Category: ଜିଲ୍ଲା

  • ତୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

    କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁରିଆ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି | କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବିଧାୟକ ତଥା ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା ସ୍କୁଲ ଘର ଗୁଡିକ ନୂତନ ଭାବେ ନିର୍ମାଣ କରାଯିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଶିକ୍ଷା ପ୍ରତି ଗୁରୁତ୍ବ ଦେବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୁରୁତ୍ବାରୋପ କରିଥିଲେ |

    କାର୍ଯକ୍ରମରେ ସମ୍ମାନିତ ଅଥିତି ଭାବେ ପଟ୍ଟାଙ୍ଗି ଜିଲ୍ଲା ପରିଷଦ ସଭ୍ୟା ଟୀକାଇ ଗେମେଲ, ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ସାମାଜିକ ସେଵୀ ରୋଞ୍ଜିତ ପାଙ୍ଗି, ପ୍ରଧାନ ଶିକ୍ଷକ କୃପା ପ୍ରସାଦ ଜାନି, ଜିଲ୍ଲା ମଙ୍ଗଳ ଅଧିକାରି ସୁନୀଲ କୁମାର ତାଣ୍ଡି, ସାଂସଦ ପ୍ରତିନିଧି ଶୂକ୍ରା ଖରା, ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା, ବ୍ଲକ ମଙ୍ଗଳ ଅଧିକାରୀ, ଅନିଲ ସେଠୀ, ଏସ ଏମ ସି କମିଟି ସଭାପତି ଗଦ୍ରୁ ଖରା ଯୋଗ ଦେଇଥିଲେ | ଶେଷରେ ଆୟୋଜିତ ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା |

  • ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

    ଗଞ୍ଜାମ/ଭଞ୍ଜନଗର : ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଉଦଯାପନୀ ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଶିକ୍ଷାର ଅଭିବୃଦ୍ଧି ପାଇଁ ପିଲାଙ୍କର ପାଠ ପଢିବା ସହିତ ସେମାନଙ୍କର ସାଠର ମଧ୍ୟ ଆବଶ୍ୟକତା ରହିଅଛି । ତେଣୁ ପ୍ରତ୍ୟେକ ବର୍ଷ ଆରମ୍ଭରୁ ବିଦ୍ୟାଳୟ ଗୁଡ଼ିକରେ ବାର୍ଷିକ ଉତ୍ସବ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମରେ ପ୍ରଭାତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ପ୍ରଧାନ ବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପଠନ କରିଥଲେ । ବିଦ୍ୟାଳୟର ଯେଉଁ ସବୁ ଅସୁବିଧା ରହିଛି ତାହା କିପରି ଭାବେ ସୁବିଧା ହେଇ ପାରିବ ସେହି ଉପରେ ପ୍ରଧାନ ଶିକ୍ଷକ ନିଜର ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରଦୀପ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସୁସ୍ମିତା ସାହୁ, ଗୋଷ୍ଠି ସ୍ବାସ୍ଥ୍ୟ ବିଭାଗ ରାହୁଲ୍ ରାଓ ଦୋରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବୃନ୍ଦାବନ ପାଣିଗ୍ରାହୀ, ସଭାପତି ବଟକୃଷ୍ଣ ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ଶିକ୍ଷା ହିଁ ସୁମାର୍ଗ ଶିକ୍ଷା ହିଁ ମଣିଷ ଜୀବନର ଆଲୋକ ଏଭଳି କିଛି ବକ୍ତବ୍ୟ ରଖିଥିଲେ ଗେରେଡ଼ା କ୍ଲଷ୍ଟର CRCC ମାଧବାନନ୍ଦ ସ୍ୱାଇଁ । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ପାଳିତ ହୋଇଛି । ଏହି ବିଦ୍ୟାଳୟରେ ୨୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ବେଶ୍ ଖୁସି ଜଣାପଡୁଥିବା ଦେଖିବାକୁ ମିଳିଛି ।

  • ୩ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା !

    କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରାରେ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଏକ ଖାତରେ ପକାଇଦେଇଥିବା ଖବର ମିଳିଛି। ସୂଚନା ଅନୁସାରେ, ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡା ଓ ସେହି ଗାଁର ଚନ୍ଦନ ମୁଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ରହିଥିଲା | ସେହି ବିବାଦକୁ ନେଇ ଶ୍ରୀତମ ରାଗ ରଖିଥିଲା। ପ୍ରତିଶୋଧର ବାହାନା ଖୋଜୁଥିଲା। ଗତ ରବିବାର ରାଗ ଜର୍ଜର ରେ ଶ୍ରୀତମ ଚନ୍ଦନ ମୁଣ୍ଡାର ୩ବର୍ଷର ଶିଶୁପୁତ୍ରକୁ କୋଳି ଖାଇବା ବାହାନାରେ ଖେଣ୍ଡରାକୁ ଡ଼ାକିନେଇ ସେଠାରେ ଅମାନୁଷିକ ଭାବେ ପଥରରେ ପିଟି ହତ୍ୟା କରିବା ପରେ ପଥର ଖୋଲରେ ଫିଙ୍ଗି ଦେଇଥିଲା।

    ଶନିବାର ଦିନ ପିଲାଟିକୁ ନପାଇ ଝୁମ୍ପୁରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ପୋଲିସ ଶ୍ରିତମ ମୁଣ୍ଡାକୁ ଥାନାକୁ ଆଣି ଜେରା ସମୟରେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସୂଚନା ଦେବାରୁ ଆଜି ସକାଳେ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ଘଟଣସ୍ଥଳରେ ଅତିରିକ୍ତ ଏସ ପି, ମାଜିଷ୍ଟ୍ରେଟ, ପୋଲିସ, ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଲାଇଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

  • କେନ୍ଦୁଝରଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସଧାରଣତନ୍ତ୍ର ଦିବସ ପାଳିତ

    ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଜୟଗାନ କରିବା ସହିତ ଶ୍ରୀଅରବିନ୍ଦ ତଥା ଶ୍ରୀମାଙ୍କର ପାଦପଦ୍ମ ତଳେ ପ୍ରାର୍ଥନା ଓ ନୀରବ ଧ୍ୟାନ ସହ ଶିକ୍ଷାନୁଷ୍ଠାନର ଅପାଭାଇ ମାନେ ସାଧାରଣତନ୍ତ୍ର ଦିବସକୁ ଆଗେଇ ନେଇଥିଲେ।

    ବିଦ୍ୟାଳୟର ସମ୍ପାଦକ ମୁଖ୍ୟଅତିଥି ଭାବେ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ମାର୍ଚ୍ଚପାଷ୍ଟ କରାଯାଇ ମୁଖ୍ୟ ଅତିଥି ରାଜ୍ୟ ସମାନ ଦିଆଯାଇଥିଲା, ପରେ ପରେ ବିଦ୍ୟାଳୟର ସମ୍ପାଦକ ସାଧାରଣତନ୍ତ୍ର ଦେଶଭକ୍ତି, ତ୍ୟାଗ ଓ ବଳିଦାନ ଛାତ୍ରଛାତ୍ରୀଙ୍କର ଉଦ୍ଦେଶ୍ୟରେ ବିଭିନ୍ନ ଅଭିଭାଷଣ କରିଥିଲେ।

  • କେନ୍ଦୁଝର ଜିଲ୍ଲା ଘଷିପୁରାରେ ‘ମିଳିତ ସାଧାରଣ ଅଭିଯୋଗ ଶୁଣାଣି’ ଶିବିର

    ଘସିପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ‘ମିଳିତ ସାଧାରଣ ଅଭିଯୋଗ ଶୁଣାଣି’ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ, ଏସପି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଚିହ୍ନିତ ହୋଇଥିବା ଦଶ ଜଣ ଦିବ୍ୟାଙ୍ଗଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF Keonjhar) ସହାୟତାରେ ଇଲେକ୍ଟ୍ରିକ ହ୍ୱିଲଚେୟାର ପ୍ରଦାନ କରାଯାଇଥିଲା।

  • ମୁକୁନ୍ଦ ଚନ୍ଦ୍ର ସାହୁ ଟ୍ରଷ୍ଟ ପକ୍ଷରୁ ମତୋରେ ନୂତନ ବିଶ୍ରାମାଗାର ଉଦଘାଟିତ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ବଜାରରେ ଏକ ନୂତନ ବିଶ୍ରାମାଗାର ଉଦଘାଟିତ ହୋଇଯାଇଛି। ମୁକୁନ୍ଦ ଚନ୍ଦ୍ର ସାହୁ ଟ୍ରଷ୍ଟ ପକ୍ଷରୁ ଏହି ବିଶ୍ରାମ ଗାର ହୋଇଛି, ଏହି ବିଶ୍ରାମ ଗାର ଟିକୁ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ଚାନ୍ଦବାଲି ଆଇଆଇସି ପଞ୍ଚାନନ ମହାନ୍ତି, ଛତିଶ କୁମାର ଗଛି ଉପସ୍ଥିତ ରହି ଫିତା କାଟି ଉଦଘାଟନ କରିଛନ୍ତି। ଏହି ବିଶ୍ରାମ ଗାରଟି ନିହାତି ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି।

