Category: ଜିଲ୍ଲା

  • ଢେଙ୍କାନାଳରେ ପାଗଳ ହନୁମାଙ୍କଡ଼ର ଆତଙ୍କ

    ଢେଙ୍କାନାଳରେ ପାଗଳ ହନୁମାଙ୍କଡ଼ର ଆତଙ୍କ

    ଢେଙ୍କାନାଳ ଜିଲ୍ଲାର ଡିହଡୋଳ ଫରେଷ୍ଟ ସେକ୍ସନରେ ଗୋଟିଏ ପାଗଳ ହନୁମାଙ୍କଡ଼ ଆତଙ୍କ ସୃଷ୍ଟି ହୋଇଛି | ଗ୍ରାମବାସୀଙ୍କ କହିବା ଅନୁସାରେ, ମାଙ୍କଡ଼ ଲୋକମାନଙ୍କୁ ଦେଖିଲେ ଆକ୍ରମଣ କରୁଛି, ଯାହାଦ୍ୱାରା ୧୫ରୁ ଅଧିକ ମହିଳା, ଛୋଟ ପିଲା ଓ ବୟସ୍କ ଲୋକ ଆହତହେବ ସହ ଲହୁଲୁହାଣ ହୋଇପଡିଛନ୍ତି |

    ପାଟରପଦା, ନୂଆସାହି, କଟାବାହାଳ ଓ ମେଣ୍ଡାପଦା ଗାଁର ଲୋକମାନେ ମାଙ୍କଡ଼ ଭୟରେ ଦିନ କାଟୁଛନ୍ତି। ଏପରି ପରିସ୍ଥିତିରେ ବନବିଭାଗ ମାଙ୍କଡ଼କୁ କାବୁ କରିବା ପାଇଁ କପିଳାସରୁ ଏକ ବିଶେଷ ଟିମ୍ ପଠାଇଛି। ସେମାନେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍‌ କରିବା ପ୍ରୟାସ କରିଲେ ମଧ୍ୟ, ମାଙ୍କଡ଼ ଖସି ପଳାଇଯାଇଥିବାର ଜଣାପଡ଼ିଛି। ବନବିଭାଗ ଏପର୍ଯ୍ୟନ୍ତ ମାଙ୍କଡ଼କୁ କାବୁ କରିବାରେ ବିଫଳ ହେବାରୁ ଗ୍ରାମବାସୀମାନେ ଭୟ ଓ ଆତଙ୍କରେ ରହୁଛନ୍ତି |

  • ଏପ୍ରିଲ ୯ ରେ ଚନ୍ଦନ କାଠ ବିକ୍ରୟ ପ୍ରକ୍ରିୟା ଆରମ୍ଭ, ରାଜ୍ୟକୁ ଆର୍ଥିକ ଲାଭ ଆଶା

    ଏପ୍ରିଲ ୯ ରେ ଚନ୍ଦନ କାଠ ବିକ୍ରୟ ପ୍ରକ୍ରିୟା ଆରମ୍ଭ, ରାଜ୍ୟକୁ ଆର୍ଥିକ ଲାଭ ଆଶା

    ଚନ୍ଦନ କାଠ ସାନ୍ତାଳ ଜାତିୟ ଗଛର ଏକ ଶ୍ରେଣୀ | ଜଙ୍ଗଲଗୁଡ଼ିକ ଭାରୀ, ହଳଦିଆ ଏବଂ ସୂକ୍ଷ୍ମ ଶସ୍ୟଯୁକ୍ତ, ଏବଂ ଅନ୍ୟାନ୍ୟ ସୁଗନ୍ଧିତ କାଠ ପରି,ସେମାନେ ଦଶନ୍ଧି ଧରି ସେମାନଙ୍କର ସୁଗନ୍ଧକୁ ବଜାୟ ରଖନ୍ତି | ବ୍ୟବହାର ପାଇଁ ଜଙ୍ଗଲରୁ ଚନ୍ଦନ ତେଲ ବାହାର କରାଯାଏ |ଚନ୍ଦନ କାଠକୁ ଦୁନିଆର ସବୁଠାରୁ ମହଙ୍ଗା କାଠ ବୋଲି କୁହାଯାଏ |ଉଭୟ କାଠ ଏବଂ ତେଲ ଏକ ସ୍ୱତନ୍ତ୍ର ସୁଗନ୍ଧ ସୃଷ୍ଟି କରେ ଯାହା ଶତାବ୍ଦୀ ଧରି ବହୁମୂଲ୍ୟ ହୋଇଆସୁଛି | ଫଳସ୍ୱରୂପ,ଏହି ଧୀର ବଢୁଥିବା ଗଛଗୁଡିକର କେତେକ ପ୍ରଜାତି ଅତୀତରେ ଅତ୍ୟଧିକ ଅମଳର ଶିକାର ହୋଇଥିଲେ |

    ଓଡ଼ିଶାର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀଙ୍କ ଉତ୍ତରରେ ମହାସଭାରେ ଜଣାଗଲା ଯେ ରାଜ୍ୟରେ ୪,୫୩୯ଟି ରକ୍ତ ଚନ୍ଦନ ଗଛ ଅଛି | ଯେଉଁଥିରୁ ୮୦୯.୭୮୪୪ଟନ୍ କାଠ ଆନ୍ତର୍ଜାତୀୟ ବିକ୍ରୟ ପାଇଁ ଇ‑ନିଲାମ ମାଧ୍ୟମରେ ବିକ୍ରୟ ହେବାକୁ ଯାଉଛି | ଏହି ବିକ୍ରୟ ପ୍ରକ୍ରିୟା ଏପ୍ରିଲ ୯ ରେ ଆୟୋଜିତ ହେବ। ଏହା ରାଜ୍ୟକୁ ଆର୍ଥିକ ଲାଭ ଦେବା ପାଇଁ ଯୋଜନା କରାଯାଇଛି |

    ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ ଲାବଣ୍ୟଗଡ଼ ଜଙ୍ଗଲ ଗଜପତି ଜିଲ୍ଲା ଭିତରେ ରକ୍ତ ଚନ୍ଦନ ଗଛ ଚିହ୍ନଟ ହୋଇଛି | ଯଦିଓ ଏହାର ବାସ୍ନା ବିଷୟରେ ସ୍ୱାଭାବିକ ରିପୋର୍ଟ୍ ଅନେକ ସୀମିତ ତଥ୍ୟ ଦିଏ | ଓଡ଼ିଶାର ଜଙ୍ଗଲ ଓଡ଼ିଶା ଫୋରେଷ୍ଟ ରିପୋର୍ଟଅନୁଯାୟୀ ବହୁତ ବିଭିନ୍ନ ପ୍ରକାର ଟ୍ରି ଓ ବନସ୍ପତି ମିଶ୍ରିତ , ଯାହାର ବୃଦ୍ଧି ପାଇଁ ଏକ ଅନନ୍ୟ ପରିବେଶ ରହିଛି। ଏହା ଚନ୍ଦନ ପ୍ରକାର ଗଛର ଉତ୍ପାଦନ ଓ ସୁଗନ୍ଧ ଉତ୍ପାଦନରେ ପ୍ରଭାବ ପକାଏ। ଓଡ଼ିଶାର ଅନେକ ଜଙ୍ଗଲ ଏବଂ ପରିବେଶ ଚନ୍ଦନ ଗଛ ରହିଛି ବୋଲି ରିପୋର୍ଟ ଅଛି, କିନ୍ତୁ ଏହାର ସୁଗନ୍ଧ ପରିମାଣ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଚନ୍ଦନ ପରି ଶକ୍ତିଶାଳୀ ନୁହେଁ | ରକ୍ତ ଚନ୍ଦନୀ ମାୁଲ୍ୟସ୍ଥ ଉତ୍ପାଦ ଯାହା ରୂପରେ ଇ‑ନିଲାମ ପାଇଁ ଚାଲୁଛି, ଯାହା ଏକ ଅତିମୂଲ୍ୟବାନ ଲକ୍ଷ୍ୟ ସମ୍ପତ୍ତି ଭାବରେ ଅନୁଭୂତ ହେଉଛି।

  • ମହାନଦୀ ସୁରକ୍ଷା କାହା ଦାୟିତ୍ୱ? ପ୍ରତିନିଧିତ୍ୱ ଅଭାବକୁ ନେଇ ବିରୋଧୀଙ୍କ ହୁଂକାର

    ମହାନଦୀ ସୁରକ୍ଷା କାହା ଦାୟିତ୍ୱ? ପ୍ରତିନିଧିତ୍ୱ ଅଭାବକୁ ନେଇ ବିରୋଧୀଙ୍କ ହୁଂକାର

    ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ଓଡ଼ିଶାର ପ୍ରତିନିଧିତ୍ୱଙ୍କୁ ପ୍ରଶ୍ନ , ଏବେ ରାଜ୍ୟ ରାଜନୀତିକୁ ଗରମ କରିଛି | ମହାନଦୀ ଟ୍ରିବ୍ୟୁନାଲର ୫୦ତମ ଶୁଣାଣୀରେ ଓଡିଶା ପକ୍ଷରୁ କୋଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ବଡ଼ ଓକିଲ ଉପସ୍ଥିତ ନ ଥିବାକୁ ନେଇ ବିଜେଡି ଓ କଂଗ୍ରେସ ସାରାକରଂକୁ ଘେରିଛନ୍ତି |

    ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସାରାକରଂକ ଉପରେ କଡା ସମାଲୋଚନା କରି କହିଛନ୍ତି ଯେ , ମହାନଦୀ ସୁରକ୍ଷା ପ୍ରତି ବିଜେପି ସରକାରଙ୍କର କୋଣସି ଆନ୍ତରିକତା ନାହିଁ | ଟ୍ରିବ୍ୟୁନାଲର ଗୁରୁତ୍ବପୂର୍ଣ୍ଣ ଶୁଣାଣୀରେ ଆଡ଼ଭୋକେଟ ଜେନେରାଲଙ୍କ ଅନୁପସ୍ଥିତିକୁ ସେ ପ୍ରଶ୍ନ ଉଠେଇଛନ୍ତି | ମହାନଦୀ ଆମ ମା ଓ ଓଡିଶାର ଜୀବନରେଖା | ଏହାର ସୁରକ୍ଷା ସହିତ କୋଣସି ସାଲିସ କରିହବ ନାହିଁ ବୋଲି ନବୀନ କହିଛନ୍ତି |


    ଅନ୍ୟପଟେ ମହାନଦୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ପିସିସି ସଭାପତି | ଟ୍ରିପଲ ଇଂଜିନ ସରକାର ଥିଲେ ମଧ୍ୟ ଜଳ ବିବାଦ ସମଧାନରେ କୌଣସି ପଦକ୍ଷେପ ନ ହେବାକୁ ସେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି | ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିତର୍କ ପାଇଁ ରାଜସ୍ୱ ମନ୍ତ୍ରୀ ପୁଣି ଆହ୍ୱାନ ଦେଇଛନ୍ତି | ଅନ୍ୟପକ୍ଷେ , ଛତିଶଗଡ଼ ସରକାର ଦ୍ୱାରା ଡ୍ୟାମ ଓ ବାଲିବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଥିବା ସତ୍ତ୍ୱେ ମନ୍ତ୍ରୀସ୍ତରୀୟ କମିଟି ହଂସ ନ କରିବାକୁ ନେଇ ବିରୋଧୀଙ୍କ ପ୍ରଶ୍ନ ଜୋରଧରିଛି | ମହାନଦୀ ସୁରକ୍ଷାକୁ ନେଇ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଆହୁରି ତୀବ୍ର ହେବାର ସଙ୍କେତ ମିଳୁଛି |

  • ଶିମିଳିପାଳରେ ଶୀତର ପ୍ରକୋପ, ରାଜ୍ୟରେ ବଦଳୁଛି ପାଣିପାଗ

    ଶିମିଳିପାଳରେ ଶୀତର ପ୍ରକୋପ, ରାଜ୍ୟରେ ବଦଳୁଛି ପାଣିପାଗ

    ରାଜ୍ୟରେ ଏବେ ପାଣିପାଗର ବିଚିତ୍ର ଚିତ୍ର ଦେଖିବାକୁ ମିଳୁଛି | ଗୋଟିଏ ପଟେ ଦିନର ତାପମାତ୍ରା ବଢୁଥିବା ବେଳେ , ଅନ୍ୟପଟେ ରାତିରେ ପାରଦ ହଠାତ ଖସିଯାଉଛି | ସକାଳୁ କୁହୁଡି , ଦିନର ଖୁବ ଜୋରରେ ଗରମ ଅନୁଭବ ହେଉଥିବା ବେଳେ ସନ୍ଧ୍ୟା ସମୟରେ ହାଲୁକା ପବନ ସହ ଅଧିକ ଥଣ୍ଡା ଅନୁଭୂତ ହେଉଛି |

    ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଶିମିଳିପାଳରେ ଆଜି ସକାଳେ ପାରଦ ୧ ଡିଗ୍ରି ସେଲସିୟସ୍‌କୁ ଖସିଛି | ଗତକାଲି ମଧ୍ୟ ଏଠାରେ ୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା, ଯାହା ଚଳିତ ଋତୁର ସର୍ବନିମ୍ନ ମଧ୍ୟରୁ ଗୋଟିଏ। ଅନ୍ୟପଟେ ଦିନର ତାପମାତ୍ରା ବଢ଼ିଥିବାରୁ ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୩୩.୭ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ପାରଳାଖେମୁଣ୍ଡିରେ ୩୩.୩ ଡିଗ୍ରି ଓ ଭୁବନେଶ୍ୱରରେ ୩୨.୩ ଡିଗ୍ରି ତାପମାତ୍ରା ରହିଥିଲା।

    ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ , ପଶ୍ଚିମା ଶୀତଳ ପବନ ଓ ଆକାଶ ସ୍ପଷ୍ଟ ରହିବା କାରଣରୁ ରାତିରେ ତାପମାତ୍ରା ଅଧିକ ଖସୁଛି। ଆସନ୍ତା କିଛି ଦିନ ଯାଏଁ ଏହିପରି ତାପମତ୍ରା ଜାରି ରହିପାରେ ବୋଲି ଅନୁମାନ କରାଯାଉଛି।

  • ମାଓମୁକ୍ତ ହେଲା ରାୟଗଡ଼ା: ହିଂସା ଛାଡି ସାମାଜିକ ମୁଖ୍ୟସ୍ରୋତରେ ଫେରିଲେ ମାଓ ସମ୍ପୃକ୍ତ

    ମାଓମୁକ୍ତ ହେଲା ରାୟଗଡ଼ା: ହିଂସା ଛାଡି ସାମାଜିକ ମୁଖ୍ୟସ୍ରୋତରେ ଫେରିଲେ ମାଓ ସମ୍ପୃକ୍ତ

    ମାଓବାଦମୁକ୍ତ ହେଲା ରାୟଗଡ଼ା ଜିଲ୍ଲା। କୁଖ୍ୟାତ ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଏହି ସୂଚନା ଏଡିଜି ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି। ବାସଧାରା–ଘୁମୁସର–ନାଗାବଳି ଡିଭିଜନର ଦୁଇ କୁଖ୍ୟାତ ମାଓବାଦୀ ନିଖିଲ ଓ ଇନ୍ଦୁଙ୍କ ସହ ଅନ୍ୟ ୧୩ ମାଓବାଦୀ — ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନନ୍ଦେ, ନିକିତା, କୁମାରୀ, ଦୀପକ, ରାକେଶ, ଲଲିତ, ରାଜେ ଏବଂ ମାଳତି — ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡରେ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ରହିଥିଲା। ଆତ୍ମସମର୍ପଣ କରିଥିବା ସମସ୍ତେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ଫେରିବାକୁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।

    ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ । ତେବେ ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି। ମାଓବାଦୀ ମାନେ ହିଂସାକାଣ୍ଡ ରେ ବ୍ୟବହାର କରୁଥିବି ୨ଟି ଏକେ-୪୭, ୫ଟି ଏସଏଲଆର୍, ଗୋଟିଏ ଷ୍ଟେନ୍‌ଗନ୍, ଇନ୍‌ସାସ୍- ୧, ରାଇଫଲ-୧ ସହ ଅଫୁଟା ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫ ଆଇଜି ଅମିତେନ୍ଦ୍ରନାଥ ସିଂହା , ଦକ୍ଷିଣ ପଶ୍ଚିମ ଡିଆଇଜି କନଭର ବିଶାଳ ସିଂ, ରାୟଗଡା ଏସପି ସ୍ଵାତି ଏସ କୁମାର, କଳାହାଣ୍ଡି ଏସପି ଦେବରାଜ ନାଗାର କୋଣ୍ଡା, କନ୍ଧମାଳ ଏସପି ହରିଶ୍ ବିସି, ରାୟଗଡା ଆଶୁତୋଷ କୁଲକର୍ଣ୍ଣି ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

  • ଓଡ଼ିଶାର ଉନ୍ନତିକୁ ନୂଆ ଗତି: କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ କରିଡରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ

    ଓଡ଼ିଶାର ଉନ୍ନତିକୁ ନୂଆ ଗତି: କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ କରିଡରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ

    କଟକ, ପୁରୀ ଓ ପାରାଦ୍ୱୀପକୁ ନେଇ ଗଢିଉଠିବ ଅର୍ଥନୈତିକ କରିଡର, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନସନ ହଲ୍‌ରେ ଆୟୋଜିତ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ କରିଡରର ଆରମ୍ଭ ହେବ। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

    ଏହି କରିଡର ଅଧୀନରେ ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପର ସମନ୍ୱିତ ଉନ୍ନୟନ ପାଇଁ ଅନେକ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ମଧ୍ୟ ଶୁଭାରମ୍ଭ କରାଯିବ। ଭିସିପିପିଇଆର (VCPPEIR) ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ଶିଳ୍ପ, ପରିବହନ, ବାଣିଜ୍ୟ ଓ ନଗରୀୟ ଢାଞ୍ଚା ବିକାଶକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି। ରାଜ୍ୟର ଅର୍ଥନୈତିକ ବିକାଶ, ନିବେଶ ଆକର୍ଷଣ ଓ ନୂଆ ରୋଜଗାର ସୃଷ୍ଟି ଦିଗରେ ଏହି ଅର୍ଥନୈତିକ କରିଡରକୁ ଏକ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି।

  • ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ସହକାରୀ ପ୍ରଫେସର ନିଲମ୍ବିତ

    ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ସହକାରୀ ପ୍ରଫେସର ନିଲମ୍ବିତ

    ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ନିଲମ୍ବିତ ହୋଇଛନ୍ତି ସହକାରୀ ପ୍ରଫେସର ସରୋଜ ସାହୁ । ଏହି ଅଭିଯୋଗ ସହିତ କ୍ୟାମ୍ପସରେ ଆଲୋଚନା,ଚର୍ଚ୍ଚା ଓ ଚିନ୍ତାର ବିଷୟ ସୃଷ୍ଟି ହୋଇଛି । ବିଶ୍ବବିଦ୍ୟାଳୟ ଏମବିଏ ବିଭାଗର ଜଣେ ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଅଭିଯୋଗ କମିଟି ବା ଆଇସିସି ତଦନ୍ତ କରିଥିଲେ । ତଦନ୍ତ ଶେଷରେ ବିଶ୍ବବିଦ୍ୟାଳୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇ ସରୋଜ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସମ୍ପୃକ୍ତ ଅଧ୍ୟାପକ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁ, କିମ୍ବା ଶିକ୍ଷାଦାନ କରିପାରିବେ ନାହିଁ। ସେହିପରି, ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଅନିବାର୍ଯ୍ୟ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

  • ସମ୍ବଲପୁର NSCB ପଡ଼ିଆରେ ଦିନିକିଆ ନିଯୁକ୍ତି ମେଳା

    ସମ୍ବଲପୁର NSCB ପଡ଼ିଆରେ ଦିନିକିଆ ନିଯୁକ୍ତି ମେଳା

    ଗୁରୁବାର ସମ୍ବଲପୁରର NSCB ପଡ଼ିଆରେ ଏକ ଦିନିକିଆ ନିଯୁକ୍ତି ମେଳା ସଫଳତାର ସହିତ ଆୟୋଜିତ ହୋଇଥିଲା । ଏହି ନିଯୁକ୍ତି ମେଳାଟି ବୋର୍ଡ ଅଫ୍ ପ୍ରାକ୍ଟିକାଲ ଟ୍ରେନିଂ (BOPT), କୋଲକାତା ଦ୍ୱାରା ପରିଚାଳିତ ହୋଇଥିଲା । ମେଳାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀମାନଙ୍କୁ ନିଜୁକ୍ତି ସୁଯୋଗ ସମ୍ପର୍କରେ ସଚେତନ କରିବା, ସେମାନଙ୍କୁ ଟ୍ରେନିଂ ସୁବିଧା ଯୋଗାଇଦେବା ଓ ଶିଳ୍ପ ସଂସ୍ଥାନଗୁଡ଼ିକ ସହିତ ସଂଯୋଗ କରିବା । ଏହି ମେଳାରେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ସହଯୋଗ ଦେବା ସହିତ ବିଭିନ୍ନ ଟ୍ରେନିଂ ଷ୍ଟାଫ୍ ଓ ଶିକ୍ଷାନୁଷ୍ଠାନମାନଙ୍କୁ ଆକର୍ଷିତ କରିବା ମୁଖ୍ୟ ଲକ୍ଷ୍ୟ ରହିଥିଲା । ମେଳାରେ ଏକ ହଜାରରୁ ଅଧିକ ଚାକିରି ଆଶାୟୀ ଯୋଗ ଦେଇଥିଲେ । ଏଥିରେ ଡିପ୍ଲୋମା, ଡିଗ୍ରୀ ଓ ଟେକ୍ନିକାଲ ଶିକ୍ଷା ପାଇଥିବା ଅନେକ ଯୁବକ ଯୁବତୀ ଭାଗ ନେଇଥିଲେ ।


    ମେଳା ସମୟରେ ପ୍ରାୟ ୬୦୦ ଜଣ ଆଶାୟୀଙ୍କୁ National Apprenticeship Training Scheme (NATS) ଅଧିନରେ ପଞ୍ଜିକୃତ କରାଯାଇଥିଲା। ଏହା ମାଧ୍ୟମରେ ଯୁବକମାନେ ଭବିଷ୍ୟତରେ ଟ୍ରେନିଂ ସହିତ ଚାକିରିର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି ।
    ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ରିଜିଓନାଲ ଡାଇରେକ୍ଟର ଡକ୍ଟର ମୁରଲିଧର ମାଝି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଓ କୌଶଳ ବିକାଶର ଗୁରୁତ୍ୱ ବିଷୟରେ ବୁଝାଇଥିଲେ ଏବଂ ଏପରି ନିଯୁକ୍ତି ମେଳା ଯୁବପିଢ଼ି ପାଇଁ ଉପକାରୀ ବୋଲି ମତ ପ୍ରକାଶ କରିଥିଲେ । ବୋର୍ଡ ଅଫ୍ ପ୍ରାକ୍ଟିକାଲ ଟ୍ରେନିଂର ଅଫିସର ଅନ୍ ସ୍ପେସାଲ୍ ଡିୟୁଟି ବିଜୟ ପ୍ରସାଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ଭବିଷ୍ୟତ ପାଇଁ ଏକ ନୂଆ ଆଶା ଆଣିଛି ବୋଲି କହିପାରିବା ।

  • ଫୁଲ, ଫଳ, ପନିପରିବାରେ ମନୋରମ ପ୍ରଦର୍ଶନ, ପାରାଦୀପ ବନ୍ଦରର ୪୦ତମ ଫ୍ଲାୱାର ସୋ

    ଫୁଲ, ଫଳ, ପନିପରିବାରେ ମନୋରମ ପ୍ରଦର୍ଶନ, ପାରାଦୀପ ବନ୍ଦରର ୪୦ତମ ଫ୍ଲାୱାର ସୋ

    ପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀ l ଏହି ଫ୍ଲାୱାର ସୋ ରେ ୪୮ ରୁ ଉର୍ଧ୍ୱ ପ୍ରଜାତିର ଫୁଲ ସହିତ ବିଭିନ୍ନ ପ୍ରକାର ର ପନିପରିବା ସାମିଲ ହୋଇଛି l ପାରାଦୀପ ଅଫିସର୍ସ କ୍ଳବ ପରିସରରେ ବନ୍ଦର ତରଫରୁ ଆୟୋଜିତ ଏହି ଫ୍ଲାୱାର ସୋ କୁ ଉଦଘାଟନ କରିଥିଲେ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ l କିଭଳି ପାରାଦୀପ ବନ୍ଦର ତରଫରୁ ସବୁଜ ବଳୟ ସୃଷ୍ଟି କରିବା କୁ ଗୁରୁତ୍ୱ ଦେଉଛି ଏ ବିଷୟରେ ଆଲୋଚନା କରିବା ସହିତ ବେଳାଭୂମି ଅଞ୍ଚଳ ରେ ପାରାଦୀପ ବନ୍ଦର ତରଫରୁ ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଛି l ଏହି ଜଙ୍ଗଲ ପାରାଦୀପ କୁ ସବୁଜ ବଳୟ ସୃଷ୍ଟି କରିବା ଏବଂ ଲୁଣାପବନ କୁ ରୋକିବାରେ ସହାୟକ ହୋଇପାରିଛି l

    ହିମାଂଶୁ ରାଉତ ( ମୁଖ୍ୟଯନ୍ତ୍ରୀ,ପାରାଦୀପ ବନ୍ଦର )

    ବନ୍ଦର ତରଫରୁ ପାରାଦୀପ ର ବିଭିନ୍ନ ଅଞ୍ଚଳ ରେ ଫଳଗଛ ସହିତ ବିଭିନ୍ନ ପ୍ରଜାତି ର ଫୁଲଗଛ ଲଗାଯାଇଛି l ଯାହା ପରିବେଶ କୁ ସୁଧାରିବା ସହିତ ଫୁଲ କୁ ଦେଖିଲେ ବିଷାଦ ମନ ପ୍ରଫୁଲ୍ଲିତ ହୋଇପଡୁଛି l ବନ୍ଦର ତରଫରୁ ସବୁଜିମା କୁ ଗୁରୁତ୍ୱ ଦିଆଯିବା ସହିତ ବନ୍ଦର ରେ କାର୍ଯ୍ୟରତ କର୍ମଚାରୀ ମାନେ ନିଜ ବାଡ଼ି ବଗିଚା ରେ ଲଗାଇଥିବା ନାନା ପ୍ରକାର ର ଫୁଲ, ଫଳ ଓ ପନିପରିବା ଏହି ପ୍ରଦର୍ଶନୀ ରେ ସ୍ଥାନ ପାଇଛି l ବିଶେଷକରି ପାରାଦୀପ ଭଳି ଲବଣାକ୍ତ ଅଞ୍ଚଳ ରେ ବିଭିନ୍ନ ପ୍ରକାର ର ଫୁଲଗଛ କୁ ଅତି ଯତ୍ନ ର ସହିତ ବଢ଼ାଇଥିବା କର୍ମଚାରୀ ମାନଙ୍କୁ ଏହି ପୁଷ୍ପ ପ୍ରଦର୍ଶନୀ ଜରିଆରେ ସମ୍ବର୍ଦ୍ଧିତ କରାଯାଉଛି l ଯାହା କର୍ମଚାରୀ ମାନଙ୍କ ମନୋବଳ ବଢାଇବା ସହିତ ଏକ ସୁସ୍ଥ ବାତାବରଣ ପାଇଁ ସମସ୍ତ କର୍ମଚାରୀ ବୃକ୍ଷ ରୋପଣ ପ୍ରତି ଆଗ୍ରହ ପ୍ରକାଶ କରିବା ଏହି ପୁଷ୍ପ ପ୍ରଦର୍ଶନୀ ମାଧ୍ୟମ ରେ ପାରାଦୀପ ବନ୍ଦର ର ପ୍ରୟାସ ବୋଲି କହିଛନ୍ତି ବନ୍ଦର ର ମୁଖ୍ୟଯନ୍ତ୍ରୀ ହିମାଂଶୁ ରାଉତ l

  • ହଷ୍ଟେଲରୁ ଅଦୃଶ୍ୟ ଦୁଇ ଛାତ୍ରୀ: ୧୪ ଘଣ୍ଟା ହେଲା ମଧ୍ୟ ପତ୍ତା ନାହିଁ

    ହଷ୍ଟେଲରୁ ଅଦୃଶ୍ୟ ଦୁଇ ଛାତ୍ରୀ: ୧୪ ଘଣ୍ଟା ହେଲା ମଧ୍ୟ ପତ୍ତା ନାହିଁ

    ହଷ୍ଟେଲରୁ କେଉଁଆଡ଼େ ବାହାରିଥିବା ଦୁଇ ଛାତ୍ରୀ 14 ଘଣ୍ଟା ହେଲା ମଧ୍ୟ ଫେରିନାହାନ୍ତି। ମୟୂରଭଂଜ ଜିଲ୍ଲାର ଉଦଳା ରାଢୋ କେଜିବିଭି ବିଦ୍ୟାଳୟ ହଷ୍ଟେଲରୁ ଏହି ଦୁଇ ଷଷ୍ଠ ଶ୍ରେଣୀ ପିଲା ଗତକାଲିଠୁ ଲାପତ୍ୟା ହେବାରୁ ଚିନ୍ତା ବୃଦ୍ଧି ପାଇଛି।

    ଷଷ୍ଠରୁ ଦ୍ବାଦଶ ପର୍ଯ୍ୟନ୍ତ ମୋଟ 158 ଛାତ୍ରୀ ରହୁଥିବା ଏହି ହଷ୍ଟେଲରୁ ଦୁଇ ବିଦ୍ୟାର୍ଥିନୀଙ୍କ ହଠାତ୍ ଗାୟବ ହେବା ପରେ ଏପର୍ଯ୍ୟନ୍ତ କୌଣସି ସୁଚନା ମିଳିନାହିଁ। ଘଟଣା ବିଷୟରେ ହଷ୍ଟେଲ ୱାର୍ଡେନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ କ୍ୟାମେରା ସାମ୍ନାରେ କଥା କହିବାରୁ ରହିଯାଇଛନ୍ତି। ଖବର ମିଳିବାସହ ଏବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।