Category: ଜିଲ୍ଲା

  • ପିଏମଏୱାୟୀ ସର୍ଭେରେ ଯୋଗଦେଲେ ଜିଲ୍ଲାପାଳ

    ପିଏମଏୱାୟୀ ସର୍ଭେରେ ଯୋଗଦେଲେ ଜିଲ୍ଲାପାଳ

    ସିଧାସଳଖ ଲୋକଙ୍କ ପାଖକୁ ପହଞ୍ଚିବା ସହ ତାଙ୍କ ସାଥେ ଯୋଡି ହୋଇ ଶାସନର ଏକ ବିରଳ ତଥା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ | ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମଏୱାୟୀ) ଯାଞ୍ଚ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବରେ ତଦାରଖ କରିବା ପାଇଁ ଆଜି ସୁଶ୍ରୀ ପାରୁଲ ପାଟୱାରୀ ବିଷମକଟକ ବିଷମକଟକ ପରିଦର୍ଶନ କରିଥିଲେ। ବିଷମକଟକ ସଦର ମହକୁମାର ଏକ ପରିତ୍ୟକ୍ତ ବସ୍ତି ରୁ ଜିଲ୍ଲାପାଳ ହିତାଧିକାରୀଙ୍କ ସର୍ଭେ ପ୍ରକ୍ରିୟାର କାର୍ଯ୍ୟକ୍ରମରେ ପ୍ରତକ୍ଷ ଭାବେ ଯୋଡି ହୋଇଥିବା ବେଳେ, ବସ୍ତି ବାସିନ୍ଦାଙ୍କ ସହ ସିଧା ସଳଖ କଥାବାର୍ତା, ତାଙ୍କ ସୁବିଧା ଅସୁବିଧା ନେଇ ସେ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଥିଲା I ଏଥିପୂର୍ବରୁ ଏଭଳି ବସ୍ତିକୁ ପ୍ରବେଶ କରିବାକୁ ମଧ୍ୟ କେହି ଚିନ୍ତା କରିନଥିବା ବେଳେ ଜିଲ୍ଲାପାଳ ପାରୁଲ ପାଟୱାରୀଙ୍କ ଏହି ପରିଦର୍ଶନକୁ ବହୁ ମାତ୍ରାରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି I

    ତାଙ୍କ ଏହି ଗସ୍ତ ବେଳେ, ଶ୍ରୀମତୀ ପାଟୱାରୀ ସାନ ସାହି ସ୍ଥିତ ଜଣେ ଭିନ୍ନକ୍ଷମ ବୃଦ୍ଧ ମହିଳାଙ୍କୁ ସାକ୍ଷାତ କରିଥିଲେ I ଯିଏ ଦୟନୀୟ ଅବସ୍ଥାରେ ରହୁଥିବା ଜାଣି ତାଙ୍କ ବିଷମକଟକ ବିଭାଗୀୟ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀ ବ୍ୟକ୍ତିଗତ ସହାୟତା ଯୋଗାଇ ଅନ୍ଧ ଅସହାୟ ପାଇଁ ଘର ଖଣ୍ଡିଏ ତୋଳି ଦେଇଥିଲେ। ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ଶ୍ରୀମତୀ ପାଟୱାରୀ ମଧ୍ୟ ତାଙ୍କ ପ୍ରଶାସନର ଯୁବ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅସହାୟଙ୍କ ସକ୍ରିୟ ପଦକ୍ଷେପ ପାଇଁ ଉତ୍ସାହିତ କରିଥିଲେ।

  • ଡାଙ୍ଗରପଦା ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ

    ଡାଙ୍ଗରପଦା ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ

    ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକ ଅସ୍ତି ପଞ୍ଚାୟତ ଡାଙ୍ଗରପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମରଞ୍ଜନ ଜେନା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବିଶିଷ୍ଟ କବି ଡ. କାଳିପଦ ପଣ୍ଡା ଯୋଗଦେଇ ଗୁରୁ, ପିତାମାତା ତଥା ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡେଶ୍ବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳ ବ୍ଲକ ସଭାପତି ଶିକ୍ଷାବିତ ଗୋବିନ୍ଦ ପ୍ରସାଦ ଦାସ, ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟ ଆଲୁମିନି ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଓଡ଼ିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ପ୍ରତାପ କୁମାର ପାତ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ମାମିଲତା ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ଡ.ରଶ୍ମିତା ପାଣିଗ୍ରାହୀ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ତଥା ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୁଭଶ୍ରୀ ମୁଣ୍ଡା, ମିନତୀ ରାଉତ,ଅନୁପମା ସାମନ୍ତରାୟ, ରଶ୍ମିତା ସୀ, ଶିକ୍ଷକ ଶତୃଘ୍ନ ସେଠୀ,ସଞ୍ଜିତ ଜେନା, ପୂର୍ଣ୍ଣେନ୍ଦୁ ଦାସ, ଖେଳ ଶିକ୍ଷକ ପଦ୍ମଲୋଚନ ବାରିକ, ଦୀଲ୍ଲିପ ସିଂ, ଗଣେଶ ଜେନା, ନିତାଇ କୃଷ୍ଣ ସାମଲ, ଅରୁଣ କୁମାର ପଣ୍ଡା, ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ସଂସ୍କୃତ ଶିକ୍ଷକ ମୂରଲୀଧର ଗଙ୍ଗାଇ ଧନ୍ୟବାଦ ପ୍ରଦାନ କରିଥିଲେ।

  • ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା ଭିତରକୁ ଧସେଇ ପଶିଲେ ଗ୍ରାମବାସୀ

    ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା ଭିତରକୁ ଧସେଇ ପଶିଲେ ଗ୍ରାମବାସୀ


    ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡ଼ିହି ଥାନାରେ ଦେଖିବାକୁ ମିଳିଛି ଉତ୍ତେଜନା | ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା ଭିତରକୁ ଧସେଇ ପଶିଛନ୍ତି ଗ୍ରାମବାସୀ |

    ସୂଚନା ଅନୁସାରେ, ନାୟକାଣିଡ଼ିହି ଥାନା ଅଧିନସ୍ଥ କରଂଜଡ଼ିଆ ପଞ୍ଚାୟତରେ ଥିବା ମଳିକ ସାହିର ନବଘନ ମଳିକ ରବିବାର ସନ୍ଧ୍ୟାରେ ମାର୍କେଟରୁ ଫେରିବା ସମୟରେ କିଛି ଦୁର୍ବୃତ୍ତ ରଡ ଓ ଭୁଜାଲିରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ପଳାଇ ଯାଇଥିଲେ |

    ପରେ ସ୍ଥାନୀୟ ଲୋକେ ନବଘନ ମଳିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ମେଡିକାଲ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ | ଏହି ଆକ୍ରମଣ ପରେ ପରିବାର ଲୋକେ ଏକ ଏତଲା ଦେଇଥିଲେ କିନ୍ତୁ ନାୟକଣୀଡ଼ିହି ପୋଲିସ କିଛି ପଦକ୍ଷେପ ନେଇ ନଥିଲା |

    ଆଜି ଚିକିତ୍ସିତ ଅବସ୍ଥାରେ ନବଘନଙ୍କର ମୃତ୍ୟୁ ଘଟିଛି | ମୃତ୍ୟୁ ପରେ ଗ୍ରାମ ଲୋକେ ମୃତ ଶରୀରକୁ ନାୟକାଣିଡ଼ିହି ଥାନା ଆଗରେ ରଖି ଦୋଷୀକୁ ଗିରଫ ଦାବିରେ ବିକ୍ଷୋଭ କରି ଥିଲେ ପରେ ଥାନା ଭିତରକୁ ଧସେଇ ପଶିଥିଲେ |

  • ନିଶାସକ୍ତ ହୋଇ ବାଇକ୍ ଚଳାଇବା ହେଲା କାଳ; ଜଣେ ମୃତ, ୨ ଗୁରୁତର

    ନିଶାସକ୍ତ ହୋଇ ବାଇକ୍ ଚଳାଇବା ହେଲା କାଳ; ଜଣେ ମୃତ, ୨ ଗୁରୁତର

    କେନ୍ଦୁଝର ଜିଲ୍ଲା ଯୋଡ଼ା ଅନ୍ତର୍ଗତ ରିମୁଳି ଠାରୁ ରାଜାମୁଣ୍ଡା ୫୨୦ ନଂ ଜାତୀୟ ରାଜପଥରେ ଦୈନିକ ଛୋଟ ବଡ ସଡକ ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ଦୁର୍ଘଟଣା ଘଟି ବହୁ ଧନଜୀବନ ହାନୀ ହୋଉଛି।

    ଏହିପରି ଏକ ସଡ଼କ ଦୁର୍ଘଟଣା ଘଟିଛି ଯୋଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୨୦ ନମ୍ବର ଲହଣ୍ଡା ନିକଟରେ। ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ମୃତ, ୨ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଯୋଡ଼ା ଥାନା ବନେଇକଳା ଅଞ୍ଚଳର ରୋହିତ ମହାକୁଡ଼ ।

    ସୂଚନା ଅନୁସାରେ, ୩ ଜଣ ଯୁବକ ଏକ ବାଇକ୍ ଯୋଗେ ବିଲେଇପଦା ହାଟରୁ ନିଶାସକ୍ତ ଅବସ୍ଥାରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ବାଜି ରାସ୍ତାରେ ଛିଟିକି ପଡିଥିଲେ।

    ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ରୋହିତ ମହାକୁଡ଼ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

  • ଟ୍ରେନ୍ ୱାଗନରୁ କୋଇଲା ଲୁଟ୍ ଉଦ୍ୟମ; ମାଫିଆକୁ ଧରିବାକୁ ତଦନ୍ତ ଆରମ୍ଭ

    ଟ୍ରେନ୍ ୱାଗନରୁ କୋଇଲା ଲୁଟ୍ ଉଦ୍ୟମ; ମାଫିଆକୁ ଧରିବାକୁ ତଦନ୍ତ ଆରମ୍ଭ

    ପାରାଦ୍ଵୀପର ସିଜୁ ରେଲୱେ ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କୋଇଲା ଟ୍ରେନରୁ କୋଇଲା ଲୁଟ୍ ପାଇଁ ଉଦ୍ୟମ ହୋଇଥିବା ସୂଚନା ରହିଛି | କିଛି ଦୁର୍ବୃତ୍ତ ଟ୍ରେନ୍ ବଗିରୁ କୋଇଲା କାଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଏହାର ଲକ୍ ଖୋଲି ଯାଇଥିଲା । ଫଳରେ ଟ୍ରେନ୍ ଲାଇନ୍ ଉପରେ ପାଖାପାଖି ୩ ରୁ ୪ ଟନ୍ କୋଇଲା ପଡ଼ିଯାଇଥିଲା।

    ଏହାକୁ ଟ୍ରେନର ଗାର୍ଡ ଦେଖି ରେଲୱେ ପୋଲିସକୁ ଖବର ଦେଇଥିଲେ | ଘଟଣାସ୍ଥଳରେ ପାରାଦ୍ଵୀପ ରେଲୱେ ସୁରକ୍ଷାବଳ ଥାନାର ଓଆଇସି ଓ ଅନ୍ୟ ଅଫିସରମାନେ ପହଞ୍ଚି କୋଇଲାକୁ ସେଠାରୁ ଜବତ କରାଯାଇଛି । ତେବେ ଏହି ଘଟଣାକୁ ନେଇ ରେଲୱେ ଥାନା ପକ୍ଷରୁ କେହି ଅଜଣା ବ୍ୟକ୍ତି ଏଭଳି ଘଟଣା ଘଟାଇଥିବା ଆଶଙ୍କା କରି ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଛି । ମାତ୍ର ପାରାଦ୍ଵୀପ ଠାରୁ କୁଜଙ୍ଗ ମଧ୍ୟରେ ରୀତିମତ କୋଇଲା ଚୋରି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ରେଲୱେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଚର୍ଚ୍ଚା ଜୋର ଧରିଛି । ଫଳରେ ଏହି କୋଇଲା ମାଫିଆମାନେ ପାରାଦ୍ଵୀପରେ ନିର୍ଦ୍ଵନ୍ଦ୍ଵରେ କୋଇଲା ଚୋରି କରୁଥିବା କୁହାଯାଉଛି।

  • କେନ୍ଦୁଝର ସଦର ମହକୁମାରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ

    କେନ୍ଦୁଝର ସଦର ମହକୁମାରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ

    କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାର ହଲ ଠାରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଫେବୃଆରୀ ମାସର ପ୍ରଥମ ସୋମବାର ଦିନ ଅନୁଷ୍ଠିତ ହୋଇଛି। ଖବର ସଂଗ୍ରହ ପର୍ଯ୍ୟନ୍ତ ଦୁଇଶହରୁ ଉର୍ଦ୍ଧ୍ବ ଅଭିଯୋଗ ଜନଶୁଣାଣି ଶାନ୍ତି ଓ ଶୃଙ୍ଖଳାର ସହ ହୋଇଥିବା ଜଣାପଡିଛି ।

  • ଜଳିଗଲା ଚଳନ୍ତା ବାଇକ, ଚାଳକ ଫେରାର

    ଜଳିଗଲା ଚଳନ୍ତା ବାଇକ, ଚାଳକ ଫେରାର

    କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଏନଏଚ ୫୨୦ କଣ୍ଡ୍ରା ଟୋଲ ଗେଟ ନିକଟରେ ସୋମବାର ଅପରାହ୍ନରେ ଏକ ଚଳନ୍ତା ପଲସର ବାଇକରେ ହଠାତ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ବାଇକରେ ନିଆଁ ଲାଗିବା ଦେଖି ବାଇକ ଚାଳକ ସେଠାରେ ବାଇକ ଛାଡ଼ି ଫେରାର ହୋଇଯାଇଥିବା କୁହାଯାଉଛି । ଟୋଲ ଗେଟରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ସେଠାକାର କର୍ମଚାରୀ ଲିଭାଇବାକୁ ଚେଷ୍ଟା କରିଥିଲେ, ମାତ୍ର ତାହା କାମ କରି ନଥିଲା ଏବଂ ଦେଖୁ ଦେଖୁ ହୁତୁ ହୁତୁ ଜଳି ଯାଇଥିଲା ବାଇକ। ଏମିତିରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

    ଲୋକେ କିଛି ସମୟ ଧରି ଗାଡ଼ି ମୋଟର ଚଳାଚଳ ବନ୍ଦ କରିଦେଇଥିଲେ । ସୂଚନା ପାଇ ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ବାଇକଟି ଯୋଡ଼ା ପଟୁ ଯାଉଥିଲା ବେଳେ, ଏହି ଘଟଣାକୁ ନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