    ମତୋ ବଜାରରେ ବିଶିଷ୍ଟ ବ୍ୟବସାୟୀ ତଥା କମ୍ୟୁନିଷ୍ଟ ପାର୍ଟିର ଜଣେ ଆଗଧାଡିର ନେତୃବୃନ୍ଦ, ଆଜି ସ୍ବର୍ଗତ ମୁକୁନ୍ଦ ଚନ୍ଦ୍ର ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ସୁପୁତ୍ର ବାବୁଲାଲ ସାହୁ ବାପାଙ୍କ କଥାକୁ ରକ୍ଷାକରି ଏହି ମାନବ ସେବା ମନ୍ଦିରଟି ଆରମ୍ଭ କରିଛନ୍ତି।

    ଏହି ଶୁଭ ଉଦଘାଟନ ଉତ୍ସବରେ ମତୋ ପଞ୍ଚାୟତର ବିଜୁଜନତା ଦଳର ସଭାପତି ପ୍ରଦୀପ ପଲ୍ଲାଇ, ପୂର୍ବତନ ସରପଞ୍ଚ ଅଭୟ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ମତୋ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସମେତ ଜନ ସାଧାରଣ ଉପସ୍ଥିତ ରହିଥିଲେ।

  • ସାବଧାନ! ଆପଣ ବାହାରେ ଅଛନ୍ତି କି? ତୁରନ୍ତ ପଳାନ୍ତୁ ଘରକୁ

    ସାବଧାନ! ଆପଣ ବାହାରେ ଅଛନ୍ତି କି? ତୁରନ୍ତ ପଳାନ୍ତୁ ଘରକୁ

    କମର୍ଦା ବଜାରରେ ଆତଙ୍କ ଖେଳାଇଛି ପାଗଳ କୁକୁର । କୁକୁର କାମୁଡ଼ାରେ ୭ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦା ବଜାରରେ ଆଜି ପ୍ରାତଃ ଭ୍ରମଣ କରୁଥିବା ସମୟରେ ଗୋଟିଏ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡି ଥିଲା । ଗୁରୁତର ଅବସ୍ତାରେ ସମସ୍ତଙ୍କୁ କମର୍ଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

    ଆହାତଙ୍କ ମଧ୍ୟରେ ୫ ଜଣ ମହିଳା ୧ ପୁରୁଷ ୧ ନାବାଳକ ଅଛନ୍ତି । ସମସ୍ତ ଆହତଙ୍କ ଘର କମର୍ଦା ଓ କାନପୁର ଗ୍ରାମର। କୁକୁରକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଜାରି ରହିଛି । କୁକୁର ଭୟରେ ଲୋକେ ବାହାରକୁ ବାହାରିବା ବନ୍ଦ କରିଦେଇଛନ୍ତି ।

  • ସକଳ ତୀର୍ଥ ତୋହରି ଚରଣେ…ସାବାସ ପିଣ୍ଟୁ ବାବୁ!

    ସକଳ ତୀର୍ଥ ତୋହରି ଚରଣେ…ସାବାସ ପିଣ୍ଟୁ ବାବୁ!

    ଜୀବନ ଜୀବିକାର ଅନ୍ୟ ନାମ ସଂଘର୍ଷ,ଆଉ ସେଇ ସଂଘର୍ଷମୟ ଜୀବନ ଭିତରେ ହସ ସାଉଣ୍ଟିବା , ସମାଜ ପ୍ରତି କର୍ତଵ୍ୟ ଏବଂ ପରିବାର ମୁହଁରେ ହସ ଫୁଟାଇବା ହିଁ ହେଉଛି ମୂଳ ଲକ୍ଷ । ସେବା ଦ୍ୱାରା ଈଶ୍ୱର ପ୍ରାପ୍ତି ତଥା ଭାଗବାନ ପ୍ରସନ୍ନ ହେବେ ବୋଲି ତାଙ୍କର ବିଶ୍ୱାସ, ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସି ଚାଲି ଯାଆନ୍ତୁ ମୋ ପିଠିରେ, କବିଙ୍କର ଏହି ଉକ୍ତି କୁ ପାଥେୟ କରି ଦୈନନ୍ଦିନ ଜୀବନରେ ଦୁଃଖୀ ଗରିବଙ୍କୁ ସେବା କରି ଆଗେଇ ଚାଲିଛନ୍ତି ବାସୁଦେବପୁରର ରତିକାନ୍ତ ପ୍ରଧାନ।

