Category: ଜିଲ୍ଲା

  • କଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

    କଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

    ବରଗଡ ଜିଲ୍ଲା ବରଗଡ ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ କଁଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସମିତିର ସଭାପତି ଧ୍ରୁବରାଜ ସାହୁଙ୍କ ଅଧକ୍ଷତାରେ ମହୁଲ ପାଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

    ସମିତିର ସମ୍ପାଦକ ବାସୁକି ସ୍ୱାଇଁ ସମିତିର ବାର୍ଷିକ ବିବରଣି ପାଠ କରିଥିବାବେଳେ ବରଗଡ ଡି ସାର୍ ସି ଏସ ଯୁଗଳ ଦାସ, ଏ ଆର୍ ସି ଏସ ପ୍ରବୀଣ ଘୋଷ,ଜିଲ୍ଲା ବ୍ୟାଙ୍କ୍ ସମ୍ପାଦକ ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିବା ବେଳେ ୟୁରିଆ ସାରର ବ୍ୟବହାର ଉପରର ଏବଂ ଇୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭା ରେ ଅସନ୍ତୋଷ ଦେଖାଯାଇଥିଲା।

    ଏହି ବାର୍ଷିକ ସମିତି ସଭାରେ କଁଟାପାଳି ସମବାୟ ସମିତିର ସମସ୍ତ ସଭ୍ୟ ଗୋପୀକା ସ୍ୱାଇଁ, ସ୍ନେହଲତା ବାରିକ, ଗଙ୍ଗାଧର ଦାସ, ଅଶ୍ଵିନୀ ପଧାନ, ସଞ୍ଜୀବ ନାଏକ ସମେତ ରାଜ୍ୟ ସମବାୟ ସମିତି ଉପ ସଭାପତି ତଥା ଆଗଲପୁର ପାକ୍ସ ସଭାପତି ବିରୋସନ ସାହୁ, ବରପାଲି ପାକ୍ସ ସଭାପତି ଗୁରୁ ମେହେର, କୁମ୍ଭାରୀ ପାକ୍ସ ସଭାପତି ପ୍ରଫୁଲ୍ଲ ପଧାନ, ମହୁଲପାଲି ସରପଞ୍ଚ ରବୀନ୍ଦ୍ର ଭୋଇ, କଁଟାପାଳି ସରପଞ୍ଚ ଗଙ୍ଗାଧର ଦାସ, ସମିତି ସଭ୍ୟ ଅରୁଣ ସାହୁ ଯୋଗ ଦେଇ ଚାଷୀ ମାନଙ୍କ ଉନ୍ନତି ତଥା ଚାଷୀ ମାନେ ଅଧିକ ଲାଭବାନ ହୋଇ ସାବଲମ୍ବୀ ହୋଇପାରିବେ ବୋଲି ମତ ରଖିଥିଲେ ।

    ଶେଷରେ ବୋର୍ଡ ସଭ୍ୟ ତଥା କନ୍ତାପାଲି ପଞ୍ଚାୟତ ସରପଞ୍ଚ ଗଙ୍ଗାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

  • ଛତ୍ରପୁରରେ ଗର୍ଜିଲେ ଆଶାକର୍ମୀ

    ଛତ୍ରପୁରରେ ଗର୍ଜିଲେ ଆଶାକର୍ମୀ

    ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଶା କର୍ମୀଙ୍କୁ ମାସିକ ୧୮ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ, ଇଏସଆଇରେ ଅନ୍ତର୍ଭୁକ୍ତ ସହ ସାମାଜିକ ସୁରକ୍ଷା ବାବଦରେ ପେନସନ୍, ଡ୍ୟୁଟିରେ ଥିବା ସମୟରେ ଦୁର୍ଘଟଣାରେ ଆଶା କର୍ମୀଙ୍କ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ଯୋଗ୍ୟତା ଅନୁସାରେ ଆଶାକର୍ମୀଙ୍କୁ ଏନଏଏମ ଭାବେ ନିଯୁକ୍ତି ଆଦି ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

    ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରେଣୁବାଳା ସାହୁ, ସମ୍ପାଦିକା ବବିତା ରାଉଳ, ଜିଲ୍ଲା ପ୍ରଭାରୀ କୁମୁଦିନୀ ପ୍ରଧାନ, ରାଜ୍ୟ ବିଏମଏସ କାର୍ଯ୍ୟକାରୀ କମିଟି ସଭ୍ୟ ଲିଙ୍ଗରାଜ ସାହୁଙ୍କ ସହ ପ୍ରମୁଖ ବ୍ୟକ୍ତି ସାମିଲ ଥିଲେ ।

  • ଖୋର୍ଦ୍ଧା ଜିଲ୍ଲା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପିତୃମାତୃ ପୂଜନ ଉତ୍ସବ ସମାରୋହ ପାଳିତ

    ଖୋର୍ଦ୍ଧା ଜିଲ୍ଲା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପିତୃମାତୃ ପୂଜନ ଉତ୍ସବ ସମାରୋହ ପାଳିତ

    ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହଜ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ତୁଳସୀ ପୂଜନ ଓ ପିତୃମାତୃ ପୂଜନ ଉତ୍ସବ ସମାରୋହ ପାଳିତ ହୋଇଛି | ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପରେ ତୁଳସୀ ମାତା ପୂଜନ, ପିତୃ ମାତୃ ପୂଜନ, ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଆୟୋଜିତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ କୁଶୁମାଞ୍ଜଳି ସିଂଦେଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସଂଚାଳକ ଅଭିରାମ ଭାଇ, ମୁଖ୍ୟ ବକ୍ତା ଜ୍ଞାନରଞ୍ଜନ ବାରିକ, ସମ୍ମାନିତ ଅତିଥି ସୁଶାନ୍ତ ଭାଇ, ସରପଞ୍ଚ ଦମୟନ୍ତୀ ସାମନ୍ତରାୟ, , ହଜ ଗ୍ରାମ ପଞ୍ଚାୟତ ବିଭୂତି ଭୂଷଣ ଦାଶ, ଉପଦେଷ୍ଟା ପ୍ରଣୟ କୁମାର ଜୟସିଂହ, କୋଷାଧ୍ୟକ୍ଷ ରମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ |

    ଭାରତୀୟ ସଂସୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ପିତାମାତା ହେଉଛନ୍ତି ମାର୍ଗଦର୍ଶକ ବୋଲି କହିଥିଲେ | କାର୍ଯ୍ୟକ୍ରମର ଆବାହକ ତଥା ସମ୍ପାଦକ ଦୀପକ କୁମାର ଦାଶ ସ୍ଵାଗତ ଭାଷଣ ଓ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଭଞ୍ଜ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। କୁନି କୁନି ପିଲା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

    ସମସ୍ତ ଶିକ୍ଷାର୍ଥୀ ମାନେ ପିତାମାତା ମାନଙ୍କୁ ପୂଜା କରିବାର ଅପୂର୍ବ ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶି ଥିଲା । ବାପା ମାଆମାନେ ପିଲାମାନଙ୍କ କ୍ୟାରିଅର ଠାରୁ କ୍ୟାରେକ୍ଟର କୁ ଅଧିକ ଗୁରୁତ୍ଵ ଦିଅନ୍ତୁ ଏଵଂ ଆମେ ଯେପରି ସେମାନଙ୍କୁ ଗଢାଯିବ ସେମାନେ ସେହିପରି ହେବେ ବୋଲି ମୁଖ୍ୟ ବକ୍ତା କହିଥିଲେ |

  • ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ

    ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ

    ବୃଦ୍ଧାଙ୍କୁ ପେଟ୍ରୋଲ ଜାଳି ମାରିବାକୁ ଉଦ୍ୟମ | ଘରେ ଏକାକି ଥିବା ବେଳେ ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ଯମ କରାଯାଇଛି | ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି | ଏଭଳି ଅମାନବୀୟ ଘଟଣା ଘଟିଛି ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଗୋଡଭଙ୍ଗା ଗାଁରେ | ସୂଚନା ଅନୁଯାୟୀ ଗତ କାଲି ସଂନ୍ଧ୍ଯାରେ ୯୫ ବର୍ଷର ବୃଦ୍ଧା ସାଇବ ଦାସ ଘରେ ଏକା ଥିବା ବେଳେ ଜଣେ ଦୁର୍ବୁତ ଘରେ ପଶି ପେଟ୍ରୋଲ ଜାଳି ଏପରି କାଣ୍ଡ ଘଟାଇଛି |

    ଜମିବାଡି ବିବାଦକୁ କେନ୍ଦ୍ରକରି ପୂର୍ବରୁ ସାଇବଙ୍କ ପରିବାର ସହ ସମ୍ପକୀୟଙ୍କ ସହ ଝଗଡା ହୋଇଥିଲା | ସେହି କାରଣକୁ କେନ୍ଦ୍ରକରି ସମ୍ପକୀୟ କେହି ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ପୁଅ ପରମାନନ୍ଦ |

  • ବାଲି ମାଫିଆଙ୍କ ଉପରେ ଚଢଉ; ୯ ଟ୍ରାକ୍ଟର, ୨ ହାଇୱା ଜବତ

    ବାଲି ମାଫିଆଙ୍କ ଉପରେ ଚଢଉ; ୯ ଟ୍ରାକ୍ଟର, ୨ ହାଇୱା ଜବତ

    କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ଓ କୂଶେଇ ନଦୀର ବିଭନ୍ନ ବାଲି ଘାଟରୁ ବାଲି ଚୋଲା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା|

    ଅଭିଯୋଗକୁ ଆଧାର କରି ଗତକାଲି ବିଳମ୍ବିତ ରାତିରେ ଖଣି ଓ ପୋଲିସର ସ୍ବତନ୍ତ୍ର ସ୍ୱାର୍ଡ ବୈତରଣୀ ନଦୀର ବୀରଗୋବିନ୍ଦପୁର ଓ ଦେଓଗାଁ କୁସେଇ ନଦୀ ଘାଟରୁ ଚୋରା ବାଲି ପରିବହନ କରୁଥିବା ନଅଟି ଟ୍ରାକ୍ଟର, ଦୁଇଟି ହାଇୱା ଓ ଗୋଟିଏ ଜେସିବି ଜବତ କରିଛି | ଆଗକୁ ଚଢାଉକୁ ବ୍ୟାପକ କରାଯିବ ବୋଲି ଖଣି ବିଭାଗ ସୂତ୍ରରୁ ସୂଚନା ମିଳିଛି |

  • ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଗଛରେ ଝୁଲିଛି ଅଜଣା ମୃତଦେହ | ରାୟଗଡା ଜିଲ୍ଲା କାଶିପୁର ବ୍ଲକ ନିକଟ ଏକ ନିର୍ଜନ ବିଲ ଜମିରେ ଥିବା ଆମ୍ବ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି |

    ଥାନାର ଦୁଇଜଣ କନେଷ୍ଟ ବଳ, ଗାଁର ସରପଞ୍ଚ ମସ୍ତରାମ ମାଝୀ ଉପସ୍ଥିତ ରହି ଝୁଲିଥିବା ଶବକୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରିବା ପରେ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଯୁବକଙ୍କର କୌଣସି ପରିଚୟ ମିଳି ପାରିନାହିଁ | ମୁତଦେହ ଉଦ୍ଧାର ପରେ ଶବ ବ୍ୟବଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଛି |

    ଉକ୍ତ ବିଲକୁ ଆମ୍ବୁଲାନ୍ସ ସେବା ପହଞ୍ଚି ନ ପାରିବାରୁ ପୋଲିସଙ୍କ ଦ୍ବାରା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ମର ଶରୀରକୁ ଅଣାଯାଇଥିଲା | ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି |

  • ହାଇୱା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ | ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସୀଙ୍ଗିଯୁବା କଲେଜ ନିକଟରେ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି | ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ସୀଙ୍ଗିଯୁବା ଗ୍ରାମର ଟଙ୍କଧର ସାହୁ | ସୂଚନା ଅନୁସାରେ, ରାମପୁର ପଟରୁ ବୃଦ୍ଧା ଜଣକ ସାଇକଲରେ ଆସୁଥିବା ସମୟରେ ପଛପଟୁ ଆସୁଥିବା ହାଇୱା ଧକ୍କା ଦେଇଥିଲା | ଧକ୍କା ଦେବା ଫଳରେ ବୃଦ୍ଧ ଜଣକ ଛିଟିକି ପଡ଼ିଥିଲେ | ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବା ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ |

    ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହଇୱାକୁ ଜବତ କରିବା ସହ ଡ଼୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି |

  • ଆନନ୍ଦପୁର କଲେଜକୁ ‘Autonomous College’ ଘୋଷଣା

    ଆନନ୍ଦପୁର କଲେଜକୁ ‘Autonomous College’ ଘୋଷଣା

    ଆନନ୍ଦପୁର କଲେଜର ୬୧ ତମ ବାର୍ଷିକ ଅଧିବେସନ ରେ ଯୋଗ ଦେଇ ଆନନ୍ଦପୁର କଲେଜକୁ Autonomous College ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ, ଏହି କଲେଜ ପାଇଁ ସମୁଦାୟ ୭ କୋଟି ଟଙ୍କା ଅନୁଦାନ ଘୋଷଣା କଲେ। ଆନନ୍ଦପୁର ଡାକ୍ତରଖାନା ପାଇଁ ୨ କୋଟି ଟଙ୍କା ଓ ଆନନ୍ଦପୁର ଷ୍ଟାଡିୟମ୍ ପାଇଁ ୨୦ କୋଟି ଟଙ୍କା ଘୋଷଣା କଲେ । ଏହି ସଭାରେ ଆନନ୍ଦପୁର ଉପଖଣ୍ଡ ପାଇଁ ୧୧୮.୨ କୋଟି ଟଙ୍କା ରେ ୩୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ, ୪୧.୪ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କୁ ମୁଖ୍ୟମନ୍ତ୍ରୀଙ୍କର ଏହାଥିଲା ପ୍ରଥମ ଗସ୍ତ ।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ କଲେଜରୁ ଯୁକ୍ତ ୨ ପଢି ପାସ୍ କରିଥିଲେ, ସେହି ଆନନ୍ଦପୁର କଲେଜକୁ ସେ ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟଅତିଥି ହୋଇ ଆସିଥିଲେ । ଏହି ପରିପ୍ରେକ୍ଷିରେ କଲେଜର ଛାତ୍ରଛାତ୍ରୀ ଅତି ଉତ୍ସାହର ସହିତ ମୁଖ୍ୟମନ୍ତ୍ରୀଙ୍କ ଆଗମନ କୁ ଅପେକ୍ଷା କରି ରହିଥିଲେ । ଏଥି ସହ , ମୁଖ୍ୟମନ୍ତ୍ରୀ ଏହି କଲେଜରେ ପାଠ ପଢୁଥିବା ବେଳେ, ତାଙ୍କ ସହପାଠୀ ଓ ଅଧ୍ୟାପକମାନେ ମଧ୍ୟ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଷ୍ଟାଡିୟମ୍ ପଡ଼ିଆରେ ହେଲିକ୍ୟାପ୍ଟର୍ ରେ ଅବତରଣ କରିବା ପରେ ଏକ ବିରାଟ ପଟୁଆରରେ ଯାଇ ଆନନ୍ଦପୁର କଲେଜରେ ପହଞ୍ଚିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ । ଏଥି ସହ , ଆନନ୍ଦପୁର ବିଧାୟକ, ଘସିପୁରା ବିଧାୟକ ଓ କେନ୍ଦୁଝର ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।

    ଏହି କଲେଜରୁ ମୁଖ୍ୟମନ୍ତ୍ରୀ ଯୁକ୍ତ ୨ ପଢୁଥିବା ବେଳେ, ନିଜ ସ୍ମୃତି ବଖାଣିଥିଲେ । ବହୁ ଅବ୍ୟବସ୍ଥା ମଧ୍ୟରେ ଥିବା ଆନନ୍ଦପୁର କଲେଜକୁ Autonomous College କଲେଜ କରିବା ସହିତ, କଲେଜର ସର୍ବାଙ୍ଗାନ ଉନ୍ନତି ପାଇଁ ୭ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ । ଏଥିସହ , ଆନନ୍ଦପୁର ଉପଖଣ୍ଡ ପାଇଁ ୪୧.୪ କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୧୧୮.୨ କୋଟି ଟଙ୍କା ବ୍ୟୟରେ ୩୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନା ପାଇଁ ୨ କୋଟି ଟଙ୍କା ଓ ଆନନ୍ଦପୁର ଷ୍ଟାଡିୟମ୍ ର ବିକାଶ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ଆଗାମୀ ଦିନରେ ଆନନ୍ଦପୁର ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି ଦିଗରେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେ, ଯାହା ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଗସ୍ତରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

  • ନିଷ୍ଠା ପାଳିଲା ଆନ୍ତର୍ଜାତୀୟ ମହିଳା ଦିବସ

    ନିଷ୍ଠା ପାଳିଲା ଆନ୍ତର୍ଜାତୀୟ ମହିଳା ଦିବସ

    କୋରାପୁଟ ଜିଲ୍ଲା ସେମିଳିଗୁଡା ପ୍ରେସ କ୍ଲବ ଠାରେ ନିଷ୍ଠା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ନିଷ୍ଠାକୁ ଏଗାର
    ବର୍ଷ ପୂର୍ତ୍ତି ଅବସରରେ ନିମନ୍ତ୍ରତି ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ, ମୁଖ୍ୟ ବକ୍ତା, ଉଷାରଣୀ ଦାସ ଅଧ୍ୟକ୍ଷା ମହିଳା ମହା ବିଦ୍ୟାଳୟ, ସ୍ବତନ୍ତ୍ର ଅତିଥି ଓମ ଶାନ୍ତି ତରଫରୁ ବି.କେ.ନମିତା, ସମ୍ମାନିତ ଅତିଥି ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର, ସମ୍ମାନିତ ଅତିଥି ଆଚାର୍ଯ୍ୟ ମନୁଦେବ, ନିଷ୍ଠାର ଅଧ୍ୟକ୍ଷା ମମତା ରାଇ ବରିଷ୍ଟ ସାମ୍ବାଦିକ ଅଜେୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମହିଳା ଏବଂ ପୁରଷ ମଧ୍ୟରେ କୌଣସି ପାତର ଅନ୍ତର ନଥିବା ଉଭୟଙ୍କ ସମନ୍ତର ଆଧିକାର ଉପରେ ମତରଖି ଥିଲେ।

    ନିଷ୍ଠା ଅଧ୍ୟକ୍ଷା ସୁଶ୍ରୀ ମମତା ରାୟଙ୍କ ନେତୃତ୍ବରେ ମୁଖ୍ୟ ଅତିଥିଙ୍କୁ ସ୍ଵାଗତ ଭାଷଣ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ, ପରିଚୟ ପ୍ରଦାନପୂର୍ବକ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ଆନ୍ତର୍ଜାତିକ ମହିଳା ଦିବସର ଶୁଭ ଉଦଘାଟନ, ଅତିଥି ମାନଙ୍କ ଦ୍ୱାରା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

    ନିଷ୍ଠା ତରଫରୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନାରେ ସସ୍ମିତା ପଟନାୟକ, ରଶ୍ମିତା ପତି, ଆଶାକର୍ମୀ ଭାବେ ହୋନିସ ସଉତା, ସ୍ୱଛା କର୍ମୀ ଭାବେ ଯଶୋଧା କିର୍ଶନୀ, ଗଣମାଧ୍ୟମ ପ୍ରତିନିଧି ସି ହେଚ କୁର୍ମା ରାଓ, ସାମାଜିକ ସଚେତକ ବୁଲ୍ଲୁ ମହାରଣା, ବରିଷ୍ଟ ନାଗରିକ, ଏବଂ ଅଞ୍ଚଳ ଉତ୍ତମ ସାମାଜିକ ଆଧ୍ୟାତ୍ମିକ ସଙ୍ଗ ମଧ୍ୟରେ କୁନ୍ଦୁଲି ଗୁରୁକୁଳ ଆଶ୍ରମ, ଓମ ଶାନ୍ତି, ଏବଂ ଗାୟତ୍ରୀ ପରିବାର, ସମାଜସେବି ଅଗ୍ନି ଗଙ୍ଗାମ୍ମା ଟିମକୁ ଉଚ୍ଚ ମାନର ସମ୍ଭର୍ଦ୍ଧନାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି।

    ପରିଶେଷରେ ମଞ୍ଚ ପରିଚାଳନା କରିଥିବା ମୋନାଲିସା ରାଇ, ଏବଂ ସରଜକୁ ବିବାହ ବାର୍ଷିକୀରେ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଛି। କାର୍ଯ୍ୟକ୍ରମରେ ନିଷ୍ଠାର କର୍ମକର୍ତ୍ତା ସହଯୋଗ କରିଥିଲେ।

    ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସି ଆନ୍ତର୍ଜାତିୟ ମହିଳା ଦିବସରେ ଯୋଗ ଦେଇଥିଲେ ।

  • ଆଦର୍ଶ ଥାନା ପୁଲିସର ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ

    ଆଦର୍ଶ ଥାନା ପୁଲିସର ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ

    ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ ହଲ ପରିସରରେ ଆଦର୍ଶଥାନା ପୁଲିସ ପକ୍ଷରୁ ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କାର୍ଯ୍ୟକ୍ରମରେ ଅତିଥିଭାବେ ଏସପି ସାଗରିକା ନାଥ, ପୂର୍ବତନ ଏସପି ଦେବ ପ୍ରସାଦ ମଜୁମଦାର, ଖୋର୍ଦ୍ଧା ଓକିଲ ସଂଘ ସଭାପତି ଜୀବନ ଜ୍ୟୋତି ମିଶ୍ର, ଏସ୍ଡିପିଓ ନିହାର ରଞ୍ଜନ ଦାସ ପ୍ରମୁଖ ଯୋଗଥିଲେ |

    ଭାରତୀୟ ସଂସଦ ତିନୋଟି ଐତିହାସିକ ଆଇନ ଯଥା ଭାରତୀୟ ଦଣ୍ଡବିଧି ସଂହିତା- ୧୮୬୦, କ୍ରିମିନାଲ ପ୍ରୋସିଜର କୋଡ୍-୧୯୭୩ ଏବଂ ଭାରତୀୟ ପ୍ରମାଣ ଆଇନ-୧୮୭୨ କୁ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା- ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ସଂହିତା-୨୦୨୩ ସହିତ ବଦଳାଇ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ପରିବର୍ତନମୂଳକ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ । ଭାରତୀୟ ନ୍ୟାୟ ମୂଲ୍ୟବୋଧ ଉପରେ ଆଧାରିତ ଏହି ନୂତନ ଆଇନ ଭାରତୀୟ ନ୍ୟାୟ ପଦ୍ଧିକୁ ପ୍ରତିଫଳିତ କରିବ | ଦଣ୍ଡମୂଳକ ଦୃଷ୍ଟିକୋଣରୁ ନ୍ୟାୟଭିତିକ ଆଭିମୁଖ୍ୟ ଆଡ଼କୁ ପରିବର୍ତନକୁ ସୂଚାଇଥାଏ ।

    ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଏକ ଅପରାଧିକ ନ୍ୟାୟ ବ୍ୟବସ୍ଥା ସୃଷ୍ଟି କରିବା ଯାହା କେବଳ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରେ ନାହିଁ ବରଂ ଆଇନ ବ୍ୟବସ୍ଥାକୁ ମଧ୍ୟ ବଜାୟ ରଖେ ଓ ସମସ୍ତଙ୍କ ପାଇଁ ସୁଲଭ ଓ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରେ ବୋଲି କହିଥିଲେ । ଏଥିରେ କାର୍ଯ୍ୟକ୍ରମରେ ଅଂଚଳର ଶିକ୍ଷାବିତ, ବରିଷ୍ଠନାଗରିକ, ସାମ୍ବାଦିକ, ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ।