Category: ଜିଲ୍ଲା

  • ଖେଳ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

    ଖେଳ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

    କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଅନ୍ତର୍ଗତ ଆଗର୍ଦା ଖେଳ ପଡ଼ିଆରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ମଙ୍ଗଳବାର ଅପରାହ୍ନ ସମୟରେ ପାଖ ଅଞ୍ଚଳର କିଛି ଯୁବକ ମର୍ଣ୍ଣିଙ୍ଗ ୱାକ୍ ପାଇଁ ଯାଉଥିବା ବେଳେ ଖେଳ ପଡିଆ ପାଖରେ ଏକ ଗଛ ମୂଳରେ ମୃତ ଦେହ ପଡ଼ିଥିବା ଦେଖି ପାଖ ଫାଣ୍ଡିକୁ ଖବର ଦେଇଥିଲେ |

    ଖବର ପାଇଁ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ | ସୂଚନା ଅନୁଯାୟୀ ମୃତ ଯୁବକ ହେଲେ ରାମଚନ୍ଦ୍ରପୁର ଥାନା ନହଙ୍ଗି ଗ୍ରାମର ସୁଦର୍ଶନ ପେରେଇ |

    ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୁଦର୍ଶନ କିଛି ଦିନ ହେବ ଆଗର୍ଦା ଗ୍ରାମରେ ନିଜ ପତ୍ନୀ ଖୁନୁ ପେରେଇଙ୍କ ସହ ରହୁଥିଲେ | ଗତ ଏକ ମାସ ହେବ ସେ ଘରକୁ ଯାଉନଥିଲେ |

    ଦୁଇ ଦିନ ପୂର୍ବରୁ ସୁଦର୍ଶନଙ୍କ ଦେହ ଅସୁସ୍ଥ ଥିବାରୁ ସେ ରାସ୍ତାରେ ପଡ଼ିଯାଇଥିଲେ | ସ୍ଥାନୀୟ ଲୋକେ ସୁଦର୍ଶନକୁ ନେଇ ସାଇଁକୁଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସୁଦର୍ଶନଙ୍କ ମୃତ ଶରୀରରେ ମଧ୍ୟ ଡାହାଣ ହାତରେ ସାଲାଇନ ଛୁଞ୍ଚି ଲାଗିଛି | ତେବେ କେମିତି ତାଙ୍କ ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି |

  • ୪୫୦୦ କେଜି ମହୁଲି ପୋଚ ଏବଂ ୨୫୦ ଲିଟର ଦେଶୀ ମଦ ନଷ୍ଟ

    ୪୫୦୦ କେଜି ମହୁଲି ପୋଚ ଏବଂ ୨୫୦ ଲିଟର ଦେଶୀ ମଦ ନଷ୍ଟ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତରେ ଅବକାରୀ ବିଭାଗ ଓ ଝାଡ଼ଖଣ୍ଡ ପୋଲିସ ମିଳିତ ଭାବରେ ଚଢାଉ କରି ୪୫୦୦ କେଜି ମହୁଲି ପୋଚ ଏବଂ ୨୫୦ ଲିଟର ଦେଶୀ ମଦକୁ ନଷ୍ଟ କରିଛନ୍ତି ।

    ସୀମାନ୍ତରେ ଥିବା ବୈତରଣୀ ନଦୀ କୂଳରେ ଚୋରା ଦେଶୀ ମଦର ଏକ ପ୍ରକାର କୁଟୀର ଶିଳ୍ପ ଚାଲିଥିଲା । ଏଠାରେ ମଦ ରନ୍ଧାଯାଇ ଚମ୍ପୁଆ ଓ ଆଖପାଖ ଅଞ୍ଚଳକୁ ଚୋରା ଚାଲାଣ ହୋଇଆସୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।

    ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଅବକାରୀ ବିଭାଗ ଆଜି ଝାଡ଼ଖଣ୍ଡ ପୋଲିସ ସହ ମିଳିତ ଭାବେ ଚଢାଉ କରିଥିଲେ ମଧ୍ୟ ଜଣେ ହେଲେ ମଦ ମାଫିଆ ଧରା ପଡ଼ିନାହାନ୍ତି ।

  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସମ୍ମିଳନୀ କକ୍ଷ ଅନୁଷ୍ଠିତ

    ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସମ୍ମିଳନୀ କକ୍ଷ ଅନୁଷ୍ଠିତ

    ବରଗଡ଼ ସ୍ଥିତ ଉପ-ନିର୍ଦ୍ଦେଶକ ବୟନଶିଳ୍ପଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଛି | କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମଞ୍ଜୁ ଏକ୍କା ଯୋଗଦେଇ ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିଲେ |

    ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଦିନେଶ ଅଗ୍ରୱାଲା ଶିଶୁ ଅଧିକାରରେ ଶିଶୁ ମଙ୍ଗଳ ସମିତିର ଭୂମିକା, ସଭ୍ୟା ରାଧା ଅଗ୍ରୱାଲ ମିଶନ ବାତ୍ସଲ୍ୟ ଅନ୍ତର୍ଗତ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ସ୍କିମ୍ ଉପରେ ଆଲୋଚନା କରିଥିଲେ | କିଶୋର ନ୍ୟାୟ ବୋର୍ଡର ସଭ୍ୟା ନିର୍ଜନା ମାହାର ଓ ପ୍ରୟାସ ଦାଶ ଦ୍ବନ୍ଦରେ ଥିବା ପିଲାମାନଙ୍କର ଯତ୍ନ ଓ ସୁରକ୍ଷା ତଥା ସେମାନଙ୍କର ଥଇଥାନ ଉପରେ ବକ୍ତବ୍ୟ ରଖିଥିଲେ |

    ଆନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ଅଧିକାରୀ ଶ୍ରୀ ତପନ କୁମାର ପାତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଯତ୍ନ ଉପରେ ବିଶେଷ ବିବରଣୀ ପ୍ରଦାନ କରିବା ସହ ସାମାଜିକ କର୍ମୀ ଶ୍ରୀ ସୁରେନ୍ଦ୍ର ଦାଶ କିଶୋର ନ୍ୟାୟ ଆଇନ ୨୦୧୫ ଉପରେ ଏକ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ | ଚାଇଲ୍ଡ ହେଲ୍ପ ଲାଇନର ସଂଯୋଜକ ଶ୍ରୀ ସଞ୍ଜୟ ଶତପଥୀ ଶିଶୁ ସୁରକ୍ଷାରେ ଚାଇଲ୍ଡ ହେଲ୍ପ ଲାଇନର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ |

    ଉକ୍ତ କର୍ମଶାଳାକୁ ସଫଳ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମଚାରୀ ବିକାଶ ପ୍ରଧାନ, ଜୟନ୍ତୀ ହିଆଲ, ଶୁଭେନ୍ଦୁ ପୃଷ୍ଟି, ଅଭିଷେକ ବିଶ୍ଵାଳ, ପ୍ରଭାତ କୁମାର ଚାଲାଣ, ଜିତେନ୍ଦ୍ର ସା, ମନିଷା ନାଗ, ବବିତା ରାଉତ ଏବଂ ଚାଇଲ୍ଡ ହେଲ୍ପ ଲାଇନର କର୍ମଚାରୀ ଲଳିତ ମୋହନ ପ୍ରଧାନ, ଆକାଶ ପ୍ରଧାନ, ନୈମିଶ ପ୍ରଧାନ ଓ ସୁନିଲ କୁମାର ବାରିକ ଆଦି ସହଯୋଗ କରିଥିଲେ |

  • ଯାଜପୁର ବିଜେପିର ନୂତନ ଜିଲ୍ଲା ସଭାପତି ଭାବେ ଦେବଜାନୀ ପ୍ରଧାନ ସମ୍ବର୍ଦ୍ଧିତ

    ଯାଜପୁର ବିଜେପିର ନୂତନ ଜିଲ୍ଲା ସଭାପତି ଭାବେ ଦେବଜାନୀ ପ୍ରଧାନ ସମ୍ବର୍ଦ୍ଧିତ

    ଯାଜପୁରର ନୂତନ ଜିଲ୍ଲା ସଭାପତି ଶ୍ରୀମତି ଦେବଜାନୀ ପ୍ରଧାନଙ୍କ ଲାଗି ଅନୁଷ୍ଠିତ ହୋଇଛି ସମ୍ବର୍ଦ୍ଧନା ସଭା | ଯାଜପୁର କୁଆଖିଆ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି |

    ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁରର ସାଂସଦ ରବି ନାରାୟଣ ବେହେରା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ,ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ,ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଯୋଗ ଦେଇଥିଲେ |

    କୋରେଇ ବିଧାୟକ ଆକାଶ ଦାସ ନାୟକ,ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ,ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି,ବରୀର ଯୁବନେତା ଉମେଶ ଜେନା, ବିଞ୍ଝାରପୁର ନେତ୍ରୀ ବବିତା ମଲିକ ଓ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |

    ପ୍ରତି ୬ ବର୍ଷରେ ଥରେ ନୂତନ ଜିଲ୍ଲା ସଭାପତି ଚୟନ କରାଯାଏ | ଏଥର ଜିଲ୍ଲା ସଭାପତି ଭାବେ ଶ୍ରୀମତି ଦେବଜାନୀ ପ୍ରଧାନଙ୍କୁ ଚୟନ କରାଯାଇଛି | ତାଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଏହି ଭବ୍ଯ ଉତ୍ସବ କରାଯାଇଛି |

    ଏହି କ୍ରମରେ ଯାଜପୁର ଜିଲ୍ଲାର ପ୍ରଗତି ଓ ସମୃଦ୍ଧି ଦିଗରେ ଆଗେଇ ନେବାର ତାଙ୍କର ଅପାର ସଫଳତା କାମନା କରୁଛି ବୋଲି ଯାଜପୁରର ସାଂସଦ ରବି ନାରାୟଣ ବେହେରା କହିଛନ୍ତି |

  • ବାଲିଆପାଳ ଥାନାରେ ନୂଆ କ୍ରିମିନାଲ ଆଇନ ସମ୍ପର୍କରେ ଅପରାଧ ସଚେତନତା କାର୍ଯ୍ୟକ୍ରମ

    ବାଲିଆପାଳ ଥାନାରେ ନୂଆ କ୍ରିମିନାଲ ଆଇନ ସମ୍ପର୍କରେ ଅପରାଧ ସଚେତନତା କାର୍ଯ୍ୟକ୍ରମ

    ପୋଲିସ ପକ୍ଷରୁ ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ବାଲିଆପାଳ ଥାନା ପରିସରରେ ପୋଲିସ ପକ୍ଷରୁ ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବର୍ଷ ବର୍ଷ ଧରି ଚାଲିଥିବା ବ୍ରିଟିଶ୍ ଆଇନ୍ ର ଅନ୍ତ ଘଟିବା ସହିତ ଲାଗୁ ହୋଇଛି ନୂତନ ଫୌଜଦାରୀ ଆଇନ୍ । ସୂଚନା ପ୍ରକାରେ ବ୍ରିଟିଶ୍ ଆଇନ୍ ଭାରତୀୟ ପିଙ୍ଗଳ କୋଡ଼୍ (ଆଇପିସି),ଫୌଜଦାରୀ ଦଣ୍ଡ ବିଧି ଆଇନ୍ (ସିଆରପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ୍ (ଆଇଇଏ) ବଦଳରେ ଯଥାକ୍ରମେ ଲାଗୁ ହୋଇଛି ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ । ଏହି ପ୍ରରିପ୍ରେକ୍ଷୀରେ ନୂତନ ଅପରାଧିକ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ଏକ ଆଲୋଚନା ।

    ସଚେତନତା କାର୍ଯ୍ୟକ୍ରମ ବରିଷ୍ଟ ଏସ୍ ଆଇ ବିଶ୍ବମ୍ବର ଚକ୍ରବର୍ତ୍ତୀ ଙ୍କ ଅଧ୍ୟକ୍ଷତାରେ ବାଲିଆପାଳ ଅଞ୍ଚଳର ସମାଜସେବୀ, ନିର୍ବାଚିତ ପ୍ରତିନିଧି, ସ୍ବେଚ୍ଛାସେବୀ ସଂଗଠନ, ବୁଦ୍ଧିଜିବି ଉପସ୍ଥିତ ଥିଲେ । ଆଲୋଚନା କାର୍ଯ୍ୟକ୍ରମ ରେ ବିଶେଷ କରି ଭାରତୀୟ ନ୍ୟାୟ ସଙ୍ଗୀତା,ଭାରତୀୟ ସାକ୍ଷ୍ୟ ସଙ୍ଗୀତା, ଭାରତୀୟ ନାଗରିକ ସୁରକ୍ଷା ସଙ୍ଗିତା ରେ ରେ ଥିବା ବିଭିନ୍ନ ଦଫା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଗାଁ ଏବଂ ଗୋଷ୍ଠୀ ସ୍ତରରେ ଲୋକଙ୍କୁ ସଚେତନ କରାଇ ଅପରାଧ ନିୟନ୍ତ୍ରିତ କରିବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଏବଂ ଉଦେଶ୍ୟ ବୋଲି ଏସ,ଆଇ, ଶ୍ରୀ ଚକ୍ରବର୍ତ୍ତୀ ଏସ,ଆଇ ଲିଲି ନାୟକ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଏ,ଏସ ଆଇ ପ୍ରବୋଧ କୁମାର ମଲ୍ଲିକ, ଉପେନ୍ଦ୍ର ନାଥ ବେହେରା ସହଯୋଗ କରିଥିଲେ। ସରପଞ୍ଚ ଜଗନ୍ନାଥ ବିଶ୍ୱାଳ , ମଧୁସୂଦନ ବାରିକ, ଅରବିନ୍ଦ ବେହେରା, ବିନୋଦ କୁମାର ଜେନା, ଜଗନ୍ନାଥ ବାରିକ, ଅରୁଣ ପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ପାତ୍ର, ପ୍ରଦୀପ ଜେନା, ସଦାଶିବ ସେଠି, ଚନ୍ଦନ ଜେନା, ସାମ୍ବାଦିକା ରାଜଶ୍ରୀ ପାଣିଗ୍ରାହୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

  • ମୁନିଗୁଡ଼ା ଇଣ୍ଡିଆନ୍ ଗ୍ୟାସ ଓ ଭୈରବୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

    ମୁନିଗୁଡ଼ା ଇଣ୍ଡିଆନ୍ ଗ୍ୟାସ ଓ ଭୈରବୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

    ସନ୍ଧ୍ୟା ୬ଟା ୩୦ ଘଣ୍ଟା ସମୟରେ ସ୍ଥାନୀୟ ମୁନିଗୁଡା ଭୈରବୀ ମନ୍ଦିର ଓ ଇଣ୍ଡିଆନ ଗ୍ୟାସ ନିକଟରେ ଦୁଇଟି ବାଇକ୍ ଦୁର୍ଘଟଣାରେ ୩ ଜଣ ଯୁବକ ମୃତ୍ୟୁ । ୨ଜଣ ଗୁରୁତର ଅବସ୍ଥାରେ ମୁନିଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅଧିକ ଗୁରୁତ୍ବ ଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ୍ଯୁବରଣ କରିବାଥିବା ଯୁବକ ହେଲେ ଲିଟିଗୁଡା ଗ୍ରାମର ମୁରଲି କୁସୁଲିଆଙ୍କ ପୁଅ ରାହୁଲ କୁସୁଲିଆ, ବୟସ (୧୬) ଏବଂ ଲିଟିଗୁଡା ଗ୍ରାମର ଆଉଜଣେ ପୂର୍ଣ୍ଣ ଡଙ୍ଗରୀଙ୍କ ପୁଅ, ରୀତିକି ଡଙ୍ଗରୀ, ବୟସ (୨୨)। ଗୋଟିଏ ଗ୍ରାମର ଦୁଇ ଜଣଙ୍କ ଓ ମୃତ ହୋଇଥିବା ବେଳେ ଅନ୍ୟ ଆଉଜଣେ ରାମନାକୁପୁଲି ଗ୍ରାମର ଅମର ମୁଣ୍ଡିକାଙ୍କ ପୁଅ ସଦାନନ୍ଦ ମୁଣ୍ଡିକା,ବୟସ (୨୪) ବୋଲି ଜଣାପଡ଼ିଛି।

    ଅନ୍ୟ ଗୁରୁତର ଆହତ ବ୍ୟକ୍ତି ହେଲେ କ୍ଷୀରୋଦ ଦୁର୍ଗା, ପୁରୁଷୋତ୍ତମ ପ୍ରଟିକା ଏମାନଙ୍କ ଘର ଲିଟିଗୁଡା ଓ ରାମନାକୁପୁଲି ବୋଲି ସୂଚନା ମିଳିଛି। ସୂଚନା ମୁତାବକ ଆଜି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଦୁଇଜଣ ସାଙ୍ଗ ହୋଇ ଗୋଟିଏ ରେସିଂ ବାଇକରେ କୈାଣସି କାରଣରୁ ମୁନିଗୁଡ଼ା ଆସି ଘରକୁ ଫେରିବା ସମୟରେ ଦୁଇଟି ବାଇକ୍ ପିଟାପିଟି ହୋଇ ଦୁର୍ଘଟଣା ଘଟିଯାଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଓ ଆଉଜଣେ ଯୁବକକୁ ପ୍ରାଥମିକ ଚିକିତ୍ସା କଲାପରେ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଡ଼ାକ୍ତର ଜିଲ୍ଲା ମୁଖ୍ୟଚିକିତ୍ସା ଳୟକୁ ପଠାଇ ଦେଇଥିଲେ । ଯାହାଫଳରେ ବିଷମକଟକ ରାସ୍ତାରେ ହିଁ ଯୁବକଙ୍କ ମୃତ ହୋଇ ଥିବା ଜଣାପଡ଼ିଛି। ମୁନିଗୁଡା – ହୁକୁମତୋଳା ମଝି ଇଣ୍ଡିଆନ ଗ୍ୟାସ ଷ୍ଟୋର ନିକଟ ପୂର୍ତ୍ତ ବିଭାଗ ରାସ୍ତା ମଝିରେ ବିପରିତ ଦିଗରୁ ବାଇକରେ ୩ ଜଣ ମୁନିଗୁଡାରୁ ମାର୍କେଟିଂ କରି ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଦୁଇଟି ବାଇକ୍ ମଧ୍ୟରେ ଉଭୟ ପିଟା ପିଟି ହୋଇ ଛିଡିକି ପଡ଼ି ଯାଇଥିଲେ, ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ହୋଇଥିଲା। ଖବରପାଇ ସଙ୍ଗେସଙ୍ଗେ ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଓ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ପ୍ରଥମେ ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ଭୈରବୀ ମନ୍ଦିର ନିକଟରେ ସ୍କୁଟି ସହ ବୁଲେଟର ଧକ୍କା ଫଳରେ ଆହାତ ହୋଇଥିଲେ। ସେମାନେ ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସିତ ହୋଇ ଭଲ ଚିକିତ୍ସା ନିମନ୍ତେ ଅନ୍ୟତ୍ର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।  

  • ପ୍ରେସ କ୍ଲବ୍ ସମ୍ମୁଖରୁ ଓକିଲଙ୍କ ବାଇକ ଚୋରି: ପୋଲିସକୁ ଖୋଲା ଚାଲେଞ୍ଜ

    ପ୍ରେସ କ୍ଲବ୍ ସମ୍ମୁଖରୁ ଓକିଲଙ୍କ ବାଇକ ଚୋରି: ପୋଲିସକୁ ଖୋଲା ଚାଲେଞ୍ଜ

    ବଢୁଛି ଚୋରି ଆସ୍ଥା ହରାଉଛି ପୋଲିସ | କେନ୍ଦୁଝର ଜିଲ୍ଲାର ଉପାନ୍ତ ଚମ୍ପୁଆରେ ଏବେ ଚୋରି ରାହାଜାନୀ ବୣଦ୍ଧି ପାଇଥିବା ବେଳେ ଦିନକୁ ଦିନ ଅସୁରକ୍ଷିତ ହୋଇସାରିଛି ସାଧାରଣ ଜନତାଙ୍କର ଧନଜୀବନ | ଚୋରି ରୋକିବାରେ କିମ୍ବା ଚୋର ଧରିବାରେ ଚମ୍ପୁଆ ପୋଲିସ ସମ୍ପୂର୍ଣ୍ଣ ବିଫଳ ହେଉଥିବାରୁ ପୋଲିସ ମଧ୍ୟ ଲୋକଙ୍କ ଭରସା ହରାଇ ସାରିଛି |

    ଏପଟେ ଦିନ ଦ୍ଵିପ୍ରହରରେ ଚୋରି କରି ଚୋର ପୋଲିସକୁ ଖୋଲା ଚାଲେଞ୍ଜ ମଧ୍ୟ ଦେଉଛନ୍ତି | ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଚମ୍ପୁଆ ସାମ୍ବାଦିକ କାର୍ଯ୍ୟାଳୟ ପରିସରରୁ ଜଣେ ଓକିଲଙ୍କ ବାଇକ ଚୋରି ହେବା ଘଟଣା ଏବେ ଚମ୍ପୁଆରେ ଚୋରଙ୍କ ମନୋବଳକୁ ବୣଦ୍ଧି କରିଥିବା ଆଲୋଚନା ହେଉଛି |

    ଗତକାଲି ଚମ୍ପୁଆର ଯୁବ ଓକିଲ ସଞ୍ଜୟ ଗିରି ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚମ୍ପୁଆ ସାମ୍ବାଦିକ କାର୍ଯ୍ୟାଳୟକୁ ଆସିଥିଲେ |

    ନିଜର ପଲସର ବାଇକଟିକୁ କାର୍ଯ୍ୟାଳୟ ବାହାରେ ରଖି ସମ୍ମିଳନୀରେ ଅଂଶଗ୍ରହଣ କରି ବାହାରକୁ ଆସିବା ବେଳେ ବାଇକଟି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ |

    ଏ ନେଇ ଚମ୍ପୁଆ ଥାନାରେ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ମଧ୍ୟ ଘଟଣା ଘଟିବାର ୧୨ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଏଯାଏଁ ଚୋରି ସାମଗ୍ରୀ କିମ୍ବା ଚୋରର କୌଣସି ସୁରାକ ପାଇ ପାରିନାହିଁ |

  • ବୈତରଣୀ ଆଥଲେଟିକ ଆସୋସିଏସନ ପକ୍ଷରୁ ୫୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

    ବୈତରଣୀ ଆଥଲେଟିକ ଆସୋସିଏସନ ପକ୍ଷରୁ ୫୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

    ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ଖେଳ ପଡିଆରେ 51ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ପାଳିତ ହୋଇଯାଇଛି | ଉଦୟ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତକରିଥିଲେ |

    ବରୁଣ୍ଡେଇରେ ଏକ ଭଲ ମିନିଷ୍ଟାଡ଼ିଅମ ନ ଥିବାରୁ ନିଜ ବିଧାୟକ ପାଣ୍ଠିରୁ ଖୁବଶୀଘ୍ର ଏକ ମିନି ଷ୍ଟାଡ଼ିଅମ ନିର୍ମାଣ କରିବା ନେଇ ପଂଚାୟତବାସୀଙ୍କୁ ପ୍ରତିଶୃତି ଦେଇଥିଲେ |

    ଗ୍ରାମାଞ୍ଚଳରେ ତିନିଦିନ ଧରି ଏଭଳି ଏକ ରାଜ୍ୟସ୍ତରୀୟ ଫୁଟବଲ ମ୍ୟାଚର ଆୟୋଜନ କରିଥିବାରୁ କର୍ମକର୍ତାମାନଙ୍କୁ ବିଧାୟକ ଧନ୍ୟବାଦ ଦେଇଥିଲେ | ଆଜିର ଏହି ଉଦଯାପନୀ ତଥା ଫାଇନାଲ ମ୍ୟାଚରେ ଖଡ଼କପୁର ଟିମ କୁ ହରାଇ ବାରିପଦା ଟିମ ଚମ୍ପିୟାନ ହୋଇଥିଲା | ଉଭୟ ଦଳଙ୍କୁ ଆଥଲେଟିକ ଆସୋସିଏସନ ତରଫରୁ ଚମ୍ପିୟାନ ଓ ରନର୍ସ ଟ୍ରଫି ପ୍ରଦାନ କରିବା ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା |

    ଏହି ଟୁର୍ଣ୍ଣାମେଣ୍ଟରେ ଆଥଲେଟିକ ସମ୍ପାଦକ ଅଭୟ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ଆଶ୍ସୋସିଏସନ ସମସ୍ତ କର୍ମକର୍ତା ପ୍ରମୁଖ ସହଯୋଗ କରିଥିଲେ | ଏଭଳି ଏକ ଚିତାକର୍ଷକ ମ୍ୟାଚକୁ ଉପଭୋଗ କରିବା ପାଇଁ ପଡିଆ ରେ ହଜାର ହଜାର ଲୋକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା |

  • ଛତ୍ରପୁର ପଞ୍ଚାୟତ ସମିତିର ୧୦ତମ ସ୍ଵତନ୍ତ୍ର ସମିତି ବୈଠକ

    ଛତ୍ରପୁର ପଞ୍ଚାୟତ ସମିତିର ୧୦ତମ ସ୍ଵତନ୍ତ୍ର ସମିତି ବୈଠକ

    ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତିର ୧୦ତମ ସ୍ଵତନ୍ତ୍ର ସମିତି ବୈଠକ କିରଣ କୁମାରୀ ଦାସ ଅଧକ୍ଷତାରେ ବ୍ଳକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୁପେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ସାଂସଦଙ୍କ ପ୍ରତିନିଧି ଯୋଗଦେଇ ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଉପାଧକ୍ଷ ଏସ.ସାରଦା ରେଡ୍ଡୀ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି ମଞ୍ଚାସିନ ଥିଲେ । ବ୍ଲକ୍ ଜିପିଡିଓ ବିଳାସିନୀ ସେନାପତି ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ,ସାଂସଦଙ୍କ ପ୍ରତିନିଧି ସନ୍ତୋଷ କୁମାର ରେଡ୍ଡୀ ,ଅଧ୍ୟକ୍ଷା, କିରଣି କୁମାରୀ ଦାସ ,ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ ,ବିଡିଓଙ୍କୁ ବ୍ଲକ୍ ତରଫରୁ ସମ୍ବର୍ଦ୍ଧନା ଦେବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

    ପୂର୍ବ ପଞ୍ଚାୟତ ଅଧିବେଶନ ରେ ଯେଉଁ ଭଳି ଭାବେ ସମସ୍ତ ଅଧିକାରୀ ମାନେ ଏହି ବୈଠକ ରେ ଅନୁପସ୍ଥିତ ଥିଲେ ହେଲେ ଆଜି ସମସ୍ତ ଅଧିକାରୀ ମାନେ ଦଶମ ଅଧିବେଶନ ବୈଠକ ରେ ଉପସ୍ଥିତ ଥିଲେ। ଆଜି ଅଧିବେଶନ ଆରମ୍ଭ ରୁ PWD ଓ RD ଏବଂ ସମସ୍ତ ଲାଇନ୍ ଅଧିକାରୀ ମାନଙ୍କୁ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତାଗିଦ୍ କରିବା ପରେ ଏବେ ସମସ୍ତେ କାମ ଆରମ୍ଭ କରିବେ ବୋଲି ଆଜି ଉପସ୍ଥାପନ କରିଛନ୍ତି । ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଅଭିଯୋଗ କ୍ରମେ ବିଧାୟକ ନିଜେ କହିଛନ୍ତି ମିଳିମିଶି କାମ କରିବା ଏବଂ ଲୋକଙ୍କ ସମସ୍ୟା ବୁଝିବା ବୋଲି ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ କହିଛନ୍ତି । ନିର୍ବାଚିତ ପ୍ରତିନଧିଙ୍କ ପଦ ମର୍ଯ୍ୟାଦା ଯେତେ ବଢିବ ସେତେ ଗଣତନ୍ତ୍ର ସୁଦୃଢ ହୋଇ ପାରିବ । ସମସ୍ତଙ୍କ ସହଯୋଗରେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକ ହେବ ବୋଲି ବିଧାୟକ କହିଥିଲେ । ଏହି ବୈଠକରେ ସରପଞ୍ଚ,ସମିତିସଭ୍ୟ ,ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟାଙ୍କ ସମେତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଉପସ୍ଥିତ ଥିଲେ ।

  • ଦନ୍ତା ଆତଙ୍କରେ ଭୟଭୀତ ଗ୍ରାମବାସୀ

    ଦନ୍ତା ଆତଙ୍କରେ ଭୟଭୀତ ଗ୍ରାମବାସୀ

    ଗାଁରେ ପଶିଲା ଗୋଠଛଡା ଦନ୍ତା, ଲୋକେ ଆତଙ୍କିତ | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଗଡବାନ୍ଦୋଗଡା ଗାଁ ଭିତକୁ ଆଜି ସକାଳୁ ସକାଳୁ ପଶିଆସିଛି ଏକ ଗୋଠଛଡା ଦନ୍ତା | ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ହାତୀ ଟି ଗାଁ ଭିତରକୁ ପଶିଆସୁଥିବା ସମୟରେ ଲୋକେ ଦେଖିଥିଲେ | ଖବର ପ୍ରଚାରିତ ହେବାପରେ ହାତୀ କୁ ଘଉଡାଇବାକୁ ବହୁ ସଂଖ୍ୟାରେ ଲୋକେ ହାତୀ ପଛରେ ଗୋଡାଇଥିଲେ |

    ପରେପରେ ବନବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀଟିକୁ ଘୈଡାଇବାରୁ ନିକଟସ୍ଥ ପଟିଲୋ ଜଙ୍ଗଲ ମଧ୍ଯକୁ ପଳାଇଛି ହାତୀ | ଯାଜପୁର ଜିଲ୍ଲା ଟମକା ସଂରକ୍ଷିତ ଜଙ୍ଗଲରୁ ଏହି ଦନ୍ତା ହାତୀ ଟି ଆସିଥିବା ଅନୁମାନ କରାଯାଉଛି |