    ନିଜ ଅଞ୍ଚଳ ତଥା ଆଖ ପାଖ ଅଂଚଳରେ ସମସ୍ତେ ତାଙ୍କୁ ପିଣ୍ଟୁ ବାବୁ ବୋଲି ଡାକିଥାନ୍ତି । ରମାକାନ୍ତ ପ୍ରଧାନ ଓ ସୀତା ମଣି ପ୍ରଧାନ ଙ୍କ ସାନ ପୁଅ ହେଉଛନ୍ତି ପିଣ୍ଟୁ । ପିଲାଟି ଦିନରୁ ସେ ସମାଜ ପାଇଁ ନିଜକୁ ସମର୍ପିତ କରିଛନ୍ତି । ସେବା କାର୍ଯ୍ୟ କଲେ ପ୍ରକୃତ ରେ ଆନନ୍ଦ ମିଳେ, ଖୁସି ମିଳେ ବୋଲି ସେ ଅନୁଭବ କରି ଆଜକୁ ଅନେକ ଦିନ ଧରି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ନିଜ ରୋଜଗାରର ସର୍ବାଧିକ ଭାଗ ସେ ସମାଜ ପାଇଁ ଉତ୍ସର୍ଗ କରିଥାନ୍ତି ।

    ରତିକାନ୍ତ ସକାଳୁ ନିଜ ନିତ୍ୟ କର୍ମ ସାରି କର୍ମ କ୍ଷେତ୍ରକୁ ବାହାରିଯାନ୍ତି ଦୁଃଖୀ ଦରିଦ୍ର, ଅସହାୟ ଲୋକ ଙ୍କୁ ଯେଉଁଠି ଦେଖନ୍ତି ସେଇଠି ଅଟକି ଯାଆନ୍ତି ସେ ଖାଲି ନିଜ ଅଞ୍ଚଳରେ ନୁହେଁ ଯେଉଁଠାରୁ ବି ଅସହାୟଙ୍କ ଖବର ମିଳେ ସେ ସେଠାରେ ତତକ୍ଷଣାତ ପହଞ୍ଚି ଯାଆନ୍ତି, ରତିକାନ୍ତଙ୍କର ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା।

    ନୂଆବର୍ଷ ଆସିଲେ ଯୁବ ପୀଢ଼ି ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳେ ନାଚଗୀତ , ଭୋଜି ଭାତ , ମଜାମସ୍ତିରେ ଅନେକ ନୂଆ ବର୍ଷ ପାଳନ କରିଥାନ୍ତି | ହେଲେ ରତିକାନ୍ତ କିନ୍ତୁ ନିଆରା ଢଙ୍ଗରେ ନୂଆ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ଅଞ୍ଚଳରେ ଥିବା ଶହ ଶହ ବୃଦ୍ଧ ବୃଦ୍ଧା ମାନଙ୍କ ଘରକୁ ଯାଇ ସେମାନଙ୍କୁ ଫଳ ବାଣ୍ଟିବା ସହ ସେମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ, ଭଗବାନ ତାଙ୍କୁ ଆର୍ଶୀବାଦ କରନ୍ତୁ, ଅନେକ ନିଆରା କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ଅଞ୍ଚଳବାସୀ କହିଛନ୍ତି ।

  • ବେଳାଭୂମିରେ ପ୍ରବାସୀ ଭାରତୀୟ, ଉତ୍ସବମୁଖର ପୁରୀ ସହର

    ବେଳାଭୂମିରେ ପ୍ରବାସୀ ଭାରତୀୟ, ଉତ୍ସବମୁଖର ପୁରୀ ସହର

    ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ପୁରୀ ସହର। ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ସାରା ସହର ସଜେଇ ହୋଇଥିବା ବେଳେ ପୁରୀ ବେଳାଭୂମିରେ ବିଚ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଚ୍ ଫେଷ୍ଟିଭାଲ ଉଦ୍‌ଘାଟନ କରିଛନ୍ତି । ସେ କହିଛନ୍ତି, ୧୮ ତମ ପ୍ରବାସୀ ଭାରତୀୟ ଦିବସ ଓଡିଶାର ଭୁବନେଶ୍ବରରେ ଆୟୋଜିତ ହେଉଥିଲେ ମଧ୍ୟ ପୁରୀ ସମସ୍ତ ପ୍ରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି । ମହାପ୍ରଭୁଙ୍କ ଦର୍ଶନ ସହ ସ୍ବର୍ଣ୍ଣିମ ବେଳାଭୂମି ର ବ୍ଲୁ ଫ୍ଲାଗ ବିଚ, କଳାଗ୍ରାମ ରଘୁରାଜପୁର,ଅପରୂପା ଚିଲିକା ସାତପଡ଼ା, ସୂର୍ଯ୍ୟ ମନ୍ଦିର କୋଣାର୍କ, ରାମଚଣ୍ଡୀ, ପିପିଲି ର ପ୍ରସିଦ୍ଧ ଚାନ୍ଦୁଆ ସେମାନଙ୍କ ପାଇଁ ଉତ୍ସାହ ଆଣିବ । ଏହା କେବଳ ପ୍ରବାସୀ ନୁହେଁ ଆମ ନିଜ ଦେଶର ଲୋକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିଛି ।

    ପୁରୀର ପ୍ରଚାର ପ୍ରସର ହୋଇ ପାରିଲେ ବିଦେଶୀ ଅତିଥିଙ୍କ ସଂଖ୍ୟା ବଢ଼ିବ । ପୁରୀ ବୁଲିବାକୁ ଆସୁଥିବା ପ୍ରବାସୀମାନେ ଆମର ବଳିଷ୍ଟ ମାଧ୍ୟମ ପାଲଟିବେ । ତେବେ ପ୍ରବାସୀ ଭାରତୀୟଙ୍କ ପାଇଁ ପୁରୀକୁ ସୁନ୍ଦର କରିବା ସହ ସେମାନଙ୍କୁ ଉତ୍ତମ ଆତିଥେୟତା ଦେବା ଆମର କର୍ତବ୍ୟ ବୋଲି ଶ୍ରୀମତି ପରିଡ଼ା କହିଛନ୍ତି । ଏହି ଅବସରରେ ଶ୍ରୀମତି ପରିଡ଼ା ନିମାପଡ଼ାରୁ ପୁରା ଆସିବା ବେଳେ ରାସ୍ତାରେ ଉଗାଣ୍ଡାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଭେଟି ତାଙ୍କ ସହ ସମୟ ଅତିବାହିତ କରିଥିବା ଅନୁଭୂତି ବଖାଣି ଥିଲେ ।

    ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରବାସୀ ଭାରତୀୟ ମାନଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ସମାରୋହ ଆମ ସଂସ୍କୃତି, ଐତିହ୍ୟ ଓ ଗୌରବକୁ ପୁନର୍ଜିବିତ କରିଛି ବୋଲି କହିଥିଲେ |ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆକର୍ଷଣୀୟ ଡ୍ରୋନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ଡ୍ରୋନ ସଜେଇ ହୋଇ ରଥଯାତ୍ରାଠାରୁ ଆରମ୍ଭ କରି କୋଣାର୍କ ଚକ୍ର ପ୍ରଦର୍ଶିତ କରିଥିଲେ |ହଜାର ହଜାର ପାର୍ଯ୍ୟଟକ ବେଳାଭୂମିରେ ଏହି ଡ୍ରୋନ ସୋ ର ମଜା ନେଇଥିଲେ |

