭିର ମହା ପ୍ରଭାବ, MBK ଚାକିରୀରୁ ହେଲେ ବହିଷ୍କାର!

    ସୂଚନା ଟିଭିର ମହା ପ୍ରଭାବ, MBK ଚାକିରୀରୁ ହେଲେ ବହିଷ୍କାର!

    ସୂଚନା ଟିଭିର ମହାପ୍ରଭାବ। ଖବର ପ୍ରସାରଣ ପରେ ଡେରାବିଶ ବ୍ଲକରେ ଜାଲ ସାର୍ଟିଫିକେଟ ତଥା ନକଲି ପ୍ରମାଣପତ୍ର ଦେଇ ଡେରାବିଶ ଜଅଁରା ବାରିମୂଳ ପଞ୍ଚାୟତରେ ଏମ୍ବିକେ ଚାକିରୀ ପାଇଥିବା ସୋୟଂପ୍ରଭା ମିଶ୍ରଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ଡେରାବିଶ ବ୍ଲକ ପ୍ରଶାସନ । କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ସମେତ ମିଶନଶକ୍ତି ବିଭାଗ, ୱେଲେମ୍ ବିଭାଗକୁ ଏହି ନିର୍ଦେଶ ନାମା ପ୍ରେରଣ କରାଯାଇଛି । ଦେଢ଼ ବର୍ଷ ପୂର୍ବେ ସୋୟଂପ୍ରଭା ମିଶ୍ର କୁନା ସାରଙ୍କ ସହାୟତାରେ କାରସାଦି କରି ବେଲେଶ୍ୱର ମହାଦେବ ସଂକୃତ ମହାବିଦ୍ୟାଳୟର ଛାତ୍ରୀ ବୋଲି ନିଜକୁ ଦର୍ଶାଇ କଲେଜ ନାମରେ ଶିକ୍ଷାଗତ ଯୋଗ୍ୟତାର ଜାଲ ସାର୍ଟିଫିକେଟ ତିଆରି କରି, ଶ୍ରୀ ଜଗନ୍ନାଥ ସଂକୃତ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଫର୍ମାଟକୁ ବ୍ୟବହାର କରି ଯୋଗ୍ୟତା ଭିତିକ ନକଲି କଲେଜ ସାର୍ଟିଫିକେଟ ବ୍ଲକରେ ଦେଇ ୨୦୨୩ ମସିହାରୁ ଏମ୍ବିକେ ପଦବୀ ରେ ଚାକିରୀ କରି ଦରମା ନେଉଥିଲେ । ଜାଲ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରି ସରକାରଙ୍କୁ ଠକୁଥିଲେ । ତେବେ, ସେହି ପଦ ପାଇଁ ପ୍ରକୃତ ଯୋଗ୍ୟ ପାର୍ଥୀନୀ ସୀମା ନାୟକ ଆର୍ଟିଆଇରେ ସୋୟଂପ୍ରଭାଙ୍କ ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ମଗାଇ ସବୁ ପ୍ରମାଣ ପାଇଥିଲେ. ସୂଚନା ଅଧିକାର ଆଇନ ବଳରେ ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି କରିଥିବା ସୋୟଂପ୍ରଭା ମିଶ୍ରଙ୍କ ଠକାମୀ ପଦାକୁ ଆସିବା ପରେ ଡେରାବିଶ ବିଡ଼ିଓଙ୍କୁ ସୀମା ଅଭିଯୋଗ କରଥିଲେ ।

    ଅନ୍ୟପଟେ ବେଲେଶ୍ୱର ମହାଦେବ ସଂକୃତ କଲେଜ ଅଧକ୍ଷା ମଧ୍ୟ ପ୍ରତିକ୍ରିୟା ରଖି ସୋୟଂପ୍ରଭା ତାଙ୍କ କଲେଜର ଛାତ୍ରୀ ନୁହଁ ବୋଲି ସ୍ପଷ୍ଟ କରିଥିଲେ । ସୂଚନା ଟିଭିରେ ଏହି ଘଟଣାକୁ ନେଇ ବାରମ୍ବାର ଖବର ପ୍ରସାରଣ ହେଉଥିଲା । ଫଳରେ ସୂଚନା ଟିଭିର ସାମ୍ବାଦିକ ବାବୁଲି ମଲ୍ଲିକଙ୍କୁ ନକଲି ସାର୍ଟିଫିକେଟ ରାକେଟ ମାଷ୍ଟର ମାଇଣ୍ଡ କୁନା ଓରଫ ପ୍ରଦୀପ କୁମାର ନାୟକ ଓ ତା’ ଭଡାଟିଆ ଗୁଣ୍ଡା ମାନେ ରାସ୍ତାରେ ଅଟକାଇ ହତ୍ୟା ଧମକ ଦେବା ସହ ଜାତିଆଣ ଆକ୍ଷେପ କରିଥିଲେ । ସୂଚନା ଟିଭିର ଆଉ ଜଣେ ସାମ୍ବାଦିକ ଦେବାସିଷଙ୍କୁ ମଧ୍ୟ ଅନେକ ଚାପ ପକାଯାଇଥିଲା । କୁନା ଓ ତାଙ୍କ ସହଯୋଗୀଙ୍କ ନାମରେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ ସୂଚନା ଟିଭି ରିପୋର୍ଟର ବାବୁଲି ମଳିକ ।

    ଅନ୍ୟପଟେ, ସୀମା ନାୟକଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ଡେରାବିଶ ବ୍ଲକ ପ୍ରଶାସନ ତଦନ୍ତ କରି କୁନାଙ୍କ ସହଯୋଗୀ ସୋୟଂପ୍ରଭା ମିଶ୍ରଙ୍କୁ ଏମ୍ବିକେ ଚାକିରୀରୁ ବହିଷ୍କାର କରିବା ଏଥିସହ ନିଯୁକ୍ତି ସମୟରୁ ବର୍ତମାନ ପର୍ଯ୍ୟନ୍ତ ସୋୟଂପ୍ରଭା ମିଶ୍ର ନେଇଥିବା ପ୍ରତିମାସର ଦରମା ଟଙ୍କା ଫେରସ୍ତ ପାଇଁ ସୋୟଂପ୍ରଭାଙ୍କୁ କଡା ନିର୍ଦେଶନାମା ଦେଇଛନ୍ତି ଡେରାବିଶ ବିଡ଼ିଓ ନମିତା ବାରିକ ।

    ସୂଚନା ଟିଭିର ନିଷ୍ଠା ଓ ନିରପେକ୍ଷତାର ସ୍ୱତନ୍ତ୍ର ପ୍ରଭାବ ଯୋଗୁଁ ଏସବୁ ସମ୍ଭବ ହୋଇଥିଵା ଦେଖିବାକୁ ମିଳିଛି । ଏବେ ନକଲି ସାର୍ଟିଫିକେଟ ରାକେଟର ମାଷ୍ଟର ମାଇଣ୍ଡ କୁନା ସାର କେବେ ଗିରଫ ହେବ ତାହା ଦେଖିବାକୁ ବାକି ରହିଲା ।

  • ଆଇଆଇସିଙ୍କୁ ପିଟିଲେ ବାଲି ମାଫିଆ

    ଆଇଆଇସିଙ୍କୁ ପିଟିଲେ ବାଲି ମାଫିଆ

    ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ ବାଲି ମାଫିଆଙ୍କ ଆତଙ୍କରାଜ I ବେଆଇନ ଭାବେ ଗଛିତ ରଖିଥିବା ବାଲିକୁ ଜବତ ଲାଗି ଯାଇଥିବା ଥାନା ଅଧିକାରୀଙ୍କୁ ମାଡ଼ ମାରିଛନ୍ତି I ପଥର ମାରି ପୁଲିସ ଭ୍ୟାନ୍ କୁ ବି ଭାଙ୍ଗିଛନ୍ତି I

    କପ୍ତିପଦା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ରଥ ସୂଚନା ଦେଇଛନ୍ତି ଏହି ଅଂଚଳରେ ଚୋରା ବାଲି ଓ ପଥର ଚାଲାଣ ବଢ଼ିବାରେ ଲାଗିଛି I ଏହାକୁ ରୋକିବା ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ ନିର୍ଦେଶରେ ସେ ଓ ଅତିରିକ୍ତ ତହସିଲଦାର ଉମାକାନ୍ତ ମାଝୀ ମଙ୍ଗଳବାର ରାତି ପ୍ରାୟ ୧୧ ଟାରୁ ୩ଟା ଯାଏ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ I

    ସେହି ରାତିରେ ଡାହିସାହି ନିକଟସ୍ତ ଖପରପାଳ ଘାଟରେ ବେଆଇନ ଭାବେ ଗଛିତ ରଖାଯାଇଥିବା ବିପୁଳ ପରିମାଣର ବାଲି ଜବତ କରିଥିଲେ I ଘେରା ନାମକ ଜଣେ ବ୍ୟକ୍ତି ଓ ଅନ୍ୟ କିଛି ମାଫିଆ ଏହି ବାଲି ରଖିଥିବା ଜାଣିବାକୁ ପାଇ ବାଲି ନ ଉଠେଇବା ପାଇଁ ତାଗିଦ କରିଥିଲେ I ତେବେ ତା ଆର ଦିନ ସକାଳେ ଘଟଣାସ୍ଥଳରେ ପହଂଚିବା ବେଳକୁ ଉକ୍ତ ଜବତ ବାଲିକୁ ମାଫିଆମାନେ ରାତାରାତି ଉଠାଇ ନେଇଥିଲେ I

    ପୋଲିସ ଅଭିଯୁକ୍ତ ଘେରାକୁ ଖୋଜିବାବେଳେ ଘେରାର ସ୍ତ୍ରୀ ସମେତ ଅନେକ ମହିଳା ହଠାତ ଆଇଆଇସିଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ I ତାଙ୍କୁ ପଥର ମାରିବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ I

    ଏହି ଆକ୍ରମଣରେ ଆଇଆଇସି ଆହତ ହୋଇ କପ୍ତିପଦା ଡାକ୍ତରଖାନରେ ଚିକିତ୍ସା ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ପୋଲିସଙ୍କୁ ଆକ୍ରମଣ ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଥିଲା I ଏହି ମାଫିଆଙ୍କୁ ଧରିବା ପାଇଁ କପ୍ତିପଦା ତହସିଲଦାର, ପରିବହନ ଅଧିକାରୀଙ୍କ ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ତୁରନ୍ତ ଡାହିସାହି ଗ୍ରାମରେ ପହଂଚିଥିଲେ I

    ପୁରା ଗାଁ ପୋଲିସ କବ୍ଜାରେ ଆସିବା ପରେ ମାଫିଆଙ୍କ ଗଛିତ ୨୦ ଟ୍ରାକ୍ଟର ବାଲିକୁ କପ୍ତିପଦା ଥାନା ପରିସରକୁ ନେଇ ଆସିଥିଲା ପ୍ରଶାସନ I ମାଫିଆମାନେ ନିକଟସ୍ଥ ସୋନ ନଦୀରୁ ବେଆଇନ ଭାବେ ଦୈନିକ ୩୦ରୁ ୪୦ ଟ୍ରିପ ବାଲି ଉଠାଇ ଚୋରାରେ ବିକ୍ରି ଚାଲିଥିଲା ବୋଲି ଜଣାପଡିଛି I

  • ମାଦଳ ମାଡ଼ରେ କମ୍ପିଲା ଜାହିରା ପୀଠ

    ମାଦଳ ମାଡ଼ରେ କମ୍ପିଲା ଜାହିରା ପୀଠ

    ମୟୁରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବାସୀଙ୍ଗି ଗ୍ରାମରେ ଆଦିବାସୀମାନଙ୍କର ଦୁଇ ଦିବସୀୟ ଦର୍ଶନ ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଗ୍ରାମର ଦେହୁରୀ ଗ୍ରାମରେ ଥିବା ଜାହିରା ପୀଠରେ ପୂଜା ଅର୍ଚ୍ଚନା କରାଯାଇଥାଏ। ପୂଜା ଦିନ ସନ୍ଧ୍ୟା ସମୟରୁ ବିଭିନ୍ନ ଜାଗାରୁ ଆସିଥିବା ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନେ ଆଦିବାସୀପାରମ୍ପାରିକ ବେଶ ଭୂଷରେ ମାଦଳର ତାଳେ ତାଳେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥାନ୍ତି। ତା’ପର ଦିନ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ଦର୍ଶନ ପୂଜା ପାଞ୍ଚ ବର୍ଷରେ ଥରେ ଧୁମ୍ ଧାମରେ ଅନୁଷ୍ଠିତ ହୋଇଥାଏ ।

    ଏଥି ସହ, ବିଭିନ୍ନ ଜାଗାରୁ ଆସିଥିବା ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନଙ୍କର ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଏବଂ ଶେଷରେ ଯେଉଁ ପ୍ରତିଯୋଗୀ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଇସ୍ଥାନ ଅଧିକାର କରିଥାନ୍ତି, ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ଦର୍ଶନ ପୂଜା ଦେଖିବାକୁ ବିହାର, ବେଙ୍ଗଲ, ଛତିଶଗଡ଼ ଏବଂ ଓଡିଶାରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଯୁବକ-ଯୁବତୀ, ମହିଳା ଓ ପୁରୁଷ ଆସିଥାନ୍ତି। ଜାହିରା ପୀଠରେ ଯିଏ ଯାହା ମାନସିକ କରିଥାଏ, ତାଙ୍କର ମନସ୍କାମନା ପୂରଣ ହୋଇଥାଏ ବୋଲି ଗ୍ରାମର ମାଝୀ ବାବା କହିଛନ୍ତି। ଦର୍ଶନ ପୂଜା କାର୍ଯ୍ୟକ୍ରମରେ ବାବା ଭୀମପାଟକ୍ଲବର ପ୍ରେସିଡେଣ୍ଟ ଶିଙ୍ଗରାୟ ହାଁସଦା, ସେକ୍ରେଟାରୀ ମାଇଶା ସୋରେନ ଏବଂ କ୍ଲବର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥଲେ।