Category: ଜିଲ୍ଲା

  • ଅକ୍ସଫୋର୍ଡ ରିଜିଓନାଲ ଇଂଲିଶ ମିଡିୟମ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ

    ଅକ୍ସଫୋର୍ଡ ରିଜିଓନାଲ ଇଂଲିଶ ମିଡିୟମ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ

    ବାଲେଶ୍ବର ଜିଲ୍ଲା ବାଲିଆପାଳ ଅକ୍ସଫୋର୍ଡ ରିଜିଓନାଲ ଇଂଲିଶ ମିଡିୟମ ସ୍କୁଲର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନ ଏକ କ୍ରୟ ବସ୍ତୁ, ପଦାର୍ଥ ବା ଦ୍ରବ୍ୟ ନୁହେଁ, ଯାହା ସହଜରେ କ୍ରୟ କରାଯାଇଥାଏ। ଏହା ହେଉଛି ସଚେତନତା, ଶିକ୍ଷା ଓ ଅଭିଜ୍ଞତା ମାଧ୍ୟମରେ ପର୍ଯ୍ୟବେକ୍ଷଣ, ଆବିଷ୍କାର କିମ୍ବା ଶିଖିବା ଦ୍ବାରା ପ୍ରାପ୍ତ କୌଶଳ ଜ୍ଞାନ ଉଭୟ ତତ୍ତ୍ବଗତ ଓ ବ୍ୟାବହାରିକ ବୁଝାମଣାକୁ ସୂଚିତ କରିଥାଏ I ଜ୍ଞାନ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ, ଯାହା ନୂତନ ଶିକ୍ଷା ଓ ଅନ୍ୟମାନଙ୍କୁ ବୁଝିବା ଭଳି ସୁଯୋଗ ପ୍ରଦାନ କରେ I ବ୍ୟକ୍ତିର ବୃତ୍ତିଗତ ଜୀବନରେ ଜ୍ଞାନ ଅନେକ ସାହାଯ୍ୟ କରିପାରେ I ଜ୍ଞାନ ହେଉଛି ଏଭଳି ଉପଯୁକ୍ତ ବ୍ୟବସ୍ଥିତ ନିର୍ଦ୍ଦେଶ, ଯାହା ପ୍ରଯୋଗାତ୍ମକ ଜୀବନଶୈଳୀରେ ନିଜକୁ ପ୍ରତିଷ୍ଠିତ କରିଥାଏ I

    ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗିରଥ ଗିରି, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଦୟାନିଧି ସାହୁ,ସମ୍ମାନୀତ ଅତିଥି ଭାବରେ ସିମୁଳିଆ କ୍ଲଷ୍ଟରର ସିଆରସିସି ଆଶୋକ କୁମାର ଗିରି, ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଝଡେଶ୍ଵର ପ୍ରଧାନ, ବଢ଼ାପାଳ ସ୍କୁଲର ପ୍ରଧାନ ଶିକ୍ଷକ ଗଣେଶ କୀଙ୍କର ଆଚାର୍ଯ୍ୟ ଏବଂ ବ୍ରହ୍ମା ପ୍ରକାଶ ପ୍ରମୁଖ ଯୋଗ ଦେଇ ବାକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ପାଦକ ସାଗର କୁମାର ପଟ୍ଟନାୟକ, ବିଦ୍ୟାଳୟ କମିଟି ସଦସ୍ୟ ପ୍ରଶାନ୍ତ କୁମାର ରାଉତ, ଶିକ୍ଷୟତ୍ରୀ ସସ୍ମିତା ଗିରି, ସୃତି ଲିପି କମିଳା, ରାଜେଶ ରଣା, ଅର୍ଜୁନ ନନ୍ଦୀ, ସନ୍ତୋଷ ଗିରି, ମହାଦେବ କର୍ମକାର, ଦିଗାମ୍ବର ରଣା ମାନସ ପ୍ରଧାନ,ସେକ ମୁକ୍ତାରଙ୍କ ସହିତ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

  • କାର୍‌କୁ ଧକ୍କା ଦେଲା ଟ୍ରକ; ୨ ମୃତ

    କାର୍‌କୁ ଧକ୍କା ଦେଲା ଟ୍ରକ; ୨ ମୃତ

    ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ଟାଟା ମୋଟର୍ସ ନିକଟରେ କାରକୁ ଏକ ଟ୍ରକ ଧକ୍କା ଦେବାରୁ ଡିଏସପିଙ୍କ ସମେତ 2 ଜଣଙ୍କର ମୃତ୍ୟୁ ହୋଇଛି | ଦୁର୍ଘଟଣାରେ ଯାଜପୁର ଜିଲ୍ଲାର ଡିଏସପି ବଳରାମ ନାୟକ ନିଜର ସମ୍ପର୍କୀୟଙ୍କ ସହ ଏକ ଅଲ୍ଟୋ କାର ଯୋଗେ ଯାଜପୁର ରୋଡରୁ ପାଣିକୋଇଲି ଅଭିମୁଖେ ଆସୁଥିବା ବେଳେ ଟାଟା ମୋଟର୍ସ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସାମ୍ନା ପଟରୁ ଧକ୍କା ଦେଇଥିଲା |

    ତୁରନ୍ତ ଶ୍ରୀ ନାୟକଙ୍କ ସହ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିବା ଖବରପାଇ ପାଣିକୋଇଲି ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ ର ସଦସ୍ୟ ପହଞ୍ଚି ପୋଲିସ ପ୍ରଶାସନ ସହ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ଦୁହିଁକୁ ମୃତ ଘୋଷଣା କରିଥିବା ଜଣାପଡିଛି |

    ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା | ପାଣିକୋଇଲି ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଥିଲେ |

  • ୪ ଆନ୍ତଃରାଜ୍ୟ ଲୁଟେରା ଗିରଫ

    ୪ ଆନ୍ତଃରାଜ୍ୟ ଲୁଟେରା ଗିରଫ

    ବୀରମହାରାଜପୁର ପୋଲିସକୁ ମିଲା ବଡ ସଫଳତା । ଉଦ୍ଧାର ହେଲା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ଧାତୁରେ ନିର୍ମିତ ମୂର୍ତ୍ତି । ଏଥିସହିତ ୪ ଟି ବାଇକ, ୬ ଟି ଟ୍ୟାବ, ୯ ଟି ଏଟିଏମ ଓ ଗୋଟିଏ ସ୍ମାର୍ଟ ବୋର୍ଡ ଉଧାର କରିଥିବାବେଳେ ୪ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

    କିଛି ଦିନ ତଳେ ବୀରମହାରାଜପୁର ଥାନା ଅନ୍ତର୍ଗତ ସୁନାପାଳି ଜଙ୍ଗଲରେ ହୋଇଥିବା ଲୁଟ ଘଟଣାର ତଦନ୍ତ କରି ଏହି ସବୁ ସାମଗ୍ରୀ ଉଦ୍ଧାର କରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।

    ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଏହି ୬ ଜଣିଆ ଡକାୟତ ଗ୍ୟାଙ୍ଗ ରାହାଜାନି ସହ ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା କହିଛି ପୋଲିସ । ଏନେଇ ବୀରମହରାଜପୁର ଥାନା ପରିସରରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାମ ପ୍ରସାଦ ସାହୁ ।

  • ଫସର ଫାଟିଲା ଡକାୟତି ଯୋଜନା ; ପୋଲିସ ଜାଲରେ ପଡ଼ିଲେ ଆଠ

    ଫସର ଫାଟିଲା ଡକାୟତି ଯୋଜନା ; ପୋଲିସ ଜାଲରେ ପଡ଼ିଲେ ଆଠ

    ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି କିଛି ଡକାୟତ | ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରି କରିବାରେ ସଫଳତା ହୋଇଛି ପୋଲିସ | ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ମିଶନ ସ୍କୁଲ ହତାରେ ୮ ଜଣ ଯୁବକ ବସି କୌଣସି ଯୋଜନା କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପୋଲିସ ଖବର ପାଇ ମିଶନ ହତାରେ ପହଞ୍ଚି ଚାରିପଟୁ ଘେରି ଅତର୍କିତ ଭାବେ ଚଢ଼ାଉ କରିବା ସମୟରେ ସେମାନଙ୍କ ମଧ୍ୟରୁ କେତେ ଜଣ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ୮ ଜଣଙ୍କୁ କାବୁ କାରିବାରେ ସଫଳ ହୋଇଥିଲା |

    ସେମାନଙ୍କ ମଧ୍ୟରେ ଲେଖୁଆ ପଡାର ଶିବ କଂସାରୀଙ୍କ ପୁଅ ବିଶାଲ କଂସାରୀ (୨୩)ସରୋଜ ଲହରୀଙ୍କ ପୁଅ ମୁକେଶ ଲହରୀ (୨୨) ମିଶନ ହତାର ମହମ୍ମଦ ନଉସାଦଙ୍କ ପୁଅ ମହମ୍ମଦ ଗୋଲଡ଼ାନ (୨୬) ଇସଲାମ ଛକର ସରୱାରଙ୍କ ପୁଅ ଏମ ଡି ରୋହନ (୨୬) ଇଦିଗା ମହାଲାର ଏମଡି ଇମ୍ରାନ ଅନସାରୀଙ୍କ ପୁଅ ଏମ ଡି ରୁସ୍ତମ (୨୩) ବଗିଚାପଡ଼ାର ଜୀବନ ଶାହାଙ୍କ ପୁଅ ବିଶାଲ ଶାହା(୨୨) ମଦନ ସାହୁଙ୍କ ପୁଅ ଶୁଭମ ସାହୁ (୨୬) ତାଲକି ପଡାର ବସନ୍ତ ସିଂଙ୍କ ପୁଅ ରଘୁବୀର ସିଂ(୨୩) ପ୍ରମୁଖଙ୍କ ଠାରୁ ପୋଲିଶ ୪ ଟି ଗାମୁଛା, ୪ ଟି ମାସ୍କ, ୨ ଟି ଛୋଟ ଚାକୁ, ଗୋଟିଏ ଭୁଜାଲି, ଦୁଇଟି ମରିଚଗୁଣ୍ଡ ପ୍ୟାକେଟ, ଗୋଟିଏ ସୋଲାର ଟେପ୍ ଜବତ କରିଥିବା ଜଣାପଡିଛି |

    ସେମାନଙ୍କୁ ଥାନାକୁ ଆଣି ପ୍ରାଥମିକ ତଦନ୍ତ କରିବା ପରେ ସେମାନେ ସୁନା ଦୋକାନ ଏବଂ ବଡ଼ ବଡ ବ୍ୟବସାୟୀଙ୍କ ଘରେ ପଶି ଡକାୟତି କରିବା ପାଇଁ ଏକାଠି ହୋଇ ଯୋଜନା କରୁଥିବା ସ୍ୱୀକାର କରିଥିଲେ | ପୋଲିସ ଆଜି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି |

  • ପୁରୀ ପୋଲିସକୁ ସଫଳତା,ବର୍ଗଲାରି ଗ୍ୟାଙ୍ଗ ଗିରଫ

    ପୁରୀ ପୋଲିସକୁ ସଫଳତା,ବର୍ଗଲାରି ଗ୍ୟାଙ୍ଗ ଗିରଫ

    ପୁରୀ ପୋଲିସକୁ ବଡ଼ ସଫଳତା। ପୋଲିସର ନିଦ ହଜାଇ ଦେଇଥିବା ବରଗ୍ଲାରି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ଗ୍ୟାଙ୍ଗର ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନିମାପଡ଼ା ରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୩୦ଟି ସୁନା ମୁଦି, ୭ଟି ସୁନା ଚେନ୍, ଡିଜିଟାଲ କ୍ୟାମେରା, ପ୍ରିଣ୍ଟର, ମନିଟର, ସ୍କ୍ରୁ ଡାଇଭର, ସ୍କ୍ରୁ ବାର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି କାଜଲ୍ ଦାସ, ଶ୍ରୀକାନ୍ତ ସ୍ବାଇଁ, ଆଶିଷ ମଲ୍ଲିକ ଓ ଚିରଞ୍ଜିବି ଦାସ। ପୁରୀ ଏସପିଙ୍କ କନଫରେନ୍ସ ହଲ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁଶିଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ କାଜଲ ଦାସ ଓ ଶ୍ରୀକାନ୍ତ ସ୍ବାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡକାୟତି କରୁଥିଲେ। ବିଶେଷ କରି ଘରେ କେହି ନଥିବା ସମୟରେ ଏହି ଦୁଇ ଅଭିଯୁକ୍ତ ସୁଯୋଗ ଦେଖି ଘରମାନଙ୍କରେ କଳା କନା ବୁଲାଉଥିଲେ। ପରବର୍ତ୍ତୀ ସମୟରେ ଗହଣା ଦୋକାନକୁ ଯାଇ ଅଭିଯୁକ୍ତ ମାନେ ଚୋରି ସାମଗ୍ରୀକୁ ବିକ୍ରି କରୁଥିଲେ। ତେବେ ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହେବା ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ତେବେ ଦୀର୍ଘ ପାଞ୍ଚମାସ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି ବୋଲି ଅତିରିକ୍ତ ଏସ ପି ସୁଶିଲ ମିଶ୍ର କହିଛନ୍ତି। ସମ୍ମିଳନୀ ରେ ତାଳବଣିଆ ଥାନାଧିକାରୀ ଗୀତାଞ୍ଜଳି ନାୟକ,ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ ଉପସ୍ଥିତ ଥିଲେ।

  • ଜିଲ୍ଲାସ୍ତରୀୟ ମା’ ବାରମାସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ; ଆଦମପୁରକୁ ହରାଇ ରାଛିପୁର ଫାଇନାଲରେ

    ଜିଲ୍ଲାସ୍ତରୀୟ ମା’ ବାରମାସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ; ଆଦମପୁରକୁ ହରାଇ ରାଛିପୁର ଫାଇନାଲରେ

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ମଦନପୁର ପଞ୍ଚାୟତର ପଥରପଦା ଗ୍ରାମରେ ପ୍ରଥମ ବାର୍ଷିକ ମା ବାରମାସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ, ଅନ୍ୟତମ ଅତିଥି ପୂର୍ବତନ ଏସବିଆଇ ପରିଚାଳକ ହରିହର ମଲ୍ଲିକ, କ୍ରିଡ଼ାବିତ ବୁଲୁ ପଟ୍ଟନାୟକ, ରସାନନ୍ଦ ମିଶ୍ର ଯୋଗ ଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

    ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୪ଟି ଦଳକୁ ନେଇ ଖେଳ ଆରମ୍ଭ ହୋଇଥିବା ବେଳେ ପ୍ରଥମ ସେମି ଫାଇନାଲରେ ଆଦମପୁର ଓ ରାଛିପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଆଦମପୁର ନିର୍ଦ୍ଧାରିତ ୧୬ ଓଭରରେ ୮ ୱିକେଟ ହରାଇ ୧୬୭ ରନ୍ କରିଥିଲେ। ଜବାବରେ ରାଛିପୁର ୭ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ବୈଲୋଚନ ସ୍ୱାଇଁ,ପିଙ୍କନ ଚକ୍ର ମ୍ୟାଚ ପରିଚାଳନା କରିଥିଲେ। ସୁଶାନ୍ତ ଚକ୍ର ପବିତ୍ର ସ୍ୱାଇଁ ଧାରାବିବରଣୀ ଦେଇଥିଲେ। ରମାକାନ୍ତ ସାହୁ, ଚିନ୍ମୟ ନାୟକ ସ୍କୋରର ଥିଲେ। ମା ବାରମାସୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଖେଳକୁ ପରିଚାଳନାରେ ସହଯୋଗ କରିଥିଲେ

  • ଭଗାନଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ

    ଭଗାନଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ

    ଘଷିପୁରା ବ୍ଲକ ମଦନପୁର ପଞ୍ଚାୟତ ଭଗାନଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କ୍ରୀଡ଼ା ପ୍ରତିଯୋଗିତାର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଞ୍ଚଳର ଦୁଇଜଣ ବରିଷ୍ଠ ବ୍ୟକ୍ତି ବଂଶୀଧର ବେହେରା ଏବଂ ପାଗଳ ସାମଲଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ଜେନା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ମୁକୁନ୍ଦ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଧୁସୁଦନ ସାହୁ, ମଦନପୁର କ୍ଳଷ୍ଟର ସିଆରସିସି ରମେଶ ଚନ୍ଦ୍ର ସାହୁ, ଶିକ୍ଷାବିତ ନଟବର ସାହୁ, ସହକାରୀ ଶିକ୍ଷକ କୁଶଭଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବାର୍ଷିକ କ୍ରୀଡ଼ାରେ ସରୋଜ କୁମାର ସାହୁ ଏବଂ ଛାତ୍ରୀ ପ୍ରିୟଦର୍ଶିନୀ ସାମଲ ଚାମ୍ପିଅନ ହୋଇଥିଲେ । ବିଶେଷ କରି ଆଜିର ଦିନରେ ପୁଲୱାମା ଠାରେ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଛାତ୍ରମାନେ ନୃତ୍ୟ ପ୍ରଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆନନ୍ଦ ଚରମ ସାହୁ, ସୁବ୍ରତ କୁମାର ସାହୁ, ମନୋରମା ଓଝା, ଅଞ୍ଜଳି ପରିଡ଼ା, କଳା ଶିକ୍ଷକ ମଧୁସୂଦନ ରାଉତ, ସନ୍ତୋଷ ମହାନ୍ତି, ବିଷ୍ଣୁପ୍ରିୟା ଦାଶ ପ୍ରମୁଖ ସହ‌ଯୋଗ କରିଥିଲେ।

  • ସରକାରଙ୍କ ପ୍ରତିଶ୍ରୁତି, ଭତ୍ତା ରାଜନୀତି

    ସରକାରଙ୍କ ପ୍ରତିଶ୍ରୁତି, ଭତ୍ତା ରାଜନୀତି

    ବୟସ ୬୩, ନଇଁ ଗଲାଣି ଅଣ୍ଟା, ଠିକ ସେ ଚାଲିପାରୁନାହାନ୍ତି, ବାଡି ଖଣ୍ଡେ ହିଁ ସାହା ଭରସା, ନଇଁ ନଇଁ ନିଜ ଗାଁ ନରସିଂହପୁରରୁ ଡେରାବିଶ ବ୍ଲକକୁ ପ୍ରାୟ ୧୭ କିଲୋମିଟର ପର୍ଯନ୍ତ ଆସିଛନ୍ତି ସରକାରଙ୍କ ନିଦ ଭାଙ୍ଗିବାକୁ, ହଁ ଆଜ୍ଞା, ଯେଉଁ ସରକାର ଘୋଷଣା କରିଥିଲେ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ହୋଇଥିବେ ସେମାନଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବେ ବୋଲି, ହେଲେ ସେ ନିଜେ ଏଥିରୁ ବଞ୍ଚିତ ଅଛନ୍ତି, ଏହା କେଉଁ ଉପାନ୍ତ ଅଞ୍ଚଳର ଅବ୍ୟବସ୍ଥା ନୁହଁ, ଏହା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଦେଖିବାକୁ ମିଳିଛି | ଦିବ୍ୟଙ୍ଗ ଭାଗ୍ୟଧର ଖଟୁଆଙ୍କ ଉପରେ ଯେମିତି ଦୁର୍ଭାଗ୍ୟର କଳାବାଦଲ ଘୋଟିଯାଇଛି | ନିଜେ ଦିବ୍ୟଙ୍ଗ ହୋଇ ନିଜେ ନିଜ ପାଇଁ ଲଢେଇ କରୁଛନ୍ତି, ଦିବ୍ୟଙ୍ଗ ପ୍ରମାଣପତ୍ର ଥାଇ ୧୨୦୦ ଟଙ୍କା ଭତ୍ତା ମଧ୍ୟ ପାଉଛନ୍ତି, ହେଲେ ସରକାରୀ ନିୟମ ଅନୁସାରେ ୩୫୦୦ ଟଙ୍କା ପାଇବା କଥା, ପ୍ରଶାସନିକ ଅବହେଳା ଯୋଗୁଁ ଭାଗ୍ୟଧରଙ୍କ ବର୍ଦ୍ଧିତ ଭତା ଦେଇପାରିନଥିବା ସରପଞ୍ଚ ସ୍ୱୀକାର କରିଥିବାବେଳେ ଭାଗ୍ୟଧର କିନ୍ତୁ ସରକାର, ପ୍ରଶାସନ ଓ ସରପଞ୍ଚଙ୍କ ଅବହେଳାରୁ ବର୍ଦ୍ଧିତ ଭତା ପାଇନଥିବା କହିଛନ୍ତି,

    ଏ ଘଟଣାକୁ ନେଇ ଡେରାବିଶ ରାଜନୈତିକ ମହଲରେ ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି, ଯଥାଶୀଘ୍ର ତଦନ୍ତ କରି ଭାଗ୍ୟଧରଙ୍କୁ ଭତ୍ତା ବୃଦ୍ଧି କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିବାବେଳେ ନିଜେ ଭାଗ୍ୟଧର ଡେରାବିଶ ବ୍ଲକରେ ପହଁଚି ବିଡ଼ିଓ ଓ ସାମାଜିକ ସୁରକ୍ଷା ବିଭାଗରେ ନିଜ ଭତ୍ତା ୧୨୦୦ ରୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରିଵା ପାଇଁ ଆକୁଳ ନିବେଦନ କରିଛନ୍ତି |

  • ୫୦ ଲିଟର ଆସ୍କା ଫର୍ଟି ସହ କାର ଜବତ

    ୫୦ ଲିଟର ଆସ୍କା ଫର୍ଟି ସହ କାର ଜବତ

    ୫୦ ଲିଟର ଆସ୍କା ଫର୍ଟି ମଦ ସହ କାର ଜବତ କରିଛି ଅଭୟଚାନ୍ଦପୁର ପୋଲିସ । ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି। କାରର ପଛ ଡିକିରୁ ୫୦ ଲିଟରର ଚୋରା ଆସ୍କା ଫର୍ଟି ମଦ ଜବତ କରାଯାଇଥିଲା। ଅଭିଯୁକ୍ତ ଦୁଇଜଣ ଏରସମା ବ୍ଲକ୍ ଆମ୍ବିକି ଅଞ୍ଚଳର ବିକ୍ରମ ଭୁଇଁଆ ଓ ଅଜୟ କାଣ୍ଡିଙ୍କୁ ଗିରଫ କରାଯାଇଛି ।

    ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏମାନେ ଏରସମା ଆମ୍ବିକିରୁ ଚୋରାରେ ଆସ୍କା ଫର୍ଟି ମଦ ଆଣି ଗଡ଼କୁଜଙ୍ଗ, ଭୁଇଁଆପାଳ, ବାୟାନାଳକନ୍ଦା ପ୍ରଭୃତି ଅଞ୍ଚଳରେ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରୟ କରୁଥିବା ଆଇଆଇସି ସମୀର ରାଉତ ପ୍ରକାଶ କରିବା ସହିତ ଏହି ବ୍ୟବସାୟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଖୁବ ଶିଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି।

  • ଯୁବତୀଙ୍କୁ ଅପହରଣ ଉଦ୍ୟମ; ଜଣେ ଫେରାର, ଜଣେ ଅଟକ

    ଯୁବତୀଙ୍କୁ ଅପହରଣ ଉଦ୍ୟମ; ଜଣେ ଫେରାର, ଜଣେ ଅଟକ

    ଯୁବତୀଙ୍କୁ ଅପହରଣ ଉଦ୍ୟମ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା। ଅପହରଣ ସମୟରେ ମାଡିବସିଲେ ସ୍ଥାନୀୟ ଗ୍ରାମବାସୀ । ଜଣେ ଯୁବକ ଅଟକ, ଅନ୍ୟଜଣେ ଫେରାର। କୁଜଙ୍ଗ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଯୁବତୀ ଜଣକ ନାବାଳିକା ହୋଇଥିବା ବେଳେ ଗ୍ରାମ ନିକଟସ୍ଥ ଏକ ସ୍ଥାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ।

    ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ନାବାଳିକା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ଘେରିଯାଇଥିଲେ। ସେଠାରୁ ଜଣେ ଯୁବକ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଯୁବକଙ୍କୁ ଧରି ପକାଇଥିଲେ ଗ୍ରାମବାସୀ ‌। ଉକ୍ତ ଯୁବକକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।