  • ଗୋଟିଏ ଦିନରେ ଜୀବନ ହାରିଲେ ତିନି ଚାଷୀ,ବିଲରେ ଜଗି ବସିଥିଲା ଯମ

    ଗୋଟିଏ ଦିନରେ ଜୀବନ ହାରିଲେ ତିନି ଚାଷୀ,ବିଲରେ ଜଗି ବସିଥିଲା ଯମ

    ନଷ୍ଟ ଫସଲ ଦେଖି ବିଲରେ ଟଳି ପଡିଛନ୍ତି କଟକ ସଦର ଥାନା ଉଷୁମା ପଂଚାୟତ ସୁମାଣ୍ଡି ଗ୍ରାମର ଚାଷୀ ଇନ୍ଦ୍ରଜିତ ଛାଟୋଇ I ବ୍ୟାଙ୍କ ଓ ହାତ ଉଧାରି ଆଣି ଇନ୍ଦ୍ରଜିତ ଧାନ ସହିତ ପରିବା ଚାଷ କରିଥିଲେ I ଅଦିନିଆ ବର୍ଷାରେ ଫସଲ ସବୁ ନଷ୍ଟ ହୋଇଯାଇଛି I ଇନ୍ଦ୍ରଜିତ ବିଲକୁ ଯାଇ ଧାନ ଗଜା ହେବା ସହ ପନିପରିବା ପୋକ ଲାଗି ନଷ୍ଟ ହୋଇଯାଇଥିବା ଦେଖି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ପଡିଯାଇଥିଲେ I ତାଙ୍କୁ ତୁରନ୍ତ କଟକ ଡାକ୍ତରଖାନା ନିଆଯାଇଥିଲା I ସେଠାରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

    ସମବାୟ ବ୍ୟାଙ୍କ ଓ ସ୍ଥାନୀୟ ଅଂଚଳରୁ ହଜାର ହଜାର ଟଙ୍କା ଋଣ କରି ନିଜ ଫସଲରେ ବିନିଯୋଗ କରିଥିଲେ I ଫସଲ ଉଜୁଡିଯିବାରୁ ଋଣ ପରିଶୋଧ ଚିନ୍ତାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ କହିଛନ୍ତି I ପ୍ରଶାସନ ପକ୍ଷରୁ ଆବଶ୍ୟକ ତଦନ୍ତ କରାଯାଇ ମୃତ ଇନ୍ଦ୍ରଜିତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି I

    ସେହିପରି ଜଗତସିଂହପୁର ନାଉଗାଁ ରେ ଧାନ ଫସଲ କ୍ଷତି ଅସହ୍ୟ ହେବାରୁ ଜଣେ ଭାଗଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି I ନାଉଗାଁ ବ୍ଲକ ରୋହିଆ ପଂଚାୟତ ଅରଖକୁଦ ଗ୍ରାମରେ ଏଭଳି ଘଟଣା ଘଟିଛି I ମୃତକ ହେଲେ ଉକ୍ତ ଗ୍ରାମର ଧର୍ମାନନ୍ଦ ନାୟକ ଭାଗଚାଷ କରି ସେ ପରିବାର ପ୍ରତିପୋଷଣ କରୁଥିଲେ I ତେବେ ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ଆଣ୍ଠୁଏ ପାଣି ଜମି ରହିଥିଲା I ଧାନ ଗଜା ହେବା ସହିତ ନଷ୍ଟ ହୋଇଯାଇଥିଲା I ଭାଗଚାଷ କରିଥିବା ଜମିକୁ ଯାଇ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଦେଖି ସେଠାରେ ହିଁ ଟଳିପଡିଥିଲେ I ମୃତ ଚାଷୀଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି I

    ଅନ୍ୟପଟେ ସମ୍ବଲପୁରର ଯୁଯୁମରା ଅଂଚଳର ରତ୍ନାକର ଭୋଇଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି I ଧାନଚାଷରେ ଝାଳବୁହା ପରିଶ୍ରମ କରିଥିଲେ ବାପା I ବିକ୍ରି ମୂଲ୍ୟ ତ ପାଇଲେନି, ଏପଟେ ଚାଷ ପାଇଁ କରିଥିବା ଋଣ ପରିଶୋଧ ଓ ପରିବାର ପୋଷଣ ଚିନ୍ତା ହିଁ ତାଙ୍କୁ ଘାରିଥିଲା I ଏଭଳି ଦୁଃସ୍ଥିତିରେ ଗତକାଲି ଦିନ ପ୍ରାୟ ଗୋଟାଏ ବେଳକୁ ସେ ବିଷପିଇ ଦେଇଥିଲେ I ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କର ମୃତ୍ୟୁ ହୋଇଥିଲା I କ୍ଷୁଦ୍ରଚାଷୀ ରତ୍ନାକର ଭୋଇଙ୍କ ଝିଅ ଦେବକୀ ଭୋଇଙ୍କ ଏହା ହେଉଛି ବେଦନାଭରା ପ୍ରତିକ୍ରିୟା I