Category: ଜିଲ୍ଲା

  • ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର

    ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର

    ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳରେ‌ ଘଟିଛି ଏକ ବଡ଼ ଅଘଟଣ। ଆଇନ ଓର୍ ନେବାପାଇଁ ଆସିଥିବା ବାରବାଦୋସର ଏକ ଜାହାଜ ଏମ୍ ଭି ଆଲୋରା ର ଚିଫ୍ ଅଫିସର ଜାହାଜରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଚିଫ୍ ଅଫିସର ଜଣଙ୍କ ଶ୍ରୀଲଙ୍କା ନାଗରିକ ହୋଇଥିବା ବେଳେ ତାଙ୍କ ନାଁ ଆସେଲା ଆସଙ୍କା ମୋହନ (ASELA ASANKA MOHANA ) ।

    ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ବନ୍ଦର ଚିକିତ୍ସାଳୟରେ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଜାହାଜଟି ଆଇରନ ଓର୍ ନେବାପାଇଁ MPB ବର୍ଥ ରେ ଲାଗିଛି । ଅଫିସର ଜଣଙ୍କ ଜାହାଜର ବିଭିନ୍ନ କାର୍ଯ୍ୟ ତଦାରଖ କରୁଥିବା ବେଳେ ହଠାତ୍ ତଳକୁ ଖସିପଡିଥିଲେ ଏବଂ ଅନ୍ୟ ଷ୍ଟାଫଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବନ୍ଦର ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ତାଙ୍କର ଅଣ୍ଟାରେ ଗଭୀର ଆଘାତ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ପଠାଯାଇଥିବା ସୂଚନା ମିଳିଛି।

  • ବଟେଶ୍ୱର ମନ୍ଦିରରେ ରେକର୍ଡ ଭାଙ୍ଗିଲା ଭକ୍ତଙ୍କ ଭିଡ଼

    ବଟେଶ୍ୱର ମନ୍ଦିରରେ ରେକର୍ଡ ଭାଙ୍ଗିଲା ଭକ୍ତଙ୍କ ଭିଡ଼

    ଗଞ୍ଜାମ ସହର ଓ ଆଖ ପାଖ ଅଞ୍ଚଳ ମହାଶିବରାତ୍ରି ଅବସରରେ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି | ଗଞ୍ଜାମ ବ୍ଲକ କଣ୍ଟିଆ ଗଡ଼ ଅନ୍ତର୍ଗତ ବଟେଶ୍ଵର ମନ୍ଦିରରେ ପ୍ରତିବର୍ଷର ରେକର୍ଡ ଭାଙ୍ଗିଛି | ପୂର୍ବ ବର୍ଷ ତୁଳନା ଅନୁଯାୟୀ ଚଳିତ ବର୍ଷ ବଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ହଜାର ହଜାର ଭକ୍ତ ପ୍ରଥମ ଥର ପାଇଁ ସମାଗମ ହୋଇଥିଲା | ଯେଉଁଥିପାଇଁ ଟ୍ରାଫିକ ବ୍ୟବସ୍ଥା ଏବଂ ଭକ୍ତଙ୍କୁ କୌଣସି ଅସୁବିଧା ହେବନାହିଁ ତାହା ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା |

    ସେହିପରି ଅଳେଶ୍ବର, ଝଡ଼େଶ୍ଵର, ମକରେଶ୍ଵର, ବାଲି ଲୋକନାଥ ରେମେଶ୍ଵର ପ୍ରମୁଖ ଶୈବପୀଠ ସେହିପରି ସହରାଞ୍ଚଳରେ ବିଜେ କାଶୀ ବିଶ୍ୱନାଥ, ଖଣ୍ଡେଶ୍ଵର, ରାମେଶ୍ଵର, ଆଖଣ୍ଡଳମଣି ପ୍ରମୁଖ ଶୈବ ପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା | ଶ୍ରଦ୍ଧାଳୁମାନେ ଅଷ୍ଟଶମ୍ଭୁ ଦର୍ଶନ କରିବା ପାଇଁ ବିଭିନ୍ନ ଶୈବପୀଠ ଭ୍ରମଣ କରିଥିଲେ | ଦେବଦେବ ମହାଦେବଙ୍କ ଲିଙ୍ଗରେ ଜଳାଭିଶେଖ କରି ପୂଣ୍ୟ ଅର୍ଜନ ପାଇଁ କାଉଡ଼ିଆମାନେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ଜଳ ଭାର ନେଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଥିବା ଲକ୍ଷ୍ୟ କରାଯାଇଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଅଷ୍ଟ ପ୍ରହର ନାମଯଜ୍ଞ ଓ଼ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା | ମନ୍ଦିର ପୂଜକଙ୍କ ମୁଖ ନିଃସୃତ ଦେବମନ୍ତ୍ର ଧ୍ୱନିରେ ମନ୍ଦିର ପରିବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା |

  • ଟ୍ରକ ଧକ୍କାରେ ଶିଶୁର ମୃତ୍ୟୁ

    ଟ୍ରକ ଧକ୍କାରେ ଶିଶୁର ମୃତ୍ୟୁ

    ଆନନ୍ଦପୁର – ଛେନାପଦି – ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଆଜି ଘଟିଛି ଏକ ମିନିଟ୍ରକ୍ ଦୁର୍ଘଟଣା। ଛତୁଆ ବୋଝେଇ ମିନିଟ୍ରକ ଧକ୍କାରେ ଗୋଟିଏ ୫ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳପଦି ଗ୍ରାମରକାଳିଆ ମୁଣ୍ଡାଙ୍କ ପୁଅ ବାଦଲ ମୁଣ୍ଡା। ସେ ନିଜ ବାପା ମା ଙ୍କ ସହ ସଙ୍କଟ ପାଲିଆ ଗାଁ କୁ ବୁଲିବାକୁ ଆସିଥିଲା। ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକଟି ଧକ୍କା ଦେଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ସୋସୋ ଥାନା ପୁଲିସ ପହଞ୍ଚି ଉତ୍ୟେକ୍ତ ଳୋକଙ୍କୁ ବୁଝାସୁଝା କରୁଛି।

  • ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତ ଦାରିଙ୍ଗବାଡ଼ି

    ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତ ଦାରିଙ୍ଗବାଡ଼ି

    ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ପରିସରରେ ଗୁରୁବାର ପୂର୍ବାହ୍ନରେ ଦୁଇ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍‌ଘାଟନ ହୋଇଯାଇଛି | କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ଯକ୍ଷତାରେ ମୁଖ୍ୟ ଅତିଥ୍‌ ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟତମ ଅତିଥ୍‌ଙ୍କ ମଧ୍ଯରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ,ଜିଲାପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଲିକ,ବ୍ଳକ ଅଧ୍ଯକ୍ଷ ସୁଶାନ୍ତି କୁମାର ପ୍ରଧାନ, ବାଲିଗୁଡ଼ା ଉପଜିଲାପାଳ ଡ. ରୀନା ପ୍ରଧାନ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଉନ୍ନୟନ ଅଧୂକାରୀ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଅତିରିକୁ ଜିଲାପାଳ ରମେଶ ଚନ୍ଦ୍ର ଜେନା ବିବରଣୀ ପଠନ କରି ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ର ସହ ଜୈବିକ ପଦ୍ଧତିରେ କରାଯାଉଥିବା ଚାଷ ହଳଦୀ, ଅଦା, କଫି, ପନିପରିବା ଆଦି ସମ୍ପର୍କରେ ଉପସ୍ଥିତ ପୁଞ୍ଜି ନିବେଶକାରୀ ଓ ନିମନ୍ତ୍ରିତ ଅତିଥ୍‌ଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ। ଦାରିଙ୍ଗବାଡ଼ିର ବିକାଶ ତଥା ଅଞ୍ଚଳବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ । କରିବା ପାଇଁ କୃଷି, ପର୍ଯ୍ୟଟନକ୍ଷେତ୍ର ସମେତ ସରକାରୀ-ଶିଳ୍ପ ସଂଳାପ,ବିଭିନ୍ନ କ୍ଷେତ୍ରରେ ଆତିଥ୍ଯ ବ୍ୟବସ୍ଥା,କ୍ଷେତ୍ରରେ ହିତାଧୂକାରୀ ନେଟୱାର୍କିଂ ବିଭିନ୍ନ ବ୍ୟବସାୟିକ କ୍ଷେ ସୁଯୋଗ, ଏଗ୍ରୋ-ଟୁରିଜିମ୍‌ରେ ଅର୍ଥ ବିନିଯୋଗ ଉପରେ ଗୁରୁତ୍ବ ଦିଆଯାଇଥିଲା।

  • ମହାଶିବରାତ୍ରିରେ ମହା ଅଘଟଣ, ଖସିପଡିଲେ ସେବାୟତ

    ମହାଶିବରାତ୍ରିରେ ମହା ଅଘଟଣ, ଖସିପଡିଲେ ସେବାୟତ

    ମହାଶିବରାତ୍ରିରେ ଘଟିଲା ବଡ ଅଘଟଣ । ମହାଦୀପ ଚୂଡାକୁ ଉଠାଇବା ବେଳେ ଖସିପଡିଲେ ସେବାୟତ। ଏଭଳି ଘଟଣା ଘଟିଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ। ଲିଙ୍ଗରାଜ ମନ୍ଦିରରେ ମହାଦୀପ ସହ ତଳେ ପଡିଗଲେ‌ ସେବାୟତ । ତାଙ୍କ ମୁଣ୍ଡରେ ଓ ବାମ ପାର୍ଶ୍ବ ଆଖି ପାଖରେ ଗଭିର ଆଘାତ ଲାଗିଥିବା ଜଣାପଡିଛି । ଆହତ ସେବାୟତ ହେଉଛନ୍ତି ଯୋଗେନ୍ଦ୍ର ସମର୍ଥା । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହତ ସେବାୟତଙ୍କୁ ହସ୍ପିଟାଲରେ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିଆଁ ଛିଟିକି ଦୁଇ ସେବାୟତ ମଧ୍ୟ ଆହାତ ହୋଇଛନ୍ତି । ଆହତ ସମର୍ଥା ସେବାୟତ ଭାବେ ମନ୍ଦିରରେ ସେବା କରନ୍ତି। ପ୍ରତିବର୍ଷ ମନ୍ଦିରର ବାନା ବାନ୍ଧିବା ଓ ଧ୍ଵଜା ବଦଳାଇବା ସହ ମହାଦୀପ ଉଠାଇବା କାମ କରନ୍ତି । ଗତକାଲି ମହାଶିବରାତ୍ରିରେ ମହାଦୀପ ଧରି ସେ ମନ୍ଦିର ଚୂଡାକୁ ଯିବାକୁ ବାହାରିଥିଲେ । ମାତ୍ର 20 ଫୁଟ ଉଚ୍ଚତାକୁ ଚଢିବା ପରେ ତାଙ୍କ ହାତ ଖସିଯିବାରୁ ସେ ତଳେ ପଡିଯାଇଥିଲେ ।

    ଭିଡକୁ ଏଡାଇ ଆମ୍ବୁଲାନ୍ସ ଯୋଗେ ଆହତ ସେବାୟତଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅନ୍ୟ ଜଣେ ସମର୍ଥା ସେବାୟତ ମହାଦୀପ ନେଇ ଉପରକୁ ଉଠିଥିଲେ । ପ୍ରଥମ ଥର ପାଇଁ ମହାଶୀବରାତ୍ରିରେ ଏପରି ଅଘଟଣ ଘଟିଛି ।
    ସେବାୟତ ଆହତ ସମ୍ପର୍କରେ ଖବର ପାଇବା ପରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ମଧ୍ୟ ହସ୍ପିଟାଲ ଯାଇ ଆହତ ସେବାୟତଙ୍କୁ ଭେଟିଥିଲେ । ସେମାନଙ୍କର ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

    ଜଣେ ସେବାୟତ ଯିଏ ମହାଦୀପ ନେଉଥିଲେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ଓ ଅନ୍ୟ ଦୁଇ ଜଣ ମହାଦୀପର ନିଆଁ ଛିଟିକି ପଡି ଆହାତ ଥିବା ଆଇନମନ୍ତ୍ରୀ କହିଛନ୍ତି । ଏପରି ଅଘଟଣ ପରେ ମହାଦୀପକୁ ସୁରୁ ଖୁରୁରେ ଉଠା ଯାଇଛି ।

    ସେପଟେ ଲିଙ୍ଗରାଜ ମନ୍ଦିରରେ ଏପରି ଘଟଣା ସମୟରେ ଦକ୍ଷିଣ ଦ୍ଵାରରେ ଦେଖାଦେଇଥିଲା ସେବାୟତଙ୍କ ମଧ୍ୟରେ ଉତ୍ତେଜନା । ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ଦେଖିବାକୁ ମିଳିଥିଲା। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

  • ନିଶାସକ୍ତ ବ୍ୟକ୍ତି ମାନଙ୍କ ପାଇଁ ମାଗଣା ଆରୋଗ୍ୟ କେନ୍ଦ୍ର

    ନିଶାସକ୍ତ ବ୍ୟକ୍ତି ମାନଙ୍କ ପାଇଁ ମାଗଣା ଆରୋଗ୍ୟ କେନ୍ଦ୍ର

    କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଶାସକ୍ତ ବ୍ୟକ୍ତି ମାନଙ୍କ ପାଇଁ ମାଗଣା ନିଶା ନିବାରଣ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଛି।

    ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଫାଲ୍ଗୁନି ମାଝି, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ଜିତୁ ଦାଶ, ସିଡିପିଓ ଓ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

  • ମଇଁଷି ଚୋରାଚାଲାଣ ବେଳେ ପିକଅପ ଭ୍ୟାନ ଜବତ

    ମଇଁଷି ଚୋରାଚାଲାଣ ବେଳେ ପିକଅପ ଭ୍ୟାନ ଜବତ

    ଚୋରା ଚାଲାଣ ବେଳେ ମଇଁଷି ବୋଝେଇ ପିକଅପ ଭ୍ୟାନକୁ ଜବତ କରି ପୋଲିସର ଜିମା ଦେଲେ ଗ୍ରାମବାସୀ |

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପ୍ରତାପପଶି ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ମଧ୍ୟ ଦେଇ ଝାଡଖଣ୍ଡକୁ ଚାଲାଣ ବେଳେ ଗ୍ରାମବାସୀ ଗାଡିଟିକୁ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ | ଭ୍ୟାନରୁ ୬ ମଇଁଷି ଉଦ୍ଧାର କରାଯିବା ସହ ଡ୍ରାଇଭରକୁ ଅଟକ ରଖାଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି |

  • ଗାଁ ପୋଖରୀରେ ବୁଡ଼ି ବୃଦ୍ଧ ମୃତ

    ଗାଁ ପୋଖରୀରେ ବୁଡ଼ି ବୃଦ୍ଧ ମୃତ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚୂନବନ୍ଧ ଗ୍ରାମର ପର୍ଶୁରାମ ସାହୁ (୭୪)ଶୌଚ ହେବାକୁ ନିକଟରେ ଥିବା ଗାଁ ପୋଖରୀକୁ ଯାଇଥିଲା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ମୃତ୍ଯୁ ବରଣ କରିଛନ୍ତି |

    ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପୋଖରୀରେ ବୃଦ୍ଧଙ୍କ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ |

    ତୁରନ୍ତ ପରିବାର ଲୋକ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି |

  • ବିବାଦରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ, ଜାଣିପାରୁନାହାନ୍ତି କିଏ ସାବାଳିକା କିଏ ନାବାଳିକା !

    ବିବାଦରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ, ଜାଣିପାରୁନାହାନ୍ତି କିଏ ସାବାଳିକା କିଏ ନାବାଳିକା !

    ପୁଣି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରିଣୀ। ବାଃ ବାଃ ନେବାପାଇଁ ବାହାଘର ପୂର୍ବରୁ ସାବାଳିକା ଝିଅକୁ ନାବାଳିକା ଭାବି ଘରୁ ଉଠଇ ଆଣିଲେ ଅଧିକାରିଣୀ। ଘର ଲୋକଙ୍କ ଠାରୁ ନେଇ ଗାଁ ଲୋକ ବାହାଘରକୁ ନେଇ ସମସ୍ତେ ଖୁସି ଥିବାବେଳେ ହଠାଥ୍ ସେଥିରେ ଭଟ୍ଟା ପଡିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଖୁଡି ପଞ୍ଚାୟତ ବଡ଼ମାର୍ଲା ଗାଁରେ।

    ସୂଚନାନୁସାରେ, କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଖୁଡି ପଞ୍ଚାୟତ ବଡ଼ମାର୍ଲା ଗାଁରେ ଜଣେ ନାବାଳିକା ଝିଅର ବାହାଘର ହେଉଥିବାର ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଖବର ପାଇଥିଲେ । ଏହି ବାହାଘର ବନ୍ଦ କରିବା ପାଇଁ ସେ ନିର୍ଦେଶ ଦେଇଥିଲେ । ଘରେ ଜଗବନ୍ଧୁ ମାଝୀ ଓ ତାଙ୍କ ପତ୍ନୀ ନଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିନା କୌଣସି ଯାଞ୍ଚରେ ତାଙ୍କ ଝିଅ ସାବିତ୍ରୀ ମାଝୀଙ୍କୁ ଜଣେ ସୁପରଭାଇଜର ଉଠାଇ ନେଇଥିଲେ । ପରେ ଖବର ପାଇ ବାପା ଜଗବନ୍ଧୁ ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୋରାପୁଟ ଯାଇଥିଲେ । ସେପଟେ ରାତି ପାହିଲେ ଝିଅର ବାହାଘର, ଘର ଓ ଗାଁ ଖୁସିରେ ଫାଟି ପଡୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲ ଯୋଗୁ ଖୁସିରେ ଭଟ୍ଟା ପଡିଥିଲା । ସାବିତ୍ରୀଙ୍କ ଜନ୍ମ ଓ ସ୍କୁଲ ସାର୍ଟିଫିକେଟ ଯାଞ୍ଚ ପରେ ସେ ସାବାଳିକା ଥିବା ଜଣା ପଡିଥିଲା । ଏଠାରେ ପ୍ରଶ୍ନ ଉଠୁଛି ଅଧିକାରୀ ମାନେ କାହିଁକି ଘଟଣାସ୍ଥଳରେ ସମସ୍ତ ଦସ୍ତାବିଜ ଯାଞ୍ଚ ନକରି ପରିବାରକୁ ଶାରିରୀକ ତଥା ମାନସିକ ଯନ୍ତ୍ରଣା ଦେଇଥିଲେ । ଯାହାକୁ ନେଇ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗବନ୍ଧୁ ମାଝୀ ।

    ଏସମ୍ପର୍କରେ ଖୁଡ଼ି ସେକ୍ଟର ସୁପରଭାଇଜର ମଞ୍ଜୁ ବାଳା ନାୟକଙ୍କୁ ପଚାରିବାରୁ ଡିସିପିଓ ମ୍ଯାଡାମ ତାଙ୍କୁ ଓ ଏନ ଜି ଓ ‘ଶୋଭା’ ର ବିମଳା ପାଙ୍ଗିଙ୍କୁ ମାଳିମାର୍ଲା ଏବଂ ବଡ଼ମାର୍ଲା ର ୨ ଝିଅଙ୍କୁ ତୁରନ୍ତ ଆଣି ସି ଡବ୍ଲୁ ସି ରେ ହାଜର କରିବାକୁ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ସେ ମନାକରି ଉଭୟଙ୍କୁ ପଟ୍ଟାଙ୍ଗି ଥାନାକୁ ନେଇଥିଲେ ସେଠାରେ ମୋତେ କିଛି କହିବାକୁ ମଧ୍ୟ ସୁଯୋଗ ନ ଦେଇ ତୁରନ୍ତ ସି ଡବ୍ଲୁ ସି ଙ୍କ ନିକଟକୁ ନେବାକୁ କହିଥିଲେ । ପରେ ଝିଅ ମାନଙ୍କୁ ଛାଡ଼ିଦେଇଥିଲେ ବୋଲି କହିଥିଲେ । ଅପର ପକ୍ଷରେ ଡ଼ି ସି ପି ଓ ରାଜଶ୍ରୀ ଦାସଙ୍କୁ ପଚାରିବାରୁ ସେ ଅନ୍ୟ ଅଧିକାରୀଙ୍କ ଉପରେ ସବୁ ଦୋଷ ଲଦିବାକୁ ଚେଷ୍ଟା କରିଥିଲେ।

    ଏ ବାବଦରେ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କୁ ପଚାରିବାରୁ ଏ ବାବଦରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି ଯଦି ଦୋଷୀ ହେଲେ ତାଙ୍କ ଉପରେ ଆକ୍ସନ ନିଆଯିବ ବୋଲି କହିଥିଲେ।

    ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀ ଠିକଭାବେ କାଗଜପତ୍ର ଯାଞ୍ଚ ନକରି କିଭଳି ଜଣେ ସାବଳିକାକୁ ଉଠାଇ ଆଣିଥିଲେ |ଏ ସମ୍ପର୍କରେ ତଦନ୍ତର ନିହାତି ଆବଶ୍ୟକତା ରହିଛି ।

  • ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ପିଆରଆଇ ଏକାଦଶକୁ ହରାଇ ମିଡ଼ିଆ ଏକାଦଶ ଚମ୍ପିୟାନ

    ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ପିଆରଆଇ ଏକାଦଶକୁ ହରାଇ ମିଡ଼ିଆ ଏକାଦଶ ଚମ୍ପିୟାନ

    ସୁବର୍ଣ୍ଣରେଖା ବନ୍ଦର କର୍ତ୍ତୃପକ୍ଷ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମିଳିତ ଆୟୋଜନରେ ବାଲିଆପାଳ ବ୍ଲକ ଡଗରା ବେଳାଭୂମି ନିକଟସ୍ଥ ମକର ପଡ଼ିଆରେ ଗତକାଲି ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।

    ଏହି ମ୍ୟାଚରେ ପିଆରଆଇ ମେମ୍ବର ଏକାଦଶ ଓ ମିଡ଼ିଆ ଏକାଦଶ ମଧ୍ୟରେ ମୁକାବିଲା ହୋଇଥିଲା। ପ୍ରଥମେ ମିଡ଼ିଆ ଏକାଦଶର ଅଧିନାୟକ ପ୍ରତାପ କୁମାର ପାତ୍ର ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା ବେଳେ ଅପରପକ୍ଷ ପିଆରଆଇ ମେମ୍ବର ଏକାଦଶ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ମ୍ଯାଚର ପ୍ରଥମ ବଲରେ ମିଡ଼ିଆ ଏକାଦଶ ଅଧିନାୟକ ପ୍ରତାପ କୁମାର ପାତ୍ର ଓ୍ବିକେଟ ନେଇ ଦଳ ପାଇଁ ସଫଳତା ଆଣିଥିଲେ।

    ତେବେ ପିଆରଆଇ ମେମ୍ବର ଏକାଦଶର ବ୍ଯାଟର ଅଶ୍ବୀନୀ ପାତ୍ରଙ୍କ ଧୁଆଁଧାର ୩୫ ରନର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୬୦ରନ ସଂଗ୍ରହ କରିଥିଲେ। ମିଡ଼ିଆ ଏକାଦଶର ବୋଲର ଶମ୍ଭୁନାଥ ଦାସ ୪ଟି ଓ୍ବିକେଟ ନେଇ ଥିଲାବେଳେ ବୋଲର ଚିନ୍ମୟ ଦାସ, ଅଶୋକ ଜେନା ଓ ଅଧିନାୟକ ପ୍ରତାପ କୁମାର ପାତ୍ର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।