Category: ଜିଲ୍ଲା

  • ନଦୀକୁ ଗାଧୋଇବାକୁ ଯାଇ ୨ ମୃତ

    ନଦୀକୁ ଗାଧୋଇବାକୁ ଯାଇ ୨ ମୃତ

    କାନ୍ଦରେ କମ୍ପି ଉଠୁଛି ଗାଁ ଦଣ୍ଡ । ଭୋ ଭୋ ହୋଇ କାନ୍ଦୁଛନ୍ତି ପରିବାର ଲୋକ ଓ ଗାଁ ସାହି ପଡିଶା । କେମିତି ବା କିଏ ଲୁହ ସମ୍ଭାଳିବ । ଅବେଳରେ ଚାଲିଯାଇଛି ଭେଣ୍ଡିଆ ପୁଅର ଜୀବନ । ହୋଲି ଦିନ ବେଶ ହସ ଖୁସିରେ ହୋଲି ଖେଳିଲେ । ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଗଲେ ହେଲେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ ସୌଭାଗ୍ୟ ଓ ଚନ୍ଦନ । ଫେରିଲା ତ କେବଳ ମୃତଦେହ । ଅକାଳରେ ଚାଲିଗଲା ଦୁଇ ଦୁଇଟା ନିରୀହ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଓ ଘାଗରା ଗାଁରେ । କେନ୍ଦ୍ରାପଡା ପଞ୍ଚୁଦୋଳ ଦିନ ଘଟିଯାଇଛି ଏଭଳି କିଛି ଦୁଃଖଦାୟକ ଘଟଣା । ହୋଳି ଖେଳି ସାରି ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡିଗଲେ ଘାଗରା ଗାଁର ସୌଭାଗ୍ୟ ପରିଡା । ସାଙ୍ଗରେ ଗାଧୋଇ ଯାଇଥିବା କିଛି ବନ୍ଧୁ ସୌଭାଗ୍ୟ ଙ୍କୁ ରକ୍ଷା କରି ପାରିନଥିଲେ । ମାତ୍ର କିଛି ସମୟ ପରେ ନଦୀ ଭିତରୁ ଉଦ୍ଧାର ହେଲା ସୌଭାଗ୍ୟଙ୍କ ମୃତ ଦେହ । ସୌଭାଗ୍ୟ ଦାଣ୍ଡିସାହି ସ୍ଥିତ ବ୍ରାହ୍ମଣୀ କଲେଜର ଯୁକ୍ତଦୁଇର ବିଜ୍ଞାନ ଛାତ୍ର । ଏବେ ତାଙ୍କର ପରୀକ୍ଷା ଚାଲିଥିଲା । ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ଥିଲା ପରବର୍ତ୍ତୀ ପରୀକ୍ଷା ।

    କିନ୍ତୁ ଜୀବନର ସବୁ ପରୀକ୍ଷାକୁ ଅଧାରୁ ଛାଡି ସେ ଆରପାରିକୁ ଚାଲିଗଲେ । ଘରର ଏକ ମାତ୍ର ପୁଅ ସୌଭାଗ୍ୟ ଘରେ ଆଉ ବସ କେବଳ ବାପା,ମା ଓ ସାନ ଭଉଣୀ । ତେବେ ପରିବାର ଲୋକେ ଏଭଳି ଦୁଖ ସମୟରେ ବି ମହତ କାମ କରିଛନ୍ତି । ଶେଷ ମୁହୂର୍ତ୍ତରେ ସୌଭାଗ୍ୟଙ୍କ ଚକ୍ଷୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଗଲା । ପୁଅ ସିନା ଚାଲିଗଲା ପୁଅର ଆଖିରେ ଆଉ କେହି ଦୁନିଆ ଦେଖିବାର ସୁଯୋଗ ପାଇବ ବୋଲି ପରିବାର ଲୋକେ କହିଛନ୍ତି । ସେହିପରି ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଗାଁର ଚନ୍ଦନ ସ୍ଵାଇଁଙ୍କ ଜୀବନ ମଧ୍ୟ ଚାଲିଯାଇଛି । ହୋଲି ଖେଳିସାରି ଘରପାଖ ପୋଖରିକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀରେ ଗାଧୋଇବା ସମୟରେ ଗୋଡ ଖସିଯିବାରୁ ଦେଖୁ ଦେଖୁ ପାଣିରେ ବୁଡିଯାଇଥିଲେ ଚନ୍ଦନ । ଖୋଜା ଖୋଜି କରି ଉପରକୁ ଆଣିବା ବେଳକୁ ଶରୀରରେ ଆଉ ପ୍ରାଣ ନଥିଲା । ଆଉ ଦୁଇଦିନ ପରେ ନୂଆ କରି ପୋଲିସ ଚାକିରିରେ ଯୋଗ ଦେଇ ଥାନ୍ତେ ଚନ୍ଦନ । ରାଉରକେଲା ଠାରେ OSAP ଚତୁର୍ଥ ବାଟାଲିଅନରେ ତାଙ୍କର ଚାକିରି ହୋଇଯାଇଥିଲା । ଚାକିରିକୁ ଯିବେ ବୋଲି ସବୁ ପ୍ରସ୍ତୁତି ସରିଥିଲା । କିନ୍ତୁ ଦଇବର ଇଚ୍ଛା କିଛି ଅଲଗା ଥିଲା ।

    ପୋଲିସ ଚାକିରି କରିବା ପୂର୍ବରୁ ଆର ପାରିକୁ ଚାଲିଗଲେ ଚନ୍ଦନ । ଚନ୍ଦନଙ୍କର ଦୁଇ ଭଉଣୀ ବିବାହ କରିଥିବାବେଳେ ଚନ୍ଦନ ବାପା ମାଙ୍କର ଗୋଟିଏ ପୁଅ ଥିଲେ । ଏହି ଘଟଣା ପରେ ପରିବାରର ଦୁଃଖ କହିଲେ ନସରେ । ରୋଜଗାରିଆ ପୁଅକୁ ହରାଇ ଦାଣ୍ଡ ପିଣ୍ଡାରେ ବସି ଲୁହ ଗଡାଉଛନ୍ତି ବୃଦ୍ଧ ପିତାମାତା । ଅକାଳରେ ପୁଅକୁ ହରାଇ ଉଭୟ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ସୌଭାଗ୍ୟ ଓ ଚନ୍ଦନଙ୍କ ଅକାଳ ବିୟୋଗରେ କେବଳ ପରିବାର ଲୋକ ନୁହଁ ବରଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

  • ବରଗଡ଼ରେ ବିଶ୍ଵ ବନ ଦିବସ-୨୦୨୫ ପାଳିତ

    ବରଗଡ଼ରେ ବିଶ୍ଵ ବନ ଦିବସ-୨୦୨୫ ପାଳିତ

    ବରଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ-୨୦୨୫ ପାଳିତ ହୋଇଛି | ବରଗଡ଼ ଜିଲ୍ଲା ବନଖଣ୍ଡ ବିଭାଗ ଦ୍ଵାରା ସ୍ଥାନୀୟ ବିଜୁ ପଟ୍ଟନାୟକ ହଲଠାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବରଗଡ଼ ଶ୍ରୀ ଆଦିତ୍ୟ ଗୋୟଲ, ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିଆ, ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ, ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଟି. ଅଶୋକ କୁମାର, ବିଭିନ୍ନ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ । ଜିଲ୍ଲାପାଳ ଗୋୟଲ ଏବଂ ମାନ୍ୟବର ବିଧାୟକ ଗଡ଼ତିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସହ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ବିଭାଗ ତରଫରୁ ଆୟୋଜିତ ୫ କିମି ମାରାଥନ ଦୌଡ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା |

    ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସିଆରର ଓ ସିଫ୍ଆର ପ୍ରଦାନ କରଯାଇଥିଲା । ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିଆ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ମାନବ ସମାଜରେ ଏହାର ଉପକାରିତା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ।

  • ମୟୂରଭଞ୍ଜ ରାଇହରିରେ ବିଶ୍ଵ ଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ

    ମୟୂରଭଞ୍ଜ ରାଇହରିରେ ବିଶ୍ଵ ଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ


    ମୟୂରଭଞ୍ଜ ରାଇହରିରେ ୭୩ ତମ ବାର୍ଷିକ ପଞ୍ଚଦୋଳ ମହୋତ୍ସବ ଓ ବିଶ୍ଵଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ ହୋଇଛି | ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବିଜାତଳା ବ୍ଲକ ରାଇହରି ଗ୍ରାମରେ ଜପ ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଛି |ଏଠାରେ ୭୩ ବର୍ଷ ପୂର୍ବରୁ ଅଷ୍ଟପ୍ରହରୀ ନାମ ଯଜ୍ଞରୁ ଶୁଭାରମ୍ବ ହୋଇଥିଲା |ଏହି ପଞ୍ଚଦୋଳ ମହୋତ୍ସବରେ ଠାକୁର ଘର ଘର ବୁଲି ଭୋଗ ଖାଇଥାନ୍ତି | ସର୍ବଧର୍ମ ପ୍ରତିଷ୍ଠିତ ହେଉ ସମସ୍ତଙ୍କ ଭିତରେ ଆଧାତ୍ମକ ଚିନ୍ତାଧାରା ବଜାୟ ରହୁ ଏହା ହିଁ ଏହି ଯଜ୍ଞର ମୂଳ ଉଦ୍ଧ୍ୟେଶ |

    ଏହି ନାମଯଜ୍ଞ ପାଇଁ ହଜାର ହଜାର ହରି ଭକ୍ତମାନେ ଆସିଥିଲେ । ଯଜ୍ଞରେ ଭକ୍ତ ମାନଙ୍କ ପାଇଁ ସକାଳ,ଦ୍ବିପ୍ରହର ଏବଂ ସଂଧ୍ୟାର ପ୍ରସାଦ ସେବନର ଆୟୋଜନ ହୋଇଥିଲା | ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ଧୁମଧାମରେ ଯଜ୍ଞ ପାଳନ ହୋଇଥିଲା | ସଙ୍କୀର୍ତ୍ତନର ପ୍ରେସିଡେଣ୍ଟ ସଂଜିବ କୁମାର ନନ୍ଦ, ସେକ୍ରେଟାରୀ ଅମିୟ ବିକାଶ ନନ୍ଦ,ଉପଦେଷ୍ଟା ମଣ୍ଡଳି ଗୋପାଳ ଚନ୍ଦ୍ର ନନ୍ଦ , ଗ୍ରାମ ମଣ୍ଡଳି ବୃନ୍ଦ ପ୍ରମୁଖଙ୍କ ଉପସ୍ଥିତରେ ମହାସମାରୋହରେ ପାଳିତ ହୋଇଥିଲା ।

  • କୃଷି ସମବାୟ ସମିତିର ବାର୍ଷିକ ସଭା

    କୃଷି ସମବାୟ ସମିତିର ବାର୍ଷିକ ସଭା

    ବରଗଡ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | ସମିତିର ସଭାପତି ବିରୋସନ ସାହୁଙ୍କ ଅଧକ୍ଷତାରେ ରକ୍ସା ପଞ୍ଚାୟତ ଖେଳପଡିଆ ପରିସରରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ସୁମିତ୍ ପ୍ରଧାନ ସମିତିର ବାର୍ଷିକ ବିବରଣି ପାଠ କରିଥିଲେ | ବରପାଲି ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ଶାଖା ପରିଚାଳକ ସାଲବେଗ ବାଦି ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିଲା |

    ୟୁରିଆ ସାରର ବ୍ୟବହାର ଏବଂ ଇୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭାରେ ଅସନ୍ତୋଷ ଦେଖାଯାଇଥିଲା। ଏହି ବାର୍ଷିକ ସମିତି ସଭାରେ ଆଗଲପୁର ସମବାୟ ବ୍ୟାଙ୍କ ସମିତି ସମସ୍ତ ସଭ୍ୟ ଶ୍ରୀମତୀ କୁନ୍ତଳା ପଧାନ, ଉପେନ୍ଦ୍ର ଖେତି,ଶ୍ରୀମତୀ ରୁକ୍ମଣୀ ବେହେରା,ସୁରେନ୍ଦ୍ର ସାହା, ବଳରାମ ନେଗି, ,ପ୍ରମୋଦ କୁମାର ସାହା, ଘନଶ୍ୟାମ ପଧାନଙ୍କ ଉପସ୍ଥିତ ଥିଲେ | ରାଜ୍ୟ ସମବାୟ ସମିତି ଉପ ସଭାପତି ପେକ୍ସ ସଭାପତି ବିରୋସନ ସାହୁ,ବରପାଲି ପେକ୍ସ ସଭାପତି ଗୁରୁ ମେହେର,କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ପଧାନ, କଣ୍ଟାପାଲି ପେକ୍ସ୍ ସଭାପତି ଧୂର୍ବ ସାହୁ, ଆଗଲପୁର ଜୋନ ଜିଲ୍ଲାପରିଷଦ ସଭ୍ୟ ଅନନ୍ତ ସେଠ୍,କୁମ୍ଭାରୀ ଡାଇରେକ୍ଟର ଶତ୍ରୁ ଘନ୍ ପଧାନ,ଯୋଗ ଦେଇ ଚାଷୀ ମାନଙ୍କ ଉନ୍ନତି ତଥା ଚାଷୀ ମାନେ କିଭଳି ଅଧିକ ଲାଭବାନ ହୋଇ ସାବଲମ୍ବୀ ହୋଇପାରିବେ ସେ ଉପରେ ଅଭିଭାଷଣ ରଖିଥିଲେ ।

  • କୁଆଖିଆ ସତସଙ୍ଘ କେନ୍ଦ୍ରରେ ପଖାଳ ଦିବସ ପାଳିତ

    କୁଆଖିଆ ସତସଙ୍ଘ କେନ୍ଦ୍ରରେ ପଖାଳ ଦିବସ ପାଳିତ

    ଆଜି ବିଶ୍ବ ପଖାଳ ଦିବସ | ସବୁ ଓଡ଼ିଆଙ୍କର ପ୍ରିୟର ଖାଦ୍ୟ ପଖାଳ |ପ୍ରତିଟି ଓଡ଼ିଆଙ୍କ ପରିଚୟ କହିଲେ ପଖାଳକୁ ବୁଝାଏ|ଓଡିଶା ହିଁ ପଖାଳ ଭାତର ଜନ୍ମଦାତା କହିଲେ ଅତିକ୍ୟୁତି ହେବନାହିଁ| ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ରେ ଏହାର ପ୍ରଚାର ପ୍ରସାର ବହୁଳ ପରିମାଣରେ ଦେଖିବାକୁ ମିଳୁଛି| ମାର୍ଚ୍ଚ ୨୦ ତାରିଖ ଅର୍ଥାତ ଆଜି ପଖାଳ ଦିବସ ଅବସରରେ କୁଆଖିଆ ସ୍ଥିତ ସତସଙ୍ଗ କେନ୍ଦ୍ରରେ ସମସ୍ତ ଅନୁକୂଳୁଚନ୍ଦ୍ର ଭକ୍ତ ପ୍ରେମୀ ମାନେ ଏହି ପଖାଳ ଦିବସକୁ ଆଡ଼ମ୍ବରରେ ପାଳନକରିଛନ୍ତି | ଅନେକ ପ୍ରକାର ଖାଦ୍ୟ ବ୍ୟଞ୍ଜନ ସହିତ ପଖାଳ ଖାଇବାର ମଜା ଉଠାଇଥିଲେ ସମସ୍ତେ|

    ନିଜ ଭିତରେ ଭାଇଚାରାକୁ ବଞ୍ଚାଇ ରଖିବା ଓ ସମସ୍ତେ ଏକତ୍ରିତ ହେଇ ଏକ ଜାଗାରେ ଗୋଟିଏ ମନ ନେଇ ଏହି ଦିବସକୁ ପାଳନ କରିଥିବା କହିଛନ୍ତି | ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ସମସ୍ତଙ୍କ ମନକୁ ଆକୃଷ୍ଟ କରିଥିଲା |

  • ଆନନ୍ଦପୁର ପ୍ରେସ୍ କ୍ଲବ ପକ୍ଷରୁ ପଖାଳ ଦିବସ ପାଳନ

    ଆନନ୍ଦପୁର ପ୍ରେସ୍ କ୍ଲବ ପକ୍ଷରୁ ପଖାଳ ଦିବସ ପାଳନ

    ଆଜି ହେଉଛି ବିଶ୍ବ ପଖାଳ ଦିବସ |ଓଡ଼ିଆ ମାନଙ୍କର ପ୍ରିୟ ଖାଦ୍ୟ ପଖାଳ କଂସା। ଗାଁ ଠୁ ନେଇ ସହର ଯାଏଁ ସବୁଠି ପଖାଳର ପରିଚୟ ନିଆରା| ଆଜି ପ୍ରତିଟି ଓଡିଆ ସବୁଠି ପଖାଳ ଦିବସ ପାଳନ କରୁଛନ୍ତି |

    ଆଜିର ଯୁବ ପିଢ଼ି ଆଧୁନିକ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଥିବା ବେଳେ ପଖାଳକୁ ଧୀରେ ଧୀରେ ଭୁଲିଯିବାକୁ ବସିଲେଣି |ଏହାକୁ ନେଇ ଆନନ୍ଦପୁର ପ୍ରେସ କ୍ଲବ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଖାଳ ଦିବସ ଆୟୋଜନ ହୋଇଥଲା ।

    ଦହି ପଖାଳ କଂସା ସହିତ ବଢ଼ିଚୁରା,ବାଇଗଣ ଭର୍ତା, ଆଳୁ ଭର୍ତ୍ତା, ଶାଗ ଭଜା, ଚଟଣି, ସଜନା ଛୁଇଁ ବେସର, କଲରା ଚିପିସ, ପୁଟୋଳ କସା, ଛତୁ ବେସର, ଚୁନା ମାଛ, ଫୁଲ ବଡ଼ି, ବଡି ଚୁରା ଭଳି ୧୮ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥଲା। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଖଣ୍ଡର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେଇ ପଖାଳ ଦିବସ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ।

  • ରାତିରେ କଳା କନା ବୁଲାଇଲେ ଚୋର

    ରାତିରେ କଳା କନା ବୁଲାଇଲେ ଚୋର

    ବିଳମ୍ବିତ ରାତିରେ କଳା କନା ବୁଲାଇଲେ ଚୋର । ଲକର ଖୋଲି ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଗ୍ରାମପଞ୍ଚାୟତ ଜାମତ କୁଲା ଗ୍ରାମରେ । ଜାମତକୁଲା ଗ୍ରାମର ସୁବାସ ଚନ୍ଦ୍ର ଦାସଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ପରିବାର ଲୋକେ ଘରୁ ଚୋରି ହୋଇଥିବା ନେଇ ସକାଳେ ଜାଣିବା ପରେ ବାଲିଆପାଳ ପୋଲିସରେ ଅଭିଯୋଗ କରିଥିଲେ ସୁବାସ । ଅଭିଯୋଗ ପାଇବା ପରେ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ପିକଅପ ଧକ୍କାରେ ଶିଶୁପୁତ୍ର ମୃତ

    ପିକଅପ ଧକ୍କାରେ ଶିଶୁପୁତ୍ର ମୃତ

    ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ମତୋ ବସ୍ତି ନିକଟରେ ହୋଇଛି ସଡ଼କ ଦୁର୍ଘଟଣା । ଏକ ପିକଅପ ଭ୍ୟାନ ଧକ୍କାରେ ୫ ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ସେକ ଆଜାରୁଦିନ ଙ୍କ ପୁଅ ଏସ କେ ଆନସାର ରାସ୍ତା ଅତିକ୍ରମ କରୁଥିବା ସମୟରେ ପିକଅପ ଭ୍ୟାନଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଯାହା ଫଳରେ ଶିଶୁଟି ର ପେଟରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ଶିଶୁ ଟିକୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କଟକ ସ୍ଥାନାନ୍ତର କରିଥିଲେ । ହେଲେ ଅଧାବାଟରେ ହିଁ ଶିଶୁ ଟିର ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ଟାୟାର ଜାଳି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଖବରପାଇ ମତୋ ଫାଣ୍ଡି ପୋଲିସ, ଚାନ୍ଦବାଲି ପୋଲିସ ଓ ବାଶଂଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ଓ ଅତିରିକ୍ତ ତହସିଲଦାର ଠାକୁର ଦାସ ଙ୍କ ସମେତ ଏସଡିପିଓ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିଥିଲେ । ଏବଂ ସେମାନଙ୍କ ଦାବୀ ପୂରଣ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ସ୍ଥାନୀୟ ଲୋକେ ରାସ୍ତା ଅବରୋଧରୁ ଉଠିଥିଲେ ।

  • ମୁନିଗୁଡା ରିପୋଟର୍ସ କ୍ଲବର ବନ୍ଧୁ ମିଳନ

    ମୁନିଗୁଡା ରିପୋଟର୍ସ କ୍ଲବର ବନ୍ଧୁ ମିଳନ

    ରାୟଗଡ ଜିଲ୍ଲା ମୁନିଗୁଡା ରିପୋଟର୍ସ କ୍ଲବ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଟୁରାଗଡ ପଞ୍ଚାୟତ ରାମନାକୁପୁଲି ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ୟସ୍ତ ବହୁଳ କର୍ମଜୀବି ହିସାବରେ ଆଜିର ଦିବସରେ ସାମ୍ବାଦିକ ମାନେ ପରସ୍ପର ମଧ୍ୟରେ ସୁଖଦୁଃଖକୁ ବାଣ୍ଟି ଏକ ବୈଠକ କରିଥିଲେ । ଏହି ଅବସରରେ ସଂଘର ସଭାପତି ଉମାକାନ୍ତ ନିମାଲପୁରି ଙ୍କ ପୌରହିତ୍ୟରେ ଏକ ସଭା କରାଯାଇଥିଲା । କିପରି ସାମ୍ବାଦିକ ମାନେ ଚାପ ମୁକ୍ତ ହୋଇ କାର୍ଯ୍ୟ କରିବେ । ଲୋକ ପ୍ରତିନିଧିମାନଙ୍କ ଗୋଡାଣିଆ ନ ହୋଇ କିପରି ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିବେ ସେନେଇ ବହୁତ ସମସ୍ୟା ଘେରରେ ଥିବା କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଗଣତନ୍ତ୍ର ର ଶେଷ ଖୁଣ୍ଟି ହିସାବରେ ଗଣମାଧ୍ୟମ ର ପଦମର୍ଯ୍ୟଦା ରଖିବା ପାଇଁ ମଧ୍ୟ ଗୁରୁତ୍ଵ ଦିଆଯାଇଥିଲା ।

    ନିରପେକ୍ଷ ଖବର ପ୍ରସାରଣ ପାଇଁ ଯଦି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଖବର ରୋକିବାରେ ଚାପ ପ୍ରୟୋଗ କରେ ସଂଘବଦ୍ଧ ଭାବେ କିପରି ମୁକାବିଲା କରାଯାଇପାରିବ ତାହା ସଂଘର ସମ୍ପାଦକ ରଞ୍ଜନ ସ୍ୱାଇଁଙ୍କ ପୌରହିତ୍ୟରେ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟ ସରକାର ଙ୍କ ଗୋପବନ୍ଧୁ ସ୍ବାସ୍ଥ୍ଯ ବୀମା ଯୋଜନାରେ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରିବା ଓ ସାମ୍ବାଦିକ ମାନଙ୍କ ପାଇଁ ପେନସନ୍ ଯୋଜନା ଶୀଘ୍ର କାର୍ଯ୍ୟକାରୀ କରିବା ନେଇ ଜିଲ୍ଲା ଓ ରାଜ୍ୟ ସଂଘ ସହ ମିଳିତ ଦାବି କରିବାକୁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ନିର୍ଦ୍ଧାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଅଜିତ ଗୌଡ, ଉପ ସଭାପତି କୌଶଲ ଦୁବେ, ସହ ସମ୍ପାଦକ ଜି. ଶ୍ରୀନିବାସଙ୍କ ସମେତ ଯୁବ ସାମ୍ବାଦିକ ମହେଶ ବୋହରା, ଦୟାନିଧି ସାହୁ, କେଶବ ସାରାକା ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବେହେରା ପରିଚାଳନା କରିଥିବା ବେଳେ ସାମ୍ବାଦିକ ସଞ୍ଜୟ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

  • ୧୦ ଦଫା ଦାବୀ ନେଇ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

    ୧୦ ଦଫା ଦାବୀ ନେଇ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

    ଭାରତୀୟ ମଜଦୁର ସଂଘ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିସ ୱର୍କର୍ସ ଆସୋସିଏସନ ଗଞ୍ଜାମ ଜ଼ିଲ୍ଲା ପକ୍ଷରୁ ଛତ୍ରପୁର ସ୍ଥିତ ଜ଼ିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସଭାନେତ୍ରୀ ହେମଲତା ମହାନ୍ତି, ସମ୍ପାଦିକା ବାସନ୍ତୀ କୁମାରୀ ପ୍ରଧାନ ନେତୃତ୍ୱ ନେଇଥିଲେ । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ଏକ ବିଶାଳ ରାଲି ଡିଆର ଡିଏ ଛକ ରୁ ବାହାରି ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ ଅଫିସ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

    ଏହା ସହ ନେତା ମାନେ ୧୦ ଦାବୀ ଉପସ୍ଥାପନ କରିଥିଲେ । ଦାବୀ ଗୁଡିକ ମଧ୍ୟରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା ସହ ପରିତୋଷିକ ପ୍ରଦାନ, ତିନି ମାସର ଆଗୁଆ ଟିଏଚଆର, ଅବସର ପରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଶିକ୍ଷୟତ୍ରୀ ଭଳି ଅବସରକାଳୀନ ବେନିଫିଟ ଦେବା ଆଦି ଦାବି ବାବଦରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।