  • ବ୍ରହ୍ମବରଦାରେ ଅଘଟଣ ; ଫ୍ୟାନରେ ରଶି ଦେଇ ଝୁଲିପଡିଲେ ସ୍ବାମୀ ସ୍ତ୍ରୀ

    ବ୍ରହ୍ମବରଦାରେ ଅଘଟଣ ; ଫ୍ୟାନରେ ରଶି ଦେଇ ଝୁଲିପଡିଲେ ସ୍ବାମୀ ସ୍ତ୍ରୀ

    ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଞ୍ଚାୟତ କୋଠା ସାହି ଗ୍ରାମରେ ଘଟିଯାଇଛି ବଡ ଅଘଟଣ | ବେକରେ ରଶି ଦେଇ ଝୁଲିପଡ଼ିଲେ ସ୍ବାମୀ ସ୍ତ୍ରୀ | ମୃତକ ଦ୍ୱୟ ହେଲେ କୋଠା ସାହି ଗାଁର ବିଜୟ ରାଉତ (୬୦) ଓ ତାଙ୍କ ସ୍ତ୍ରୀ ପଦ୍ମିନୀ (୫୫) | ସୂଚନା ଅନୁସାରେ, ବାଙ୍ଗାଲୋରରେ ରହୁଥିବା ବିଜୟଙ୍କ ପୁଅ ଆଜି ସକାଳୁ ଘରକୁ ଫୋନ କରିଥିଲେ। କେହି ଫୋନ ନଉଠାଇବାରୁ ସାଙ୍ଗ ସୋମନାଥକୁ ଘରକୁ ଯିବା ପାଇଁ କହିଥିଲେ। ସେଠାରେ ଯାଇ ଠାକୁର ଘରେ ଦୁହିଁଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ବ୍ରହ୍ମବରଦା ପୋଲିସ ସାଇଣ୍ଟିଫିକ ଟିମ ସହାୟତାର ତଦନ୍ତ ଆରମ୍ଭ କରିଛି। ତେବେ ଘରର କାନ୍ଥରେ ତିନି ଭଉଣୀଙ୍କ ପାଇଁ ଜୀବନ ହାରିଲେ ବୋଲି ଲେଖା ଯାଇଥିବା ଦେଖିବାକୁ ମିଳିଛି। ଋଣ ଗ୍ରସ୍ଥ ହୋଇ ମାନସିକ ଭାରସାମ୍ୟ ହରାଇ ଦୁହେଁ ଏଭଳି ପଦକ୍ଷେପ ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି |

  • ଶ୍ରୀକ୍ଷେତ୍ରରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

    ଶ୍ରୀକ୍ଷେତ୍ରରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

    ପୁରୀ: ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚାବିହାରସ୍ଥିତ ଲଷ୍ମୀ ନାରାୟଣ ମନ୍ଦିର ପରିସର ମଧ୍ୟରେ ଦଶମତମ ବିଶ୍ୱ ଶାନ୍ତି ମହାଯଜ୍ଞ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି | ଏହି ଯଜ୍ଞର ପୂର୍ଣ୍ଣାହୁତି ମାଘ ସପ୍ତମୀଦିନ ଅନୁଷ୍ଠିତ ହେବ |

    ପ୍ରଥମେ ଅଂଚଳର ବାସିନ୍ଦା କଳସୀରେ ଜଳ ଆଣି ମନ୍ଦିର ପରିସରରେ ଥିବା ଯଜ୍ଞ ସ୍ଥାନରେ ରଖିଥିଲେ | ତତ୍ ପରେ ଆଜି ଯଜ୍ଞ ଉପଯୋଗୀ ନୀତି ସମାପନ କରି ସୂର୍ଯ୍ୟ ପୂଜା ଵିଧିରୁ ଶୁଭ ଆରମ୍ଭ କରାଯାଇଥିଲା l

    ଏଥିରେ ମୁଖ୍ୟ କର୍ତ୍ତା ଅଶୋକ ଚନ୍ଦ୍ର ମହାପାତ୍ର, କର୍ତ୍ତୀ ସଂଯୁକ୍ତା ମହାପାତ୍ର ଶୁଦ୍ଧ ପୂତ ଭାବେ ସକଳ୍ପ କରି ଯଜ୍ଞର ଶୁଭ ଆରମ୍ଭ କରିଥିଲେ ଏବଂ ଉନ୍ନୟନ ପରିଷଦର ସଭାପତି ପ୍ରଦୀପ୍ତ ନାୟକ, ସମ୍ପାଦକ ସୁରେଶ ଦଳେଇ, ଉପସଭାପତି କୃପାସିନ୍ଧୁ ରାଉତରାଏ, କୋଷାଧ୍ୟକ୍ଷ ସ୍ୱମେନ୍ଦ୍ର ପାଇକରାଏଙ୍କ ସମେତ

    ସଂଗ୍ରାମ ମିଶ୍ର, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ଜେନା, ଜୟନ୍ତ କୁମାର ମହାପାତ୍ର ଓ ଉନ୍ନୟନ ପରିଷଦର ସମସ୍ତ ସଦସ୍ୟବୃନ୍ଦ ଏବଂ ଗୁଣ୍ଡିଚା ବିହାରର ସମସ୍ତ ବାସିନ୍ଦା ଏହି ଯଜ୍ଞରେ ପୂର୍ଣ୍ଣ ସହଯୋଗ କରିଥିଲେ |

  • ଫାଇନାନ୍ସ ସଂସ୍ଥା କର୍ମଚାରୀ ଲୋନ ଆଦାୟ ଟଙ୍କା ନେଇ ଫେରାର

    ଫାଇନାନ୍ସ ସଂସ୍ଥା କର୍ମଚାରୀ ଲୋନ ଆଦାୟ ଟଙ୍କା ନେଇ ଫେରାର

    କେନ୍ଦୁଝର : ଘରୋଇ ଫାଇନାନ୍ସ ସଂସ୍ଥା କର୍ମଚାରୀ ବିଭିନ୍ନ ଗାଁରୁ ଲକ୍ଷାଧିକ ଲୋନ ଆଦାୟ ଟଙ୍କା ଧରି ଫେରାର ହୋଇଯିବା ପରେ ଚିନ୍ତାରେ ଲୋନ ନେଇଥିବା ମହିଳା। ଘଟଣାକୁ କେନ୍ଦ୍ରକରି ଫାଇନାନ୍ସ ସଂସ୍ଥା କାର୍ଯ୍ୟାଳୟରେ ଉତ୍ତେଜନା। କେନ୍ଦୁଝର ଜିଲ୍ଲା ଘଷିପୁରା ମୁଖ୍ୟ ବଜାରରେ ଥିବା ମୁଥୁଟ ମାଇକ୍ରୋ ଫିନ କାର୍ଯ୍ୟାଳୟରେ ଲୋନ ନେଇଥିବା ମହିଳାଙ୍କ ଉତ୍ତେଜନା ଦେଖିବାକୁ ମିଳିଛି। ଲୋନ ଟଙ୍କାକୁ ସୁଧ ସହିତ ମହିଳା ମାନେ ପରିଶୋଧ କରିବା ପରେ ଟଙ୍କା ଧରି ଫାଇନାନ୍ସ କର୍ମଚାରୀ କେଉଁ ଆଡେ ଦୀର୍ଘ ଦିନ ଧରି ଫେରାର ହୋଇ ଯାଇଛନ୍ତି। ଏପଟେ ଲୋନ କରିଥିବା ମହିଳା ମାନେ ନିଜ ଟଙ୍କା ସୁଝି ସାରିଥିଲେ ମଧ୍ୟ ଫାଇନାନ୍ସ କମ୍ପାନୀ ସେମାନଙ୍କୁ ଆଉଥରେ ଟଙ୍କା ଦେବା ପାଇଁ ବାଧ୍ୟ କରୁଛନ୍ତି। ସେମାନଙ୍କ ସିବିଲ ସ୍କୋର ଖରାପ ହେଇଯାଇଥିବାରୁ ଅନ୍ୟ କେଉଁଠୁ ଲୋନ ଉଠାଇବାକୁ ମଧ୍ୟ ସେମାନେ ଯୋଗ୍ୟ ହେଉନାହାନ୍ତି। ଘଟଣାକୁ ନେଇ ଫାଇନାନ୍ସ କମ୍ପାନୀର ପରିଚାଳକଙ୍କ କହିବା କଥା ଫେରାର କର୍ମଚାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନିଆଯାଇଛି। ଫଇସଲା ପରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଯିବ।